Kabul Bombing - The Sakala

କାବୁଲରେ ପୁଣିଥରେ ଭୟଙ୍କର ବିସ୍ଫୋରଣ
କାବୁଲ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପରିସ୍ଥିତି ବିଗିଡିବାରେ ଲାଗିଛି । ତିନି ଦିନ ତଳେ କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ଫାଟକ ନିକଟରେ ଘଟିଥିବା ସିରିଜ୍‌ ବିସ୍ଫୋରଣ ପରେ ପୁଣିଥରେ ରବିବାର ଆଉ ଏକ ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲାଯେ ନିକଟବର୍ତ୍ତୀ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।  ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଆଖପାଖ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଥିଲେ ବୋଲି ଜଣାପଡିଛି। ତେବେ ଏହି ବିସ୍ଫୋରଣରେ କେତେ ମୃତାହତ ହୋଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ  କାବୁଲ ଏୟାରପୋର୍ଟରେ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆଉ ଏକ ଆତଙ୍କୀ ହମଲା ହୋଇପାରେ ବୋଲି ସୂଚନା ଦେଇଥିବା ବେଳେ ବିମାନବନ୍ଦରର ୩ ନମ୍ବର ଗେଟ୍ ବାହାରେ ଭୟଙ୍କର ବିସ୍ଫୋରଣ ଘଟିଛି।ଆମେରିକା ସୈନ୍ୟ ବିମାନବନ୍ଦରରୁ ହଟିବା ପରେ ଏହି ବିସ୍ଫୋରଣ ଚିନ୍ତା ବଢ଼ାଇଛି ।ବିମାନବନ୍ଦର ନିକଟରେ ବିସ୍ଫୋରଣ ସହ ରକେଟ ମାଡ଼ ମଧ୍ୟ ହୋଇଛି । ଗତକାଲି ବିମାନବନ୍ଦର ପ୍ରବେଶ ପଥରେ ଆଖିବୁଜା ଗୁଳିମାଡ଼ ହୋଇଥିଲା । ଏହା ପୂର୍ବରୁ ଗୁରୁବାର ବିମାନବନ୍ଦର ବାହାରେ ୨ଟି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିଲେ । ୧ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ ।

କାବୁଲ ବୋମା ବିସ୍ଫୋରଣରେ ଆତଙ୍କବାଦୀ ଗୋଷ୍ଠୀ ଉପରେ ୟୁଏସ୍ ଷ୍ଟ୍ରାଇକ୍
କାବୁଲ ବୋମା ବିସ୍ଫୋରଣରେ ଆତଙ୍କବାଦୀ ଗୋଷ୍ଠୀ ଉପରେ ୟୁଏସ୍ ଷ୍ଟ୍ରାଇକ୍ । କାବୁଲ ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା । ମାତ୍ର ୪୮ ଘଣ୍ଟା ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଶ୍ୱର ଏହି ଶକ୍ତିଶାଳୀ ରାଷ୍ଟ୍ର । ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ ଆଇଏସ୍ଆଇଏସ୍ -କେ ‘ପ୍ଳାନ୍‌ର’ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଛି । ୟୁଏସ୍ ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ରଙ୍କ କହିବାନୁଯାୟୀ ଆଫଗାନିସ୍ତାନର ନାନଗହର ପ୍ରଦେଶରେ ଏହି ଆମେରିକା ପକ୍ଷରୁ ଏହି ଏୟାରଷ୍ଟ୍ରାଇକ୍ କରାଯାଇଛି । ତେବେ ଏହି ଆକ୍ରମଣରେ ଆତଙ୍କବାଦୀ ନିହତ ହୋଇଥିବା ବେଳେ କୌଣସି ସାଧାରଣ ଲୋକ ମୃତାହାତ ହୋଇନଥିବା ଆମେରିକା ପକ୍ଷରୁ ଦାବି କରାଯାଉଛି ।

ଅପରପକ୍ଷରେ ଆମେରିକୀୟ ନାଗରିକଙ୍କୁ ଯଥାଶୀଘ୍ର କାବୁଲ ଏୟାରପୋର୍ଟ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ଆଫଗାନିସ୍ତାନ ବୋମା ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ଘଟଣାକୁ ଆମେରିକା ଭୁଲିବ ନାହିଁ କି ସେମାନଙ୍କୁ କ୍ଷମା ଦେବନାହିଁ ବୋଲି କହିଥିଲେ ବାଇଡେନ୍ । ଏଥିସହ ଆକ୍ରମଣକାରୀଙ୍କ ବିପକ୍ଷରେ ପ୍ରତିଆକ୍ରମଣ କରିବା ଲାଗି ମଧ୍ୟ ସେ ‘ପେଣ୍ଟାଗନ୍‌’କୁ ନିର୍ଦ୍ଦେଶ ଦେଇଥିଲେ  । ଆଉ ଘଟଣାର ୪୮ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଇଛି ପେଣ୍ଟାଗନ୍ ।