Blast outside Kabul airport - The Sakala

କାବୁଲରେ ପୁଣିଥରେ ଭୟଙ୍କର ବିସ୍ଫୋରଣ
କାବୁଲ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପରିସ୍ଥିତି ବିଗିଡିବାରେ ଲାଗିଛି । ତିନି ଦିନ ତଳେ କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ଫାଟକ ନିକଟରେ ଘଟିଥିବା ସିରିଜ୍‌ ବିସ୍ଫୋରଣ ପରେ ପୁଣିଥରେ ରବିବାର ଆଉ ଏକ ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲାଯେ ନିକଟବର୍ତ୍ତୀ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।  ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଆଖପାଖ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଥିଲେ ବୋଲି ଜଣାପଡିଛି। ତେବେ ଏହି ବିସ୍ଫୋରଣରେ କେତେ ମୃତାହତ ହୋଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ  କାବୁଲ ଏୟାରପୋର୍ଟରେ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆଉ ଏକ ଆତଙ୍କୀ ହମଲା ହୋଇପାରେ ବୋଲି ସୂଚନା ଦେଇଥିବା ବେଳେ ବିମାନବନ୍ଦରର ୩ ନମ୍ବର ଗେଟ୍ ବାହାରେ ଭୟଙ୍କର ବିସ୍ଫୋରଣ ଘଟିଛି।ଆମେରିକା ସୈନ୍ୟ ବିମାନବନ୍ଦରରୁ ହଟିବା ପରେ ଏହି ବିସ୍ଫୋରଣ ଚିନ୍ତା ବଢ଼ାଇଛି ।ବିମାନବନ୍ଦର ନିକଟରେ ବିସ୍ଫୋରଣ ସହ ରକେଟ ମାଡ଼ ମଧ୍ୟ ହୋଇଛି । ଗତକାଲି ବିମାନବନ୍ଦର ପ୍ରବେଶ ପଥରେ ଆଖିବୁଜା ଗୁଳିମାଡ଼ ହୋଇଥିଲା । ଏହା ପୂର୍ବରୁ ଗୁରୁବାର ବିମାନବନ୍ଦର ବାହାରେ ୨ଟି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିଲେ । ୧ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ ।

କାବୁଲ ବିମାନ ବନ୍ଦର ବାହାରେ ହୋଇପାରେ କାର ବମ ବିସ୍ଫୋରଣ, ସତର୍କ କଲା ଆମେରିକା
ୱାସିଂଟନ୍: କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ପରେ ଆଉ ଏକ ବିସ୍ଫୋରଣ ନେଇ ସତର୍କ ସୂଚନା ଜାରିକରିଛି ଆମେରିକା।  ଆତଙ୍କବାଦୀମାନେ ଖୁବ୍ ଶୀଘ୍ର କାର୍ ବୋମା ସହିତ ଆଉ ଏକ ବିସ୍ଫୋରଣ କରିପାରନ୍ତି ବୋଲି ଆମେରିକା ଆଶଙ୍କା ପ୍ରକାଶ କରିଛି। ଆମେରିକୀୟ ବ୍ରୋଡକାଷ୍ଟ କମ୍ପାନୀ ଅନୁଯାୟୀ କାବୁଲ ବିମାନବନ୍ଦରର ଉତ୍ତର ଫାଟକ ନିକଟରେ କାର ବୋମା ବିସ୍ଫୋରଣ ହୋଇପାରେ। ଗୁପ୍ତଚର ଏଜେନ୍ସିରୁ ସୂଚନା ପାଇବା ପରେ ଆମେରିକା କାବୁଲରେ ଥିବା ନିଜର ସୈନ୍ୟ ଏବଂ ସାଧାରଣ ନାଗରିକଙ୍କୁ ସତର୍କ କରାଇଛି।

ଗୁରୁବାର ଦିନ ଆଫଗାନିସ୍ତାନର କାବୁଲ ଦୁଇଟି ବୋମା ବିସ୍ଫୋରଣରେ ହୋଇଥିଲା। କାବୁଲ ବିମାନବନ୍ଦର ବାହାରେ ଦୁଇଟି ଆତ୍ମଘାତୀ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୯୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ପେଣ୍ଟାଗନ୍ ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ଏହି ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କର ମୃତ୍ୟୁ ଘଟିଛି ଏବଂ ୧୮ ଜଣ ଆହତ ହୋଇଛନ୍ତି। ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘଟଣାକୁ ନିନ୍ଦା କରିବା ସହ ସମସ୍ତ ଆକ୍ରମଣକାରୀଙ୍କୁ ଖୋଜି ଖୋଜି ମାରିବୁ ବୋଲି କହିଛନ୍ତି । ଅସହାୟଙ୍କ ସାହାଯ୍ୟ ପାଇଁ ଆମ ସୈନିକଙ୍କ ବଳିଦାନ ବ୍ୟର୍ଥ ହେବନି । ଅତିରିକ୍ତ ସେନା ସହ ଆଗକୁ ଉଦ୍ଧାର କାର୍ଯ୍ୟ ଜାରୀ ରହିବ ବୋଲି ସେ କହିଛନ୍ତି ।

କାବୁଲ୍ ବିମାନ ବନ୍ଦର ଆକ୍ରମଣକାରୀଙ୍କୁ ବାଇଡେନ୍‌ଙ୍କ ଚେତାବନୀ: ଆମେ କ୍ଷମା ଦେବୁନାହିଁ କି, ଭୁଲିଯିବୁ ନାହିଁ
ୱାସିଂଟନ୍: କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆମେରିକୀୟ ସୈନ୍ୟ ଓ ସାଧାରଣ ଜନତାଙ୍କୁ ହତ୍ୟା କରିଥିବା ଆକ୍ରମଣକାରୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଖୋଜି ଧରିବ ବୋଲି ଗୁରୁବାର ଦିନ କୋହଭରା କଣ୍ଠରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରତିଜ୍ଞା କରି କହିଛନ୍ତି। ଏଥିସହ ଆକ୍ରମଣକାରୀଙ୍କ ବିପକ୍ଷରେ ପ୍ରତିଆକ୍ରମଣ କରିବା ଲାଗି ମଧ୍ୟ ସେ ‘ପେଣ୍ଟାଗନ୍‌’କୁ ନିର୍ଦେଶ ଦେଇଛନ୍ତି।

Happening Now: President Biden delivers remarks on the terror attack at Hamid Karzai International Airport, and the U.S. service members and Afghan victims killed and wounded. https://t.co/cYjfucz0Fl

— The White House (@WhiteHouse) August 26, 2021

ହ୍ୱାଇଟ ହାଉସରୁ ଏକ ସମ୍ବୋଧନରେ ଜୋ ବାଇଡେନ କହିଛନ୍ତି, ଆମେରିକା ଏହି ଘଟଣାକୁ କେବେ ଭୁଲିବ ନାହିଁ କି ସେମାନଙ୍କୁ କ୍ଷମା ଦେବନାହିଁ। ଆମେ ଆତଙ୍କବାଦୀଙ୍କୁ ଛାଡ଼ିବୁ ନାହିଁ । ସେମାନଙ୍କୁ ଖୋଜି ଖୋଜି ମାରିବୁ । କାବୁଲ ଆକ୍ରମଣକାରୀଙ୍କୁ ଚେତାବନୀ ଦେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ଆତଙ୍କବାଦୀଙ୍କୁ ସହଜରେ ଛାଡ଼ିବୁ ନାହିଁ । ସେମାନେ କରିଥିବାର କାଣ୍ଡର ଉଚିତ ଜବାବ ଦେବୁ । ଏଥି ସହିତ ବାଇଡେନ୍‌ କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନାନ୍ତରଣ ଅଭିଯାନ ଚାଲୁ ରହିବ। ଆମେ ଆଫଗାନିସ୍ତାନରୁ ଆମେରିକୀୟ ନାଗରିକଙ୍କୁ ଉଦ୍ଧାର କରିବୁ। ଆସନ୍ତା ମଙ୍ଗଳବାର ଦିନ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହେବା ପ୍ରସଙ୍ଗରେ ସେ କୌଣସି ସୂଚନା ଦେଇନାହାନ୍ତି। କାବୁଲ୍ ପରିତ୍ୟାଗ କରିବା ଲାଗି ଅନ୍ୟୂନ ଆହୁରି ୧୦୦୦ଜଣ ଆମେରିକୀୟ ଏବଂ ତହୁଁ ଅଧିକ ଆଫଗାନ୍‌ବାସୀ ବ୍ୟତିବ୍ୟସ୍ତ ହେଉଛନ୍ତି।

The US flag will be flown at half-mast until the evening of August 30 to honour the victims killed in the terrorist attacks in Afghanistan's Kabul: White House pic.twitter.com/Pzf2sj91Im

— ANI (@ANI) August 27, 2021

ଅନ୍ୟପଟେ କାବୁଲ୍ ବିମାନ ବନ୍ଦର ବିସ୍ଫୋରଣରେ ସହିଦ ହୋଇଥିବା ୧୩ ଆମେରିକୀୟ ସୈନ୍ୟଙ୍କୁ  ସମ୍ମାନ ଜଣାଇ ଆମେରିକାର ଜାତୀୟ ପତାକା ଅର୍ଦ୍ଧନିମିତ ହୋଇ ରହବି । ହ୍ୱାଇଟ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଜାତୀୟ ପତାକା ଅଗଷ୍ଟ ୩୦ ସନ୍ଧ୍ୟା ପର୍ଯ୍ୟନ୍ତ ଅର୍ଦ୍ଧନିମିତ ରହିବ । ସୂଚନାଯୋଗ୍ୟ, କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଥିବାବେଳେ ଏଥିରେ ୧୮ ରୁ ଅଧିକ ସୈନିକ ଆହତ ହୋଇଛନ୍ତି।

କାବୁଲ ସିରିଜ ବିସ୍ଫୋରଣ : ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ୮୦ରୁ ଅଧିକ ମୃତ, ୨୦୦ରୁ ଉର୍ଦ୍ଧ୍ବ ଆହତ
କାବୁଲ : କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୧୩ ଆମେରିକୀୟ ଯବାନଙ୍କ ସମେତ ଶିଶୁ ଓ ଆଫଗାନ ନାଗରିକ ରହିଛନ୍ତି। ଏହି ଘଟଣାରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକା ପ୍ରତିରକ୍ଷା ବିଭାଗ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ, ପ୍ରଥମ ବିସ୍ଫୋରଣ ବିମାନବନ୍ଦରର ଆବେ ଗେଟ୍ ନିକଟରେ ହୋଇଥିଲା ବେଳେ ଏହାର କିଛି ସମୟ ପରେ ଦ୍ୱିତୀୟ ବିସ୍ଫୋରଣ ବାରନ୍‌ ହୋଟେଲ ନିକଟରେ ଘଟିଥିଲା। ଗତ ଫେବୃଆରୀ ପରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନରେ କୌଣସି ସେନାଙ୍କ ମୃତ୍ୟୁ ହୋଇଥିବା ଜନ୍‌ କହିଛନ୍ତି।

ଆଜିର ଏହି ସିରିଜ୍‌ ଆତ୍ମଘାତୀ ବିସ୍ଫୋରଣ ପାଇଁ ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ଆଇଏସ୍‌ଆଇଏସ୍‌ର ସହଯୋଗୀ ଆତଙ୍କୀ ସଂଗଠନ ଆଇଏସ୍‌-କୋରାସାନ୍‌ ନିଜକୁ ଦାୟୀ କରିଛି। ବିସ୍ଫୋରଣ ପରେ ଗୁଳି ଶବ୍ଦ ଶୁଣାଯାଇଥିବାରୁ ଘଟଣା ପଛରେ ଆତଙ୍କୀମାନଙ୍କ ହାତ ଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ବିସ୍ଫୋରଣ ଘଟଣାକୁ ତାଲିବାନ ପକ୍ଷରୁ ନିନ୍ଦା କରାଯାଇଛି। ହେଲେ ଏଥିପାଇଁ ଆମେରିକା ଦାୟୀ ବୋଲି ତାଲିବାନ କହିଛି। ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି ସେ ଅଞ୍ଚଳର ସୁରକ୍ଷା ଦାୟିତ୍ବ ଆମେରିକା ସେନା ହାତରେ ନ୍ୟସ୍ତ ଥିଲା ବୋଲି ତାଲିବାନ ମୁଖପାତ୍ର କହିଛନ୍ତି। ତେବେ ସୌଭାଗ୍ୟ କ୍ରମେ ବହୁ ଭାରତୀୟ ଏବଂ ଆଫଗାନ ଶିଖ ଓ ହିନ୍ଦୁ ଏହି ବିସ୍ଫୋରଣରୁ ରକ୍ଷା ପାଇଯାଇଛନ୍ତି। ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ସେଠାରେ ଗତକାଲି ବହୁ ଭାରତୀୟଙ୍କ ସମେତ ଆଫଗାନ ଶିଖ ହିନ୍ଦୁ ବିମାନ ଅପେକ୍ଷାରେ ରୁଣ୍ଡ ହୋଇଥିଲେ। ଏ ସମ୍ପର୍କରେ ଗୁରୁବାର କାବୁଲ ଗୁରୁଦ୍ବାର କମିଟି ସଭାପତି ସୂଚନା ଦେଇଛନ୍ତି।

ଏହି ଘଟଣାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଦୃଢ଼ ନିନ୍ଦା କରିଛନ୍ତି। ଏଭଳି ଘଟିବ ବୋଲି ଆମେ ୩ ଦିନ ଆଗରୁ ସତର୍କତା ଜାରି କରିଥିଲୁ ବୋଲି ଜନସନ୍‌ କହିଛନ୍ତି। ଏଭଳି ସ୍ଥିତିରେ ବ୍ରିଟେନ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହିତ ମୃତାହତଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଭାରତ ସଦାସର୍ବଦା ଆତଙ୍କବାଦକୁ ଘୃଣା କରି ଆସୁଥିବାବେଳେ ଏଭଳି ଘଟଣା ମାନବ ସମାଜ ପାଇଁ ଅତ୍ୟନ୍ତ ଦୁଃଖଦାୟକ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି। ସେହିପରି ଜାତିସଂଘ ସମେତ ନାଟୋ ରାଷ୍ଟ୍ର ମୁଖ୍ୟ ମଧ୍ୟ ବିସ୍ଫୋରଣ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଏହା ମଧ୍ୟରେ ଆମେରିକା ଏବଂ ବ୍ରିଟେନ ବିସ୍ଫୋରଣ ପରେ ସୁରକ୍ଷା ସ୍ଥିତିକୁ ନେଇ ଜରୁରୀ ବୈଠକ ଡାକିଛନ୍ତି। ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ ଇସ୍ରାଏଲ ଯାତ୍ରା ରଦ୍ଦ କରିଦେଇଛନ୍ତି। ଏହା ସହିତ ଫ୍ରାନ୍ସ ନିଜ କୂଟନୈତିଜ୍ଞଙ୍କୁ ଆଫଗାନିସ୍ତାନରୁ ଫେରିଯିବାକୁ କହିଛି।

ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ଏହାର ସେନା ପ୍ରତ୍ୟାହାର କରୁ , ନଚେତ୍‌ ସ୍ଥିତି ଭୟାବହ ହେବ ବୋଲି କିଛି ଦିନ ତଳେ ତାଲିବାନ ପକ୍ଷରୁ ଧମକ ଦିଆଯାଇଥିଲା। ଏହାପରେ ଆଇଏସଆଇଏସ୍‌ ପକ୍ଷରୁ କାବୁଲ ବିମାନ ବନ୍ଦର ଉପରେ ହମଲା କରାଯାଇପାରେ ବୋଲି ଆମେରିକା ସୂଚନା ପାଇବା ପରେ ସତର୍କତା ଜାରି କରିଥିଲା। ଆମେରିକାର ସମସ୍ତ ସେନା ବିମାନ ବନ୍ଦର ଠାରୁ ଯଥେଷ୍ଟ ଦୂରରେ ରହିବାକୁ କୁହାଯାଇଥିଲା। ଆମେରିକା ବ୍ୟତୀତ ବ୍ରିଟେନ୍‌ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଏହାର ନାଗରିମାନଙ୍କ ପ୍ରତି ସତର୍କତା ଜାରି କରିଥÒଲେ। ହେଲେ ଏହି ସତର୍କତା ଜାରି କରାଯିବାର କିଛି ଘଣ୍ଟା ପରେ ଏଭଳି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ କାବୁଲ ବିମାନ ବନ୍ଦର ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଆଫଗାନିସ୍ତାନ ଛାଡିବାକୁ ହଜାର ହଜାର ଆଫଗାନବାସୀ ଏବେ ମଧ୍ୟ ବିମାନ ବନ୍ଦର ନିକଟରେ ରୁଣ୍ଡ ହୋଇଥିବାରୁ ଏବେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି।

କାବୁଲ ବିମାନବନ୍ଦର ବାହାରେ ବଡଧରଣର ବିସ୍ଫୋରଣ, ଅନେକ ଆହତ
କାବୁଲ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତ, ଆମେରିକା ସମେତ ଅନେକ ଦେଶ ନିଜର ନାଗରିକମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ  ଉଦ୍ଧାର କାର୍ଯ୍ୟ ଚଳାଉଛନ୍ତି। ଲୋକଙ୍କୁ ଆଫଗାନିସ୍ତାନରୁ ବାହାର କରିବା କାର୍ଯ୍ୟ କ୍ରମାଗତ ଭାବରେ ଚାଲିଛି। ସେପଟେ କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ଫାଟକରେ ବଡଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହିବିସ୍ଫୋରଣରେ  ଅନେକ ଲୋକ ଆହତ ହୋଇଥିବା ବେଳେ ମୃତାହତ ନେଇ ସୂଚନା ମିଳିନାହିଁ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ପେଣ୍ଟାଗନ୍।

ରିପୋର୍ଟ ଅନୁଯାୟୀ ଏହି ବିସ୍ଫାେରଣରେ ଏଯାବତ୍ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ଦୁଇ ଆମେରିକୀୟ ଅଧିକାରୀଙ୍କ ଅନୁସାରେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଥିବା ବେଳେ କିଛି ସ୍ପଷ୍ଟ ହୋଇନାହିଁ । ଏହି ବିସ୍ଫୋରଣ ସମୟରେ ଭୟଭୀତ ହୋଇ ଲୋକେ ଦୌଡାଦୌଡି କରୁଥିବା ନଜର ଆସିଛି । ପେଣ୍ଟାଗନର ମୁଖପାତ୍ର ଜନ୍ କିରବି ବିସ୍ଫୋରଣ ନେଇ ସ୍ପଷ୍ଟ କରିଛନ୍ତି । କ୍ଷୟକ୍ଷତି ଏବଂ ମୃତାହତ ନେଇ ଅଧିକ ସୂଚନା ମିଳିନଥିବା ଟ୍ୱିଟ୍ କରିଛନ୍ତି । ତେବେ ଏହାକୁ ଏକ ଆତ୍ମଘାତୀ ମାମଲା ବୋଲି ଅନୁମାନ କରାଯାଉଛି । ଏସମ୍ପର୍କରେ ହ୍ୱାଇଟ୍ ହାଉସ ପକ୍ଷରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସୂଚନା ଦିଆଯାଇଛି ।

We can confirm an explosion outside Kabul airport. Casualties are unclear at this time. We will provide additional details when we can.

— John Kirby (@PentagonPresSec) August 26, 2021

ସୂଚନାଯୋଗ୍ୟ ଯେ, କିଛି ଘଣ୍ଟା ତଳେ ଆମେରିକା ଦୂତାବାସ କାବୁଲ ଏୟାରପୋର୍ଟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲା । ଦୂତାବାସ ପକ୍ଷରୁ ଆମେରିକୀୟ ନାଗରିକଙ୍କୁ ଏୟାରପୋର୍ଟର ପୂର୍ବ ଓ ଉତ୍ତର ଦୀଗରେ ଥିବା ଗେଟ ପାଖରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲା ।

ଏହା ପୂର୍ବରୁ ଇଟାଲୀର ଏକ ସେନା ବିମାନ କାବୁଲ ବିମାନବନ୍ଦରରୁ ଉଡାଣ ଭରିବା ପରେ ତା ଉପରେ ଫାୟାରିଙ୍ଗ କରାଯାଇଥିଲା। ତେବେ ଏଥିରେ ବିମାନର କେହି ବି ଆହତ ହୋଇନଥିଲେ।ଅନ୍ୟପଟେ ତାଲିବାନ ପକ୍ଷରୁ ନାଗରିକଙ୍କୁ ନେବା ପାଇଁ ୩୧ ଅଗଷ୍ଟ ଡେଡଲାଇନ୍‌ ଧାର୍ୟ୍ୟ କରିବା ପରେ କାବୁଲ ଏୟାରପୋର୍ଟରେ ଭିଡ଼ ଆଶାତୀତ ଭାବେ ବୃଦ୍ଧି ପାଇଛି। ଅନେକ ଦେଶ ନିଜ ନଜର ନାଗରିକଙ୍କୁ ନେବା ପାଇଁ ବିମାନ ପଠାଉଛନ୍ତି। କିନ୍ତୁ ଭୟରେ ଥିବା ଆଫଗାନ ନାଗରିକ ଏହି ସବୁ ବିମାନରେ ବସି ଦେଶ ଛାଡ଼ିବାକୁ ପ୍ରଚେଷ୍ଟା ଜରି ରଖିଛନ୍ତି।