drug case - The Sakala

ବ୍ୟାଗରେ ଥିଲା ଆମଚୁର ଓ ଗରମ ମସଲା, ମେସିନ୍ କହିଲା ଡ୍ରଗ୍ସ! ୫୭ ଦିନ ଜେଲ୍‌ରେ ଥିବା ଇଞ୍ଜିନିୟରଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ମଧ୍ୟପ୍ରଦେଶ ହାଇକୋର୍ଟ ଏକ ୧୬ ବର୍ଷ ପୁରୁଣା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବିମାନବନ୍ଦରର ସୁରକ୍ଷା ଯାଞ୍ଚ ସମୟରେ ରୋଷେଇ ଘରେ ବ୍ୟବହୃତ ହେଉଥିବା ଆମଚୁର ପାଉଡର (Amchur Powder) ଏବଂ ଗରମ ମସଲାକୁ ନିଶାଦ୍ରବ୍ୟ ବା ଡ୍ରଗ୍ସ ଭାବି ଜଣେ ନିର୍ଦ୍ଦୋଷ ଇଞ୍ଜିନିୟରଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ୫୭ ଦିନ ଧରି ଜେଲ୍ ଦଣ୍ଡ ଭୋଗିଥିବା ଗ୍ୱାଲିୟରର ଇଞ୍ଜିନିୟର ଅଜୟ ସିଂହଙ୍କୁ ଏବେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କ'ଣ ଥିଲା ପୂରା ଘଟଣା?

ସୂଚନା ଅନୁଯାୟୀ, ମଇ ୨୦୧୦ରେ ଅଜୟ ସିଂହ ଭୋପାଳର ରାଜା ଭୋଜ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ। ସୁରକ୍ଷା ଯାଞ୍ଚ ସମୟରେ ତାଙ୍କ ଲଗେଜ୍‌ରେ ଥିବା ଏକ ପ୍ୟାକେଟ୍‌କୁ ଏକ୍ସପ୍ଲୋସିଭ୍ ଟ୍ରେସ୍ ଡିଟେକ୍ଟର (ETD) ମେସିନ୍ ସ୍କାନ୍ କରି ସେଥିରେ ହେରୋଇନ୍ ଏବଂ ନିଶାଦ୍ରବ୍ୟ ଥିବା ନେଇ ସଙ୍କେତ ଦେଇଥିଲା। ଏହା ପରେ ବିମାନବନ୍ଦର ଅଧିକାରୀମାନେ ତାଙ୍କୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଥିଲେ। ସାଧାରଣ ଆମଚୁର ପାଉଡରକୁ ଡ୍ରଗ୍ସ ବୋଲି ଦର୍ଶାଇ ପୋଲିସ ଅଜୟ ସିଂହଙ୍କ ବିରୋଧରେ NDPS ଆକ୍ଟ ଅଧୀନରେ ମାମଲା ରୁଜୁ କରି ତାଙ୍କୁ ଜେଲ୍ ପଠାଇ ଦେଇଥିଲା।

ଫୋରେନ୍ସିକ୍ ଲ୍ୟାବର ଅବହେଳା ଓ ୫୭ ଦିନ ଜେଲ୍

ଜବତ ହୋଇଥିବା ପାଉଡରର ନମୁନା ପ୍ରଥମେ ସ୍ଥାନୀୟ ରିଜିଓନାଲ୍ ଫୋରେନ୍ସିକ୍ ଲ୍ୟାବ୍‌କୁ ପଠାଯାଇଥିଲା। କିନ୍ତୁ ସେଠାରେ ଆବଶ୍ୟକୀୟ ଯନ୍ତ୍ରପାତି ନଥିବାରୁ ନମୁନାକୁ ହାଇଦ୍ରାବାଦ ସ୍ଥିତ ସେଣ୍ଟ୍ରାଲ୍ ଫୋରେନ୍ସିକ୍ ଲାବୋରେଟୋରୀକୁ ପଠାଗଲା। ୩୦ ଜୁନ୍ ୨୦୧୦ରେ ହାଇଦ୍ରାବାଦ ଲ୍ୟାବ୍‌ରୁ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଥିଲା ଯେ ଜବତ ହୋଇଥିବା ପାଉଡରରେ କୌଣସି ପ୍ରକାରର ନିଶାଦ୍ରବ୍ୟ ନାହିଁ। କିନ୍ତୁ ରିପୋର୍ଟ ଆସିବାରେ ବିଳମ୍ବ କାରଣରୁ ନିର୍ଦ୍ଦୋଷ ହୋଇ ମଧ୍ୟ ଅଜୟ ସିଂହଙ୍କୁ ୫୭ ଦିନ ଜେଲ୍‌ରେ ବିତାଇବାକୁ ପଡ଼ିଥିଲା। ଏହାଦ୍ୱାରା ତାଙ୍କର ବ୍ୟକ୍ତିଗତ ତଥା ପେସାଦାର ଜୀବନ ବହୁତ ପ୍ରଭାବିତ ହୋଇଥିଲା।

୧୬ ବର୍ଷ ପରେ ମିଳିଲା ନ୍ୟାୟ

ଦୀର୍ଘ ୧୬ ବର୍ଷର ଆଇନଗତ ଲଢ଼େଇ ପରେ ଶେଷରେ ଇଞ୍ଜିନିୟରଙ୍କୁ ନ୍ୟାୟ ମିଳିଛି। ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦୀପକ ଖୋଟ ଏହି ମାମଲାର ଶୁଣାଣି କରି ସରକାରୀ ବ୍ୟବସ୍ଥାରେ ଥିବା ତ୍ରୁଟି ଏବଂ ଫୋରେନ୍ସିକ୍ ଭିତ୍ତିଭୂମିର ଅଭାବକୁ କଡ଼ା ସମାଲୋଚନା କରିଛନ୍ତି। କେବଳ ମେସିନ୍‌ର ଯାନ୍ତ୍ରିକ ତ୍ରୁଟି ଏବଂ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବାରୁ, କୋର୍ଟ ପୀଡ଼ିତଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇଛନ୍ତି। ଏହା ସହିତ ରାଜ୍ୟର ସମସ୍ତ ଫୋରେନ୍ସିକ୍ ଲ୍ୟାବ୍‌ର ସ୍ଥିତି ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି。

ବଲିଉଡ୍‌ ପରେ ଡ୍ରଗ୍ସ ପଞ୍ଝାରେ ଟଲିଉଡ୍‌: ରାକୁଲ ପ୍ରୀତ୍‌, ରାଣା ଦାଗୁବତି, ରବି ତେଜାଙ୍କୁ ଇଡିର ସମନ୍
ହାଇଦରାବାଦ: ବଲିଉଡ ପରେ ଏବେ ଟଲିଉଡ୍‌ ସେଲିବ୍ରିଟି ଡ୍ରଗ୍ସ ମାମଲାରେ ଫସିଛନ୍ତି। ଚାରି ବର୍ଷ ତଳର ଏକ ଡ୍ରଗ୍ସ ମାମଲା ଟଲିଉଡ ସେଲିବ୍ରିଟିଙ୍କ ସମସ୍ୟା ବୃଦ୍ଧି କରିଛି। ଡ୍ରଗ୍ସ କାରବାର ଏବଂ ବ୍ୟବହାର ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୨ ଜଣ ଟଲିଉଡ ସେଲିବ୍ରିଟିଙ୍କୁ ସମନ ଜାରି କରିଛି। ଇଡି ଆସନ୍ତା ୩୧ ତାରିଖରେ ହଜାର ହେବାକୁ ଟଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ସମନ କରିଛି। ଏହା ସହିତ ଟଲିଉଡ ଅଭିନେତ୍ରୀ ରାକୁଲ ପ୍ରିତ୍ ସିଂହ, ଅଭିନେତା ରବି ତେଜା, ଚାରମଇ କୌର, ନଭଦୀପ, ମୁମୈଥ ଖାନ, ତାନିସ, ନନ୍ଦୁ, ତରୁଣ ଏବଂ ବାହୁବଳୀ ଅଭିନେତା ରାଣା ଦାଗୁବତୀଙ୍କୁ ମଧ୍ୟ ସମନ କରାଯାଇଛି। ରବି ତେଜାଙ୍କ ଡ୍ରାଇଭର ଶ୍ରୀନିବାସ ଏବଂ ଏଫ କ୍ଲବର ସାଧାରଣ ପରିଚାଳକ(ଜିଏମ) ଭାବେ କାର୍ଯ୍ୟ କରିଥିବା ଜଣେ ଅଜ୍ଞାତ ବ୍ୟକ୍ତି ମଧ୍ୟ ଏଥିରେ ସାମିଲ ଅଛନ୍ତି। ସେପ୍ଟେମ୍ବର ୨ରୁ ୨୨ ମଧ୍ୟରେ ହାଜର ହେବା ପାଇଁ ସେମାନଙ୍କୁ ସମନ କୁହାଯାଇଛି। ଏହି ମାମଲାର ତଦନ୍ତ କରୁଥିବା ଅବକାରୀ ବିଭାଗର ଅଧିକାରୀଙ୍କ ମଧ୍ୟ ଇଡି ସମନ କରିଛି।

ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଅବକାରୀ ବିଭାଗର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି)ପ୍ରମାଣ ଅଭାବ ଯୋଗୁଁ ଅଭିନେତାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା; କିନ୍ତୁ ସେମାନଙ୍କୁ ପଚରାଉଚୁରା କରିଥିଲା। ଚାର୍ଜସିଟ୍‌ ଦାଖଲ ହୋଇନଥିବାରୁ ପରୋକ୍ଷରେ ସେମାନଙ୍କୁ କ୍ଲିନଚିଟ୍‌ ଦିଆଯାଇଛି ବୋଲି ଧରାଯାଇଥିଲା। ଜଣେ ଇଡି ଅଧିକାରୀ କହିଛନ୍ତି ଯେ ତେଲଙ୍ଗାନା ଅବକାରୀ ଏବଂ ନିଷେଧ ବିଭାଗ ପ୍ରାୟ ୧୨ଟି ମାମଲା ରୁଜୁ କରି ୧୧ ଚାର୍ଜସିଟ୍‌ ଦାଖଲ କରିଥିଲା। ସେତେବେଳେ ୯ ଜଣ ଲୋକଙ୍କ ବିରୋଧରେ ଦଫା ଧାର୍ଯ୍ୟ ହୋଇଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ଛୋଟକାଟିଆ ନିଶା ବ୍ୟବସାୟୀ ଥିଲେ। ଏହି ମାମଲାରେ ଅବକାରୀ ଅଧିକାରୀଙ୍କୁ ସାକ୍ଷୀ ଭାବେ ଡକାଯାଇଛି। ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ଟଲିଉଡ ସେଲିବ୍ରିଟିଙ୍କୁ ସାକ୍ଷୀ ଭାବେ ଧରାଯିବ। ତଦନ୍ତରୁ ସେମାନଙ୍କ ନାମ ସାମ୍ନାକୁ ଆସିଛି।

ରାକୁଲ ପ୍ରୀତିଙ୍କୁ ସେପ୍ଟେମ୍ବର ୬ରେ, ରାଣା ଦାଗୁବତିଙ୍କୁ ୮ରେ, ରବି ତେଜାଙ୍କୁ ୯ରେ ଏବଂ ମୁମୈଥ ଖାନଙ୍କୁ ନଭେମ୍ବର ୧୫ରେ ହାଜର ହେବାକୁ କୁହାଯାଇଛି। ଏସଆଇଟି ୨୦୧୭ ଜୁଲାଇରେ ସେଲିବ୍ରିଟିଙ୍କ ସମେତ ୬୨ ସନ୍ଦିଗ୍ଧଙ୍କ କେଶ ଏବଂ ନଖ ନମୁନା ସଂଗ୍ରହ କରିଥିଲା। ତେବେ ଏ ପର୍ଯ୍ୟନ୍ତ ତାହାର କୌଣସି ତଥ୍ୟ ପ୍ରକାଶ ପାଇନାହିଁ। ଦକ୍ଷିଣ ଆଫ୍ରିକା ନାଗରିକ ରାଫେଲ ଆଲେକ୍ସ ଭିକ୍ଟରଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ ହୋଇଛି। ସେ ବିକ୍ରି ଉଦେଶ୍ୟରେ ମୁମ୍ବଇରୁ ହାଇଦରାବାଦ କୋକେନ ଚାଲାଣ କରିଥିବା ଅଭିଯୋଗ ହୋଇଛି। ରାଫେଲକୁ ୨୦୧୭ ଅଗଷ୍ଟରେ ଗିରଫ କରାଯାଇଥିଲା। ଅନେକ ମାମଲାରେ ତଳ ସ୍ତରର ଆଫ୍ରିକୀୟ ନିଶା ବ୍ୟବସାୟୀଙ୍କ ନାମ ରହିଛି। ଅଭିଯୁକ୍ତଙ୍କୁ ଏସଆଇଟି ପଚରାଉଚୁରା କରିବା ସମୟରେ ଏଥିରେ କୌଣସି ଭୂମିକା ନାହିଁ ବୋଲି ଅଭିନେତାମାନେ କହିଥିଲେ। ନବଦୀପ ଏବଂ ତରୁଣ ମଧ୍ୟ ଅଭିଯୋଗକୁ ଟ୍ବିଟ କରି ଖଣ୍ଡନ କରିଥିଲେ।