Terrorist Attack - The Sakala

ପାକିସ୍ତାନରେ ଲସ୍କର-ଇ-ତୋଏବା ସହ-ପ୍ରତିଷ୍ଠାତା ଆମୀର ହମଜା ଉପରେ ଗୁଳିମାଡ଼, ଅବସ୍ଥା ଗୁରୁତର
ପାକିସ୍ତାନରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଜାରି ରହିଛି। ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବା (LeT) ର ପ୍ରତିଷ୍ଠାତା ସଦସ୍ୟ ତଥା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଆମୀର ହମଜା ଉପରେ ଲାହୋରରେ ଗୁଳିମାଡ଼ ହୋଇଛି। କିଛି ଅଜ୍ଞାତ ବନ୍ଧୁକଧାରୀ ତାଙ୍କୁ ଲାହୋର ସ୍ଥିତ ଏକ ନ୍ୟୁଜ୍ ଚ୍ୟାନେଲ୍ ଅଫିସ୍ ବାହାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନ୍ୟୁଜ୍ ଚ୍ୟାନେଲ୍ ବାହାରେ ହେଲା ଆକ୍ରମଣ

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଆମୀର ହମଜା ଲାହୋରର ଏକ ନ୍ୟୁଜ୍ ଚ୍ୟାନେଲ୍ କାର୍ଯ୍ୟାଳୟ ବାହାରେ ଥିବା ସମୟରେ ଅଚାନକ କିଛି ଅଜ୍ଞାତ ବ୍ୟକ୍ତି ଆସି ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଗୁଳିମାଡ଼ ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ହମଜାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ, ଗୋଟିଏ ବର୍ଷ ମଧ୍ୟରେ ଏହା ତାଙ୍କ ଉପରେ ଦ୍ୱିତୀୟ ପ୍ରାଣଘାତୀ ଆକ୍ରମଣ। ଗତବର୍ଷ ମେ ମାସରେ ମଧ୍ୟ ତାଙ୍କ ବାସଭବନ ବାହାରେ ତାଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା।

କିଏ ଏହି ଆମୀର ହମଜା?

ଆମୀର ହମଜା ହେଉଛି ଲସ୍କର-ଇ-ତୋଏବାର ମୁଖ୍ୟ ରଣନୀତିକାର ଏବଂ କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦର ଅତ୍ୟନ୍ତ ଘନିଷ୍ଠ। ୧୯୮୫ ରୁ ୧୯୮୬ ମସିହା ମଧ୍ୟରେ ସେ ହାଫିଜ୍ ସୟିଦ ସହ ମିଶି ଲସ୍କର-ଇ-ତୋଏବାର ପ୍ରତିଷ୍ଠା କରିଥିଲା। ଭାରତରେ ହୋଇଥିବା ବିଭିନ୍ନ ଆତଙ୍କବାଦୀ ଆକ୍ରମଣ, ବିଶେଷକରି ୨୦୦୫ ବେଙ୍ଗାଲୁରୁ ଆଇଆଇଏସସି (IISc) ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ସେ ଜଣାଶୁଣା। ଏହାବ୍ୟତୀତ ସେ ଆତଙ୍କବାଦୀ ସଙ୍ଗଠନ ପାଇଁ ପାଣ୍ଠି ସଂଗ୍ରହ, ନୂଆ ଯୁବକମାନଙ୍କୁ ଆତଙ୍କବାଦରେ ସାମିଲ କରିବା ଏବଂ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପକୁ ପରିଚାଳନା କରୁଥିଲା।

ପାକିସ୍ତାନରେ ଭୟଭୀତ ଆତଙ୍କବାଦୀ

ଗତ କିଛି ମାସ ଧରି ପାକିସ୍ତାନ ମାଟିରେ ଲୁଚି ରହିଥିବା ବିଭିନ୍ନ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରାଯାଉଛି। ଏକାଧିକ କୁଖ୍ୟାତ ଆତଙ୍କବାଦୀ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ନିହତ ହୋଇସାରିଛନ୍ତି। ଆମେରିକାର ଟ୍ରେଜେରୀ ବିଭାଗ ପକ୍ଷରୁ ଆମୀର ହମଜାକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହି ଘଟଣା ପରେ ପାକିସ୍ତାନୀ ପୋଲିସ ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ହମ୍‌ଲା; ୩୮ ମୃତ, ୨୯ ଆହତ
ପାକିସ୍ତାନ: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ହମ୍‌ଲା ହୋଇଛି । ଆତଙ୍କୀଙ୍କ ଆକ୍ରମଣରେ ୩୮ ଜଣ ମୃତ୍ୟୁବରଣ କରିଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ପାକିସ୍ତାନର ଖୈବର ପଖତୁନଖ୍ବାରେ ଡାଉନ୍ କୁର୍ରମ ଅଞ୍ଚଳରେ ଏକ ଯାତ୍ରୀବାହୀ ଭ୍ୟାନ୍ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । ଭ୍ୟାନଟି ପେଶାୱର ଯାଉଥିବାବେଳେ ଆତଙ୍କୀଙ୍କ ଆକ୍ରମଣର ଶିକାର ହୋଇଥିଲା । ଆତଙ୍କବାଦୀଙ୍କ ଆକ୍ରମଣରେ ୩୮ ଜଣ ମୃତ୍ୟୁବରଣ କରିଥିବାବେଳେ ପୋଲିସ କର୍ମଚାରୀଙ୍କ ସହ ୨୯ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜମ୍ମୁକାଶ୍ମୀରର ଶୋପିଆନ ଓ ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ; ପୂର୍ବତନ ସରପଞ୍ଚ ମୃତ, ପର୍ଯ୍ୟଟକ ଦମ୍ପତ୍ତି ଆହତ
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଶୋପିଆନ୍ ଏବଂ ଅନନ୍ତନାଗ ଜିଲ୍ଲାରେ ଦୁଇଟି ପୃଥକ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ଜଣେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ପ୍ରଥମ ଘଟଣାରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଶୋପିଆନର ହିରପୋରା ଅଞ୍ଚଳରେ ପୂର୍ବତନ ସରପଞ୍ଚ ଏଜାଜ ଶେଖଙ୍କୁ କିଛି ଆତଙ୍କବାଦୀ ଗୁଳି କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରର ଅନନ୍ତନାଗରେ ଏକ ପର୍ଯ୍ୟଟକ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଫଳରେ ଜୟପୁରରୁ କାଶ୍ମୀର ବୁଲିବାକୁ ଆସିଥିବା ଟୁରିଷ୍ଟ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟ ସ୍ଥାନରେ ଘଟଣାସ୍ଥଳକୁ ପୁଲିସ୍ ନିଜ କବ୍‌ଜାକୁ ନେବା ସହିତ ଆତଙ୍କବାଦୀମାନଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରଖିଛି।

ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ହାଇଆର୍ଲଟରେ ମୁମ୍ବାଇ, ଡ୍ରୋନ୍-ପ୍ରାଇଭେଟ ହେଲିକପ୍ଟର ଉଡ଼ାଣ ଉପରେ ୩୦ ଦିନ ଯାଏଁ ରୋକ୍‌
ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ମୁମ୍ବାଇ ପୁଲିସକୁ ଗୁଇନ୍ଦା ସୁତ୍ରରୁ ମିଳିଥିବା ଖବର ଅନୁସାରେ ପୁଣିଥରେ ୨୬/୧୧ ଭଳି ଆକ୍ରମଣ ଯୋଜନା କରୁଛନ୍ତି କିଛି ଆତଙ୍କିସଙ୍ଗଠନ। ଯାହାକୁ ନେଇ ମୁମ୍ବାଇ ପୁଲିସ ଆଗୁଆ ସତର୍କ ହୋଇଯାଇଛି। ଏଥି ସହିତ ଗତ ଅଗଷ୍ଟ ମାସରେ ମଧ୍ୟ ମୁମ୍ବାଇ ପୁଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଥିଲା। ଧମକ ଦେଇଥିବା ଅଜଣା ବ୍ୟକ୍ତି ଟ୍ରାଫିକ୍ ପୁଲିସର ହ୍ୱାଟ୍ସଆପ୍ ନମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଚେତାବନୀ ଦେଇଥିଲା। ମୁମ୍ବାଇ ୨୬/୧୧ ଭଳି ଆକ୍ରମଣ ହେବାର ଧମକ ଦିଆଯାଇଥିବା ବେଳେ ଯେଉଁ ନମ୍ବରରୁ ମେସେଜ୍ ଆସିଛି ତାହା ପାକିସ୍ତାନୀ ନମ୍ବର।

ଏଥି ସହିତ ପୁଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ମିଳିଥିବା ମେସେଜ୍‌ରେ ଲେଖାଥିଲା ଯେ ନମ୍ବର ଟ୍ରେସ୍ କଲେ ତାହା ଭାରତ ବାହାରେ ଦେଖାଇବ, ହେଲେ ମୁମ୍ବାଇରେ ଆକ୍ରମଣ ହେବ । ୬ଜଣଙ୍କୁ ନେଇ ହୋଇଥିବା ଟିମ୍ ଏହି ଆକ୍ରମଣକୁ ସଫଳ କରିବେ ବୋଲି ମେସେଜରେ ଲେଖାଯାଇଥିଲା। ସେତେବେଳେ ସେହି ଧମକପୂର୍ଣ୍ଣ ମେସେଜ୍ ସହ ଏବେ ଗୁଇନ୍ଦା ଖବର ଏବଂ ଅନ୍ୟପଟେ ୨୬/୧୧ ପାଖେଇ ଆସୁଥିବାରୁ ମୁମ୍ବାଇ ପୁଲିସ ହାଇଆର୍ଲଟକୁ ଆସିଯାଇଛି।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ ପରେ ପୁଲିସ ୩୦ ଦିନ ପାଇଁ ସହରରେ କୌଣସି ଡ୍ରୋନ୍‌, ରିମୋଟ ଚାଲିତ ହାଲୁକା ବିମାନ, ହଟ ଏୟାର ବେଲୁନ୍ ଏବଂ ପ୍ରାଇଭେଟ ହେଲିକପ୍ଟର,ପାରାଗ୍ଲାଇଡର୍ ଉଡାଇବା ଉପରେ ରୋକ୍‌ ଲଗାଇଛନ୍ତି। ନଭେମ୍ବର ୧୩ ରୁ ଡିସେମ୍ବା ୧୨ ଯାଏଁ ଏହି ନିଷେଧାଦେଶ ଜାରି ରହିବ।

ନିୟମ ଉଲ୍ଲଂଘନ ପାଇଁ କଡା ଦଣ୍ଡ ଦିଆଯିବ

ମୁମ୍ବାଇ ପୁଲିସ ଜାରି କରିଥିବା ନିଷେଧାଦେଶ ଯଦି କେହି ଉଲ୍ଲଂଘନ କରେ ତେବେ କଡା ଦଣ୍ଡ ଦିଆଯିବ। ପୁଲିସ କହିଛି କି ଯେଉଁ ସବୁ ଜିନିଷ ଉପରେ ନିଷେଧାଦେଶ ହୋଇଛି, ସେହି ସବୁ ସାମଗ୍ରୀ ଆତଙ୍କବାଦୀମାନେ ସେମାନଙ୍କ କାର୍ଯ୍ୟକଳାପରେ ବ୍ୟବହାର କରିବାର ସମ୍ଭାବନା ରହିଛି। ଏଣୁ ଡ୍ରୋନ୍‌, ରିମୋଟ ଚାଲିତ ହାଲୁକା ବିମାନ, ହଟ ଏୟାର ବେଲୁନ୍ ଏବଂ ପ୍ରାଇଭେଟ ହେଲିକପ୍ଟର,ପାରାଗ୍ଲାଇଡର୍ ଉଡାଇବା ଉପରେ ରୋକ୍‌ ଲଗାଯାଇଛି। CrPC ର ଧାରା ୧୪୪ ଅନୁଯାୟୀ ମୁମ୍ବାଇ ପୁଲିସ ଏହି ନିର୍ଦ୍ଦେଶ ଜାରି କରିଛି। ପୁଲିସ କହିଛି ଯେ ଏହାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୧୮୮ ଅନୁଯାୟୀ ଦଣ୍ଡିତ କରାଯିବ।

ସୂଚନାଯୋଗ୍ୟ ଭାରତରେ ସଂଗଠିତ ଭୟାବହ ଆତଙ୍କବାଦୀ ଆକ୍ରମଣରୁ ଗୋଟିଏ ବୋଲି କୁହାଯାଉଥିବା ୨୦୦୮ ନଭେମ୍ବର ୨୬ ଆକ୍ରମଣରେ ବିପୁଳ ଅସ୍ତ୍ରଶସ୍ତ୍ର ଧରି ଆସିଥିବା ୧୦ଜଣ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ନାରକୀୟ କାଣ୍ଡ ଘଟାଇଥିଲେ। ଏଥିରେ ୧୬୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ।

୨୦୦୮ ମସିହା ଆଜିର ଦିନରେ ୧୦ଜଣ ଲସ୍କର-ଏ-ତୈଏବାର ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପ୍ରବେଶ କରିଥିଲେ। ରାତି ପ୍ରାୟ ୮ଟାରେ କୋଲବା ନିକଟ ମାଛ ବଜାରରେ ପହଞ୍ଚିଥିଲେ। ସେଠାରୁ ୪ଟି ଗ୍ରୁପରେ ଭାଗ ହୋଇ ଟ୍ୟାକ୍ସି ସାହାଯ୍ୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ। ମୁମ୍ବାଇର ୬ଟି ସ୍ଥାନରେ ଆଖିବୁଜା ଗୁଳିଚାଳନା କରିଥିଲେ। ତାଜ୍‌ ହୋଟେଲ ଠାରୁ ଆରମ୍ଭ କରି ଲିୟୋପ୍ଲୋଡ କାଫେ, ନରିମନ ହାଉସ୍‌, ଛତ୍ରପତି ଶିବାଜୀ ଟର୍ମିନାଲ ଆଦି ସ୍ଥାନରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ତାଜ ହୋଟେଲ ଉପରେ ହୋଇଥିଲା ଅନ୍ଧାଧୂନ ଗୁଳିଚାଳନା। ଏହି ଘଟଣାରେ ୧୬୬ ଜଣ ସାଧାରଣ ନାଗରିକ ଓ ୧୮ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା। ୩୦୦ରୁ ଅଧିକ ଜଣ ଆହତ ହୋଇଥିଲେ। ତେବେ ଆତଙ୍କବାଦୀଙ୍କୁ କଡା ଟକ୍କର ଦେଇଥିଲେ ଭାରତୀୟ ସିପାହୀମାନେ। ପ୍ରାୟ ୬୦ଘଣ୍ଟା ଧରି ଚାଲିଥିଲା ପୁଲିସ ଓ ଆତଙ୍କବାଦୀ ମଧ୍ୟରେ ସଂଘର୍ଷ। ଏନଏସଜି ଓ ଅନ୍ୟ ସୁରକ୍ଷାକର୍ମୀ ୯ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ଅଜମଲ ଆମିର କସାବ ନାମକ ଆତଙ୍କବାଦୀକୁ ଜୀବନ୍ତ ଗିରଫ କରାଯାଇଥିଲା। ତାକୁ ୨୦୧୨ ମସିହା ୨୧ ନଭେମ୍ବରରେ ଫାଶୀ ଦିଆଯାଇଥିଲା।

ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ! ସବୁ ରାଜ୍ୟକୁ ଚେତାବନୀ ଜାରି
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କକ୍‌ଜା କରିବା ପରେ ଭାରତ ପ୍ରତି ବଡ ବିପଦ ଦେଖାଦେଇଛି । ଏହି ଆତଙ୍କବାଦୀ ସଂଗଠନ ପାକିସ୍ତାନକୁ ସମର୍ଥନ କରୁଥିବାରୁ ଭାରତ ପାଇଁ ଚିନ୍ତାର କାରଣ ପାଇଟିଛି। କିଛି ଆତଙ୍କବାଦୀ ସଂଗଠନ ତାଲିବାନକୁ ଖୋଲାଖୋଲି ଭାବେ ସମର୍ଥନ ମଧ୍ୟ ଦେଇଛନ୍ତି। ଏବେ ପାକିସ୍ତାନ ଆତଙ୍କବାଦୀ ଏବଂ ତାଲିବାନ ସମ୍ପର୍କକୁ ନେଇ ନୂଆ ଖୁଲାସା ହୋଇଛି। ଚଳିତ ମାସ ତୃତୀୟ ସପ୍ତାହରେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ (ଜେଇଏମ୍‌)ର ନେତା କାନ୍ଦାହାର ଯାଇ ତାଲିବାନ ଜନତାଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଜେଇଏମ୍ ଭାରତରେ ନିଜ କାର୍ଯ୍ୟକଳାପ ଜାରି ରଖିବା ପାଇଁ ତାଲିବାନକୁ ସାହାଯ୍ୟ ମାଗୁଛି। ଏଥିରେ ପାକିସ୍ତାନର ରାଜନୈତିକ ସ୍ଥିତିକୁ ନେଇ ମଧ୍ୟ ଆଲୋଚନା କରାଯାଇଛି ।

ଏହା ସହିତ ପାକିସ୍ତାନରୁ ବାହାରି ଥିବା ୨ ଆତଙ୍କବାଦୀ ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିବା ଗୁଇନ୍ଦା ସୂଚନା ମିଳିଛି । ଏହାକୁ ଦେଖୁ ସବୁ ସୁରକ୍ଷା ଏଜେନ୍ସିଗୁଡିକୁ ସତର୍କ କରିଦିଆଯାଇଛି। ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି । ଗୁଇନ୍ଦା ଏଜେନ୍ସି ଗୁଡିକୁ ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟ ଗୁଇନ୍ଦା ବିଭାଗ ଏବଂ ସୁରକ୍ଷା ଏଜେନ୍ସିଗୁଡିକୁ ଏ ନେଇ ସୂଚନା ଦିଆଯାଇଛି ଏବଂ ସେମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସୁରକ୍ଷା ଡ୍ରିଲ କରିବା ସହିତ ଆତଙ୍କବାଦୀ ନିରୋଧ ଶାଖାକୁ ହାଇ ଆଲର୍ଟ ରେ ରଖିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ତାଲିବାନ ଅମଷ୍ଟ ୧୫ରେ କାବୁଲ କବଜା କରି ଆଫଗାନିସ୍ତାନ କ୍ଷମତାକୁ ନିଜ ହାତକୁ ନେଇଥିଲା। ଏହା ପରଠାରୁ ଅନେକ ରାଷ୍ଟ୍ର କାବୁଲରୁ ନିଜ ନାଗରିକ ଏବଂ କୂଟନୈତିଜ୍ଞଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି । ଏବେ ବି ଦେଶ ଛାଡି ଯିବା ପାଇଁ କାବୁଲ ବିମାନବନ୍ଦରରେ ହଜାର ହଜାର ଲୋକଙ୍କ ଭିଡ ଜମିଛି । ଭାରତ କାବୁଲରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଅଭିଯାନର ନାମ ‘ଦେବୀ ଶକ୍ତି’ ରଖିଛି । ସେଠାକାର ହିନ୍ଦୁ ଏବଂ ଶିଖଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।