shrimandir - The Sakala

କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର, ପରିଚୟ ପତ୍ର ଦେଖାଇ କରିପାରିବେ ପ୍ରବେଶ
ପୁରୀ: କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର । ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ହୋଇଛି ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ ଓ ଛତିଶା ନିଯୋଗର ସବ କମିଟି ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ଅନୁଧ୍ୟାନ କରିଛି ପ୍ରଶାସନ । ଆସନ୍ତାକାଲି ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ବାର ଖୋଲିବ । ପରିଚୟ ପତ୍ର ଦେଖାଇ ପ୍ରବେଶ କରିପାରିବେ ପୁରୀବାସୀ । ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଦ୍ବାରା ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି; ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଆଣି ଆଜ୍ଞାମାଳ ପ୍ରଦାନ କଲେ ସେବାୟତ
ପୁରୀ: ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିରୁ ନୂଆ ପାଞ୍ଜି ପ୍ରଚଳନ ହୁଏ । ତୁଳସୀ ଚଉରା ଉପରେ ଚାଞ୍ଚେରା ବାନ୍ଧି ଠେକିରେ ପାଣି ଭରି ଜଳ ଅର୍ପଣ କରାଯାଏ । ଛେନା, କ୍ଷୀର, ଗୁଡ଼ ଆଦି ମିଶ୍ରଣରେ ପ୍ରସ୍ତୁତ ପଣା ଠାକୁରଙ୍କୁ ଲାଗି କରାଯାଏ । ଆଜିଠୁ ରାସ୍ତାକଡ଼ରେ ପଥିକଙ୍କ ପାଇଁ ଖୋଲେ ଜଳଛତ୍ର । ଆଜି ମହାବୀର ଜୟନ୍ତୀ ମଧ୍ୟ ପାଳନ କରାଯାଏ । ଶ୍ରୀହନୁମାନଙ୍କ ନାମ ଜପ, ଚାଳିଶା ପାଠ କଲେ ସକଳ ବ୍ୟାଧିରୁ ମୁକ୍ତି ମିଳେ ।

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୁଏ । ସକାଳ ଧୂପ ନୀତି ପରେ ଦକ୍ଷିଣ ଘରେ ଥିବା ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରିଛନ୍ତି ସେବାୟତ । ପରେ ମୁକ୍ତିମଣ୍ଡପ ତଳେ ଥିବା ବିମାନରେ ବସାଇ ଶ୍ରୀହନୁମାନଙ୍କୁ ବିଜେ କରାଯିବ । ବିମାନ ବଡ଼ୁ ସେବକ ଜଗନ୍ନାଥ ବହ୍ଲବ ମଠକୁ ନିଅନ୍ତି । ସବୁ ନୀତିକାନ୍ତି ସରିବା ପରେ ଶ୍ରୀହନୁମାନଙ୍କ ବାହୁଡ଼ା ବିଜେ କରି ଦେଉଳକୁ ଅଣାଯାଏ । ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଆନନ୍ଦ ଉଲ୍ଲାସର ଦିନ ।

ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ
ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ରାତି ପାହିଲେ ମିଳିବ ମହାପ୍ରଭୁଙ୍କ ଦର୍ଶନ । ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ସକାଳ ୮ରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରମାଣିକ ଦର୍ଶନ ପାଇଁ ଧାର୍ଯ୍ୟ ହୋଇଛି । ସକାଳ ୯ରୁ ୧୦ଟା ୩୦ ସର୍ବସାଧାରଣ ଦର୍ଶନ ହେବ । ସେହିପରି ଅପରାହ୍ନ ୨ଟାରୁ ୩ଟା, ସନ୍ଧ୍ୟା ୬ରୁ ସାଢେ ୬, ରାତି ୯ରୁ ୧୦ଟା ୩୦ ଓ ରାତି ୧୧ଟା ୩୦ରୁ ୧୨ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ । ବିଶେଷ ନୀତି ପାଇଁ ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଓ ସନ୍ଧ୍ୟା ୬ଟା ୩୦ରୁ ରାତି ୯ ଟା ଯାଏ ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ଯାଏ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।

ସେହିପରି ପରଦିନ ଉଭାଯାତ୍ରା । ସକାଳ ୪ରୁ ୬ଟା ୩୦, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ଗୋଟାଏ ୩୦ ଓ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୫ଟା ଯାଏ ଜଗାଦର୍ଶନ କରିପାରିବେ ଭକ୍ତ । ସକାଳ ୬ଟା ୩୦ରୁ ଦିନ ୧୨ଟା ୩୦, ଅପରାହ୍ନ ଗୋଟାଏ ୩୦ରୁ ୩ଟା ୩୦ ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦନ ପାଇଁ ପ୍ରସ୍ତୁତି ପାଇଁ ଉଭାଯାତ୍ରା ଦିନ ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ବନକଲାଗି ନୀତି । ସ୍ବତନ୍ତ୍ର ନୀତିକାନ୍ତି ସହ ଅଣସରର ଅନ୍ତିମ ଦିନରେ ମହାପ୍ରଭୁଙ୍କ ବନକଲାଗି ନୀତି ହେଉଛି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଦୁଇଦିନ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ମକଡ୍ରିଲ କରିଛି ପୋଲିସ । ରଥଟଣା, ଭିଡ଼ ନିୟନ୍ତ୍ରଣ‌ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଦିଆଯାଇଛି ପ୍ରଶିକ୍ଷଣ ।

ଆଉ ଦୁଇଟା ଦିନ ପରେ ଆୟୋଜିତ ହେବ ବିଶ୍ୱ ନିଅନ୍ତାଙ୍କ ଘୋଷଯାତ୍ରା । ଏଥିଲାଗି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥକାମ । ସୋମବାର ପ୍ରତ୍ୟେକ ରଥରେ ପାର୍ଶ୍ୱଦେବତାଙ୍କୁ ସ୍ଥାପନ କରାଯାଇଛି । ମଙ୍ଗଳବାର ରଥରେ ଠେକରାବାଡ଼ ବୁଲିବ । ଚିତ୍ରକାରମାନେ ପ୍ରଭାରେ ରଙ୍ଗ କାର୍ଯ୍ୟ ସାରିଛନ୍ତି । କୋଠସୁଆଁସିଆ ସେବକମାନେ ରଥରେ କନା ମଣ୍ଡଣୀ କରି ପିତ୍ତଳ ସାଜ ଲଗାଇବେ । ପ୍ରଭା ସ୍ଥାପନ ପରେ ଚକା ସିଂହାସନ ପଡ଼ିଲେ ରଥ ନିର୍ମାଣ କାର୍ଯ୍ୟ ସରିବ ।

ଅଣସର ଘରେ ମହାପ୍ରଭୁ: ଆର୍ୟୁବେଦିକ ପଦ୍ଧତିରେ ଚାଲିଛି ଗୁପ୍ତସେବା, ଦାରୁଦିଅଁଙ୍କୁ ଲାଗିହେଲା ତୁଳସୀ
ପୁରୀ: ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ। ଦାରୁବିଗ୍ରହଙ୍କ ନୀତିକାନ୍ତି ଓ ଜୀବନଚର୍ଯ୍ୟା ସାଧାରଣ ମଣିଷଙ୍କ ଭଳି। ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପଡ଼ିଥିବା ଠାକୁର ଏବେ ଅଣସର ଘରେ। ଶୀଘ୍ର ଆରୋଗ୍ୟ ପାଇଁ ଚାଲିଛି ଆର୍ୟୁବେଦିକ ପଦ୍ଧତିରେ ଉପଚାର। ଗୁପ୍ତ ସେବା କରୁଛନ୍ତି ଦଇତାପତି ସେବକ। ଇତିମଧ୍ୟରେ ବଡ଼ଓଡିଆ ମଠରୁ ଆସିଥିବା ଫୁଲୁରୀ ତେଲ, ଶୁଦ୍ଧସୁଆର ସେବକ ଦେଇଥିବା ଓଷୁଅ ଲାଗି ହେବା ପରେ ଗୁରୁବାର ଶ୍ରୀବିଗ୍ରହ ଚକା ବିଜେ କରିଛନ୍ତି। ଶୁକ୍ରବାର ଖଳିଲାଗି ଏକାଦଶୀ ତିଥିରେ ଅଣସର ଗୃହରେ ବିରାଜିତ ଦାରୁଦିଅଁଙ୍କୁ ପ୍ରଥମ ତୁଳସୀ ଲାଗି ହୋଇଛି। ଏଥିସହ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ମଧ୍ୟ ଲାଗି କରାଯାଇଛି।

ଶ୍ରୀମନ୍ଦିର ପଟିଦିଅଁଙ୍କ ନିକଟରେ ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ବଢ଼ିବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ବେହେରଣ ଦ୍ୱାର ଖୋଲିଥିଲା। ଏହାପରେ ଅଣସର ଗୃହରେ ଥିବା ଚତୁର୍ଦ୍ଧାବିଗ୍ରହଙ୍କ ଅଣସର ନୀତି ଆରମ୍ଭ ହୋଇଥିଲା। ଶୁଦ୍ଧସୁଆରଙ୍କ ଘରୁ ଆସିଥିବା ଖଳି ଠାକୁରଙ୍କୁ ଲାଗି କରାଯିବା ସହିତ ରକ୍ତବସ୍ତ୍ର ଲାଗି କରାଯାଇଥିଲ। ପରେ ଚକଟା ଭୋଗ ଏବଂ ପଣାଭୋଗ ହୋଇ ବେହେରଣ ଦ୍ୱାର ବନ୍ଦ ହୋଇଥିଲା। ଜୟ ବିଜୟ ଦ୍ୱରା ଖୋଲି ପଟିଦିଅଁଙ୍କ ନୀତି ଆରମ୍ଭ କରାଯାଇଥିଲା। ପଟିଦିଅଁଙ୍କ ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟାଧୂପ ବଢ଼ିବା ପରେ ବେହେରଣ ଦ୍ୱାରା ଖୋଲିଥିଲା। ପଟିଦିଅଁଙ୍କ ସର୍ବାଙ୍ଗ ଆରମ୍ଭ ହେବା ସହ ଅଣସର ଗୃହରେ ଘଣ୍ଟ, କାହାଳୀ ବାଜି ଚତୁର୍ଦ୍ଧାବିଗ୍ରହଙ୍କ ସର୍ବାଙ୍ଗ ହୋଇଥିଲା। ସର୍ବାଙ୍ଗ ବଢ଼ିବା ପରେ ଗୀତିଗୋବିନ୍ଦ ଖଣ୍ଡୁଆ, ରଙ୍ଗୀନ ସୁଗନ୍ଧିତ ପୁଷ୍ପ, ଗୁଣା, ଝୁମ୍ପା, କରପଲ୍ଲବ, ହୃଦୟପଦକ ଏବଂ ତୁଳସୀ ଲାଗି କରାଯାଇଥିଲା। ଶୁକ୍ରବାର ଅଣସର ଗୃହରେ ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁ ପ୍ରଥମ ତୁଳସୀ ଧାରଣ କରିଥିଲେ। ଏହାପରେ ବୈଦ୍ୟ ସେବକଙ୍କ ଘରୁ ଆସିଥିବା ଦଶମୂଳକୁ ପତିମହାପାତ୍ର ସେବକ ସଂସ୍କାର କରିବା ପରେ ଦଇତାପତିମାନେ ଦାରୁବିଗ୍ରହଙ୍କୁ ଲାଗି କରାଇଥିଲେ। ଶନିବାର ଦ୍ୱାଦଶୀରେ ରାଜପ୍ରସାଦ ବିଜେ ନୀତି ରହିଛି।

ସ୍ୱାମୀଙ୍କ ଇଚ୍ଛା ପୂରଣ କଲେ ବୃଦ୍ଧା; ଜମି ବିକି ଶ୍ରୀମନ୍ଦିରକୁ ଦାନ କଲେ ୨୦ ଲକ୍ଷ ଟଙ୍କା
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଭୀର ଭକ୍ତି ଓ ବିଶ୍ୱାସ କରୁଥିଲେ ବାଲେଶ୍ୱର ବସ୍ତା ସଦାନନ୍ଦପୁରର ପଙ୍କଜକାନ୍ତ ପଣ୍ଡା। ଚାକିରି ଜୀବନ ଭିତରେ ଯେବେ ବି ସୁଯୋଗ ମିଳୁଥିଲା ପତ୍ନୀ ସୁପ୍ରଭାଙ୍କୁ ସାଥିରେ ଧରି ପୁରୀ ପଳାଇ ଆସୁଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ୍‍ ଭାବବିହ୍ୱଳ ହୋଇପଡୁଥିଲେ। ଠାକୁରଙ୍କ ସେବା କରିବାକୁ ମନ ଚାହୁଁଥିଲା, ହେଲେ ସେମିତି ସୁଯୋଗ ନ ଥିଲା। କିନ୍ତୁ ଦାରୁବିଗ୍ରହଙ୍କ ପ୍ରତି ସର୍ବଦା ସମର୍ପଣ ଭାବ ରଖିଥିଲେ ପଙ୍କଜକାନ୍ତ। ପତ୍ନୀ ସୁପ୍ରଭା ବି ଠାକୁରଙ୍କ ପ୍ରତି ନିଷ୍ଠା ଓ ଭକ୍ତି ଭାବ ରଖିଥିଲେ। ଉଭୟଙ୍କର ଗୋଟିଏ ମାନସିକତା ଥିଲା ସବୁ ତ ଭଗବାନଙ୍କର, କ’ଣ ବା ଏ ମଣିଷର ? କାହିଁକି ଅର୍ଥ, ଲୋଭ, ମୋହ ମାୟାରେ ପଡ଼ିବେ। କୌଣସି ସନ୍ତାନସନ୍ତତି ନ ଥିବା ପଙ୍କଜକାନ୍ତ ଏବଂ ସୁପ୍ରଭାଙ୍କ ଇଚ୍ଛା ଥିଲା ଶ୍ରୀମନ୍ଦିରକୁ କିଛି ଦାନ କରିବେ। ହେଲେ ଏହି ସୁଯୋଗ ଆସିବା ବେଳକୁ କର୍କଟ ରୋଗରେ ସ୍ୱାମୀ ଚାଲିଗଲେ। ତେଣୁ ସ୍ୱାମୀଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଶନିବାର ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ସମର୍ପଣ କରିଛନ୍ତି ସୁପ୍ରଭା। ସାଥୀରେ ପୁତୁରା ଚିନ୍ମୟ କୁମାର ଶତପଥୀଙ୍କୁ ଧରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚି ଏହି ଚେକ୍‍ ପ୍ରଦାନ କରିଛନ୍ତି।

ପୁତୁରା ଚିନ୍ମୟ କୁହନ୍ତି, ପିଉସା ପିଉସୀଙ୍କର କୌଣସି ସନ୍ତାନ ନାହାନ୍ତି। ପିଉସା ସରକାରୀ ଚାକିରି କରିଥିଲେ। କିନ୍ତୁ ଦୁଇଜଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଖୁବ୍‍ ଭକ୍ତି ଓ ବିଶ୍ୱାସ କରନ୍ତି। ସୁଯୋଗ ମିଳିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି। ଏମିତି ହଠାତ୍‍ ୨ଜଣ ଶ୍ରୀମନ୍ଦିରକୁ କିଞ୍ଚÒତ ଦାନ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହାରି ମଧ୍ୟରେ ପିଉସା କର୍କଟ ରୋଗରେ ପୀଡ଼ିତ ହେଲେ। ଏଥିପାଇଁ ସେ କେମୋ ନେଉଥିଲେ। ୨୦୨୦ରେ କୋଭିଡ଼ ପାଇଁ ମନ୍ଦିର ବନ୍ଦ ଥିବାବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ଜିଦ୍‍ ଧରିଥିଲେ। ୨୦୨୧ ଜାନୁୟାରୀ ମାସରେ ଶ୍ରୀମନ୍ଦିର ଖୋଲିବା ଦିନ ହିଁ ଅସୁସ୍ଥତା ସତ୍ତ୍ବେ ଆସି ଠାକୁରଙ୍କୁ ଦର୍ଶନ କରିଥିଲେ। ୨୦୨୧ ଫେବୃୟାରୀ ୪ରେ ପିଉସାଙ୍କର ଦେହାନ୍ତ ହୋଇଥିଲା। କଟକରେ ତାଙ୍କର ଥିବା ଏକ ଜାଗା ଶ୍ରୀମନ୍ଦିରକୁ ଦେବା ପାଇଁ ପିଉସୀ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ଜମି ଦେଲେ କ’ଣ କାମରେ ଆସିବ କି ନାହିଁ ଦ୍ୱନ୍ଦ୍ୱରେ ପଡ଼ି ସେହି ଜମିକୁ ବିକି ଟଙ୍କା ଦେବେ ବୋଲି ନିଷ୍ପତ୍ତି ନେଲେ। କଟକରେ ଥିବା ଜମିକୁ ବିକ୍ରି କରି ଗାଁ ସ୍କୁଲ ପାଇଁ ୧୫ ଲକ୍ଷ ଏବଂ ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବୋଲି ସୁପ୍ରଭାଙ୍କ ପୁତୁରା ଚିନ୍ମୟ ସୂଚନା ଦେଇଛନ୍ତି। ତେବେ ଶ୍ରୀମନ୍ଦିର ପାଇଁ ଏହି ଛୋଟିଆ ସମର୍ପଣ ଭେଟି ଦେଇଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି ସୁପ୍ରଭା।