bread-making - The Sakala

ଘଣ୍ଟାକରେ ୨୦୦ରୁଟି
କର୍ଣ୍ଣାଟକର ବୋମଇ ଏନ୍‌ ବାସ୍ତୁ ଏପରି ଏକ ରୋଟି ମେକର୍ ତିଆରି କରିଛନ୍ତି ଯେଉଁଥିରେ ଘଣ୍ଟାଏରେ ପାଖାପାଖି ୨୦୦ ରୁଟି ତିଆରି କରାଯାଇ ପାରିବ। ଚିତ୍ରଦୁର୍ଗସ୍ଥିତ ହୋସାଦୁର୍ଗରେ ରହୁଥିବା ବୋମଇ ତାଙ୍କ ମା’ ରୁଟି ତିଆରି କରିବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାର ଲକ୍ଷ୍ୟ କରିଥିଲେ। ଏହାପରେ ସେ ଏହି ନିଆରା ରୋଟି ମେକର୍ ତିଆରି କରିଥିଲେ। ଏହି ରୋଟି ମେକର୍‌ ଉଭୟ ସୌରଶକ୍ତି ଓ ବିଦ୍ୟୁତ୍‌ରେ ଚାଲିପାରିବ। ଛଅ କେଜି ଓଜନର ଏହି ରୋଟି ମେକର୍‌ର ଦାମ୍‌ ୧୫ ହଜାର ଟଙ୍କା। ଏହାର ଆକାର ଇଣ୍ଡକସନ୍ ଷ୍ଟୋଭ୍‌ ଭଳି। କୁକିଂ ଟାଇମ୍‌ ଓ ପରିଶ୍ରମକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଏହି ରୋଟି ମେକର୍‌ ସେ ତିଆରି କରିଛନ୍ତି। ବୋମଇ କେବଳ ରୋଟି ମେକର ନୁହେଁ ସେ ଏହାପୂର୍ବରୁ ଆହୁରି ଅନେକ ଜିନିଷ ମଧ୍ୟ ତିଆରି କରିଛନ୍ତି। ସେ ଏକ କୋଇଲା ଷ୍ଟୋଭ୍‌ ମଧ୍ୟ ତିଆରି କରିଛନ୍ତି। ଯାହାକି ପାରମ୍ପରିକ ଷ୍ଟୋଭ୍‌ର ପ୍ରଦୂଷଣକୁ ୮୦% ହ୍ରାସ କରିଥାଏ। ଏବେ ସେ ପାଣି ମିଶ୍ରିତ ପେଟ୍ରୋଲ୍ ଚାଳିତ ଏକ ବାଇକ୍ ଉପରେ କାମ କରୁଛନ୍ତି। ୪୫ ବର୍ଷୀୟ ବୋମଇଙ୍କର ସାଇକେଲ୍ ଦୋକାନ ସହ ଏକ ୱାର୍କସପ୍‌ ମଧ୍ୟ ରହିଛି। ଏହି ୱାର୍କସପ୍‌ରେ ସେ ନୂଆ ନୂଆ ଉପକରଣ ତିଆରି କରିଥାନ୍ତି।