Pakistan link - The Sakala

ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପି ସେୟାରିଂ ମାମଲା: ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସ୍‌ଟିଏଫ୍ ଟିମ୍
ଭୁବନେଶ୍ୱର: ପାକିସ୍ତାନ ଆଇଏସଆଇ ଏଜେଣ୍ଟକୁ ଓଡ଼ିଶାର ସିମ୍ କାର୍ଡ ଓଟିପି ସେୟାରିଂ ମାମଲାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସଟିଏଫ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ। ପୂର୍ବରୁ ପଶ୍ଚିମବଙ୍ଗ ଏସଟିଏଫ ଗିରଫ କରିଥିବା ଗୁଡୁ କୁମାରକୁ ଜେରା କରିବାପାଇଁ ଓଡ଼ିଶା ଏସଟିଏଫର ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ଯିବ ।

ସୂଚନାଯୋଗ୍ୟ, ଅଫିସିଆଲ ସିକ୍ରେଟ୍ ଆକ୍ଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗୁଡୁ କୁମାରକୁ ଗିରଫ କରିଥିଲା ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍। ଏନେଇ ନିଉ ଜଲପାଇଗୁଡ଼ି ଥାନାରେ ମଧ୍ୟ ମାମଲା ହୋଇଛି । ତଦନ୍ତ ସମୟରେ ପଠାଣି ଓ ଗୁଡୁ କୁମାରର ଲିଙ୍କ ଥିବା ଜଣାପଡିଛି ।

ଅନ୍ୟପଟେ ପଶ୍ଚିମବଙ୍ଗ ଏସଟିଏଫର ଦୁଇ ବରିଷ୍ଠ ସଦସ୍ୟ ଭୁବନେଶ୍ୱର ଏସଟିଏଫ୍ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୁକ୍ତ ପ୍ରୀତମକୁ ପଚରାଉଚରା କରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଉଭୟେ ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କା ଓ ତାର ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଝାରପଡ଼ା ଜେଲରେ ଜେରା କରିଛନ୍ତି। ଏହି ମାମଲାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେନେଇ ବି ଖୋଳତାଡ଼ କରୁଛି ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍।

ସୂଚନାଯୋଗ୍ୟ, କୋଟି କୋଟି ଟଙ୍କା ନେଇ ପାକ୍‌ ଗୁଇନ୍ଦା ଏଜେଣ୍ଟଙ୍କୁ ଓଟିପି ସେୟାର କରିବା ଅଭିଯୋଗରେ ଓଡ଼ିଶାର ୩ ଜଣ ଗିରଫ ହୋଇଥିଲେ । ପାକିସ୍ତାନ ଗୁଇନ୍ଦା ଅଧିକାରୀ ଓ ଆଇଏସଆଇକୁ ଲିଙ୍କ୍‌ ଜେନେରେଟ କରି ତଥ୍ୟ ଦେଉଥିଲେ ଅଭିଯୁକ୍ତ । ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀଙ୍କୁ ଅଟକ ରଖିଥିଲା ଏସଟିଏଫ୍। ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଦୁଇଜଣଙ୍କୁ ଏସଟିଏଫ୍ ଉଠାଇଥିଲା।

କାବୁଲ ବିସ୍ଫୋରଣର ପାକିସ୍ତାନ ଲିଙ୍କ୍‌
କାବୁଲ : କାବୁଲ ବିସ୍ଫୋରଣର ପାକିସ୍ତାନ ଲିଙ୍କ୍‌ ସାମ୍ନାକୁ ଆସିଛି। ଆଇଏସଆଇଏସ-କେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଏହି ଆତଙ୍କବାଦୀ ସଂଗଠନର ମଖିଆ ହେଉଛି ମାୱାଲାୱି ଅବଦୁଲ୍ଲା ଓରଫ ଅସଲମ ଫାରୁକି। ସେ ପାକିସ୍ତାନ ନାଗରିକ। ସେ ପାକିସ୍ତାନରୁ ଆତଙ୍କାବଦୀ ସଂଗଠନର ମୁଖିଆ ହେବା ଯାଏଁ ଯାତ୍ରା ଆରମ୍ଭ କରିଥିଲା। ସେ ଲସ୍କର ଏବଂ ତେହରିକ ଭଳି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସହ ମଧ୍ୟ ସାମିଲ ହୋଇଥିଲା। ଆଫଗାନ ଏଜେନ୍ସି ଗିରଫ କରିବା ସମୟରେ ଫାରୁକି ଏହା ସ୍ବୀକାର କରିଥିଲା। ସୂଚନା ଅନୁଯାୟୀ କାବୁଲ ବିମାନବନ୍ଦର ବିସ୍ଫୋରଣ ପରେ ଆଇଏସଆଇଏସ-କେ ଏହି ଆତ୍ମଘାତୀ ଆକ୍ରମଣକାରୀର ନାମ ଏବଂ ଫଟୋ ଜାରି କରିଥିଲା। ଏହାର ନାମ ଅବଦୁଲା ରହମାନ ଅଲ ଲାଗୋରି ଥିଲା। ଏହି ଆତଙ୍କବାଦୀ ବିମାନବନ୍ଦରରେ ସୁରକ୍ଷାବାହିନୀକୁ ଚକମା ଦେଇ ଭିତରେ ପ୍ରବେଶ କରିଥିଲା ବୋଲି ତାଲିବାନ କହିଛି।

ଆମେରିକା ସୈନିକ ଏବଂ ତାହାର ଆଫଗାନ ସହଯୋଗୀଙ୍କୁ ନିଶାଣ କରାଯାଇଥିଲା। ଗୁପ୍ତଚର ଭାବେ ଚିହ୍ନଟ କରାଯାଇଥିବା ଲୋକ ମଧ୍ୟ ନିଶାଣରେ ଥିଲେ। ତାଲିବାନକୁ ଲକ୍ଷ୍ୟ କରି ଏହି ବିସ୍ଫୋରଣ କରାଯାଇନଥିଲା। ଏହା ପୂର୍ବରୁ ୨୦୨୦ ମାର୍ଚ୍ଚ ୨୭ରେ କାବୁଲ ଗୁରୁଦ୍ବାରରେ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ଭାରତୀୟ ଶିଖ୍‌ଙ୍କ ସମେତ ୨୬ ଆଫଗାନୀ ଶିଖଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଫାରୁକିକୁ ଗିରଫ କରାଯାଇଥିଲା। ଏହି ଆକ୍ରମଣ ପଛରେ ଫାରୁକିର ହାତ ଥିଲା ବୋଲି ଆଫଗାନ ଏଜେନ୍ସି ପକ୍ଷରୁ କୁହାଯାଇଛି। ଜେରା ସମୟରେ ଲସ୍କର-ଇ-ତୋଏବା ସହ କାମ କରିଥିବା ନେଇ ଫାରୁକି ସ୍ବୀକାର କରିଥିଲା। ସେ କାବୁଲ ଏବଂ ଜଲାଲବାଦରେ ହକ୍କାନି ନେଟୱର୍କକୁ ମଧ୍ୟ ଚଳାଉଥିଲା। ସେ ଆଇଏସଆଇଏସ-କେକୁ ଆସିବା ପୂର୍ବରୁ ତେହରିକ-ଇ-ତାଲିବାନ ସହ କାମ କରୁଥିଲା। ପରେ ସେ ଆଇଏସଆଇଏସ-କେର ମୁଖିଆ ହୋଇଥିଲା। ସେ ପାକିସ୍ତାନର ଖୈବରପଖତୁନଖ୍ବା ପ୍ରଦେଶର ଓରକାଜଇ ଜିଲ୍ଲାର ବାସିନ୍ଦା।