Antibody - The Sakala

ଆଜିଠୁ ରାଜ୍ୟବ୍ୟାପୀ ସେରୋ ସର୍ଭେ, ୧୨ ଜିଲ୍ଲାରୁ ସଂଗ୍ରହ କରାଯିବ ନମୁନା
ଭୁବନେଶ୍ୱର: ଆଜିଠୁ ପର୍ଯ୍ୟାୟକ୍ରମେ ରାଜ୍ୟର ୧୨ଟି ଜିଲ୍ଲାରେ ସେରୋଲୋଜିକାଲ ସର୍ଭେ ଅବା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି) ଆରମ୍ଭ ହେବ। ଭୁବନେଶ୍ୱର ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମ୍‍ଆରସି) ଏହି ଟେଷ୍ଟ କରିବ। ଏଥିରେ ଆରଏମ୍‍ଆରସି ଦଳକୁ ସବୁ ପ୍ରକାର ସହଯୋଗ ପ୍ରଦାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ଓ ମହାନଗର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ପତ୍ର ଲେଖି କହିଛନ୍ତି।

ଆରଏମ୍‍ଆରସି ପକ୍ଷରୁ ସମ୍ବଲପୁର, ସୁନ୍ଦରଗଡ଼଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବ। ଆଜିଠୁ ପର୍ଯ୍ୟାୟକ୍ରମେ ସେପ୍ଟେମ୍ବର ୧୨ ତାରିଖ ଯାଏଁ ଚାଲିବ। କେନ୍ଦ୍ରୀୟ ଜୋନ୍‍ରେ ଖୋର୍ଦ୍ଧା, ପୁରୀ, ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ୱର, ଦକ୍ଷିଣ ଜୋନ୍‍ରେ ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ଥିବା ବେଳେ ଉତ୍ତର ଡିଭିଜନ୍‍ ରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼଼ ଓ କେନ୍ଦୁଝର ଜିଲ୍ଲା ଅଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ବିଭିନ୍ନ ବୟସର ଜନସାଧାରଣ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ନମୁନା ସଂଗ୍ରହ କରାଯିବ। ୧୨ ଜିଲ୍ଲାର ୬୬୮୦ ଜଣ ସାଧାରଣ ଲୋକ ଏବଂ ପ୍ରତି ଜିଲ୍ଲାରୁ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ ହେବ। ଏଥିପାଇଁ ଆରଏମ୍‍ଆରସି ଟିମ୍‍ ସଦସ୍ୟଙ୍କ ପରିବହନ ବ୍ୟବସ୍ଥା ସହ ଆବଶ୍ୟକ ସରଞ୍ଜାମ ଏବଂ ମାନବସମ୍ବଳ ଯୋଗାଇ ଦେବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳ ଓ ସିଡିଏମ୍‍ଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟର ସୁପରିଚାଳନା ପାଇଁ ଜିଲ୍ଲାରେ ଜଣେ ଲେଖାଏଁ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇ ତାଙ୍କର ନାମ ଓ ଫୋନ୍‍ ନମ୍ବର ଆରଏମ୍‍ଆରସିକୁ ଦେବା ପାଇଁ କୁହାଯାଇଛି। ୧୨ ଜିଲ୍ଲାରେ ସେରୋଲୋଜିକାଲ ସର୍ଭେ ପାଇଁ ପିଏଚ୍‍ଆରଏଫ୍‍ରୁ ୫୭ ଲକ୍ଷ ୭୦ ହଜାର ୫୦୦ ଟଙ୍କା ଯୋଗାଇ ଦିଆଯିବ। ଆଗକୁ ତୃତୀୟ ଲହର ଆସିବା ସମ୍ଭାବନା ଥିବାରୁ ଆସନ୍ତା ସର୍ଭେ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ରହିବ।