traffic rules in india - The Sakala

କଠୋର ହେଲା ଟ୍ରାଫିକ ନିୟମ, ଅମାନିଆ ହେଲେ ଲାଇସେନ୍ସ ହେବ ରଦ୍ଦ
ଭୁବନେଶ୍ୱର: ଟ୍ରାଫିକ ନିୟମ ନମାନିଲେ ଏଣିକି ଆହୁରି କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ । ପୂର୍ବ ଅପେକ୍ଷା ଆହୁରି କଠୋର ହୋଇଛି ଟ୍ରାଫିକ୍ ନିୟମ । ଏଣିକି ସଡ଼କ ସୁରକ୍ଷା ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁ ଆରଟିଓଙ୍କୁ ଏନେଇ ଚିଠି ଲେଖିଛନ୍ତି ପରିବହନ କମିଶନର । ରାଜ୍ୟ ପରିବହନ ବିଭାଗର ନିୟମକୁ ଉଲ୍ଲଂଘନ କଲେ ଲାଇସେନ୍ସ ରଦ୍ଦ ହେବା ନେଇ ସୂଚନା ଦିଆଯାଇଛି । ଏହି ସମସ୍ତ ନିୟମ ଗୁଡ଼ିକ ହେଉଛି, ଦ୍ରୁତ ଗତିରେ ଗାଡ଼ି ଚାଳନା, ମଦ ପିଇ ଗାଡି ଚଳାଇବା, ବିନା ହେଲମେଟ୍‌ରେ ଗାଡ଼ି ଚାଳନା କରିବା ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ଫୋନ୍ ବ୍ୟବହାର କରିବା ଆଇନ ଅନୁଯାୟୀ ଭୁଲ ।

ତେଣୁ ଗାଡ଼ି ଚାଳନା ବେଳେ ଯୋଉଁ ବ୍ୟକ୍ତି ଏହି ସମସ୍ତ ମଧ୍ୟରୁ ଯେକୌଣସି କାର୍ଯ୍ଯ କରୁଥିବେ ଉକ୍ତ ବ୍ୟକ୍ତିଙ୍କର ଲାଇଲେନ୍‌ସ ବାତିଲ୍‌ ହେବ । ଏହା ବ୍ୟତୀତ ଅନ୍ୟ କାରଣ ମଧ୍ୟ ରହିଛି । ଯଥା କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କଲେ କାର୍ୟ୍ୟାନୁଷ୍ଠାନ ନିଆଯିବ । ଏବେ ସୁଦ୍ଧା ଆଇନ ଉଲ୍ଲଙ୍ଘନ କରି ୨୭ହଜାର ୨୬୪ଜଣଙ୍କ ଲାଇସେନ୍ସ ରଦ୍ଦ ହୋଇଛି । ସେହିପରି ରେଡ୍‌ ଲାଇଟ୍‌ ଉଲ୍ଲଂଘନ କରି ୫୨ଜଣ, ଓଭଲରଲୋଡିଂରେ ହଜାରେ ୬୭ଜଣ, ଗାଡି ଚଳାଇବା ବେଳେ ଫୋନ୍‌ରେ କଥା ହୋଇ ୮୨୦ ଜଣଙ୍କ ଲାଇସେନ୍‌ସ ରଦ୍ଦ କରାଯାଇଥିବା ନେଇ ସୂଚନା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।