Modi - The Sakala

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ‘ସେବା ପର୍ବ-୨୦୨୫’ ଚାଲିଛି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରେ ଆୟୋଜିତ ଯୁବ ସମାବେଶକୁ ସମ୍ବୋଧିତ କରିବା ସହ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶ ପାଇଁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଏସ୍‌ଏନ୍‌ଏଲ୍‌ ୪ଜି ନେଟ୍‌ୱର୍କ ଟାୱାର ସେବାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟସୂଚୀ ଅନୁସାରେ, ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରୁ ଅମଲିପାଲି ପଡ଼ିଆ ଅଭିମୁଖେ ଯାତ୍ରା କରିବେ। ସଭାସ୍ଥଳରେ ୧୧ଟା ୨୫ ମିନିଟରେ ପହଞ୍ଚି ସାଢେ଼ ୧୧ଟାରୁ ସାଢେ଼ ୧୨ଟା ପର୍ଯ୍ୟନ୍ତ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ସାଢେ଼ ୧୨ଟାରେ ସଭାସ୍ଥଳରୁ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦରକୁ ଯାଇ ସେଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୭ ବର୍ଷ ପରେ ଝାରସୁଗୁଡ଼ାକୁ ଆସୁଛନ୍ତି। ୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖ ଝାରସୁଗୁଡ଼ା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଉଦ୍‌ଘାଟନ କରିଥିଲେ।

୭୦ ବର୍ଷ ଧରି ଅର୍ଜିତ ପୁଞ୍ଜିକୁ ବିକ୍ରି କରିଦେଲେ ମୋଦୀ ସରକାର : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ମହତ୍ବାକାଂକ୍ଷୀ ମୁଦ୍ରା ସଂଗ୍ରହ ନୀତି ତଥା ନ୍ୟାସନାଲ ମନିଟାଇଜେସନ ପାଇପଲାଇନ(NMP)) ଉପରେ ଅସନ୍ତୋଷ ଜାହିର କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି ରାହୁଲ। ସେ କହିଛନ୍ତି ଯେ ୭୦ ବର୍ଷ ଧରି ଅର୍ଜିତ ପୁଞ୍ଜିକୁ ମୋଦୀ ସରକାର ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। କେନ୍ଦ୍ର ସରକାର ଯୁବକଙ୍କ ହାତରୁ ରୋଜଗାର ଛଡେଇ ନେଇଛନ୍ତି। ମୋଦୀ ନିଜ ମିତ୍ରମାନଙ୍କୁ ସାହାଯ୍ୟ କରୁଛନ୍ତି। ସଡକ ମାର୍ଗ, ରେଳବାଇ, ବିଜୁଳି ବିଭାଗ, ପେଟ୍ରୋଲିୟମ ପାଇପ ଲାଇନ, ଟେଲିକମ, ୱେୟାରହାଉସିଂ, ଖନନ, ଏୟାରପୋର୍ଟ, ପୋର୍ଟ, ଷ୍ଟାଡିୟମ ଏସବୁ କାହା ପାଇଁ ହୋଇଛି। ଏସବୁ ନିର୍ମାଣ କରିବାକୁ ୭୦ ବର୍ଷ ଲାଗିଛି। ଏସବୁ ୩-୪ ଜଣଙ୍କୁ ଦିଆଯାଉଛି। ୩-୪ ଜଣଙ୍କୁ ଉପହାରରେ ଦିଆଯାଉଛି। ଦେଶର ଯୁବକମାନଙ୍କ ଭବିଷ୍ୟତକୁ ବିକି ଦିଆଯାଉଛି।

କେନ୍ଦ୍ରରେ ପୂର୍ବରୁ ଶାସନ କରିଥିବା କଂଗ୍ରେସ ସରକାର ଦୀର୍ଘ ସାତ ଦଶନ୍ଧିରେ ଯାହା ଉପାର୍ଜନ କରିଥିଲା, ସେ ସବୁକୁ ସାତ ବର୍ଷରେ ବିକ୍ରୟ କରିଦେଇଥିବା ଅଭିଯୋଗ କରିଛନ୍ତି ରାହୁଲ । ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳ ବିଜେପିର ନାରା ଥିଲା, ଦୀର୍ଘ ୭୦ ବର୍ଷରେ ଦେଶ ପାଇଁ କଂଗ୍ରେସ କିଛି କରିନାହିଁ । କିନ୍ତୁ ଦୀର୍ଘ ୭୦ ବର୍ଷ ଧରି କଂଗ୍ରେସ ଯାହା ଉପାର୍ଜନ କରିଥିଲା ତାହାକୁ ସୋମବାର ସୁଦ୍ଧା ବିଜେପି ସରକାର ବିକ୍ରି କରିଦେଇଥିବା ନେଇ କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

LIVE: Special Press Conference by Shri @RahulGandhi and Shri @PChidambaram_IN at the AICC HQ. #RahulAgainstSellingIndia https://t.co/cKa7wQUlsB

— Congress (@INCIndia) August 24, 2021

ରେଲୱେକୁ ଘରୋଇ କମ୍ପାନୀ ହାତକୁ ବିକ୍ରି କରିଦିଆଯାଉଛି । ପ୍ରଧାନମନ୍ତ୍ରୀ ସବୁକିଛି ବିକ୍ରି କରିଦେଉଛନ୍ତି । ଦେଶର ଯୁବକଙ୍କଠାରୁ ରୋଜଗାର ଛଡାଇ ନିଆଯାଇଛି ।ରାହୁଲ ଗାନ୍ଧୀ କହିଛନ୍ତି, ରେଲୱେ ହେଉଛି ଦେଶର ମେରୁଦଣ୍ଡ । ଗରିବ ଲୋକ ରେଳ ବିନା ଗୋଟିଏ ସହରରୁ ଅନ୍ୟ ଏକ ସହରକୁ ଯାତ୍ରା କରିପାରିବ ନାହିଁ । ୧.୫୦ ଲକ୍ଷ କୋଟି ଟଙ୍କାର ରେଲୱେ, ୪୦୦ ଷ୍ଟେସନ, ୧୫୦ ଟ୍ରେନକୁ ସରକାର ବିକ୍ରି କରୁଛନ୍ତି ବୋଲି ତଥ୍ୟ ରଖିଛନ୍ତି ରାହୁଲ । ରେଳ କର୍ମଚାରୀଙ୍କୁ ଅନୁରୋଧ କରି ରାହୁଲ କହିଛନ୍ତି, ଯଦି ରେଲୱେକୁ ଘରୋଇ କମ୍ପାନୀ ହାତକୁ ହସ୍ତାନ୍ତର କରାଯାଉଛି, ତେବେ ଆପଣମାନଙ୍କ ଚାକିରି ମଧ୍ୟ ବିପଦରେ ରହିବ।

ଏହାସହ ସେ କହିଛନ୍ତି,’ଆମେ ଘରୋଇକରଣକୁ ବିରୋଧ କରୁନାହୁଁ। ଆମର ଘରୋଇକରଣ ଯୁକ୍ତିଯୁକ୍ତ ଥିଲା। କ୍ଷତିଗ୍ରସ୍ତ କମ୍ପାନୀକୁ ଘରୋଇକରଣ କରୁଥିଲୁ, ରେଳବାଇ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ନୁହେଁ। ବର୍ତ୍ତମାନ ଏକଚାଟିଆ ସୃଷ୍ଟି ପାଇଁ ଘରୋଇକରଣ କାର୍ୟ୍ୟ କରାଯାଉଛି। ଏକଚାଟିଆ ଦ୍ୱାରା ଚାକିରୀ ବନ୍ଦ ହୋଇଯିବ।” ଦେଶରେ ପାଣି, ଖଣି, ବିମାନବନ୍ଦର, କ୍ରୀଡ଼ା, ଟେଲିକମ, ବିଦ୍ୟୁତ, ଏବଂ ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକୁ ମୋଦି ସରକାର ଘରୋଇ ମାର୍କେଟରେ ନିଲାମ କରିଦେଇଛି । ଯଦ୍ୱାରା ଦେଶ ଆଗାମୀ ଦିନରେ ବହୁମୂଲ୍ୟ ଦେବାକୁ ଯାଉଛି । ମୋଦୀ ସରକାର କେବଳ କିଛିଟା ହାତଗଣତି ବ୍ୟବସାୟୀଙ୍କ ଲାଭ ପାଇଁ ଏସବୁ କରୁଛନ୍ତି । କ୍ଷୁଦ୍ର, ମଧ୍ୟମ ଧରଣର ବ୍ୟବସାୟୀ ମାନେ ତଳି ତଳାନ୍ତ ହୋଇଗଲେଣି । ସେମାନଙ୍କର ଅବସ୍ଥାେ ଶୋଚନୀୟ ହେଲାଣି । କିନ୍ତୁ କେବଳ ତିନି, ଚାରିଟା ଶିଲ୍ପପତିଙ୍କର ଉନ୍ନତି ଘଟୁଥିବା ଅଭିଯୋଗ ଲଗାଇଛି କଂଗ୍ରେସ ।

ସୂଚନାଯୋଗ୍ୟ ଯେ ସୋମବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୬ ଲକ୍ଷ କୋଟି ଟଙ୍କାର ଜାତୀୟ ବିମୁଦ୍ରୀକରଣ ପାଇପଲାଇନ (NMP) ଘୋଷଣା କରିଥିଲେ। ଏହା ମାଧ୍ୟମରେ ବିଭିନ୍ନ କେନ୍ଦ୍ର ମନ୍ତ୍ରାଳୟ ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗଗୁଡ଼ିକର ମୁଦ୍ରୀକରଣ ବା ସମ୍ପତ୍ତି ବିକ୍ରି କରାଯିବ। ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ହୋଇଥିବା ଘୋଷଣା ମୁତାବକ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବଜେଟରେ ସମ୍ଭାବ୍ୟ ବ୍ରାଉନଫିଲ୍ଡ ସମ୍ପତ୍ତିଗୁଡ଼ିକର ଜାତୀୟ ମୁଦ୍ରୀକରଣ ପାଇପଲାଇନ ପ୍ରସ୍ତୁତି କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।୨୦୨୨ ଆର୍ଥିକ ବର୍ଷ ଠାରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ଚାରି ବର୍ଷର ଅବଧି ଲାଗି କେନ୍ଦ୍ର ସରକାରଙ୍କ ମୌଳିକ ସମ୍ପତି ଜରିଆରେ ୬ ଲକ୍ଷ କୋଟି ଟଙ୍କାର ସମ୍ଭାବ୍ୟ ମୁଦ୍ରୀକରଣ ଏନଏମପି ଜରିଆରେ କରାଯିବ ବୋଲି ଆକଳନ କରାଯାଇଛି। ବିକ୍ରି ହେବାକୁ ଥିବା ସମ୍ପତ୍ତି ମଧ୍ୟରେ ୯ଟି ପ୍ରମୁଖ ବନ୍ଦର ଏବଂ ୨ ଟି ଜାତୀୟ ଷ୍ଟାଡିୟମ୍ ୧୫ ରେଳ ଷ୍ଟାଡିୟମ, ୨୫ ବିମାନ ବନ୍ଦର ଏବଂ ୧୬୦ଟି କୋଇଲା ପ୍ରକଳ୍ପ ରହିଛି।

ଆଫଗାନିସ୍ତାନ ସଙ୍କଟକୁ ନେଇ ଦୁଇ ବିଶ୍ବ ନେତାଙ୍କ ଆଲୋଚନା, ୪୫ ମିନିଟ୍‌ କଥାହେଲେ ମୋଦୀ-ପୁଟିନ
ନୂଆଦିଲ୍ଲୀ : ଆଫଗାନିସ୍ତାନ ଏବେ ତାଲିବାନ କବଜାରେ ରହିଛି । ଆଫଗାନ ସଙ୍କଟ ସାରା ବିଶ୍ବରେ ପ୍ରଭାବ ପକାଇଛି । ଏହାରି ମଧ୍ୟରେ ଆଜି ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଦୁଇ ବିଶ୍ବନେତା ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ହୋଇଛି । ଦୀର୍ଘ ସମୟ ଧରି ଆଫଗାନିସ୍ତାନ ଘଟଣାକୁ ନେଇ ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ମୋଦି- ପୁଟିନ । ମିଳିଥିବା ସୂଚନା ମୁତାବକ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୪୫ ମିନଟ ଧରି ଆଲୋଚନା ହୋଇଥିଲା । ଆଫଗାନିସ୍ତାନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯିବ ତାହା ହିଁ ଆଲୋଚନାର ମୁଖ୍ୟ ଉଦେଶ୍ୟ ଥିବା ଜଣାପଡିଛି ।

Had a detailed and useful exchange of views with my friend President Putin on recent developments in Afghanistan. We also discussed issues on the bilateral agenda, including India-Russia cooperation against COVID-19. We agreed to continue close consultations on important issues.

— Narendra Modi (@narendramodi) August 24, 2021

ଋଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ଉପରେ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହିତ ଏକ ବିସ୍ତୃତ ଆଲୋଚନା ହୋଇଛି। ଏଥି ସହିତ କୋଭିଡ-୧୯ ବିରୋଧରେ ଭାରତ ଓ ଋଷ ସହଯୋଗ ସମେତ ଦ୍ୱିପାକ୍ଷିକ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ମୋଦୀ ।ଆପଗାନିସ୍ତାନକୁ ତାଲିବାନର କବଜା ପରେ ସେଠାରେ ସ୍ଥିତି ଦିନକୁ ଦିନ ବିଗିଡି ଚାଲିଛି । ବନ୍ଧୁକ ମୁନରେ ଶାସନ କ୍ଷମତା ଦଖଲ କରିବାକୁ ପ୍ରୟାସ କରୁଛି ତାଲିବାନ । ନିକଟ ଭବିଷ୍ୟତରେ ଏହି ସଂଘର୍ଷର ଅନ୍ତ ଘଟିବା ପରି ଲାଗୁନଥିବାବେଳେ ମଧ୍ୟଏସିଆ ସମେତ ଆଫଗାନିସ୍ତାନ ପଡୋଶୀ ଦେଶଗୁଡିକ ସହ ସଂଲଗ୍ନ ସୀମୀରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି ।ସେପଟେ ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଆମେରିକାକୁ ଚେତାବନୀ ଦେଇସାରିଛି ତାଲିବାନ । ଯଦି ନିର୍ଦ୍ଧାରିତ ସମୟରେ ସୈନ୍ୟ ପ୍ରତ୍ୟାହାର ନହୁଏ, ତାହେଲେ ସ୍ଥିତି ଭୟାବହ ହେବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ବିଶ୍ବର ବଡ ବଡ ଦେଶ କିନ୍ତୁ ସୈନ୍ୟ ପ୍ରତ୍ୟାହାର ସୀମା ବୃଦ୍ଧି ପାଇଁ ଆମେରିକାକୁ ଅନୁରୋଧ କରିଛନ୍ତି । କ୍ରମାଗତ ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଚାପ ପଡୁଛି ।ଦ୍ରୁତ ଗତିରେ ବଦଳୁଥିବା ଘଟଣାକ୍ରମ ଉପରେ କଡା ନଜର ରଖିଛି ବିଶ୍ବ ।

Had a detailed and useful exchange of views with my friend President Putin on recent developments in Afghanistan. We also discussed issues on the bilateral agenda, including India-Russia cooperation against COVID-19. We agreed to continue close consultations on important issues.

— Narendra Modi (@narendramodi) August 24, 2021

ଅନ୍ୟପେଟେ ଜି ୭ ଦେଶର ବୈଠକ ବସିବାକୁି ଯାଉଥିବାବେଳେ ଋଷ ଏବଂ ଭାରତ ନେତାଙ୍କ ଆଲୋଚନା ଆହୁରି ଘଟଣାକୁ ଖୋରାକ ଯୋଗାଉଛି । ସେହପିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଚାନ୍ସେଲର ଏଞ୍ଜେଲା ମାର୍କେଲାଙ୍କ ସହ ମଧ୍ୟ ସୋମବାର କତା ହୋଇଥିଲେ । ଆଫଗାନିସ୍ତାନରେ ଫସିଥିବା ନାଗରିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ସେଠାରେ ଶାନ୍ତି ଫେରାଇବା ଦିଗରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିବା ଜଣାପଡିଛି । ନିଜେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଏବିଷୟରେ ସୂଚନା ଦେଇଥିଲେ । ଏଞ୍ଜେଲା ମାର୍କେଲଙ୍କ ସହ କଥା ହେବା ସହ ପଡୋଶୀ ଆଫଗାନିସ୍ତାନର ସ୍ଥିତି, ସେଠାକାର ବାତାବରଣ, ନିର୍ୟାତନା ଏବଂ ସର୍ବୋପରି ଅନେକ ରାଷ୍ଟ୍ରର ଲୋକଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି ।