MNREGA - The Sakala

‘ମନରେଗା’ କାର୍ଯ୍ୟାନ୍ବୟନରେ ସରକାର ବିଫଳ, ଦାଦନ ଚାଲାଣରେ ଅଙ୍କୁଶ ଭାଷଣରେ ସୀମିତ
ଭୁବନେଶ୍ୱର: ସ୍ବଳ୍ପ ମଜୁରୀ ଓ ପର୍ଯ୍ୟାପ୍ତ କର୍ମନିୟୋଜନରେ ଅଭାବ ରାଜ୍ୟରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)କୁ ଲକ୍ଷ୍ୟଚ୍ୟୁତ କରିଛି। ଏହାର ପ୍ରଭାବ ପରୋକ୍ଷରେ ରାଜ୍ୟରେ ଦାଦନ ସମସ୍ୟା ବଢ଼ାଇବାରେ ସହାୟକ ହେଉଛି। ଅନ୍ୟ ରାଜ୍ୟର ମନରେଗା ଶ୍ରମିକଙ୍କ ତୁଳନାର ଓଡ଼ିଶାର ଶ୍ରମିକ କମ୍‌ ମଜୁରୀ ପାଉଛନ୍ତି। ତଥାପି ସେମାନଙ୍କୁ ସରକାର କାମ ଯୋଗାଇବାକୁ ସମର୍ଥ ହୋଇ ପାରିନାହାନ୍ତି। ଗତବର୍ଷ ମନରେଗାରେ ରାଜ୍ୟରେ ୧୭.୬୧ କୋଟି ଶ୍ରମଦିବସ ସୃଷ୍ଟି ହୋଇଥିବାବେଳେ ଚଳିତ ବର୍ଷ ଏହା ୧୦କୋଟି ବି ଅତିକ୍ରମ କରିପାରି ନାହିଁ। ସେହିପରି ଗତବର୍ଷ ରାଜ୍ୟର ୩.୩୯ ଲକ୍ଷ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଥିବାବେଳେ ଚଳିତ ବର୍ଷ ୧.୪୯ ଲକ୍ଷ ପରିବାର ପାଇଛନ୍ତି ୧୦୦ ଦିନର କାମ। ଯାହା ଫଳରେ ଲୋକମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି; ସର୍ଦ୍ଦାର ଓ ନିଯୁକ୍ତିଦାତାଙ୍କ ନିର୍ଯାତନା ସହି ନପାରି ପ୍ରାଣ ହରାଉଛନ୍ତି। ପ୍ରତିଦିନ ଓଡ଼ିଶାକୁ ଅନ୍ୟ ରାଜ୍ୟରୁ ଦାଦନଙ୍କ ପୁଟୁଳିବନ୍ଧା ଶବ ଗାଁକୁ ଫେରୁଥିବା ଦେଖାଯାଉଛି।

ଦାଦନ ଚାଲାଣ ରୋକିବା ଦିଗରେ ସବୁଠାରୁ ବଡ଼ ମାଧ୍ୟମ କୁହାଯାଉ ଥିବା ମନରେଗାର କାର୍ଯ୍ୟାନ୍ୱୟନରେ ସରକାର ବିଫଳତା ଚିନ୍ତାର କାରଣ ସାଜିଛି। ଦାଦନ ଚାଲାଣ ରୋକିବା ପାଇଁ ନୂଆ ସରକାର ଟାସ୍କ ଫୋର୍ସ ଗଠନ କରିଥିବା ବେଳେ ଜିଲ୍ଲା ଓ ବ୍ଲକ୍‌ ସ୍ତରୀୟ କମିଟି ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି; କିନ୍ତୁ ଗରିବ ଲୋକଙ୍କୁ କିପରି କର୍ମନିୟୋଜନ ପ୍ରଦାନ କରିବେ ତାହା ଉପରେ ସରକାର ଗୁରୁତ୍ୱ ନ ଥିବା ଅଭିଯୋଗ ହୋଇଛି। ମନରେଗା ଶ୍ରମିକଙ୍କୁ ପଞ୍ଜାବରେ ୩୨୨ ଟଙ୍କା, ଆନ୍ଧ୍ରରେ ୩୦୦ ଟଙ୍କା, କର୍ଣ୍ଣାଟକରେ ୩୪୯ ଟଙ୍କା, କେରଳରେ ୩୪୬ ଟଙ୍କା, ଗୋଆରେ ୩୫୬ ଟଙ୍କା, ତାମିଲନାଡୁରେ ୩୧୯ ଟଙ୍କା, ତେଲେଙ୍ଗାନାରେ ୩୦୦ ଟଙ୍କା, ନିକୋବାରରେ ୩୪୭ ଟଙ୍କା, ହରିଆନାରେ ୩୭୪ ଟଙ୍କା, ମହାରାଷ୍ଟ୍ରରେ ୨୯୭ ଟଙ୍କା, ସିକ୍କିମ୍‌ରେ ୩୭୪ ଟଙ୍କା ମଜୁରୀ ମିଳୁଛି। ତତ୍‌କାଳୀନ ନବୀନ ପଟ୍ଟନାୟକ ସରକାର ରାଜ୍ୟରେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୧କୁ ବୃଦ୍ଧି କରିଥିଲେ ସୁଦ୍ଧା ଏବେ ବି ମନରେଗା ଶ୍ରମିକଙ୍କୁ ମାତ୍ର ୨୫୪ ଟଙ୍କା ମଜୁରୀ ପ୍ରଦାନ କରାଯାଉଛି।

ମନରେଗାରେ ଓଡିଶାର ଶ୍ରମିକମାନଙ୍କୁ ଦୈନିକ ୩୦୦ ଦିନ ପର୍ଯ୍ୟନ୍ତ କାମ ଯୋଗାଇ ଦେବା ପାଇଁ ସରକାରୀସ୍ତରରେ ହୋଇଥିବା ନିଷ୍ପତ୍ତି ଫାଇଲ ଭିତରେ ଅଟକି ଯାଇଛି। ଯେଉଁଠି ମୋଟ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରୁ ୫%ଙ୍କୁ ୧୦୦ ଦିନ କାମ ଯୋଗାଇ ଦିଆଯାଇ ପାରୁନାହିଁ, ସେଠାରେ ୩୦୦ ଦିନ କାମ ଯୋଗାଣ ତ ସ୍ୱପ୍ନ। ଅପରପକ୍ଷେ ଦଲାଲ ଏବଂ ଅଫିସରଙ୍କ ମଧୁଚନ୍ଦ୍ରିକା ଶ୍ରମିକମାନଙ୍କ ଉପରେ ବୋଝକୁ ଆହୁରି ବଢ଼ାଇ ଦେଇଛି। ଗତ ନଭେମ୍ବର ମାସରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଦାଦନପ୍ରବଣ ଅଞ୍ଚଳରେ ଲୋକଙ୍କୁ କ’ଣ କାମ ଦିଆଯିବ ତାହାର ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡ଼ି ଦିଆଯାଇଥିଲା। ହେଲେ ଆଜି ଯାଏଁ ଜିଲ୍ଲା ସ୍ତରରୁ କ’ଣ ପ୍ରସ୍ତାବ ଆସିଲା ତାହାର ଉତ୍ତର କାହା ପାଖରେ ନାହିଁ।

ଗଲା ନିର୍ବାଚନ ପୂର୍ବରୁ ବିରୋଧୀ ଆସନରେ ଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ତ୍ରୁଟିପୂର୍ଣ୍ଣ କହି ଦାଦନ ଚାଲାଣ ରୋକିବାରେ ସେଗୁଡିକ ଅସମର୍ଥ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିଲେ; କିନ୍ତୁ କ୍ଷମତାକୁ ଆସିବା ପରେ ସତେ ଯେପରି ସବୁ ଭୁଲି ଯାଇଛନ୍ତି। ଓଡ଼ିଶାର ୧୧ ଜିଲ୍ଲାର ୫୦ ବ୍ଲକ୍‌ରେ ଦାଦନ ସମସ୍ୟା ସବୁଠାରୁ ଅଧିକ। ଅଧିକ ରୋଜଗାର ଲୋଭ କିମ୍ବା ଋଣ ପରିଶୋଧ କରିବା ପାଇଁ ହେଉ ସେମାନେ ଦାଦନ ଖଟିବାକୁ ଯାଇ ସେମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ଦାଦନ ଖଟିବାକୁ ଯାଉଥିବା ଲୋକଙ୍କୁ ବ୍ଲକ୍‌ସ୍ତରରେ ଚିହ୍ନଟ ପାଇଁ ମୁଖ୍ୟ ସଚିବଙ୍କ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଶ୍ରମ ବିଭାଗ ଶୋଇ ରହିଛି।

ମନରେଗାରେ କମ୍‍ ଅର୍ଥ ପ୍ରଦାନକୁ ପ୍ରତାପ ଜେନାଙ୍କ ନାପସନ୍ଦ
ଭୁବନେଶ୍ୱର : ଚଳିତ ୨୦୨୨-୨୩ ବଜେଟ୍‍ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାତ୍ର ୭୩ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ବର୍ଷ ମିଳିଥିବା ୯୮ ହଜାର କୋଟି ଟଙ୍କା ତୁଳନାରେ ଏହା ବହୁତ କମ୍‍। ୨୦୨୧-୨୨ ବର୍ଷର ବଜେଟ ବ୍ୟୟ ଅଟକଳ ତୁଳନାରେ ଏହା ୨୫.୫୧ ପ୍ରତିଶତ କମ୍‍ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏହା ସହିତ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଓଡ଼ିଶାରେ ଶ୍ରମିକ ଦାବି ହ୍ରାସ ପାଇଥିବା କଥା ଆଦୌ ସତ୍ୟ ନୁହେଁ। କରୋନା ମହାମାରୀ ଅବସ୍ଥାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରୁ ଅନେକ ଲୋକ ରାଜ୍ୟକୁ ଫେରି ଆସିଛନ୍ତି।

ଏମାନେ ନିଜ ନିଜ ଗ୍ରାମରେ ରହିବା ଯୋଗୁଁ ଓଡ଼ିଶାରେ ଶ୍ରମିକ ମାନଙ୍କ ଚାହିଦା ଅନେକ ମାତ୍ରାରେ ବୃଦ୍ଧି ପାଇଛି। ୨୦୨୨-୨୩ ବର୍ଷର ଅଟକଳରୁ ପ୍ରାୟ ୫୦ ପ୍ରତିଶତ ଅର୍ଥ ଗତ ବର୍ଷର ବକେୟା ଦେୟ ବାବଦକୁ ପ୍ରଦାନ କରାଯିବ। “ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗ୍ରାମାଞ୍ଚଳରେ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇବା ବର୍ତ୍ତମାନ ସମୟର ଆବଶ୍ୟକତା ରହିଛି। ଏଥିରେ ଅଧିକ ବ୍ୟୟ ବରାଦ କରାଗଲେ ଅଧିକରୁ ଅଧିକ ଲୋକ କର୍ମ ସଂସ୍ଥାନ ପାଇବା ସହ ପ୍ରବାସୀ ଶ୍ରମିକ ସଂଖ୍ୟା ହ୍ରାସ ପାଇବା ସହ ଅନ୍ୟ ରାଜ୍ୟକୁ ଦୂରବସ୍ଥା ଜନିତ ପ୍ରବାସୀ ଶ୍ରମିକ ସଂଖ୍ୟା ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ରାଜ୍ୟରେ ୨୦୨୦-୨୧ରେ ୨୦.୮୧ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା। ଯାହାକି ୨୦୧୯-୨୦ ବର୍ଷର ୧୧.୧୪ କୋଟି ଶ୍ରମ ଦିବସ ତୁଳନାରେ ୧୮୭ ପ୍ରତିଶତ ଅଧିକ ରହିଥିଲା। ଚଳିତ ବର୍ଷ ମଧ୍ୟ ଏ ପର୍ଯ୍ୟନ୍ତ ୧୮ କୋଟିରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇ ସାରିଲାଣି ଯାହାକି ବିଗତ ବର୍ଷ ତୁଳନାରେ ମଧ୍ୟ ଅଧିକ। ଏହା ସୂଚାଉଛି କି ଓଡ଼ିଶାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅଧିକରୁ ଅଧିକ ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ପଞ୍ଚାୟତିରାଜ ବିଭାଗର ନିଷ୍ପତ୍ତି : ମନରେଗା କାମ ଜଗିବ ମିଶନ ଶକ୍ତି
ଭୁବନେଶ୍ୱର : ଏଣିକି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଗ୍ରାଧିକାର ଦିଆଯିବ। ବିଶେଷକରି ମନରେଗା କାର୍ଯ୍ୟର ଯୋଜନା ଏବଂ ସଫଳ କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି। ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିବା ବେଳେ ଯୋଜନାର ଯଦି ସଫଳ ରୂପାୟନ ହୁଏ ତାହେଲେ ଏହା ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ଅଧିକ ଆତ୍ମନିର୍ଭର ତଥା ଆର୍ଥିକ ରୂପେ ସଶକ୍ତ କରିପାରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ ମନରେଗାରେ ଗ୍ରାମାଞ୍ଚଳରେ ଅଣକୁଶଳୀ ଶ୍ରମିକମାନଙ୍କୁ ବାର୍ଷିକ ୧୦୦ ଦିନର ନିଶ୍ଚିତ କାର୍ଯ୍ୟ ଯୋଗାଇ ଦିଆଯାଉଛି। ଏହା ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ନିର୍ବାହକୁ ସୁରକ୍ଷିତ କରିପାରିଛି। ଏହାସହ ମନରେଗା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପରେ ମହିଳାଙ୍କ ଯୋଗଦାନକୁ ଏହି ଯୋଜନା ଅଧିକ ବଳ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟ ସରକାର ମହିଳା ସଶକ୍ତିକରଣ ଦିଗରେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ରାଜ୍ୟ ସରାକରଙ୍କ ବିବିଧ ପଦକ୍ଷେପ ସେମାନଙ୍କୁ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ମୁଖ୍ୟଧାରାକୁ ଆଣିପାରିଛି। ମିଶନ ଶକ୍ତି ବିଭାଗ ଅଧିନରେ ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି ହୋଇଥିବା ବେଳେ ଏମାନଙ୍କୁ ମନରେଗାର ସଫଳ କାର୍ଯ୍ୟନ୍ୱୟ ପାଇଁ ନିୟୋଜିତ କରିବାକୁ ଶ୍ରୀ ମୀନା ଚିଠିରେ ଉଲ୍ଲେଖ କରିଛନ୍ତି।

ମନରେଗା କାର୍ଯ୍ୟକ୍ରମରେ ଏହି ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି ମନରେଗା ଜବକାର୍ଡଧାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଜବକାର୍ଡ ପାଇଁ ଇଚ୍ଛୁକ ଥିବା ଲୋକଙ୍କୁ ନୂଆ ଜବକାର୍ଡ ପ୍ରଦାନ, ସେମାନଙ୍କ ଋଚି ଅନୁଯାୟୀ କାର୍ଯ୍ୟ ପ୍ରଦାନ ମୁଖ୍ୟ କାର୍ଯ୍ୟ ରହିବ। ଏହା ସହିତ ମନରେଗା କାର୍ଯ୍ୟର ତଦାରଖ ସହ ସେମାନଙ୍କୁ ଭିଲେଜ ରିସୋର୍ସ ପର୍ସନ(ଭିଆରପି) ଭାବେ ଦାୟିତ୍ୱ ପ୍ରଦାନ କରାଯିବ। ଭିଆରପିମାନେ ସୋସିଆଲ ଅଡିଟ କରିବା ସହ ଗ୍ରାମପଞ୍ଚାୟତସ୍ତରରେ ଭିଜିଲାନ୍ସ ଏବଂ ମନିଟରିଂ କମିଟିରେ ରହିବେ। ସେହିପରି ଏସ୍‍ଏଚ୍‍ଜିର ସଦସ୍ୟାମାନଙ୍କୁ ସେମାନଙ୍କ ଋଚି ଅନୁଯାୟୀ କାର୍ଯ୍ୟ ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଗୃହପାଳିତ ପଶୁଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ, କୂଆ, ପୋଖରୀ ଖନନ, ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ବୃକ୍ଷରୋପଣରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବାକୁ ନିଷ୍ପତ୍ତି ହୋଇଛି।ଖାଲି ପଞ୍ଚାୟତିରାଜ ବିଭାଗ ନୁହେଁ ବରଂ ଜଳସମ୍ପଦ ବିଭାଗ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମାନ ଧରଣର କାର୍ଯ୍ୟ ଯୋଗାଇଦେବାକୁ ବିଭାଗୀୟ ସ୍ତରରେ ନିଷ୍ପତ୍ତି ଗ୍ରହଣ କରିଛି।