kangana Ranaut - The Sakala
ମହିଳା ସଂରକ୍ଷଣ ବିଲ୍: ଲୋକସଭାରେ ପିଏମ୍ ମୋଦୀଙ୍କୁ ପ୍ରଶଂସା କଲେ କଙ୍ଗନା ରଣାୱତ, କଂଗ୍ରେସକୁ କଲେ ଟାର୍ଗେଟ୍
ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ଚାଲିଥିବା ବିତର୍କ ସମୟରେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ 'ନାରୀବାଦର ଧ୍ୱଜାଧାରୀ' ବୋଲି ଅଭିହିତ କରିବା ସହ ଏହି ବିଲ୍‌କୁ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହିତ ସେ ଦୀର୍ଘ ଦଶନ୍ଧି ଧରି ମହିଳା ସଂରକ୍ଷଣ ବିଲ୍‌କୁ ଝୁଲାଇ ରଖିଥିବାରୁ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ କଲେ ପ୍ରଶଂସା
ସଂସଦର ନିମ୍ନ ଗୃହରେ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬ ଉପରେ ଆଲୋଚନା ବେଳେ କଙ୍ଗନା କହିଛନ୍ତି ଯେ, "ଆଜି ଭାରତର କନ୍ୟାମାନେ ବିଶ୍ୱାସ କରୁଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କଠାରୁ ବଡ଼ ନାରୀବାଦୀ କେହି ନାହାନ୍ତି"। ମହିଳାମାନଙ୍କ ସଶକ୍ତୀକରଣ ଏବଂ ରାଜନୀତିରେ ସେମାନଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ଦିଗରେ ଏହି ବିଲ୍ ଏକ ଐତିହାସିକ ପଦକ୍ଷେପ ବୋଲି ସେ ଦର୍ଶାଇଛନ୍ତି।
ହିମାଚଳ ପ୍ରଦେଶର ଉଦାହରଣ ଦେଇ ସେ କହିଛନ୍ତି ଯେ ୬୮ଟି ଆସନ ମଧ୍ୟରୁ ବର୍ତ୍ତମାନ କେବଳ ଜଣେ ମହିଳା ବିଧାୟକ ଅଛନ୍ତି। ଏହିଭଳି ଅସମାନତାକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ସଂକଳ୍ପ ନେଇଛନ୍ତି। ୩୩ ପ୍ରତିଶତ ସଂରକ୍ଷଣ ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବ ଏବଂ ସେମାନଙ୍କୁ ସୁରକ୍ଷିତ ଅନୁଭବ କରାଇବ ବୋଲି ସେ କହିଛନ୍ତି।
କଂଗ୍ରେସକୁ କଲେ ଟାର୍ଗେଟ୍
କଙ୍ଗନା ରଣାୱତ ନିଜ ଭାଷଣରେ ବିରୋଧୀ ଦଳ, ବିଶେଷକରି କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ କ୍ଷମତାରେ ଥିବା ବେଳେ ଦୀର୍ଘ ଦଶନ୍ଧି ଧରି ମହିଳା ସଂରକ୍ଷଣ କାହିଁକି ଲାଗୁ କରିନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଏକ ମନ୍ତବ୍ୟର ଉତ୍ତର ଦେଇ କଙ୍ଗନା କହିଛନ୍ତି, "ସୋନିଆ ଗାନ୍ଧୀ ପଚାରୁଛନ୍ତି ଯେ ବିଜେପି ଏତେ ତରବର ହୋଇ କାହିଁକି ବିଲ୍ ଆଣୁଛି। ତେବେ ଆମେ କ'ଣ ଆପଣଙ୍କ ପରି ଏହି ବିଲ୍‌କୁ ୩୦ ବର୍ଷ ପର୍ଯ୍ୟନ୍ତ ଝୁଲାଇ ରଖିବୁ କି?"।
କ'ଣ ରହିଛି ବିଲ୍‌ରେ?
ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଉଦ୍ଦେଶ୍ୟରେ ସରକାର ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬ ଆଗତ କରିଛନ୍ତି। ଏଥିସହିତ, ପରିସୀମନ ପ୍ରକ୍ରିୟାରୁ ମହିଳା କୋଟାକୁ ଅଲଗା କରିବା ପାଇଁ ପରିସୀମନ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ଦିଲ୍ଲୀ, ପୁଡୁଚେରୀ, ଜାମ୍ମୁ-କାଶ୍ମୀର) ଆଇନ (ସଂଶୋଧନ) ବିଲ୍ ମଧ୍ୟ ଉପସ୍ଥାପନ କରାଯାଇଛି।
କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଲେ ସିଆଇଏସଏଫ ଗାର୍ଡ
ଚଣ୍ଡିଗଡ଼: ବଲିଉଡ ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାସଂଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି । ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାଁ ହେଉଛି କୁଲବିନ୍ଦର କୌର । ଏନେଇ କଙ୍ଗନା ଉକ୍ତ ଗାର୍ଡଙ୍କ ବିରୋଧରେ ଅଭିଯୋଗ ଆଣି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଖବର ଅନୁଯାୟୀ,, ଆଜି ଅପରାହ୍ନ ୩ ଟା ୩୦ ସମୟରେ ଏହି ଘଟଣା ଘଟିଥିଲା । ଚଣ୍ଡିଗଡ଼ରୁ ଦିଲ୍ଲୀ ଯିବା ସମୟରେ ସିକ୍ୟୁରିଟି ଯାଞ୍ଚ ପାଇଁ କଙ୍ଗନା ଯାଇଥିବାବେଳେ ସିଆଇଏସଏଫ୍ ଗାର୍ଡ ଜଣକ ତାଙ୍କୁ ଚାପୁଡା ମାରିଥିବା ଜଣା ପଡିଛି । ହିମାଚଳପ୍ରଦେଶ ମଣ୍ଡି ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଜିତିବା ପରେ କଙ୍ଗନା ରାଣାୱତ ଆଜି ଦିଲ୍ଲୀ ଅଭିମୁଖେ ଆସୁଥିଲେ। ଏହି ସମୟରେ ଚଣ୍ଡିଗଡ଼ ବିମାନବନ୍ଦରରେ ଏପରି ଘଟଣା ସାମ୍ନାକୁ ଆସିଛି । ଏହାପୂର୍ବରୁ ସୋସିଆଲ ମିଡିଆରେ କଙ୍ଗନା ଫୋଟୋ ସେୟାର କହିଥିଲେ ଯେ ସେ ସଂସଦକୁ ଯାଉଛନ୍ତି । ସେ ନିଜ ଫୋଟୋ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି ।
ମୋଦୀ ଜଣେ ମହାପୁରୁଷ, ୨୦୨୪ରେ ବିଜେପି ଲୋକସଭା ଟିକେଟ୍ ମିଳିଲେ ନିର୍ବାଚନ ଲଢ଼ିବି: କଙ୍ଗନା ରଣାୱତ୍‌
ମୁମ୍ବାଇ : ରାଜନୀତିରେ ପାଦ ଥାପିବେ ବିବାଦୀୟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌। ସବୁବେଳେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୁଣଗାନ କରୁଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ୨୦୨୪ରେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲୋକସଭା ଆସନ ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାନ୍ତି ବୋଲି ଆଜି ସେ ଖୋଲା ଖୋଲି କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ଯେ ଯଦି ଲୋକେ ଚାହାନ୍ତି ଏବଂ ବିଜେପିରୁ ଟିକେଟ ମିଳେ ତେବେ ସେ ନିର୍ବାଚନ ଲଢ଼ିବାକୁ ରାଜି ଅଛନ୍ତି।
ଜାତୀୟ ଗଣମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଙ୍ଗନା। ଏହି କାର୍ଯ୍ୟକ୍ରମରେ ଉପସ୍ଥାପକ କଙ୍ଗନାଙ୍କୁ ରାଜନୀତିରେ ଯୋଗ ଦେବା ନେଇ ପ୍ରଶ୍ନ କରିଥିଲେ। ଜବାବରେ କଙ୍ଗନା କହିଥିଲେ ” ଯେଉଁଭଳି ପରିସ୍ଥିତି ହେବ। ଯେମିତି ସରକାର ଚାହିଁବେ, ମୁଁ ମୋର ସମସ୍ତ ସହଯୋଗ କରିବାକୁ ଚେଷ୍ଟା କରିବି। ଯଦି ହିମାଚଳ ଲୋକ ମୋତେ ସିଟ୍ ସେବାର ସୁଯୋଗ ତେବେ ଏହା ମୋ ପାଇଁ ସୌଭାଗ୍ୟର କଥା ହେବ।”
Kangana Ranaut hints at joining politics?
Full Show: https://t.co/ANGkcxb3IO#PanchayatAajTak | @rahulkanwal #KanganaRanaut pic.twitter.com/TWwluMCmv2
— IndiaToday (@IndiaToday) October 29, 2022
ତେବେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବା ପାଇଁ ତାଙ୍କର ଇଚ୍ଛା ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ରାଜନୀତିରେ ପ୍ରବେଶ କରିବା ଲାଗି ଭାରି ଉତ୍ସାହିତ ଅଛି। ହିମାଚଳର ଲୋକଙ୍କ ସେବା କରିବାକୁ ସୁଯୋଗ ମିଳିଲେ ନିଶ୍ଚୟ ନିର୍ବାଚନ ଲଢ଼ିବି ବୋଲି ସେ କହିଛନ୍ତି। ରାଜନୀତି ମାଧ୍ୟମରେ ଲୋକଙ୍କ ସେବା ପାଇଁ କରିବାକୁ ଇଚ୍ଛା ଅଛିକି ପ୍ରଶ୍ନର ଉତ୍ତରେ ସେ କହିଛନ୍ତି ଯେ, ସବୁ ପ୍ରକାର ଫ୍ଲାଟଫର୍ମକୁ ଓହ୍ଲେଇବାକୁ ମୋର ଇଚ୍ଛା ଅଛି। କଙ୍ଗନା କହିଛନ୍ତି ଯେ, ଏବେ ଯେଉଁଭଳି ସରକାର ଚାଲିଛି, ଯଦି ସରକାର ମୋର ଭାଗିଦାରୀ ଚାହାନ୍ତି ତେବେ ମୁଁ ମଧ୍ୟ ରାଜି ଅଛି। ଯଦି ହିମାଚଳ ପ୍ରଦେଶରୁ ଲୋକଙ୍କ ସେବା ପାଇଁ ମୌକା ମିଳେ ତେବେ ଏହା ମୋ ପାଇଁ ସୌଭାଗ୍ୟ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ପ୍ରଶ୍ନ ହେବାରୁ, ମୋଦି ଜଣେ ମହାପୁରୁଷ ବୋଲି କଙ୍ଗନା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହା ଦୁଃଖର ବିଷୟ କି ମୋଦୀ ଏବଂ ରାହୁଲ ଗାନ୍ଧିଙ୍କୁ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଉଛି। କିନ୍ତୁ ମୋଦୀ ଜାଣିଛନ୍ତି ତାଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି।ଆଗକୁ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ରହିଛି। ଏ ସମ୍ପର୍କରେ ମତ ଦେଇ କଙ୍ଗନା କହିଛନ୍ତି ଯେ, ଆମ ଆଦମୀ ପାର୍ଟିର ମିଥ୍ୟା ପ୍ରତିଶ୍ରୁତିରେ ସେଠିକାର ଲୋକେ ଭାସିଯିବେ ନାହିଁ। ସେଠିକାର ଲୋକଙ୍କ ପାଖରେ ନିଜସ୍ୱ ସୌର ଶକ୍ତି ରହିଛି। ତେଣୁ ସେଠାରେ ମାଗଣା ବିଜୁଳି କଥା କହିଲେ ଲୋକେ ଶୁଣିବେ ନାହିଁ। ସେଠାରେ ମାଗଣା ବଣ୍ଟନ କଥାର ଲୋକେ ଶୁଣିବେନି।
ସୂଚନାଯୋଗ୍ୟ ଯେ, ଆଗକୁ କଙ୍ଗନାଙ୍କ ‘ଇମାରଜେନ୍ସି’ ଫିଲ୍ମ ଆସୁଛି। ସେଥିରେ କଙ୍ଗନା ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନୁପମ ଖେର, ସତିଶ କୌସିକ, ମିଲିନ୍ଦ ସୋମନ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମ ବିଷୟରେ ଏକ ଜାତୀୟ ଗଣମାଧ୍ୟମରେ ଆଲୋଚନା କରିବା ସମୟରେ କଙ୍ଗନା ରାଜନୀତିରେ ପ୍ରବେଶ ନେଇ ସଂକେତ ଦେଇଛନ୍ତି।
ସଲମାନ୍‌ ମୋର ଭଲ ବନ୍ଧୁ:କଙ୍ଗନା
ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ୍‌ ତାଙ୍କର ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ। କଙ୍ଗନା ବିବାଦୀୟ ବୟାନ ଦେଇ ଅନେକ ସମୟରେ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି। କିଛିଦିନ ପୂର୍ବରୁ କଙ୍ଗନାଙ୍କୁ ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଇଦ୍‌ ପାର୍ଟିରେ ଦେଖାଯାଇଥିଲା। କଙ୍ଗନାଙ୍କୁ ଅର୍ପିତାଙ୍କ ପାର୍ଟିରେ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ନିଜେ କଙ୍ଗନା ଏକଥା ଉପରୁ ପରଦା ହଟାଇଛନ୍ତି। ନିକଟରେ କଙ୍ଗନା ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ- ସଲମାନ୍‌ ମୋର ଭଲ ବନ୍ଧୁ। ଯେତେବେଳେ ସଲମାନ୍‌ଙ୍କ ଭଉଣୀ ମତେ ଇଦ୍‌ ପାର୍ଟିକୁ ଡାକିଥିଲେ, ମୁଁ ମନା କରିପାରି ନଥିଲି। ପାର୍ଟିକୁ ଯିବା ପାଇଁ ଭାବିଥିଲି। ଏମିତି ନୁହେଁ ଯେ, ମୁଁ ସବୁ ବଲିଉଡ୍‌ ପାର୍ଟିକୁ ଯାଏ ନାହିଁ। ଯେଉଁଠିକି ଯିବାକୁ ଇଚ୍ଛା କରେ, ସେଠିକି ଯାଏ। ’
ସଲମାନ୍‌ ଯେତେେବଳେ କଙ୍ଗନାଙ୍କ ଫିଲ୍ମ ‘ଧାକଡ୍‌’ ପାଇଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ସେତେବେଳେ ଦୁଇ ଜଣକ ବନ୍ଧୁତା ବିଷୟରେ ଦର୍ଶକେ ଅବଗତ ହୋଇଥିଲେ। ସଲମାନ୍‌ ପୋଷ୍ଟ ସେୟାର କରି ଲେଖିଥିଲେ- ‘ଧାକଡ୍‌’ ଟିମ୍‌କୁ ଶୁଭେଚ୍ଛା। ଏହି ପୋଷ୍ଟକୁ କଙ୍ଗନା ସେୟାର କରିବା ସହ ସଲମାନ୍‌ଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ। କଙ୍ଗନା ବହୁତ ଜଲ୍‌ଦି ‘ଧାକଡ୍‌’ ଫିଲ୍ମରେ ନଜର ଆସିବେ। ଏହା ଏକ ଗୁଇନ୍ଦା ଥ୍ରିଲର୍‌ ଫିଲ୍ମ ହେବ। ଏଥିରେ ସେ ‘ଏଜେଣ୍ଟ ଅଗ୍ନି’ ଭୂମିକାରେ ନଜର ଆସିବେ। ଏଥିରେ କଙ୍ଗନାଙ୍କ ସହ ଅର୍ଜୁନ୍‌ ରାମପାଳ ମଧ୍ୟ ଅଭିନୟ କରୁଛନ୍ତି।
କଙ୍ଗନା ରାଣାୱତ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ ସେପ୍ଟେମ୍ବର ୧୦ରେ ରିଲିଜ୍ ହେବ । ଫିଲ୍ମ ରିଲିଜ୍ ପୂର୍ବରୁ ଗଣମାଧ୍ୟମରେ ଏହା ଏକ ଭଲ ଫିଲ୍ମ ଭାବେ ଆଲୋଚନା ହେଉଥିବାରୁ ଏହାକୁ ନେଇ ବେଶ ଖୁସି ଅଛନ୍ତି କଙ୍ଗନା । ଏହି ଫିଲ୍ମରେ ସେ ତାମିଲନାଡୁର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ । କଙ୍ଗନା ତାଙ୍କ ପ୍ରଶଂସକମାନଙ୍କୁ ‘ଥଲାଇଭି’ ଦେଖିବା ପାଇଁ ସୋସିଆଲ୍ ମିଡିଆରେ ଅପିଲ୍ କରିଛନ୍ତି | ଫିଲ୍ମ ରିଲିଜ୍‌ର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍ ସେୟାର କରି ଲେଖିଛନ୍ତି, ‘ଦୁଇ ବର୍ଷ ପୂର୍ବରୁ ଭାରତର ସବୁଠୁ ପ୍ରତିଷ୍ଠିତ ରାଜନେତ୍ରୀଙ୍କ ମଧ୍ୟରେ ପରିଗଣିତ ଜୟଲଳିତାଙ୍କ ଉପରେ କାମ ଆରମ୍ଭ କରିଥିଲି। ଏହି ସମୟରେ ଆମ ରାସ୍ତାରେ ଅନେକ ବାଧା ଓ ଆହ୍ବାନ ଥିଲା। ତଥାପି ମୁଁ ଓ ମୋ ଟିମ୍ ଆଗକୁ ବଢିଥିଲୁ। ଏହି ଶୁକ୍ରବାର ଦିନ ଆମ ଫିଲ୍ମ ଦର୍ଶକଙ୍କ ନିକଟରେ ପହଞ୍ଚିବ। ଫିଲ୍ମକୁ ଆପଣମାନେ ଆପଣଙ୍କ ନିକଟରେ ଥିବା ସିନେମା ହଲ୍‌ରେ ନିଶ୍ଚୟ ଦେଖନ୍ତୁ। ଫିଲ୍ମର ସମୀକ୍ଷାକୁ ନେଇ ମୁଁ ବହୁତ ଖୁସି ଅଛି। ଆଡଭାନ୍ସ ବୁକିଂ କରି ନିଅନ୍ତୁ । ପରଦା ଉପରେ ଅମ୍ମା ଜୟଲଳିତାଙ୍କ କାହାଣୀର ଆନନ୍ଦ ନିଅନ୍ତୁ।
ଏଠାରେ ପ୍ରକାଶ ଥାଉ କି, ‘ଥଲାଇଭି’ ସିନେମା ହଲ୍ ସହିତ ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ୍ ହେବ । ଫିଲ୍ମର ରାଇଟସ୍‌କୁ ୫୫ କୋଟି ଟଙ୍କାରେ ବିକ୍ରି କରାଯାଇଥିବା ସୂଚନା ମିଳିଛି ।
ବାଲୁକାକଳା ମାଧ୍ୟମରେ କଙ୍ଗନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ପୁରୀ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଜନ୍ମଦିନ । କଙ୍ଗନା ଆଜି ନିଜର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଏଥିପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଛି।  ଏହି ଅବସରରେ  ପୁରୀ ସମୁଦ୍ରକୂଳରେ ଏକ ସୁନ୍ଦର ବାଲୁକା କଳା ତିଆରି କରି କଙ୍ଗନାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।  ଆଉ ନିଜ ଟ୍ୱିଟର ପେଜରେ ଫଟୋ ପୋଷ୍ଟ କରି ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।
Many Thanks 🥰 https://t.co/5fZwW4TddT
— Kangana Ranaut (@KanganaTeam) March 23, 2021
ସୁଦର୍ଶନ ପଟ୍ଟନାୟକ ଟ୍ବିଟରେ ଲେଖିଛନ୍ତି ଯେ, ହାପି ବାର୍ଥ ଡେ ବଲିଉଡ କ୍ୱିନ। ଭଗବାନ ଜଗନ୍ନାଥଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହୁ । ଏହାସହ ଶ୍ରେଷ୍ଠ ଅଭିନେତ୍ରୀର ରାଷ୍ଟ୍ରୀୟ ପୁରସ୍କାର ଜିତିଥିବା ଯୋଗୁଁ ମଧ୍ୟ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ଯପକ୍ଷରେ କଙ୍ଗନା ସୁଦର୍ଶନଙ୍କ ପୋଷ୍ଟକୁ ରିଟ୍ବିଟ୍ କରି ତାଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି ।
ଏପ୍ରିଲ୍‌ରେ ପରଦାକୁ ଆସିବ ‘ଥଲାଇବି’
ବଲିଉଡ୍‌ର ଦବଙ୍ଗ ଗାର୍ଲ ଭାବେ ପରିଚିତ କଙ୍ଗନା ରାନାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଥଲାଇବି’ର ଟ୍ରେଲର୍ ଆଜି ରିଲିଜ୍‌ ହୋଇଛି। ୨୩ ମାର୍ଚ୍ଚ କଙ୍ଗନାଙ୍କ ଜନ୍ମଦିନରେ ଏହାର ଟ୍ରେଲର୍ ରିଲିଜ୍ କରିବାକୁ ସ୍ଥିର କରାଯାଇଛି। ‘ଥଲାଇବି’ ଏକ ପଲଟିକାଲ ଥ୍ରିଲର୍‌ ଫିଲ୍ମ। ଅଭିନେତ୍ରୀରୁ ରାଜନେତ୍ରୀ ସାଜିଥିବା ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନର ଉତ୍ଥାନ ପତନକୁ ନେଇ ଫିଲ୍ମର କାହାଣୀ। ପରଦାରେ ପ୍ରତ୍ୟେକଟି ଚରିତ୍ରକୁ ନିଖୁଣ ଭାବରେ ନିଭାଇବାରେ କଙ୍ଗନା ବେଶ୍‌ ଧୁରନ୍ଧର। ଏହାପୂର୍ବରୁ ଅନେକ ଥର ସୁଟିଂ ସେଟ୍‌ର ଫଟୋ କଙ୍ଗନା ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ‘ଥଲାଇବି’ ହିନ୍ଦୀ ସହିତ ତେଲୁଗୁ ଓ ତାମିଲ୍ ଭାଷାରେ ମଧ୍ୟ ରିଲିଜ୍ ହେବ। ଏପ୍ରିଲ୍ ୨୩ରେ ଏହି ଫିଲ୍ମ ରିଲିଜ୍ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏ.ଏଲ୍ ବିଜୟ। ଏଥିରେ କଙ୍ଗନାଙ୍କ ସହ ପ୍ରକାଶରାଜ, ଭାଗ୍ୟଶ୍ରୀ, ମଧୁ, ଅରବିନ୍ଦ ସ୍ବାମୀ ଆଦି ନଜର ଆସିବେ ।
କଙ୍ଗନା ରାଣାୱତଙ୍କ ପାଇଁ ବଢିଲା ଅଡୁଆ, ୱାରେଣ୍ଟ ଜାରି କଲେ କୋର୍ଟ
ମୁମ୍ବଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ସମସ୍ୟା ବଢୁଥିବା ଜଣାପଡିଛି। ଜାଭେଦ ଅଖତରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ଯ ଦେଇ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ। ମାନହାନୀ ମାମଲାରେ କୋର୍ଟରେ ହାଜର ନ ହେବାରୁ ମୁମ୍ବାଇ ମାଜିଷ୍ଟ୍ରେଟ କୋର୍ଟ ତାଙ୍କ ନାଁରେ ଜାମିନ ଯୁକ୍ତ ୱାରେଣ୍ଟ ଜାରି କରିଛନ୍ତି। ପୂର୍ବରୁ ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିଥିବା ନେଇ ଅଭିଯୋଗ କରିଥିଲେ।
ସୂଚନା ଅନୁଯାୟୀ, ମେଟ୍ରୋପୋଲିଟାନ୍ ମାଜିଷ୍ଟ୍ରେଟ୍ ଆର.ଆର.ଖାନ୍ ଜାଭେଦ ଅଖତରଙ୍କ ଦ୍ୱାରା ଦାୟର କରାଯାଇଥିବା ମାନହାନୀ ମୋକଦ୍ଦମା ମାମଲାରେ ମାର୍ଚ୍ଚ ୧ରେ କୋର୍ଟରେ ହାଜର ହେବା ଲାଗି ସମନ ଜାରି କରିଥିଲେ । ହେଲେ ସେ ଆଜି ଆସି ନ ଥିଲେ । ଗତ ୨୦୨୦ ମସିହା ଡିସେମ୍ବର ମାସରେ ଜାଭେଦଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ଉପରେ ଯାଞ୍ଚ ଲାଗି ଜୁହୁ ପୁଲିସକୁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଥିଲେ ।
କଙ୍ଗନା ରାଣାୱତ ଜାଭେଦ ଅଖତରଙ୍କ ବିରୋଧରେ ମିଥ୍ୟା ବିବୃତ୍ତି ଦେଇଥିବା ଅଭିଯୋଗ ହୋଇଥିଲା। ଜାଭେଦ ଅଖତର କହିଛନ୍ତି ଯେ, କଙ୍ଗନା ଅନେକ ନ୍ୟୁଜ ଚ୍ୟାନେଲକୁ ଯାଇ ତାଙ୍କ ବିରୋଧରେ ମିଥ୍ୟା ବିବୃତ୍ତି ଦେଇଛନ୍ତି। ଯେଉଁଥିପାଇଁ ତାଙ୍କ ଭାବମୂର୍ତ୍ତି ଗଭୀର ଭାବରେ ପ୍ରଭାବିତ ହୋଇଛି ଏଥିପାଇଁ ଜାଭେଦ ଅଖତର ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲ।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଗତ ବର୍ଷ ଜୁଲାଇ ୧୯ ତାରିଖରେ କଙ୍ଗନା ଏକ ଟିଭି ସାକ୍ଷାତକାରରେ ଅଖତରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସେ ଅଭିଯାେଗ କରିଥିଲେ । ଏପରିକି କଙ୍ଗନା ତାଙ୍କ ଛବି ବିଗାଡିବା ପାଇଁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଥିଲେ ।