Desh Bandhu - The Sakala

‘କେବିସି-୧୩’ରେ ଭାଗନେବା ଦେଶବନ୍ଧୁଙ୍କୁ ପଡ଼ିଲା ମହଙ୍ଗା
ଟେଲିଭିଜନ ଦୁନିଆର ଲୋକପ୍ରିୟ କୁଇଜ୍ ଶୋ ‘କୌନ ବନେଗା କରୋଡପତି’ର ସିଜିନ୍‌-୧୩ ନିକଟରେ ଆରମ୍ଭ ହୋଇଛି। ଏହି ଶୋ’ ଏବେ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଛି। କେବିସିରେ ଭାଗ ନେଇ ଅନେକ ଲୋକଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଛି। କିନ୍ତୁ ନିକଟରେ ଏହି ଶୋ’ରେ ରେଲୱେ କର୍ମଚାରୀ ଦେଶବନ୍ଧୁ ପାଣ୍ଡେ ଅଂଶଗ୍ରହଣ କରିବା ତାଙ୍କୁ ମହଙ୍ଗା ପଡିଛି। ଶୋ’ରେ ଦେଶବନ୍ଧୁ ମୋଟ ୩,୨୦,୦୦୦ ଟଙ୍କା ଜିତିଛନ୍ତି। ମାତ୍ର ଏହା ପରେ ତାଙ୍କର ଅଡୁଆ ବଢିଯାଇଛି। ରେଲୱେ ପକ୍ଷରୁ ତାଙ୍କୁ ଚାର୍ଜସିଟ୍ ଜାରି କରାଯାଇଛି।

ସୂଚନା ଅନୁଯାୟୀ, କୋଟା ରେଲ୍ ମଣ୍ଡଳର ସ୍ଥାନୀୟ ଖରିଦ ଅନୁଭାଗର କାର୍ଯ୍ୟାଳୟ ଅଧୀକ୍ଷକ ଦେଶବନ୍ଧୁ ପାଣ୍ଡେ ତାଙ୍କ ବିବାହର ୨୫ ବର୍ଷ ପୂର୍ତ୍ତି ଅବସରରେ ଶୋ’ର ହଟ୍‌ସିଟ୍‌ରେ ବସି ବହୁତ ଖୁସି ଥିଲେ।  କିନ୍ତୁ ଯେତେବେଳେ ରେଲୱେ ପ୍ରଶାସନ ଦ୍ବାରା ତାଙ୍କୁ ଚାର୍ଜସିଟ୍‌ ଧରାଇ ଦିଆଗଲା ଏଥିରେ ତାଙ୍କୁ ବଡ଼ ଝଟ୍‌କା ଲାଗିଛି। କେବିସି ପାଇଁ ଦେଶବନ୍ଧୁ ଅଗଷ୍ଟ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ରହିଥିଲେ। ନିଜ ଛୁଟି ପାଇଁ ଦେଶବନ୍ଧୁ ରେଲୱେ ଅଧିକାରୀଙ୍କୁ ମଧ୍ୟ ସୂଚନା ଦେଇଥଲେ। କିନ୍ତୁ ଏବେ କୁହାଯାଉଛି ଯେ, ତାଙ୍କ ଆବେଦନ ଉପରେ ବିଚାର କରାଯାଇ ନଥିଲା। ଫଳସ୍ବରୂପ ବିନା ଅନୁମତିରେ ଛୁଟି ନେଇଥିବା ଅଭିଯୋଗରେ ଦେଶବନ୍ଧୁଙ୍କୁ ରେଲୱେ ପ୍ରଶାସନ ଦ୍ବାରା ଚାର୍ଜସିଟ୍ ଧରାଇ ଦିଆଯାଇଛି।

କେବଳ ସେତିକି ନୁହେଁ, ତାଙ୍କର ଦରମା ବୃଦ୍ଧି ତିନି ବର୍ଷ ପାଇଁ ରୋକି ଦିଆଯାଇଛି। ଏକଥା ନିଜେ ଦେଶବନ୍ଧୁ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି। ଏବେ ରେଲୱେ କର୍ମଚାରୀ ସଂଗଠନଗୁଡ଼ିକ ଦେଶବନ୍ଧୁଙ୍କୁ ସମର୍ଥନ କରୁଥିବା ଜଣାଯାଇଛି। ରେଲୱେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଅନେକ ଶ୍ରମିକ ସଂଗଠନ ବିରୋଧ କରୁଥିବା ଜଣାପଡିଛି। ଏଠାରେ ପ୍ରକାଶ ଥାଉ କି, ଶୋ’ରେ ଦେଶବନ୍ଧୁ ୬,୪୦,୦୦୦ ଟଙ୍କାର ୧୧ତମ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ। ଯାହା ପରେ ତାଙ୍କୁ ୩,୨୦,୦୦୦ ଟଙ୍କାରେ ସନ୍ତୁଷ୍ଟ ହେବାକୁ ପଡିଥିଲା।