Skymet - The Sakala

ଲଘୁଚାପକୁ ନେଇ ଆଇଏମ୍‌ଡି ଓ ସ୍କାଏମେଟ୍‌ର ଭିନ୍ନ ରିପୋର୍ଟ; ଦ୍ବନ୍ଦ୍ବରେ ଚାଷୀ
ଭୁବନେଶ୍ୱର : ରାଜ୍ୟରେ ନିଅଣ୍ଟିଆ ବର୍ଷା ଜାରି ରହିଥିବା ବେଳେ ମରୁଡ଼ି ସ୍ଥିତି ଜଳଜଳ ହୋଇ ଦିଶୁଛି। ଏ ପରିସ୍ଥିତିରେ ଲଘୁଚାପକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ଦ୍ବନ୍ଦ୍ବରେ ପକାଇଛି। ସ୍କାଇମେଟ୍ ପକ୍ଷରୁ ମାସ ଶେଷକୁ ଲଘୁଚାପ ବର୍ଷା ନେଇ ଆକଳନ କରାଯାଇଥିବା ବେଳେ ଆଇଏମ୍‌ଡି କିନ୍ତୁ ବିପରୀତ ରିପୋର୍ଟ ଦେଇଛି। ଫଳରେ ବର୍ଷା ପୂର୍ବାନୁମାନକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ଘରୋଇ ପାଣିପାଗ ପୂର୍ବାନୁମାନ କରୁଥିବା ସଂସ୍ଥା ସ୍କାଏମେଟ୍‌ର ରିପୋର୍ଟ ଅନୁସାରେ ଅନୁଯାୟୀ ଆସନ୍ତା ୨୭ ତାରିଖ ବେଳକୁ ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ଦୁର୍ବଳ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି ବୋଲି ସଂସ୍ଥା କହିଛି। ଫଳରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁୁପାଳକ ମଧ୍ୟ ଲଘୁଚାପ ବର୍ଷା ନେଇ ଆକଳନ କରିଛନ୍ତି। ଗତ ୨୦ ତାରିଖରେ ସେ କରିଥିବା ଆକଳନ ଅନୁଯାୟୀ ଓଡ଼ିଶା ଉପକୂଳ ସଂଲଗ୍ନ ଉତ୍ତରବଙ୍ଗୋପସାଗରରେ ୨୮ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ କିଛି କିଛି ବର୍ଷା ହେବ। ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରତିଦିନ ସ୍ୱଳ୍ପରୁ ମଧ୍ୟମ (୧୫-୩୫ ମିମି) ବର୍ଷା ହେବ। ୩୦ ଓ ୩୧ରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ। ସେପ୍ଟେମ୍ବର ୧ରେ ବର୍ଷା କମିଯିବ। କିନ୍ତୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଲଘୁଚାପର ସମ୍ଭାବନା ନ ଥିବା ବେଳେ ମାସ ଶେଷ ପର୍ଯ୍ୟନ୍ତ ବିଶେଷ ବର୍ଷା ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଡ. ମହାପାତ୍ର କହିଛନ୍ତି ଯେ ମୌସୁମୀ ସମୟରେ ସାଧାରଣତଃ ଲଘୁଚାପ ପ୍ରଭାବରେ ବର୍ଷା ହୋଇଥାଏ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳ ନିକଟରେ ସୃଷ୍ଟି ହେଉଥିବା ଲଘୁଚାପ ଦ୍ୱାରା ଏହି ବର୍ଷା ହୋଇଥାଏ। ପରିସଂଖ୍ୟାନ କହୁଛି ଯେ ବର୍ଷକୁ ପ୍ରାୟ ୧୩ ଟି ଲଘୁଚାପ ସୃଷ୍ଟି ହେବା ସହିତ ରାଜ୍ୟ ଭଳ ବର୍ଷା ପାଇଥାଏ। କିନ୍ତୁ ଚଳିତ ବର୍ଷ ଲଘୁଚାପ ନ ହେବା ଦ୍ୱାରା ବର୍ଷା କମିଛି। ତେବେ ଆସନ୍ତା ୫ ଦିନରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବାର କୌଣସି ସ୍ଥିତି ଦେଖାଯାଉନାହିଁ ବୋଲି ଡ. ମହାପାତ୍ର କହିଛନ୍ତି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ମୌସୁମୀ ଦୁର୍ବଳ ଥିବା ଯୋଗୁ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଜାରି ରହିଛି। ବୁଧବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼଼, ଦେବଗଡ଼଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ମଙ୍ଗଳବାର ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ୩୧ ପ୍ରତିଶତ କମ୍‍ ବର୍ଷା ହୋଇଛି।