world bank - The Sakala

ମଧ୍ୟପ୍ରାଚ୍ୟ ସଂଘର୍ଷର ପ୍ରଭାବ: ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କରାଇଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସଂଘର୍ଷ କେବଳ ସେହି ଅଞ୍ଚଳରେ ସୀମିତ ହୋଇ ରହିନାହିଁ, ବରଂ ଏହାର ବ୍ୟାପକ ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ସୁଦ୍ଧା, ବିଶ୍ୱ ଅର୍ଥନୀତି ବଡ଼ ଧରଣର କ୍ଷତି ସହିବ ବୋଲି ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା ସତର୍କ କରାଇ ଦେଇଛନ୍ତି।

ଅଭିବୃଦ୍ଧି ହ୍ରାସ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି

ବିଶ୍ୱ ବ୍ୟାଙ୍କର ସଦ୍ୟତମ ଆକଳନ ଅନୁସାରେ, ଯଦି ଯୁଦ୍ଧ ଶୀଘ୍ର ଶେଷ ହୁଏ, ତେବେ ବିଶ୍ୱ ଅଭିବୃଦ୍ଧି ୦.୩ ରୁ ୦.୪ ପ୍ରତିଶତ କମିବ। କିନ୍ତୁ ଯୁଦ୍ଧ ଦୀର୍ଘକାଳୀନ ହେଲେ ଏହା ୧ ପ୍ରତିଶତ ଯାଏଁ ହ୍ରାସ ପାଇବାର ଆଶଙ୍କା ରହିଛି। ବିଶେଷ କରି ବିକାଶଶୀଳ ଦେଶଗୁଡ଼ିକରେ ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ରିପୋର୍ଟ ଅନୁଯାୟୀ, ବିଶ୍ଵବ୍ୟାପୀ ତୈଳ ଦର ୫୦% ବୃଦ୍ଧି ପାଇଛି ଏବଂ ୨୦୨୬ ପାଇଁ ବିଶ୍ୱ ଅଭିବୃଦ୍ଧି ଆକଳନ ପୂର୍ବର ୪% ରୁ ଖସି ଆସି ୩.୬୫% ରେ ପହଞ୍ଚିଛି।

ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ଓ ଭୂ-ରାଜନୈତିକ ଉତ୍ତେଜନା

ଏହି ସଂଘର୍ଷ ଯୋଗୁଁ କେବଳ ତେଲ ନୁହେଁ, ବରଂ ଗ୍ୟାସ୍, ସାର୍, ହିଲିୟମ୍ ଏବଂ ଖାଦ୍ୟ ସାମଗ୍ରୀର ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେଉଛି। ଅନ୍ୟପଟେ ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଜାରି ରହିଛି। ପାକିସ୍ତାନରେ ଆଲୋଚନା ପୂର୍ବରୁ ଇରାନ ନିଜର ଜବତ ସମ୍ପତ୍ତି ଫେରସ୍ତ ଦାବି କରିଥିବା ବେଳେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଆମେରିକୀୟ ଯୁଦ୍ଧ ଜାହାଜଗୁଡ଼ିକ ଅସ୍ତ୍ରଶସ୍ତ୍ର ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ଶକ୍ତି ସୁରକ୍ଷା ଉପରେ ବିଶ୍ୱ ବ୍ୟାଙ୍କର ଗୁରୁତ୍ୱ

ଏହି ଆର୍ଥିକ ସଙ୍କଟ ସମୟରେ ଅଜୟ ବଙ୍ଗା ବିଶ୍ୱର ବିଭିନ୍ନ ଦେଶକୁ ଶକ୍ତି ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ସେ ନାଇଜେରିଆର ଉଦାହରଣ ଦେଇ କହିଛନ୍ତି ଯେ ନିଜସ୍ୱ ରିଫାଇନାରୀ ସ୍ଥାପନ କରିବା ଦ୍ୱାରା ଦେଶଟି ଏବେ ଅଧିକ ସୁରକ୍ଷିତ ହୋଇପାରିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱ ବ୍ୟାଙ୍କ ପରମାଣୁ ଶକ୍ତି ଏବଂ ଜଳବିଦ୍ୟୁତ ପ୍ରକଳ୍ପକୁ ପାଣ୍ଠି ଯୋଗାଇବା ପାଇଁ ନିଜ ନିୟମରେ ମଧ୍ୟ ପରିବର୍ତ୍ତନ ଆଣିଛି। ମୁକାବିଲା ପାଇଁ ଦେଶଗୁଡ଼ିକୁ ଅନାବଶ୍ୟକ ସବସିଡି ନ ଦେବାକୁ ଏବଂ ଆର୍ଥିକ ସ୍ଥିତି ସୁଧାରିବାକୁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ବିଶ୍ବ ବ୍ୟାଙ୍କ ଆକଳନ, ବଢ଼ିବ ଭାରତର ଜିଡିପି ଅଭିବୃଦ୍ଧି
ନୁଆଦିଲ୍ଲୀ : ୨୦୨୨-୨୩ ଆର୍ଥିକବର୍ଷ ପାଇଁ ଭାରତର ଆଭିବୃଦ୍ଧି ଆକଳନ ବଢ଼ାଇଛି ବିଶ୍ୱ ବ୍ୟାଙ୍କ। ବ୍ୟାଙ୍କ ଦେଶର ଜିଡିପି ପୁର୍ବାନୁମାନକୁ ୬.୫ରୁ ୬.୯ ପ୍ରତିଶତକୁ ବୃଦ୍ଧି କରିଛି। ଏହା ସହିତ ବିଶ୍ୱବ୍ୟାଙ୍କ କହିଛି ଯେ, ଆମେରିକା, ୟୁରୋପ ଏବଂ ଚୀନ ସହିତ ଘଟଣାକ୍ରମରେ ଭାରତର ଅର୍ଥନୀତି ପ୍ରଭାବିତ ହୋଇଛି। ବିଶ୍ୱବ୍ୟାଙ୍କ ଗତ ଅକ୍ଟୋବରରେ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ବିଶ୍ୱ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଭାରତର ଅଭିବୃଦ୍ଧି ହାରକୁ ୬.୫%କୁ ହ୍ରାସ କରିଥିଲା, ଯାହା ପୁର୍ବରୁ ୭.୧% ଥିଲା। ଏବେ ପୁଣିଥରେ ବିଶ୍ୱବ୍ୟାଙ୍କ ଏହାର ପୁର୍ବାନୁମାନରେ ବୃଦ୍ଧି କରିଛି। ତେବେ ସବୁଠୁ ବଡ଼ କଥା ହେଉଛି ଯେ, ଚଳିତ ଆର୍ଥିକବର୍ଷରେ ଭାରତରେ ମୁଦ୍ରାସ୍ଫୀତି ହାର ୭.୧ ପ୍ରତିଶତ ରହିବ ବୋଲି ବ୍ୟାଙ୍କ କହିଛି।

ବିଶ୍ୱ ବ୍ୟାଙ୍କର ଚେତାବନୀ: ସାରା ଦୁନିଆକୁ ଗ୍ରାସିବ ମାନ୍ଦାବସ୍ଥା
ଲଣ୍ଡନ୍‌(ଏଜେନ୍ସି): ଦୀର୍ଘ ଦିନ ହେବ ଲାଗିରହିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ସାରା ବିଶ୍ୱର ଅର୍ଥନୀତିକୁ ଓଲଟପାଲଟ କରିଦେଇଛି। ଏବେ ବିଶ୍ୱକୁ ଘାରିବାରେ ଲାଗିଛି ମାନ୍ଦାବସ୍ଥାର ଭୟ। ଏହି ମାନ୍ଦାବସ୍ଥା ସାରା ଦୁନିଆକୁ ଗ୍ରାସିବ, ଯାହାକୁ ନେଇ ଚେତାଇ ଦେଇଛି ବିଶ୍ୱବ୍ୟାଙ୍କ। ତେବେ ଏଥରର ମାନ୍ଦବସ୍ଥା ଅଧିକ ବିପଦଜନକ ହେବ। ବିଶ୍ୱବ୍ୟାଙ୍କ ଦେଇଥିବା ଚେତାବନୀ ଅନୁଯାୟୀ, ୧୯୭୬-୧୯୭୯ ତୁଳନାରେ ଚଳିତଥରର ମାନ୍ଦାବସ୍ଥା ଜନିତ ସ୍ଥିତି ଦୁଇଗୁଣ ଅଧିକ ସାଂଘାତିକ ହେବ। କାରଣ ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱକୁ ଏଭଳି ମାନ୍ଦାବସ୍ଥା ଭୟ ଘାରିଛି। ଏଥିଯୋଗୁ ପୂର୍ବ ଏସିଆ ଏବଂ ୟୁରୋପର କିଛି କମ୍‌ ବିକଶିତ ରାଷ୍ଟ୍ର ଅଧିକ ପ୍ରଭାବିତ ହେବ ବୋଲି ବିଶ୍ୱ ବ୍ୟାଙ୍କ କହିଛି। ମାନ୍ଦାବସ୍ଥା ପ୍ରଭାବରେ ବିଶ୍ବର ପ୍ରାୟ ଅଧିକାଂଶ ଦେଶରେ ମହଙ୍ଗା ମାଡ଼ ତୀବ୍ରତର ହେବ। ଆହୁରିମଧ୍ୟ ଏଥିଯୋଗୁ ଅଭିବୃଦ୍ଧି ନିମ୍ନଗାମୀ ହେବା ଆଶଙ୍କା କରାଯାଉଛି। ଚଳିତଥର ମାନ୍ଦାବସ୍ଥାରେ ବିଶ୍ୱରେ ଏକ ଲମ୍ବା ସମୟ ଧରି ଦର ବୃଦ୍ଧି ଲାଗି ରହିବ। ତେଣୁ ୨୦୨୧ରୁ ୨୦୨୪ ମଧ୍ୟରେ ବିଶ୍ବର ଅଭିବୃଦ୍ଧି ହାର ୨.୭% ରହିବା ନେଇ ବିଶ୍ୱ ବ୍ୟାଙ୍କ ଚେତାବନୀ ଦେଇଛି।

ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୋଭିଡ ମହାମାରୀର ପ୍ରଭାବରୁ ବିଭିନ୍ନ ରାଷ୍ଟ୍ର ଧୀରେ ଧୀରେ ମୁକୁଳୁଥିବାବେଳେ ବିଶ୍ୱ ଅର୍ଥନୀତି ରୁଷ-ୟୁକ୍ରେନ ଯୁଦ୍ଧ ଦ୍ବାରା ଦ୍ୱିଗୁଣ ପ୍ରଭାବିତ ହୋଇଛି। ଏହି କାରଣରୁ ଅନେକ ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥାର ଭୟ ବୃଦ୍ଧି ପାଇଛି। ଏହି ମାନ୍ଦାବସ୍ଥା ଯୋଗୁ ୟୁରୋପ ଏବଂ ପୂର୍ବ ଏସିଆର ଅନେକ କମ୍ ବିକଶିତ ଦେଶ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। ଏହାସହିତ ମୁଦ୍ରାସ୍ଫୀତି ଏବଂ ନିମ୍ନ ଅଭିବୃଦ୍ଧିର ଭୟ ବଢ଼ିଯାଇଛି। ଏ ସମ୍ପର୍କରେ ବିଶ୍ୱ ବ୍ୟାଙ୍କର ସଭାପତି ଡେଭିସ୍ ମାଲପସ୍ କହିଛନ୍ତି ଯେ ଅଭିବୃଦ୍ଧି କମିବାର ସମ୍ଭାବନା ଆହୁରି ବଢ଼ିଯାଇଛି। ଦୁନିଆର ଅନେକ ଦେଶ ଆଜି ଏହି ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଭଳି ପରିସ୍ଥିତିର ମୁକାବିଲା କରିବା କୌଣସି ଦେଶ ପାଇଁ ଆହ୍ୱାନ ବୋଲି ବିବେଚନା କରାଯାଇଥାଏ। ସାଧାରଣତଃ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ପ୍ରମୁଖ ସୁଧହାରରେ ବୃଦ୍ଧି କରୁଛନ୍ତି, ସାରା ବିଶ୍ୱରେ ଏବେ ଶକ୍ତି ଏବଂ ଖାଦ୍ୟର ମୂଲ୍ୟ ବଢ଼ୁୁଛି। ୟୁକ୍ରେନ ଯୁଦ୍ଧ, ଚୀନ୍‌ରେ ଲକ୍‌ଡାଉନ୍, ଯୋଗାଣ ଶୃଙ୍ଖଳା ବ୍ୟାଘାତ ଏବଂ ମୁଦ୍ରାସ୍ଫୀତି ଜନିତ ଅଭିବୃଦ୍ଧି ନିମ୍ନଗାମୀ ହେବାର ଆଶଙ୍କା ବଢ଼ାଉଛି। ଏଭଳି ସ୍ଥିତିରେ ବିଶ୍ୱରେ ଅନେକ ରାଷ୍ଟ୍ର ପାଇଁ ଏବେ ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ବେଶ କଷ୍ଟକର ହେବ। ବିଶ୍ୱର ଅନେକ ଦେଶରେ ପୁଞ୍ଜି ବିନିଯୋଗର ଅଭାବ ହେତୁ ଅଭିବୃଦ୍ଧି ହାର ଆଗାମୀ ଦଶନ୍ଧି ପାଇଁ କମ୍ ରହିବ। ଆହୁରିମଧ୍ୟ ଅନେକ ଦେଶରେ ମୁଦ୍ରାସ୍ଫୀତି ହାର ଦଶନ୍ଧିର ସବୋଚ୍ଚ ସ୍ତରରେ ପହଞ୍ଚିଛି। ଏଥିରେ ଯୋଗାଣ ଜନିତ ପ୍ରତିବନ୍ଧକ ବଢ଼ିବାର ସମ୍ଭାବନା ରହିଛି। ତେଣୁ ଏଥିଯୋଗ ବିଶ୍ୱରେ ଅଧିକ ସମୟ ପାଇଁ ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିବା ଆଶଙ୍କା ଥିବା ବିଶ୍ୱ ବ୍ୟାଙ୍କ କହିଛି।

ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ୨୦୨୧ରୁ ୨୦୨୪ ମଧ୍ୟରେ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ହାର ୨.୭ ପ୍ରତିଶତ ରହିବା ସମ୍ଭାବନା ଅଛି, ଯାହା ୧୯୭୬ରୁ ୧୯୭୯ ମଧ୍ୟରେ ଦେଖାଦେଇଥିବା ମାନ୍ଦାବସ୍ଥା ସ୍ଥିତିଠାରୁ ଅଧିକ ଖରାପ ରହିବ। ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୦ରେ ଏହିଭଳି ସ୍ଥିତିରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ସୁଧ ହାର ଏତେ ମାତ୍ରାରେ ବୃଦ୍ଧି କରାଯାଇଥିଲା ଯେ ୧୯୮୨ରେ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଲା।

ବିଶ୍ୱ ବ୍ୟାଙ୍କ ମୁଖ୍ୟଙ୍କ ଚେତାବନୀ: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆଣିବ ମାନ୍ଦାବସ୍ଥା
ୱାଶିଂଟନ୍‌(ଏଜେନ୍ସି): ବିଶ୍ୱ ବ୍ୟାଙ୍କ ମୁଖ୍ୟଙ୍କ ଚେତାବନୀ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଇତିମଧ୍ୟରେ ତିନି ମାସ ଟପିଗଲାଣି। ଏହି ଯୁଦ୍ଧ ଏବେ ସାରା ବିଶ୍ୱକୁ ପ୍ରଭାବିତ କରିବାକୁ ଯାଉଛି। ଯୁଦ୍ଧ ବନ୍ଦ ହେବାର ନାମ ଧରୁନାହିଁ। ଏହି ଯୁଦ୍ଧ ବିଶ୍ୱରେ ମାନ୍ଦାବସ୍ଥା ଆଣିବ ବୋଲି ବିଶ୍ୱ ବ୍ୟାଙ୍କ ମୁଖ୍ୟ ଚେତାବନୀ ଦେଇଛନ୍ତି। ଯୁଦ୍ଧ ପ୍ରଭାବରେ ସାରା ବିଶ୍ୱରେ ଖାଦ୍ୟ, ଶକ୍ତି, ସାର ଦର ବୃଦ୍ଧି ପାଇଥିବାରୁ ଏହା ମାନ୍ଦାବସ୍ଥା ସୃଷ୍ଟି କରିବ ବୋଲି ବିଶ୍ୱ ବ୍ୟାଙ୍କ ସତର୍କ କରାଇଛି।

ବିଶ୍ୱ ମାନ୍ଦାବସ୍ଥା ପ୍ରସଙ୍ଗରେ ବଢ଼ୁଥିବା ବିପଦକୁ ନେଇ ଚେତାବନୀ ଦେଇ ବିଶ୍ୱ ବ୍ୟାଙ୍କ ମୁଖ୍ୟ ଡେଭିଡ୍‌ ମାଲ୍‌ପସ୍‌ କହିଛନ୍ତି ଯେ, ଯେତେବେଳେ ଆମେ ବିଶ୍ୱ ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ଦେଖୁ ସେତେବେଳେ ଏଭଳି ମାନ୍ଦାବସ୍ଥାକୁ କିପରି ଏଡାଇ ହେବ ତାହା ଦେଖିବା ବର୍ତ୍ତମାନ ବେଶ କଷ୍ଟକର। ଏହାର ପ୍ରଭାବରେ ବିଶ୍ୱ ଅର୍ଥନୀତିରେ ବୃହତ୍‌ ହ୍ରାସ ଘଟିପାରେ। ଏଠାରେ ସୂଚନାଯୋଗ୍ୟ ଯେ, ଗତ ମାସରେ ବିଶ୍ୱ ବ୍ୟାଙ୍କ ଚଳିତବର୍ଷ ପାଇଁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ୩.୨ ପ୍ରତିଶତକୁ ହ୍ରାସ କରିଛି। ମାଲପାସ୍ ଏହା ମଧ୍ୟ କହିଛନ୍ତି ଯେ ଅନେକ ୟୁରୋପୀୟ ଦେଶ ତେଲ ଏବଂ ଗ୍ୟାସ୍ ପାଇଁ ରୁଷ ଉପରେ ନିର୍ଭରଶୀଳ। ପାଶ୍ଚାତ୍ୟ ରାଷ୍ଟ୍ରମାନେ ମଧ୍ୟ ରୁଷର ଶକ୍ତି କ୍ଷେତ୍ର ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଯୋଜନା ସହିତ ଆଗକୁ ବଢ଼ୁଛନ୍ତି। ମାଲପସ୍‌ ଆମେରିକାର ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ରୁଷ ଦ୍ୱାରା ଗ୍ୟାସ୍ ଯୋଗାଣ ହ୍ରାସ କରିବା ଫଳରେ ଏହି କ୍ଷେତ୍ରରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କରିପାରେ। ଏକ ରିପୋର୍ଟ ଅନୁଯାୟୀ ସାର, ଖାଦ୍ୟ ଏବଂ ଶକ୍ତି ଅଭାବରୁ ବିଶ୍ୱର ବିକାଶଶୀଳ ଦେଶମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ଚାଇନାର କେତେକ ପ୍ରମୁଖ ସହରରେ ଳକ୍‌ ଡାଉନ୍‌ ଲାଗିବା ନେଇ ମାଲପାସ୍ ଚିନ୍ତା ବ୍ୟକ୍ତ କରିଛନ୍ତି। ସାଂଘାଇର ଆର୍ଥିକ, ଉତ୍ପାଦନ ଏବଂ ସିପିଂ ହବ୍ ସମ୍ପ୍ରତି ମାନ୍ଦାବସ୍ଥା ଦେଇ ଗତି କରୁଛି। ଅନ୍ତର୍ଭୁକ୍ତ କରି ସେ କହିଛନ୍ତି ଯେ ବିଶ୍ ଉପରେ ଏହାର ପ୍ରଭାବ ବା ମନ୍ଥର ଗତି ରହିଥିବା ମାଲପସ୍‌ କହିଛନ୍ତି।

କରୋନା ପ୍ରଭାବିତ ଅର୍ଥନୀତିକୁ ମିଳିବ ରାହା; ଗରିବ ରାଷ୍ଟ୍ରଙ୍କୁ ବିଶ୍ବବ୍ୟାଙ୍କର ୭ ଲକ୍ଷ କୋଟିର ସହାୟତା
ନୂଆଦିଲ୍ଲୀ: ପ୍ରାୟ ଦୁଇବର୍ଷ ଧରି କରୋନା ମହାମାରୀ ପ୍ରଭାବରେ ବିଶ୍ବ ଅର୍ଥନୀତି ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଉତ୍ପାଦନ କ୍ଷେତ୍ର ଠାରୁ ଆରମ୍ଭ କରି ନିଯୁକ୍ତି ଏବଂ ଆମଦାନୀ-ରପ୍ତାନି କ୍ଷେତ୍ର ସର୍ବାଧିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ବିଶ୍ବର ବହୁ ଗରିବ ଏବଂ ବିକାଶନ୍ମୋଖୀ ରାଷ୍ଟ୍ରମାନଙ୍କ ଆର୍ଥିକ ସ୍ଥିତି ତଳକୁ ହୋଇଛି। କରୋନା ପରବର୍ତ୍ତୀ ଅର୍ଥନୀତି ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ବିଶ୍ବ ବ୍ୟାଙ୍କ ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଗରିବ ରାଷ୍ଟ୍ରମାନଙ୍କ ଅର୍ଥନୀତିରେ ପରିବର୍ତ୍ତନ ଆଣିବାକୁ ବିଶ୍ବ ବ୍ୟାଙ୍କ ୯୩ ବିଲିୟନ ଡଲାର (ପ୍ରାୟ ୭ ଲକ୍ଷ କୋଟି ଟଙ୍କା)ର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି।

ଆନ୍ତର୍ଜାତିକ ଉନ୍ନୟନ ସଂଘ(ଆଇଡିଏ) ଦ୍ବାରା ବିଭିନ୍ନ ଗରିବ ରାଷ୍ଟ୍ରଙ୍କ ସ୍ଥିତି ଅନୁଧ୍ୟାନ କରାଯାଇ ୭୪ଟି ରାଷ୍ଟ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯିବା ପରେ ବିଶ୍ବ ବ୍ୟାଙ୍କ ଏହି ପରିମାଣର ଅର୍ଥ ସହାୟତା ଦେବାକୁ ଅନୁମୋଦନ ଦେଇଛି। ଏଥିପାଇଁ ବିଶ୍ବର ସର୍ବାଧିକ ଆୟକାରୀ ରାଷ୍ଟ୍ର ଏବଂ ମଧ୍ୟମ ଆୟକାରୀ ପ୍ରାୟ ୪୮ ରାଷ୍ଟ୍ର ୨୩.୫ ବିଲିୟନ ଡଲାରର ସହାୟତା ଯୋଗାଇ ଦେଇଥିବା ବେଳେ କିଛି ରାଶି ପୁଞ୍ଜି ବଜାର ଏବଂ ବାକି ଅର୍ଥ ବିଶ୍ବ ବ୍ୟାଙ୍କ ଯୋଗାଇ ଦେଇଛି। ବିଶ୍ବ ସମୁଦାୟକୁ କୌଣସି ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସହାୟତା ମଧ୍ୟରେ ଏହା ସର୍ବାଧିକ ରହିଥିବା ବେଳେ ସାଂପ୍ରତିକ ସ୍ଥିତିରେ ଗରିବ ରାଷ୍ଟ୍ରମାନଙ୍କୁ ସହାୟତା ଯୋଗାଇ ଦେବା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ବିଶ୍ବ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ ମାଲପାସ କହିଛନ୍ତି। ସେ କହିଛନ୍ତି ଯେ ଏବେ ମଧ୍ୟ ସାରା ବିଶ୍ବରେ କରୋନା ପ୍ରଭାବ ଶେଷ ହୋଇ ନାହିଁ । କିନ୍ତୁ ବିଗତ ଦୁଇବର୍ଷ ମଧ୍ୟରେ ଅଧିକାଂଶ ଗରିବ ରାଷ୍ଟ୍ରଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ସାଂପ୍ରତିକ ସ୍ଥିତିର ମୁକାବିଲା କରିବା ଏବଂ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବା ଲକ୍ଷ୍ୟରେ ଏହି ପରିମାଣର ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

କାଙ୍ଗାଳ ହେବେ ତାଲିବାନୀ : ଆଫଗାନିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କଲା ବିଶ୍ବ ବ୍ୟାଙ୍କ୍‌
ଓ୍ୱାଶିଂଟନ୍: କାଙ୍ଗାଳ ହୋଇଯିବେ ତାଲିବାନୀ । କାବୁଲକୁ ତାଲିବାନ ନିଜ କବଜାକୁ ନେବା ପରେ ଆଫଗାନିସ୍ତାନକୁ ବିଭିନ୍ନ ମହଲରୁ ଫଣ୍ଡିଂ ବନ୍ଦ ହେଉଛି । ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆର୍ଥିକ ସହାୟତା ଦେବାକୁ ମନା କରିଥିଲା । ଏବେ ବିଶ୍ୱବ୍ୟାଙ୍କ ଫଣ୍ଡିଂ ବନ୍ଦ କରି ଦେଇଛି । ତାଲିବାନ ନିୟନ୍ତ୍ରଣକୁ ଆଫଗାନିସ୍ତାନ ଚାଲିଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ବିଶ୍ୱବ୍ୟାଙ୍କ ।

ତାଲିବାନର ଅକ୍ତିଆରକୁ ଆସିବା ପରେ ଆଫଗାନିସ୍ତାନରେ ଉପୁଜିଥିବା ବିଶୃଙ୍ଖଳିତ ପରିସ୍ଥିତିରେ ଉଦ୍‌ବିଗ୍ନ ହୋଇ ବିଶ୍ବ ବ୍ୟାଙ୍କ୍‌ ଆଫଗାନିସ୍ତାନକୁ ଦେଉଥିବା ଆର୍ଥିକ ସହାୟତା ପ୍ରଦାନ ବନ୍ଦ କରିଛି। ଏକ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥାନ ରିପୋର୍ଟ ଅନୁସାରେ, ବିଶ୍ବ ବ୍ୟାଙ୍କ୍‌ର ଜନୈକ ମୁଖପାତ୍ର କହିଛନ୍ତି, ତାଲିବାନ୍‌ କ୍ଷମତା ଅକ୍ତିଆର କରିବା ପରେ ସେଠାରେ ଉପୁଜିଥିବା ପରିସ୍ଥିତି ଯୋଗୁଁ, ବିଶେଷକରି ନାରୀମାନଙ୍କ ଭବିଷ୍ୟତ ଲାଗି ଭୀଷଣ ଉଦ୍‌ବିଗ୍ନ ବୋଲି ବିଶ୍ବ ବ୍ୟାଙ୍କ୍ କହିଛି।

ବିଶ୍ୱବ୍ୟାଙ୍କ ନିଜର ଆଭ୍ୟନ୍ତରୀଣ ନୀତି ଓ ପ୍ରକ୍ରିୟାର ଅଂଶ ବିଶେଷ ଭାବରେ ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ଉପରେ ନଜର ରଖିଛି । ଅନ୍ତରାଷ୍ଟ୍ରୀୟ ଅଂଶୀଦାର ଓ ବିକାଶଧାରାରେ ସାମିଲ ଲୋକଙ୍କ ସହ ଆଲୋଚନା ଜାରି ରଖିବ । ଅଂଶୀଦାରଙ୍କ ସହ ଆଲୋଚନା କରି ଆଫଗାନିସ୍ତାନକୁ ସହାୟତା ଦିଗରେ କୌଣସି ରାସ୍ତା ବାହାର କରିବା ଉପରେ ଉଦ୍ୟମ ଜାରି ରହିବ ବୋଲି ବିଶ୍ୱବ୍ୟାଙ୍କ କହିଛି । ଆଫଗାନିସ୍ତାନକୁ ବିଶ୍ୱବ୍ୟାଙ୍କର ଫଣ୍ଡିଂ ବନ୍ଦ ନିଷ୍ପତ୍ତି ତାଲିବାନୀଙ୍କ ପାଇଁ ବଡ଼ ଝଟକା ।