shg women - The Sakala

ଏସ୍‌‌ଏଚ୍‌ଜି ମହିଳାଙ୍କ ଉତ୍ପାଦକୁ ମିଳିବ ବଡ଼ ବଜାର, ସାମଗ୍ରୀ ପରିବହନ ସହ ଉତ୍ପାଦର ବ୍ୟବସାୟୀକରଣ ଉପରେ ଗୁରୁତ୍ୱ ଦେବ ଡାକ ବିଭାଗ
ଭୁବନେଶ୍ୱର : ଡାକଘର ମାଧ୍ୟମରେ ମିଳିବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସାମଗ୍ରୀ। ଡାକ ବିଭାଗ ନା କେବଳ ସାମଗ୍ରୀ ପରିବହନ କରିବ ବରଂ ସେମାନଙ୍କ ଉତ୍ପାଦର ବ୍ୟବସାୟୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବ। ଗ୍ରାମାଞ୍ଚଳର ମହିଳାମାନଙ୍କୁ ବିତ୍ତିୟ କାର୍ଯ୍ୟକ୍ରମରେ ସମ୍ପୃକ୍ତି ପାଇଁ ଡାକ ବିଭାଗ ଜାରି ରଖିଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏସଏଚଜି ଉତ୍ପାଦର ବିପଣନ ଓ ବ୍ୟବସାୟୀକରଣ କରାଯିବ ବୋଲି ଡାକ ସେବା ନିର୍ଦ୍ଦେଶକ (ମୁଖ୍ୟାଳୟ) ସୁବାସ ଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି।

ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ ଦେଶବିଦେଶରେ ବେଶ୍‌‌ ଆଦୃତ ହୋଇପାରୁଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଡାକଘର ମାଧ୍ୟମରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ଓଡ଼ିଶା ଡାକ ବିଭାଗ ସହାୟତା ଯୋଗାଇବ। ସହଜ ଓ ସରଳ ଉପାୟରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ସୁଲଭ ମୂଲ୍ୟରେ ବିକ୍ରି କରିପାରିବେ। ଫଳରେ ମା’ମାନେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ମିଶନ ଶକ୍ତି ମା ମାନଙ୍କର ଦ୍ରବ୍ୟ ବିକ୍ରୟ ହେବା ସହ ମା’ମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ଦିଗରେ ସହଯୋଗ କରିବ। ଦେଶର କିଛି ରାଜ୍ୟରେ ଡାକ ବିଭାଗର ଏହି ଉଦ୍ୟମ ହେତୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବେଶ୍‌‌ ଉପକୃତ ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଆରମ୍ଭ ହେବ।

ସମ୍ପ୍ରତି ସମ୍ବଲପୁରରେ ଥିବା ଏକ ଡାକ ଘରେ କେବଳ ସମ୍ବଲପୁରୀ ବାନ୍ଧ ଏବଂ ଅନ୍ୟ ପାରମ୍ପାରିକ ବୟନ ଉତ୍ପାଦର ବିପଣନ କରାଯାଉଛି। ଏହି ଡାକ ଘରେ ପାର୍ସଲ ପାଇଁ ବହୁ ଅର୍ଡର ମିଳୁଛି। ତେଣୁ ଏହାକୁ ଏକ ଉଦାହରଣ ଭାବେ ଗ୍ରହଣ କରି ରାଜ୍ୟର ବିଭିନ୍ନ ଡାକ ଘରେ ଏସ୍‌‌ଏଚ୍‌‌ଜିଙ୍କ ପାଇଁ ବ୍ୟବସ୍ଥା କରାଯିବ। ଗୁରୁତ୍ୱପୂର୍ଣ୍ଣ ହେଉଛି ଡାକ ବିଭାଗରେ ଏସ୍‌‌ଏଚଜି ନିଜ ଉତ୍ପାଦ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଗ୍ରାହକଙ୍କ ନିକଟକୁ ପଠାଇପାରିବେ। ଫଳରେ ସେମାନେ ସ୍ୱଳ୍ପ ଖର୍ଚ୍ଚ ଦେବେ।

ମିଶନ ଶକ୍ତି ବିଭାଗ ପକ୍ଷରୁ ମିଶନ ଶକ୍ତି ବଜାର ପୋର୍ଟାଲରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉପଲବ୍ଧ ଥିବାବେଳେ ଗୋଟିଏ ଉତ୍ପାଦକ ମହିଳା ଗୋଷ୍ଠୀଙ୍କ ସାମଗ୍ରୀ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି। ମହିଳା କାରିଗରୀକୁ ପ୍ରାଧାନ୍ୟ ଦେବା ସହ ସେମାନଙ୍କ ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଦୂରସ୍ଥାନକୁ ପଠାଇବାପାଇଁ ସମର୍ଥ ହୋଇପାରିବେ। ପାରମ୍ପରିକ କ୍ରାଫ୍ଟରେ ଡୋକ୍ରା କାମ, ଟେରାକୋଟା, ପଟ୍ଟଚିତ୍ର ଆଦି ଭଳି ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରାଯିବ। ଯାହା ମାଧ୍ୟମରେ ରାଜ୍ୟ ତଥା ଦେଶବିଦେଶର ଲୋକେ ସିଧାସଳଖ ମା’ମାନଙ୍କ ପ୍ରସ୍ତୁତ ସାମଗ୍ରୀ କିଣିପାରିବେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାରିଗରମାନଙ୍କ ପ୍ରସ୍ତୁତ ପଟ୍ଟଚିତ୍ର, କଟକର ରୂପା ତାରକସି କାମ ସହ ଅଳଙ୍କାର, ଡୋକ୍ରା କାମ, ହସ୍ତତନ୍ତ ସାମଗ୍ରୀ ଆଦି ବିକ୍ରି କରାଯିବ।

ବର୍ତ୍ତମାନ କେବଳ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପଲବ୍ଧ ଥିବାବେଳେ ଆଗକୁ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଗ୍ରୋସରୀ ମଧ୍ୟ ସମସ୍ତେ ଡାକ ମାଧ୍ୟମରେ କିଣିବାର ସୁଯୋଗ ପାଇବେ। ବିଶେଷକରି ଏସ୍‌‌ଏଚ୍‌‌ଜିଙ୍କ ଦ୍ୱାରା ପ୍ରସ୍ତୁତ ହଜାର ହଜାର ପ୍ରାମାଣିକ ଓ ଜୈବିକ ହସ୍ତକଳା ସାମଗ୍ରୀକୁ ଅନ୍‌‌ଲାଇନ୍‌‌ ମାଧ୍ୟମରେ ବିକ୍ରିର ପ୍ଲାର୍ଟଫର୍ମ ଯୋଗାଇଦେବ ଡାକ ବିଭାଗ। ଗ୍ରାମୀଣ ଅର୍ଥନୀତି ବିକାଶକୁ ଡାକ ବିଭାଗ ପକ୍ଷରୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ବାହାର ରାଜ୍ୟମାନଙ୍କ ଭଳି ଏବେ ଓଡ଼ିଶାରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ଯୋଜନା କରାଯାଉଛି। ଏହାସହିତ ଏସ୍‌‌ଏଚ୍‌‌ଜିଙ୍କ ସାମଗ୍ରୀର ମାର୍କେଟିଂ କରିବା ପାଇଁ ବ୍ୟବସ୍ଥା କରାଯିବ। ସେହିପରି ମହିଳାମାନଙ୍କୁ ଡିଜିଟାଲ ଶିକ୍ଷା ଦେବା ପାଇଁ ଓଡ଼ିଶା ଡାକ ବିଭାଗ ପକ୍ଷରୁ ଅପହଞ୍ଚ ଇଲାକାମାନଙ୍କରେ ବିଭିନ୍ନ ଶିବିରର ଆୟୋଜନ କରାଯାଉଛି।

ଏଣିକି ପ୍ରକଳ୍ପ ଶେଷ ପରେ ଅର୍ଥପାଇଁ ଦଉଡ଼ିବେନି, ଏସ୍‍ଏଚ୍‍ଜି ମହିଳାଙ୍କ ପାଖରେ ପହଞ୍ଚିବ ଟଙ୍କା
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ମିଶନ ଶକ୍ତି ଗ୍ରୁପ୍‍ ଜରିଆରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି। ବିଶେଷ କରି ମୁକ୍ତା ଯୋଜନାରେ ହେଉଥିବା କାର୍ଯ୍ୟରେ ଏସ୍‍ଏଚ୍‍ଜି ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତେବେ ଏହି କାର୍ଯ୍ୟ ଶେଷ ପରେ ଯେମିତି ଏସ୍‍ଏଚ୍‍ଜି ମହିଳାମାନେ ସେମାନଙ୍କ ଅର୍ଥ ନେବା ପାଇଁ କୌଣସି ସମସ୍ୟାର ସମ୍ମୁଖିନ ନ ହୁଅନ୍ତି, ତାହା ଉପରେ ରାଜ୍ୟ ନଗର ଉନ୍ନୟନ ବିଭାଗ ଗୁରୁତ୍ୱ ଦେଇଛି। ଏସ୍‍ଏଚଜି ମହିଳାମାନେ ୫-୧୦ ଲକ୍ଷ ଟଙ୍କା ମଧ୍ୟରେ କାମ କରୁଥିବା ଅର୍ଥ ପ୍ରଦାନରେ ବିଳମ୍ବ ନ କରିବା ସହ ସେମାନଙ୍କୁ ଅଫିସ୍‍ ନ ଦୌଡ଼ାଇବାକୁ ରାଜ୍ୟର ପୌରାଞ୍ଚଳରେ କାର୍ଯ୍ୟ କରୁଥିବା ଆକାଉଣ୍ଟାଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିପାଇଁ ମଧୁସୁଦନ ଏକାଡେମୀର ରାଜ୍ୟର ସବୁ ପୌରାଞ୍ଚଳର ଆକାଉଣ୍ଟାଣ୍ଟମାନଙ୍କୁ ନେଇ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡା) ଏକ କର୍ମଶାଳା କରିଥିବା ବେଳେ ଏଥିରେ ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ବିଭିନ୍ନ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଛି। ବର୍ତ୍ତମାନ ମୁକ୍ତା ଯୋଜନା ସମେତ ଆହାର କେନ୍ଦ୍ର, ପରିମଳ ବ୍ୟବସ୍ଥା ଓ ଜଳସାଥୀ ଆଦି ସହ ଅନ୍ୟ କେତେ ସେବାରେ ମିଶନ ଶକ୍ତିର ମହିଳାମାନେ ନିୟୋଜିତ ହୋଇଛନ୍ତି। ତେବେ ଏହି କାର୍ଯ୍ୟ ଶଷ ପରେ ସେମାନଙ୍କ ପ୍ରାପ୍ୟ ନେବା ଓ ବିଲ କରି ଦେବା କ୍ଷେତ୍ରରେ ବିଭିନ୍ନ ସମସ୍ୟା ହେଉଛି। ମାତ୍ର ଏହି ସମସ୍ୟାକୁ ଦୂର କରି ତ୍ୱରିତ ଅର୍ଥ ପ୍ରଦାନ ଉପରେ ଏହି ବୈଠକରେ କୁହାଯାଇଛି। ଏହି ବୈଠକ ସମ୍ପର୍କରେ ସୂଚନା ଦେଇ ସୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସାରଦା ପ୍ରଶାଦ ପଣ୍ଡା କହିଛନ୍ତି ଯେ ମିଶନ ଶକ୍ତି ମହିଳାମାନଙ୍କୁ କାର୍ଯ୍ୟାଳୟକୁ ନ ଡକାଇ ସେମାନଙ୍କୁ ଘରପାଖରେ ସେମାନଙ୍କ ଅର୍ଥ ଦେବାକୁ ପଦକ୍ଷେପ ନେବାକୁ ଆକାଉଣ୍ଟାଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁକ୍ତା ଯୋଜନାର ସଫଳ ରୂପାୟନ ଓ କୌଣସି କାର୍ଯ୍ୟ ବିଳମ୍ବିତ ନ ହେବା ପାଇଁ ପୌରାଞ୍ଚଳଗୁଡ଼ିକରେ କେବଳ ମୁକ୍ତା ଯୋଜନା ବୁଝିବା ପାଇଁ ଜଣେ ଜଣେ ଆକାଉଣ୍ଟାଣ୍ଟ ନିୟୋଜିତ କରାଯାଇଛି। ଯାହାଦ୍ୱାରା ଏସ୍‍ଏଚ୍‍ଜି ମହିଳାମାନଙ୍କ କାର୍ଯ୍ୟ ବିଳମ୍ବ ହେବ ନାହିଁ ବୋଲି ଆଶା ରହିଥିବା ଶ୍ରୀ ପଣ୍ଡା କହିଛନ୍ତି। ଏହି ଆକାଉଣ୍ଟାଣ୍ଟମାନେ କେବଳ ମୁକ୍ତା ଯୋଜନା ସମ୍ପର୍କିତ କାର୍ଯ୍ୟ କରୁଛନ୍ତି। ଆଗକୁ କିପରି ଏହି କାର୍ଯ୍ୟକୁ ଆହୁରି ତ୍ୱାରାନ୍ୱିତ କରିହେବ ତାହା ଉପରେ ବିଭାଗ ଗୁରୁତ୍ୱ ଦେଇଛି। ସେହିପରି ଅନେକ୍‍ ଏସ୍‍ଏଚ୍‍ଜି ମହିଳା ସ୍ୱାକ୍ଷରତା ଦୃଷ୍ଟିରୁ ଦୁର୍ବଳ ରହିଥିବାରୁ ପ୍ରକଳ୍ପ ପାଇଁ ଅର୍ଥ ଉଠାଣ ପ୍ରକ୍ରିୟା ପୂର୍ଣ୍ଣ କରିବାରେ ସମସ୍ୟା ଭୋଗୁଛନ୍ତି। ଏହି ସମସ୍ୟାର ସମାଧାନ ସ୍ୱରୂପ ଆକାଉଣ୍ଟାଣ୍ଟମାନେ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ କୁହାଯାଇଛି।

ଏହି ବୈଠକରେ ‘ସୁଯୋଗ’ ପୋର୍ଟାଲ୍‍ର କାର୍ଯ୍ୟକାରୀତା ବୃଦ୍ଧି ଦିଗରେ ମଧ୍ୟ କୁହାଯାଇଛି। ଯେମିତି ସମସ୍ତ ଏହି ପୋର୍ଟଲ ଜରିଆରେ କାର୍ଯ୍ୟ କରିବେ ଓ ଜଳସାଥୀମାନେ କିପରି ଏହି ପୋର୍ଟାଲ ଜରିଆରେ ଟିକସ ଆଦାୟ କରିବେ ତାହା ମଧ୍ୟ ଆଲୋଚନା କରାଯାଇଛି। ଅନ୍ୟପଟେ ଆକାଉଣ୍ଟାଣ୍ଟମାନେ ସେମାନଙ୍କ ଆର୍ଥÒକ ପରିଚାଳନାକୁ ସଠିକ୍‍ ଟାଇମରେ ଶେଷ କରିବା ସହିତ କାର୍ଯ୍ୟ ଶେଷ ପରେ ୟୁସି ଦାଖଲକୁ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ଆହାର କେନ୍ଦ୍ରରେ ମିଳିବ ପ୍ରସିଦ୍ଧ ବ୍ରହ୍ମପୁର ଆଚାର
ବ୍ରହ୍ମପୁର: ଏଣିକି ଆହାର କେନ୍ଦ୍ରରେ ମିଳିବ ପ୍ରସିଦ୍ଧ ବ୍ରହ୍ମପୁର ଆଚାର । ୧୦ ଜିଲ୍ଲାକୁ ବ୍ରହ୍ମପୁରରୁ ଯୋଗାଣ ହେବ ଆଚାର । ଏହାର ପ୍ରସ୍ତୁତି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ମହିଶୂରରେ ତାଲିମ ନେବା ପରେ ଏଥିପାଇଁ କାମ ଆରମ୍ଭ କରିଦେଇଛନ୍ତି ବିଘ୍ନେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଏହା ଦ୍ୱାରା ମହିଳାମାନେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ଯୋଗାଇବେ ରୋଜଗାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା । ୧୦ ଜିଲ୍ଲାରେ ମହକିବ ବ୍ରହ୍ମପୁର ଆଚାର । ଆହାର କେନ୍ଦ୍ରରେ ମିଳିବ ସ୍ୱାଦିଷ୍ଟ ଆଚାର । ମହିଶୂରରେ ତାଲିମ ନେଲେ ମହିଳା ଗୋଷ୍ଠୀ । ବର୍ଷରେ ତିଆରି ହେବ ୨୦ ଟନ୍ ଆଚାର । ଦକ୍ଷିଣାଞ୍ଚଳର ୧୦ଟି ଜିଲ୍ଲାରେ ଥିବା ଆହାର କେନ୍ଦ୍ରକୁ ବ୍ରହ୍ମପୁର ସ୍ୱୟଂ ସହାୟକ ଗୋଷ୍ଠୀ ଆଚାର ଯୋଗାଣ କରିବେ । ଏଥିପାଇଁ ବିଇଏମସିରେ ନିର୍ମାଣ ହେବ ଆଚାର ଉତ୍ପାଦନ କେନ୍ଦ୍ର ।

ଆମ୍ବ, ଲେମ୍ବୁ ଓ ମିକ୍ସ ଆଚାର ପ୍ରସ୍ତୁତି ନେଇ ମହିଶୂରରେ ସଂଗଠନର ମହିଳାମାନଙ୍କୁ ଟ୍ରେନିଂ ପ୍ରଦାନ କରାଯାଇଛି । ସହରର ମୀନାକ୍ଷୀ ନଗରଠାରେ ଆଚାର ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯିବ ଆଚାର ପାଇଁ ଗଜପତିରୁ ଆମ୍ବ ଆସୁଥିବା ବେଳେ ଫୁଲବାଣୀରୁ ହଳଦି ଓ କୋରୋପୁଟରୁ ଅଦା ଆସୁଛି । ପୂର୍ବରୁ ଏହି ମହିଳା ମାନେ ଆଚାର, ପାମ୍ପଡ଼ ପ୍ରସ୍ତୁତ କରି ସହରରେ ବିକ୍ରିବଟା କରୁଥିଲେ । ଏବେ ସରକାର ଏହି ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମହିଳା ଗୋଷ୍ଠୀ ।