Shreemandir Heritage Corridor - The Sakala

ପୁରୀ ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ
ଭୁବନେଶ୍ବର : ପୁରୀ ପରିକ୍ରମା ପ୍ରକଳ୍ପ ନେଇ ଆଜି ସୁପ୍ରିମକୋର୍ଟ ଶୁଣାଇଛନ୍ତି ‘ସୁପ୍ରିମ’ ଫୈସଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ କରିବା ସହ କାର୍ୟ୍ୟ ଜାରି ରଖିବା ପାଇଁ ସର୍ବେଚ୍ଚ ନ୍ୟାୟାଳୟ ନିଜ ରାୟରେ ଶୁଣାଇଛନ୍ତି। ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକଯାଉଥିବା କୋର୍ଟ ନିଜ ରାୟରେ କହିବା ସହ ମାମଲାକୁ ଖାରଜ କରିଦେଇଥିଲେ। ଏଥି ସହିତ ଦୁଇ ଆବେଦନକାରୀ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ନିଜସ୍ୱ ପ୍ରଚାର ପାଇଁ ଏହି ଦୁଇଜଣ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା କୋର୍ଟ କହିଛନ୍ତି ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମ କୋର୍ଟଙ୍କ ରାୟ ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ @Naveen_Odishaଙ୍କୁ ଭେଟିଲେ ପୁରୀ ସେବାୟତ#Odisha #PuriHeritageCorridor #JagannathTemple pic.twitter.com/Pk4Es91EPF

— Sakala (ସକାଳ) (@TheSakala) June 3, 2022

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ପୁରୀବାସୀଙ୍କ ସହ ସମସ୍ତ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ପ୍ରକାଶ ପାଇବା ପରେ ଆନନ୍ଦିତ ହୋଇଛନ୍ତି ସେବାୟତ ସମୂହ । ଆଗାମୀ ଦିନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଶ୍ରୀମନ୍ଦିର ଶ୍ରୀ ବୃଦ୍ଧିରେ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ସାଧୁବାଦ ଜଣାଇଛନ୍ତି ସେବାୟତ । ଏଥି ସହ ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି ପୁରୀ ସେବାୟତ।

ସୁପ୍ରିମକୋର୍ଟଙ୍କ ରାୟ ସେମାନଙ୍କ ମଧ୍ୟରେ ଆନନ୍ଦର ଲହରି ବିଛାଇଦେଇଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶ୍ରୀକ୍ଷେତ୍ରର ନୂତନ ନକ୍ସା ପୂର୍ଣ୍ଣ ହେବାକୁ ଯାଉଛି । ଯେଉଁଥିପାଇଁ ଶ୍ରୀମନ୍ଦିରର ସେବାୟତ ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ  ଆଗାମୀ ଦିନରେ ରଥଯାତ୍ରା ହେବାକୁ ଯାଉଥିବାବେଳେ କିପରି ସୁରୁଖୁରୁରେ କାର୍ଯ୍ୟ ସମାପନ ହେବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ସେବାୟତ। ଏଥି ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଶିଘ୍ର କାର୍ଯ୍ୟ ଶେଷ କରିବା ନେଇ ଆଲୋଚନା କରିଛନ୍ତି ସେବାୟତ ବୃନ୍ଦ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ରାଷ୍ଟ୍ରପତି ଏବଂ କେନ୍ଦ୍ରମନ୍ତ୍ରୀ ବି ରଖିଛନ୍ତି ସହଭାଗିତା, ଦେଇଛନ୍ତି ସହଯୋଗ ରାଶି, ବିକାଶକୁ କରିଛନ୍ତି ପ୍ରଶଂସା
ପୁରୀ : ଶ୍ରୀମନ୍ଦିରର ଚତୁଃପାର୍ଶ୍ବକୁ ଦିଆଯାଉଛି ନୂଆରୂପ। ବଡ଼ଦେଉଳର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଦର୍ଶନାର୍ଥୀଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଇ ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ପ୍ରସ୍ତୁତ ହେଉଛି ଐତିହ୍ୟ କରିଡ଼ର। ପ୍ରତିଟି କାରୁକାର୍ଯ୍ୟରେ ରହିବ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଛାପ। ଏଥିରେ ପ୍ରତ୍ୟେକ ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ଏହା ପରେ ପରିକ୍ରମା ପ୍ରକଳ୍ପ ପ୍ରତି ବଢ଼ିଛି ସହଯୋଗର ହାତ।

କେବଳ ଓଡ଼ିଆ ନୁହେଁ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରୀମନ୍ଦିର ବିକାଶକୁ ପ୍ରଶଂସା କରିବା ସହ ସେମାନଙ୍କ ସହଭାଗିତା ରଖିଛନ୍ତି। ଏହି ତାଲିକାରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଛନ୍ତି। ହେଲେ ଏବେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନିଜର ଇଚ୍ଛାକୁ ପୂରଣ କରିବା ଲାଗି ପ୍ରକଳ୍ପକୁ ବିରୋଧ କରୁଛନ୍ତି। ମହାପ୍ରଭୁଙ୍କୁ ବି ନେଇ ସେମାନେ ରାଜନୀତି ଖେଳ ଖେଳୁଛନ୍ତି।

୨୦୨୧ ଫେବୃୟାରୀ ୨୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଧାନସଭାରେ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଲେ କେମିତି ଦେଖାଯିବ ବଡ଼ଦେଉଳ ଚତୁଃପାର୍ଶ୍ବ। ଦର୍ଶନାର୍ଥୀଙ୍କ ପାଇଁ କ’ଣ ରହିବ ସୁବିଧା ସୁଯୋଗ। ଶାନ୍ତଶୀତଳ ପରିବେଶରେ ଶ୍ରଦ୍ଧାଳୁ କିପରି ଭାବ ଭକ୍ତିରେ ଭିଜିଯିବେ। ବିଶ୍ୱବାସୀଙ୍କ ନଜର ଟାଣିବା ଭଳି କିଭଳି ରହିବ ପରିକ୍ରମା ମାର୍ଗ। ବିସ୍ତୃତ ଭାବେ ଏହି ପ୍ରକଳ୍ପର ରୂପରେଖ ସ୍ପଷ୍ଟ କରିଥିଲେ। କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଏବଂ ଏହାର ଚତୁଃପାର୍ଶ୍ବର ଏହି ବିକାଶ ଯୋଜନାକୁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଥିଲେ। ସେହିଦିନ ଏଥିରେ ପ୍ରତିଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ। ଏହା ପରଠାରୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରିବା ସହ ସହଯୋଗର ହାତ ବଢ଼ାଇଛନ୍ତି।

ଗତବର୍ଷ ମାର୍ଚ୍ଚ୨୨ ତାରିଖରେ ମହାମହିମ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ହେବାକୁ ଥିବା ବିକାଶ ସମ୍ପର୍କରେ ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କଠାରୁ ବୁଝିବା ସହ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ। ସିଂହଦ୍ୱାର ସମ୍ମୁଖ ଅଞ୍ଚଳକୁ ଭଲ ଭାବେ ଦେଖିବା ସହ ଶ୍ରୀମନ୍ଦିର ବିକାଶରେ ସହଭାଗିତା ରଖିଥିଲେ ରାଷ୍ଟ୍ରପତି। ନିଜ ଦରମାରୁ ୧ଲକ୍ଷ ଟଙ୍କାର ଚେକ୍‍ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କୁ ପ୍ରଦାନ କରିଥିଲେ। କେବଳ ରାଷ୍ଟ୍ରପତି ନୁହଁନ୍ତି ବିଭିନ୍ନ ସମୟରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ବିଶିଷ୍ଟ ବ୍ୟକ୍ତି ନିଜର ସହଭାଗିତା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦରମାରୁ ୧ ଲକ୍ଷ ଟଙ୍କାର ସହଯୋଗ ରାଶି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସମାଜର ଶ୍ରଦ୍ଧାର କେନ୍ଦ୍ର। ସାଢେ ୪ କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ସହ ଯୋଡି ହୋଇଛନ୍ତି। ସମାଜର ଦାୟିତ୍ୱରେ ହିଁ ବଡ଼ଦେଉଳର କାମ ସମ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିରର ଉତ୍କୃଷ୍ଟ ବିକାଶ ପାଇଁ ସମଗ୍ର ହିନ୍ଦୁ ସମାଜ ସହଯୋଗର ହାତ ବଢ଼ାନ୍ତୁ ବୋଲି ଆହ୍ୱାନ ଦେଇଥିଲେ ଧର୍ମେନ୍ଦ୍ର।

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରତ୍ୟେକ ୫୦ ହଜାର ଟଙ୍କା ଲେଖାଏଁ ସହଯୋଗ ରାଶି ପ୍ରଦାନ କରିଛନ୍ତି। କେବଳ ବ୍ୟକ୍ତିବିଶେଷ ନୁହନ୍ତି, ବିଭିନ୍ନ ଅନୁଷ୍ଠାନ ବି ଶ୍ରୀମନ୍ଦିର ବିକାଶରେ ସହଭାଗିତା ହେବା ପାଇଁ ଆଗେଇ ଆସିଛନ୍ତି। କଳିଙ୍ଗ କମର୍ସିଆଲ କର୍ପୋରେଶନ ଲିମିଟେଡ ଏବଂ ଏମ୍‍ଜିଏମ୍‍ ମିନେରାଲ୍ସ ଲିମିଟେଡ ୧ କୋଟି ଲେଖାଏ ଟଙ୍କାର ଚେକ୍‍ ପ୍ରଦାନ କରିଛନ୍ତି। ବଲିଉଡ୍‍ର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଅଭିନେତା ଗୋବିନ୍ଦା ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ବିକାଶକୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବିଶିଷ୍ଟ ବ୍ୟକ୍ତି ଏବଂ ଅନୁଷ୍ଠାନ ଶ୍ରୀମନ୍ଦିର ବିକାଶକୁ ପ୍ରଶଂସା କରି ସହଭାଗିତା ରଖିଥିବାବେଳେ ଏବେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରକଳ୍ପ କାମକୁ ବନ୍ଦ କରିବା ଲାଗି ହୀନ ଷଡ଼ଯନ୍ତ୍ର କରୁଥିବା ଲୋକଙ୍କ ଅସଲମୁଖା ପଦାରେ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।

ଅନୁମତି ଦେବାରେ ଏନ୍‌ଏମ୍‌ଏର ଟାଳଟୁଳ ନୀତି; ବିଳମ୍ବ ହେଉଛି ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ କାମ
ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ଯୋଜନା। ଏଥିପାଇଁ ବିଧି ବ୍ୟବସ୍ଥା ଅନୁସାରେ ଅନେକ ସଂସ୍ଥାର ଅନୁମୋଦନ ଲୋଡ଼ା ଯାଇଛି। ଏମାନଙ୍କ ମଧ୍ୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମ୍‍ଏ) ବି ରହିଛି। ମାତ୍ର ଏନ୍‍ଏମ୍‍ଏ ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ନିମନ୍ତେ ଅନୁମତି ପ୍ରଦାନ କରିନାହିଁ। ଏଥିପାଇଁ ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ କାମ ବିଳମ୍ବ ହେଉଥିବା କୁହାଯାଉଛି। ଏନ୍‌ଏମ୍‌ଏର ବିଳମ୍ବ ପଛର କାରଣ ବାଇ ଲ’ ବିବାଦ ନୁହେଁ ତ ବୋଲି ଏମିତି ପ୍ରଶ୍ନବାଚୀ ଅନେକଙ୍କ ମନରେ ସୃଷ୍ଟି ହୋଇଛି। କାରଣ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଇ ଲ’ ଆଣିବାକୁ ଯୋଜନା କରିଥିଲା ଏନଏମ୍‍ଏ। ସେହିପରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ବାଇ-ଲ’କୁ ଦୃଢ ବିରୋଧ କରାଯାଇଥିଲା। ପୁରୀ ଶ୍ରୀମନ୍ଦିର ବାଇ-ଲ’ ପ୍ରତ୍ୟାହାର ହୋଇଥିବା କୁହାଯାଉଥିଲେ ହେଁ ଭୁବନେଶ୍ୱରର ଦୁଇ ପ୍ରସ୍ତାବିତ ବାଇ-ଲ’ର ସ୍ଥିତି କ’ଣ ତାହା ଏବେ ବି ଅସ୍ପଷ୍ଟ। ସମ୍ଭବତଃ ଏଥିରେ ପ୍ରତିଶୋଧପରାୟଣ ହୋଇ ଏନଏମଏ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ଅନୁମତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି।

ବିଶ୍ୱବାସୀଙ୍କ ନଜର ଟାଣିବା ଭଳି ଶ୍ରୀମନ୍ଦିର ଏବଂ ଏହାର ଚତୁଃପାର୍ଶ୍ବକୁ ନୂଆରୂପ ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ନିଖୁଣ କାରୁକାର୍ଯ୍ୟରେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ଝଲସିବ। ପୁଣି ଭକ୍ତଙ୍କ ପାଇଁ କରାଯିବ ବ୍ୟାପକ ସୁବିଧା ସୁଯୋଗ। ଶ୍ରୀମନ୍ଦିର ପରିକ୍ରମା ଯୋଜନା ଲାଗି ମନ୍ଦିର ଚତୁଃପାର୍ଶ୍ବରୁ ପ୍ରାୟ ୯୬ ପ୍ରତିଶତ ଜମି ସଂଗ୍ରହ ସରିଥିବାବେଳେ ଉଚ୍ଛେଦ କାର୍ଯ୍ୟ ବି ଜାରି ରହିଛି। ଏହାରି ମଧ୍ୟରେ ଐତିହ୍ୟ କରିଡର୍‌ ପାଇଁ ବିଭିନ୍ନ ସଂସ୍ଥାଠାରୁ ଅନୁମତି ପାଇବା ଲାଗି ଚିଠି କରାଯାଇଛି। କେତେକ ସଂସ୍ଥା ଅନୁମତି ଦେଇସାରିଥିବା ବେଳେ ଆହୁରି କେତେକଙ୍କୁ ଅପେକ୍ଷା କରାଯାଇଛି। ତେବେ ଏନଏମଏ ଅନୁମତି ଉପରେ ରହିଛି ସମସ୍ତଙ୍କ ନଜର। କାରଣ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଇ ଲ’ ଆଣିବାକୁ ଯୋଜନା କରିଥିଲା ଏନ୍‍ଏମଏ। ଗତ ଜାନୁୟାରୀ ୧୮ରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମାସକ ମଧ୍ୟରେ ଏହା ଉପରେ ଆପତ୍ତି, ଅଭିଯୋଗ କିମ୍ବା ମତାମତ ଲୋଡାଯାଇଥିଲା। ଗତ ଫେବୃୟାରୀ ୬ ତାରିଖରେ ଏହା ଜଣାପଡ଼ିବା ପରେ ଉଠିଥିଲା ବିରୋଧର ସ୍ୱର। ହଠାତ୍‍ ଶ୍ରୀମନ୍ଦିର ପାଇଁ କାହିଁକି ଦରକାର ପଡ଼ିଲା ସ୍ୱତନ୍ତ୍ର ବାଇ-ଲ’ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହା କାର୍ଯ୍ୟକାରୀ ହେଲେ ଶ୍ରୀକ୍ଷେତ୍ରର ବିକାଶ ଏବଂ ଐତିହ୍ୟ କରିଡର୍‌ ନିର୍ମାଣରେ ବାଧା ଉପୁଜିବ। ତେଣୁ ପ୍ରସ୍ତାବିତ ବାଇ ଲ’କୁ ଭକ୍ତ, ସେବାୟତ, ବୁଦ୍ଧିଜୀବୀ, ରାଜନେତା, ଛାତ୍ରଛାତ୍ରୀ ସମସ୍ତେ ବିରୋଧ କରିଥିଲେ। କାରଣ ଏହି ବାଇ ଲ’ରେ ଉଲ୍ଲେଖ ପାଇଁ ବିଭିନ୍ନ ସଂସ୍ଥାଠାରୁ ଅନୁମତି ପାଇବା ଲାଗି ଚିଠି କରାଯାଇଛି। କେତେକ ସଂସ୍ଥା ଅନୁମତି ଦେଇସାରିଥିବା ବେଳେ ଆହୁରି କେତେକଙ୍କୁ ଅପେକ୍ଷା କରାଯାଇଛି।

ତେବେ ଏନଏମଏ ଅନୁମତି ଉପରେ ରହିଛି ସମସ୍ତଙ୍କ ନଜର। କାରଣ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଇ ଲ’ ଆଣିବାକୁ ଯୋଜନା କରିଥିଲା ଏନ୍‍ଏମଏ। ଗତ ଜାନୁୟାରୀ ୧୮ରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମାସକ ମଧ୍ୟରେ ଏହା ଉପରେ ଆପତ୍ତି, ଅଭିଯୋଗ କିମ୍ବା ମତାମତ ଲୋଡାଯାଇଥିଲା। ଗତ ଫେବୃୟାରୀ ୬ ତାରିଖରେ ଏହା ଜଣାପଡ଼ିବା ପରେ ଉଠିଥିଲା ବିରୋଧର ସ୍ୱର। ହଠାତ୍‍ ଶ୍ରୀମନ୍ଦିର ପାଇଁ କାହିଁକି ଦରକାର ପଡ଼ିଲା ସ୍ୱତନ୍ତ୍ର ବାଇ-ଲ’ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହା କାର୍ଯ୍ୟକାରୀ ହେଲେ ଶ୍ରୀକ୍ଷେତ୍ରର ବିକାଶ ଏବଂ ଐତିହ୍ୟ କରିଡ଼ର ନିର୍ମାଣରେ ବାଧା ଉପୁଜିବ। ତେଣୁ ପ୍ରସ୍ତାବିତ ବାଇ ଲ’କୁ ଭକ୍ତ, ସେବାୟତ, ବୁଦ୍ଧିଜୀବୀ, ରାଜନେତା, ଛାତ୍ରଛାତ୍ରୀ ସମସ୍ତେ ବିରୋଧ କରିଥିଲେ। କାରଣ ଏହି ବାଇ ଲ’ରେ ଉଲ୍ଲେଖ ରହିଥିଲା ଯେ, ଶ୍ରୀମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ପାଇଁ କଟକଣା ଜାରି କରାଯିବ। ଶ୍ରୀମନ୍ଦିରକୁ ଲାଗି ୧୦୦ ମିଟର ନିଷିଦ୍ଧାଞ୍ଚଳ ଭାବେ ଘୋଷଣା ହେବ। ଏହି ଅଞ୍ଚଳରେ କୌଣସି ପ୍ରକାର ସରକାରୀ ବା ଘରୋଇ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ। ମନ୍ଦିର ଚାରିପଟେ ୨୦୦ ମିଟର ପରିମିତ ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷଣା କରାଯିବ। ଏହି ଅଞ୍ଚଳରେ ଯଦିଓ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରାଯିବ ନାହିଁ ତଥାପି ନିର୍ମାଣ ପାଇଁ ଏନ୍‍ଏମ୍‍ଏର ଅନୁମତି ଆବଶ୍ୟକ। ଏହାଦ୍ୱାରା ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ରହୁଥିବା ସେବାୟତ ପରିବାର ଅଧିକ ମାତ୍ରାରେ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଥିଲା।

ଗତ ଫେବୃୟାରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସିଥିବା ବେଳେ ପ୍ରସ୍ତାବିତ ବାଇ ଲ’କୁ ଦୃଢ ବିରୋଧ କରିଥିଲେ। କେନ୍ଦ୍ର ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ଉଚିତ୍‍ ବୋଲି କହିଥିଲେ। ଠିକ୍‍ ସେହିଦିନ ଦିଲ୍ଲୀରେ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ୍‍ କରି ଏହି ବାଇ ଲ’ ପ୍ରତ୍ୟାହାର ଦାବି କରିଥିଲେ। ତତ୍କାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଟ୍ୱିଟ୍‍ କରି ଏହି ବାଇ ଲ’ ପ୍ରତ୍ୟାହାରର ସୂଚନା ଦେଇଥିଲେ। ଏବେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର କାମ ପାଇଁ ଅନୁମତି ଦେବାରେ ଏନଏମ୍‍ଏ ବିଳମ୍ବ ପଛର କାରଣ ବାଇ ଲ’ ବିବାଦ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବିଳମ୍ବ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି ଯେ ହେରିଟେଜ କରିଡ଼ର ପାଇଁ ଅନେକ ସଂସ୍ଥାଠାରୁ ଅନୁମତି ଦରକାର ଅଛି। ଇତିମଧ୍ୟରେ ବହୁ ସଂସ୍ଥା ଅନୁମତି ଦେଇଥିବା ବେଳେ ଆହୁରି କେତେକ ଅନୁମତି ମିଳିନାହିଁ ରହିଛି। ଏନ୍‍ଏମ୍‍ଏଙ୍କ ନିକଟରେ ଆବେଦନ କରାଯାଇଛି। ମହାପ୍ରଭୁଙ୍କର ଏହି କାମରେ କିଛି ବି ପ୍ରତିବନ୍ଧକ ହେବନି ବୋଲି ବିଶ୍ୱାସ ରହିଛି। ତେବେ ଖୁବ୍‍ଶୀଘ୍ର ବିଭିନ୍ନ ସଂସ୍ଥାଠାରୁ ଅନୁମତି ମିଳି କାମ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।