SCB medical - The Sakala
ପୁଣି କଟକ SCB ରେ ଅଘଟଣ, ନନ୍‌ ଟ୍ରମା କେୟାରର କାଜୁଆଲିଟିରେ ନିଆଁ
କଟକ: ପୁଣି କଟକ SCBରେ ଅଗ୍ନିକାଣ୍ଡ । ନନ୍‌ ଟ୍ରମା କେୟାରରେ ଲାଗିଲା ନିଆଁ । ନନ୍‌ ଟ୍ରମା କେୟାରର କାଜୁଆଲିଟିରେ ସର୍ଟସର୍କିଟ୍‌ରୁ ଜଳିଗଲା ଇଲେକ୍ଟ୍ରି ବୋର୍ଡ । ଅଳ୍ପକେ ବର୍ତ୍ତିଲେ ରୋଗୀ । ନନ ଟ୍ରମା କାଜୁଆଲଟିରେ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ । ଧୂଆଁ ବାହାରିବା କାରଣରୁ ସ୍ମୋକ ଡିଟେକ୍ଟର ଅକ୍ଟିଭ ହୋଇ ଯାଇଥିଲା । ସଠିକ ସମୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏକ ପ୍ୟାନେଲ ବୋର୍ଡରେ ସର୍ଟସର୍କିଟ ହୋଇଥିବା ସୂଚନା ମିଳିଛି । ଅଘଟଣ ପୂର୍ବରୁ ଆୟତ କଲେ ଅଗ୍ନିଶମ କର୍ମଚାରୀ ।
ସୂଚନାଯୋଗ୍ୟ, ଗତ ରବିବାର ବିଳମ୍ବିତ ରାତିରେ କଟକ ଏସ୍‌ସିବି ଟ୍ରମା କେୟାର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ । ଅଗ୍ନିକାଣ୍ଡ ଯୋଗୁଁ ୧୨ ଜଣଙ୍କର ଜୀବନ ଯାଇଥିଲା । ତେବେ ବୁଧବାର ନନ୍ ଟ୍ରମା କାଜୁଆଲିଟିରେ ଏଭଳି ସର୍ଟ ସର୍କିଟ୍ ଘଟଣା ପରେ ରୋଗୀମାନେ ଭୟଭୀତ ହୋଇଥିବା ଜଣାପଡିଛି ​​​​​​​।
ଏସ୍‌ସିବିରେ ଅଗ୍ନିକାଣ୍ଡରେ ଆହତ ରୋଗୀଙ୍କୁ ଭେଟିଲେ ନବୀନ
କଟକ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ କଟକ ଯାଇ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ ଏସ୍‌ସିବି ମେଡିକାଲ କଲେଜର ଆଇସିୟୁ ବୁଲି ଦେଖିବା ସହ  ସ୍ଥାନାନ୍ତର ହୋଇଥିବା ଆହତ ରୋଗୀଙ୍କୁ ଭେଟିଛନ୍ତି। ଏହି ସମୟରେ ନବୀନ ସେମାନଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତର ମାନଙ୍କ ସହ ଆଲୋଚନା କରିଛନ୍ତି। କଟକ ବଡ଼ ଡାକ୍ତରଖାନା ପରି  ଦେଶର ଏକ ପ୍ରତିଷ୍ଠିତ  ସ୍ୱାସ୍ଥ୍ୟ ଅନୁଷ୍ଠାନର ଆଇସିୟୁରେ ଏଭଳି ଦୁର୍ଘଟଣାରେ ଶ୍ରୀ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବିରୋଧୀ ଦଳ ନେତାଙ୍କ ସହ କଟକ ମେୟର ସୁବାସ ସିଂଙ୍କ ସମେତ ବିଜେଡିର ନେତୃବର୍ଗ କଟକ ମେଡିକାଲ କଲେଜକୁ ଯାଇଥିଲେ। ସକାଳେ ଦୁର୍ଘଟଟଣା ପରେ ନବୀନ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ। ଗୁରୁତର ଆହତଙ୍କ ଆରୋଗ୍ୟ କାମନା ସହ ସର୍ବୋତମ ଚିକିତ୍ସା ଦାବି କରିଥିଲେ। ଏହାସହିତ କଟକ ମେୟର ଓ ଟାଙ୍ଗୀ ଚୌଦ୍ୱାର ବିଧାୟକଙ୍କୁ ଘଟଣା ସ୍ଥଳରେ ପହଞ୍ଚି ସହାୟତା ଯୋଗାଇବାକୁ ନିର୍ଦେଶ ଦେଇଥିଲେ।
କଟକ ଏସସିବି ମେଡିକାଲ ଛାତରୁ ଅତଡା ଘସି ରୋଗୀ ଆହତ ଘଟଣା: ଆହତଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ
ଭୁବନେଶ୍ୱର: କଟକ ବଡ ମେଡିକାଲ ଛାତରୁ ଏକ ଅତଡା ଖସିବାରୁ ଜଣେ ରୋଗୀ ଆହତ ହୋଇଥିଲେ । ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଜେଡିର ଏକ ପ୍ରତିନିଧି ଦଳ ଆଜି ଏସ.ସି.ବି. ମେଡିକାଲ କଲେଜ ଏବଂ ହସ୍ପିଟାଲ ଗସ୍ତ କରିଥିଲେ । ଏହି ପ୍ରତିନିଧି ଦଳ କଟକର ପୁରୁଣା ଔଷଧ ୱାର୍ଡକୁ ପରିଦର୍ଶନ କରିଥିଲେ । ଛାତରୁ ଅତଡା ପଡି ଆହତ ହୋଇଥିବା ରୋଗୀ ନିମାଇ ଚରଣ ଦାସଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସ୍ଥିତି ସମୀକ୍ଷା କରିଥିଲେ ।
ବିଜୁ ଜନତା ଦଳର ପ୍ରତିନିଧି ଦଳ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଘଟଣାସ୍ଥଳର ପରିସ୍ଥିତି ବିଷୟରେ ଆଲୋଚନା କରି ଗଭୀର ଚିନ୍ତାପ୍ରକାଶ କରିଛନ୍ତି । ଦଳ କହିଛି ଯେ, ସରକାରୀ ହସ୍ପିଟାଲଗୁଡିକରେ ନିୟମିତ ଭାବେ ରକ୍ଷଣାବେକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ହେବା ଆବଶ୍ୟକ, ଏପରି ଦୁର୍ଭାଗ୍ୟଜନକ ଘଟଣା ଆଗାମୀ ଦିନରେ ପୁନରାବୃତ୍ତି ନହେଉ ବୋଲି ଜୋର ଦେଇଥିଲେ ।
ବିଜେଡି ପ୍ରତିନିଧି ଦଳ ଆହୁରି କହିଥିଲା ଯେ, ପ୍ରତ୍ୟେକ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଏବଂ ସ୍ୱାସ୍ଥ୍ୟ ସଂସ୍ଥାଗୁଡିକରେ ଅବହେଳା କେବେ ଗ୍ରହଣୀୟ ନୁହେଁ । ଦଳ ଦାବି କରିଛି ଯେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ତକ୍ରାଳ ପଦକ୍ଷେପ ଗ୍ରହଣ କରି ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଉନ୍ନତ କରିବେ ଏବଂ ରୋଗୀମାନଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବେ ।
ବିଜୁ ଜନତା ଦଳ ଆହତ ରୋଗୀ ଏବଂ ତାଙ୍କ ପରିବାରଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଛି ଏବଂ ରାଜ୍ୟ ସରକାରକୁ ଅତ୍ୟାବଶ୍ୟକ ଚିକିତ୍ସା ସହାୟତା ସହିତ ଯଥୋଚିତ କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରିଛି । ବିଜେଡିର ଏହି ପ୍ରତିନିଧି ଦଳରେ କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ସିଂହ, ମ. ଶାକିଲ୍, ପ୍ରକାଶ ସିଂହ, ତାପସ ମହାନ୍ତି, ସୁଦର୍ଶନ ଜେନା, ଯୁଧିଷ୍ଠିର ବିଶ୍ୱାଳ, ରାଜେନ୍ଦ୍ର ରଣା ଓ ବହୁ ବିଜେଡି କର୍ମୀ ସାମିଲ ଥିଲେ ।
କଟକ ଏସସିବି ମେଡିକାଲରେ ଅଘଟଣ: ଛାତରୁ ସିଲିଂ ଖସି ଜଣେ ରୋଗୀ ଆହତ
କଟକ: କଟକ ଏସସିବି ମେଡିକାଲରେ ଅଘଟଣ । ବଡ଼ ମେଡିକାଲର ଛାତରୁ ଖସିଲା ସିଲିଂ । ପୁରୁଣା ମେଡ଼ିସିନ ୱାର୍ଡ଼ର ଛାତରୁ ସିଲିଂ ଖସି ଜଣେ ରୋଗୀ ଆହତ । ପୁରୁଣା ମେଡ଼ିସିନ ୱାର୍ଡର ପ୍ରଥମ ମହଲାରେ ଘଟିଛି ଏହି ଘଟଣା । ରୋଗୀଙ୍କ ମୁଣ୍ଡରେ ଲାଗିଛି ଆଘାତ । ଘଟଣା ପରେ ଆହତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।
ଏସ୍‌ସିବିରେ ଡାଏଲିସିସ୍‌ ବନ୍ଦ ! ୨ ମାସ ହେବ ମିଳୁନି ପିଡି ଫ୍ଲୁଇଡ୍‌
କଟକ: ଜଟିଳ ବୃକ୍‌କ (କିଡ୍‌ନୀ) ରୋଗରେ ଆକ୍ରାନ୍ତଙ୍କୁ ବଡ଼ ମେଡିକାଲରେ ଡାଏଲିସିସ୍‌ ସେବା ମିଳୁନାହିଁ। ପିଡି ଫ୍ଲୁଇଡ୍‌ ନଥିବାରୁ ନେଫ୍ରୋଲୋଜି ବିଭାଗରେ ଏହି ଚିକିତ୍ସା ବ୍ୟବସ୍ଥା ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଆଜି ୨୧ଜଣ ରୋଗୀ ଏଭଳି ଅଭିଯୋଗ କରି ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଦାବିପତ୍ର ପ୍ରଦାନ କରିଛନ୍ତି। ୭୦ରୁ ଅଧିକ ରୋଗୀ ଏହି ସମସ୍ୟା ଭୋଗୁଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଓଡ଼ିଶା ଷ୍ଟେଟ୍‌ ମେଡିକାଲ କର୍ପୋରେସନ(ଓଏସ୍‌ଏମସି) ପିଡି ଫ୍ଲୁଇଡ୍‌ ଯୋଗାଇବା ବନ୍ଦ କରିଥିବା ବେଳେ ଡିଏମଇଟିଙ୍କ କାର୍ଯ୍ୟାଳୟରୁ ଅର୍ଥ ମଞ୍ଜୁର ନହେବା ଯୋଗୁଁ ବୃକ୍‌କ ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଥିବା ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି। ଏ ସଂପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର୍‌ ଡଃ ଗୌତମ ଶତପଥୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ପ୍ରକାଶଥାଉକି, ବଡ଼ ମେଡିକାଲରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଲାଣି। ଗୋଟିଏ ପରେ ଗୋଟିଏ ବିଭାଗ ଏବେ ରୋଗୀଙ୍କୁ ମୌଳିକ ଚିକିତ୍ସା ଯୋଗାଇଦେବା ନିମନ୍ତେ ମଧ୍ୟ ସରକାରୀ ଅର୍ଥକୁ ଅପେକ୍ଷା କରି ରହୁଛନ୍ତି। ଡାଏଲିସିସ୍‌ ନିମନ୍ତେ ପିଡି ଫ୍ଲୁଇଡ୍‌ର ଆବଶ୍ୟକତା ରହିଛି। ବୃକ୍‌କ ଅକାମୀ ହେବାକୁ ଲାଗିଲେ ଡାଏଲିସିସ୍‌ ଜରିଆରେ ପିଡି ଫ୍ଲୁଇଡ୍‌ ବ୍ୟବହାର ଦ୍ୱାରା ରୋଗୀର ରକ୍ତରୁ ବର୍ଜ୍ୟବସ୍ତୁ ଏବଂ ଅତ୍ୟଧିକ ତରଳ ପଦାର୍ଥ ନିଷ୍କାସନ କରାଯାଇଥାଏ। ଦୀର୍ଘବର୍ଷ ଧରି ଏସ୍‌ସିବିରେ ରୋଗୀଙ୍କୁ ନିଃଶୁଳ୍କରେ ଡାଏଲିସିସ ସେବା ଯୋଗାଇ ଦିଆଯାଉଛି। ଓଏସ୍‌ଏମସି ପକ୍ଷରୁ ପିଡି ଫ୍ଲୁଇଡ୍‌ ଯୋଗାଇ ଦିଆଯାଏ। ନଚେତ୍‌ ଡିଏମଇଟି କାର୍ଯ୍ୟାଳୟରୁ ଆସୁଥିବା ଅନୁଦାନ ଟଙ୍କାରେ ଏସ୍‌ସିବି କର୍ତ୍ତୃପକ୍ଷ ପିଡି ଫ୍ଲୁଇଡ୍‌ କ୍ରୟ କରିଥା’ନ୍ତି। ଏବେ ପିଡି ଫ୍ଲୁଇଡ୍‌ ନଥିବାରୁ ଡାଏଲସିସି ବନ୍ଦ ହୋଇ ଯାଇଥିବା ଅଭିଯୋଗ ଉଠିଛି।
ଭିଜିଲାନ୍ସ ଜାଲରେ ଏସସିବି ମେଡିକାଲ ହେପାଟୋଲୋଜି ବିଭାଗର ଡାଟା ଏଣ୍ଟ୍ରି ଅପରେଟର
କଟକ: ଭିଜିଲାନ୍ସ ଜାଲରେ ଏସସିବି ମେଡିକାଲ ହେପାଟୋଲୋଜି ବିଭାଗର ଡାଟା ଏଣ୍ଟ୍ରି ଅପରେଟର । ଜଣେ ରୋଗୀଙ୍କ ପୁଅ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଏସସିବି ହେପାଟୋଲୋଜି ବିଭାଗର ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ ଧରାପଡିଛନ୍ତି। ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା ଔଷଧ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ସ୍ମୃତି ରଞ୍ଜନଙ୍କୁ ମାଡି ବସିଥିଲା ଭିଜିଲାନ୍ସ ବିଭାଗ ।
ହେପାଟାଇସି-ସିରେ ଆକ୍ରାନ୍ତ ହୋଇ ଜଣେ ରୋଗୀ ହେପାଟୋଲୋଜି ବିଭାଗରେ ଚିକିତ୍ସିତ ହେଉଥିଲେ। ରୋଗୀଙ୍କ ପାଇଁ ଡାକ୍ତର ଲେଖିଥିବା ଔଷଧ ମାଗଣାରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥାଏ। କିନ୍ତୁ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ଏହି ଔଷଧ ପାଇଁ ରୋଗୀଙ୍କ ପୁଅକୁ ୨ ହଜାର ଟଙ୍କା ଦେବାକୁ ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ଔଷଧ ମିଳିବ ନାହିଁ ବୋଲି କହିଥିଲେ। ଏ ସମ୍ପର୍କରେ ରୋଗୀଙ୍କ ପୁଅ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ମୁତାବକ ଆଜି ସ୍ମୃତି ରଞ୍ଜନ ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲେ। ତାଙ୍କ ଠାରୁ ଟଙ୍କା ଜବତ କରିଥିଲା। ସ୍ମୃତି ରଞ୍ଜନଙ୍କୁ ଭିଜିଲାନ୍ସ ଟିମ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପଟେ ସ୍ମୃତି ରଂଜନ ସାହୁଙ୍କ ଦୁଇଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ ।
ଏସସିବି ମେଡିକାଲରେ ଦ୍ୱିତୀୟଥର ପାଇଁ ସଫଳ ହେଲା ଯକୃତ ପ୍ରତିରୋପଣ
କଟକ: କଟକ ଏସସିବି ମେଡିକାଲରେ ସଫଳ ହେଲା ଦ୍ବିତୀୟ ଲିଭର ପ୍ରତିରୋପଣ । ଅସ୍ତ୍ରୋପଚାର ସଫଳ ହୋଇଥିବା ନେଇ ମେଡିକାଲ୍‌ ପକ୍ଷରୁ ସୂଚନା । ହାଇଦ୍ରାବାଦର ୪ ଜଣିଆ ଡାକ୍ତରୀ ଦଳ ସହ ଏସସିବି ଡାକ୍ତରଙ୍କ ମିଳିତ ଟିମ୍ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି। ନୟାଗଡ ଅଂଚଳର ୩୯ ବର୍ଷୀୟ ମାନସ ମୁଦୁଲିଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି । ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି । ଏସସିବି ମେଡିକାଲର ଯକୃତ ପ୍ରତିରୋପଣ ବିଭାଗ ଅସ୍ତ୍ରୋପଚାର କକ୍ଷରେ ଏହି ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି।
ହାଇଦ୍ରାବାଦରୁ ଆସିଥିବା ଡାକ୍ତର ବାଲକ୍ରିଷ୍ଣନ ମେନନ ଓ ସନ୍ତୋଷ ସାହୁଙ୍କ ସମେତ ୯ ଜଣିଆ ଡାକ୍ତରୀ ଦଳ ଏସସିବି ମେଡିକାଲର ଡାକ୍ତର ରାଜେଶ କୁମାର ଦୋରାଙ୍କ ନେତୃତ୍ୱରେ ଏହି ବିରଳ ଅପରେସନ କରିଥିଲେ। ବିଶେଷଜ୍ଞ ଏନେଇ ଖୁସି ପ୍ରକଟ କରିବା ସହିତ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଜଟିଳ ଅସ୍ତ୍ରୋପଚାର ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ଅସ୍ତ୍ରୋପଚାର ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଯକୃତ ପ୍ରତିରୋପଣ ବିଭାଗର ଆଇସିୟୁରେ ରଖାଯାଇଛି। ସମ୍ପୃକ୍ତ ରୋଗୀ ମାନସ ଗତ ୩ ମାସ ହେବ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏସସିବି ମେଡିକାଲରେ ଏହା ଦ୍ଵିତୀୟ ଯକୃତ ପ୍ରତିରୋପଣ। ଗତ ଏପ୍ରିଲ ୩ ତାରିଖରେ କଟକ ତିଗିରିଆର ଜଣେ ରୋଗୀଙ୍କଠାରେ ସଫଳତାର ସହିତ ଯକୃତ ପ୍ରତିରୋପଣ କରାଯାଇଥିଲା।
କଟକ: ରୋଗୀଙ୍କ ଖାଇବା ଖର୍ଚ୍ଚ ତୁଲାଇବାକୁ ନୂଆ ସରକାର ପଛଘୁଞ୍ଚା ଦେଇଛନ୍ତି। ଏସ୍‌‌ସିବି ମେଡିକାଲକୁ ଗତ ମେ’ ମାସରୁ ଆଉ ଟଙ୍କା ଆସିନାହିଁ। ବାରମ୍ବାର ଚିଠି ଲେଖାଯାଉଛି। ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଉଛି। ହେଲେ ଟଙ୍କା ମିଳୁନି। ଇତିମଧ୍ୟରେ ବାକି ଟଙ୍କା ୨ କୋଟି ଟପିଗଲାଣି। ସବୁଦିନ ଏଠାରେ ଚିକିତ୍ସାଧୀନ ହଜାର ହଜାର ରୋଗୀଙ୍କୁ ଶୁଖିଲା ଆଉ ରନ୍ଧା ଖାଦ୍ୟ ଯୋଗାଇ ଦେବା କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସୁଧରେ ଟଙ୍କା ଆଣି ରୋଗୀଙ୍କ ପେଟ ଭରିବାକୁ ଉଦ୍ୟମ କରୁଛି ଠିକାରେ ଦାୟିତ୍ୱ ନେଇଥିବା ଏକ ଘରୋଇ ସଂସ୍ଥା। ଏପରିକି ମାସକୁ ୭୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ଏହି ସଂସ୍ଥା ପାଇଁ କାଠିକର ପାଠ। ଏଣୁ ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନନେଲେ ଆଗାମୀ ଦିନରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିବ। ଏପରି ସମସ୍ୟା ବାବଦରେ ଏସ୍‌‌ସିବି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ ରୂପ ଦେବା ପାଇଁ ନବୀନ ସରକାର ପଥ ପ୍ରସ୍ତୁତ କରିଥିଲେ। ଉନ୍ନତ ଭିତ୍ତିଭୂମି, ଅତ୍ୟାଧୁନିକ ବ୍ୟବସ୍ଥା ସହିତ ରୋଗୀ ସେବା ସରଳୀକରଣ କରିବା ଦିଗରେ ପୂର୍ବ ସରକାର ବିଶେଷ ଗୁରୁତ୍ୱ ଦେଇଥିଲେ। ମାତ୍ର ବିଜେପି ଶାସନ ଭାର ଗ୍ରହଣ କରିବା ପରଠାରୁ ସ୍ୱାସ୍ଥ୍ୟସେବାର ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଏହାର ଏକ ପ୍ରମାଣ ହେଉଛି ଏସ୍‌‌ସିବି ମେଡିକାଲ ପ୍ରତି ଅବହେଳା। ଏଠାରେ ଚିକିତ୍ସାଧୀନ ରୋଗୀଙ୍କ ଖାଇବା ଖର୍ଚ୍ଚ ତୁଲାଇବାରେ ସରକାର ଅଣଦେଖା କରୁଛନ୍ତି। ଗତ ୧୬ ତାରିଖରେ ଠିକା ସଂସ୍ଥା ଏସ୍‌‌ସିବି ଅଧୀକ୍ଷକଙ୍କୁ ଏକ ଚିଠି ଲେଖିଥିଲା। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଏପ୍ରିଲ ୨୧ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରୋଗୀଙ୍କ ଖାଇବା ଖର୍ଚ୍ଚ ବାବଦ ଟଙ୍କା ମିଳି ପାରିନାହିଁ। ଉକ୍ତ ସବୁ ଦିନର ବକେୟା ଟଙ୍କା ହେଉଛି ଏକ କୋଟି ୬୧ ଲକ୍ଷ ୩ ହଜାର ୭୮୦ ଟଙ୍କା। ରୋଷେଇ ନିମନ୍ତେ ଆବଶ୍ୟକ କଞ୍ଚା ମାଲ କିଣିବା, ଷ୍ଟାଫ ମାନଙ୍କୁ ଦରମା ଦେବାରେ ସମସ୍ୟା ହେଉଛି। ଏଣୁ ବକେୟା ଟଙ୍କା ଦେବାକୁ ସଂସ୍ଥା ପକ୍ଷରୁ ନିବେଦନ କରାଯାଇଥିଲା। ଜୁଲାଇ ଶେଷ ହେବାକୁ ଯାଉଥିବା ବେଳେ ଇତିମଧ୍ୟରେ ବକେୟା ଟଙ୍କା ୨ କୋଟି ପାର୍‌‌ ହୋଇ ଗଲାଣି। ଏ ପର୍ଯ୍ୟନ୍ତ ଏସ୍‌‌ସିବି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ନିଦାବିଷ୍ଣୁ ହୋଇ ବସିଛି।
ପ୍ରକାଶଥାଉକି, ଏସ୍‌‌ସିବି ମେଡିକାଲରେ ଶଯ୍ୟା ସଂଖ୍ୟା ପ୍ରାୟ ୨୧୦୦। ଏହାଛଡ଼ା ଅନେକ ରୋଗୀ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି। ଏଣୁ ଦୈନିକ ପ୍ରାୟ ୨୫୦୦ ରୋଗୀଙ୍କ ଖାଇବା ଖର୍ଚ୍ଚ ତୁଲାଇବାକୁ ପଡ଼ୁଛି। ଏକ ହଜାର ରୋଗୀ ରନ୍ଧା ଖାଦ୍ୟ ଗ୍ରହଣ କରୁଛନ୍ତି। ୧୫୦୦ ରୋଗୀଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି। ଦିନକୁ ଦୁଇ ଓଳି ରୋଗୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଏତଦବ୍ୟତୀତ ବିଭିନ୍ନ ରୋଗର ରୋଗୀଙ୍କ ନିମନ୍ତେ ଖାଦ୍ୟର ପ୍ରକାର ମଧ୍ୟ ଭିନ୍ନଭିନ୍ନ। ଶିଶୁ ରୋଗ, ନେଫ୍ରୋଲୋଜି, କାର୍ଡିଓଲୋଜି, ସର୍ଜରୀ ବିଭାଗ ରୋଗୀଙ୍କ ନିମନ୍ତେ ଖାଦ୍ୟ ତାଲିକା ପୃଥକ ରହିଛି। ରୋଗୀଙ୍କୁ ସୁଷମ ଓ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାରେ ସମସ୍ୟା ହେଉଥିବାରୁ କିଛି ମାସ ପୂର୍ବେ ତଥା ନବୀନ ସରକାର ଅମଳରେ ରୋଗୀ ପିଛା ନିର୍ଦ୍ଧାରିତ ଖାଦ୍ୟ ମୂଲ୍ୟକୁ ରାଜ୍ୟ ସରକାର ବୃଦ୍ଧି କରିଥିଲେ। ଜେନେରାଲ ଡାଏଟ୍‌‌ ୧୧୦ଟଙ୍କା, ପେଡ଼ିଆଟ୍ରିକ ଡାଏଟ୍‌‌ ୯୫ଟଙ୍କା, ହାଇପ୍ରୋଟିନ ଡାଏଟ ୧୨୦ଟଙ୍କା, ଡ୍ରାଏ ଡାଏଟ୍‌‌ ୯୫ ଟଙ୍କା ଏବଂ ଲିକ୍ୟୁଡ ଡାଏଟ ୧୧୦ଟଙ୍କା ବୋଲି ନିର୍ଦ୍ଧାରଣ କରିଥିଲେ। ଫଳସ୍ୱରୂପ ରୋଗୀଙ୍କ ଖାଦ୍ୟ ତାଲିବା ବଦଳିବା ସହିତ ତାଲିକାରେ ସାମିଲ ହୋଇଥିଲା ଅନେକ ରକମର ସୁସ୍ୱାଦୁ ଖାଦ୍ୟ। ହେଲେ ଏବେ ସ୍ୱାସ୍ଥ୍ୟ ବିଭାଗ ଟଙ୍କା ଦେଉ ନଥିବାରୁ ରୋଗୀଙ୍କ ଭୋକ ମେଣ୍ଟାଇବାକୁ ନେଇ ସମସ୍ୟା ଉପୁଜିଛି।
ଏସ୍‌‌ସିବିରେ ପ୍ରଥମ ଯକୃତ ପ୍ରତିରୋପଣ ସଫଳ
କଟକ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପୁଣି ଇତିହାସ ରଚିଲା କଟକ ଏସସିବି ବଡ ମେଡିକାଲ । ପ୍ରଥମଥର ନିମନ୍ତେ କଟକ ବଡ଼ ମେଡିକାଲରେ ଯକୃତ ପ୍ରତିରୋପଣ ସଫଳ ହୋଇଛି। ମାସେ ପୂର୍ବେ ଏହି ପ୍ରତିରୋପଣ କରାଯାଇଥିବା ବେଳେ ଯକୃତ ଗ୍ରହଣ କରିଥିବା ବ୍ୟକ୍ତି ଓ ଯକୃତଦାତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେଲାଣି। ଉଭୟଙ୍କୁ ଶନିବାର ଡିସଚାର୍ଜ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ଜଣାଇଛନ୍ତି।
ପ୍ରକାଶ ଥାଉକି, ଗତ ଏପ୍ରିଲ ୩ରେ ଏସ୍‌‌ସିବିରେ ଯକୃତ ପ୍ରତିରୋପଣ ହୋଇଥିଲା। ଏଥିସହ ୧୨ବର୍ଷ ପ୍ରତୀକ୍ଷାର ଅବସାନ ଘଟିଥିଲା। ତିଗିରିଆ ଅଞ୍ଚଳର ୪୫ବର୍ଷୀୟ ଜନୈକ ବ୍ୟକ୍ତିଙ୍କ ଶରୀରରେ ଯକୃତ ପ୍ରତିରୋପଣ କରାଯାଇଥିଲା। ଯକୃତ ପ୍ରତିରୋପଣ ଭଳି ମହଙ୍ଗା ସ୍ୱାସ୍ଥ୍ୟସେବା ଏଠାରେ ସମ୍ପୂର୍ଣ୍ଣ ନିଃଶୁଳ୍କରେ ତାଙ୍କୁ ଯୋଗାଇ ଦିଆଯାଇଥିଲା। ତାଙ୍କ ପତ୍ନୀଙ୍କ ଯକୃତର ଦୁଇ-ତୃତୀୟାଂଶ କାଟି ନିଆଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ହାଇଦ୍ରାବାଦ ଏସିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି (ଏଆଇଜି)ର ୯ଜଣ ଏବଂ ବଡ଼ ମେଡିକାଲର ୧୫ଜଣ ଡାକ୍ତରଙ୍କୁ ମିଶାଇ ମୋଟ୍‌‌ ୨୪ଜଣିଆ ଡାକ୍ତରୀ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏଆଇଜି ଲିଭର୍‌‌ ଟ୍ରାନ୍ସପ୍ଲାଣ୍ଟର ନିର୍ଦ୍ଦେଶକ ତଥା ମୁଖ୍ୟ ପି. ବାଲଚନ୍ଦ୍ରନ ମେନନ୍‌‌ ପ୍ରତିରୋପଣରେ ପ୍ରମୁଖ ଭୂମିକା ତୁଲାଇଥିଲେ।
ସୂଚନା ଅନୁଯାୟୀ, କଟକ ତିଗିରିଆ ଅଞ୍ଚଳରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଗତ ୨ ବର୍ଷ ହେବ ଲିଭର ରୋଗରେ ପୀଡିତ ଥଲେ। ସେ ଏକ ବର୍ଷ ହେବ ଏସସିବିରେ ନିୟମିତ ତାଙ୍କର ଚିକିତ୍ସା କରାଉଥିଲେ। ତେବେ ଲିଭର ସମ୍ପୂର୍ଣ ଖରାପ ହୋଇଯାଇଥିବାରୁ ତାଙ୍କର ପ୍ରତିରୋପଣ ଆବଶ୍ୟକତା ପଡିଥିଲା । ଏଥିପାଇଁ ସେ ମାର୍ଚ୍ଚ ମାସରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆସିଆନ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଲୋଜିର ଅଭିଜ୍ଞ ଡାକ୍ତର ଓ ଏସସିବି ଲିଭର ପ୍ରତିରୋପଣର ଟିମ ଅଫ ଡାକ୍ତର ଅପ୍ରେଲ ୩ରେ ଏହି ବ୍ୟକ୍ତିଙ୍କ ସଫଳ ଲିଭର ପ୍ରତିରୋପଣ କରିଥିଲେ। ତାଙ୍କ ପତ୍ନୀ ଲିଭର ଦାନ କରିଥିଲେ। ଏବେ ସେ ସୁସ୍ଥ ଅଛନ୍ତି। ଆଜି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।
SCBରେ କାର୍ଯ୍ୟରତ ଡ଼ାକ୍ତରଙ୍କ ଉପରେ ଲାଗିଲା ଲଗାମ, କାମରେ ଖିଲାପ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
କଟକ: କଟକ ଏସସିବି ମେଡିକାଲରେ କାର୍ଯ୍ୟରତ ଡ଼ାକ୍ତରଙ୍କ ଉପରେ ଲାଗିଲା ଲଗାମ। ଏଣିକି କାର୍ଯ୍ୟରେ ଖିଲାପ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ୯ ଜଣ ଅଭିଜ୍ଞ ଡ଼ାକ୍ତରଙ୍କୁ ନେଇ ଏକ ଟିମ ଗଠନ ହେଇଛି। ଏହି ଟିମ୍ ପ୍ରତିଦିନ ୱାର୍ଡ, ଓପିଡି, ଆଇସିୟୁରେ ଡାକ୍ତରଙ୍କ ଉପସ୍ଥାନ ଯାଞ୍ଚ କରିବେ। କାର୍ଯ୍ୟରେ ଖିଲାପ କରିଥିବା ଅନେକ ଡ଼ାକ୍ତରଙ୍କୁ ମଧ୍ୟ ମଗାଗଲା କାରଣ ଦର୍ଶାଅ ନୋଟିସ୍।
କଟକ ଏସସିବି ମେଡିକାଲରେ ସଫଳ ହେଲା ବିରଳ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ
କଟକ: କଟକ ବଡ଼ ମେଡିକାଲରେ ପ୍ରଥମ ଥର ପାଇଁ ହେଲା ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି । ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଅଞ୍ଚଳର ୧୯ ବର୍ଷୀୟ ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି  ଏଥିପାଇଁ ଘରୋଇ ହସ୍ପିଟାଲରେ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ମାତ୍ର ୪ ଲକ୍ଷ ଟଙ୍କାରେ ଏପରି ପ୍ରତିରୋପଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଇଛି । ଯାହାଙ୍କ ହ୍ୟୁମାନ ଲ୍ୟୁକୋସାଇଟ୍ ଆଣ୍ଟିଜେନ୍ ବା ଏଚ୍ଏଲ୍ଏ ଅନ୍ୟର ଏଚଏଲଏ ସହ ପ୍ରାୟ ୯୦ ପ୍ରତିଶତ ମେଳ ଖାଉଥିବ ସେକ୍ଷେତ୍ରରେ ହିଁ ପ୍ରତିରୋପଣ ସମ୍ଭବ । ଶୁଭ୍ରାଂଶୁଙ୍କ ଦେହରେ ପ୍ରଭୁଦତ ନାମକ ଜଣେ ବ୍ୟକ୍ତିଙ୍କ ଏଚଏଲଏ ୫୦ ପ୍ରତିଶତ ମେଳ ଖାଉଥିବା ବେଳେ ଏପରି ପ୍ରତିରୋପଣ କରାଯାଇଥିଲା । ପ୍ରତିରୋପଣ ପରେ ଦୁଇ ଜଣ ସୁସ୍ଥ ଥିବା ଜଣାପଡ଼ିଛି ।
ଏସସିବି ମେଡିକାଲର ICU ରେ ବାଜିବ ଭଜନ, ଆଇସିୟୁ ଭିତରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ
କଟକ: କଟକ ଏସସିବି ମେଡିକାଲର ଆଇସିୟୁ ଭିତରେ ବାଜିବ ଭଜନ । ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୨୪ ଘଣ୍ଟା ମ୍ୟୁଜିକ୍‌ ଥେରାପି ଦେବା ପାଇଁ ବାଜିବ ଭଜନ । କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ(ବାଦ୍ୟଯନ୍ତ୍ର ଧ୍ୱନୀ) ବାଜିବ । ଏଭଳି ନିଷ୍ପତ୍ତି ନେଇଛନ୍ତି କଟକ ଏସସିବି ମେଡିକାଲ କର୍ତ୍ତୃପକ୍ଷ। ଏହାଦ୍ବାରା ଉଭୟ ରୋଗୀ ଓ କର୍ମଚାରୀଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ସୃଷ୍ଟି ହେବା ସହ ଆଇସିୟୁ ଭିତରେ ଆଧ୍ୟାତ୍ମିକ ପରିବେଶ ବି ସୃଷ୍ଟି ହେବ । ଆସନ୍ତା ସପ୍ତାହେ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ମେଡିକାଲ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିବା ବେଳେ ଆଗକୁ ସବୁ ବିଭାଗରେ ଏଭଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।
ଯେଉଁମାନେ ମସ୍ତିଷ୍କ ଆଘାତପ୍ରାପ୍ତ କିମ୍ବା ରୋଗ ଆକ୍ରାନ୍ତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥାନ୍ତି ସେମାନଙ୍କର ମସ୍ତିଷ୍କକୁ ଉଜ୍ଜିବୀତ କରିବାକୁ ହେଲେ ଷ୍ଟିମୁଲେଟ କରିବାକୁ ପଡ଼େ । କାନ ଭିତର ଦେଇ ଯେତେବେଳେ ମ୍ୟୁଜିକ ମସ୍ତିଷ୍କକୁ ଯାଇଥାଏ, ସେଠାରେ ସମ୍ବେଦନ ସୃଷ୍ଟି ହୋଇଥାଏ । ଆଉ ଏହି ସମ୍ବେଦନର ପ୍ରଭାବ ସମ୍ପୂର୍ଣ୍ଣ ଶରୀର ଉପରେ ପଡେ ।
ହାଲକା ସାଉଣ୍ଡରେ ମ୍ୟୁଜିକ ସିଷ୍ଟମ ବାଜିବା ଦ୍ବାରା ଆଇସିୟୁରେ ରୋଗୀଙ୍କ ସହ ଏଠାରେ କାମ କରୁଥିବା ଡାକ୍ତର, କର୍ମଚାରୀଙ୍କୁ ମଧ୍ୟ ଚାପ କମ କରିବାରେ ସହାୟକ ହେବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ବର୍ତ୍ତମାନ ଏସସିବିରେ ମେଡ଼ିସିନ, ଟ୍ରମା, ସେଣ୍ଟ୍ରାଲ ଆଇସିୟୁ ଭଳି ୧୦ଟି ବିଭାଗରେ ୨୦୦ରୁ ଅଧିକ ଆଇସିୟୁ ବେଡ଼ ରହିଛି।