Gas Cylinder - The Sakala

ରାଉରକେଲାରେ ଗ୍ୟାସ୍ କଳାବଜାରୀ: ଗ୍ୟାରେଜରୁ ୧୬୧ ଗ୍ୟାସ୍ ସିଲିଣ୍ଡର୍ ଜବତ, ମାଲିକ ଚମ୍ପଟ୍
ରାଉରକେଲା: ଗ୍ୟାରେଜ୍‌ ଭିତରୁ ୧୬୧ ଗ୍ୟାସ୍ ସିଲିଣ୍ଡର୍ ଜବତ । ରାଉରକେଲାରେ ଚାଲିଛି ଗ୍ୟାସ୍‌ କଳାବଜାରୀ । ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲାର ସେକ୍ଟର-୯ ଅଞ୍ଚଳରେ ଯୋଗାଣ ବିଭାଗର ରେଡ୍‌ ବେଳେ ଜଣଙ୍କ ଗ୍ୟାରେଜ୍‌ରୁ ମିଳିଲା ଏତେ ମାତ୍ରାରେ ଉଭୟ କମର୍ସିଆଲ୍‌ ଓ ଘରୋଇ ସିଲିଣ୍ଡର । ତେବେ ଏତେ ପରିମାଣର ଗ୍ୟାସ ସିଲିଣ୍ଡର କଣ ପାଇଁ ରଖିଥିଲା ତାହା ସ୍ପଷ୍ଟ ହୋଇନାହିଁ। ଯୋଗାଣ ବିଭାଗ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଗ୍ୟାରେଜ୍ ମାଲିକ ଚମ୍ପଟ ମାରିଥିବା ସୂଚନା ମିଳିଛି ।

ବିରୋଧ ପରେ ଯୋଗାଣ ମନ୍ତ୍ରୀଙ୍କ ୟୁ ଟର୍ଣ୍ଣ: କାଲି ମନା କରିଥିଲେ, ଆଜି କହିଲେ ଏହିମାନେ କିଣିପାରିବେ ୫ କେଜି ଗ୍ୟାସ୍
ଭୁବନେଶ୍ୱର: ବିରୋଧ ପରେ ୟୁ ଟର୍ଣ୍ଣ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ରଖିଲା ଖାଦ୍ୟ ଯୋଗାଣ ବିଭାଗ । କାଲି ମନା କରିଥିଲେ, ଆଜି କହିଲେ ପରିଚୟପତ୍ର ଦେଖାଇ ୫ କେଜି ଗ୍ୟାସ କିଣିପାରିବେ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ । ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ । e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ ।

ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଏବେ ଖାଉଟିମାନେ ଚିନ୍ତାରେ । ସରକାର କହୁଛନ୍ତି ରାଜ୍ୟରେ ଏଲପିଜିର କୌଣସି ଅଭାବ ନାହିଁ ମାତ୍ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଗ୍ୟାସ ପାଇଁ କାହାର ବୁକିଂ ହେଉନି ତ କାହାର ବୁକିଂ ହୋଇ OTP ଆସିଲେ ବି ତାଙ୍କୁ ଗ୍ୟାସ ମିଳୁନାହିଁ । ଗ୍ୟାସ ପାଇଁ ଲମ୍ବା ଲାଇନ କରିବାକୁ ପଡୁଛି ।

ସୂଚନା ଅନୁଯାୟୀ, ରବିବାର ଖୋଲା ବଜାରରେ ୫ କେଜି ବିଶିଷ୍ଟ ଗ୍ୟାସ ଟାଙ୍କି ବିକ୍ରି ଉପରେ ଲାଗିଥିଲା ରୋକ୍। ଯଦି କେହି ବିକ୍ରି କରୁଥିବା ବେଳେ ଧରାପଡ଼ିବେ, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗ୍ୟାସ ବିକ୍ରି ନେଇ ଇ-କେୱାଇସି କରାଯିବ । କେବଳ ଯାହା ନାଁରେ କାର୍ଡ ଥିବ, ଗ୍ୟାସ ଏଜେନ୍ସିରୁ ସେମାନେ ହିଁ ଗ୍ୟାସ ଟାଙ୍କି ନେଇପାରିବେ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ। ଅପରପକ୍ଷେ ରାଜ୍ୟରେ ୫ କେଜି ବିଶିଷ୍ଟ ରନ୍ଧନ ଗ୍ୟାସ ଟାଙ୍କି ବିକ୍ରି ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ କଂଗ୍ରେସ ଓ ବିଜେଡି ନେତା । ହଠାତ୍ ଏଭଳି ଆଇନ କରିବା ଦ୍ୱାରା ବିଭିନ୍ନ ସହରରେ ରହି ପଢ଼ୁଥିବା ଛାତ୍ରଛାତ୍ରୀ ଓ ବଡ଼ ଟାଙ୍କି କିଣିବାକୁ ଅକ୍ଷମ ପରିବାରମାନେ ଅସୁବିଧାରେ ପଡ଼ିବେ ବୋଲି ଦୁଇ ଦଳ ନେତାମାନେ କହିଥିଲେ ।

ରାଜ୍ୟରେ ଗ୍ୟାସ ସଙ୍କଟକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ଗ୍ୟାସ୍‌ ମହଜୁଦ ଅଛି । ଖାଉଟିମାନେ ବିଚଳିତ ନ ହେବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପରାମର୍ଶ । ଗ୍ୟାସ ସଙ୍କଟକୁ ନେଇ ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଓଡିଶାରେ ବର୍ତ୍ତମାନ କୌଣସି ଗ୍ୟାସ ସଙ୍କଟ ନାହିଁ, ପର୍ଯ୍ୟାପ୍ତ ମହଜୁଦ ରହିଛି।  ସିଲିଣ୍ଡର ଗ୍ୟାସ ମହଜୁଦ  ରହିଥିବାରୁ ଲୋକଙ୍କୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ, ବିଶେଷ କରି ରେଷ୍ଟୁରାଣ୍ଟ ଓ ହୋଟେଲମାନଙ୍କୁ ସହଜତା ମିଳିବ। ଏହା ସହ ଆଉ ୧୦ ପ୍ରତିଶତ ବଢ଼ାଇବା ପାଇଁ ଆଲୋଚନା ଚାଲିଛି। ସେଥିପାଇଁ ଶୀଘ୍ର କମର୍ସିଆଲ ଗ୍ୟାସ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବା ଆଶା କରାଯାଉଛି।

ଆଜିଠାରୁ କମର୍ସିଆଲ ସଂସ୍ଥାମାନଙ୍କୁ ୪୦ ପ୍ରତିଶତ ଗ୍ୟାସ ଯୋଗାଣ ଆରମ୍ଭ ହେବ। କେନ୍ଦ୍ର ପକ୍ଷରୁ ଆଉ ୧୦ ପ୍ରତିଶତ ପାଇଁ କିଛି ସର୍ତ୍ତ ରହିଛି, ଯାହାକୁ ପୂରଣ କରିବାରେ ରାଜ୍ୟ ସରକାର କାମ କରୁଛି। ସାଧାରଣ ଗ୍ରାହକଙ୍କ ପାଇଁ ଗ୍ୟାସ ବଣ୍ଟନ ସାଧାରଣ ଭାବେ ଚାଲିଛି ଏବଂ କୌଣସି ବିଘ୍ନ ନାହିଁ। ଯଦି କୌଣସି ଅଭିଯୋଗ ଆସେ, ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ।

ନୂଆବର୍ଷରୁ ନୂଆ ନିୟମ: ଆଧାର-ପାନ୍‌ଠାରୁ ଗାଡ଼ି ମୂଲ୍ୟ ଯାଏ ହେବ ପରିବର୍ତ୍ତନ
ନୂଆଦିଲ୍ଲୀ: ୨୦୨୬ ଜାନୁଆରୀ ପହିଲାରୁ ନୂତନ ବର୍ଷ ଆରମ୍ଭ ହେବା ସହିତ, ଦେଶରେ କିଛି ନୂତନ ନିୟମ ଏବଂ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂତନ ପରିବର୍ତ୍ତନଗୁଡ଼ିକ ସିଧାସଳଖ ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପ୍ରଭାବ ପକାଇବ। ଏହି ନୂତନ ନିୟମ ଏବଂ ପରିବର୍ତ୍ତନଗୁଡିକ ହେଉଛି…

ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ
୨୦୨୬ ଜାନୁଆରୀ ପହିଲାରୁ ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି।  ଶେଷ ଥର ପାଇଁ, ଡିସେମ୍ବର ପହିଲା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା। ହେଲେ ଏଥର ଏଳ୍‌ପିଜି ଦରରେ କ’ଣ ହେଉଛି ତାହା ଦେଖÒବାକୁ ବାକି ଅଛି। ଏଲ୍‌ପିଜି ସିଲିଣ୍ଡର ପରି ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସରେ ସିଏନ୍‌ଜି, ପିଏନ୍‌ଜି ଏବଂ ଏଟିଏଫ୍‌ (ବିମାନ ଟର୍ବାଇନ୍‌ ଇନ୍ଧନ) ମୂଲ୍ୟ ସଂଶୋଧନ କରିଥାନ୍ତି।  ତେଣ ଜାନୁଆରୀ ପହିଲାରୁ ସିଏନ୍‌ଜି, ପିଏନ୍‌ଜି ଏବଂ ଏଟିଏଫ୍‌ର ନୂତନ ମୂଲ୍ୟ କାର୍ଯ୍ୟକାରୀ ହେବ।

ଆଧାର-ପାନ୍ ଲିଙ୍କ୍‌
ସରକାର ସମସ୍ତ ବ୍ୟକ୍ତିଙ୍କ ପାଇଁ ଆଧାର-ପାନ୍ ଲିଙ୍କିଂକୁ ବାଧ୍ୟତାମୂଳକ କରିଛନ୍ତି। ଆଧାର-ପାନ୍ ଲିଙ୍କ୍‌ କରିବାର ଶେଷ ତାରିଖ ଡିସେମ୍ବର ୩୧ ରହିଛି।    ଯେଉଁମାନେ ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କର ଆଧାର ଏବଂ ପାନ୍ ଲିଙ୍କ୍ କରିବେ ନାହିଁ ସେମାନଙ୍କର ପାନ୍ କାର୍ଡ ଜାନୁଆରୀ ପହିଲାରୁ ନିଷ୍କ୍ରିୟ ହୋଇଯିବ। ଜାନୁଆରୀ ୧ ପରେ ଲୋକମାନଙ୍କୁ ସେମାନଙ୍କର ପ୍ୟାପାନ୍ ଏବଂ ଆଧାର ଲିଙ୍କ୍ କରିବା ପାଇଁ ଜରିମାନା ଦେବାକୁ ପଡିବ।

ଯାନବାହାନ ମୂଲ୍ୟ ବଢ଼ିବ
ନୂତନ ବର୍ଷ ଆରମ୍ଭରୁ, ଅର୍ଥାତ୍ ଜାନୁଆରୀ ପହିଲାରୁ ଅନେକ ଅଟୋମୋବାଇଲ କମ୍ପାନୀ ସେମାନଙ୍କ ଯାନର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ନିସାନ୍‌, ବିଏମ୍‌ଡବ୍ଲ୍ୟୁ, ଜେଏସଡ୍‌ବ୍ଲ୍ୟୁ ଏମ୍‌ଜି ମୋଟର ଏବଂ ରେନୋ ଭଳି କମ୍ପାନୀ ରହିଛନ୍ତି। ଅନ୍ୟାନ୍ୟ କାର୍ ନିର୍ମାତାମାନେ ମଧ୍ୟ ନୂଆ ବର୍ଷରୁ ସେମାନଙ୍କ ଯାନର ମୂଲ୍ୟ ବୃଦ୍ଧି କରିପାରନ୍ତି।

୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା
ଜୟପୁର: ରାଜସ୍ଥାନରେ ୫୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର । ଏପ୍ରିଲ ପହିଲାରୁ ରାଜସ୍ଥାନରେ ରନ୍ଧନ ଗ୍ୟାସ୍‌ ବା ଏଲ୍‌ପିଜି ଦର ୫୦୦ ଟଙ୍କା ହେବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ସାରା ଦେଶରେ ଗ୍ୟାସ ଦର ଲୋକଙ୍କୁ କନ୍ଦାଇ ଦେଇଥିବାବେଳେ ରାଜସ୍ଥାନ ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ଏହି ଖୁସି ଖବର। ଏବେ ସାରା ଦେଶରେ ତଥା ଆମ ରାଜ୍ୟରେ ଗ୍ୟାସ୍ ଦର ହଜାରେ ଟଙ୍କା ପରେ ରହିଥିବା ବେଳେ ରାଜସ୍ଥାନରେ ଏପ୍ରିଲ୍‌ରୁ ୫୦୦ ଟଙ୍କାରେ ମିଳିବ ଗ୍ୟାସ । ତେବେ ଏହି ଘୋଷଣା ସମସ୍ତଙ୍କ ପାଇଁ ନୁହେଁ । ଏହା କେବଳ ଗରିବ ଏବଂ ଉଜ୍ଜଳା ଗ୍ୟାସ ଯୋଜନାର ହିତାଧିକାରୀଙ୍କ ପାଇଁ ଉପଲବ୍ଧ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାରତ ଯୋଡ଼ୋ ଯାତ୍ରାର ଅବସରରେ ନିଜର ସମ୍ବୋଧନରେ ଗ୍ୟାସ ଟାଙ୍କି ମୂଲ୍ୟ ଅଧା କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜି ଅଲୱର ଜିଲ୍ଲାର ମାଲାଖେଡାରେ ଏକ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି ଯେ, ଆମେ ଏକ କ୍ୟାଟେଗୋରୀ ବନାଉଛୁ । ଏହି କ୍ୟାଟେଗୋରୀର ଲୋକଙ୍କୁ ୧୦୫୦ ଟଙ୍କାର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ୫ଶହ ଟଙ୍କାରେ ଦେବୁ ।

ଆଗାମୀ ମାସରେ ଆମେ ବଜେଟ୍ ପ୍ରସ୍ତୁତ କରିବୁ, ସେଥିରେ ରୋସେଇରୁ ମହଙ୍ଗାର ବୋଝ଼ କମ୍ କରିବା ପାଇଁ କିଟ୍ ବାଣ୍ଚିବାର ଯୋଜନା ଆଣିବୁ । ସେ କହିଛନ୍ତି, ପୂର୍ବରୁ ଇନକମ୍ ଟ୍ୟାକ୍ସ, ଇଡିକୁ ନେଇ ଡରୁଥିଲେ, ଏବେ ଏମାନେ ନିଜ ଡରି ହୋଇ ରହିଛନ୍ତି । ଦେଶରେ ଲୋକତତନ୍ତ୍ରର ଚେର କମଜୋର ନୁହେଁ । ରାହୁଲ ଗାନ୍ଧି ଏକ ଉଦ୍ଦେଶ୍ୟ ନେଇ ଚାଲୁଛନ୍ତି । ସ୍ୱାଧିନତା ପରେ ପ୍ରଥମଥର ଭାରତ ଯୋଡୋ ଯାତ୍ରା ହେଉଛି ।

ଗ୍ୟାସ୍‌ ଚୋରି ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ: ଏଣିକି ଘରକୁ ଆସିବ କ୍ୟୁଆର କୋଡ୍‌ ଥିବା ଏଲପିଜି ସିଲିଣ୍ଡର
ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡରରୁ ଗ୍ୟାସ୍‌ ଚୋରି ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏଣିକି ଆପଣଙ୍କ ଘରକୁ କ୍ୟୁଆର୍ କୋଡ୍ ଥିବା ସିଲିଣ୍ଡର ଆସିବ । ଏହା ଦ୍ୱାରା ଗ୍ୟାସ୍ ଚୋରି ରୋକିବା ସହଜ ହେବ ବୋଲି କୁହାଯାଇଛି। ଯାହାର ଫାଇଦା ସାଧାରଣ ଗ୍ରାହକଙ୍କୁ ମିଳିବ। ଗ୍ରାହକ ପୁରା ପଇସା ଦେଇ ଫୁଲ ସିଲିଣ୍ଡର ଗ୍ୟାସ୍‌ ପାଇବେ।

ପୂର୍ବରୁ ଯଦି କୌଣସି ଡେଲିଭରିମ୍ୟାନ୍ ଚୁପଚାପ୍‌ ଆପଣ ବୁକ୍ କରିଥିବା ସିଲିଣ୍ଡରରୁ ଗ୍ୟାସ୍ ବାହାର କରନ୍ତି, ତେବେ ତାହା ଜାଣିବା ଖୁବ୍ କଷ୍ଟକର ହେଉଥିଲା । ମାତ୍ର ଏବେ ଗ୍ୟାସ୍ ସିଲିଣ୍ଡରରେ କ୍ୟୁଆର କୋଡ୍ ରହିବା ଫଳରେ ଚୋରି କରିବା କଷ୍ଟକର ହୋଇଯିବ। କାରଣ କ୍ୟୁଆର କୋଡ୍ ଥିବା ସିଲିଣ୍ଡରରେ ଏହି କଥା ଜାଣିବା ସହଜ ହୋଇଯିବ ଯେ, ଏଥିରେ କେତେ ଥର ରିଫିଲିଂ ହୋଇଛି। ଏହାଛଡା ଏହି ଡାଟା ମଧ୍ୟ ରହିବ ଯେ, କୌଣସି ଡିଲରଠାରୁ କାହାକୁ ଡେଲିଭର କରାଯାଇଛି। ସିଲିଣ୍ଡର ଗ୍ୟାସ୍ କମ୍ ଆସିବା ଭଳି ଅଭିଯୋଗ ଲଗାତର ଆସିବା ପରେ ଏହି ପଦେକ୍ଷପ ନିଆଯାଇଛି। ସବୁ ଗ୍ୟାସ ସିଲିଣ୍ଡରରେ ଏହି ବ୍ୟବସ୍ଥା ଆଗାମୀ କିଛି ମାସ ଭିତରେ ଦେଖିବାକୁ ମିଳିବ।

ଉଜ୍ୱଳା ହିତାଧିକାରୀଙ୍କ ପାଇଁ ଖୁସି ଖବର, ପ୍ରତି ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ସବସିଡି
ନୂଆଦିଲ୍ଲୀ : ଦେଶବାସୀଙ୍କୁ ବଡ ଆଶ୍ୱସ୍ତି ଦେଇ କେନ୍ଦ୍ର ସରକାର ତେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ତେଲ ଦର ବୃଦ୍ଧି ସହ ଦେଶବାସୀଙ୍କ ପାଇଁ ଆଉ ଆଉ ଏକ ବଡ ଚିନ୍ତା ରହିଥିଲା ମହଙ୍ଗା ଗ୍ୟାସ ସିଲିଣ୍ଡର। କାରଣ ରନ୍ଧନ ଗ୍ୟାସ ଦର ଏକ ହଜାର ପାର୍‌ କରିଯାଇଥିଲା। ଯାହା ଦେଶବାସୀଙ୍କ ପାଇଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଆଜି କେମନ୍ଦ୍ର ସରକାର ତେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିବା ସହ ଗ୍ୟାସ୍‌ ଦରକୁ ନେଇ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ମିଳିବ। ବାର୍ଷିକ ୧୨ଟି ସିଲିଣ୍ଡର ଉପରେ ଏପରି ସବସିଡି ମିଳିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ସୂଚନା ଦେଇଛନ୍ତି।

Ujjwala Yojana has helped crores of Indians, especially women. Today’s decision on Ujjwala subsidy will greatly ease family budgets. https://t.co/tHNKmoinHH

— Narendra Modi (@narendramodi) May 21, 2022

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରି କହିଛନ୍ତି, ‘ଆମେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୯ କୋଟିରୁ ଅଧିକ ଲାଭାର୍ଥୀଙ୍କୁ ୨୦୦ ଟଙ୍କା ପ୍ରତି ଗ୍ୟାସ ସିଲିଣ୍ଡର (୧୨ଟି ସିଲିଣ୍ଡର ଯାଏଁ)ର ସବସିଡି ପ୍ରଦାନ କରିବେ। ଏହାଦ୍ୱାରା ଆମ ମାଆ, ଭଉଣୀଙ୍କୁ ବହୁ ଉପକୃତ ହେବେ’।ଏହି ନୂଆ ସବସିଡି ଯୋଗୁ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ୬,୧୦୦ କୋଟି ଟଙ୍କାର ରାଜସ୍ୱ ହରାଇବେ। ଏଥିସହ ଆମେ ବିଭିନ୍ନ ଦେଶରୁ ଆସୁଥିବା କଞ୍ଚା ମାଲ ଉପରୁ ମଧ୍ୟ ସୀମା ଶୁଳ୍କ ହ୍ରାସ କରାଯିବ। ଏହାଦ୍ୱାରା ଗୋଟିଏ ଜିନିଷର ଚୂଡ଼ାନ୍ତ ମୂଲ୍ୟ ହ୍ରାସ ପାଇବ।”

12. Measures are being taken up to improve the availability of #Cement and through better logistics to reduce the cost of cement.

Notifications with specific details on all the above will be issued by GoI within the next hour.

— Nirmala Sitharaman (@nsitharaman) May 21, 2022

ଅନ୍ୟପଟେ କେନ୍ଦ୍ର ସରକାର ଲୁହା ଓ ଇସ୍ପାତ ଉପରୁ ମଧ୍ୟ ସୀମା ଶୁଳକ ହ୍ରାସ ନେଇ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଦେଶରେ ଲୁହା ଓ ଇସ୍ପାତ ସାମଗ୍ରୀର ଦର କମିବ । ଅନ୍ୟପକ୍ଷରେ ସିମେଣ୍ଟ ଦର ହ୍ରାସ ଓ ଯୋଗାଣ ବୃଦ୍ଧି ଲାଗି ପଦକ୍ଷେପ ନିଆଯାଉଛି । ଏ ସଂପର୍କିତ ସରକାରୀ ବିଜ୍ଞପ୍ତି ଆଜି ରାତିରେ ହିଁ ପ୍ରକାଶ ପାଇବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ରକୁ ବିଜେଡିର ଚେତାବନୀ: ଦର ହ୍ରାସ ପାଇଁ ୩୦ ତାରିଖ ସୁଦ୍ଧା ନିଅ ପଦକ୍ଷେପ
ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି ଜନ ସାଧାରଣ । ବିଶ୍ୱର କୌଣସି ଦେଶରେ ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ବେଶି ବଢ଼ି ନାହିଁ । ୨୦୧୪ ମସିହାରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ଗ୍ୟାସ୍ ଦର ୪୧୪ ଟଙ୍କା ଥିଲା । ୭ ବର୍ଷ ମଧ୍ୟରେ ଗ୍ୟାସ ସିଲିଣ୍ଡର ଦୁଇ ଗୁଣ ବଢ଼ି ୯୩୦ ଟଙ୍କା ଉପରେ ରହିଛି । ମହାମାରୀ କରୋନା ସଂକଟ ସମୟରେ ମଧ୍ୟ ପ୍ରତି ମାସରେ ଦର ୨୫ରୁ ୭୫ ଟଙ୍କା ବଢ଼ିଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରେସମିଟରେ ବର୍ଷିଛି ବିଜେଡି।

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି କରି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି କେନ୍ଦ୍ର ସରକାର । ଲୋକେ ତ୍ରାହି ତ୍ରାହି ଡାକିଲେଣି । ପ୍ରତିବାଦରେ ବିଜୁ ଜନତା ଦଳ ଦେଇଥିବା ଡାକରାରେ ଲୋକେ ରାସ୍ତାକୁ ଓହ୍ଲାଇଲେଣି । ମାତ୍ର କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ ।

ଓଲଟି ବିଜେପିର ରାଜ୍ୟ ନେତୃବୃନ୍ଦ କେନ୍ଦ୍ର ସରକାରଙ୍କୁ ବଞ୍ଚାଇବା ଲାଗି ମିଛ ସାହାରା ନେଇ ଭିନ୍ନ ଯୁକ୍ତି ବାଢ଼ୁଛନ୍ତି । ଲୋକଙ୍କୁ ଭୂଆଁ ବୁଲାଇ କହୁଛନ୍ତି ଅନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ଓ ଅଶୋଧିତ ତୈଳଦର ବୃଦ୍ଧି ଯୋଗୁଁ ଦେଶରେ ଗ୍ୟାସ୍ ଦର ବଢ଼ୁଛି । ମାତ୍ର ବାସ୍ତବ କଥା ହେଲା, ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ନାଚୁରାଲ ଗ୍ୟାସ ଦର ୬ ଡଲାର ଥିଲା । ଏବେ ତାହା ୫.୮ ଡଲାରକୁ ଖସି ଆସିଛି । ଠିକ୍ ସେହିଭଳି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୮୬ ଡଲାର ଥିବାବେଳେ ଏବେ ୭୮ ଡଲାର ରହିଛି । ଉଭୟ ନାଚୁରାଲ୍ ଗ୍ୟାସ୍ ଓ ଅଶୋଧିତ ତୈଳଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲା ବେଳେ ରନ୍ଧନ ଗ୍ୟାସ୍ ଦର ୧୨୩ ପ୍ରତିଶତ ବଢ଼ିବାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଇଛି ବିଜେଡି ।

ସେହିଭଳି କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ନେଇ ଲୋକଙ୍କୁ ମଛ ସଫଳତାର କାହାଣୀ ଶୁଣାଉଥିବା କହିଛି ବିଜେଡି । ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲି ମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର କହିଥିଲା । ମାତ୍ର ଗ୍ୟାସର ଦରବୃଦ୍ଧି ଯୋଗୁଁ ଅଧିକାଂଶ ଉଜ୍ଜ୍ୱଳା ହିତାଧିକାରୀ ସିଲିଣ୍ଡର ରିଫିଲିଂ କର ନପାରି ପୁଣି ଚୁଲି ମୁଣ୍ଡକୁ ଫେରି ଯାଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ଯେ ଫମ୍ପା ଥିଲା, ଲୋକେ ବୁଝି ସାରିଲେଣି । ତେଣୁ, ଦଳମତ ନିର୍ବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି । ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ୍ ଜବାବ ଦେବେ ।

ବିଜେଡି ସାଢ଼େ ଚାରିକୋଟି ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରି ଆସୁଛି । ୨୨, ୨୩ ଓ ୨୪ ତିନିଦିନ ଧରି ଦଳ ପକ୍ଷରୁ ଦିଆ ଯାଇଥିବା ଆନ୍ଦୋଳନ ଡାକରାରେ ରାଜ୍ୟବ୍ୟାପୀ ବିପୁଳ ସମର୍ଥନ ମିଳିଛି । ମହିଳାଙ୍କ ଠାରୁ ନେଇ ଯୁବକ, ଛାତ୍ର ଓ ଜନସାଧାରଣ ଆନ୍ଦୋଳନକୁ ସଫଳ କରାଇଛନ୍ତି । ଏଥିସହ କେନ୍ଦ୍ର ସରକାର ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ୍ ଦର କମାଇବା ଲାଗି ପଦକ୍ଷେପ ନନେଲେ ବିଜେଡି ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଚେତାବନୀ ଦେଇଛି।

ମହଙ୍ଗା ମାଡ଼: ‘ଉଜ୍ଜ୍ୱଳା’ ଫାଙ୍କା, ଗ୍ୟାସ୍‍ ଭରୁନାହାନ୍ତିି ୭୦% ଉଜ୍ଜ୍ୱଳା ଗ୍ରାହକ
ଭୁବନେଶ୍ୱର: ମହଙ୍ଗା ମାଡ଼ରେ ସବୁ ଗଣିତ ଓଲଟପାଲଟ। ରୋଷେଇ ଘର ବଜେଟ ବିଗିଡ଼ିବା ପରେ ସାଧାରଣ ଖାଉଟିଙ୍କଠାରୁ ମଧ୍ୟବିତ୍ତଙ୍କ ପର୍ଯ୍ୟନ୍ତ ସବୁଠି ବଢ଼଼ିଛି ଅସନ୍ତୋଷ। ପ୍ରଭାବିତ ହୋଇଛି ବେପାରବଣିଜ। ନିକଟରେ ଟିକସ ହ୍ରାସ ପରେ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ଦରରୁ କିଛିଟା ଆଶ୍ୱସ୍ତି ମିଳିଛି, ତେବେ ରନ୍ଧନ ଗ୍ୟାସ୍‍ ଦର ବୃଦ୍ଧିରେ ଖାଉଟି ଅଣନିଶ୍ୱାସୀ। ଏଲ୍‍ପିଜି ମହଙ୍ଗା ହେବା ପରେ ପରିବାରର ଆର୍ଥିକ ଗଣିତ ବିଗିଡ଼ି ଯାଇଛି। ମହଙ୍ଗା ଏଲ୍‍ପିଜି ସବୁ ବର୍ଗକୁ ପ୍ରଭାବିତ କରିଛି। ଏପରିକି ଯେଉଁ ‘ଉଜ୍ଜ୍ୱଳା’କୁ ନେଇ କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏ ସରକାର ବାହାବାହା ନେଉଛନ୍ତି ସେହି ଉଜ୍ଜ୍ୱଳା ହିତାଧିକାରୀ ବର୍ଦ୍ଧିତ ଦର ଯୋଗୁଁ ସିଲିଣ୍ଡରକୁ ବାନ୍ଧିବୁନ୍ଧି ଖଟତଳେ ଗଡ଼଼ାଇ ଦେଲେଣି। ପୁଣି ଚୂଲି, କାଠ, ଘସି, ନଡ଼ାକୁ ମୁହାଁଇଛନ୍ତି ଗ୍ରାମର ଗରିବ ମହିଳା। ଗ୍ୟାସ୍‍ ସିଲିଣ୍ଡରର ଉଚ୍ଚ ଦର ଗରିବ ଓ ମଧ୍ୟବିତ୍ତ ପରିବାରର ପକେଟ୍‍କୁ ସୁହାଉନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଉଜ୍ଜ୍ୱଳା ହିତାଧିକାରୀ ସିଲିଣ୍ଡର ନ ଭରିବା। ୭୦ ପ୍ରତିଶତ ଉଜ୍ଜ୍ୱଳା ହିତାଧିକାରୀ ଗ୍ୟାସ୍‍ ଭରୁନାହାଁନ୍ତି। ଏମିତିକି ଏଲ୍‍ପିଜି ସିଲିଣ୍ଡରର ଉଚ୍ଚ ଦର ଯୋଗୁଁ ଖାଉଟି ଆଉ ସିଲିଣ୍ଡର ଭରିବାରେ ଆର୍ଥିକ ଦୃଷ୍ଟିରୁ ସମର୍ଥ ହେଉନାହାନ୍ତି। ଏହାର ସିଧାସଳଖ ପ୍ରଭାବ ଗ୍ୟାସ୍‍ ବିତରକଙ୍କ ବ୍ୟବସାୟ ଉପରେ ପଡ଼ିଛି। ଫଳତଃ ଦର ବୃଦ୍ଧି ଚାପରେ ଗ୍ୟାସ୍‍ ବ୍ୟବସାୟ ୫୦ ପ୍ରତିଶତ ପ୍ରଭାବିତ ହୋଇଛି। ଯାହାକୁ ନେଇ ଏବେ ଖାଉଟିଙ୍କ ପରେ ଏଲ୍‍ପିଜି ଡିଷ୍ଟ୍ରିବ୍ୟୁଟରମାନେ ଚିନ୍ତାରେ ପଡ଼ିଛନ୍ତି।

ବର୍ତ୍ତମାନ ବଜାରରେ ଏକ ଏଲ୍‍ପିଜି ସିଲିଣ୍ଡର ପିଛା ଦର ୯୨୬ ଟଙ୍କା ରହିଥିବାବେଳେ ବାଣିଜ୍ୟିକ ସିଲିଣ୍ଡର ଦର ୨୧୦୦ ଟଙ୍କାରେ ପହଞ୍ଚିଛି। ଚଳିତବର୍ଷ ଏପ୍ରିଲରେ ଘରୋଇ ଏଲ୍‍ପିଜି ଅଣ-ରିଆତି ଗ୍ୟାସ୍‍ ସିଲିଣ୍ଡର (୧୪.୨ କେଜି) ଦର ୮୩୫ ଟଙ୍କା ୫୦ ପଇସା ରହିଥିଲା। ଅକ୍ଟୋବରରେ ଏହି ଦର ସିଲିଣ୍ଡର ପିଛା ୯୨୬ ଟଙ୍କାରେ ପହଞ୍ଚିଛି। ସେହିଭଳି ବାଣିଜ୍ୟିକ ଏଲ୍‍ପିଜି ସିଲିଣ୍ଡର(୧୯ କେଜି)ର ଦର ଏପ୍ରିଲ ମାସରେ ୧୭୩୫ ଟଙ୍କା ୫୦ ପଇସା ରହିଥିଲା। ଏବେ ଏହା ୨୧୦୦ ଟଙ୍କାରେ ପହଞ୍ଚିଲାଣି। ତେଲ ତାତିରେ ଏବେ ବଜାରରେ ପେଟ୍ରୋଲ ଓ ଡିଜେଲଠାରୁ ତେଜରାତି, ପନିପରିବା ଏବଂ ଔଷଧ ସାମଗ୍ରୀ ମୂଲ୍ୟ ବହୁଗୁଣ ବଢ଼଼ିଯାଇଛି। ଏଭଳି ମହଙ୍ଗା ମାଡ଼ ସମୟରେ ଏଲ୍‍ପିଜି ଗ୍ରାହକ ଗ୍ୟାସ୍‍ ଭର୍ତ୍ତି ସିଲିଣ୍ଡର କିଣିବାକୁ ସକ୍ଷମ ହେଉନାହିଁ। ଘର ଦୁଆରମୁହଁରେ ସିଲିଣ୍ଡର ଧରି ଆସିଥିବା ଡେଲିଭରୀ ବଏକୁ ପେମେଣ୍ଟ ଦେବାକୁ ଗ୍ରାହକଙ୍କ ପକେଟ୍‍ରେ ପଇସା ନାହିଁ। ଏଥିଯୋଗୁ ଗ୍ୟାସ୍‍ ବ୍ୟବସାୟ ୫୦ ପ୍ରତିଶତ ପ୍ରଭାବିତ ହୋଇଛି। ଏହାଛଡା ଗରିବ ଲୋକଙ୍କୁ ଯୋଗାଇ ଦିଆଯାଇଥିବା ଉଜ୍ୱଳା ଗ୍ୟାସ୍‍ର ସିଲିଣ୍ଡର ଏବେ ଫାଙ୍କା। ଏହାର ମୁଖ୍ୟ କାରଣ ହେଉଛି ଏହି ସିଲିଣ୍ଡରରେ ଗ୍ୟାସ୍‍ ଭରିବାକୁ ସେହି ହିତାଧିକାରୀଙ୍କ ପାଖରେ ପାଇସା ନାହିଁ। ଯାହାର ଫଳସ୍ୱ୍ୱରୂପ ବର୍ତ୍ତମାନ ଉଜ୍ଜ୍ୱଳା ଯୋଜନାରେ ବ୍ୟବସାୟ ୩୦ ପ୍ରତିଶତ କମିଯାଇଛି। ଅପରପକ୍ଷେ ବ୍ୟବସାୟ କାରବାର ଭଲ ରହୁ ନ ଥିବାଯୋଗୁ ବାଣିଜ୍ୟିକ ସିଲିଣ୍ଡର ବିକ୍ରି ମଧ୍ୟ ୫୦ ଭାଗ କମିଯାଇଛି। ସିଲିଣ୍ଡର ବିକ୍ରି କମିବାର ପ୍ରଭାବ ଏବେ ଏଲ୍‍ପିଜି ଡିଷ୍ଟ୍ରିବ୍ୟୁଟରଙ୍କ ଉପରେ ପଡ଼ିଛି। ଏଥିଯୋଗୁ ପ୍ରତି ସିଲିଣ୍ଡର ପିଛା ଡିଷ୍ଟ୍ରିବ୍ୟୁଟର ପାଉଥିବା କମିସନ କମୁଛି।

ଏ ସମ୍ପର୍କରେ ଓଡ଼ିଶା ଏଲ୍‍ପିଜି ଡିଷ୍ଟ୍ରିବ୍ୟୁଟର ସଂଘର ସଭାପତି ବିଶ୍ୱନାଥ ମୁଖାର୍ଜୀ କହିଛନ୍ତି ଯେ, ସିଲିଣ୍ଡର ବିକ୍ରି କମିବା ଯୋଗୁ ଆମ ଭଳି ଡିଷ୍ଟ୍ରିବ୍ୟୁଟର ବେଶୀ ପ୍ରଭାବିତ। ଆମକୁ ପ୍ରତି ସିଲିଣ୍ଡର ପିଛା ଡେଲିଭରୀ ବାବଦ ଖର୍ଚ୍ଚ ୬୪ ଟଙ୍କା ମିଳିଥାଏ। ଏହାବାଦ୍‍ ଗ୍ରାହକଙ୍କ ଦ୍ୱାରଦେଶରେ ଡେଲିଭରି ପାଇଁ ଖର୍ଚ୍ଚ ତେଲ ଦର ବଢ଼଼ିବା ପରେ ସିଲିଣ୍ଡର ପିଛା ପ୍ରାୟ ୩୫ ଟଙ୍କା ପଡ଼ିଯାଉଛି। ଡେଲିଭରୀ ବୟ ଚାର୍ଜ ୩୦ ଟଙ୍କା ଖର୍ଚ୍ଚ ହେଉଛି। ଏଲ୍‍ପିଜି ଦର ବଢ଼଼ିବା ଯୋଗୁ ଲୋକେ ଖୁବ୍‍ କମ୍‍ ସିଲିଣ୍ଡର ଭରୁଛନ୍ତି। ଯେଉଁଠି ଆମେ ମାସକୁ ୧୨,୦୦୦ ଏଲ୍‍ପିଜି ସିଲିଣ୍ଡର ଯୋଗାଣ କରୁଥିଲୁ ଏବେ ତାହା ୯୦୦୦କୁ ଖସିଆସିଛି। ଦରବୃଦ୍ଧି ଯୋଗୁ ସହରାଞ୍ଚଳରେ ଏଲ୍‍ପିଜି ବ୍ୟବସାୟ ୩୦ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୫୦ ପ୍ରତିଶତ ହ୍ରାସ ଘଟିଛି। ଅପରପକ୍ଷେ ଆମର କ୍ଷତି ବଢ଼଼ିବାରେ ଲାଗିଛି। ସହରାଞ୍ଚଳର ଯେଉଁ ମଧ୍ୟବିତ୍ତ ପରିବାରଟିଏ ବର୍ଷକୁ ୧୨ଟା ସିଲିଣ୍ଡର ନେଉଥିଲା, ଏବେ ସେହିପରି ବର୍ଷକୁ ୬ରୁ ୮ ସିଲିଣ୍ଡର ନେଉଛି। ଗ୍ରାମାଞ୍ଚଳ କଥା ନ କହିବା ଭଲ। ରାଜ୍ୟରେ ମୋଟ ୯୭୬ ଏଲ୍‍ପିଜି ଡିଷ୍ଟ୍ରିବ୍ୟୁଟର ରହିଛନ୍ତି। ଅନେକ ଗ୍ରାମାଞ୍ଚଳର ଡିଷ୍ଟ୍ରିବ୍ୟୁଟର ବ୍ୟବସାୟ ବନ୍ଦ କରିବାକୁ ଚିନ୍ତା କଲେଣି। ପ୍ରସଙ୍ଗ ଉପରେ ଏଲ୍‍ପିଜି ବିତରକ ସଂଘର ସଦସ୍ୟ ପବିତ୍ର ମୋହନ ସାହୁ କହିଛନ୍ତି ଯେ, ଏଲ୍‍ଜିପି ଦର ବୃଦ୍ଧି ପ୍ରଭାବରେ ଉଜ୍ୱଳା ଯୋଜନାରେ ବ୍ୟବସାୟ ୭୦ ପ୍ରତିଶତ କମିଯାଇଛି। ବାଣିଜ୍ୟିକ ସିଲିଣ୍ଡର କାରବାର ମଧ୍ୟ ୫୦ ଭାଗ କମିଛି। ବର୍ତ୍ତମାନ ପରିସ୍ଥିତିରେ ଜଣେ ଉଜ୍ଜ୍ୱଳା ଗ୍ରାହକ ବର୍ଷକୁ ମାତ୍ର ୪ଟି ସିଲିଣ୍ଡର ଭରୁଥିବା ସେ କହିଛନ୍ତି।

ଗ୍ରାହକଙ୍କୁ ଝଟକା : ପୁଣିଥରେ ବଢିଲା ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦର
ନୂଆଦିଲ୍ଲୀ : ଗୋଟେ ପଟେ କୋରୋନାରେ ଲୋକେ ଜୀବନ ଜିବିକା ସଜାଡି ପାରିନଥିବାବେଳେ ଅନ୍ୟପଟେ ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଗୋଟେପଟେ ତେଲ ଦର ଅଥୟ କରିଥିବାବେଳେ ଏପଟେ ବୃଦ୍ଧି ପାଇପାରେ ଲାଗିଛି ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଫେବୃଆରୀ ମାସରେ ଗ୍ୟାସ ଦର ୧୦୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଆଜି ଅର୍ଥାତ ମାର୍ଚ୍ଚ ୧ ରେ ଦାମ୍ ପୁଣି ଥରେ ବୃଦ୍ଧି ପାଇଛି । ଏଲପିଜି ସିଲିଣ୍ଡରର ଦରରେ ସୋମବାର ଦିନ ପୁଣି ଥରେ ୨୫ ଟଙ୍କା ବୃଦ୍ଧି କରାଯାଇଛି । ତିନି ଦିନ ପୂର୍ବେ ଏହାର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଗୋଟିଏ ସପ୍ତାହ ମଧ୍ୟରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଦୁଇଥର ବୃଦ୍ଧି ପାଇଛି ।

ଏହାପୂର୍ବରୁ ଫେବୃଆରୀରେ ୪ ରେ ୨୫ ଟଙ୍କା, ୧୪ ରେ ୫୦ ଟଙ୍କା ବୃଦ୍ଧି ଘଟିଥିଲା । ଏଥି ସହିତ ୨୫ ଫେବୃଆରୀରେ ଏହା ୨୫ ଟଙ୍କା ବୃଦ୍ଧି ପାଇଥିଲା । ଫେବୃଆରୀରେ ଏଲପିଜି ଦାମ୍ ୧୦୦ ଟଙ୍କା ବୃଦ୍ଧି ପାଇଛି । ଗତ ଏକ ମାସରେ ଚତୁର୍ଥ ଥର ପାଇଁ ଦର ବୃଦ୍ଧି ପାଇଛି ଓ ଏପର୍ଯ୍ୟନ୍ତ ୧୨୫ ଟଙ୍କା ବୃଦ୍ଧି ପାଇଛି । ତିନି ଦିନ ପୂର୍ବେ ଏହାର ଦାମ୍ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଏଥି ସହିତ ଡିସେମ୍ବର ମାସରେ ଏହାକୁ ଦୁଇଥର ୫୦ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଥିଲା । ଅର୍ଥାତ୍ ବର୍ତ୍ତମାନ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡରର ଦାମ୍ ପ୍ରାୟ ୨୦୦ ଟଙ୍କା ବୃଦ୍ଧି ପାଇଛି ।

ବର୍ତ୍ତମାନ ଆପଣଙ୍କୁ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡର ଅଧିକ ପାଇଁ ୨୫ ଟଙ୍କା ଦେବାକୁ ପଡିବ । ଆଜିଠାରୁ ଏହି ମୂଲ୍ୟ ପ୍ରଯୁଜ୍ୟ ହେବ । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ୭୯୪ ଟଙ୍କାରୁ ବଢି ୮୧୯ ଟଙ୍କା ହୋଇଛି। ମୁମ୍ବାଇରେ ମଧ୍ୟ ଘରୋଇ ସିଲିଣ୍ଡର ଦାମ ୮୧୯ ଟଙ୍କା ହୋଇଛି। କୋଲକାତାରେ ୮୪୫.୫୦ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୩୫ ଟଙ୍କା ହୋଇଛି। ଏହା ସହିତ ଦର ବୃଦ୍ଧି ପରେ ବର୍ତ୍ତମାନ ଭୁବନେଶ୍ୱରରେ ଘରୋଇ ଗ୍ୟାସର ଦର ୭୯୫.୫୦ ରୁ ୮୪୫.୫୦ ଟଙ୍କାକୁ ବୃଦ୍ଧି ପାଇଛି ।

ବାଣିଜ୍ୟିକ ଗ୍ୟାସର ଦାମ୍?

ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲପିଜି ଦରରେ ପରିବର୍ତ୍ତନ ହୋଇଥାଏ । ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ୍ ୯୦.୫୦ ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ଏହି ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୧୬୨୪ ଟଙ୍କା ହୋଇଛି । ସେହିଭଳି ମୁମ୍ବାଇର ଦର ବର୍ତ୍ତମାନ ସିଲିଣ୍ଡର ପିଛା ୧୫୬୩.୫୦ ଟଙ୍କାକୁ ବୃଦ୍ଧି ପାଇଛି । କୋଲକାତାରେ ଏହି ଦାମ୍ ୧୬୮୧.୫୦ ଟଙ୍କା ଓ ଚେନ୍ନାଇରେ ଏହି ଦାମ୍ ୧୭୩୦.୫ ଟଙ୍କା ରହିଛି । ଏହାପୂର୍ବରୁ ରାଜଧାନୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୧୫୩୩.୦୦ ଟଙ୍କା, କୋଲକାତାରେ ୧୫୯୮.୫୦ ଟଙ୍କା, ମୁମ୍ବାଇରେ ୧୪୮୨.୫୦ ଟଙ୍କା ଓ ଚେନ୍ନାଇରେ ୧୬୪୯.୦୦ ଟଙ୍କା ରହିଛି ।

ଗତ ଦୁଇମାସ ଧରି ଏଲପିଜି ଗ୍ୟାସର ଦାମ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଜାନୁଆରୀରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ଗ୍ୟାସର ମୂଲ୍ୟ ପରିବର୍ତ୍ତନ କରିନଥିଲେ । ତେବେ ଡିସେମ୍ବର ମାସରେ ଦୁଇଥର ୫୦ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଥିଲା । ଏଥି ସହିତ ଫେବୃଆରୀରେ ତିନୋଟି ଭିନ୍ନ ସମୟରେ ଦର ବୃଦ୍ଧି ପାଇଥିଲା । ଫେବୃଆରୀରେ ମୋଟ ବୃଦ୍ଧି ୧୦୦ ଟଙ୍କା ହୋଇଥିଲା । ଯଦି ଡିସେମ୍ବରରୁ ଏଲପିଜି ସିଲିଣ୍ଡରର ଦରକୁ ଦେଖାଯାଏ ତେବେ ଏହା ପ୍ରାୟ ୨୦୦ଟଙ୍କା ବୃଦ୍ଧି ପାଇସାରିଛି ।