3rd Test - The Sakala
ଲର୍ଡ୍ସ,: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫିର ୩ୟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଏହି ଗୁରୁତ୍ୱପୂର୍ଣ୍ଣ ୩ୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ବେନ୍‌ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ହେଡିଂଲୀରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ୫ ୱିକେଟ୍‌ରେ ଜିତିଥିଲା। ଏହାପରେ ଅଧିନାୟକ ଶୁବମନ ଗିଲ୍‌ଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଏଜ୍‌ବାଷ୍ଟନରେ ଖେଳାଯାଇଥିବା ୨ୟ ଟେଷ୍ଟକୁ ୩୩୬ ରନର ବୃହତ୍‌ ବ୍ୟବଧାନରେ ଜିତି ଭାରତ ଇତିହାସ ସୃଷ୍ଟି କରିଥିଲା। ସିରିଜ ଏବେ ୧-୧ରେ ବରାବର୍‌ ସ୍ଥିତିରେ ରହିଛି। ତେଣୁ ଏବେ ଉଭୟ ଦଳର ନଜର ଲର୍ଡ୍ସ ଲଢେ଼ଇ ଉପରେ ରହିଛି। ପାଞ୍ଚ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜର ଏହି ୩ୟ ମୁକାବିଲାକୁ ଜିତି ଉଭୟ ଦଳ ସିରିଜରେ ଅଗ୍ରଣୀ ନେବା ଲକ୍ଷ୍ୟରେ ରହିଛନ୍ତି। ତେଣୁ ଏଠାରେ ଆଉ ଏକ ରୋମାଞ୍ଚକ ଲଢେ଼ଇ ଦେଖିବାକୁ ମିଳିବ ବୋଲି କ୍ରିକେଟ୍‌ ପଣ୍ଡିତ ଆକଳନ କରିଛନ୍ତି।
ଏହି ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ବ୍ୟାଟର୍‌ଙ୍କ ବେଶ୍‌ ପ୍ରଭାବ ଦେଖିବାକୁ ମିଳିଥିଲା। ପ୍ରଥମ ଟେଷ୍ଟରେ ୭ଟି ଶତକ ଦେଖିବାକୁ ମିଳିଥିବାବେଳେ ଦୁଇ ଦଳର ମୋଟ୍‌ ସ୍କୋର ୧୬୭୩ ରନ ହୋଇଥିଲା। ସେହିଭଳି ଦ୍ୱିତୀୟ ଟେଷ୍ଟରେ ୩ଟି ଶତକ ଓ ଗୋଟିଏ ଦ୍ୱିଶତକୀୟ ପାଳି ଦେଖିବାକୁ ମିଳିଥିଲା। ଏଜବାଷ୍ଟନ ଟେଷ୍ଟରେ ଉଭୟ ଦଳର ସ୍କୋର ମିଶି ୧୬୯୨ ରନ ଥିଲା। ଫଳରେ ଦୁଇଟି ଟେଷ୍ଟରେ ରେକର୍ଡ ୩୩୬୫ ରନ ହୋଇଛି। ପ୍ରଥମ ଦୁଇ ଟେଷ୍ଟର ପିଚ୍‌କୁ ନେଇ ସମାଲୋଚନାର ଶିକାର ହେବା ପରେ ଏଥର ଆୟୋଜକ ଇଂଲଣ୍ଡ ଲର୍ଡ୍ସରେ ସମ୍ପୂର୍ଣ୍ଣ ଦ୍ରୁତ ବୋଲିଂକୁ ସହାୟତା କରୁଥିବା ୱିକେଟ୍‌ ପ୍ରସ୍ତୁତ କରିଛି। ଫଳରେ ଇଂଲଣ୍ଡର ପାରମ୍ପରିକ ଫାଷ୍ଟ ବୋଲିଂ ଫ୍ରେଣ୍ଡଲୀ ୱିକେଟ୍‌ ଚଳିତ ସିରିଜରେ ପ୍ରଥମଥର ଦେଖିବାକୁ ମିଳିବ। ଏଭଳି କ୍ଷେତ୍ରରେ ଦୁଇ ଦଳର ଦ୍ରୁତ ବୋଲରଙ୍କ ମଧ୍ୟରେ ଲଢେ଼ଇ ଜୋର୍‌ଦାର ହେବ ବୋଲି ଅନୁମାନ କରାଯାଉଛି। ଉଭୟ ଦଳ ମଧ୍ୟ ସେମାନଙ୍କ ପ୍ରମୁଖ ବୋଲିଂ ଅସ୍ତ୍ର ଯଥାକ୍ରମେ ଯଶପ୍ରୀତ୍‌ ବୁମ୍‌ରା ଓ ଜୋଫ୍ରା ଆର୍ଚରଙ୍କୁ ଏହି ଟେଷ୍ଟ ଲାଗି ଦଳରେ ସାମିଲ କରିଛନ୍ତି। ଆର୍ଚର ୪ ବର୍ଷର ବ୍ୟବଧାନ ପରେ ଟେଷ୍ଟ ଫର୍ମାଟ୍‌କୁ ଫେରିଛନ୍ତି। ତାଙ୍କର ଦ୍ରୁତ ବୋଲିଂ ସହ ବାଉନ୍ସ ଭାରତୀୟ ବ୍ୟାଟର୍‌ଙ୍କ ପାଇଁ ନିଶ୍ଚୟ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଅପରପକ୍ଷରେ ୨ୟ ଟେଷ୍ଟରେ ବିଶ୍ରାମ ଦେଇଥିବା ବୁମ୍‌ର ଏହି ଟେଷ୍ଟରେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି। ବୁମ୍‌ରାଙ୍କ ସମେତ ଏଜ୍‌ବାଷ୍ଟନ ହିରୋ ଆକାଶଦୀପ୍‌, ମହମ୍ମଦ ସିରାଜ ପେସ୍‌ ବୋଲିଂ ସମ୍ଭାଳିବେ। ଦୁଇ ସ୍ପିନ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦରଙ୍କୁ ନେଇ ଭାରତ ପଡ଼ିଆକୁ ଓହ୍ଲାଇବା ନେଇ ଯୋଜନା କରୁଛି। ଏଜ୍‌ବାଷ୍ଟନରେ ଦ୍ୱିଶତକ ଓ ଶତକୀୟ ପାଳି ଖେଳିଥିବା ଅଧିନାୟକ ଗିଲ୍‌ଙ୍କ ଉପରେ ସମ୍ପୂର୍ଣ୍ଣ ବ୍ୟାଟିଂ ଭାର ନ୍ୟସ୍ତ ରହିବ। ତାଙ୍କୁ ଯଶସ୍ୱୀ ଜୟସ୍ୱାଲ, ଲୋକେଶ ରାହୁଲ, କରୁନ ନାୟର, ଋଷଭ ପନ୍ତ ପ୍ରମୁଖ ସହାୟତା କରିବେ।
ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଭାରତ ୯୭ ବର୍ଷ ମଧ୍ୟରେ ୧୯ ଟେଷ୍ଟ ଇଂଲଣ୍ଡ ସହ ଖେଳି ୩ ବିଜୟ ଓ ୧୨ ପରାଜୟବରଣ କରିଛି। ୨୦୨୧ରେ ରାହୁଲଙ୍କ ଶତକ ବଳରେ ଭାରତ ଏଠାରେ ସ୍ମରଣୀୟ ବିଜୟ ହାସଲ କରିଥିଲା। ୪ ବର୍ଷ ପରେ ଗିଲ୍‌ ସେନା ଏହି ସଫଳତା ଦୋହରାଇପାରୁଛି କି ନାହିଁ ତାହା ଉପରେ ସମନ୍ତଙ୍କ ନଜର ରହିଛି।
ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ: ଜାକ୍‌ କ୍ରଲୀ, ବେନ୍‌ ଡକେଟ୍ଟ, ଓଲି ପୋପ୍‌, ଜୋ ରୁଟ୍‌, ହ୍ୟାରୀ ବ୍ରୁକ୍‌, ବେନ୍‌ ଷ୍ଟୋକ୍ସ (ଅଧିନାୟକ), ଜେମି ସ୍ମିଥ୍‌ (ୱିକେଟ୍‌କିପର), ଜୋଫ୍ରା ଆର୍ଚର, ସୋଏବ ବସିର, ବ୍ରାୟଡନ କ୍ରାସ, କ୍ରିସ୍‌ ୱକ୍ସ।
ସମ୍ଭାବ୍ୟ ଭାରତୀୟ ଦଳ: ଯଶସ୍ୱୀ ଜୟସ୍ୱାଲ, ଲୋକେଶ ରାହୁଲ, କରୁନ ନାୟାର, ଶୁବମନ ଗିଲ୍‌ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍‌କିପର), ରବୀନ୍ଦ୍ର ଜାଡେଜା, ନୀତୀଶ ରେଡ୍ଡୀ, ୱାଶିଯଠନ ସୁନ୍ଦର, ଯଶପ୍ରୀତ୍‌ ବୁମ୍‌ରା, ଆକାଶଦୀପ୍‌ ଓ ମହମ୍ମଦ ସିରାଜ।
ମ୍ୟାଚ୍‌ ଆରମ୍ଭ
ଅପରାହ୍ଣ ୩:୩୦
ପ୍ରସାରଣ: ସୋନି ସ୍ପୋର୍ଟ୍ସ ନେଟ୍‌ୱର୍କ
୪ ବର୍ଷ ପରେ ଖେଳିବେ ଆର୍ଚର
ତୃତୀୟ ଟେଷ୍ଟ ଆରମ୍ଭ ହେବାର ଦିନକ ପୂର୍ବରୁ ଇଂଲଣ୍ଡ ଏହାର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଏଜ୍‌ବାଷ୍ଟନରେ ଦ୍ୱିତୀୟ ଟେଷ୍ଟ ଖେଳିଥିବା ଇଂଲଣ୍ଡ ଦଳରୁ ଏକମାତ୍ର ଖେଳାଳି ଭାବେ ଦ୍ରୁତ ବୋଲର୍‌ ଜୋଶ୍‌ ଟଙ୍ଗ୍‌ଙ୍କୁ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ଅଭିଜ୍ଞ ଜୋଫ୍ରା ଆର୍ଚରଙ୍କୁ ସାମିଲ କରାଯାଇଛି। ଟଙ୍ଗ୍‌ ଚଳିତ ସିରିଜରେ ୧୧ ୱିକେଟ୍‌ ନେଇ ସବୁଠୁ ସଫଳ ବୋଲର୍‌ ରହିଥିଲେ। ତାଙ୍କୁ ବାଦ୍‌ ଦେଇ ଟିମ୍‌ ମ୍ୟାନେଜମେଣ୍ଟ ଏକ ବଡ଼ ରିକ୍ସ ଉଠାଇଛି। ଅପରପକ୍ଷରେ ଆର୍ଚର ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ରେଡ୍‌ ବଲ୍‌ କ୍ରିକେଟ୍‌କୁ ଫେରିଛନ୍ତି। ଶେଷଥର ଲାଗି ସେ ୨୦୨୧ରେ ସମାନ ଭାରତୀୟ ଦଳ ବିପକ୍ଷରେ ନିଜର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ୨୦୧୯ରେ ଏହି ଗ୍ରାଉଣ୍ଡରେ ଆସେସ୍‌ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଟେଷ୍ଟ ପଦାର୍ପଣ କରିଥିବା ୩୦ ବର୍ଷୀୟ ଆର୍ଚର କ୍ୟାରିୟରର ଅଧିକାଂଶ ସମୟ ଆଘାତଜନିତ ସମସ୍ୟା ଦେଇ ଗତି କରିଛନ୍ତି। ଫଳରେ ସେ ୬ ବର୍ଷ ମଧ୍ୟରେ ମାତ୍ର ୧୩ଟି ଟେଷ୍ଟ ଖେଳି ୪୨ ୱିକେଟ୍‌ ନେଇଛନ୍ତି। ଆର୍ଚରଙ୍କ ସାମିଲ ଫଳରେ ଇଂଲଣ୍ଡ ଦଳ ଲର୍ଡ୍ସର ଏହି ଫାଷ୍ଟ୍‌ ପିଚ୍‌ରେ ଆହୁରି ଶକ୍ତିଶାଳୀ ମନେ ହେଉଛି। ଦଳରେ କ୍ରିସ୍‌ ୱକ୍ସ, ବ୍ରାୟଡନ କ୍ରାସ୍‌ ଓ ବେନ୍‌ ଷ୍ଟୋକ୍ସଙ୍କ ଭାବେ ୩ଜଣ ଅଭିଜ୍ଞ ଦ୍ରୁତ ବୋଲର ରହିଛନ୍ତି।
ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ: ୯ ୱିକେଟରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ
ଇନ୍ଦୋର: ଶୁକ୍ରବାର ଦିନ ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟରେ ପରାସ୍ତ କରିଛି। ଭାରତ ଅଷ୍ଟ୍ରେଲିଆକୁ ୭୬ ରନ୍‌ର ଟାର୍ଗେଟ ଦେଇଥିଲା । ଯାହା ଅଷ୍ଟ୍ରେଲିଆ ଖେଳ ଆରମ୍ଭ ହେବାର ୭୬ ମିନିଟ ମଧ୍ୟରେ ହାସଲ କରିଥିଲା। ଟ୍ରେଭିସ୍ ହେଡ୍ ୪୯ ରନର ଏକ ଇନିଂସ ଖେଳିଥିଲେ। ଏହି ବିଜୟ ସହିତ କଙ୍ଗାରୁ ଦଳ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ପ୍ରତ୍ୟାବର୍ତ୍ତନ କରିଛି ​​। ସିରିଜର ଶେଷ ମ୍ୟାଚ୍ ମାର୍ଚ୍ଚ ୯ ରୁ ୧୩ ପର୍ଯ୍ୟନ୍ତ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।
ଶୁକ୍ରବାର ମ୍ୟାଚର ତୃତୀୟ ଦିନରେ ଭ୍ରମଣକାରୀ ଦଳ ଜିତିବା ପାଇଁ ଭାରତ ୭୬ ରନ୍‌ର ଏକ ଛୋଟ ଲକ୍ଷ୍ୟ ରଖିଥିଲେ ହେଁ ରବିଚନ୍ଦ୍ରନ ଅଶ୍ୱିନ ଦିନର ଦ୍ୱିତୀୟ ବଲରେ ଉସମାନ ଖାୱାଜାଙ୍କୁ ଶୂନରେ ଆଉଟ କରିଥିଲେ। ଫଳରେ ଭାରତୀୟ ପ୍ରଶଂସକଙ୍କ ଆଶା ବଢିଯାଇଥିଲ। ପ୍ରଥମ ୧୧ ଓଭରରେ ଭାରତୀୟ ସ୍ପିନରମାନେ ମଧ୍ୟ ପ୍ରଭାବଶାଳୀ ହୋଇଥିଲେ। ୧୨ ଓଭରରେ ବଲ ବଦଳା ଯାଇଥିଲା। ବଲ ବଦଳାଇବା ପୂର୍ବରୁ କଙ୍ଗାରୁ ଟିମ୍ ମାତ୍ର ୧୩ ରନ କରିଥିଲେ। ବଲ ବଦଳାଇବାର ୭ ଓଭର ପରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ବାକି ୬୩ ରନ୍ ସଂଗ୍ରହ କରିଥିଲେ। ଅଶ୍ୱିନଙ୍କ ବଲକୁ ୪ ମାରି  ଲାବୁଶେନ୍ ଦଳକୁ ବିଜୟୀ କରାଇଥିଲେ। ଟ୍ରାଭିସ୍ ହେଡ୍ ୪୯ ଏବଂ ଲାବୁଶେନ୍ ୨୮ ରନ କରି ଅପରାଜିତ ରହିଥିଲେ।
ଏହାପୂର୍ବରୁ ଭାରତ ୨ୟ ପାରିରେ ୧୬୩ ରନ୍ ସ୍କୋର କରିବା ପରେ ଦ୍ୱିତୀୟ ଇନିଂସରେ ୨୭ ରନ୍ ଅଗ୍ରଣୀ ହାସଲ କରିଥିଲା। ଏଥି ସହିତ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୭  ରନ୍ ସଂଗ୍ରହ କରି ପ୍ରଥମ ଇନିଂସରେ ୮୮ ରନ୍ ଅଗ୍ରଣୀ ହାସଲ କରିଥିଲେ। ପ୍ରଥମ ଇନିଂସରେ ଭାରତ ୧୦୯ ରନ କରି ଆଉଟ ହୋଇଥିଲା।
ଇଂଲଣ୍ଡ ବୋଲରଙ୍କ ଆଗରେ ଆତ୍ମସମର୍ପଣ କଲା ବିରାଟ ବାହିନୀ, ୩ୟ ଟେଷ୍ଟରେ ଗୋଟିଏ ଇନିଂସ ଓ ୭୬ ରନ୍‌ରେ ଭାରତ ପରାସ୍ତ
ଲିଡ୍‌ସ : ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଶୋଚନୀୟ ପରାଜୟ ବରଣ କରିଛି ଭାରତ। ଇଂଲଣ୍ଡ ବୋଲ୍‌ରଙ୍କ ଶାଣିତ ବୋଲିଂ ଆଗରେ ତିଷ୍ଠି ପାରିନାହାନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌। ତୃତୀୟ ଟେଷ୍ଟରେ ଏକ ଇଂନିସ ଏବଂ ୭୬ ରନରେ ଇଂଲିଶ୍ ଟିମ୍‌ ବାଜି ମାରିନେଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ବରାବର ହୋଇଛି।
👀 #WTC23 | #ENGvIND pic.twitter.com/3DXPM0lruJ
— ICC (@ICC) August 28, 2021
ତୃତୀୟ ଦିନ ଭାରତର ସ୍କୋର ୨୧୫/୨ ରୁ ଖେଳଶେଷ କରିଥିଲା। ଚତୁର୍ଥ ଦିନ ଖେଳ ଆରମ୍ଭରୁ ଆଶା କରାଯାଉଥିଲା ଭାରତ ଏକ ଭଲ ସ୍କୋର କରିବ କିନ୍ତୁ କିନ୍ତୁ ଚେତେଶ୍ବର ପୂଜାରା ନିଜର ଗତ କାଲିର ସ୍କୋର ୯୧ ଠାରୁ ଆଗକୁ ଆଗେଇ ପାରିନଥିଲେ । ପୂଜାରା ଆଉଟ ହେବା ପରେ ଭାରତ ବିରାଟ କୋହଲି(୫୫ ରନ), ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତଙ୍କ ଓ୍ବିକେଟ ହରାଇଥିଲା । ତେବେ ରବିନ୍ଦ୍ର ଜାଦେଜା ୨୫ ବଲରୁ ୩୦ ରନ କରି କିଛି ସମୟ ଲଢେଇ କରିଥିଲେ । ତେବେ ସେ ଆଉଟ ହେବା ପରେ ମହମ୍ମଦ ସମୀ ଓ ଇଶାନ୍ତ ଶର୍ମା ମଧ୍ୟ ଆଉଟ ହୋଇଯାଇଥିଲେ।
India lose eight wickets on the morning of day four to set up an England victory by an innings and 76 runs!#WTC23 | #ENGvIND | https://t.co/qmnhRc14r1 pic.twitter.com/8sEWj8z1ZW
— ICC (@ICC) August 28, 2021
ଇଂଲଣ୍ଡ ପକ୍ଷରୁ ଓଲି ରବିନସନ୍‌ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ୨୬ ଓଭରରେ ୬୫ ରନଦେଇ ୫ଟି ଓ୍ବିକେଟ ନେଇଛନ୍ତି ରବିନସନ୍‌ । ସେହିଭଳି ଜେମସ୍‌ ଆଣ୍ଡରସନ ଗୋଟିଏ ଓ୍ବିକେଟ, ଓଭରଟନ୍‌ ୩ଟି ଏବଂ ମୋଇନ ଅଲ୍ଲୀ ଗୋଟିଏ ଓ୍ବିକେଟ ନେଇଛନ୍ତି ।
For his match haul of 7️⃣ wickets, Ollie Robinson is named Player of the Match 💥#WTC23 | #ENGvIND pic.twitter.com/W2K7AqkX0K
— ICC (@ICC) August 28, 2021
ଏହି ଟେଷ୍ଟରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କିନ୍ତୁ ଭାରତୀୟ ଦଳ ଇଂଲଣ୍ଡ ବୋଲରଙ୍କ ସମ୍ମୁଖୀନ ହୋଇ ନପାରି ନିଜର ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲ ଆଉଟ ହୋଇଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୪୩୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଜୋ ରୁଟ ୧୨୧ ରନ କରିଥିଲେ ।
ଭାରତ- ଇଂଲଣ୍ଡ ତୃତୀୟ ଟେଷ୍ଟ: ପ୍ରଥମ ଇଂନିସରେ ମାତ୍ର ୭୮ ରନ୍ କରି ଭାରତ ଅଲ୍ ଆଉଟ୍
ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇଂନିସରେ ଭାରତର ବ୍ୟାଟିଂ ବିପର୍ଯ୍ଯୟ । ଟସ ଜିତି ଭାରତ ବ୍ଯାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବ୍ଯଟିଂରେ ସଫଳ ହୋଇପରିନି । ପ୍ରଥମ ଇଂନିସ୍‌ରେ ଇଂଲଣ୍ଡ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଛି ଟିମ୍‌ ଇଣ୍ଡିଆ ।୪୦.୪ ଓଭରରେ ମାତ୍ର ୭୮ ରନ କରି ଅଲଆଉଟ ହୋଇଯାଇଛି ଟିମ୍‌ ଇଣ୍ଡିଆ ।
ଓପନର ରୋହିତ ଶର୍ମା କିଛି ସମୟ ପଡିଆରେ ଜମି ରହିଥିଲେ ସୁଦ୍ଧା ବଡ ସ୍କୋର କରିବାକୁ ସକ୍ଷମ ହୋଇ ନ ଥିଲେ ମାତ୍ର ୧୯ କରି ଆଉଟ ହୋଇଥିଲେ । ସେପଟେ କେଏଲ ରାହୁଲ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରରେ ହିଁ ଆଉଟ୍ ହୋଇଥିଲେ । ଚେତେଶ୍ବର ୧ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ବିରାଟ କୋହଲି ମାତ୍ର ୭ ରନ କରି ଆଉଟ ହେବା ସହିତ ପୁଣି ନିରାଶ କରିଛନ୍ତି । ଅଜିଙ୍କ୍ୟ ରାହାଣେ କିଛି ସମୟ ପିଚ୍‌ରେ ରହିଥିଲେ ସୁଦ୍ଧା ମାତ୍ର ୧୮ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଋଷଭ ପନ୍ତ- ୨, ଜାଡେଜା ମାତ୍ର ୪ ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ସାମୀ ଏବଂ ଜଶପ୍ରୀତ ବୁମରାହ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଇଶାନ୍ତ ଶର୍ମା ୮ ରନ କରି ନଟଆଉଟ ଥିବାବେଳେ ମହମ୍ମଦ ସିରାଜ ୩ ରନ କରି ଆଉଟ ହୋଇଛନ୍ତି ।
ଇଂଲଣ୍ଡ ପକ୍ଷରୁ ଜେମସ୍‌ ଆଣ୍ଡରସନ ୬ ରନ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳ କ୍ରେଗ୍‌ ଓଭରଟନ୍‌  ୧୪ ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ଓଲି ରବିନସନ୍‌ ଓ ସାମ କରନ ୨ଟି ଲେଖାଏଁ ଓ୍ବିକେଟ୍‌ ନେଇଥିଲେ।