Odisha CM Naveen Patnaik - The Sakala
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର:ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭,୪୦୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ, 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା ଉର୍ଦ୍ଦୁ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ରାଜ୍ୟର ବିଭିନ୍ନ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ, ଓ ଉଚ୍ଚ ବିଦ୍ୟାଳୟରେ ଉର୍ଦ୍ଦୁ ବିଷୟକୁ ପ୍ରାଥମିକ ଭାଷା ଭାବେ ଗ୍ରହଣ କରୁଥିବା ୧୦ରୁ ଉର୍ଦ୍ଧ୍ୱ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଉର୍ଦ୍ଦୁ ଶିକ୍ଷକ ଓ ଉର୍ଦ୍ଦୁ ସମ୍ବଳ ଶିକ୍ଷକ  ନିଯୁକ୍ତ କରିଛନ୍ତି । ପୂର୍ବରୁ ସେମାନଙ୍କୁ ମାସିକ ୭,୪୦୦ ଟଙ୍କା ପାରିଶ୍ରମିକ ବାବଦରେ ଦିଆଯାଉଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏଣିକି ସେମାନେ ମାସିକ ୧୫,୦୦୦ ଟଙ୍କା ପାରିଶ୍ରମିକ ପାଇବେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ୪୪ ଜଣ ଉର୍ଦ୍ଦୁ ଶିକ୍ଷକ  ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୪୦ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ଉପକୃତ ହେବେ।
୭୮ ବର୍ଷରେ ନବୀନ: ଓଡ଼ିଶା ପ୍ରଗତିର ଅପ୍ରତିମ ବିନ୍ଧାଣି, ରାଜ୍ୟବାସୀ ତାଙ୍କ ମଥାରେ ଦେଇଛନ୍ତି ଅପରାଜେୟର ବିଜୟ ତିଳକ
କ୍ଷମତା ରାଜନୀତିର ସମ୍ଭ୍ରାନ୍ତ ଅଳିନ୍ଦରେ ଆତଯାତ ହୋଇ ସୁଦ୍ଧା ରାଜନୀତିରୁ ନିରାପଦ ଦୂରତା ଅବଲମ୍ବନ କରୁଥିବା ନବୀନଙ୍କ ପ୍ରତ୍ୟକ୍ଷ ରାଜନୀତିର ପ୍ରବେଶ ପ୍ରସଙ୍ଗ ଏକ ସମୟରେ ଥିଲା ଅକଳ୍ପନୀୟ। ଆକସ୍ମିକ ଭାବରେ ରାଜନୀତିରେ ପ୍ରବେଶ କରିଥିବା ନବୀନ ଇତିମଧ୍ୟରେ ପୂରଣ କରିଛନ୍ତି ରାଜନୈତିକ ଜୀବନର ଅପରାଜେୟ ୨୬ ବର୍ଷ। ଜୀବନର ୭୭ତମ ଶରତ ଅତିକ୍ରମ ସହ ସାରା ଦେଶରେ ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଦୀର୍ଘ ଅବଧି କ୍ଷମତାସୀନ ଜୀବିତ ମୁଖ୍ୟମନ୍ତ୍ରୀ ସୂଚୀରେ ନବୀନ ସମ୍ପ୍ରତି ଦେଶର ଏକମାତ୍ର ନେତା। ସାମାଜିକ ଗଣମାଧ୍ୟମରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଅକଳନ ଏବଂ ଜାତୀୟ ଗଣମାଧ୍ୟମର ଆକଳନ ଅନୁସାରେ ରାଜ୍ୟରେ ସବୁଠୁ ଲୋକପ୍ରିୟ। ରାଜ୍ୟର ୫୫%ରୁ ଊର୍ଦ୍ଧ୍ବ ଭୋଟ ତାଙ୍କ ଦଳ ବିଜେଡି ସପକ୍ଷରେ ଏବଂ ୭୦%ରୁ ଊର୍ଦ୍ଧ୍ବ ଓଡ଼ିଆ ତାଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହାନ୍ତି। ଗତ ୨୬ ବର୍ଷ ଧରି ତାଙ୍କ ଉପରେ ରାଜ୍ୟବାସୀଙ୍କ ପ୍ରଚଣ୍ଡ ଆଶୀର୍ବାଦରେ ଟିକିଏ ବି ଊଣା ହୋଇ ନାହିଁ ଏବଂ ନବୀନ ପୁଣି ଷଷ୍ଠଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି। ଦୂରଦର୍ଶୀ ନେତୃତ୍ୱ ତାଙ୍କୁ କରିଛି ଓଡ଼ିଶା ପ୍ରଗତିର ଅପ୍ରତିମ ବିନ୍ଧାଣି, ଅନ୍ୟପକ୍ଷରେ ରାଜ୍ୟବାସୀ ତାଙ୍କ ମଥାରେ ଦେଇଛନ୍ତି ଅପରାଜେୟର ବିଜୟ ତିଳକ।
ଓଡ଼ିଶା ବିକାଶର ଅଗ୍ରସାରଥୀ ବିଜୁବାବୁ ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନର ସ୍ୱପ୍ନ ଦେଖିଥିଲେ। ମହିଳାଙ୍କୁ ସ୍ୱାବଲମ୍ବୀ, ଯୁବକମାନଙ୍କୁ ଆତ୍ମନିର୍ଭର କରିବା ଲାଗି ସେ ଗ୍ରହଣ କରିଥିଲେ ନୂଆ ପଦକ୍ଷେପ। ତାଙ୍କ ଅବର୍ତ୍ତମାନରେ ବିଜୁଙ୍କ ପଦାଙ୍କ ଅନୁସରଣ କରି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ ଉଜାଗର ଲାଗି ଅଗ୍ରସର ହୋଇଛନ୍ତି ନବୀନ। ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟ ବିରୋଧରେ ନିଜର ନିଷ୍କମ୍ପ ଓ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଅପରପକ୍ଷରେ ଦେଶ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କେନ୍ଦ୍ରକୁ ଦେଇଛନ୍ତି ଅକୁଣ୍ଠ ସମର୍ଥନ। ତୃଣମୂଳସ୍ତରରେ ମିଶନ ଶକ୍ତି ଜରିଆରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରି ସେମାନଙ୍କର ଜୀବନଧାରଣରେ ଉନ୍ନତି ଆଣିବାକୁ ନିଆଯାଇଥିବା ପଦକ୍ଷେପ ସାଙ୍ଗକୁ ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ସୁଯୋଗ ଦେଇ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ। ଚାଷର ଉନ୍ନତି ଓ ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ବଜେଟ୍‌‌ ବୃଦ୍ଧି କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବାର ଗ୍ୟାରେଣ୍ଟି ଦେଇଛନ୍ତି। ପ୍ରଶାସନିକ ଶୃଙ୍ଖଳା, ଦଳୀୟ ଅନୁଶାସନ ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାକୁ ଗୁରୁତ୍ୱ ଦେଇଛନ୍ତି ନବୀନ। ପରିଣତିସ୍ୱରୂପ ଦଳରୁ ବାଦ ପଡ଼ିଛନ୍ତି ବହୁ ବଡ଼ ନେତା, ସରକାରରୁ ବାଦ ପଡ଼ିଛନ୍ତି ବହୁ ମନ୍ତ୍ରୀ, ପ୍ରଶାସନରୁ ବିଦା ହୋଇଛନ୍ତି ଶତାଧିକ ଅଧିକାରୀ। ‘ଆପଣମାନେ ଖୁସି ତ? ମୁଁ ବି ଖୁସି’ର ସ୍ଲୋଗାନ ଦେଇ ନିଜର କୋମଳ ହୃଦୟର ପରିଚୟ ଦେଇଛନ୍ତି। ଲୋକଙ୍କ ଖୁସିରେ ବିଭୋର ହୋଇଛନ୍ତି।
‘ମୋ ସରକାର’ ଓ ‘୫-ଟି’ ନବୀନଙ୍କ ଶାସନର ଦୁଇ ପ୍ରମୁଖ ଦିଗରେ ପରିଣତ ହୋଇଛି। ସାଧାରଣ ସେବାକୁ ଲୋକଙ୍କ ନିକଟତର ହୋଇପାରିଛି। ପ୍ରଶାସନରେ ଆସିଛି ସ୍ୱଚ୍ଛତା, କଠୋର ହୋଇଛି ଦୁର୍ନୀତି ବିରୋଧୀ ଆଭିମୁଖ୍ୟ। ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜ୍ୟର ଧାର୍ମିକ ଓ ଐତିହ୍ୟ ସମ୍ପନ୍ନ ସ୍ଥାନର ବିକାଶ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଧାର୍ମିକ ପୀଠର ଶ୍ରୀବୃଦ୍ଧି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍ୱାସ୍ଥ୍ୟ ସେବାର ବିକାଶ ନିମନ୍ତେ ରାଜ୍ୟରେ ପ୍ରାୟ ଅଧ ଡ଼ଜନ ନୂଆ ଡାକ୍ତରଖାନା ନିର୍ମାଣ କରାଯାଇଛି। ଆହୁରି ଅଧ ଡ଼ଜନେ ମେଡ଼ିକାଲ କଲେଜ ସ୍ଥାପନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ବଡ଼ ଡାକ୍ତରଖାନାକୁ ଏମ୍ସ ପ୍ଲସ ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାପନ ହୋଇଛି ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ। ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନିବେଶକଙ୍କ ପାଇଁ ବିଛା ଯାଇଛି ଲାଲ ଗାଲିଚା, ପରିଣତିସ୍ୱରୂପ ଦେଶର ସବୁଠୁ ଅଧିକ ପୁଞ୍ଜି ଓଡ଼ିଶାକୁ ଆସିବା ରାସ୍ତା ସୁଗମ ହୋଇଛି। ଆଇଟି, ଶିକ୍ଷା, ଆତିଥେୟତା, ସ୍ୱାସ୍ଥ୍ୟ ହବ୍‌‌ ଭାବରେ ସାରା ପୂର୍ବଭାରତରେ ଓଡ଼ିଶା ପରିଚିତି ଲାଭ କରିଛି। ଲୋକଙ୍କ ପାଖରେ ପହଞ୍ଚିଛି ପ୍ରଶାସନ। ସିଏମ୍‌‌ଓ ପ୍ରତ୍ୟେକ ଜିଲ୍ଲା ବୁଲି ଲୋକଙ୍କଠାରୁ ମତାମତ ସଂଗ୍ରହ କରିଛି; ଆପତ୍ତି ଓ ଅଭିଯୋଗ ଗ୍ରହଣ କରିଛି। ଜନ ପ୍ରସ୍ତାବ ଆଧାରରେ ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନାରେ ପ୍ରସ୍ତୁତ ହୋଇଛି ବିକାଶ କାର୍ଯ୍ୟର ସୂଚୀପତ୍ର। ରାଜ୍ୟର ସମୃଦ୍ଧି ନିମନ୍ତେ ଆରମ୍ଭ ହୋଇଛି ‘ଲକ୍ଷ୍ମୀ’ର ଜୟଯାତ୍ରା।
ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନାରେ ନବୀନ ହୋଇଛନ୍ତି ଅପ୍ରତିଦ୍ୱନ୍ଦ୍ୱୀ ମହାଯୋଦ୍ଧା। ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ନବୀନ ଆନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଛନ୍ତି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ନବୀନଙ୍କୁ ପ୍ରଶଂସା କରିଛି। ମହାମାରୀର ଉପଯୁକ୍ତ ପରିଚାଳନା ଓ ଆପଦକାଳରେ ପଶୁପକ୍ଷୀଙ୍କ ନିମନ୍ତେ ଖାଦ୍ୟ ପାନୀୟ ବ୍ୟବସ୍ଥା କରି ଓଡ଼ିଶା ସୃଷ୍ଟି କରିଛି ଅନନ୍ୟ ପରିଚୟ। ଏଥିଲାଗି ‘ପେଟା’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି। କ୍ରୀଡ଼ାର ପରିଚାଳନା ଓ କ୍ରୀଡ଼ା ବିକାଶରେ ନବୀନଙ୍କ ଉଦ୍ୟମ ଓ ଅବଦାନକୁ ସ୍ୱୀକୃତି ଦେଇଛି ସ୍ପୋର୍ଟସଷ୍ଟାର। କ୍ରୀଡ଼ା ବିକାଶରେ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ଭାବରେ ଓଡ଼ିଶାକୁ ମାନ୍ୟତା ମିଳିଛି। କ୍ରୀଡ଼ା ରାଜଧାନୀ ଭାବରେ ଓଡ଼ିଶା ସାରା ଦେଶର ମାନ୍ୟତା ପାଇଛି। ହକିର ପୃଷ୍ଠପୋଷକତା ଦେଶ ପାଇଁ ଆଣିଛି ଅଲିମ୍ପିକ୍ସ ମେଡ଼ାଲ। ଏସିଆଡ଼ରେ ହକିକୁ ମିଳିଛି ସ୍ୱର୍ଣ୍ଣ, ଓଡ଼ିଶାର କ୍ରୀଡ଼ାବିତ୍‌‌ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ରାଜ୍ୟ ତଥା ଦେଶକୁ ଗର୍ବିତ କରିଛନ୍ତି। ଜାତୀୟ ରାଜନୀତିରେ ନବୀନଙ୍କ ଜାଜୁଲ୍ୟମାନ ପ୍ରଭା ଓ ପ୍ରତିଷ୍ଠା ପ୍ରଶଂସିତ ହୋଇଛି। ବିଭିନ୍ନ ସମୟରେ ବିଭିନ୍ନ ଜାତୀୟ ପତ୍ରିକା ଦ୍ୱାରା ସର୍ଭେରେ ସେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ସ୍ୱୀକୃତି ପାଇଛନ୍ତି। ବିଭିନ୍ନ ଜାତୀୟ ଗଣମାଧ୍ୟମ ତାଙ୍କୁ ଦେଇଛି ଦେଶର ଶ୍ରେଷ୍ଠ ପ୍ରଶାସକ ମାନ୍ୟତା। ତାଙ୍କର ବିଭିନ୍ନ ପ୍ରଶାସନିକ ସଂସ୍କାର ଜାତୀୟସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଛି। ଏହା ସହିତ ଆଉଟଲୁକ୍‌‌ ଓ ଇଣ୍ଡିଆ ଟୁଡ଼େ ପରି ଜାତୀୟ ପତ୍ରିକା ଓ ସଙ୍ଗଠନ ପକ୍ଷରୁ ତାଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ, ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ସେଇଥିପାଇଁ ନବୀନ ଭିନ୍ନ, ଅନନ୍ୟ, ଅପ୍ରତିମ, ଅପରାଜେୟ।
ପାଳିବେନି ଜନ୍ମଦିନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିଜର ଜନ୍ମଦିନ ପାଳିବେ ନାହିଁ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ବିୟୋଗ ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମ ଦିବସ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ସୋମବାର ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି।
ବିକାଶର ନୂଆ ସୋପାନରେ ବରଗଡ ଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପଦ୍ମପୁରରେ ୪୮୮ କୋଟି ଟଙ୍କାର ନୂଆ ପ୍ରକଳ୍ପର ଶୁଭାରମ୍ଭ
ଭୁବନେଶ୍ବର : ଓଡିଶାରେ ଆଜି ବିକାଶର ମାର୍ଗ ପ୍ରଶସ୍ତ ହୋଇଛି। ବିକାଶର ଗତି ମଧ୍ୟ କ୍ଷୀପ୍ର ହୋଇଛି। ସବୁଠାରେ ବିକାଶର ପଦଚିହ୍ନ ସୁସ୍ପଷ୍ଟ। କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ, ୫-ଟି ସ୍କୁଲ ରୂପାନ୍ତର, ସ୍ବାସ୍ଥ୍ୟସେବା – ସବୁ କ୍ଷେତ୍ରରେ ଓଡିଶା ଆଜି ବିକାଶର ଏକ ନୂଆସ୍ତରରେ ଅଗ୍ରସର ହେଉଛି।
ଏହି କ୍ରମରେ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସମସ୍ତଙ୍କ ସହଯୋଗରେ ପଦ୍ମପୁର ଅଞ୍ଚଳ ବିକାଶର ଏକ ମଡେଲ ହୋଇପାରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ପଦ୍ମପୁର ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏ ସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ବିକାଶର ଏହି ଧାରା ଆହୁରି ଆଗକୁ ବଢିବ ବୋଲି ମଧ୍ୟ ସେ କହିଛନ୍ତି । ବିକାଶ ହେଉଛି ଆମର ପରିଚୟ। ଚାଷୀ, ମହିଳା, ଯୁବବର୍ଗ ମାନଙ୍କୁ ସଶକ୍ତ କରି ସାରା ଓଡିଶାକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।
ପଦ୍ମପୁର ଓଡିଶାର ଭାତହାଣ୍ଡି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାକୁ ସବୁଠାରୁ ଅଧିକ ଚାଉଳ ପଦ୍ମପୁର ହିଁ ଯୋଗାଇ ଦେଉଛି । ପଦ୍ମପୁରର ଚାଷୀମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କାର ୨୦ଟି ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଥିଲେ । ତା ସହିତ କୃଷି ବଜାର ଭିତ୍ତିଭୂମି ବିକାଶ ପାଇଁ ୧୮ କୋଟି ୪୮ ଲକ୍ଷ ଟଙ୍କାର ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡ଼, ପଦ୍ମପୁର ଅଞ୍ଚଳର ଅନେକ ଚାଷୀ ଏ ପର୍ଯ୍ୟନ୍ତ ଶଷ୍ୟବୀମା ଟଙ୍କା ପାଇନାହାନ୍ତି । ଆପଣ ମାନେ ଜାଣନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭରତ ସରକାରଙ୍କ ଯୋଜନା। ତେଣୁ ଭରତ ସରକାରଙ୍କ ସହ ଆପଣ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ ପାଇଁ ମୁଁ ବାରମ୍ବାର ଚେଷ୍ଟା ଜାରୀ ରଖିଛି ।
ଏହାସହିତ ପଦ୍ମପୁରରେ ଯୋଗାଯୋଗର ବିକାଶ ପାଇଁ ୨୬୦ କୋଟି ଟଙ୍କାରେ ୩୮ଟି ସେତୁ ଓ ୧୩୬ କୋଟି ଟଙ୍କାରେ ୨୫ଟି ରାସ୍ତା କାମର ଶୁଭାରମ୍ଭ କରାଯିବା ସହିତ ୯ କୋଟି ଟଙ୍କାରେ ଗ୍ରାମ୍ୟ ଭିତ୍ତିଭୂମି ପ୍ରକଳ୍ପ, ୬୦ ଲକ୍ଷ ଟଙ୍କାରେ ୪ଟି ଗ୍ରାମୀଣ ବଜାର ଓ ୪ କୋଟି ୨୨ ଲକ୍ଷ ଟଙ୍କାରେ ୧୬ଟି ପୌରାଞ୍ଚଳ ଭିତ୍ତିଭୂମି ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ପ୍ରଭୁ ନୃସିଂହନାଥଙ୍କ ଆଶୀର୍ବାଦ ପଦ୍ମପୁର ମାଟିକୁ ପବିତ୍ର କରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ଥାନୀୟ ଲୋକଙ୍କ ରୋଜଗାର ବଢାଇବା ପାଇଁ ଏ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି। ନୃସିଂହନାଥ ଓ ବେଦ ବରାହ ପୀଠର ବିକାଶ ପାଇଁ ୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ ।
ସେହିପରି ଶିକ୍ଷାର ବିକାଶରେ ୫-ଟି ସ୍କୁଲ ରୂପାନ୍ତର ବିଶେଷ ଭୂମିକା ନେଇଛି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ପଦ୍ମପୁରର ୩୦ଟି ହାଇସ୍କୁଲର ରୂପାନ୍ତର ହୋଇଛି । ଆଉ ୪୪ଟି ପାଇଁ କାମ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।ଏହା ସହିତ ଆଜି ପଦ୍ମପୁର ଅଞ୍ଚଳର ୩ଟି ବ୍ଲକ୍‌ ଓ ସହରାଞ୍ଚଳ ପାଇଁ ୩୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ଏଥିରେ ୨୦ଟି କଲ୍ୟାଣମଣ୍ଡପ ସହିତ ପଞ୍ଚାୟତ ଭବନ, ଗ୍ରାମୀଣ ବଜାର ଓ କମନ୍ ଫାସିଲିଟି ସେଣ୍ଟର କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ  ନିରଞ୍ଚନ ପୂଜାରୀ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଭଟଲୀ ବିଧାୟକ  ଶୁଶାନ୍ତ ସିଂ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଅତାବିରା ବିଧାୟକ  ସ୍ନେହାଙ୍ଗୀନି ଛୁରିଆ ପ୍ରମୁଖ ଯୋଗ ଦେଇ ଓଡିଶାରେ ବିକାଶର ଏକ ନୂଆ ଧାରା ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ। ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ। ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ରାଜ୍ୟରୁ ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରୁ ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା। ଆଜି ଅପରାହ୍ନରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୬.୩୦ର ଘୋଷଣା କରିଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେବା ପରେ ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ। ରାଜ୍ୟ ତହବିଲରୁ ଏନେଇ ଖର୍ଚ୍ଚ ହେବ ୧୩ ଶହ କୋଟି ଟଙ୍କା। ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେବାପରେ ୫-ଟି ଅନୁସାରେ କାମ କରିବା ପାଇଁ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନାଯୋଗ୍ୟ ଆଜି ଅପରାହ୍ନ ୪.୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। ଯେଉଁ ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିଛି। ଏହି ପ୍ରସ୍ତାବ ମଧ୍ୟରେ ସବୁଠୁ ବଡ଼ ଘୋଷଣା ହେଉଛି ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ। ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଚୁକ୍ତି ଭିତ୍ତିକ ନିଯୁକ୍ତି ଯୁଗ ଶେଷ ହେଲା ବୋଲି ନବୀନ୍‌ କହିଛନ୍ତି । ଏଥିସହିତ ବର୍ତ୍ତମାନ ଚାକିରୀରେ ଥିବା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ଅଧିକ ୧୩ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଆସନ୍ତାକାଲି ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।
ଏଠାରେ ଉଲ୍ଲେଖଯୋଗ୍ୟ ଗତ ଗୁରୁବାର ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବା ସହ ଖୁବ୍‌ ଶିଘ୍ର ସେମାନଙ୍କ ନେଇ ବଡ଼ ନିଷ୍ପତ୍ତି ନିଆଯିବ। ଯାହା ମାତ୍ର ଦୁଇ ଦିନ ମଧ୍ୟରେ ବିଚାର କରି ମୁଖ୍ୟମନ୍ତ୍ରୀ ଆଜି ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ତାଙ୍କର ୭୭ତମ ଜନ୍ମ ଦିନ ପୁର୍ବରୁ ରାଜ୍ୟର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ଏହି ଘୋଷଣା କରିବା ସହ ଦୀପାବଳି ଭେଟି ଦେଇଛନ୍ତି।
ଭୁବନେଶ୍ବର : ନିବେଶ ନିମନ୍ତେ ସାରା ଦେଶରେ ଓଡ଼ିଶା ସର୍ବୋତ୍କୃଷ୍ଟ ରାଜ୍ୟ। ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜନେସ କ୍ରମାଙ୍କରେ ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି। ଦକ୍ଷ ମାନବସମ୍ବଳ ସୃଷ୍ଟି ଓ ସହଜ ଶିଳ୍ପ ନୀତି ପ୍ରଣୟନ କ୍ଷେତ୍ରରେ ଦେଶରେ ଓଡ଼ିଶାର ପ୍ରଚେଷ୍ଟା ଅଦ୍ୱିତୀୟ। ଏଥିପାଇଁ ଦେଶ ବିଦେଶର ନିବେଶକମାନେ ଓଡ଼ିଶା ମୁହାଁ ହୋଇଛନ୍ତି। ଏହି କ୍ରମରେ ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭ୍‍ରେ ଯୋଗ ଦେବା ନିମନ୍ତେ ଦେଶର ବଡ଼ବଡ଼ ନିବେଶକ, ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବଡ଼ ବଡ଼ ଶିଳ୍ପପତି ଓ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସନ୍ଧ୍ୟାରେ ମୁମ୍ବାଇରେ ଅନୁଷ୍ଠିତ ନିବେଶକ ସମ୍ମେଳନରେ ଯୋଗଦେଇଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ଗୋଟିଏ ଦିନରେ ଛୋଟ ବଡକୁ ମିଶାଇ ମୋଟ୍ ୧୮ଟି ବୈଠକ କରିଛନ୍ତି ।ବ୍ୟସ୍ତତା ଭିତରେ ବି ଜନସେବା ମାନସିକତା ତାଙ୍କୁ କ୍ଲାନ୍ତ କରିପାରିନଥିଲା। ବେଶ ଉତ୍ସୁକତାର ସହ ମୁଖ୍ୟମନ୍ତ୍ରୀ ଗତକାଲି ଦେଶର ଶିଳ୍ପପତିମାନଙ୍କ ସହ ଆଲୋଚନା କରି ରାଜ୍ୟରେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଉପଲବ୍ଧ ଥିବା ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ।
ଏସବୁ ଭିତରେ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି । କ୍ୟାମେରା ଫ୍ରେମରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଏଥିରେ ରହିଛି ପାଣ୍ଡିଆନଙ୍କ ପ୍ରଶ୍ନ ଓ ନବୀନଙ୍କ ଉତର । ପାଣ୍ଡିଆନ ପଚାରିଛନ୍ତି ଗୋଟିଏ ଦିନରେ ଆପଣ ୧୮ଟି ବୈଠକ କରୁଛନ୍ତି, ଆପଣ କ୍ଲାନ୍ତ ଅନୁଭବ କରୁ ନାହାନ୍ତି କି । ଏହାର ଉତ୍ତରରେ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଲୋକଙ୍କ ପାଇଁ କାମ କରିବା ସମୟରେ କଷ୍ଟ ଅନୁଭବ ହୋଇନଥାଏ । ଆଉ ଏହି ୨୫ ସେକେଣ୍ଡରେ ଭିଡିଓ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।
ସାଧାରଣ ଲୋକଙ୍କ ପାଇଁ ଦିନ ରାତି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛି । ଯିଏ ଦେଖୁଛନ୍ତି ପ୍ରଶଂସା କରୁଛନ୍ତି । ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଏପରି ମଧ୍ୟ ପରିଶ୍ରମ କରିପାରନ୍ତି ଏବଂ ଏତେ ବୟସରେ ମଧ୍ୟ କ୍ଲାନ୍ତ ଅନୁଭବ କରନ୍ତି ନାହିଁ, ତାହା ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଥିବା ଭଲପାଇବା ଏବଂ ଲୋକସେବାର ମାନସିକତାକୁ ଦର୍ଶାଇଛି।
ସାଲିସବିହୀନ ରାଜନେତା, ସୁଦକ୍ଷ ପ୍ରଶାସକ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଅନେକ ସମ୍ମାନ ଓ ସ୍ୱୀକୃତି। ସମର୍ପିତ ସେବା, ଦୃଢ଼ ଶାସନ, ରାଜ୍ୟର ବିକାଶ, ବିପର୍ଯ୍ୟୟ ମୁକାବିଲା, ଖାଦ୍ୟ ନିରାପତ୍ତା, କ୍ରୀଡ଼ା ବିକାଶ, ମହିଳା ସଶକ୍ତିକରଣ, କୃଷିର ଉନ୍ନତି, ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ଯୋଗୁଁ ଦେଶର ବିଭିନ୍ନ ସଂସ୍ଥା, ଜାତୀୟ ଗଣମାଧ୍ୟମ, ମିଳିତ ଜାତିସଂଘ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ପେଟା ଆଦି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଏହିକ୍ରମରେ ସମ୍ମାନ ଓ ସ୍ୱୀକୃତିର ଦୀର୍ଘ ସୂଚୀରେ ଯୋଡ଼ି ହୋଇଛି ଆଉ ଏକ ରତ୍ନ। ଜୀବନବ୍ୟାପୀ ସାଧନା ନିମନ୍ତେ ନୂଆଦିଲ୍ଲୀସ୍ଥିତ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିଛି।
ରାଜନୀତିରେ ପ୍ରବେଶର ୨୫ ବର୍ଷ ଓ ମୁଖ୍ୟମନ୍ତ୍ରୀ ଭାବରେ ୨୨ ବର୍ଷ ପୂରଣ କରିଛନ୍ତି ନବୀନ ପଟ୍ଟନାୟକ। ଶୂନ୍ୟ ରାଜକୋଷ ସାଙ୍ଗକୁ ମହାବାତ୍ୟା ପରବର୍ତ୍ତୀ ଓଡ଼ିଶାର ପୁନର୍ଗଠନ, ଅନାହାର-ଅପୁଷ୍ଟି-କ୍ଷୁଧା ଜର୍ଜରିତ ଓଡ଼ିଶାକୁ ଖାଦ୍ୟ ଯୋଗାଇବାର ଆହ୍ୱାନ ପରି ଅନେକ ପ୍ରତିକୂଳ ପରିସ୍ଥିତିରେ ସେ ଓଡ଼ିଶାର ଶାସନ ମଙ୍ଗ ଧରିଥିଲେ। କେନ୍ଦ୍ରମନ୍ତ୍ରୀ ଭାବରେ ରାଜନୀତିରେ ଥିଲା ମାତ୍ର ଦୁଇ ବର୍ଷର ଅଭିଜ୍ଞତା। ମାତ୍ର ଯେବେଠାରୁ ସେ ଓଡ଼ିଶାର ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ, ସେହିଦିନଠାରୁ ଓଡ଼ିଶାକୁ ଦେଶର ଶୀର୍ଷ ସମୃଦ୍ଧ ରାଜ୍ୟ ଭାବରେ ଗଢ଼ିବା ପାଇଁ ବିଜୁଙ୍କ ସ୍ୱପ୍ନକୁ ପୂରଣ ନିମନ୍ତେ ପ୍ରସ୍ତୁତ କରିଥିଲେ ବିକାଶ ନକ୍ସା। ସମସ୍ତ ପ୍ରତିକୂଳ ପରିସ୍ଥିତି, ବିରୋଧୀଙ୍କ ଅସୂୟା ଓ ଅସହିଷ୍ଣୁତା ସତ୍ତେ୍ୱ ଗତ ୨୨ ବର୍ଷ ଧରି ସେ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟଭାବରେ ଗ୍ରହଣ କରି ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିଛନ୍ତି। ବିକାଶର ରୂପାନ୍ତରଣ ଓଡ଼ିଶାକୁ ନୂଆ ରୂପ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଜାତୀୟସ୍ତରଠାରୁ ଆନ୍ତର୍ଜାତୀୟସ୍ତର ପର୍ଯ୍ୟନ୍ତ ‘ମହାନାୟକ’ର ସ୍ୱୀକୃତି।
ନମ୍ର ନବୀନଙ୍କ ଦୃଢ଼ ନେତୃତ୍ୱ ରାଜ୍ୟ ବିକାଶକୁ ଗତିଶୀଳ କରିଛି। ପ୍ରଶାସନିକ ସଂସ୍କାର ରାଜ୍ୟରେ ଦୁର୍ନୀତି ହ୍ରାସ କରିବାରେ ସକ୍ଷମ ହୋଇଛି, ରାଜ୍ୟବାସୀଙ୍କ ଆର୍ଥିକ ଅଗ୍ରଗତିକୁ ତ୍ୱରାନ୍ୱିତ କରିଛି। ୭୦ ଲକ୍ଷ ମହିଳା ସ୍ୱାବଲମ୍ବନର ପଥ ଦେଖିଛନ୍ତି। ଦୂରଦର୍ଶୀ ପଦକ୍ଷେପ ଯୋଗୁଁ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲାରେ ଓଡ଼ିଶାର ‘ନବୀନ’ ପଦ୍ଧତି ଦେଶରେ ଉଦାହରଣୀୟ ହୋଇଛି। ସୁସ୍ଥ ଓ ସୁଖୀ ଓଡ଼ିଶା ଗଠନ ଲକ୍ଷ୍ୟ, ଶିକ୍ଷାରେ ରୂପାନ୍ତରଣ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ରାଜ୍ୟକୁ ଦେଇଛି ନୂଆ ରୂପ। ଲକ୍ଷ୍ୟଭେଦୀ ଯୋଜନା ରାଜ୍ୟର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାରେ ସକ୍ଷମ ହୋଇଛି।
ଏହି ସବୁ ସତ୍ତେ୍ୱ କ୍ଷମତା ପାଇଁ ନୀତି ଓ ଆଦର୍ଶ ସହ କେବେ ସାଲିସ କରିନାହାନ୍ତି ନବୀନ। ଧର୍ମନିରପେକ୍ଷତା, ଅହିଂସାରେ ବିଶ୍ୱାସ କରୁଥିବା ନବୀନ ଖାସ୍ ଏଇଥିପାଇଁ ୨୦୦୯ ମସିହାରେ ବିଜେପି ମେଣ୍ଟରୁ ନିଜକୁ ଓ ଦଳକୁ ଦୂରେଇ ନେବା ପରି କଠୋର ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ ଜୀବନରେ ସାଧୁତା ଅବଲମ୍ବନ କରୁଥିବା ନବୀନ ସର୍ବଦା ପ୍ରଶାସନିକ ଶୃଙ୍ଖଳା, ଦଳୀୟ ଅନୁଶାସନ ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ପରିଣତିସ୍ୱରୂପ ଦଳରୁ ବାଦ ପଡ଼ିଛନ୍ତି ବହୁ ବଡ଼ ନେତା, ସରକାରରୁ ବାଦ ପଡ଼ିଛନ୍ତି ବହୁ ମନ୍ତ୍ରୀ, ପ୍ରଶାସନରୁ ବିଦା ହୋଇଛନ୍ତି ଶତାଧିକ ଅଧିକାରୀ। ଅନ୍ୟପକ୍ଷରେ ଲୋକଙ୍କ ଖୁସିରେ ବିଭୋର ନବୀନ ଦେଇଛନ୍ତି ଆପଣମାନେ ଖୁସି ତ? ମୁଁ ବି ଖୁସି’ର ସ୍ଲୋଗାନ।
ଲୋକଙ୍କ ସହ ଯୋଡ଼ି ହୋଇ ରହିବା, ଲୋକଙ୍କୁ ଭଲ ପାଇବା ଓ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କୁ ଆହ୍ୱାନ ଦେଇ ଜନତାଙ୍କ ନେତା ଓ ଜନନେତାର ମାନ୍ୟତା ପାଇଛନ୍ତି। ଦଳର ଭୋଟ ହାର ପ୍ରତି ନିର୍ବାଚନରେ ବୃଦ୍ଧି ପାଇବାରେ ଲାଗିଛି। ‘ମୋ ସରକାର’ ଓ ‘୫-ଟି’ ନବୀନଙ୍କ ଶାସନର ଦୁଇ ପ୍ରମୁଖ ଦିଗରେ ପରିଣତ ହୋଇଛି। ଏହାଦ୍ୱାରା ସାଧାରଣ ସେବାକୁ ଲୋକଙ୍କ ନିକଟତର କରାଯାଇପାରିଛି। ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଅଧିକ କଠୋର ହୋଇଛି। ସମ୍ପ୍ରତି ଦାରିଦ୍ର ହ୍ରାସ ନିମନ୍ତେ ଗଭର୍ଣ୍ଣାନ୍ସ ଆଟଲାସ କାର୍ଯ୍ୟକାରୀ କରାଯାଉଛି। ରାଜ୍ୟର ଧାର୍ମିକ ଓ ଐତିହ୍ୟ ସମ୍ପନ୍ନ ସ୍ଥାନର ବିକାଶ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନିବେଶକଙ୍କ ପାଇଁ ବିଛା ଯାଇଛି ଲାଲ ଗାଲିଚା ଆଇଟି, ଶିକ୍ଷା, ଆତିଥେୟତା, ସ୍ୱାସ୍ଥ୍ୟ ହବ୍ ଭାବରେ ସାରା ପୂର୍ବଭାରତରେ ଓଡ଼ିଶା ପରିଚିତି ଲାଭ କରିଛି।
କଠୋର ଶାସନ, କୋମଳ ଜନନୀତି ମଧ୍ୟରେ ନବୀନଙ୍କ ବ୍ୟକ୍ତିତ୍ୱର ଆଉ ଏକ ଦିଗ ହେଉଛି ତାଙ୍କର ଆତିଥେୟତା। ରାଜନୈତିକ ବିଚାରଧାରା, ଆଦର୍ଶ ଓ ମତଭେଦ ସତ୍ୱେ ବ୍ୟକ୍ତିଗତ ସମ୍ପର୍କର ଗୁରୁତ୍ୱ, ରାଜନୀତିରେ ପ୍ରବୀଣତାର ପରିଚୟ ଦେଇଛନ୍ତି। ପୁନଶ୍ଚ ରାଜ୍ୟର ସ୍ୱାର୍ଥ ହାସଲ ପାଇଁ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛନ୍ତି, ପକ୍ଷାନ୍ତରେ ଦେଶର ସ୍ୱାର୍ଥଜନିତ ପ୍ରସଙ୍ଗରେ ନିସର୍ତ୍ତ ସମର୍ଥନ ମଧ୍ୟ ପ୍ରଦାନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନାରେ ନବୀନଙ୍କ ନେତୃତ୍ୱରେ ଓଡ଼ିଶା ଅପ୍ରତିଦ୍ୱନ୍ଦ୍ୱୀ ହୋଇଛି। ଏଥିପାଇଁ ଜାତିସଂଘ ନବୀନଙ୍କୁ ସମ୍ମାନିତ କରିଛି। ମହାମାରୀର ଉପଯୁକ୍ତ ପରିଚାଳନା ଓ ଆପଦକାଳରେ ପଶୁପକ୍ଷୀଙ୍କ ନିମନ୍ତେ ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯିବା ପଦକ୍ଷେପ ପାଇଁ ମିଳିଛି ‘ପେଟା’ ସମ୍ମାନ। କ୍ରୀଡ଼ା ପରିଚାଳନା ଓ କ୍ରୀଡ଼ା ବିକାଶରେ ନବୀନଙ୍କ ଉଦ୍ୟମ ଓ ଅବଦାନକୁ ସ୍ୱୀକୃତି ଦେଇଛି ସ୍ପୋର୍ଟସଷ୍ଟାର। ଖାଦ୍ୟ ସୁରକ୍ଷା ନିମିତ୍ତ ପଦକ୍ଷେପ ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ତାଙ୍କୁ ସମ୍ମାନିତ କରିଛି। ହକି ବିଶ୍ୱକପ୍ ସଫଳତାର ସହ ଆୟୋଜନ ପରେ ହକି ଇଣ୍ଡିଆ ପକ୍ଷରୁ ଏଫଆଇଏଚ୍ ପ୍ରେସିଡ଼େଷ୍ଟ ଆୱାର୍ଡ଼ ପ୍ରଦାନ କରାଯାଇଛି। ଏହା ସହିତ ଆଉଟଲୁକ୍ ଓ ଇଣ୍ଡିଆ ଟୁଡ଼େ ପରି ଜାତୀୟ ପତ୍ରିକା ଓ ସଂଗଠନ ପକ୍ଷରୁ ତାଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ, ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।
‘ଜୀବନବ୍ୟାପୀ ସାଧନା ସମ୍ମାନ’ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ: ଜନସମୁଦ୍ର ମଧ୍ୟରେ ନବୀନଙ୍କୁ ଦିଆଗଲା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ଶେଷ ଭୁବନେଶ୍ବର ଫେରିଛନ୍ତି। ଜନସେବା ଓ ବଳିଷ୍ଠ ନେତୃତ୍ବ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇଛି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ଜନସମୁଦ୍ର ମିଳିଛି। ଏକ ବିରାଟ ପଟୁଆରରେ ବିମାନବନ୍ଦରରୁ ନବୀନ ନିବାସ ଯାଏ ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର ଦଳୀୟ କର୍ମୀ ପାଛୋଟି ନେଇଛନ୍ତି।
ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦଳର ବହୁ କର୍ମୀ, ଦଳୀୟ କର୍ମକର୍ତ୍ତା ଓ ବୁଦ୍ଧିଜୀବ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି। ନାଚ, ଗୀତ, ପାରମ୍ପାରିକ ବାଦ୍ୟରେ ପରିବେଶ କମ୍ପୁଛି। ମୁଖ୍ୟମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦରଛକରେ ଥିବା ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅପର୍ଣ କରିବା ପରେ ନବୀନ ନିବାସ ଅଭିମୂଖେ ଆସିଛନ୍ତି।  ସମ୍ବର୍ଦ୍ଧନା ପରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନିଆଯାଉଛି । ଦଳର ରଜତ ଜୟନ୍ତୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଛି । ଦଳ ମଧ୍ୟରେ ଏକ ଉତ୍ସବ ପରି ପରିବେଶ ସୃଷ୍ଟି ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ରାଜ୍ୟର କୋଣ ଅନୁକୋଣରୁ ବହୁ କର୍ମୀ ଆସିଛନ୍ତି। ଏକାଧିକ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତପୂର୍ବକ ଗୋଟିପୁଅ, ଯୋଡ଼ିଶଙ୍ଖ, ଢେମେସା, ସମ୍ୱଲପୁରୀ ଏବଂ ପାରମ୍ପରିକ ବାଜା ଓ ସଙ୍ଗୀତ ପରିବେଷଣ କରାଯାଉଛି।
ସେପଟେ ଟ୍ରାଫିକ୍ ବ୍ୟବସ୍ଥା ସହ ନିରାପତ୍ତା ବ୍ୟବସ୍ଥାକୁ ପୁରା କଡ଼ାକଡ଼ି କରାଯାଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇଟି ରାସ୍ତାରୁ ଗୋଟେ ରାସ୍ତାରେ ଜନସାଧାରଣଙ୍କ ପାଇଁ ଖୋଲା ରଖାଯାଇଥିବା ବେଳେ.ଆଉ ଗୋଟେ ରାସ୍ତା କର୍ମୀମାନଙ୍କ ପାଇଁ ରହିଛି। ଏଥିଲାଗି ରାଜଧାନୀରେ ୪୦ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୫୦ ଜଣ ପୁଲିସ୍ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରେ ୮ ଅତିରିକ୍ତ ଡିସିପି, ୧୬ ଏସିପି, ୨୫ ଆଇଆଇସି, ୯୦ ଏସ୍ଆଇଙ୍କ ସମେତ ୪୦ପ୍ଲାଟୁନ୍ ପୁଲିସ ଫୋର୍ସ ପୂରା ସହର ଉପରେ ନଜର ରଖିଛନ୍ତି।
କାଲି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ : ବିମାନବନ୍ଦରରେ ଦିଆଯିବ ସ୍ୱାଗତ ସମ୍ବର୍ଦ୍ଧନା, ସାମିଲ ହେବେ ୫୦ ହଜାରରୁ ଅଧିକ ଲୋକ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ଶେଷ କରି ଆସନ୍ତାକାଲି ପୂର୍ବାହ୍ନରେ ଭୁବନେଶ୍ବର ଫେରିବେ। ଜନସେବା ଓ ବଳିଷ୍ଠ ନେତୃତ୍ବ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଜେଡି ପକ୍ଷରୁ ଏକ ବିଶାଳ ସ୍ବାଗତ ଶୋଭାଯାତ୍ରାର ଆୟୋଜନ କରାଯାଉଛି। ଦଳୀୟ ସାଂସଦ, ବିଧାୟକ ଓ ସବୁ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଏଥିପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।
ସୂଚନା ଅନୁସାରେ କାଲି ପୂର୍ବାହ୍ନ ୧୧.୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ଏକ ବିରାଟ ପଟୁଆରରେ ବିମାନବନ୍ଦରରୁ ନବୀନ ନିବାସ ଯାଏ ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର ଦଳୀୟ କର୍ମୀ ପାଛୋଟି ନେବେ। ରାଜ୍ୟର ବିଭିନ୍ନ ଲୋକକଳା ପଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଭୁବନେଶ୍ବର ଆସୁଥିବା ଜଣାପଡିଛି।
ତେବେ ଏହି ସ୍ୱାଗତ ଶୋଭାଯାତ୍ରା ପାଇଁ କମିସନରେଟ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୫୦ ହଜାର ଲୋକ ସ୍ୱାଗତ ପାଇଁ ଆସିବାକୁ ଥିବାବେଳେ ସବୁ ଛକରେ ପୁଲିସ ଫୋର୍ସ ମୁତୟନ ହେବେ ।ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ଓ ଅନ୍ୟ ଯାତ୍ରୀଙ୍କ ଯିବା ଆସିବାରେ ଯେଭଳି କୌଣସି ଅସୁବିଧା ନ ହେବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ୧ ଘଣ୍ଟାର କାର୍ଯ୍ୟକ୍ରମ ଥିବାବେଳେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ୧୦୦ ରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ଉପରେ ନଜର ରଖିବେ।
ଅନ୍ୟପଟେ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ଲୋକ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ପାଇଁ ଆସୁଥିବାରୁ କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀର ଭିନ୍ନ ସ୍ଥାନରେ ୩ଟି ଅତିରିକ୍ତ ଟ୍ରାଫିକ୍ ପାର୍କିଂ ବ୍ୟବସ୍ଥା କରାଯାଇଛି। ଆବଶ୍ୟକସ୍ଥଳେ ଟ୍ରାଫିକ୍ ଡାଇଭର୍ସନ ଓ ବ୍ୟାରିକେଡ୍ ବ୍ୟବସ୍ଥା ହେବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି। ଏହି କାର୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ପୁଲିସ ସ୍ୱତନ୍ତ୍ର ପରାମର୍ଶ ଜାରି କରିଛି। ଧାର୍ଯ୍ୟ ବିମାନ ସମୟର ୩ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଥିବା କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।
ଆସନ୍ତାକାଲି ୦୬.୯.୨୨ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ବିଜୁପଟ୍ଟନାୟକ ବିମାନବନ୍ଦରରେ ପ୍ରବଳ ଜନସମାଗମ ହେବ । ଏହି ଜନସମାଗମ ସକାଳ ୮ରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ରହିବ। ବିମାନଯାତ୍ରା କରିବାକୁଥିବା ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ଯେ,ସେମାନେ ନିର୍ଦ୍ଧାରିତ ସମୟର ୩ଘଣ୍ଟା ଆଗରୁ ବିମାନବନ୍ଦରରେ ପହଞ୍ଚନ୍ତୁ।
— DCP Bhubaneswar (@dcpbbsr) September 5, 2022
ଉଲ୍ଲେଖ ଥାଉ କି କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମର୍ଯ୍ୟାଦାଜନକ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯାଇଥିଲା । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର(ଆଇଆଇସି)ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକଙ୍କୁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌. ଭି. ରମଣା ଏହି ସମ୍ମାନ ପ୍ରଦାନ କରିଥିଲେ । ଆଉ ଏଥିପାଇଁ ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ନୂଆଦିଲ୍ଲୀ ନିବେଶକ ସମ୍ମେଳନରେ ୧୬ଟି ରାଷ୍ଟ୍ରର ଶିଳ୍ପପତି, ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିବେ ନବୀନ
ଭୁବନେଶ୍ୱର: ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ସକାଳ ୯.୪୦ ସମୟରେ ମୁଖ୍ୟମନ୍ତ୍ରୀ ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଏବଂ ୬ ତାରିଖ ଦିନ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ହେବାକୁ ଥିବା ନିବେଶକ ଓ ରାଷ୍ଟ୍ରଦୂତଙ୍କ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଆମେରିକା, ୟୁଏଇ, କାତର, ଓମାନ୍‍, ବାହାରିନ୍‍, ସାଉଦି ଆରବ, ୟୁକେ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବେଲଜିୟମ୍‍, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଭଳି ଦେଶର ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବେ।
ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାର ମେକ୍‍ ଇନ୍‍ କନକ୍ଲେଭ୍‍ ଆୟୋଜନ କରୁଥିବାରୁ ଏଥିରେ ଯୋଗଦେବା ଲାଗି ଏସବୁ ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯିବ। ଓଡ଼ିଶାରେ ଯେପରି ସେମାନେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ସେମାନଙ୍କ ସହ ଆଲୋଚନା ହେବ। କରୋନା ପାଇଁ ଦୁଇ ବର୍ଷ ପରେ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ ଆୟୋଜନ ହେଉଥିବାରୁ ରାଜ୍ୟ ପାଇଁ ଏହା ବେଶ୍‍ ଗୁରୁତ୍ୱ ବହନ କରୁଛି। ଅପରପକ୍ଷେ ଆସନ୍ତା ୪ ତାରିଖ ଦିନ ଦିଲ୍ଲୀରେ ଆୟୋଜିତ ସମାରୋହରେ କ୍ୟାପିଟାଲ ଫାଉଣ୍ଡେସନ୍‍ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଜୀବନ ବ୍ୟପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ଉଲ୍ଲେଖନୀୟ ସେବା ଏବଂ ଅସାଧାରଣ ନେତୃତ୍ୱ ପାଇଁ ଏହି କାର୍ଯ୍ୟକ୍ରମରେ ସୁପ୍ରିମ୍‍ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ୍‍ଭି ରମଣା ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରିବେ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁବାଇରେ ମଧ୍ୟ ଇନଭେଷ୍ଟର୍ସ ମିଟ୍‍ରେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ରାଜ୍ୟରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଥିଲା। ମଧ୍ୟ ପ୍ରାଚ୍ୟଏବଂ ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥା ମେକ ଇନ୍‍ କନକ୍ଲେଭରେ ଅଂଶଗ୍ରହଣ କରିବା ନେଇ ସେ ସମୟରେ ସମ୍ମତି ପ୍ରଦାନ କରିଥିଲେ। ଆଗାମୀ ଦଶନ୍ଧିରେ ରାଜ୍ୟରେ ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍‍, କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‍ ଓ ବିପଣନ ଏବଂ ଲଜିଷ୍ଟିକ୍‍ ଓ କ୍ଲିନ ଏନର୍ଜି ଆଦି କ୍ଷେତ୍ରରେ ରାଜ୍ୟରେ ନିବେଶ ସୁଯୋଗ ସୃଷ୍ଟି କରାଯିବ। ଏଫଆଇସିସିଆଇ(ଫିକି) ଡିଜି ଅରୁଣ ଚାୱଲା, ଇନଭେଷ୍ଟ ଇଣ୍ଡିଆର ସିଇଓ ଏବଂ ଏମଡି ଦୀପକ ବଗଲା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଜଣାପଡିଛି।
ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଇଡକୋ ଏମ୍‍ଡି ଭୂପେନ୍ଦ୍ର ସିଂ ପୁନିଆ ଏବଂ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସଦ୍ଦିକ ଆଲାମ ପ୍ରମୁଖ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ସମ୍ପର୍କିତ ଏକ ପ୍ରେଜେଣ୍ଟେସନ୍‍ କାର୍ଯ୍ୟକ୍ରମରେ ଉପସ୍ଥାପନ କରିବେ। ମନ୍ତ୍ରୀ ପ୍ରତାପ ଦେବ ନିର୍ଦ୍ଦିଷ୍ଟ ଭାବେ ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବେ। ସେହିପରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଶିଳ୍ପସଂସ୍ଥା ଏବଂ କମ୍ପାନୀ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କେନ୍ଦ୍ର ସରକାରଙ୍କ ନିକଟରେ ପଡି ରହିଥିବା କେତେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।
ରୋମ୍‌ରୁ ହେଲା ଓଡ଼ିଶା କାମ, ବିଦେଶରେ ଥାଇ ବି ସରକାରୀ କାମ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ
ରୋମ୍‌/ଭୁବନେଶ୍ବର : ରୋମରୁ ହେଲା ଓଡ଼ିଶା କାମ ।ଦୁନିଆର ଯେକୌଣସି ସ୍ଥାନରୁ ରହି କରାଯାଇପାରିବ ଦାୟିତ୍ବ ସମ୍ପାଦନ, ଏହାର ବଡ଼ ଉଦାହରଣ ଆଜି ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋମ ଗସ୍ତରେ ଥାଇ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନିତିଦିନିଆ ଜରୁରୀ ସରକାରୀ କାମ ଜାରି ରଖିଛନ୍ତି । ଓଡ଼ିଶା ସରକାରଙ୍କ ଡିଜିଟାଲ ଓ୍ବାର୍କ ପ୍ଲାଟଫର୍ମ ଓସ୍ବାସ୍ ଦ୍ବାରା ଏହା ସମ୍ଭବ ହୋଇପାରିଛି। ଆଉ ଏନେଇ ଖୋଦ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ପ୍ରକାଶ କରିବା ସହ ବାସ୍ ଗୋଟିଏ କ୍ଲିକରେ, କିଛି କ୍ଷଣରେ ସମସ୍ତ କାର୍ଯ୍ୟ କରାଯାଇପାରୁଥିବାରୁ ଡିଜିଟାଲ ଓ୍ବାର୍କ ପ୍ଲାଟଫର୍ମ ଓସ୍ବାସକୁ ଧନ୍ୟବାଦ ଜଣାଇଛନ୍ତି।
Finishing up some work, thanks to our all digital work platform #OSWAS, in #Odisha, before we head into more engagements lined up here in #Rome.
Our future is indeed in #Technology. #DigitalOdisha#DigitalIndia pic.twitter.com/O6kaIhOoAB
— Naveen Patnaik (@Naveen_Odisha) June 25, 2022
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି ‘ରୋମରେ ଥିବା କେତେକ କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ, କିଛି ଜରୁରୀ ସରକାରୀ କାମ ଶେଷକରୁଛି । ଏଥିପାଇଁ ଆମର ଡିଜିଟାଲ ଓ୍ବାର୍କ ପ୍ଲାଟଫର୍ମ ଓସ୍ବାସକୁ ଧନ୍ୟବାଦ ହେବି । ପ୍ରକୃତରେ ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତ।’
ସୂଚନାଯୋଗ୍ୟ ଯେ ଓସ୍ବାସ ବା ଓଡ଼ିଶା ସେକ୍ରେଟାରିଏଟ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ ବା ଓଡ଼ିଶା ସଚିବାଳୟ କାର୍ଯ୍ୟପ୍ରବାହ ସ୍ୱୟଂଚଳନ ବ୍ୟବସ୍ଥା ହେଉଛି ଓଡ଼ିଶା ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନିଜସ୍ବ ଇ-ପ୍ରଶାସନ ବ୍ୟବସ୍ଥା। ୨୦୧୨ରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ପର୍ଯ୍ୟାୟକ୍ରମେ ଅନେକ ପରୀକ୍ଷା ନିରୀକ୍ଷା ପରେ ଏହା ଏବେ ଶତ ପ୍ରତିଶତ ଭାବରେ କାମ କରୁଛି । ୨୦୧୮ରୁ ଏହା ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇ ଆସୁଛି। ତେବେ ଲାକଡାଉନ ସମୟରେ ଏହା ଯେମିତି ବରଦାନ ସଦୃଶ ହୋଇଥିଲା ।ସବୁ ଅଧିକାରୀଙ୍କୁ ଭିପିଏନ ଆଇଡି ଓ ପାସ ୱାଡ଼ ଦିଆଯାଇଛି। ଯାହାକୁ ବ୍ୟବହାର କରି ଅଫିସ କାମ ଘରେ ବସି କରିପାରୁଛନ୍ତି ବାବୁ । କେବଳ ଅଧିକାରୀ ନୁହଁନ୍ତି ମନ୍ତ୍ରୀମାନେ ମଧ୍ୟ ଏହାକୁ ଆପଣାଇଛନ୍ତି ।ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଅଧୀନରେ ଥିବା ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସିଷ୍ଟମ (ଓକାକ) ନୋଡାଲ ଅଫିସ ଭାବରେ କାର୍ଯ୍ୟ କରୁଛି । ଓସ୍ବାସ୍‌ ମାଧ୍ୟମରେ କର୍ମଚାରୀମାନେ ଅନଲାଇନ୍‌ରେ ଯୋଡ଼ି ହୋଇ ରହିଛନ୍ତି । ସବୁ କାମ ଅନଲାଇନରେ ହେଉଛି । ପ୍ରତି ସରକାରୀ ବିଭାଗର ସମସ୍ୟା ଓ ରିସିପ୍ଟ ସେକ୍ସନରେ ପାଳି ଅନୁଯାୟୀ କର୍ମଚାରୀମାନେ କାମ କରୁଛନ୍ତି । ରାଜ୍ୟ ଆଇଟି ସେଣ୍ଟର ୨୪ ଘଣ୍ଟିଆ କାମ କରୁଛି । ଓସ୍ବାସର ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ୟ୍ୟପଦ୍ଧତିକୁ ଦକ୍ଷ ଓ ପ୍ରଭାବୀ କରାଇବା, କର୍ମଚାରୀମାନଙ୍କ ଉତ୍ପାଦିକା ଶକ୍ତିରେ ଅଭିବୃଦ୍ଧି ଘଟାଇବା, ତଥ୍ୟର ଦକ୍ଷ ପରିଚାଳନା, ଉତ୍ତମ ଯୋଗାଯୋଗ ତଥା ସମନ୍ୱୟ ସ୍ଥାପନ ଏବଂ ଜ୍ଞାନ ପରିଚାଳିତ ଶାସନ ବ୍ୟବସ୍ଥା ଦିଗରେ ଅଗ୍ରଗତି । ଓଡ଼ିଶା ସରକାରଙ୍କ ଏହି ବ୍ୟବସ୍ଥାକୁ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟମାନେ ପ୍ରଶଂସା କରିଛନ୍ତି ।
କ୍ଷୁଧାର୍ତ୍ତ ଓଡ଼ିଶା କେମିତି ହେଲା ଖାଦ୍ୟ ବଳକା ରାଜ୍ୟ, ସମଗ୍ର ବିଶ୍ବବାସୀଙ୍କୁ ଜଣାଇଲେ ନବୀନ
ରୋମ୍‌/ଭୁବନେଶ୍ବର : ଏକଦା କ୍ଷୁଧାର୍ତ୍ତ ରାଜ୍ୟଭାବେ ଗଣା ହେଉଥିବା ଓଡ଼ିଶା ଆଜି ଖାଦ୍ୟ ବଳକା ରାଜ୍ୟ। ସର୍ବଦା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ଅନ୍ୟଉପରେ ନିର୍ଭର କରୁଥିଲା। ୧୯୯୯ ମହାବାତ୍ୟାରେ ସମ୍ପୁଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ଓଡିଶା ଯେ ଏତେ ସହଜରେ ପୁଣିଥରେ ଅଣ୍ଟା ସଳଖି ଛିଡା ହେବ ଆଉ କେବଳ ନିଜ ଦେଶ ନୁହେଁ ସାରା ବିଶ୍ବ ଆଗରେ ଏକ ଉଦାହରଣ ସୃଷ୍ଟି କରିବ ତାହା ହୁଏତ କେହି କେବେ ଭାବି ପାରନଥିବେ । କିନ୍ତୁ ତାହା ସମ୍ଭବ ହୋଇଛି।୧୯୯୯ ମହାବାତ୍ୟାରେ ବିପର୍ଯ୍ୟସ୍ତ ଓଡ଼ିଶା ଓ ୨୦୨୨ରେ ଆତ୍ମନିର୍ଭରଶୀଳ ଓଡ଼ିଶାକୁ ତୁଳନା କଲେ ରୂପାୟଣର ବାସ୍ତବତା ପ୍ରତୀୟମାନ ହୁଏ। ଏକ ସମୟରେ ନିଜର ସ୍ଥିତି ଓ ସ୍ଥିତାବସ୍ଥା ନିମନ୍ତେ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା ଦେଶର ୪ର୍ଥ ବୃହତ୍ତମ ଧାନ ଉତ୍ପାଦନ ରାଜ୍ୟର ମାନ୍ୟତା ପାଇଛି। ଭାରତବର୍ଷର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ଆଜି ପ୍ରମୁଖ ଅଂଶୀଦାର। ଖାଦ୍ୟଶସ୍ୟ ଉତ୍ପାଦନ, ବଣ୍ଟନ ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ସମୟକ୍ରମେ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ରାଜ୍ୟ ଢେର ଆଗରେ ରହିଛି।  ଯାହା ବିଶ୍ବର ବିଭିନ୍ନ ଦେଶ ପାଇଁ ଏକ ଉଦାହରଣ ପାଲଟିଛି। ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟରୁ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାର ମୁଖ୍ୟ ବିନ୍ଧାଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଗ୍ର ବିଶ୍ବ ଆଗରେ ରାଜ୍ୟର ଏହି ସଫଳତାର ଗାଥା ବଖାଣିଛନ୍ତି।
ଆଜି ରୋମରେ ଅନୁଷ୍ଠିତ ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି । ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ସଫଳତାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦଶନ୍ଧି ଧରି ଖାଦ୍ୟ ଉତ୍ପାଦନ, ଖାଦ୍ୟ ସୁରକ୍ଷା, ଜୀବନଜୀବିକା, ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ରାଜ୍ୟରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ଦିନେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ଥିବା ଓଡ଼ିଶା ଏବେ ଖାଦ୍ୟ ବଳକା ରାଜ୍ୟ ହୋଇପାରିଛି।  ଗତ ୨୨ବର୍ଷରେ ଓଡ଼ିଶାରେ ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ପରବର୍ତ୍ତି ପାଣିପାଗର ମୁକାବିଲା କରି ଆତ୍ମନିଯୁକ୍ତି ସୃଷ୍ଟି, କୁପୋଷଣ ଦୂର ସହ ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ସ୍ବାବଲମ୍ବୀ ହେବା, ପ୍ରାକୃତିକ ବିପର୍ଯ୍ୟୟର ସଠିକ ପରିଚାଳନା ଭଳି ଅନେକ ଦିଗରେ ଓଡ଼ିଶା ଆଗରେ ରହିଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଓଡ଼ିଶା ପାଲଟିଛି ମଡେଲ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି । ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି) ସହଭାଗିତାରେ ଆହୁରି ଆଗକୁ ବଢିବାକୁ ଚାହୁଁଛୁ । ରୋମ୍‌ ଥିବା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ନବୀନ।
ଅନ୍ୟପଟେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା । ୨୦ବର୍ଷ ମଧ୍ୟରେ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା କରିବା ଶିଖିବା ସହ ଅନ୍ୟକୁ ଶିଖାଇପାରୁଛି ଏବଂ ବିପଦ ବେଳେ ସାହାଯ୍ୟ କରିପାରୁଛି, ତାହା ବିଶ୍ବବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ୧୯୯୯ ମହାବାତ୍ୟାର ମହାତାଣ୍ଡବ ପରେ ବିପର୍ଯ୍ୟୟ ମୁକାବିଲା ପାଇଁ ସୁଦୃଢ଼ ଭିତ୍ତିଭୂମି, ଉପଯୁକ୍ତ ପ୍ରଶିକ୍ଷଣ, ସ୍ଥାନୀୟ ଲୋକଙ୍କ ସହାଭାଗିତା, ବୈଷୟିକ ଜ୍ଞାନ କୌଶଳର ସଠିକ୍ ଉପଯୋଗ ଫଳରେ ଓଡ଼ିଶା ଆଜି ନମ୍ବର ଓ୍ବାନ । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ, ଦୂରଦୃଷ୍ଟି ସହ ମିଶନ ଜିରୋ କାଜୁଆଲଟି ବିଶ୍ବ ଦରବାରରେ ଓଡ଼ିଶାକୁ ଦେଇଛି ସ୍ବତନ୍ତ୍ର ପରିଚୟ ।୧୯୯୯ ଅକ୍ଟୋବର ମହାବାତ୍ୟା ବେଳେ ନା ଥିଲା ଆଗୁଆ ସୂଚନା, ନା ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା ।
ନା ଥିଲା ଆଶ୍ରୟ କେନ୍ଦ୍ର ନା ଥିଲା ରିଲିଫ୍ । ୧୦ହଜାର ଲୋକଙ୍କ ଜୀବନ ଯାଇଥିଲା ୩୦୦ କିଲୋମିଟର ବେଗରେ ଆସିଥିବା ମହାବାତ୍ୟାରେ । ଏହା ପରେ ନିଜେ ନିଜେ ଶିଖିବାକୁ ଆରମ୍ଭ କଲା ଓଡ଼ିଶା । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲାର ଯୋଜନା ପ୍ରସ୍ତୁତ କଲେ । ୨୦୦୧ରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ପାଇଁ ନିଜର ଟିମ୍ ଗଢ଼ିଲା । ଆରମ୍ଭ ହେଲା ODRAF- ୨୦୦୧ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ OSDMA ଗଢିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେଲା । ଓଡ଼ିଶା ଢାଞ୍ଚାରେ ଜାତୀୟ ସ୍ତରରେ ୨୦୦୬ରେ ଗଢ଼ାହେଲା NDMA ଏବଂ NDRF । ରାଜ୍ୟରେ ଥିବା ସରକାରୀ ପ୍ରତିଷ୍ଠାନର ଭିତ୍ତିଭୂମି ସୁଦୃଢ଼ କରିବା ସାଙ୍ଗକୁ ବିପର୍ଯ୍ୟୟ ବେଳେ ସ୍ଥାନୀୟ ଲୋକଙ୍କ ସହଭାଗିତାକୁ ଗୁରୁତ୍ବ ଦିଆଗଲା ।
ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ମିଶନ ଜିରୋ କାଜୁଆଲଟି ମନ୍ତ୍ରରେ କାମ କଲେ ସରକାର । ୧୮ଟି ସମୁଦ୍ର କୂଳିଆ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ୟୁନେସ୍କୋରୁ ସ୍ବୀକୃତି ପାଇଛି । ଏବେ ପ୍ରତ୍ୟେକ ପଞ୍ଚାୟତ ସହ ୨୩ ହଜାର ଗାଁ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମପ୍ରାପ୍ତ । ୩୨ଟି ଆବଶ୍ୟକ ଉପକରଣ ସହ ୧ ହଜାର ଥଇଥାନ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ, ନିର୍ବାଚିତ ପ୍ରତିନିଧି ସମସ୍ତେ ଏବେ ତାଲିମପ୍ରାପ୍ତ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ସ୍ଥାନୀୟ ଲୋକଙ୍କ ଭାଗିଦାରୀରେ ପ୍ରସ୍ତୁତ ହୋଇଛି ବିପର୍ଯ୍ୟୟ ମୁକାବିଲାର ବ୍ଲୁ ପ୍ରିଣ୍ଟ । ୨୦୧୯ରେ ଆସିଥିବା ଫନି ବାତ୍ୟାରେ ୨୪ ଘଣ୍ଟା ମଧ୍ୟରେ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରି ରେକର୍ଡ କରିଛି ଓଡ଼ିଶା ।
୧୯୯୯ ମହାବାତ୍ୟାରେ ବିପର୍ଯ୍ୟସ୍ତ ଓଡ଼ିଶାକୁ ଆଗେଇ ନେଇ ଖାଦ୍ୟ ସୁରକ୍ଷା, ଶିଳ୍ପାନୁକୂଳ ବାତାବରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡ଼ା,କୃଷି ଓ ସାମଗ୍ରିକ ଭିତ୍ତିଭୂମିର ରୂପାନ୍ତରଣ ସହ ସନ୍ତୁଳିତ ଆର୍ଥିକ ପରିଚାଳନା ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟରୁ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାର ମୁଖ୍ୟ ବିନ୍ଧାଣୀ ନବୀନ ବିଶ୍ବକୁ ବାର୍ତ୍ତା ଦେବା ପରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡେଭିଡ୍ ବିସଲେ ପ୍ରଶଂସା କରିଛନ୍ତି। ଏଥି ସହିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଅନ୍ୟ ରାଜ୍ୟ ଓ ଦେଶକୁ ରଣକୌଶଳ ଶିଖାଇବ ଓଡ଼ିଶା । ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି ।
ରୋମରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଗତକାଲିଠୁ ୧୦ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ଅପରାହ୍ନରେ ଇଟାଲିରେ ପହଞ୍ଚିଥିବା ନବୀନ ଆଜି ନିଜ ଗସ୍ତର ପ୍ରଥମ ଦିନରେ ବିଶ୍ୱର ସର୍ବ ପୂରାତନ ସହର ରୋମରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇଛନ୍ତି। ରୋମ ଗସ୍ତ ଆରମ୍ଭ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମର ପିଆଜା ଗାନ୍ଧୀଠାରେ ଥିବା ମହାତ୍ମା ଗାନ୍ଧୀ ମେମୋରିଆଲ ଷ୍ଟାଚ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶାସନ ଓ ପ୍ରଶାସନରେ ଗାନ୍ଧୀବାଦକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ବିଦେଶରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କହିଛନ୍ତି ଯେ ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ନୀତି ଦ୍ୱାରା ମୁଁ ଅନୁପ୍ରାଣିତ।
ରୋମରେ ମହାତ୍ମା ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି @CMO_Odisha @Naveen_Odisha #NaveenPatnaik #Rome @Vkpandianfancl1 pic.twitter.com/PmLu7sw6ov
— Sakala (ସକାଳ) (@TheSakala) June 21, 2022
ନିଜ ଶାସନ ଓ ପ୍ରଶାସନରେ ସର୍ବଦା ଗାନ୍ଧୀବାଦକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ୨୦୧୮ ମସିହାରେ ଦେଶବ୍ୟାପି ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମୋତ୍ସବ ପାଳନ ଲାଗି ଗଠିତ ଜାତୀୟ କମିଟିର ପ୍ରଥମ ବୈଠକରେ ଭାରତୀୟ ସମ୍ବିଧାନର ମୁଖବନ୍ଧ ବା ପ୍ରିଏମ୍ବଲରେ ‘ଅହିଂସା’ ଶବ୍ଦ ସାମିଲ୍ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ମହାତ୍ମାଙ୍କ ପ୍ରତି ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ମତ ରଖିଥିଲେ। ଏହି ବୈଠକରେ ମହାତ୍ମାଙ୍କ ବକ୍ତବ୍ୟକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶାନ୍ତି ବ୍ୟତିରେକ କୌଣସି ଅଗ୍ରଗତି ସମ୍ଭବ ନୁହେଁ।
ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ @Naveen_Odisha #NaveenPatnaik
— Sakala (ସକାଳ) (@TheSakala) June 21, 2022
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ରୋମ୍‌ରେ ୨୬ତାରିଖ ପର୍ଯ୍ୟନ୍ତ ରହିବାକୁ ଥିବାବେଳେ ସେଠାରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫ୍‌ପି) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ଦିଗରେ ପରିବର୍ତ୍ତନଶୀଳ ପଦକ୍ଷେପ ସମ୍ପର୍କରେ ନିଜର ଅନୁଭୂତି ଓ ସଫଳତାର ଚିତ୍ର ଉପସ୍ଥାପନ କରିବେ। ଏହାସହ ଡବ୍ଲୁଏଫ୍‌ପିର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ୍‌ ବେସଲି ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିବେ। ଡବ୍ଲ୍ୟୁଏଫ୍‌ପି ସହଭାଗିତାରେ ଓଡ଼ିଶାରେ ହେବାକୁ ଥିବା ନୂଆ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ଏହାପରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍‌ ଫ୍ରାନସିସ୍କୋଙ୍କୁ ଭାଟିକାନ୍ ସହରରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ୟୁରୋପର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ରାଜ୍ୟର ସଂସ୍କୃତି ଓ କଳାର ବିକାଶ ନେଇ ଆଲୋଚନା କରିବେ । ରାଜ୍ୟରେ କଳାର ବିକାଶ ନେଇ ଆରମ୍ଭ ହୋଇଥିବା ରୂପାନ୍ତରଣ ପ୍ରକ୍ରିୟାରେ ପ୍ରବାସୀ ଓଡିଆମାନେ ସାମିଲ ହେବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ।