National Sports Day - The Sakala

ଆଜି ଜାତୀୟ କ୍ରୀଡ଼ା ଦିବସ: ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ, ଶୃଙ୍ଖଳା, ଏକାଗ୍ରତା ଓ ସହନଶୀଳତା ଶିକ୍ଷା ଦେବାରେ କ୍ରୀଡ଼ାର ଭୂମିକା ଅତୁଳନୀୟ
ଭୁବନେଶ୍ୱର(ରଞ୍ଜନ କୁମାର ରାୟ): ମାନବ ସଭ୍ୟତାର ଉଷାକାଳରୁ କ୍ରୀଡ଼ା କେବଳ ମନୋରଞ୍ଜନର ସାଧନ ହୋଇ ରହିନାହିଁ, ବରଂ ଏହା ମାନବିକ ଶାରୀରିକ ସାମର୍ଥ୍ୟ, ମାନସିକ ଦୃଢ଼ତା ଓ ଆଧ୍ୟାତ୍ମିକ ଚେତନାର ଏକ ଅଭିନ୍ନ ଅଙ୍ଗ ଭାବେ ରିଗଣିତ ହୋଇଆସିଛି। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ, ଶୃଙ୍ଖଳା, ଏକାଗ୍ରତା ଓ ସହନଶୀଳତା ଶିକ୍ଷା ଦେବାରେ କ୍ରୀଡ଼ାର ଭୂମିକା ଅତୁଳନୀୟ। ଭାରତୀୟ ସଂସ୍କୃତିରେ କ୍ରୀଡ଼ାକୁ ଏକ ଯୋଗ ଓ ସାଧନା ରୂେ ଗ୍ରହଣ କରାଯାଇଛି। ପ୍ରତିବର୍ଷ ଅଗଷ୍ଟ ମାସ ୨୯ ତାରିଖକୁ ସମଗ୍ର ଭାରତବର୍ଷରେ "ଜାତୀୟ କ୍ରୀଡ଼ା ଦିବସ’ ବା "ଜାତୀୟ କ୍ରୀଡ଼ା ପର୍ବ’ ଭାବେ ଅତ୍ୟନ୍ତ ଗୌରବ ଓ ଉଲ୍ଲାସର ସହିତ ପାଳନ କରାଯାଏ। ଏହି ଦିବସ କେବଳ ଗୋଟିଏ ତାରିଖ ନୁହେଁ, ବରଂ ଏହା ଭାରତୀୟ କ୍ରୀଡ଼ା ଇତିହାସର ସୁବର୍ଣ୍ଣ ଯୁଗର ସ୍ମୃତି, ଜାତୀୟ ସ୍ୱାଭିମାନ ଏବଂ ଉଦୀୟମାନ ଯୁବପିଢ଼ି ପାଇଁ ପ୍ରେରଣାର ଏକ ଅମର ଉତ୍ସ। ଜାତୀୟ କ୍ରୀଡ଼ା ଦିବସର ଆତ୍ମା ହେଉଛନ୍ତି ଭାରତର ମହାନ କ୍ରୀଡ଼ାବିତ୍‌ ତଥା ହକି କୁଶଳୀ ମେଜର ଧ୍ୟାନଚାନ୍ଦ । ୧୯୦୫ ମସିହା ଅଗଷ୍ଟ ୨୯ ତାରିଖରେ ଆଲାହାବାଦ (ବର୍ତ୍ତମାନର ପ୍ରୟାଗରାଜ) ଠାରେ ଜନ୍ମଗ୍ରହଣ କରିଥିବା ଏହି ଅମର କ୍ରୀଡ଼ାବୀର ନିଜର ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ବଳରେ ବିଶ୍ୱ ଦରବାରରେ ଭାରତୀୟ କ୍ରୀଡ଼ା ଶକ୍ତିର ଧ୍ୱଜା ଉଡ଼ାଇଥିଲେ।

ଧ୍ୟାନଚାନ୍ଦଙ୍କ ହାତରେ ହକି ଷ୍ଟିକ୍‌ ଯେରି ଏକ।ଦୁଦଣ୍ଡରେ ପରିଣତ ହେଉଥିଲା। ବଲ୍‌ ଷ୍ଟିକ୍‌ ସହିତ ଏପରି ଲାଗି ରହୁଥିଲା ଯେ ପ୍ରତିପକ୍ଷ ଖେଳାଳିମାନେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ୁଥିଲେ। ବିଦେଶୀ କ୍ରୀଡ଼ାଙ୍ଗନରେ ତାଙ୍କର ଏହି ଅଲୌକିକ କ୍ରୀଡ଼ା କୌଶଳ ଦେଖି ଲୋକେ ତାଙ୍କୁ "ହକିର ଯାଦୁକର’  ଅଭିଧାନରେ ଭୂଷିତ କରିଥିଲେ। ୧୯୩୬ ବର୍ଲିନ୍‌ ଅଲିମ୍ପିକ୍ସ ସମୟରେ ଜର୍ମାନୀର ତତ୍କାଳୀନ ଶାସକ ତାଙ୍କର କ୍ରୀଡ଼ା କୌଶଳରେ ମୁଗ୍ଧ ହୋଇ ତାଙ୍କୁ ସ୍ୱଦେଶ ଛାଡ଼ି ଜର୍ମାନୀ ପକ୍ଷରୁ ଖେଳିବାକୁ ବଡ଼ ପ୍ରଲୋଭନ ଦେଇଥିଲେ। ମାତ୍ର ସ୍ୱାଭିମାନୀ ଓ ଦେଶପ୍ରେମୀ ଧ୍ୟାନଚାନ୍ଦ ସେହି ପ୍ରସ୍ତାବକୁ ସସମ୍ମାନ ପ୍ରତ୍ୟାଖ୍ୟାନ କରି କହିଥିଲେ— "ମୋ ଦେଶ ମୋତେ କ’ଣ ଦେଲା ତାହା ମୁଖ୍ୟ ନୁହେଁ, ମୁଁ ମୋ ଦେଶ ପାଇଁ କ’ଣ କରିପାରୁଛି ତାହାହିଁ ମୋ ପାଇଁ ଶ୍ରେଷ୍ଠ।’ ତାଙ୍କର ଏହି ନିଷ୍କାମ ଦେଶସେବା, ନିଷ୍ଠା ଓ ଶ୍ରେଷ୍ଠତାକୁ ସମ୍ମାନ ଜଣାଇ ଭାରତ ସରକାର ତାଙ୍କ ଜନ୍ମଦିବସ ଅଗଷ୍ଟ ୨୯କୁ "ଜାତୀୟ କ୍ରୀଡ଼ା ଦିବସ’ ଭାବେ ଘୋଷଣା କରିଥିଲେ। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନକୁ ମଧ୍ୟ ତାଙ୍କ ନାମରେ "ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ ଭାବେ ନାମିତ କରାଯାଇଛି ।

ଜାତୀୟ କ୍ରୀଡ଼ା ଦିବସ କେବଳ ଅତୀତର ସ୍ମୃତି ରୋମନ୍ଥନ ନୁହେଁ, ଏହା ବର୍ତ୍ତମାନର ଆବଶ୍ୟକତା ଓ ଭବିଷ୍ୟତର ସଂକଳ୍ପ। ଏହି ଦିବସରେ ଦେଶର ରାଷ୍ଟ୍ରପତି ଭବନଠାରୁ ଆରମ୍ଭ କରି ପ୍ରତ୍ୟେକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ କ୍ରୀଡ଼ାନୁଷ୍ଠାନରେ କ୍ରୀଡ଼ାବୀତମାନଙ୍କୁ ସମ୍ମାନିତ କରାଯାଏ। କ୍ରୀଡ଼ା ଏକ ଏପରି ମହାସେତୁ, ଯାହା ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ପ୍ରାନ୍ତର ସୀମାରେଖାକୁ ଅତିକ୍ରମ କରି ସମଗ୍ର ଦେଶକୁ ଏକତାର ସୂତ୍ରରେ ବାନ୍ଧିରଖେ। ଯେତେବେଳେ ଭାରତୀୟ କ୍ରୀଡ଼ାବୀତ ଅନ୍ତର୍ଜାତୀୟ ମଞ୍ଚରେ ସ୍ୱର୍ଣ୍ଣ ପଦକ ଜିତି ଭାରତର ତ୍ରିରଙ୍ଗା ପତାକାକୁ ଉଡ଼ାନ୍ତି ଏବଂ ଜାତୀୟ ସଙ୍ଗୀତ ନିନାଦିତ ହୁଏ, ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଜାତୀୟତାବୋଧ ଓ ଗୌରବରେ ସଞ୍ଚାରିତ ହୋଇଉଠେ ।

ଜାତୀୟ କ୍ରୀଡ଼ା ଦିବସ ପରିପ୍ରେକ୍ଷୀରେ ଓଡ଼ିଶାର ଯୋଗଦାନ ଅତ୍ୟନ୍ତ ପ୍ରଶଂସନୀୟ ଓ ଉଲ୍ଲେଖନୀୟ। ଗୋଟିଏ ସମୟରେ କେବଳ ପାରମ୍ପରିକ ଖେଳ କବାଡ଼ି, ଖୋ-ଖୋ, କୁସ୍ତି ଓ ଭାରୋତ୍ତୋଳନରେ ସୀମିତ ଥିବା ଓଡ଼ିଶା ଆଜି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ଅଗ୍ରଣୀ କ୍ରୀଡ଼ା ପ୍ରାଣକେନ୍ଦ୍ର ଭାବେ ଆତ୍ମପ୍ରକାଶ କରିଛି। ଓଡ଼ିଶା ସରକାରଙ୍କ ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ଭାରତୀୟ ହକି ଦଳର ପୁନରୁଦ୍ଧାର ହୋଇପାରିଛି। ବିଶ୍ୱସ୍ତରୀୟ କ୍ରୀଡ଼ାଙ୍ଗନ, ପ୍ରଶିକ୍ଷଣ କେନ୍ଦ୍ର ଏବଂ ଅଲିମ୍ପିକ୍ସ ପରି ମହାକୁମ୍ଭରେ ଭାରତୀୟ ଦଳର ଚମତ୍କାର ପ୍ରଦର୍ଶନ ପଛରେ ଓଡ଼ିଶାର ଅବଦାନ ଅତୁଲନୀୟ। ଦିଲୀ ତିର୍କୀ, ସୁନ୍ଦରଗଡ଼ର ହକି ପ୍ରତିଭାମାନେ ଏବଂ ଅସଂଖ୍ୟ ଓଡ଼ିଆ ଧାବକ ଓ କ୍ରୀଡ଼ାବୀତ ଆଜି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ଥାଏ ଦେଶର ନାମ ରଖିଛନ୍ତି। ଆଜିର ଆଧୁନିକ, ଯାନ୍ତ୍ରିକ ଓ ଡିଜିଟାଲ ଜୀବନଶୈଳୀରେ କ୍ରୀଡ଼ାର ମହତ୍ତ୍ୱ ପୂର୍ବପେକ୍ଷା ଅନେକ ଗୁଣ ବୃଦ୍ଧି ପାଇଛି। କୋମଳମତି ଶିଶୁ ଓ ଯୁବପିଢ଼ି ଆଜି ଖେଳପଡ଼ିଆଠାରୁ ଦୂରେଇ ଯାଇ ସ୍ମାର୍ଟଫୋନ୍‌, କମ୍ପ୍ୟୁଟର ଓ ସ୍କ୍ରିନ୍‌ ଆଗରେ ବହୁ ସମୟ ବିତାଉଛନ୍ତି। ଏହାଦ୍ୱାରା ଶାରୀରିକ ଦୁର୍ବଳତା, ଅବସାଦ, ମାନସିକ ଚା ଓ ଏକାକୀପଣ ପରି ଗୁରୁତର ସମସ୍ୟା ଦେଖାଦେଉଛି।ଚ କ୍ରୀଡ଼ା ହେଉଛି ବିଭିନ୍ନ ସମସ୍ୟାର ସର୍ବୋଚ୍ଚ ଔଷଧ।  ସେଗୁଡ଼ିକ ହେଲା ଶାରୀରିକ ସୁସ୍ଥତା ବଜାୟ ରଖେ ଅର୍ଥାତ  ହୃଦୟ, ଫୁସଫୁସ ଓ ମାଂସପେଶୀକୁ ସବଳ କରେ। ପରାଜୟକୁ ସହଜରେ ଗ୍ରହଣ କରି ପୁନର୍ବାର ସଂଗ୍ରାମ କରିବାର ସାହସ ଦିଏ। ଦଳଗତ ଭାବନା , ନେତୃତ୍ୱ ନେବାର କ୍ଷମତା ଓ ପାରସ୍ପରିକ ସହଯୋଗ ବୃଦ୍ଧି କରେ ।

ଜାତୀୟ କ୍ରୀଡ଼ା ଦିବସ କେବଳ ବାର୍ଷିକ ଉତ୍ସବରେ ସୀମିତ ନ ରହି ଏହା ପ୍ରତ୍ୟେକ ନାଗରିକଙ୍କ ଜୀବନଧାରାରେ ପରିଣତ ହେବା ଆବଶ୍ୟକ। ଦେଶକୁ ସମୃଦ୍ଧ, ସୁସ୍ଥ ଓ ଶକ୍ତିଶାଳୀ କରିବାକୁ ହେଲେ ପ୍ରତ୍ୟେକ ଘର, ପ୍ରତ୍ୟେକ ଗ୍ରାମ ଓ ପ୍ରତ୍ୟେକ ବିଦ୍ୟାଳୟରୁ କ୍ରୀଡ଼ାର ନୂତନ ସ୍ରୋତ ପ୍ରବାହିତ ହେବା ଦରକାର। ଅଗଷ୍ଟ ୨୯ର ଏହି ପବିତ୍ର ଅବସରରେ ଆସନ୍ତୁ ଆମେ ସମସ୍ତେ ସଂକଳ୍ପ ନେବା— ଆମେ ନିଜେ ଦୈନନ୍ଦିନ ଜୀବନରେ କ୍ରୀଡ଼ା ଓ ଶାରୀରିକ ବ୍ୟାୟାମକୁ ଆପଣାଇବା, ଆମର ସନ୍ତାନମାନଙ୍କୁ ଖେଳପଡ଼ିଆକୁ ପଠାଇବା ଏବଂ ମେଜର ଧ୍ୟାନଚାନ୍ଦଙ୍କ ଆଦର୍ଶରେ ପ୍ରାଣିତ ହୋଇ ଦେଶର ଗୌରବ ବୃଦ୍ଧି କରିବା। ଖେଳପଡ଼ିଆରୁ ହିଁ ନିର୍ମିତ ହେବ ସୁସ୍ଥ, ଶୃଙ୍ଖଳିତ, ବିଜୟୀ ଓ ନୂତନ ଭାରତ ।

ଆଜି ଜାତୀୟ କ୍ରୀଡା ଦିବସ: ହକି ଯାଦୁକର ମେଜର୍‌ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ
ଭୁବନେଶ୍ୱର: ଆଜି ଜାତୀୟ କ୍ରୀଡ଼ା ଦିବସ । ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍‌ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ (ଅଗଷ୍ଟ ୨୯ ତାରିଖ)କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ପ୍ରତି ମଣିଷ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ସର୍ବକାଳୀନ ଭାବେ ଧ୍ୟାନଚାନ୍ଦଙ୍କୁ ସର୍ବଶ୍ରେଷ୍ଠ ହକି ଖେଳାଳି ଭାବେ ବିବେଚନା କରାଯାଏ । ହକିର ଯାଦୁକର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ, ୧୯୦୫ରେ ଆହ୍ଲାବାଦରେ ହୋଇଥିଲା। ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିବା ପରେ ୧୯୨୨ରେ ସେ ସୈନିକ ଭାବେ ବ୍ରିଟିଶ ଭାରତୀୟ ସେନାରେ ସାମିଲ ହୋଇଥିଲେ। ୧୯୨୬ରୁ ୧୯୪୮ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ହକି କ୍ୟାରିୟରରେ ମେଜର ଧ୍ୟାନଚାନ୍ଦ ପାଖାପାଖି ୧୮୫ଟି ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଥିଲେ।   ଲଗାତାର ଭାବେ ୧୯୨୮ ର ଆର୍ମଷ୍ଟ୍ରଦାମ ଅଲମ୍ପିକ, ୧୯୩୨ ମସିହାର ଲସଏଞ୍ଜେଲସ ଅଲିମ୍ପିକ୍ସ ଓ ୧୯୩୬ ଜର୍ମାନୀର ବର୍ଲିନ ଅଲିମ୍ପିକ୍ସରେ ଲଗାତାର ଭାବେ କ୍ରୀଡ଼ାଜଗତର ଏହି କିମ୍ବଦନ୍ତୀ ପୁରୁଷ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ ।

ଧ୍ୟାନଚାନ୍ଦ ବ୍ୟକ୍ତିଗତ ଭାବରେ ତାଙ୍କର ୧୨ ବର୍ଷ କ୍ୟାରିୟରରେ ୪୦୦ ଗୋଲ ଦେଇଥିଲେ । ସେ ୧୯୨୬ରୁ ୧୯୪୮ ମଧ୍ୟରେ ଭାରତୀୟ ହକି ଟିମ୍‌ର ଆକର୍ଷଣୀୟ ଖେଳାଳି ଥିଲେ, ଯାହାଙ୍କ ହକି ଷ୍ଟିକ୍‌କୁ ବିଶ୍ୱର ଖେଳପ୍ରେମୀ ଓ ଖେଳାଳି ନଜର ରଖୁଥିଲେ । ଭାରତୀୟ ହକିକୁ ଗୋଟିଏ ନୂଆ ଜନ୍ମ ଦେବାରେ ତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଅଲମ୍ପିକ୍ସ ସଂଘ ଧ୍ୟାନଚାନ୍ଦଙ୍କୁ ଶତାବ୍ଦୀର ଶ୍ରେଷ୍ଠ  ଖେଳାଳି ଘୋଷଣା କରିଥିଲା। ହକି ଜଗତରେ ଧ୍ୟାନଚାନ୍ଦ ଏଭଳି ଲୋକପ୍ରିୟତା ହାସଲ କରିଥିଲେ ଯେ ଭିଏନାଠାରେ ତାଙ୍କର ଚାରିଟି ହାତ ଥିବା ଏକ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା। ସେଠାକାର ହକି ପ୍ରେମୀ ବିଶ୍ବାସ କରୁଥିଲେ ଯେ,  କୌଣସି ଖେଳାଳି ଦୁଇଟି ହାତରେ ଏଭଳି ଅସାଧାରଣ ହକି ଖେଳି ପାରିବ ନାହିଁ। ମହାନ କ୍ରିକେଟର ଡନ୍ ବ୍ରାଡମ୍ୟାନ୍ ଧ୍ୟାନଚାନ୍ଦଙ୍କ ଖେଳରେ ଖୁବ୍ ପ୍ରଭାବିତ ହୋଇଥିଲେ। ସେଥିପାଇଁ ଧ୍ୟାନଚାନ୍ଦଙ୍କୁ ପ୍ରଶଂସା କରି ବ୍ରାଡମ୍ୟାନ୍ ଏକଦା କହିଥିଲେ ‘ଧ୍ୟାନଚାନ୍ଦ କ୍ରିକେଟ୍‌ରେ ରନ୍ କଲା ଭଳି ଗୋଲ୍ କରୁଛନ୍ତି’।

ଭାରତୀୟ ଖେଳକୁ ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମଦିବସକୁ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଇ ଆସୁଛି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଖେଳ ଜଗତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥାଏ।

ଓଡ଼ିଶା ସରକାର କ୍ରୀଡ଼ାକୁ ବିଶେଷଭାବେ ଗୁରୁତ୍ବ ଦେଉଛନ୍ତି । କ୍ରୀଡ଼ା ରୂପାନ୍ତରଣରେ ଓଡ଼ିଶାର ପଦକ୍ଷେପକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଏବେ ଦେଶର ସ୍ପୋର୍ଟ୍ସ ହବ୍ ପାଲଟିଛି ଓଡ଼ିଶା । ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବକପ ଆୟୋଜନ ସମସ୍ତଙ୍କର ପ୍ରଶଂସା ସାଉଁଟିଥିଲା ଓଡ଼ିଶା । ୨୦୩୩ ପର୍ଯ୍ୟନ୍ତ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିଛି ଓଡ଼ିଶା । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ରାଜ୍ୟ ପାଇଁ ଗୌରବ ଆଣିଛି । କେବଳ ହକି ନୁହେଁ, ଫୁଟବଲ, ଟେନିସ, ସନ୍ତରଣ, ଜିମ୍ନାସିୟମ୍ ପରି ଅନ୍ତରାଷ୍ଟ୍ରୀୟ ସ୍ତରର କ୍ରୀଡ଼ା ପାଇଁ ଓଡ଼ିଶା ସ୍ପୋର୍ଟ୍ସ ହବ ଭାବେ ପରିଗଣିତ ହେଉଛି ।

ଆଜି ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ; ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ହେଉଛି ହକି ଯାଦୁକର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଓ ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଟାଟା ନାଭାଲ ଏକାଡେମୀ ପକ୍ଷରୁ ଏହି ମ୍ୟାଚ୍ ଆୟୋଜନ କରାଯାଇଥିଲା । ଏହି ଅବସରରେ ପୂର୍ବତନ ହକି ତାରକା ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଏହି ମ୍ୟାଚକୁ ଆରମ୍ଭ କରିଥିଲେ ।

Tributes to hockey wizard #MajorDhyanChand on his birth anniversary & #NationalSportsDay. The legendary player mesmerised millions with his inimitable skills & unparalleled patriotism. His golden legacy continues to inspire sportspersons from across the world. #OdishaForSports pic.twitter.com/icwIppuTwZ

— Naveen Patnaik (@Naveen_Odisha) August 29, 2021

ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧ୍ୟାନଚାନ୍ଦ ନିଜର ଅପୂର୍ବ ହକି କୌଶଳରେ ଲକ୍ଷ ଲକ୍ଷ ଲୋକଙ୍କୁ ବଶୀଭୂତ କରିଥିଲେ । ସେ ମଧ୍ୟ ଥିଲେ ଜଣେ ସଚ୍ଚା ଦେଶପ୍ରେମୀ । ଧ୍ୟାନଚାନ୍ଦ ବିଶ୍ୱର କ୍ରୀଡାବିତଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।