Savitri Jindal - The Sakala

ଅଜିମ ପ୍ରେମଜୀଙ୍କୁ ପଛରେ ପକାଇ ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଲେ ସାବିତ୍ରୀ ଜିନ୍ଦଲ
ନୂଆଦିଲ୍ଲୀ : ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବର୍ତ୍ତମାନ ଦେଶର ଧନୀ ବ୍ୟକ୍ତିଙ୍କ ତାଲିକାରେ ୫ମ ସ୍ଥାନରେ ପହଞ୍ଚିଛନ୍ତି। ସେ ଏହି ତାଲିକାରେ ୭ମ ସ୍ଥାନରେ ରହିଥିଲେ। ହେଲେ ବର୍ତ୍ତମାନ ୱିପ୍ରୋ ମାଲିକ ଅଜିମ ପ୍ରେମଜୀଙ୍କୁ ପଛରେ ପକାଇ ସାବିତ୍ରୀ ଜିନ୍ଦଲ ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ଜେଏସଡବ୍ଲୁ ଚେୟାରମ୍ୟାନ ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ୨୫ ବିଲିୟନ ଡଲାରରେ ପହଞ୍ଚିଛି। ଗତ ଦୁଇ ବର୍ଷରେ ତାଙ୍କର ସମ୍ପତ୍ତି ୮୭ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସମାନ ଅବଧିରେ ପ୍ରେମଜୀଙ୍କ ସମ୍ପତ୍ତି ୪୨ ପ୍ରତିଶତ ହ୍ରାସ ପାଇଛି।

ୱିପ୍ରୋ ମାଲିକ ଅଜିମ ପ୍ରେମଜୀ ଏକଦା ଭାରତର ଧନୀ ବ୍ୟକ୍ତିଙ୍କ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଥିଲେ। କିନ୍ତୁ ବିଗତ ବର୍ଷଗୁଡିକରେ ତାଙ୍କର ନିଟ୍ ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି। ଗତ ଦୁଇ ବର୍ଷ ମଧ୍ୟରେ କମ୍ପାନୀର ସେୟାର ୪୨ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଯାହାକି ପ୍ରେମଜୀଙ୍କ ସମ୍ପତ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥିଲା ଏବଂ ବର୍ତ୍ତମାନ ସେ ଦେଶର ଧନୀ ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ସାବିତ୍ରୀ ଜିନ୍ଦଲଙ୍କ ବ୍ୟବସାୟ ଇସ୍ପାତ, ବିଦ୍ୟୁତ, ସିମେଣ୍ଟ ଏବଂ ଭିତ୍ତିଭୂମି ଭଳି ଅନେକ କ୍ଷେତ୍ରରେ ବ୍ୟାପିଛି। ଅନ୍ୟପକ୍ଷରେ ୱିପ୍ରୋରେ ଅଜିମ ପ୍ରେମଜୀଙ୍କ ଅଂଶ ୬୨.୫ ପ୍ରତିଶତ, ଯାହାର ମୂଲ୍ୟ ବର୍ତ୍ତମାନ ୧୬.୫ ବିଲିୟନ ଡ଼ଲାର ଅଟେ। ଗତ ଏକ ବର୍ଷ ମଧ୍ୟରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ବିଭିନ୍ନ କମ୍ପାନୀର ଶେୟାର ବୃଦ୍ଧି ପାଇଛି। ଗତ ଏକ ବର୍ଷ ମଧ୍ୟରେ ଟାଟା ଗ୍ରୁପର ବିଭିନ୍ନ କମ୍ପାନୀର ଶେୟାର ବୃଦ୍ଧି ପାଇଛି। ଏହି କାରଣରୁ, ଟାଟା ଗ୍ରୁପରେ ୧୮.୪ ପ୍ରତିଶତ ମାଲିକ ଥିବା ଶାପୁର ପାଲୋଞ୍ଜୀ ମିସ୍ତ୍ରୀ ଏବଂ ତାଙ୍କ ପରିବାରର ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମିସ୍ତ୍ରୀ ବର୍ତ୍ତମାନ ଦେଶର ତୃତୀୟ ଧନୀ ବ୍ୟକ୍ତି। ତାଙ୍କ ପରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ଶିବ ନାଦର ଚତୁର୍ଥ ସ୍ଥାନରେ ଅଛନ୍ତି।

ସାବିତ୍ରୀ ଦେବୀ  ୧୯୫୦ ମସିହାରେ ଆସାମର ଟିନ୍ସୁକିଆରେ ଜନ୍ମଗ୍ରହଣ କରିଥିଲେ ।  ସେ ୧୯୭୦ ରେ ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ହରିୟାଣାର ଓମପ୍ରକାଶ ଜିନ୍ଦଲଙ୍କୁ ବିବାହ କରିଥିଲେ। ଓପି ଜିନ୍ଦଲ ବ୍ୟବସାୟ ଜଗତରେ ଏକ ଜଣାଶୁଣା ନାମ ଏବଂ ତାଙ୍କ କମ୍ପାନୀ ଜିନ୍ଦଲ ଗ୍ରୁପ୍ ହେଉଛି ଦେଶର ବୃହତ୍ତମ ଇସ୍ପାତ କମ୍ପାନୀ । ଏହା ବ୍ୟତୀତ ଜିନ୍ଦଲ ଗ୍ରୁପ ମଧ୍ୟ ଅନ୍ୟାନ୍ୟ କ୍ଷେତ୍ରରେ ସକ୍ରିୟ ଅଟନ୍ତି। ସାବିତ୍ରୀ ଦେବୀଙ୍କ ନଅ ସନ୍ତାନ ଅଛନ୍ତି। ସେମାନଙ୍କର ଚାରିପୁତ୍ର ପ୍ରୀତିରାଜ ଜିନ୍ଦଲ, ସାଜନ, ରତନ ଏବଂ ନବୀନ । ସମସ୍ତ ପୁଅ ବ୍ୟବସାୟ ଏବଂ ରାଜନୀତିରେ ସକ୍ରିୟ ଅଛନ୍ତି। ସାବିତ୍ରୀଙ୍କ ବଡ ପୁଅ ପ୍ରୀତିରାଜ ଜିନ୍ଦଲ JINDAL SAW LIMITED କମ୍ପାନୀର ଚେୟାରମ୍ୟାନ୍ ଅଟନ୍ତି। ଦ୍ୱିତୀୟ ପୁଅ ସାଜନ ଜିନ୍ଦଲ ଜେଡବ୍ଲୁଏସ୍ କମ୍ପାନୀର ଦାୟିତ୍ୱ ଗ୍ରହଣ କରିଛନ୍ତି। ତୃତୀୟ ପୁଅ ରତନ କମ୍ପାନୀରେ ନିର୍ଦ୍ଦେଶକ ପଦରେ ଅଛନ୍ତି। ପରିବାରର ସାନପୁଅ ନବୀନ ଜିନ୍ଦଲ ‘ଜିନ୍ଦଲ ଷ୍ଟିଲ’ର ଚେୟାରମ୍ୟାନ୍ ଥିବାବେଳେ। ଏହା ସହିତ ସେ ସାଂସଦ ମଧ୍ୟ ହୋଇଛନ୍ତି।

ସ୍ୱାମୀଙ୍କ ମୃତ୍ୟୁ ପରେ ବ୍ୟବସାୟରେ ପ୍ରବେଶ କଲେ ସାବିତ୍ରୀ ଦେବୀ

ବ୍ୟବସାୟ ବ୍ୟତୀତ ଓପି ଜିନ୍ଦଲ ହରିୟାଣା ରାଜନୀତିରେ ବହୁତ ସକ୍ରିୟ ଥିଲେ। ସେ ହିସାର ବିଧାନସଭା ନିର୍ବାଚନମଣ୍ଡଳୀରୁ ତିନିଥର ଜିତିଥିଲେ ଏବଂ ସରକାରରେ ଶକ୍ତି ମନ୍ତ୍ରୀ ଥିଲେ। ୨୦୦୫ ରେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା, ଏହା ପରେ ସାବିତ୍ରୀ ଦେବୀ ବ୍ୟବସାୟ ଜଗତକୁ ଆସିଥିଲେ। ଯେବେଠୁ ସେ ଜିନ୍ଦଲ ଗ୍ରୁପ୍ ଦାୟିତ୍ୱ ଗ୍ରହଣ କଲେ, କମ୍ପାନୀ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଲା । ବ୍ୟବସାୟ ବ୍ୟତୀତ ସେ ରାଜନୀତିରେ ଭାଗ୍ୟ ପରୀକ୍ଷା କରିଥିଲେ। ସେ ମଧ୍ୟ ୨୦୦୫, ୨୦୦୯ରେ ତାଙ୍କ ସ୍ୱାମୀଙ୍କ ଆସନ ହିସରରୁ କଂଗ୍ରେସ ବିଧାୟକ ହୋଇଥିଲେ। ଏହା ସହିତ ସେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ମଧ୍ୟ ଥିଲେ। ତେବେ ସେ ୨୦୧୪ ରେ ବିଧାନସଭା ନିର୍ବାଚନରେ ​​ହାରି ଯାଇଥିଲେ। ବ୍ୟବସାୟ, ରାଜନୀତି ବ୍ୟତୀତ ସାବିତ୍ରୀ ମଧ୍ୟ ଜଣେ ଜଣାଣୁଣା ସାମାଜିକ କାର୍ଯ୍ୟକର୍ତ୍ତା। ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହରିୟାଣାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଓପି ଜିନ୍ଦଲ ଗ୍ରୁପ୍‌ର ମହାଧ୍ୟକ୍ଷା ସାବିତ୍ରୀ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଏସିଆ ୱାନ ପତ୍ରିକା ଦ୍ୱାରା ଆୟୋଜିତ ଏସିଆ-ଆଫ୍ରିକା ବ୍ୟବସାୟ ଏବଂ ସାମାଜିକ ଫୋରମର ପ୍ରାଇଡ୍ ଅଫ୍ ଦି ନେସନ୍ ସିରିଜ୍ ପୁରସ୍କାର ଏବଂ ବ୍ୟବସାୟ ସମ୍ମିଳନୀର ୧୪ ତମ ସଂସ୍କରଣରେ ସାବିତ୍ରୀ ଜିନ୍ଦଲଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ଲକ୍ଷ ଲକ୍ଷ କୋଟିର ଅଧିକାରିଣୀ, କିନ୍ତୁ ମଥାରୁ ଖସେନି ଓଢଣୀ

ଦେଶର ସବୁଠୁ ଧନୀ ମହିଳା ହୋଇଥିଲେ ମଧ୍ୟ ସାବିତ୍ରୀ ଜିନ୍ଦଲଙ୍କୁ ତାଙ୍କ ସରଳ ଜୀନନଶୈଳୀ ସ୍ବତନ୍ତ୍ରଭାବେ ପରିଚିତ କରାଏ। ଅର୍ଥ ଏବଂ ଶକ୍ତି ଏହି ଦୁଇଟି ଜିନିଷ ତାଙ୍କ ପାଖରେ ରହିଛି। କିନ୍ତୁ ସେ ତାଙ୍କ ଜୀବନଶୈଳୀରେ ସେସବୁର ପଭାବ କେବେ ଦେଖିବାକୁ ମିଳିନି। ସାବତ୍ରୀ ଦେବୀ ସର୍ବଦା ଶାଢୀରେ ପିନ୍ଧୁଥିବା ବେଳେ ତାଙ୍କ ମୁଣ୍ଡରୁ କେବେ ଓଢଣୀ ଖସିନଥାଏ। ଯଦି ସାବିତ୍ରୀ ଦେବୀଙ୍କୁ ଜାଣିନଥିବା ଲୋକ କେହି ସାମ୍ନାରେ ଦେଖିବେ କେବେ ଭାବି ପାରିବେନି ଯେ ସେ ଭାରତର ସବୁଠୁ ଧନୀ ମହିଳାଙ୍କୁ ସାମ୍ନାରେ ଦେଖୁଛନ୍ତି।

ଲକ୍ଷ ଲକ୍ଷ କୋଟିର ଅଧିକାରିଣୀ, କିନ୍ତୁ ମଥାରୁ ଖସେନି ଓଢଣୀ
ଭୁବନେଶ୍ବର : ଗତକିଛି ଦିନ ହେବ ସମସ୍ତ ଗଣମାଧ୍ୟରେ ଫାଲ୍ଗୁନି ନାୟାରଙ୍କ ଖବର ରହିଛି। ଫାଲ୍ଗୁନି ୩ ଦିନ ତଳେ ଦେଶରେ ପ୍ରଥମ ଆତ୍ମନିର୍ଭରଶୀଳ ମହିଳା ବିଲିୟନେୟାର ହୋଇଥିଲେ। ସୌନ୍ଦର୍ଯ୍ୟ ଦ୍ରବ୍ୟ ଇ-କମର୍ସ କମ୍ପାନୀ FSN ଇ-କମର୍ସ ଭେଞ୍ଚର୍ସ ଲିମିଟେଡ୍ (ନାୟିକା)ର ପ୍ରତିଷ୍ଠାତା ହେଉଛନ୍ତି ଫାଲ୍ଗୁନି ନାୟାର। ଗତ ବୁଧବାର ଦିନ ନାୟିକାର ଆଇପିଓ ଲଞ୍ଚ କରିଥିଲା। କମ୍ପାନୀ ଷ୍ଟକ୍ ମାର୍କେଟରେ ପ୍ରବେଶ କରିବା ମାତ୍ରେ ନାୟିକା ବଜାରରେ ପୁଞ୍ଜିକରଣ ୧ଲକ୍ଷ କୋଟି ଅତିକ୍ରମ କରିଛି। ୫୦ ବର୍ଷର ବୟସରେ ସେ ବ୍ୟବସାୟ ଆରମ୍ଭ କରି ୯ ବର୍ଷ ମଧ୍ୟରେ ଏତେ ବଡ଼ ସମ୍ପତ୍ତିର ଅଧିକାରିଣୀ ପାଲଟିଛନ୍ତି ଫାଲ୍ଗୁନି। ଏଥି ପାଇଁ ଫାଲଗୁନିଙ୍କୁ ରିସ୍କ ମଧ୍ୟ ନେବାକୁ ପଡିଛି। ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଭଲ ପଦବୀରେ ଥିବା ସତ୍ବେ ସେସବୁ ଛାଡି ୫୦ ବର୍ଷର ବୟସରେ ଫ୍ୟାଶନ୍ ସାମଗ୍ରୀ ବିକ୍ରି କରିବାକୁ ଆଗେଇ ଆସିଥିଲେ ଫାଲ୍ଗୁନି। ନାୟିକା ନାମରେ ଇ-କମର୍ସ କମ୍ପାନୀ କରି ବ୍ୟବସାୟ ଆରମ୍ଭ କରିଥିଲେ। ଯାହା ଆଜି ବେଶ ସଫଲତା ପାଇବା ସହ ବର୍ତ୍ତମାନ ଫାଲଗୁନି ଦେଶର ଦ୍ୱିତୀୟ ଧନୀ ମହିଳା ପାଲଟିଯାଇଛନ୍ତି।

ତେବେ ଦେଶର ସବୁଠାରୁ ଧନୀ ମହିଳାଙ୍କ ବିଷୟରେ ଆପଣ ବୋଧ ହୁଏ ଜାଣିନଥିବେ । ସେ କେବଳ ଦେଶର ସବୁଠୁ ଧନୀ ମହିଳା ନୁହନ୍ତି ଭାରତର ସମଗ୍ର ଧନୀମାନଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ଅଛନ୍ତି। ସେ ହେଉଛନ୍ତି ୭୪ ବର୍ଷୀୟ ସାବିତ୍ରୀ ଜିନ୍ଦଲ। ଦେଶର ସବୁଠୁ ଧନୀ ମହିଳା ହୋଇଥିଲେ ମଧ୍ୟ ତାଙ୍କ ସରଳ ଜୀନନଶୈଳୀ ତାଙ୍କ ସ୍ବତନ୍ତ୍ରଭାବେ ପରିଚିତ କରାଏ। ଅର୍ଥ ଏବଂ ଶକ୍ତି ଏହି ଦୁଇଟି ଜିନିଷ ତାଙ୍କ ପାଖରେ ରହିଛି। କିନ୍ତୁ ସେ ତାଙ୍କ ଜୀବନଶୈଳୀରେ ସେସବୁର ପଭାବ କେବେ ଦେଖିବାକୁ ମିଳିନି। ସାବତ୍ରୀ ଦେବୀ ସର୍ବଦା ଶାଢୀରେ ପିନ୍ଧୁଥିବା ବେଳେ ତାଙ୍କ ମୁଣ୍ଡରୁ କେବେ ଓଢଣୀ ଖସିନଥାଏ। ଯଦି ସାବିତ୍ରୀ ଦେବୀଙ୍କୁ ଜାଣିନଥିବା ଲୋକ କେହି ସାମ୍ନାରେ ଦେଖିବେ କେବେ ଭାବି ପାରିବେନି ଯେ ସେ ଭାରତର ସବୁଠୁ ଧନୀ ମହିଳାଙ୍କୁ ସାମ୍ନାରେ ଦେଖୁଛନ୍ତି।

ସାବିତ୍ରୀ ଦେବୀ  ୧୯୫୦ ମସିହାରେ ଆସାମର ଟିନ୍ସୁକିଆରେ ଜନ୍ମଗ୍ରହଣ କରିଥିଲେ ।  ସେ ୧୯୭୦ ରେ ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ହରିୟାଣାର ଓମପ୍ରକାଶ ଜିନ୍ଦଲଙ୍କୁ ବିବାହ କରିଥିଲେ। ଓପି ଜିନ୍ଦଲ ବ୍ୟବସାୟ ଜଗତରେ ଏକ ଜଣାଶୁଣା ନାମ ଏବଂ ତାଙ୍କ କମ୍ପାନୀ ଜିନ୍ଦଲ ଗ୍ରୁପ୍ ହେଉଛି ଦେଶର ବୃହତ୍ତମ ଇସ୍ପାତ କମ୍ପାନୀ । ଏହା ବ୍ୟତୀତ ଜିନ୍ଦଲ ଗ୍ରୁପ ମଧ୍ୟ ଅନ୍ୟାନ୍ୟ କ୍ଷେତ୍ରରେ ସକ୍ରିୟ ଅଟନ୍ତି। ସାବିତ୍ରୀ ଦେବୀଙ୍କ ନଅ ସନ୍ତାନ ଅଛନ୍ତି। ସେମାନଙ୍କର ଚାରିପୁତ୍ର ପ୍ରୀତିରାଜ ଜିନ୍ଦଲ, ସାଜନ, ରତନ ଏବଂ ନବୀନ । ସମସ୍ତ ପୁଅ ବ୍ୟବସାୟ ଏବଂ ରାଜନୀତିରେ ସକ୍ରିୟ ଅଛନ୍ତି। ସାବିତ୍ରୀଙ୍କ ବଡ ପୁଅ ପ୍ରୀତିରାଜ ଜିନ୍ଦଲ JINDAL SAW LIMITED କମ୍ପାନୀର ଚେୟାରମ୍ୟାନ୍ ଅଟନ୍ତି। ଦ୍ୱିତୀୟ ପୁଅ ସାଜନ ଜିନ୍ଦଲ ଜେଡବ୍ଲୁଏସ୍ କମ୍ପାନୀର ଦାୟିତ୍ୱ ଗ୍ରହଣ କରିଛନ୍ତି। ତୃତୀୟ ପୁଅ ରତନ କମ୍ପାନୀରେ ନିର୍ଦ୍ଦେଶକ ପଦରେ ଅଛନ୍ତି। ପରିବାରର ସାନପୁଅ ନବୀନ ଜିନ୍ଦଲ ‘ଜିନ୍ଦଲ ଷ୍ଟିଲ’ର ଚେୟାରମ୍ୟାନ୍ ଥିବାବେଳେ। ଏହା ସହିତ ସେ ସାଂସଦ ମଧ୍ୟ ହୋଇଛନ୍ତି।

ସ୍ୱାମୀଙ୍କ ମୃତ୍ୟୁ ପରେ ବ୍ୟବସାୟରେ ପ୍ରବେଶ କଲେ ସାବିତ୍ରୀ ଦେବୀ

ବ୍ୟବସାୟ ବ୍ୟତୀତ ଓପି ଜିନ୍ଦଲ ହରିୟାଣା ରାଜନୀତିରେ ବହୁତ ସକ୍ରିୟ ଥିଲେ। ସେ ହିସାର ବିଧାନସଭା ନିର୍ବାଚନମଣ୍ଡଳୀରୁ ତିନିଥର ଜିତିଥିଲେ ଏବଂ ସରକାରରେ ଶକ୍ତି ମନ୍ତ୍ରୀ ଥିଲେ। ୨୦୦୫ ରେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା, ଏହା ପରେ ସାବିତ୍ରୀ ଦେବୀ ବ୍ୟବସାୟ ଜଗତକୁ ଆସିଥିଲେ। ଯେବେଠୁ ସେ ଜିନ୍ଦଲ ଗ୍ରୁପ୍ ଦାୟିତ୍ୱ ଗ୍ରହଣ କଲେ, କମ୍ପାନୀ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଲା । ବ୍ୟବସାୟ ବ୍ୟତୀତ ସେ ରାଜନୀତିରେ ଭାଗ୍ୟ ପରୀକ୍ଷା କରିଥିଲେ। ସେ ମଧ୍ୟ ୨୦୦୫, ୨୦୦୯ରେ ତାଙ୍କ ସ୍ୱାମୀଙ୍କ ଆସନ ହିସରରୁ କଂଗ୍ରେସ ବିଧାୟକ ହୋଇଥିଲେ। ଏହା ସହିତ ସେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ମଧ୍ୟ ଥିଲେ। ତେବେ ସେ ୨୦୧୪ ରେ ବିଧାନସଭା ନିର୍ବାଚନରେ ​​ହାରି ଯାଇଥିଲେ। ବ୍ୟବସାୟ, ରାଜନୀତି ବ୍ୟତୀତ ସାବିତ୍ରୀ ମଧ୍ୟ ଜଣେ ଜଣାଣୁଣା ସାମାଜିକ କାର୍ଯ୍ୟକର୍ତ୍ତା।ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହରିୟାଣାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଓପି ଜିନ୍ଦଲ ଗ୍ରୁପ୍‌ର ମହାଧ୍ୟକ୍ଷା ସାବିତ୍ରୀ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଏସିଆ ୱାନ ପତ୍ରିକା ଦ୍ୱାରା ଆୟୋଜିତ ଏସିଆ-ଆଫ୍ରିକା ବ୍ୟବସାୟ ଏବଂ ସାମାଜିକ ଫୋରମର ପ୍ରାଇଡ୍ ଅଫ୍ ଦି ନେସନ୍ ସିରିଜ୍ ପୁରସ୍କାର ଏବଂ ବ୍ୟବସାୟ ସମ୍ମିଳନୀର ୧୪ ତମ ସଂସ୍କରଣରେ ସାବିତ୍ରୀ ଜିନ୍ଦଲଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ଧନୀ ତାଲିକାରେ ସାବିତ୍ରୀ ଦେବୀ କେଉଁଠାରେ ଅଛନ୍ତି?

ଫୋର୍ବସ୍ ଅନୁଯାୟୀ, ସାବିତ୍ରୀ ଦେବୀ ବର୍ତ୍ତମାନ ୧.୩୩ ଲକ୍ଷ କୋଟି ଟଙ୍କାର ମାଲିକ ଅଟନ୍ତି। ୨୦୨୧ ର ଫୋର୍ବସ୍ ତାଲିକାରେ ସେ ଭାରତର ଷଷ୍ଠ ଧନୀ ବ୍ୟକ୍ତି ଏବଂ ଯେତେବେଳେ ସାରା ବିଶ୍ୱରେ ଧନୀ ବ୍ୟକ୍ତିଙ୍କ କଥା ଆସେ, ସେ ୨୩୪ ତମ ସ୍ଥାନରେ ରହିଛନ୍ତି।