petrol and diesel - The Sakala

ଜିଏସ୍‌ଟି ଅଧୀନକୁ ଆସିପାରେ ପେଟ୍ରୋଲ,ଡିଜେଲ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଦେଲେ ସଙ୍କେତ
ନୂଆଦିଲ୍ଲୀ: ନୂଆ ସରକାର ଗଠନ ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଥର ଦ୍ରବ୍ର ଏବଂ ସେବା ଟିକସ (ଜିଏସ୍‌ଟି) ଅଧୀନରେ ପେଟ୍ରୋଲ, ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ ଭଳି ଉତ୍ପାଦଗୁଠିକୁ ଆଣିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଉଦ୍ୟମ କରିବେ। ଏହାଦ୍ବାରା ସାଧାରଣ ଲୋକଙ୍କୁ ବହୁତ ଆରାମ ମିଳିବ।

ଜିଏସ୍‌ଟି ପରିସରକୁ ପେଟ୍ରୋଲ ଏବଂ ଡିଜେଲ ପରି ଇନ୍ଧନ ଆଣିବା ପାଇଁ ଏହି ପ୍ରୟାସ ନୂଆ ନୁହେଁ। ଜିଏସ୍‌ଟି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଏବଂ ଜିଏସ୍‌ଟି ପରିଷଦର ପରବର୍ତ୍ତୀ ଗଠନ ହେବା ପରଠାରୁ ଏଥିପାଇଁ ପ୍ରୟାସ କରାଯାଉଛି। ଜିଏସ୍‌ଟି ପରିଷଦର ପ୍ରାୟ ପ୍ରତ୍ୟେକ ବୈଠକରେ ଏହି ପ୍ରସଙ୍ଗ ଆଗତ କରାଯାଇଛି। ହଲେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍‌ ରାଜ୍ୟ ସରକାରଙ୍କ ପାଇଁ ଏକ ପ୍ରମୁଖ ଉତ୍ସ ହୋଇଥିବାରୁ ଏ ପର୍ଯ୍ୟନ୍ତ ରାଜ୍ୟଗୁଡିକ ମଧ୍ୟରେ ଏ ନେଇ ସହମତି ହୋଇପାରିନାହିଁ। ଏଭଳି ପରିସ୍ଥିତିରେ ଜିଏସ୍‌ଟି ଅଧୀନରେ ଆସୁଥିବା ଯୋଗୁ ପେଟ୍ରୋଲ ଏବଂ ଡିଜେଲ କ୍ଷେତ୍ରରେ ରାଜ୍ୟ ସରକାରମାନେ ସେମାନଙ୍କ ରାଜସ୍ୱ କ୍ଷତିର ସମ୍ମୁଖୀନ ହେବାକୁ ଚାହାଁନ୍ତିନାହିଁ। ତଥାପି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବର୍ଷ ନଭେମ୍ବରରେ କହିଥିଲେ ଯେ ଗ୍ରାହକମାନେ ଜିଏସ୍‌ଟି ଅଧୀନକୁ ପେଟ୍ରୋଲ ଏବଂ ଡିଜେଲ ଆଣି ଅଧିକ ଲାଭବାନ ହେବେ। ଏଥିସହିତ, ଦେଶରେ ଏଥିପାଇଁ ବିଭିନ୍ନ ମୂଲ୍ୟ ଦେବାକୁ ପଡିବନାହିଁ। ଜିଏସ୍‌ଟି ଅଧୀନରେ ପେଟ୍ରୋଲ ଏବଂ ଡିଜେଲ ଆଣିବା ସହିତ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ ସରକାର ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି, କିନ୍ତୁ ବର୍ତ୍ତମାନ ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଏଥିସହ ସେ କହିଛନ୍ତି ଯେ ପେଟ୍ରୋଲିୟମ କ୍ଷେତ୍ରର ପିଏସ୍‌ୟୁଗୁଡିକର ଅଂଶଧନ ବିକ୍ରି କରିବା ସପକ୍ଷରେ ସରକାର ନାହାଁନ୍ତି।

ତୈଳ ଉତ୍ପାଦନ ହ୍ରାସ କରିବ ସାଉଦି ଆରବ; ଭାରତରେ ମହଙ୍ଗା ହେବ ପେଟ୍ରୋଲ-ଡିଜେଲ ଦର
ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ବିଶ୍ବର ବୃହତ୍‌ ତୈଳ ଉତ୍ପାଦନକାରୀ ସାଉଦି ଆରବ ଅଶୋଧିତ ତୈଳ ଉତ୍ପାଦନରେ ହ୍ରାସ ଘଟାଇବା ନେଇ ଘୋଷଣା କରିବା ପରେ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟରେ ହ୍ରାସ ଧାରାରେ ବ୍ରେକ୍‌ ଲାଗିଛି। ଶିଳ୍ପ ସୂତ୍ରରୁ ପ୍ରକାଶ ଯେ ଏଭଳି ପରିସ୍ଥିତିରେ ଭାରତରେ ଇନ୍ଧନ ମୂଲ୍ୟର ସମୀକ୍ଷା ବିଳମ୍ବ ହେବ। କାରଣ ସାଉଦି ଆରବ କହିଛି ଯେ, ଏହା ରବିବାରଠାରୁ ଜୁଲାଇରୁ ପ୍ରତିଦିନ ୧୦ ବ୍ୟାରେଲ ତୈଳ ଉତ୍ପାଦନ ହ୍ରାସ କରିବ। ଅନ୍ୟପକ୍ଷରେ, ଓପେକ୍‌ ଏବଂ ଅନ୍ୟ ଉତ୍ପାଦନକାରୀ ରାଷ୍ଟ୍ରଗୁଡିକ ୨୦୨୪ ପର୍ଯ୍ୟନ୍ତ ତୈଳ ଯୋଗାଣରେ ହ୍ରାସ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ ସୋମବାର ବିଶ୍ବ ବଜାରରେ ବ୍ୟାରେଲ ପିଛା ଅଶୋଧିତ ତୈଳ ମୂଲ୍ୟ ଏକ ଡଲାରରୁ ଅଧିକ ବୃଦ୍ଧି ପାଇଛି। ଏଥିଯୋଗୁ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ୧.୫୧ ଡଲାର ବୃଦ୍ଧି ଘଟି ୭୮.୭୩ ଡଲାରରେ ପହଞ୍ଚିଛି। ଅଶୋଧିତ ତୈଲ ମୂଲ୍ୟରେ ଏହି ବୃଦ୍ଧି ଭାରତ ପାଇଁ ଆମଦାନୀକୁ ଆହୁରି ମହଙ୍ଗା କରିବ। ଅର୍ଥାତ୍‌ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଆହୁରି ମହଙ୍ଗା ହେବ।

ଏହା ପୂର୍ବରୁ ଆମଦାନୀ ହୋଇଥିବା ତୈଳ ପାଇଁ ଭାରତ ବ୍ୟାରେଲ ପିଛା ହାରାହାରି ୭୧ ଡଲାର ଦେଉଥିଲା। ଏଭଳି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରାଯାଇପାରେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ପରିସ୍ଥିତି ଭିନ୍ନ ହୋଇଛି। ଜଣେ ଅଧିକାରୀଙ୍କ କହିବା ମୁତାବକ, ବର୍ତ୍ତମାନ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ସେମାନଙ୍କର କ୍ଷତି ଭରଣା କରୁଛନ୍ତି। ଗତ ମାସରେ ଆନ୍ତର୍ଜାତୀୟ ବଜାରର ତୈଳ ମୂଲ୍ୟ ଏବଂ ଖୁଚୁରା ବିକ୍ରୟ ମୂଲ୍ୟ ସମାନ ହୋଇଯାଇଥିଲା। ବର୍ତ୍ତମାନ ମୂଲ୍ୟ ବଢ଼ିବା ସହିତ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ପାର୍ଥକ୍ୟ ପୁଣି ଆସିବ। ଭାରତ ଆମଦାନୀ ମାଧ୍ୟମରେ ୮୫% ତୈଳ ଆବଶ୍ୟକତା ପୂରଣ କରେ ଏବଂ ଇନ୍ଧନ ମୂଲ୍ୟ ଆନ୍ତର୍ଜାତୀୟ ଦର ଦ୍ୱାରା ପ୍ରଭାବିତ ହୋଇଥାଏ।

ଜିଏସ୍‌ଟି ପରିସରକୁ ଆସିବ ପେଟ୍ରୋଲ ଓ ଡିଜେଲ: ମନ୍ତ୍ରୀ
ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲକୁ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) ପରିସରଭୁକ୍ତ କରିବା ନେଇ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିବାବେଳେ ଆଜି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ।

ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ବର୍ତ୍ତମାନ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। ଏହାକୁ କରିଦେଖାଇବା ଏବେ ରାଜ୍ୟମାନଙ୍କର ପାଳି। କାରଣ ଜିଏସ୍‌ଟି ଅଧୀନକୁ ପେଟ୍ରୋଲ ଏବଂ ଡିଜେଲ ଆଣିବା ପାଇଁ ରାଜ୍ୟଗୁଡିକର ସହମତି ବେଶ ଜରୁରୀ। ଯଦି ରାଜ୍ୟମାନେ ଏହି ଦିଗରେ ପଦକ୍ଷେପ ନିଅନ୍ତି, ତେବେ କେନ୍ଦ୍ର ମଧ୍ୟ ଏଥିପାଇଁ ପ୍ରସ୍ତୁତ। ଆମେ ଏଥିପାଇଁ ପ୍ରସ୍ତୁତ ହୋଇସାରିଛୁ। ଅପରପକ୍ଷେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ହେଉଛି ବଡ଼ ପ୍ରଶ୍ନ। କେରଳ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଉଲ୍ଲେଖ କରି ପେଟ୍ରୋଲିୟମ୍‌ ମନ୍ତ୍ରୀ କହିଛନ୍ତି ଯେ ଜିଏସ୍‌ଟି ପରିଷଦରେ ଏହାକୁ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି, କିନ୍ତୁ ରାଜ୍ୟର ଅର୍ଥମନ୍ତ୍ରୀମାନେ ଏଥିରେ ସହମତ ନୁହଁନ୍ତି।

୯ ମାସର ସର୍ବନିମ୍ନ ସ୍ତରକୁ ଖସିଲା ଅଶୋଧିତ ତୈଳ ଦର, କମିବ ପେଟ୍ରୋଲ ଏବଂ ଡିଜେଲ ଦର
ନୂଆଦିଲ୍ଲୀ : ସମ୍ପ୍ରତି ସାରା ବିଶ୍ବକୁ ଘାରିବାରେ ଲାଗିଛି ମାନ୍ଦବସ୍ଥା ଭୟ। ଆମେରିକାଠାରୁ ଆରମ୍ଭ କରି ଚୀନ୍‌ ଏବଂ ବିଶେଷ କରି ୟୁରୋପୀୟ ଦେଶଗୁଡିକରେ ଦେଖିବାକୁ ମିଳିଲାଣି ମାନ୍ଦାବସ୍ଥାର ପଦଧ୍ବନୀ। ଏହାର ପ୍ରଭାବରେ ବିଶ୍ବ ବଜାରରେ କ୍ରୁଡ୍‌ ବା ଅଶୋଧିତ ତୈଳ ଦର ରେକର୍ଡ ସ୍ତରକୁ ହ୍ରାସ ଘଟିବାରେ ଲାଗିଛି। ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୯ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଏଥିଯୋଗୁ ଘରୋଇ ବଜାରରେ ଏବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ଘଟିବା ଆଶ ବଢ଼ିଯାଇଛି। ଯଦି ବିଶ୍ବ ବଜାରର ତେଲ ଦରକୁ ବିଚାରକୁ ନିଆଯାଏ ତେବେ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୫ ଟଙ୍କା ଯାଏ ହ୍ରାସ ଘଟିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ବୁଧବାର ଆନ୍ତଃମହାଦେଶୀ ଏକ୍ସଚେଞ୍ଜରେ ଅକ୍ଟୋବର ମାସ ଡେଲିଭରୀ ନିମନ୍ତେ ଥିବା ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ୍୍‌ ପିଛା ୯ ମାସର ସର୍ବନିମ୍ତନ ମୂଲ୍ୟ ୯୧.୫୮ ଡଲାରରେ ପହଞ୍ଚିଛି। ସେହିପରି ଆମେରିକୀୟ ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ (ଡବ୍ଲ୍ୟୁଟିଆଇ)ର ମୂଲ୍ୟ ବ୍ୟାରେଲ ପିଛା ୮୬.୨୫ ଡଲାରକୁ ଖସିଆସିଛି। ମାନ୍ଦାବସ୍ଥା ବ୍ୟତୀତ ଇରାନ ଆଣବିକ ଚୁକ୍ତି ପାଇଁ ଆମେରିକା-ଇରାନ ଆଲୋଚନା ପୁଣିଥରେ ଆରମ୍ଭ କରାଯିବା ଆଶା ଉଜ୍ଜୀବୀତ ହେବା ଯୋଗୁ ଅଶୋଧିତ ତେଲ ଦର ଆହୁରି ହ୍ରାସ ପାଇଛି। ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ହେତୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟିପାରେ।

ଆଇଆଇଏଫ୍‌ଏଲ୍‌ର ଉପସଭାପତି ଅନୁଜ ଗୁପ୍ତାଙ୍କ କହିବାନୁସାରେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୩ ରୁ ୫ ଟଙ୍କା ହ୍ରାସ ଘଟିପାରେ। ସେ କହିଛନ୍ତି ଯେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପୁନର୍ବାର ଆରମ୍ଭ ହେବାର ସଙ୍କେତ ମିଳୁଛି। ଏଥିରେ ଇରାନ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ହଟାଯିବାର ସମ୍ଭାବନା ରହିଛି। ଏହାହେଲେ ବଜାରକୁ ଅଧିକ ତେଲ ଯୋଗାଣ ହେବ ଏବଂ ଅଶୋଧିତ ତେଲ ଦର ହ୍ରାସ ପାଇବ। ଯାହାର ପ୍ରଭାବ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଦେଖିବାକୁ ମିଳିବ।

କୋଟାକ୍ ସିକ୍ୟୁରିଟିଜ୍ ଅଫ୍ କମୋଡିଟିର ପ୍ରମୁଖ୍ୟ ଗବେଷକ ରବିନ୍ଦ୍ର ରାଓ କହିଛନ୍ତି ଯେ ଚାହିଦା ଚିନ୍ତା, ଚାଇନାରେ ମହାମାରୀ ବ୍ୟାପିବା ଏବଂ ଇରାନର ଆଣବିକ ଆଲୋଚନାରେ ଅଗ୍ରଗତି ମଧ୍ୟରେ ଅଶୋଧିତ ତୈଳ ଉପରେ ପ୍ରତିଫଳିତ ହୋଇଛି। ଆମେରିକା ଏବଂ ଚୀନ୍‌ର ଅଭିବୃଦ୍ଧିକୁ ନେଇ ଆକଳନ ଦୁର୍ବଳ ରହୁଥିବା ସମ୍ପର୍କିତ ତଥ୍ୟ ଏବେ ବିଶ୍ୱ ମାନ୍ଦାବସ୍ଥା ଚିନ୍ତା ବଢ଼ାଇଦେଇଛି। ଅଭିବୃଦ୍ଧିକୁ ନେଇ ଚାଇନାରୁ ଆସୁଥିବା ତଥ୍ୟ ଅପେକ୍ଷାକୃତ ଦୁର୍ବଳ ରହୁଥିବାରୁ ତାହା ନିବେଶକଙ୍କ ଭାବନାକୁ ପ୍ରଭାବିତ କରିଛି। ବିଶ୍ଳେଷକଙ୍କ ଅନୁଯାୟୀ ଚାଇନାର ଖୁଚୁରା ବିକ୍ରି ଏବଂ ଶିଳ୍ପ ଅଭିବୃଦ୍ଧି ଯାହା ଦେଖାଯାଇଛି ତାହା ବଜାର ଆଶାଠାରୁ କମ୍ ରହିଛି।

ବିଶ୍ବ ବଜାରରେ କମୁଛି ଅଶୋଧିତ ତୈଳ ଦର, ହେଲେ ଦେଶରେ ନାମକୁ ମାତ୍ର ଖସୁଛି ପେଟ୍ରୋଲ, ଡିଜେଲ ଦର
ନୂଆଦିଲ୍ଲୀ : ବିଶ୍ବ ବଜାରରେ କ୍ରୁଡ୍‌ ବା ଅଶୋଧିତ ତୈଳ ଦର ହ୍ରାସ ଘଟିବାରେ ଲାଗିଛି। ଏକ ହିସାବ ଅନୁଯାୟୀ,ଗତ ସପ୍ତାହରେ ବଜାରରେ ଅଶୋଧିତ ତୈଳ ଦର ଅନୁନ୍ୟ ୭.୬୬ ପ୍ରତିଶତ ହ୍ରାସ ଘଟିଥିଲା। ଚଳିତମାସ ପ୍ରାରମ୍ଭରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିଥିଲା ​​ଯାହା ବର୍ତ୍ତମାନ ୬୮ ଡଲାରକୁ ଖସିଆସିଛି। ଯଦିବା ବିଶ୍ବ ବଜାରରେ ଅଶୋଧିତ ତେଲ ଦର ଏତେ ମାତ୍ରାରେ ହ୍ରାସ ଘଟିଛି, କିନ୍ତୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ନାମକୁ ମାତ୍ର ହ୍ରାସ କରାଯିବା ବର୍ତ୍ତମାନ ସମୟରେ ଖାଉଟିଙ୍କୁ ବେଶ ଅସନ୍ତୁଷ କରୁଛି।

ରାକ୍ଷବନ୍ଧନ ଦିନ ତୈଳ କମ୍ପାନୀଗୁଡିକ ଦୀର୍ଘ ୧୨୮ ଦିନ ପରେ ପ୍ରଥମ ଥର ପାଇଁ ଘରୋଇ ବଜାରରେ ପେଟ୍ରୋଲ ଦର ହ୍ରାସ ଘଟାଇଛନ୍ତି। ଏବେ ବି ଦେଶର ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ ୨୧ ଟି ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଚଳିତବର୍ଷ ପେଟ୍ରୋଲ ଦର ୧୮ଟଙ୍କାରୁ ଅଧିକ ବୃଦ୍ଧି ଘଟିଥିବା ଜଣାଯାଇଛି। ତୈଳ କମ୍ପାନୀଗୁଡିକ ଘରୋଇ ବଜାରରେ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିଛନ୍ତି। ନୂଆଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୧୫ ପଇସା ହ୍ରାସ ହୋଇଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୪୯ ପଇସା ଏବଂ ଡିଜେଲ ୮୮ ଟଙ୍କା ୯୨ ପଇସାରେ ବିକ୍ରି ହେଉଛି। ଏହାପୂର୍ବରୁ ଅଗଷ୍ଟ ୨୨ରେ ତୈଳ କମ୍ପାନୀଗୁଡିକ ଦର ହ୍ରାସ କରିଥିଲେ।

ବର୍ତ୍ତମାନ ବିଶ୍ବ ବଜାରରେ ଅଶୋଧିତ ତୈଳ ୬୮ ଡଲାରରେ ପହଞ୍ଚିସାରିଥିବା ଦୃଷ୍ଟିରୁ ଦେଶର ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରି ଏହାର ଲାଭ କେତେ ଦୂର ଗ୍ରାହକଙ୍କୁ ଦେବେ ତାହା ସମୟ କହିବ। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆହୁରି ହ୍ରାସ ପାଇପାରେ। ଜାନୁଆରୀ ୧ ରେ ପେଟ୍ରୋଲ ଲିଟର ପିଛା ୮୩ ଟଙ୍କା ୭୧ ପଇସା ରହିଥିଲା, ଯାହା ବର୍ତ୍ତମାନ ୧୦୧ ଟଙ୍କା ୬୪ ପଇସା ରହିଛି। ୯ ମାସରୁ କମ୍ ସମୟ ମଧ୍ୟରେ ପେଟ୍ରୋଲ ୧୮ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି। ଏଥିସହିତ ଡିଜେଲ ଲିଟର ପିଛା ୧୫ ଟଙ୍କା ୬୦ ପଇସାରୁ ୮୯ ଟଙ୍କା ୪୭ ପଇସା ମହଙ୍ଗା ହୋଇଛି। ଦେଶର ୨୧ ଟି ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟିପିଯାଇଛି। ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ମଣିପୁର, ତେଲେଙ୍ଗାନା, ପଞ୍ଜାବ, ସିକ୍କିମ, ଓଡ଼ିଶା, କେରଳ, ଦିଲ୍ଲୀ, ତାମିଲନାଡୁ ଏବଂ ରାଜସ୍ଥାନର ସମସ୍ତ ଜିଲାରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଛି। ଏଥିସହିତ ଜାମ୍ମୁ କାଶ୍ମୀର, ପଶ୍ଚିମବଙ୍ଗ, ପଣ୍ଡିଚେରୀ, ତ୍ରିପୁରା, ନାଗାଲାଣ୍ଡ ଏବଂ ଲଦାଖର ଅନେକ ସ୍ଥାନରେ ପେଟ୍ରୋଲ ୧୦୦ ଟଙ୍କା ଲିଟର ଟପିଛି। ଅନ୍ୟପକ୍ଷରେ ଡିଜେଲ କଥା କହିଲେ ଓଡ଼ିଶା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଏହା ୧୦୦ ଟଙ୍କାରୁ ଅଧିକ ହୋଇଛି।