Marriage - The Sakala
ବିବାହ ଏକ ସାମାଜିକ ସ୍ୱୀକୃତି। ମଣିଷ ଜାତିର ବଂଶରକ୍ଷାର ଏକ ଶୃଙ୍ଖଳିତ ବିଧି। ଯାହା କାଳ କାଳ ଧରି ଚାଲି ଆସୁଛି। ବିଭିନ୍ନ ଧର୍ମ ତଥା ସମ୍ପ୍ରଦାୟର ବିବାହରେ ଭିନ୍ନ ପରମ୍ପରା ତଥା ରୀତି, ନୀତି ଦେଖିବାକୁ ମିଳେ। ଏ ସମସ୍ତ ପରମ୍ପରାରେ ଲୁଚି ରହିଥାଏ ଗୋଟିଏ ସମ୍ପ୍ରଦାୟର ସାମାଜିକ ଚିନ୍ତାଧାରା ଓ ଆଉ କିଛି ଚିରାଚରିତ ନୀତି ନିୟମ। ଆଧୁନିକର ତାଳେ ତାଳେ ବିବାହର ରୂପ ପରିବର୍ତ୍ତନ ହୋଇଛି। ଆଧୁନିକତାର ଢାଞ୍ଚାରେ ନିଜକୁ ବଦଳାଇ ଭିନ୍ନ ଭିନ୍ନ ଢଙ୍ଗରେ ବିବାହ ଦେଖିବାକୁ ମିଳୁଛି। କିନ୍ତୁ ଆଜି ବି ଅନେକାଂଶରେ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖି ପାରମ୍ପରିକ ଶୈଳୀରେ ବିବାହ ପ୍ରଥା ଦେଖିବାକୁ ମିଳୁଛି। ଓଡ଼ିଶାରେ ଅନେକ ପ୍ରକାର ଆଦିମ ଜନଜାତି ବସବାସ କରୁଥିବା ବେଳେ, ସେମାନଙ୍କ ମଧ୍ୟରେ ଚୁକ୍ତିଆ ଭୁଞ୍ଜିଆ ଜନଜାତିଙ୍କ ନିଆରା ବିବାହ ପରମ୍ପରାଙ୍କୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା ।
ଚୁକ୍ତିଆ ଭୁଞ୍ଜିଆ ଜନଜାତି ମୁଖ୍ୟତଃ ନୂଆପଡ଼ା ଜିଲ୍ଲାରେ ବାସ କରନ୍ତି। ସେମାନଙ୍କ ସମ୍ପ୍ରଦାୟର ପ୍ରତ୍ୟେକ ଝିଅ ଥରେ ନୁହେଁ ବରଂ ଦୁଇ ଥର ବିବାହ କରନ୍ତି। ଆଦିବାସୀ ସମ୍ପ୍ରଦାୟର ଚୁକ୍ତିଆ ଭୁଞ୍ଜିଆ ଜନଜାତିଙ୍କ ମଧ୍ୟରେ ଏପରି ଏକ ଭିନ୍ନ ଧରଣର ବିବାହ ପ୍ରଥା ଦେଖିବାକୁ ମିଳିଥାଏ। ପୂର୍ବ କାଳରୁ ଜନଜାତି ସଂସ୍କୃତି ଓ ପରମ୍ପରା ସହ ଜଡିତ ଏହି ଭିନ୍ନ ପ୍ରକାରର ବିବାହକୁ ଅତି ଧୁମ ଧାମ ସହ ପାଳନ କରି ଆସୁଛନ୍ତି ଏହି ସମ୍ପ୍ରଦାୟର ଲୋକେ। ସ୍ଥାନୀୟ ଭାଷାରେ ଏହି ବିବାହର ନାମ ହେଉଛି “କଣାବରା” ବା ଅଧା ବିବାହ। କଣାବରା ବା ଅଧା ବିବାହ” ଚୁକ୍ତିଆ ଭୁଞ୍ଜିଆ ଜନଜାତିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା। ଏହା ମୁଖ୍ୟତଃ ବୈଶାଖ ମାସର ବିବାହ ତିଥିରେ ପାଳନ କରାଯାଏ। ଝିଅଟିର ଋତୁସ୍ରାବ ହେବା ପୂର୍ବରୁ ଦଶ ବର୍ଷ ବୟସରେ ନିଜ ପରିବାର ଏବଂ ସମ୍ପ୍ରଦାୟର ଲୋକଙ୍କ ଉପସ୍ଥିତିରେ କଣାବରା ବା ବିବାହ କରାଯାଇଥାଏ। ସାଧାରଣ ବିବାହ ପରି କୌଣସି ପୁଅ ସହ ନୁହେଁ ବରଂ ସମ୍ପୂର୍ଣ୍ଣ ରୀତି ନୀତି ଅନୁସାରେ ଏହି ବିବାହ ଧନୁତୀର ସହ କରାଯାଇଥାଏ। ଏହି ଦିନ ପ୍ରଥମେ ନୂଆ ଧାନର ଚାଉଳକୁ ଚୁନା କରି ବେଦୀରେ ଝୋଟି ଅଙ୍କାଯାଏ। ବାଉଁଶର ପରା, ବାଉଁଶ ବିଛଣା, ବାଉଁଶ ପଙ୍ଖା, ଢ଼ିଙ୍କି କୁଟା କଞ୍ଚା ହଳଦୀ, ମାଟି କଳସ, ତେଲ ଏବଂ ବତୀ ଆଦି ସାମଗ୍ରୀକୁ ରଖାଯାଇ ବିବାହ କର୍ମ ଆରମ୍ଭ କରାଯାଏ।
ପ୍ରଥମ ଦିନ କନ୍ୟାକୁ ବେଦୀ ମଝିରେ ବସାଇ ଦୀପ ଜାଳି ସମସ୍ତେ ସାରା ରାତି ଦେବୀ ବନ୍ଦନା ଗାନ କରନ୍ତି। ସକାଳ ହେଲେ କନ୍ୟାକୁ ଧଳା ଶାଢ଼ି ପିନ୍ଧାଇ ଧରମ ଖଟିଲା ଦିଆଯାଏ। ସେଥିରେ ନାଲି ଫୁଲ, ନାଲି ଫିତା, ଅରୁଆ ଚାଉଳ, କଞ୍ଚା ହଳଦୀ, ଧରମ ଖଟିଲାରେ ଦିଆଯାଇ ମୂଷରରେ କୁଟାଯାଏ। ଏହାପରେ କନ୍ୟାକୁ ଖାଇବା ପାଇଁ ଜଳଖିଆ ଦିଆଯାଇଥାଏ। ସେହିପରି ଭାବେ ବିବାହର ଦ୍ୱିତୀୟ ଦିନରେ ପାରମ୍ପରିକ ଗୀତ, ନୃତ୍ୟ ପରିବେଷଣ ହେବା ସହ ଭୋଜି ଭାତ କରାଯାଇ ଏହି ବିବାହ ଉତ୍ସବ ପାଳନ କରାଯାଇଥାଏ। ପ୍ରାତଃ ସ୍ନାନ ପରେ କନ୍ୟାର ପିଇସୀ ତା’ ମୁଣ୍ଡରେ ସିନ୍ଦୁର ଏବଂ ହଳଦୀ ଲଗାଇ ଦେବା ସହ ଭିଣେଇ ଖଜୁରୀ ପଟରେ ମୋଉଡ଼ ତିଆରି କରି ଧନୁତୀର ଏବଂ କନ୍ୟାର ମୁଣ୍ଡରେ ବାନ୍ଧି ଦେବା ପରେ ଅନୁକୂଳ ଲଗ୍ନରେ ବିବାହ କରାଯାଇଥାଏ।
ଏହି ବିବାହ ଝିଅମାନଙ୍କ ପାଇଁ ଏକ ଶୁଭ ଦିନ ମାନୁଥିବା ହେତୁ, ଏହା ପ୍ରତ୍ୟେକ ଝିଅର ଋତୁସ୍ରାବ ପୂର୍ବରୁ କରାଯାଇଥାଏ। ଯଦି କୌଣସି ଝିଅର ଋତୁସ୍ରାବ ପୂର୍ବରୁ କଣାବରା ବିବାହ ନ କରାଯାଏ, ତେବେ ସେ ପରବର୍ତ୍ତୀ ସମୟରେ ସମ୍ପ୍ରଦାୟ ମଧ୍ୟରେ ବିବାହ କରିପାରିବ ନାହିଁ ବୋଲି ବିଶ୍ୱାସ ରହିଛି। ଯଦିଓ ସେ ମୃତ୍ୟୁବରଣ କରେ, ତେବେ ତାର ପରିବାର ତରଫରୁ କୌଣସି କ୍ରିୟା କର୍ମ କରାଯାଏ ନାହିଁ। ତେଣୁ ଝିଅ ଦଶ ବର୍ଷର ହୋଇଗଲେ ତାର କଣାବରା କରାଯାଇଥାଏ।
ଭୁଞ୍ଜିଆ ସମ୍ପ୍ରଦାୟର ସଂସ୍କୃତି ପରମ୍ପରା ସହ ନିବିଡ଼ ଭାବେ ଜଡିତ ଥିବା ଏହି ଅଧା ବିବାହ ବା କଣାବରା ପ୍ରଥା ପୂର୍ବଜଙ୍କ ସମୟରୁ ଚାଲିଆସୁଛି। ବର୍ତ୍ତମାନ ବିବାହର ରୂପ ବଦଳିଛି, ଢାଞ୍ଚାରେ ପରିବର୍ତ୍ତନ ଆସିଛି, କିନ୍ତୁ ଜନଜାତି ସମ୍ପ୍ରଦାୟରେ ବହୁ ପୁରାତନ ସଂସ୍କୃତି ଓ ପରମ୍ପରା ଉଜ୍ଜୀବିତ ରହିଛି। ପାରମ୍ପରିକ ରୀତିନୀତି ପାଳନ କରିବା ସହ ସେମାନେ ଆଧୁନିକ ସମାଜରେ ସାମିଲ ହୋଇଛନ୍ତି। ବିବାହ ପରେ ମଧ୍ୟ ଝିଅମାନେ ସାଧାରଣ ଭାବେ ପାଠ ପଢିବାଠାରୁ ଆରମ୍ଭ କରି ପ୍ରତ୍ୟେକଟି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଆଧୁନିକତାରେ ପାଦ ଦେଇ ମଧ୍ୟ ସେମାନେ ନିଜର ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।ଏନେଇ ଭୁଞ୍ଜିଆ ସମ୍ପ୍ରଦାୟର ରାମାୟଣ ଭୁଞ୍ଜିଆ କୁହନ୍ତି “ମୋର ମଧ୍ୟ ଛୋଟ ଥିବା ବେଳେ କଣାବରା କରାଯାଇଥିଲା। ଏହି ବିବାହକୁ ଆମ ପରମ୍ପରାରେ ବହୁତ ଶୁଭ ଏବଂ ସ୍ୱତନ୍ତ୍ର ପ୍ରଥା ଭାବେ ଆମେ ମାନିଥାଉ। ଏଥିରେ ଗୋଟିଏ ଝିଅର କୌଣସି ସମସ୍ୟା ହୋଇନଥାଏ। ଆମ ସମ୍ପ୍ରଦାୟରେ ଝିଅମାନେ “ପଢନ୍ତୁ ଓ ଆଗକୁ ବଢନ୍ତୁ” ବୋଲି ଚିନ୍ତା କରି ଆମେ ଝିଅମାନଙ୍କୁ ପାଠ ପଢିବାଠାରୁ ନେଇ ସମସ୍ତ କାମ କରିବା ପାଇଁ ଉତ୍ସାହିତ କରୁଛୁ।
ଏଥର ଦେଶରେ ୪୮ଲକ୍ଷ ବାହାଘର, ହେବ ୬ ଲକ୍ଷ କୋଟିର କାରବାର: କ୍ୟାଟ୍
ନୂଆଦିଲ୍ଲୀ: ଫେଷ୍ଟିଭରେ ଭଲ କାରବାର କରିବା ପରେ ଏବେ ସାରା ଦେଶରେ ବ୍ୟବସାୟୀଙ୍କ ନଜର ବିବାହ ଋତୁ ଉପରେ। ଏଥିପାଇଁ ବଡ଼ ବଡ଼ ବ୍ୟବସାୟୀ ପ୍ରସ୍ତୁତି ବି ଆରମ୍ଭ କରିସାରିଲେଣି। ବିବାହ ଋତୁ ନଭେମ୍ବର ୧୨ରୁ ଆରମ୍ଭ ହୋଇ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ। ଏହି ବିବାହ ଋତୁରେ ଦେଶରେ ପାଖାପାଖି ୪୮ ଲକ୍ଷ ବାହାଘର ହେବ ବୋଲି ଆକଳନ କରାଯାଉଛି। ଯେଉଁଥିରେ ୬ ଲକ୍ଷ କୋଟି ଟଙ୍କାର କାରବାର ଆଶା କରାଯାଉଛି।
ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଟି) ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ରିଟେଲ କ୍ଷେତ୍ର, ଯେଉଁଥିରେ ସେବା ଓ ସାମଗ୍ରୀ ଉଭୟ ସେସବୁରେ ବଡ଼ ଯୋଗଦାନ କରିବେ ବୋଲି ଆକଳନ କରାଯାଇଛି। ଗତବର୍ଷ ଏହି ସମୟରେ ଦେଶରେ ୩୫ ଲକ୍ଷ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରୁ ୪.୨୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଚଳିତଥର ଶୁଭ ବିବାହ ମୂହୁର୍ତ୍ତର ତିଥି ଅଧିକ ଥିବାରୁ ବ୍ୟବସାୟରେ ବେଶ ଭଲ ବୃଦ୍ଧି ଅନୁମାନ କରାଯାଉଛି। ୨୦୨୩ ବିବାହ ଋତୁରେ ମାତ୍ର ୧୧ଟି ବିବାହ ତିଥି ଥିଲା। ହେଲେ ଏ ବର୍ଷ ୧୮ଟି ବିବାହ ତିଥି ରହିଛି। ଏଣୁ ବ୍ୟବସାୟରେ ଢେର ଅଧିକ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଥିରେ କେବଳ ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ୪.୫ ଲକ୍ଷ ବିବାହ ଅନୁଷ୍ଠିତ ହେବ। ଏଥିରୁ ୧.୫ ଲକ୍ଷ କୋଟି ଟଙ୍କାର କାରବାର ଆଶା କରାଯାଉଛି।
ଅକ୍ଟୋବରରେ ବିବାହ କରିବେ ପରିଣୀତି-ରାଘବ
ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଘରେ ଖୁବ୍‌ଶୀଘ୍ର ଶେହନାଇ ବାଜିବାକୁ ଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ ଏଏପି ଏମ୍‌ପି ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବହୁ ଦିନରୁ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି। ବଲିଉଡ ଅଭିନେତ୍ରୀଙ୍କ ସମ୍ପର୍କ ଇଣ୍ଟରନେଟରେ ହିଂସାକାଣ୍ଡ ପରି ବ୍ୟାପିଗଲା, ସେ ରାଘବଙ୍କ ସହ ଥରେ ନୁହେଁ ବରଂ ଅତୀତରେ ଏକାଧିକ ଥର ନଜର ଆସିଥିଲେ। ସେମାନଙ୍କର ବାରମ୍ବାର ସର୍ବସାଧାରଣ ଦୃଶ୍ୟ ଏହି ଗୁଜବକୁ ଇନ୍ଧନ ଯୋଗାଇଲା।
ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ପାରିନୀତିଙ୍କୁ ତାଙ୍କ ରିଙ୍ଗ ଆଙ୍ଗୁଠିରେ ରୂପା ବ୍ୟାଣ୍ଡ ପିନ୍ଧିଥିବାର ନଜର ଆସିଥିଲେ। ଅନେକ ସମୟରେ ଦୁହିଁଙ୍କୁ ଏକାଠି ମଧ୍ୟ ଦେଖିବାକୁ ମିଳିଛି। ତେବେ ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ଏକ ବଡ଼ କଥା ସାମ୍ନାକୁ ଆସିଛି। ନିକଟରେ ପରିଣୀତିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ସେଲିବ୍ରିଟି ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରାଙ୍କ ଘର ବାହାରେ ନଜର ଆସିଥିଲେ। ପୂର୍ବରୁ ରାଘବ ଏବଂ ପରିଣୀତିଙ୍କ ରୋକା ସରିଥିବା ବେଳେ ଚଳିତ ବର୍ଷ ଅକ୍ଟୋବରର ଶେଷ ସୁଦ୍ଧା ସେମାନଙ୍କ ବିବାହ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ
ଚଣ୍ଡିଗଡ଼: ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଗୁରୁବାର ଚଣ୍ଡିଗଡ଼ରେ ବାହାଘର ହେବ । ୪୮ ବର୍ଷୀୟ ମନ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି । ତାଙ୍କୁ ବିବାହ କରିବେ ଡା. ଗୁରପ୍ରୀତ କୌର । ଏହି ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନଙ୍କ ବାସଗୃହରେ ହିଁ ବିବାହ ଉତ୍ସବର ଆୟୋଜନ ହେଉଛି । କେବଳ ପରିବାରଜନ ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ବାହାଘର ହେବ ।
ତେବେ ଭଗୱନ୍ତ ପୂର୍ବରୁ ଇନ୍ଦ୍ରପ୍ରୀତ କୌରଙ୍କୁ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ପରେ ଉଭୟ ୨୦ ମାର୍ଚ୍ଚ ୨୦୧୫ ତାରିଖରେ ଆପୋସ ବୁଝାମଣାରେ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ । ମନ ନିଜ ଆବେଦନରେ କହିଥିଲେ ରାଜନୀତି କାରଣରୁ ସେ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି । ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି  । କୋର୍ଟରୁ ଅନୁମତି ମିଳିବା ପରେ ଉଭୟ ଅଲଗା ହୋଇଯାଇଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ପୁଅ ଦିଲସାନ ମନ (୧୭) ଏବଂ ଝଅ ସିରତ କୌର ମନ (୨୧) ବର୍ତ୍ତମାନ ଆମେରିକାରେ ନିଜ ମା’ଙ୍କ ସହ ରହୁଛନ୍ତି ।
ବିନା ବରରେ ବାହାଘର
ଶୀର୍ଷକ ପଢ଼ି ଆାଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ସତ। ମହାମାରୀ ଯୋଗୁଁ ଦୀର୍ଘ ଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ ମେରିଲ୍ୟାଣ୍ଡର ଅମାଣ୍ଡା ମିସେଲ ଓ ସ୍ୟାମ୍ ଗ୍ରୀନବର୍ଗ । ମାତ୍ର ବିବାହର କିଛିଦିନ ପୂର୍ବରୁ ହଠାତ୍‌ କରୋନାରେ ପୀଡ଼ିତ ହୋଇଥିଲେ ବର ସାମ୍। ତେବେ ଏହା ଦ୍ବାରା ସେମାନଙ୍କ ବିବାହ ଅଟକି ନାହିଁ। ବରଂ ବିନା ବରରେ ବାହା ହୋଇଛନ୍ତି ଅମାଣ୍ଡା। ଯୋଜନା ମୁତାବକ ବିବାହର ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ ହେଁ ସେଥିରେ ସାମିଲ ହୋଇ ପାରିନଥିଲେ ସାମ୍। ତେବେ ସାମ୍‌ଙ୍କ ବଦଳରେ ବିବାହରେ ସ୍ଥାନ ପାଇଥିଲା ତାଙ୍କର କାର୍ଡବୋର୍ଡ କଟ୍‌ଆଉଟ୍। ଯାହାକି ଦେଖିବାକୁ ଅବିକଳ ସାମ୍‌ଙ୍କ ସଦୃଶ। ସାମ୍‌ଙ୍କ କାର୍ଡବୋର୍ଡ କଟ୍‌ଆଉଟ୍‌କୁ ଧରି ଅମାଣ୍ଡା ବିବାହର ସବୁ ରୀତିନୀତି ପାଳନ କରିଥିଲେ। ତେବେ ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାହା ସଭିଁଙ୍କ ଦୃଷ୍ଟିଆକର୍ଷଣ କରିଛି। ଏହା ସହ ଲୋକମାନେ ସାମ୍‌ଙ୍କ କାର୍ଡବୋର୍ଡ କଟ୍‌ଆଉଟ୍‌କୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଯୁବକ ଗିରଫ
ନନ୍ଦନକାନନ : ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅର୍ଜିତ ଜେନା ନାମକ ଜଣେ ୨୪ ବର୍ଷୀୟ ଯୁବକକୁ ସୋମବାର ଇନ୍ଫୋସିଟି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅର୍ଜିତଙ୍କ ଘର ଖୋର୍ଦ୍ଧା ଜିଲ୍ଲା, ବାଲିଅନ୍ତା ଥାନା ଅନ୍ତର୍ଗତ କାକରୁଦ୍ରପୁରରେ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, ଅର୍ଜିତ କ୍ୟାପିଟାଲ ହସପିଟାଲରେ ଅସ୍ଥାୟୀ କର୍ମଚାରୀ ଭାବେ ଡାଟା ଏଣ୍ଟ୍ରି କାର୍ଯ୍ୟ କରୁଥିଲା। ଏନେଇ ସେ ପଟିଆସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରକୁ କୋଭିଡ୍ କାର୍ଯ୍ୟ ପାଇଁ ଆସୁଥିଲା।
ସେଠାରେ ଜୈନିକା ଯୁବତୀ ଅସ୍ଥାୟୀ କର୍ମଚାରୀ ଭାବେ ଡାଟା ଏଣ୍ଟ୍ରି କାର୍ଯ୍ୟ କରୁଥିଲେ। ଅର୍ଜିତଙ୍କ ଏହି ଯିବାଆସିବା ଭିତରେ ୨୦୨୦ ସେପ୍ଟେମ୍ବର ମାସରୁ ଉକ୍ତ ଯୁବତୀ ଓ ଅର୍ଜିତଙ୍କ ମଧ୍ୟରେ ପରିଚୟ ହୋଇଥିଲା । ପରିଚୟରୁ ଧୀରେ ଧୀରେ ଉଭୟ ଉଭୟଙ୍କୁ ପ୍ରେମ କରିବା ଆରମ୍ଭ ହୋଇଥିଲା । ପ୍ରେମ ସମ୍ପର୍କରୁ ଉଭୟଙ୍କ ମଧ୍ୟରେ ଦୈହିକ ସମ୍ପର୍କ ଗଢିଉଠିଲା। ଶେଷରେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଯେତେବେଳେ ଝିଅ ଘରବାଲା ବିବାହ ପ୍ରସ୍ତାବ ନେଇ ଅଜିତଙ୍କ ଘରକୁ ଗଲେ ଅର୍ଜିତ ସେଠାରେ ବିବାହ ହେବାକୁ ମନାକଲା । ଉକ୍ତ ଝିଅଟି ଗତ ୧୦ ତାରିଖରେ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଆଜି ଅର୍ଜିତ କ୍ୟାପିଟାଲ ହସ୍ପିଟାଲ କାର୍ଯ୍ୟକୁ ଆସୁଥିବାବେଳେ ପୁଲିସ ତାକୁ ଗିରଫ କରିଥିଲା ।
ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ
ଭୁବନେଶ୍ୱର : ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ କରୁଛି। ପୁଲିସ ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରିଛି । ମିଳିଥିବା ସୂଚନା ଅନୁସାରେ, ଯୁବତୀ ଜଣଙ୍କ ଘର ପୁରୀ ଅଞ୍ଚଳରେ ହୋଇଥିବା ବେଳେ ସେ କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସଂସ୍ଥାରେ ରହି ଚାକିରି କରୁଥିଲେ।
ଏହି ସମୟରେ ସେହି ଅଫିସରେ କାମ କରୁଥିବା ଜଣେ ଯୁବକଙ୍କ ସହ ତାଙ୍କର ପରିଚିତ ହୋଇଥିଲା। ଯୁବକ ଜଣଙ୍କ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ନିଜ ରୁମ୍‌କୁ ଡାକି ନେଇ ଦୁଷ୍କର୍ମ କରିଥିଲେ । ଏପରିକି ଜବରଦସ୍ତି ମଧ୍ୟ ତାଙ୍କ ଗର୍ଭପାତ କରିଥିବା ମଧ୍ୟ ଥାନାରେ ଯୁବତୀ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଧରିବାକୁ ଚଢଉ ଜାରି ରଖିଛି ।
ବରକୁ ଆସିଲାନି ପଣକିଆ , କନିଆ ଭାଙ୍ଗିଦେଲା ବାହାଘର
ନିଜ ବିବାହକୁ ନେଇ ଯେକୌଣସି ବ୍ୟକ୍ତିଙ୍କ ମଧ୍ୟରେ ଉତ୍ସୁକତା ଦେଥିବାକୁ ମିଳେ। ସମସ୍ତେ ଚାହାଁନ୍ତି ଯେ, ତାଙ୍କ ଜୀବନସାଥୀଙ୍କ ମଧ୍ୟରେ ସମସ୍ତ ଭଲ ଗୁଣ ଭରି ରହିଥାଉ। କିନ୍ତୁ ବେଳେବେଳେ ବର କନ୍ୟାଙ୍କ ମଧ୍ୟରେ ଥିବା ଦୋଷତ୍ରୁଟି ପଦାକୁ ଆସିଲେ ଏହାକୁ ନେଇ ଅନେକ ସମୟରେ ବାହାଘର ଭାଙ୍ଗିଯାଏ। ଏଭଳି ଏକ ଘଟଣା ଦେଥିବାକୁ ମିଳିଛି ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ । ଏଠାରେ ବର ବାହା ନ ହୋଇ ମଣ୍ଡପରୁ ଫେରିଗଲା। ବାହାହେବା ପାଇଁ ଶୋଭାଯାତ୍ରାରେ ବର ଆସିଥିଲା। ଏହି ସମୟ ରେ କନ୍ୟା ଜାଣି ପାରିଲା ଯେ, ସେ ଯାହାକୁ ବାହା ହେବା ପାଇଁ ଯାଉଛି ସେ ନିରକ୍ଷର ଅଟନ୍ତି। ଘଟଣାର ସତ୍ୟାସତ୍ୟ ଜାଣିବା ପରେ କନ୍ୟା ବାହାଘର ମଣ୍ଡପରେ ବରକୁ ଦୁଇକ ପଣିକିଆ କହିବାକୁ କହିଲା।
ଯେତେବେଳେ ବର ଜଣକ ଦୁଇକ ପଣିକିଆ କହି ପାରିଲେ ନାହିଁ ସେତେବେଳେ କନ୍ୟାଜଣକ ତାଙ୍କୁ ସଫାସଫା ବାହା ହେବା ପାଇଁ ମନା କରିଦେଲେ । ଏହାପରେ ବର ଘର ପକ୍ଷରୁ ପାଟିତୁଣ୍ଡ ଆରମ୍ଭ ହୋଇଗଲା। ଅନେକ ବୁଝାଶୁଝା କରିବା ପରେ ମଧ୍ୟ କନ୍ୟା ଯେତେବେଳେ ବାହା ହେବାକୁ ମନା କରିଦେଲା ସେତେବେଳେ ବରକୁ ଖାଲି ହାତରେ ଫେରିବାକୁ ହୋଇଥିଲା। କିନ୍ତୁ ଏହି ଘଟଣା ପାନୱାଡି ପୋଲିସ ଷ୍ଟେସନରେ ପହଞ୍ଚିଗଲା। ଏହି ବିବାଦର ଅନ୍ତ ଘଟାଇବା ପାଇଁ ପୋଲିସ ଉଭୟ ବର ଓ କନ୍ୟାଙ୍କଠାରୁ ଏକ ଆପୋସ ବୁଝାମଣାପତ୍ର ସ୍ୱାକ୍ଷର କରାଇଥିଲା। ସାମାଧାନ ପରେ ବର ପକ୍ଷ ଖାଦ୍ୟ ଏବଂ ଅନ୍ୟାନ୍ୟ ଜିନିଷ ବାବଦରେ କନ୍ୟାଘରକୁ ୪ ଲକ୍ଷ ଟଙ୍କା ଦେଇଥିଲେ। ଏହା ସହିତ ଉଭୟ ପକ୍ଷ ପରସ୍ପରକୁ ଦିଆଯାଇଥିବା ଜିନିଷପତ୍ର ମଧ୍ୟ ଫେରାଇଥିଲେ।
ବାହାଘର ଦିନ ଚାଲିଗଲା କନ୍ୟାର ଜୀବନ
ଲକ୍ଷ୍ନୌ : କରୋନା ମହାମାରୀର ପ୍ରକୋପରୁ ନିସ୍ତାର ନାହିଁ। ଏହି ମହାମାରୀରେ କେତେବେଳେ କାହାର ଜୀବନ ଯାଉଛି ଭାବିଲେ ଦେହ ଥରିଉଠୁଛି। ରାଜନେତାଠୁ ସାମ୍ବାଦିକ ଏବଂ ବାପଠୁ ପୁଅ ସମସ୍ତଙ୍କ ଜୀବନ ନେଉଛି କରୋନା।  ବିବାହ ପୂର୍ବରୁ ବରର ଜୀବନ ଯାଉଛି ତ ଆଉ କେଉଁଠି ବେଦୀରେ ବସିବା ପୂର୍ବରୁ ପ୍ରାଣ ହରାଉଛି କନିଆଁ । ଉତ୍ତରପ୍ରଦେଶର ଜୌନପୁରରେ ଘଟିଛି ଏହିଭଳି ଏକ ହୃଦୟବିଦାରକ ଘଟଣା। ବିବାହ ଦିନ କରୋନାରେ ପ୍ରାଣ ହରାଇଛନ୍ତି କନିଆଁ। ଶୁକ୍ରବାର ଦିନ ବାହା ଘର ଥିବାବେଳେ ବେଦୀକୁ ଯିବା ପୂର୍ବରୁ କନିଆଁଙ୍କ ଜୀବନ ନେଇଛି କରୋନା। ମିଳିଥିବା ସୂଚନାନୁଯାୟୀ, ଯୁବତୀଜଣଙ୍କ କିଛି ଦିନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଯାଇଥିଲେ । ଡ୍ୟୁଟିରେ ଥିବାବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା।
ଜୌନପୁରର ମୋହଲ୍ଲା ଗୁଡହାଇ ନିବାସୀ ସନ୍ତୋଷ ମୋଦନଓ୍ବାଲଙ୍କ ଝିଅ ଜ୍ୟୋତିଙ୍କ ବିବାହ ୩୦ ଏପ୍ରିଲ୍‌ ଅର୍ଥାତ ଆଜି ହେବାର ଥିଲା। ଜ୍ୟୋତି ପେଷାରେ ଜ॥େଣ ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ ଥିଲେ। ମିରଟ୍‌ ଜିଲ୍ଲାରେ ସେ ଚାକିରୀ କରିଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କର ଡ୍ୟୁଟି ପଡ଼ିଥିଲା। ଡ୍ୟୁଟି ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ଖରାପ ହୋଇପଡ଼ିଥିଲା। ମିରଟ୍‌ରେ କରୋନା ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପରେ ତାଙ୍କୁ ୨୮ ଏପ୍ରିଲ୍‌ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିବାର ଲୋକଙ୍କ ଏ ନେଇ ଖବର ମିଳିବା ପରେ ବିବାହ ପ୍ରସ୍ତୁତି ଛାଡ଼ି ସେମାନେ ମିରଟ୍‌ ଦୌଡ଼ିଲେ। ସେଠାରେ ଶୁକ୍ରବାର ଜ୍ୟୋତିଙ୍କ ମୃତ୍ୟୁ ହୋଇଯାଇଛି। ସଂକ୍ରମିତ ଥିବାରୁ ତାଙ୍କ ମୃତଦେହ ପରିବାରକୁ ମିଳିପାରିନାହିଁ। ଦୁଇ ଭଉଣୀଙ୍କ ମଧ୍ୟରେ ଜ୍ୟୋତି ବଡ଼ ଥିଲେ। ତାଙ୍କର ଜଣେ ବଡ଼ ଭାଇ ମଧ୍ୟ ଅଛନ୍ତି। ପରିବାରର ପ୍ରତିପୋଷଣ ଦାୟିତ୍ବ ଜ୍ୟୋତିଙ୍କ ଉପରେ ରହିଥିଲା। ଜ୍ୟୋତିଙ୍କ ବିବାହ ରିମ୍ବା ବାସିନ୍ଦା  ଜଣେ ଅଧ୍ୟାପକଙ୍କ ସହିତ ଠିକ୍‌ ହୋଇଥିଲା।
ଅଧାରେ ରହିଗଲା ବାହାଘର, ବରକୁ ଉଠାଇ ନେଲା ପୁଲିସ
ଭୁବନେଶ୍ୱର: ବର ଆସିଲା ବର ବେଶରେ। ହେଲେ ଅଧରା ରହିଗଲା ବାହାଘର। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁର ସହରର ଝୁପୁଡିପଡା ଅଞ୍ଚଳରେ। ବର ବେଶରେ ବାହା ହେବାକୁ ଆସିଥିବା ଯୁବକକୁ ସୋନପୁର ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ଇଛାପୁର ଗାଁର ଅମଜାତ ଖାଁ ବାହା ହେବା ପାଇଁ ସୋନପୁର ଆସିଥିଲେ। ହେଲେ ତାଙ୍କର ନାଁରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲାଗିଥିଲା। ଏନେଇ ଗତ ୨୭ ତାରିଖରେ ବୋଲଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଯାହାକୁ ଆଧାର କରି ପୁଲିସ ବରକୁ ଉଠାଇ ଉଠାଇ ଆଣି ଥାନାରେ ଅଟକ ରଖିଛି। ଅନ୍ଯପକ୍ଷରେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରର ବାପା।