Fake Certificate - The Sakala

ସମ୍ବଲପୁରକୁ ଲମ୍ବିଛି ନକଲି ସାର୍ଟିଫିକେଟ ଚେର ! ୬ ଆଶାୟୀ ନାଁରେ ଅଭିଯୋଗ
ସମ୍ବଲପୁର: ସମ୍ବଲପୁରକୁ ଲମ୍ବିଛି ନକଲି ସାର୍ଟିଫିକେଟ ଚେର । ଟାଉନଥାନାରେ ୬ ଜଣ ଆଶାୟୀଙ୍କ ନାଁରେ ଅଭିଯୋଗ । ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କ ଅଭିଯୋଗ ଆଧାରରେ ମାମଲା । ମାମଲା ରୁଜୁ କରି ଟାଉନଥାନା ପୋଲିସର ଛାନଭିନ  ଆରମ୍ଭ ।

ସୂଚନା ଅନୁସାରେ, ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ଟି ପଦବୀ ପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ହେଲେ ଏମିତି ୬ଜଣ ବିଭିନ୍ନ ଜିଲ୍ଲାରୁ ଆବେଦନ କରିଛନ୍ତି ଯେଉଁମାନେ ଉତ୍ତରପ୍ରଦେଶରେ ହିନ୍ଦୀ ବୋର୍ଡରେ ପାଠ ପଢିଥିବା କଥା ଉଲ୍ଲେଖ ରହିଛି। ସେଠାରେ ସେମାନଙ୍କ ସାର୍ଟିଫିକେଟରେ ଓଡିଆ ଏକ ବିଷୟ ବୋଲି ଉଲ୍ଲେଖ ରହିଛି। ଯାହା ସନ୍ଦେହ ହେବାରୁ ସମ୍ବଲପୁର ଡାକ ବିଭାଗ ପକ୍ଷରୁ ଟାଉନ ଥାନାରେ ଏତଲା ହୋଇଛି।

ଅନ୍ୟପଟେ ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ ପରେସ ବୁଡେକକୁ ରିମାଣ୍ଡରେ ଆଣି ନକଲି ସାର୍ଟିଫିକେଟର ଅସଲ ତଥ୍ୟ ଖୋଜିଛି କ୍ରାଇମବ୍ରାଞ୍ଚ ଟିମ । ଗତକାଲି ବଲାଙ୍ଗିର ଜାଲ ସାର୍ଟିଫିକେଟ କାରବାରର ୪ ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ ସରିଥିବାବେଳେ ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ । ଫେକ୍ ସାର୍ଟିଫିକେଟ କାରବାରର ଲିଙ୍କ୍ ସହିତ ଆର୍ଥିକ କାରବାରର ଖୋଳତାଡ଼ କରିବାକୁ ପୁଣି ଥରେ ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଗତକାଲି ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲା କ୍ରାଇମବ୍ରାଞ୍ଚ । ୪ଟି ମୂଲ୍ୟବାନ୍ ଜମି ଓ ୧୭ ଲକ୍ଷ ଟଙ୍କା ଜବତ ହୋଇଛି । ଏହା ସହିତ ମନୋଜ ଓ ତା’ର ସ୍ତ୍ରୀ ପୂଜାର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଛି । ମନୋଜ କେଉଁଠି କଳା ଟଙ୍କା ଲଗାଇଛି ସେନେଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ I

ଜାଲ୍‍ ସାର୍ଟିଫିକେଟ ବଳରେ ଚାକିରି ଘଟଣା, ବିଇଓଙ୍କ ଏତଲା ପରେ ଶିକ୍ଷକ ଫେରାର
ବାରିପଦା : ଜାଲ ସାର୍ଟିଫିକେଟରେ ଶିକ୍ଷକତା ପ୍ରମାଣିତ ହେବାର ୧୧ମାସ ବିତିଲାଣି। ବାରମ୍ୱାର ଅଭିଯୋଗ, ଗଣମାଧ୍ୟମରେ ଖବର ପ୍ରକାଶ/ପ୍ରସାରଣ ଓ କ୍ରାଇମବ୍ରାଞ୍ଚର ହସ୍ତକ୍ଷେପ ପରେ ଶେଷରେ ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ଶୁଳିଆପଦା ବିଇଓ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଶୁଳିଆପଦା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ ପାଇଁ ତାଙ୍କ ଘରକୁ ଯାଇ ନିରାଶ ହୋଇ ଫେରିଛି। ପୂର୍ବ ସୂଚନା ପାଇ ଶିକ୍ଷକ ଜଣଙ୍କ ନିଜର ମୋବାଇଲ ବନ୍ଦ ରଖି ଫେରାର ହୋଇଯାଇଛନ୍ତି। ଶିକ୍ଷକ ଜଣଙ୍କ ହେଲେ ଶୁଳିଆପଦା ବ୍ଲକ କାଠଶୀର୍ଷି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ପାତ୍ର। ସେ ନିଜ ନାମରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ସାର୍ଟିଫିକେଟର ବୈଧତା ଯାଞ୍ଚ ପାଇଁ ଶୁଳିଆପଦା ବିଇଓ ଅଫିସ ତରଫରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପଠାଯାଇଥିଲା।

ଯାଞ୍ଚ ପରେ ଏହା ଜାଲ ପ୍ରମାଣିତ ହେବାରୁ ଗତବର୍ଷ ଜୁଲାଇ ୨୨ ତାରିଖରେ ଶୁଳିଆପଦା ବିଇଓ ମାଳତୀ ଟୁଡୁଙ୍କୁ ଚିଠି ମାଧ୍ୟମରେ ବିଶ୍ୱବିଦ୍ୟାଳୟ ତରଫରୁ ଜଣାଇ ଦିଆଯାଇଥିଲା। ଏହାସତ୍ତ୍ବେ ଦୀର୍ଘଦିନ ଧରି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଗତ ୨ମାସ ତଳେ କ୍ରାଇମବ୍ରଞ୍ଚର ଅଧିକାରୀ ବିଇଓଙ୍କୁ ସାକ୍ଷାତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ କରିଥିଲେ। ଏହାପରେ ବାଧ୍ୟ ହୋଇ ବିଭାଗୀୟ ଅଧିକାରୀ କାଠଶୀର୍ଷି ବିଦ୍ୟାଳୟ ଗସ୍ତ କରିଥିଲେ। ଏହାପରେ ମଧ୍ୟ କାର୍ଯ୍ୟାନୁଷ୍ଠାନରେ ବିଳମ୍ୱ ହେବାରୁ ଗଣମାଧ୍ୟମରେ ପୁନର୍ବାର ଖବର ପ୍ରକାଶ/ପ୍ରସାରଣ ହୋଇଥିଲା। ଆହୁରି ବିଳମ୍ୱ ହେଲେ କାଳେ ନିଜେ ଛନ୍ଦି ହୋଇଯିବେ ତେଣୁ ବାଧ୍ୟ ହୋଇ ଗତକାଲି ବିଇଓ ମାଳତୀ ଟୁଡୁ ଶେଷରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ଶୁଳିଆପଦା ଥାନାରେ କେଶ ନଂ ୧୦୬ – ଦଫା ୪୨୦, ୪୬୮ ଓ ୪୭୧ରେ ମାମଲା ରୁଜୁ ହେବା ସହିତ ନକଲି ଶିକ୍ଷକଙ୍କୁ ପୁଲିସ ଖୋଜୁଥିବା ବେଳେ ଏପଟେ ନକଲି ଶିକ୍ଷକ ଜଣଙ୍କ କୌଣସି ପତ୍ତା ମିଳୁନାହିଁ। ଯେକୌଣସି ଉପାୟରେ ନକଲି ଶିକ୍ଷକଙ୍କୁ ଗିରଫ କରିବା ପାଇଁ ପୁଲିସ ତରଫରୁ ଜାଲ ବିଛା ଯାଇଛି। ଖୁବଶୀଘ୍ର ସେ ଗିରଫ ହେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। କେବଳ ନକଲି ଶିକ୍ଷକଙ୍କୁ ଗିରଫ କରିଦେଲେ ଚଳିବ ନାହିଁ, ଜାଲ ସାର୍ଟିଫିକେଟ ଯୋଗାଣକାରୀକୁ ଖୋଜି ବାହାର କରିବା ସହିତ ଏହାର ମୂଳକୁ ଠାବ କରାଗଲେ ସବୁଦିନ ପାଇଁ ଜାଲ ସାର୍ଟିଫିକେଟ କାରବାର ବନ୍ଦ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ଚଳନ୍ତା କାର୍‌ରେ ବିଶ୍ବବିଦ୍ୟାଳୟ ! ଟଙ୍କାଦେଲେ ତତ୍‌କ୍ଷଣାତ୍‌ ମିଳୁଥିଲା ଡିଗ୍ରୀ ସାର୍ଟିଫିକେଟ୍‌, ତିନି ଗିରଫ
ଅଲୱର: ରାଜସ୍ଥାନର ରାସ୍ତାରେ ଚାଲୁଥିଲା ୟୁନିଭର୍ସିଟି। ଏକ କାର ପାଲଟିଥିଲା ଚଳନ୍ତା ବିଶ୍ବବିଦ୍ୟାଳୟ। ଟଙ୍କା ଦେବା ମାତ୍ରେ ମିଳୁଥିଲା ଗ୍ରାଜୁଏସନ ଠାରୁ ନେଇ ଏମସିଏ, ଡିଇଡି, ପଲିଟେକ୍ନିକ ଏବଂ ଲାଇବ୍ରେରିଆନ ପର୍ଯ୍ୟନ୍ତ ଡିପ୍ଲୋମା-ଡିଗ୍ରୀ ପ୍ରମାଣପତ୍ର। ରାଜସ୍ଥାନ ଅଲୱରରୁ ଏପରି ବେଆଇନ କାର୍ଯ୍ୟ ଚଲାଇଥିବା ତିନି ଯୁବକ ଗିରଫ ହୋଇଛନ୍ତି। ଅଲୱର ଏନଇବି ପୁଲିସ ଶନିବାର ଶାହଜହାପୁରର ସୁଧୀର କୁମାର ଯାଦବ, ପୂର୍ଣ୍ଣିଆର ସୁଜୀତ କୁମାର ଏବଂ ବିହାର କୃଷ୍ଣା କଲୋନୀର ସଚିନ କୁମାରଙ୍କୁ ଗିରଫ କରିଛି। ସେମାନଙ୍କ କାର୍‌କୁ ମଧ୍ୟ ଜବତ କରାଯାଇଛି। ଏମାନେ ଏ ପର୍ଯ୍ୟନ୍ତ କେତେ ଡିଗ୍ରୀ ପ୍ରମାଣପତ୍ର ଦେଲେଣି ଏବଂ କେତେ ଟଙ୍କା ଆଦାୟ କଲେଣି ତାହାର ଯାଞ୍ଚ ଜାରି ରହିଛି। ଏହି ଚେର ଅନେକ ଘରୋଇ ୟୁନିଭର୍ସିଟିକୁ ଲମ୍ବିଥିବା ଆଶଙ୍କା କରାଯାଉଛି।

ଜବତ କାର୍‌ରୁ ନାମଲେଖା ଫର୍ମଠାରୁ ନେଇ ପରୀକ୍ଷା ପ୍ରଶ୍ନୋତ୍ତର, ଡିଗ୍ରୀ, ଡିପ୍ଲୋମା ସହିତ ଅଧିକାରୀଙ୍କ ମୋହର ମିଳିଛି। ଡାଏରୀରେ ଟଙ୍କା ନେଇ ବଣ୍ଟାଯାଇଥିବା ଡିଗ୍ରୀ ପ୍ରମାଣପତ୍ରର ହିସାବ ରହିଛି। ଗିରଫ ଯୁବକଙ୍କ ଅନୁଯାୟୀ ଅଲୱର ସହିତ ରାଜ୍ୟ ଏବଂ ପ୍ରଦେଶର ଅନେକ ଘରୋଇ ବିଶ୍ବବିଦ୍ୟାଳୟ ସହ ସେମାନଙ୍କର ସହବନ୍ଧନ ରହିଛି। ଡିଗ୍ରୀ ଏବଂ ଡିପ୍ଲୋମା ପ୍ରମାଣପତ୍ର ଦେବା ପରେ ସେମାନେ ସମ୍ବନ୍ଧିତ ବିଶ୍ବବିଦ୍ୟାଳୟକୁ କାଗଜପତ୍ର ପଠାଇଥାନ୍ତି। ରେକର୍ଡ ଅପଡେଟ କରିବା ପାଇଁ ଏପରି କରାଯାଇଥାଏ। ବିଏସ୍‌ସି, ବିବିଏ, ବିକମ୍‌, ପିଜିଡିସିଏ, ଏମସିଏ, ଡିଇଡି, ପଲିଟେକ୍ନିକ ଏବଂ ଲାଇବ୍ରେରିଆନ ସହିତ ଅନେକ ଡିଗ୍ରୀ ଏବଂ ଡିପ୍ଲୋମା ପ୍ରମାଣପତ୍ର ସେମାନେ ଦେଉଥିଲେ। ଟଙ୍କା ଦେବାର କିଛି ସମୟ ପରେ ଉତ୍ତର ଖାତା ପୂରଣ କରିବାକୁ ପଡିଥାଏ। ଜାଲିଆତି ଧରା ନ ପଡିବା ଲାଗି ରେକର୍ଡକୁ ବିଶ୍ବବିଦ୍ୟାଳୟକୁ ପଠଯାଇଥାଏ। ଏମାନେ ପରେ ୟୁନିଭର୍ସିଟିରେ ରେକର୍ଡ ଅପଡେଟ କରୁଥିଲେ। ଏଥିରୁ ଅନେକ ଘରୋଇ ବିଶ୍ବବିଦ୍ୟାଳୟ ସହ ଯୁବକଙ୍କ ଲିଙ୍କ ରହିଛି ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ୟୁନିଭର୍ସିଟିର ୪୩୯ ଉତ୍ତର ଖାତା, ଖାଲିଥିବା ୮୫୦ ଉତ୍ତର ଖାତା, ୯୩ ମାଇଗ୍ରେସନ ପ୍ରମାଣପତ୍ର, ୪୧ କଲେଜ ପ୍ରମାଣ ପତ୍ର, ଟିସି ଏବଂ ୯୧ ମାର୍କସିଟ୍‌, ୨୬ଟି ପ୍ରୋଭିଜନାଲ ସାର୍ଟିଫିକେଟ, ଖାଲିଥିବା ୪ଟି ପ୍ରୋଭିଜନାଲ ସାର୍ଟିଫିକେଟ, ଖାଲିଥିବା ୧୧୮ଟି ମାଇଗ୍ରେସନ ପ୍ରମାଣପତ୍ର, ୨୨ ଫି ରସିଦ, ୧୦ଟି ଏଟିଏମ କାର୍ଡ, ୭ କ୍ରେଡିଟ କାର୍ଡ, ଗୋଟିଏ ଲ୍ୟାପଟପ, ଚୁରୁ ସ୍ଥିତ ଓପିଜେଏସ ୟୁନିଭର୍ସିଟିର ୧୮ଟି ଲେଟର ପ୍ୟାଡ, ୩ଟି ଖାଲି ସତ୍ୟପାଠ, ଏକ ଟାବ୍‌ଲେଟ, ହିସାବ ପତ୍ର ଥିବା ୪ଟି ଡାଏରୀ, ୪ ଷ୍ଟାମ୍ପ ଆଦି ମିଳିଛି।

ଏହା ଜଣାପଡିବା ପରେ ବି ପୁଲିସ ବିଶ୍ବବିଦ୍ୟାଳୟ ଗୁଡିକର ନାମ ପ୍ରଘଟ କରୁନାହିଁ। କେବଳ ଚୁରୁ ସ୍ଥିତ ବିଶ୍ବବିଦ୍ୟାଳୟର ନାମ କହିଛି। ଅଲୱର ସହିତ ଅନ୍ୟ ବିଶ୍ବବିଦ୍ୟାଳୟ ଗୁଡିକର ନାମ ଉଲ୍ଲେଖ କରିବାକୁ ପୁଲିସ ପଛଘୁଞ୍ଚା ଦେଉଛି। ତଦନ୍ତ ଏବେ ଜାରି ରହିଥିବା ଥାନାଧିକାରୀ ସୁରେଶ କୁମାର କହିଛନ୍ତି। ଉତ୍ତରଖାତା ସହିତ ଡିଗ୍ରୀ ଏବଂ ଡିପ୍ଲୋମା ପ୍ରମାଣପତ୍ରରେ ବିଶ୍ବବିଦ୍ୟାଳୟ ଗୁଡିକର ନାମ ରହିଛି। ଏହା ସତ୍ତ୍ବେ ପୁଲିସ ଏ ବିଷୟରେ କୌଣସି ତଥ୍ୟ ଦେଉନାହିଁ। ଏହାକୁ ନେଇ ପୁଲିସ ଉପରେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ତେବେ ଠକାମିର ଶିକାର ନ ହେବାକୁ ପୁଲିସ ଯୁବ ବର୍ଗଙ୍କୁ ପରାମର୍ଶ ଦେଇଛି। ଜାଲ ପ୍ରମାଣପତ୍ର ଦେଇ କରିଥିବା ଚାକିରି ମଧ୍ୟ ଚାଲି ଯାଇଥାଏ ବୋଲି କୁହାଯାଇଛି।

ଜାଲ ସାର୍ଟିଫିକେଟ ଦେଇ କରିଥିଲେ ୧୦ ବର୍ଷ ଚାକିରି, ଯାଞ୍ଚ ପରେ ଧରାପଡିଲେ ପ୍ଲାନିଂ କୋଡ଼ିନେଟର
କେନ୍ଦ୍ରାପଡା: ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରାପଡା ଶିକ୍ଷା ବିଭାଗରେ ଜାଲ ସାର୍ଟିଫିକେଟ ବଳରେ ଚାକିରି କରୁଥିବା ଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି । ସମସ୍ତଙ୍କୁ ଚୂନ ଲଗାଇ ଜାଲ ସାର୍ଟିଫିକେଟରେ ବର୍ଷ ବର୍ଷ ହେବ ଚାକିରି କରିଥିଲେ । ହେଲେ ଉଚ୍ଚ ଶିକ୍ଷା ବିଭାଗ ଅଭିଯୁକ୍ତ ଦାଖଲ କରିଥିବା ସମସ୍ତ ସାର୍ଟିଫିକେଟର ତନତନ ଯାଞ୍ଚ ପରେ ଜାଲିଆତି ଧରାପଡିଗଲା । ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ । ୨୦୧୨ ମସିହାରେ ପ୍ଲାନିଂ କୋଡ଼ିନେଟର ନିଯୁକ୍ତି ପାଇଥିବା ଆଳି ପାତ୍ରପୁର ଅଞ୍ଚଳର ଅଭିଷେକ ପ୍ରଧାନ ଏହିଭଳି ଜାଲିଆତି କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୧୫୪/୨୧ ରୁଜୁ କରିଛି ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଭିଯୋଗ ମୁତାବକ, ୨୦୧୨ ମସିହାରେ ଅଭିଷେକ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିଲେ । ତାଙ୍କୁ ରାଜକନିକା ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ପ୍ଲାନିଂ କୋଡିନେଟରଭାବେ ଅବସ୍ଥାପିତ କରାଯାଇଥିଲା । ଅଭିଷେକ ନିଯୁକ୍ତି ପାଇଥିବା ବେଳେ ସେ ତାଙ୍କର ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯଥା ମାଟ୍ରିକ, ଯୁକ୍ତ ୨(ବିଜ୍ଞାନ), ଯୁକ୍ତ ୩(ବିଜ୍ଞାନ) ଆଉ କମ୍ପ୍ୟୁଟର ପିଜିଡିସିଏ ସାର୍ଟିଫିକେଟ ଦାଖଲ କରିଥିଲେ ।ଦାଖଲ ହୋଇଥିବା ସମସ୍ତ କର୍ମଚାରୀଙ୍କ ସାର୍ଟିଫିକେଟକୁ ଭୁବନେଶ୍ୱର ଷ୍ଟେଟ ପ୍ରୋଜେକ୍ଟ କୋଡ଼ିନେଟରଙ୍କ ନିକଟକୁ ପଠାଯାଇଥିଲା । ଯାଞ୍ଚବେଳେ ଅଭିଷେକଙ୍କ ସାର୍ଟିଫିକେଟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ଅଧିକାରୀମାନେ ଅଭିଷେକଙ୍କ ସାର୍ଟିଫିକେଟକୁ ସିଏଚଏସଇକୁ ପଠାଇଥିଲେ । ଏନେଇ ସିଏଚଏସଇ ପକ୍ଷରୁ ଗତ ମାର୍ଚ୍ଚ ୨୪ ତାରିଖରେ ଅଭିଷେକଙ୍କ ସମସ୍ତ ସାର୍ଟିଫିକେଟ ଜାଲ ବୋଲି କେନ୍ଦ୍ରାପଡା ଶିକ୍ଷା ବିଭାଗକୁ ଏକ ଲିଖିତ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଥିଲା ।

ଜାଲିଆତି ଧରାପଡିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗତ ଜୁନ ୨୪ ତାରିଖରେ ପୁଣିଥରେ ଅଭିଷେକଙ୍କ ସାର୍ଟିଫିକେଟକୁ ଯାଞ୍ଚ ପାଇଁ ସିଏଚଏସଇକୁ ପଠାଗଲା । ସାର୍ଟିଫିକେଟରେ ଥିବା ରୋଲ ନମ୍ବର ସହ ଅଭିଯୁକ୍ତ ନାମର ତାଳମେଳ ରହିଲା ନାହିଁ । ଏନେଇ ସିଏଚଏସଇ ପକ୍ଷରୁ ତାହା ଏକ ଜାଲ ସାର୍ଟିଫିକେଟ ବୋଲି ଲିଖିତ ଭାବେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ଦିଆଗଲା ।ଏହାପରେ ଜିଲ୍ଲାପାଳ ତାଙ୍କୁ ଚାକିରିରୁ ଛଟେଇ କଲେ । ସରକାରୀ ତହବିଲରୁ ଜାଲ ସାର୍ଟିଫିକେଟ ବଳରେ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ଜାଣିଶୁଣି ଜାଲ ସାର୍ଟିଫିକେଟ ଦେଇ ଅନ୍ୟକୁ ଚାକିରିରୁ ବଞ୍ଚିତ କରିଛନ୍ତି । ଏନେଇ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଗିରଫ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପୋଲିସକୁ ନିବେଦନ କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ରେଡ଼ ଆରମ୍ଭ କରିଛି ।ଜଲଦି ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।