Russian President Putin - The Sakala

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ
ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲାଗୁ କରିବାର ଦିନକ ପରେ ପୁଟିନଙ୍କୁ ଭେଟିଲେ ଡୋଭାଲ। ଭାରତ ରୁଷ ଦ୍ଵିପାକ୍ଷିକ ସମ୍ପର୍କ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ରଣନୀତିକ ସହଭାଗିତା ଓ ପ୍ରତିବଦ୍ଧତା ଉପରେ ଦୁଇ ଦେଶ ଗୁରୁତ୍ଵାରୋ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଏକ ନିର୍ଦ୍ଦେଶର ପରେ ପୁଣି ମୋଟ ଆମଦାନୀ ଶୁଳ୍କ ୫୦ପ୍ରତିଶତକୁ ବୃଦ୍ଧି ପାଇଛି।

ଆଜି ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବାକୁ ରାଜି ନ ହେଲେ ଏହା ଚତୁର୍ଥ ବର୍ଷରେ ପଦାର୍ପଣ କରିବ। ସେପଟେ ଭାରତ ଉପରେ ଟାରିଫ ବୃଦ୍ଧିକୁ ଦୁର୍ଭାଗ୍ୟଜନକ ବୋଲି କହିଛି ଭାରତ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ ଶୁଳ୍କକୁ ଅନୁଚିତ ଏବଂ ଅଯୌକ୍ତିକ ବୋଲି ନିନ୍ଦା କରିଛନ୍ତି। ନୂଆଦିଲ୍ଲୀ ଏହାର ଆର୍ଥିକ ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ଯାହା ଆବଶ୍ୟକ ତାହା ଗ୍ରହଣ କରିବ ବୋଲି କହିଛନ୍ତି ଜୈସୱାଲ। ସେପଟେ ସିଧାସଳଖ ଆମେରିକାର ନାମ ନ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ବାହ୍ୟ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ, ଯଦିଓ ଏହାର ମୂଲ୍ୟ ବହନ କରିବାକୁ ପଡିବ। ସେପଟେ ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷ ସୁଦ୍ଧା ଭାରତ ଗସ୍ତ କରିବେ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ।

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ହୃଦଘାତ !
ମସ୍କୋ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ ହୋଇଥିବା ଖବର ହସ୍ତଗତ ହୋଇଛି । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଟିନଙ୍କୁ ତାଙ୍କ ବେଡରୁମରେ ଅଚେତ ଅବସ୍ଥାରେ ପାଇଥିଲେ ତାଙ୍କ ଅଙ୍ଗରକ୍ଷୀ । ଘଟଣାଟି ରବିବାର ସନ୍ଧ୍ଯାରେ ଘଟିଥିବା ଜଣାଯାଇଛି। ତେବେ ଏହି ଘଟଣା ସଂପର୍କରେ ରୁଷ ସରକାର ଔପଚାରିକଭାବେ କୌଣସି ସୂଚନା ଦେଇନାହାନ୍ତି ।

ରୁଷର ଜଣେ ପୂର୍ବତନ ସେନା ଅଧିକାରୀଙ୍କ ଟେଲିଗ୍ରାମ ହାଣ୍ଡଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ପୁଟିନଙ୍କ ଅଙ୍ଗରକ୍ଷୀମାନେ ତାଙ୍କ ବେଡରୁମ ଭିତରୁ କିଛି ପଡ଼ିବାର ଶବ୍ଦ ଶୁଣିବାକୁ ପାଇବା ପରେ ତୁରନ୍ତୁ ସେଠାକୁ ଯାଇଥିଲେ । ସେଠାରେ ପୁଟିନ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତାଙ୍କର ଟେବୁଲରେ ଖାଦ୍ୟ ଓ ପାନୀୟ ବିଛାଡ଼ି ହୋଇ ପଡ଼ିଥିଲା । ଏହା ପରେ ତୁରନ୍ତ ଡାକ୍ତରଙ୍କୁ ଡକାଯାଇଥିଲା ଓ ଡାକ୍ତମାନଙ୍କ ପରାମର୍ଶ ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ସୂଚନାଥାଉ କି, ୭୧ ବର୍ଷୀୟ ଏହି ନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଛି ।

ଖାରକିଭରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଆଣିବାକୁ ୬ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବ ଋଷ
ନୂଆଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଜାରି ରହିଛି ଘମାଘୋଟ ମହାଯୁଦ୍ଧ । ରୁଷର ଭୟଙ୍କର ହମଲାରେ ୟୁକ୍ରେନର ଏକାଧିକ ସହର ଏବେ ଧ୍ୱଂସ ହେବାକୁ ବସିଲାଣି। ଏଭଳି ସମୟରେ ଯୁଦ୍ଧଗ୍ରସ୍ତ ଦେଶରୁ ଭାରତୀୟଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିବାକୁ ଭାରତ ପକ୍ଷରୁ ଚାଲିଛି ଜୋରଦାର ପ୍ରୟାସ । ଏଥିପାଇଁ ବାୟୁସେନାର ସହାୟତା ନିଆଯାଉଛି। ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଋଷ ସହ ଆଲୋଚନା କରିଛନ୍ତି । ଖାରକିଭରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଆଣିବାକୁ ଋଷ ୬ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବାକୁ ସହମତ ହୋଇଛି । ଏହି ସମୟ ମଧ୍ୟରେ ଭାରତୀୟମାନେ ସୁରକ୍ଷିତ ଭାବରେ ଖାରକିଭରୁ ବାହାରି ୟୁକ୍ରେନ୍‌ ସୀମାରେ ଥିବା ଦେଶ ଗୁଡିକରେ ପହଞ୍ଚିବାକୁ କୁହାଯାଇଛି।

ୟୁକ୍ରେନର ସହର ଖାରକିଭରେ ଏବେ ବି ହଜାରରୁ ଅଧିକ ଭାରତୀୟ ଫସି ରହିଛନ୍ତି । କୁହାଯାଉଥିଲା ଯେ, ଭାରତୀୟଙ୍କୁ ସେଠାରୁ ବାହାରିବାକୁ ଦିଆଯାଉନାହିଁ । ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାତିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ ସହ ଆଲୋଚନା କରିଥିଲେ । ଏବଂ ଏହି ସମୟରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଦେଶକୁ ଆଣିବା କଥା ଉଠାଇଥିଲେ । ଉତ୍ତରରେ ପୁତିନ କହିଥିଲେ ଋଷ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛି ।

ଭ୍ଲାଦିମିର୍ ପୁତିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ସମୟରେ ଭାରତୀୟ ଛାତ୍ରଙ୍କୁ ୱାରଜୋନରୁ ସୁରକ୍ଷିତ ଭାରତକୁ ଆଣିବାକୁ ସବୁ ପ୍ରକାର ଜରୁରୀ ନିର୍ଦ୍ଦେଶ ଦିଆଯାଉଛି । ଏବଂ ପୁତିନ ଭାରତୀୟ ଛାତ୍ରଙ୍କୁ ତୁରନ୍ତ ସୁରକ୍ଷା ଦେବାକୁ ଏହାସହ ଖାରକିବରୁ ଋଷ ପର୍ଯ୍ୟନ୍ତ ଏକ ସୁରକ୍ଷିତ କରିଡର ତିଆରି କଥା ମଧ୍ୟ କହିଥିଲେ । ଏହାର ପରଦିନ ହିଁ ଋଷ ୬ ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ହୋଇଛି ।

ଭାରତ ସରକାରଙ୍କ ଅପରେସନ ଗଙ୍ଗା ମାଧ୍ୟମରେ ୩ ହଜାର ୭୨୬ ଭାରତୀୟଙ୍କୁ ଆଜି ବୁଖାରେଷ୍ଟରୁ ୮ଟି ଫ୍ଲାଇଟ୍, ସୁସେୱାରୁ ୨ଟି ଫ୍ଲାଇଟ୍, କୋସିସେରୁ ଗୋଟିଏ ଫ୍ଲାଇଟ୍‌, ବୁଡାପେଷ୍ଟରୁ ୫ଟି ଫ୍ଲାଇଟ୍‌ରେ ଏବଂ ରେଜଜୋରୁ ୩ଟି ଫ୍ଲାଇଟ୍‌ରେ ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

୩୬ଟି ଦେଶର ବିମାନକୁ ନିଜର ଏୟାର ସ୍ପେସ୍‌ରେ ଉଡିବା ଉପରେ ପ୍ରତିବନ୍ଧକ ଲଗାଇଲା ରୁଷ
ନୂଆଦିଲ୍ଲୀ: ରୁଷ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ୩୬ଟି ଦେଶର ବିମାନ ଉପରେ କଟକଣା ଲଗାଇଛି । ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରେ ଅନେକ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏପରି ପଦକ୍ଷେପ ନେଇଛି ରୁଷ । ରୁଷ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ନିଷ୍ପତି ଅନୁଯାୟୀ ବ୍ରିଟେନ୍ ଓ ଜର୍ମାନୀ ସହ ୩୬ଟି ଦେଶର ବିମାନ ଆଉ ରୁଷ ଆକାଶ ପଥରେ ଚଳାଚଳ କରିପାରିବ ନାହିଁ । ଯଦି ବିଶେଷ କିମ୍ବା ଜରୁରି ପରିସ୍ଥିତିରେ ସେମାନେ ବିମାନ ଚଳାଚଳ କରିବାକୁ ଚାହାନ୍ତି ସେଥିପାଇଁ ରୁଷ ବେସାମରିକ ବିମାନ ଚଳାଚଳ ସଂସ୍ଥା କିମ୍ବା ବିଦେଶ ମନ୍ତ୍ରଣାଳୟ ଠାରୁ ଅନୁମତି ନେବାକୁ ପଡିବ। ଏସବୁ ଦେଶ ମଧ୍ୟରେ ଅଛି ଅଷ୍ଟ୍ରିଆ, ଆଲବାନିଆ, ଆଙ୍ଗୁଇଲା, ବେଲ୍‌ଜିୟମ, ବୁଲଗେରିଆ, ବ୍ରିଟିଶ ଭର୍ଜିନ ଆଇଲାଣ୍ଡ, ବ୍ରିଟେନ, ହଙ୍ଗେରୀ, ଜର୍ମାନୀ, ଗ୍ରୀବାଲତାର, ଗ୍ରୀସ୍‌, ଡେନମାର୍କ, ଜର୍ସି, ଆୟର୍ଲାଣ୍ଡ, ଆଇସ୍‌ଲାଣ୍ଡ, ସ୍ପେନ, ଇଟାଲୀ, କାନାଡା, ସାଇପ୍ରସ୍‌, ଲାଟଭିଆ, ଲିଥୁଆନିଆ, ଲକ୍‌ଜେମବର୍ଗ, ମାଲଟା, ନେଦରଲାଣ୍ଡ, ନରୱେ, ପୋଲାଣ୍ଡ, ପର୍ତ୍ତୁଗାଲ, ରୋମାନିଆ, ସ୍ଲୋଭାକିଆ, ସ୍ଲୋଭେନିଆ, ଫିନଲାଣ୍ଡ, ଫ୍ରାନ୍ସ, କ୍ରୋଏସିଆ, ଚେକ୍‌ ଗଣରାଜ୍ୟ, ସ୍ୱିଡେନ ଏବଂ ଏସ୍ତୋନିଆ ।

ଆଫଗାନିସ୍ତାନ ସଙ୍କଟକୁ ନେଇ ଦୁଇ ବିଶ୍ବ ନେତାଙ୍କ ଆଲୋଚନା, ୪୫ ମିନିଟ୍‌ କଥାହେଲେ ମୋଦୀ-ପୁଟିନ
ନୂଆଦିଲ୍ଲୀ : ଆଫଗାନିସ୍ତାନ ଏବେ ତାଲିବାନ କବଜାରେ ରହିଛି । ଆଫଗାନ ସଙ୍କଟ ସାରା ବିଶ୍ବରେ ପ୍ରଭାବ ପକାଇଛି । ଏହାରି ମଧ୍ୟରେ ଆଜି ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଦୁଇ ବିଶ୍ବନେତା ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ହୋଇଛି । ଦୀର୍ଘ ସମୟ ଧରି ଆଫଗାନିସ୍ତାନ ଘଟଣାକୁ ନେଇ ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ମୋଦି- ପୁଟିନ । ମିଳିଥିବା ସୂଚନା ମୁତାବକ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୪୫ ମିନଟ ଧରି ଆଲୋଚନା ହୋଇଥିଲା । ଆଫଗାନିସ୍ତାନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯିବ ତାହା ହିଁ ଆଲୋଚନାର ମୁଖ୍ୟ ଉଦେଶ୍ୟ ଥିବା ଜଣାପଡିଛି ।

Had a detailed and useful exchange of views with my friend President Putin on recent developments in Afghanistan. We also discussed issues on the bilateral agenda, including India-Russia cooperation against COVID-19. We agreed to continue close consultations on important issues.

— Narendra Modi (@narendramodi) August 24, 2021

ଋଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ଉପରେ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହିତ ଏକ ବିସ୍ତୃତ ଆଲୋଚନା ହୋଇଛି। ଏଥି ସହିତ କୋଭିଡ-୧୯ ବିରୋଧରେ ଭାରତ ଓ ଋଷ ସହଯୋଗ ସମେତ ଦ୍ୱିପାକ୍ଷିକ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ମୋଦୀ ।ଆପଗାନିସ୍ତାନକୁ ତାଲିବାନର କବଜା ପରେ ସେଠାରେ ସ୍ଥିତି ଦିନକୁ ଦିନ ବିଗିଡି ଚାଲିଛି । ବନ୍ଧୁକ ମୁନରେ ଶାସନ କ୍ଷମତା ଦଖଲ କରିବାକୁ ପ୍ରୟାସ କରୁଛି ତାଲିବାନ । ନିକଟ ଭବିଷ୍ୟତରେ ଏହି ସଂଘର୍ଷର ଅନ୍ତ ଘଟିବା ପରି ଲାଗୁନଥିବାବେଳେ ମଧ୍ୟଏସିଆ ସମେତ ଆଫଗାନିସ୍ତାନ ପଡୋଶୀ ଦେଶଗୁଡିକ ସହ ସଂଲଗ୍ନ ସୀମୀରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି ।ସେପଟେ ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଆମେରିକାକୁ ଚେତାବନୀ ଦେଇସାରିଛି ତାଲିବାନ । ଯଦି ନିର୍ଦ୍ଧାରିତ ସମୟରେ ସୈନ୍ୟ ପ୍ରତ୍ୟାହାର ନହୁଏ, ତାହେଲେ ସ୍ଥିତି ଭୟାବହ ହେବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ବିଶ୍ବର ବଡ ବଡ ଦେଶ କିନ୍ତୁ ସୈନ୍ୟ ପ୍ରତ୍ୟାହାର ସୀମା ବୃଦ୍ଧି ପାଇଁ ଆମେରିକାକୁ ଅନୁରୋଧ କରିଛନ୍ତି । କ୍ରମାଗତ ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଚାପ ପଡୁଛି ।ଦ୍ରୁତ ଗତିରେ ବଦଳୁଥିବା ଘଟଣାକ୍ରମ ଉପରେ କଡା ନଜର ରଖିଛି ବିଶ୍ବ ।

Had a detailed and useful exchange of views with my friend President Putin on recent developments in Afghanistan. We also discussed issues on the bilateral agenda, including India-Russia cooperation against COVID-19. We agreed to continue close consultations on important issues.

— Narendra Modi (@narendramodi) August 24, 2021

ଅନ୍ୟପେଟେ ଜି ୭ ଦେଶର ବୈଠକ ବସିବାକୁି ଯାଉଥିବାବେଳେ ଋଷ ଏବଂ ଭାରତ ନେତାଙ୍କ ଆଲୋଚନା ଆହୁରି ଘଟଣାକୁ ଖୋରାକ ଯୋଗାଉଛି । ସେହପିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଚାନ୍ସେଲର ଏଞ୍ଜେଲା ମାର୍କେଲାଙ୍କ ସହ ମଧ୍ୟ ସୋମବାର କତା ହୋଇଥିଲେ । ଆଫଗାନିସ୍ତାନରେ ଫସିଥିବା ନାଗରିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ସେଠାରେ ଶାନ୍ତି ଫେରାଇବା ଦିଗରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିବା ଜଣାପଡିଛି । ନିଜେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଏବିଷୟରେ ସୂଚନା ଦେଇଥିଲେ । ଏଞ୍ଜେଲା ମାର୍କେଲଙ୍କ ସହ କଥା ହେବା ସହ ପଡୋଶୀ ଆଫଗାନିସ୍ତାନର ସ୍ଥିତି, ସେଠାକାର ବାତାବରଣ, ନିର୍ୟାତନା ଏବଂ ସର୍ବୋପରି ଅନେକ ରାଷ୍ଟ୍ରର ଲୋକଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି ।