KanganaTeam - The Sakala

କଙ୍ଗନା ରାଣାୱତଙ୍କ ପାଇଁ ବଢିଲା ଅଡୁଆ, ୱାରେଣ୍ଟ ଜାରି କଲେ କୋର୍ଟ
ମୁମ୍ବଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ସମସ୍ୟା ବଢୁଥିବା ଜଣାପଡିଛି। ଜାଭେଦ ଅଖତରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ଯ ଦେଇ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ। ମାନହାନୀ ମାମଲାରେ କୋର୍ଟରେ ହାଜର ନ ହେବାରୁ ମୁମ୍ବାଇ ମାଜିଷ୍ଟ୍ରେଟ କୋର୍ଟ ତାଙ୍କ ନାଁରେ ଜାମିନ ଯୁକ୍ତ ୱାରେଣ୍ଟ ଜାରି କରିଛନ୍ତି। ପୂର୍ବରୁ ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିଥିବା ନେଇ ଅଭିଯୋଗ କରିଥିଲେ।

ସୂଚନା ଅନୁଯାୟୀ, ମେଟ୍ରୋପୋଲିଟାନ୍ ମାଜିଷ୍ଟ୍ରେଟ୍ ଆର.ଆର.ଖାନ୍ ଜାଭେଦ ଅଖତରଙ୍କ ଦ୍ୱାରା ଦାୟର କରାଯାଇଥିବା ମାନହାନୀ ମୋକଦ୍ଦମା ମାମଲାରେ ମାର୍ଚ୍ଚ ୧ରେ କୋର୍ଟରେ ହାଜର ହେବା ଲାଗି ସମନ ଜାରି କରିଥିଲେ । ହେଲେ ସେ ଆଜି ଆସି ନ ଥିଲେ । ଗତ ୨୦୨୦ ମସିହା ଡିସେମ୍ବର ମାସରେ ଜାଭେଦଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ଉପରେ ଯାଞ୍ଚ ଲାଗି ଜୁହୁ ପୁଲିସକୁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଥିଲେ ।

କଙ୍ଗନା ରାଣାୱତ ଜାଭେଦ ଅଖତରଙ୍କ ବିରୋଧରେ ମିଥ୍ୟା ବିବୃତ୍ତି ଦେଇଥିବା ଅଭିଯୋଗ ହୋଇଥିଲା। ଜାଭେଦ ଅଖତର କହିଛନ୍ତି ଯେ, କଙ୍ଗନା ଅନେକ ନ୍ୟୁଜ ଚ୍ୟାନେଲକୁ ଯାଇ ତାଙ୍କ ବିରୋଧରେ ମିଥ୍ୟା ବିବୃତ୍ତି ଦେଇଛନ୍ତି। ଯେଉଁଥିପାଇଁ ତାଙ୍କ ଭାବମୂର୍ତ୍ତି ଗଭୀର ଭାବରେ ପ୍ରଭାବିତ ହୋଇଛି ଏଥିପାଇଁ ଜାଭେଦ ଅଖତର ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଗତ ବର୍ଷ ଜୁଲାଇ ୧୯ ତାରିଖରେ କଙ୍ଗନା ଏକ ଟିଭି ସାକ୍ଷାତକାରରେ ଅଖତରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସେ ଅଭିଯାେଗ କରିଥିଲେ । ଏପରିକି କଙ୍ଗନା ତାଙ୍କ ଛବି ବିଗାଡିବା ପାଇଁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଥିଲେ ।