Fake Teachers - The Sakala

ଜାଲ ସାର୍ଟିଫିକେଟ ଦେଇ ଫସିଲେ ନକଲି ଶିକ୍ଷୟତ୍ରୀ
ଦିଗପହଣ୍ଡି: ଜାଲ ସାର୍ଟିଫିକେଟ ଦେଇ ଫସିଲେ ନକଲି ଶିକ୍ଷୟତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଛି ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ନେହୁରୁ ବିଦ୍ୟାପୀଠରେ। ଏହାପରେ ଥାନାରେ ମାମଲା ରୁଜୁ କଲା ପାଟପୁର ପୁଲିସ । ଶିକ୍ଷୟତ୍ରୀଙ୍କ ନାମରେ ଶିକ୍ଷା ବିଭାଗ ଏତଲା ଦେବା ପରେ ଶିକ୍ଷୟତ୍ରୀ ଜଣଙ୍କ  ଫେରାରଥିବା ଜଣାପଡ଼ିଛି । ଜାଲସାର୍ଟିଫିକେଟ ଦେଇ ଚାକିରି ହାତେଇଥିବାରୁ ଜିଲ୍ଲାପଳ ଉକ୍ତ ଶିକ୍ଷୟତ୍ରୀଙ୍କୁ ବହିଷ୍କୃତ କରିଛନ୍ତି। ଶିକ୍ଷୟତ୍ରୀଙ୍କ ନାମ ମନ୍ଦାକିନି ନାହାକ ବୋଲି ଜଣାପଡ଼ିଛି ।

ଯୁକ୍ତ ଦୁଇ ସାର୍ଟିଫିକେଟ ମାର୍କ ସିଟ ନକଲି ବୋଲି କଟକ ବୋର୍ଡ ଦର୍ଶାଇଛି । ୨୦୧୨ ମସିହା ଠାରୁ ଚାକିରି କରୁଥିବା ମନ୍ଦାକିନି ୨୦୧୧ରେ ଯୁକ୍ତଦୁଇ ସାର୍ଟିଫିକେଟ ଦେଇଥିବା ବେଳେ। ରେଗୁଲାର ନିମନ୍ତେ OTET ପରୀକ୍ଷା ଦେବା ସହ ରେଗୁଲାର ନିମନ୍ତେ ଆବେଦନ କରିଥିବା ବେଳେ ଯୁକ୍ତ ଦୁଇ ସାର୍ଟିଫିକେଟ ନକଲି ବୋଲି ସୂଚନା ମିଳିଥିଲା ।

ନକଲି ଶିକ୍ଷକ : ପ୍ରଥମ ପର୍ଯ୍ୟାୟ ଯାଞ୍ଚରେ ଚିହ୍ନଟ ହୋଇଥିଲେ ୨୫୨, ଆହୁରି ୧୪୭ ଶିକ୍ଷକଙ୍କର ଚାଲିଛି ଯାଞ୍ଚ ପ୍ରକ୍ରିୟା
ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ନେଉନି ନକଲି ଶିକ୍ଷକ ପ୍ରସଙ୍ଗ। ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟାରେ ୨୫୨ ଶିକ୍ଷକ ଚିହ୍ନଟ ହେବା ପରେ ପୁଣି ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି କ୍ରମରେ ଆହୁରି ୧୪୭ ଜଣ ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ରହିଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ନକଲି ଶିକ୍ଷକ ଯାଞ୍ଚ ପାଇଁ ପୁଣି ଅଣ୍ଟା ଭିଡ଼ିଛି। ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟାରେ ଯଦି କେହି ନକଲି ଶିକ୍ଷକ ବାଦ୍‍ ପଡ଼ିଛନ୍ତି ପର୍ଯ୍ୟାୟକ୍ରମେ ସେମାନଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶାଳୟ ଗୁରୁତ୍ୱ ଦେଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ୨୩ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଓ ୫୫ ବ୍ଲକ ଶିକ୍ଷାଧିକାରୀଙ୍କୁ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସମଗ୍ର ରାଜ୍ୟରେ ୨୫୨ ଜଣ ଶିକ୍ଷକ ଜାଲ୍‍ ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ସେପ୍ଟେମ୍ବର ୯ ତାରିଖରେ ଉଚ୍ଚ ନ୍ୟାୟାଳୟରେ ତଥ୍ୟ ରଖିଥିଲେ। ହେଲେ ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଜାରି ଥିବାବେଳେ ଏହି ସଂଖ୍ୟା ମଧ୍ୟ ଆହୁରି ବଢ଼଼ିଛି। ନକଲି ଶିକ୍ଷକଙ୍କ ସଂଖ୍ୟା ୩ଶହ ଅତିକ୍ରମ କରିବାକୁ ଥିବାବେଳେ ନକଲି ମାଟ୍ରିକ୍‍ ସାର୍ଟିଫିକେଟ୍‍ ଦେଇ ମଧ୍ୟ ଚାକିରି ହାତେଇଥିବା ପାଞ୍ଚ ପ୍ରକ୍ରିୟାରେ ଜଣା ପଡ଼ିଛି।

ତେବେ ନକଲି ଶିକ୍ଷକ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବା ତଥା ନକଲି ଶିକ୍ଷକଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶାଳୟ ତାଗିଦ୍‍ କରିଛି। ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଓ ବିଭାଗର ଯାଞ୍ଚ ପରେ ଏଭଳି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଥିଲା। ରାଜ୍ୟର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ୨୫୨ ଶିକ୍ଷକ ଶିକ୍ଷାଗତ ଯୋଗ୍ୟତାର ଜାଲ୍‍ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ହାତେଇଥିବା ନିର୍ଦ୍ଦେଶାଳୟ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା। ସେମାନଙ୍କ ମଧ୍ୟରେ ୧୦୫ ଜଣ ରେଗୁଲାର ବର୍ଗର ଶିକ୍ଷକ ଥିବାବେଳେ ୧୪୭ ଜଣ ଶିକ୍ଷକ ଚୁକ୍ତିଭିତ୍ତିକ(କଣ୍ଟ୍ରାକଚୁଆଲ୍‍) ପ୍ରକ୍ରିୟାରେ ନିଯୁକ୍ତ ହୋଇଥିଲେ। ତେବେ ଆହୁରି ୧୪୭ ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ନିର୍ଦ୍ଦେଶାଳୟ କହିଛି। ଶିକ୍ଷାନୁଷ୍ଠାନଗୁଡ଼ିକରୁ ନକଲି ଶିକ୍ଷକଙ୍କୁ ମୂଳପୋଛ କରିବା ପାଇଁ ପ୍ରୟାସ ଜାରି ରହିଥିବା ବିଭାଗ ଦର୍ଶାଇଛି।

ଚିନ୍ତା ବଢ଼ାଇଲେଣି ନକଲି ଶିକ୍ଷକ
ଭୁବନେଶ୍ୱର : ବିଭିନ୍ନ ଜିଲ୍ଲାରେ ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି କରୁଥିବା ନେଇ ଅଭିଯୋଗ ଓ ପ୍ରମାଣ ମିଳିବା ପରେ ଶିକ୍ଷା ବିଭାଗର ଚିନ୍ତା ବଢ଼ିଯାଇଛି। ନକଲି ଶିକ୍ଷକମାନଙ୍କୁ ମୂଳରୁ ଧରିବା ପାଇଁ ଯୋଗ୍ୟତା ପ୍ରମାଣପତ୍ର କଡ଼ାକଡ଼ି ଯାଞ୍ଚ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ େଦଇଛି। ଏହା ସହିତ ଯେଉଁମାନେ ଚାକିରି କରିଥିବେ ସେମାନଙ୍କ ମଧ୍ୟରୁ ନକଲି ଶିକ୍ଷକମାନଙ୍କୁ ଠାବ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ନକଲି ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଛି। ଆସନ୍ତା ୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାସ୍ତରରେ ନକଲି ଶିକ୍ଷକଙ୍କୁ ଠାବ କରିବା ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ ଓ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଅଧିକାରୀମାନେ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣ ପତ୍ର ଓ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଯାଞ୍ଚ କରି ରିପୋର୍ଟ ଦାଖଲ କରିବେ। ସେହିପରି ଶିକ୍ଷକମାନଙ୍କ ଅଧାରକାର୍ଡ଼ ମଧ୍ୟ ଯାଞ୍ଜ କରାଯିବା ସହିତ ପୋର୍ଟାଲରେ ସଂଯୋଗ କରାଯିବ। ଯାଞ୍ଚ ପ୍ରକ୍ରିୟାରେ ବିଗତ ବର୍ଷ ପ୍ରାୟ ୯୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜାଲ୍‍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କିଛି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଆଉ କିଛି ଶିକ୍ଷକଙ୍କ କ୍ଷେତ୍ରରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

ସେହିପରି ଦଶରୁ ଅଧିକ ଶିକ୍ଷକଙ୍କୁ ବିଭାଗ ବିଦା କରିଦେଇଥିବା ବେେଳ ନକଲି ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଅପରପକ୍ଷେ ନିଯୁକ୍ତି ପାଇଁ କିଛି ଶିକ୍ଷକ ‘ଓଟିଇଟି’ ଏବଂ ‘ଓଏସଟିଇଟି’ରେ ଉତ୍ତୀର୍ଣ୍ଣ ହୋଇଥିବାନେଇ ଜାଲ୍‍ ପ୍ରମାଣପତ୍ର ମଧ୍ୟ ଦାଖଲ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟତଃ ପ୍ରାଥମିକ ସ୍କୁଲଗୁଡ଼ିକରେ ଅଧିକ ସଂଖ୍ୟକ ଜାଲ୍‍ ଶିକ୍ଷକ ନିଯୁକ୍ତ ହୋଇଥିବା ଅଭିଯୋଗ ହେଉଛି। ଚଳିତ ମାସ ଶେଷ ସୁଦ୍ଧା ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ସାରି ନିର୍ଦ୍ଦେଶାଳୟ ନିକଟରେ ତଥ୍ୟ ଦାଖଲ କରିବା ଲାଗି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଡିଇଓ ଏବଂ ବିଇଓମାନଙ୍କୁ ନିର୍ଦ୍ଦେଶ ହୋଇଛି।

ବିଶେଷତଃ ବାଲେଶ୍ୱର, ସୁନ୍ଦରଗଡ଼, ଗଞ୍ଜାମ, ଭଦ୍ରକ, ଯାଜପୁର, କଟକ, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, ନବରଙ୍ଗପୁର, ମୟୁରଭଞ୍ଜ, ରାୟଗଡ଼ା, ପୁରୀ, ଗଜପତି ସମ୍ବଲପୁର ଆଦି୨୩ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତ୍ୱରିତ ଯାଞ୍ଚ ପ୍ରକ୍ରିୟା ସାରିବା ସହିତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଥ୍ୟ ଦାଖଲ ନ କଲେ ସମ୍ପୃକ୍ତ ଜିଲ୍ଲାର ଡିଇଓ, ପ୍ରକଳ୍ପ ସଂଯୋଜକ ଓ ବିଇଓଙ୍କ ଦରମା ବନ୍ଦ କରି ଦିଆଯିବ ବୋଲି ମଧ୍ୟ ନିର୍ଦ୍ଦେଶାଳୟ ଚେତାବନୀ ଦେଇଛି। ଏ ସମ୍ପର୍କରେ ସୂଚନା ଦେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆୟର କହିଛନ୍ତି ଯେ, ଜିଲ୍ଲା ଓ ବ୍ଲକ ସ୍ତରରେ ଶିକ୍ଷକଙ୍କ ପ୍ରମାଣ ପତ୍ର ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଇଛି।