Panchayati Raj Department - The Sakala

ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ
ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ବି ଦାବି ପୂରଣ ନହେବାରୁ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛି ଓସମା ସଂଘ । ନିଜର ଚାକିରି ସ୍ଥାୟୀକରଣ ଦାବିରେ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିଠାରେ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ କଡ଼ା ଚେତାବନୀ ଦେଇଛନ୍ତି।

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ଅଧୀନରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ ଦୀର୍ଘ ୧୫ ବର୍ଷ ଧରି ନିଜର ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଆସୁଛନ୍ତି। ବାରମ୍ବାର ଗୁହାରି ସତ୍ତ୍ୱେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ସଂଘ ପକ୍ଷରୁ ଅନେକ ଥର ଚେତାବନୀ ଦିଆଯିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ସେହି ସମୟରେ ସରକାର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା।

ସରକାରଙ୍କ ପ୍ରତିଶ୍ରୁତିକୁ ଇତି ମଧ୍ୟରେ ତିନି ମାସ ବିତିଯାଇଥିଲେ ସୁଦ୍ଧା କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ବାଧ୍ୟ ହୋଇ କର୍ମଚାରୀମାନେ ପୁଣିଥରେ ଆନ୍ଦୋଳନର ପନ୍ଥା ଆପଣେଇଛନ୍ତି। ତୁରନ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଓସମା କର୍ମକର୍ତ୍ତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଛନ୍ତି ଓଡ଼ିଶା ସରକାର, ପ୍ରଶଂସା କଲେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ
ଭୁବନେଶ୍ୱର: ପଞ୍ଚାୟତିରାଜ ବ୍ୟବସ୍ଥାକୁ ଓଡ଼ିଶା ସରକାର ସଶକ୍ତ କରିବା ଦିଗରେ ତୃଣମୂଳ ପ୍ରଶାସନକୁ ୨୯ରୁ ୨୧ଟି କ୍ଷମତା ପ୍ରଦାନ କରିଛନ୍ତି। ଖୋଦ୍‍ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଏହି ସୂଚନା ଦେଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବାପାଇଁ ପଞ୍ଚାୟତିରାଜ ୭୩ତମ ସମ୍ୱିଧାନ ସଂଶୋଧନକୁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି। ସମ୍ୱିଧାନର ଧାରା ୨୪୩ଜି ଅନୁଯାୟୀ ପଞ୍ଚାୟତିରାଜ ସଂସ୍ଥାର କ୍ଷମତା ବୃଦ୍ଧି ପାଇଁ ଥିବା ୨୯ଟି ବିଷୟ ମ୍ମରୁ ଓଡ଼ିଶା ସରକାର ୨୧ଟିକୁ ଲାଗୁ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ସଂସଦରେ ଲିଖିତ ଭାବେ ଏହି ସୂଚନା ଦେଇଛନ୍ତି।

ରାଜ୍ୟ ସରକାର ପଞ୍ଚାୟତିରାଜ ଅନୁଷ୍ଠାନରେ ନିର୍ବାଚନ କରିବା ସହିତ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ। ପଞ୍ଚାୟତିରାଜ ଅନୁଷ୍ଠାନର ଆର୍ଥିକ କ୍ଷମତା ବୃଦ୍ଧି ପାଇଁ ଓଡ଼ିଶା ସରକାର ରାଜ୍ୟ ଅର୍ଥ କମିଶନ ଗଠନ କରିଛନ୍ତି। ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ (ଆରଜିଏସ୍‍ଏ) କାର୍ଯ୍ୟକାରୀ କରୁଛନ୍ତି। ଯୋଜନା କାର୍ଯ୍ୟକାରୀ ହେବା ସମୟରୁ ଅର୍ଥାତ୍‍ ୨୦୧୮-୧୯ ରୁ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନର ୧,୬୭,୨୧୨ଜଣ ର୍ନିବାଚିତ ପ୍ରତିନିଧି ତାଲିମ ନେଇ ଥିବା ଜଣାପଡ଼ିଛି।

ରାଜ୍ୟ ସରକାର ମଧ୍ୟ ଏକାଧିକ ଷ୍ଟାଣ୍ଡିଂ କମିଟି ଗଠନ ସହିତ ନିମୟିତ ବ୍ୟବଧାନରେ ପଞ୍ଚାୟତରେ ଗ୍ରାମସଭା ଆୟୋଜନ କରୁଛନ୍ତି। ସମସ୍ତ ୬୭୯୮ ଗ୍ରାମ ପଞ୍ଚାୟତର କମ୍ପ୍ୟୁଟର ବ୍ୟବସ୍ଥା ଥିବା ନିଜସ୍ୱ ପଞ୍ଚାୟତ ଦପ୍ତର ରହିଛି। ପଞ୍ଚାୟତିରାଜ ବ୍ୟବସ୍ଥାରେ ଯୋଜନା ପ୍ରସ୍ତୁତି, ବଜେଟ୍‍, ଆକାଉଣ୍ଟିଂ, ମନିଟରିଂ ଏବଂ ସମ୍ୱଳ ପରିଚାଳନା ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ୍‍ବାରା ପ୍ରସ୍ତୁତ ଇ-ଗ୍ରାମସ୍ୱରାଜ ଆକାଉଣ୍ଟିଂ ଆପ୍ଲିକେଶନକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ୬୭୯୮ଟି ପଞ୍ଚାୟତ ୨୦୨୧-୨୨ ବର୍ଷ ପାଇଁ ସେମାନଙ୍କର ବିକାଶ ଯୋଜନାକୁ ଇ-ଗ୍ରାମସ୍ୱରାଜ ଆପ୍ଲିକେଶନରେ ଅପଲୋଡ କରିଥିଲେ ଏବଂ ୬୭୬୬ ପଞ୍ଚାୟତ ୨୦୨୨-୨୩ ବର୍ଷ ପାଇଁ ସେମାନଙ୍କର ଯୋଜନା ଅପଲୋଡ୍‍ କରିଛନ୍ତି। ରାଜ୍ୟର ୮୦ ପ୍ରତିଶତ ଗ୍ରାମପଞ୍ଚାୟତ ଅନ୍ଲାଇନ୍ରେ ଦେୟ ପ୍ରଦାନ କରୁଥିବାବେଳେ ୯୭ ପ୍ରତିଶତ ପଞ୍ଚାୟତ ସେମାନଙ୍କର ୨୦୨୧-୨୨ ବର୍ଷର ଆକାଉଣ୍ଟ ବନ୍ଦ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଓଡ଼ିଶା ଜାତୀୟ ପଞ୍ଚାୟତିରାଜ ପୁରସ୍କାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ୬୪ତମ ପୁରସ୍କାର ଜିତିସାରିଥିବା ଜଣାପଡ଼ିଛି।

ପଞ୍ଚାୟତିରାଜ ବିଭାଗର ନିଷ୍ପତ୍ତି : ମନରେଗା କାମ ଜଗିବ ମିଶନ ଶକ୍ତି
ଭୁବନେଶ୍ୱର : ଏଣିକି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଗ୍ରାଧିକାର ଦିଆଯିବ। ବିଶେଷକରି ମନରେଗା କାର୍ଯ୍ୟର ଯୋଜନା ଏବଂ ସଫଳ କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି। ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିବା ବେଳେ ଯୋଜନାର ଯଦି ସଫଳ ରୂପାୟନ ହୁଏ ତାହେଲେ ଏହା ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ଅଧିକ ଆତ୍ମନିର୍ଭର ତଥା ଆର୍ଥିକ ରୂପେ ସଶକ୍ତ କରିପାରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ ମନରେଗାରେ ଗ୍ରାମାଞ୍ଚଳରେ ଅଣକୁଶଳୀ ଶ୍ରମିକମାନଙ୍କୁ ବାର୍ଷିକ ୧୦୦ ଦିନର ନିଶ୍ଚିତ କାର୍ଯ୍ୟ ଯୋଗାଇ ଦିଆଯାଉଛି। ଏହା ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ନିର୍ବାହକୁ ସୁରକ୍ଷିତ କରିପାରିଛି। ଏହାସହ ମନରେଗା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପରେ ମହିଳାଙ୍କ ଯୋଗଦାନକୁ ଏହି ଯୋଜନା ଅଧିକ ବଳ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟ ସରକାର ମହିଳା ସଶକ୍ତିକରଣ ଦିଗରେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ରାଜ୍ୟ ସରାକରଙ୍କ ବିବିଧ ପଦକ୍ଷେପ ସେମାନଙ୍କୁ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ମୁଖ୍ୟଧାରାକୁ ଆଣିପାରିଛି। ମିଶନ ଶକ୍ତି ବିଭାଗ ଅଧିନରେ ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି ହୋଇଥିବା ବେଳେ ଏମାନଙ୍କୁ ମନରେଗାର ସଫଳ କାର୍ଯ୍ୟନ୍ୱୟ ପାଇଁ ନିୟୋଜିତ କରିବାକୁ ଶ୍ରୀ ମୀନା ଚିଠିରେ ଉଲ୍ଲେଖ କରିଛନ୍ତି।

ମନରେଗା କାର୍ଯ୍ୟକ୍ରମରେ ଏହି ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି ମନରେଗା ଜବକାର୍ଡଧାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଜବକାର୍ଡ ପାଇଁ ଇଚ୍ଛୁକ ଥିବା ଲୋକଙ୍କୁ ନୂଆ ଜବକାର୍ଡ ପ୍ରଦାନ, ସେମାନଙ୍କ ଋଚି ଅନୁଯାୟୀ କାର୍ଯ୍ୟ ପ୍ରଦାନ ମୁଖ୍ୟ କାର୍ଯ୍ୟ ରହିବ। ଏହା ସହିତ ମନରେଗା କାର୍ଯ୍ୟର ତଦାରଖ ସହ ସେମାନଙ୍କୁ ଭିଲେଜ ରିସୋର୍ସ ପର୍ସନ(ଭିଆରପି) ଭାବେ ଦାୟିତ୍ୱ ପ୍ରଦାନ କରାଯିବ। ଭିଆରପିମାନେ ସୋସିଆଲ ଅଡିଟ କରିବା ସହ ଗ୍ରାମପଞ୍ଚାୟତସ୍ତରରେ ଭିଜିଲାନ୍ସ ଏବଂ ମନିଟରିଂ କମିଟିରେ ରହିବେ। ସେହିପରି ଏସ୍‍ଏଚ୍‍ଜିର ସଦସ୍ୟାମାନଙ୍କୁ ସେମାନଙ୍କ ଋଚି ଅନୁଯାୟୀ କାର୍ଯ୍ୟ ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଗୃହପାଳିତ ପଶୁଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ, କୂଆ, ପୋଖରୀ ଖନନ, ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ବୃକ୍ଷରୋପଣରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବାକୁ ନିଷ୍ପତ୍ତି ହୋଇଛି।ଖାଲି ପଞ୍ଚାୟତିରାଜ ବିଭାଗ ନୁହେଁ ବରଂ ଜଳସମ୍ପଦ ବିଭାଗ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମାନ ଧରଣର କାର୍ଯ୍ୟ ଯୋଗାଇଦେବାକୁ ବିଭାଗୀୟ ସ୍ତରରେ ନିଷ୍ପତ୍ତି ଗ୍ରହଣ କରିଛି।