Governor of Odisha - The Sakala

ରାଜ୍ୟର ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍‌ ସୁବିଧା ଜାଣି ନାହାନ୍ତି: ରାଜ୍ୟପାଳ
ଭୁବନେଶ୍ୱର: ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ରାଜ୍ୟର ୫ ପ୍ରତିଶ୍ରତ ଲୋକ ବିଭିନ୍ନ ସାମାଜିକ ଯୋଜନା ଜାଣିଥିବାବେଳେ ବାକି ୯୫ ପ୍ରତିଶତ ଲୋକ ଏସବୁ ସରକାରୀ ଯୋଜନା ସମ୍ପର୍କରେ ଜାଣିନାହାନ୍ତି। ଜିଲାସ୍ତରୀୟ ବୈଠକରେ ଅନୁଧ୍ୟାନ କରି ବି ମୁଁ ଦେଖିଛି ଅଫିସର ଏହା ଜାଣିନାହାନ୍ତି। ଏପରିକି ଏଲିଟ ବର୍ଗର ଲୋକେ ବି ଜାଣି ନାହାନ୍ତି ବୋଲି ରାଜ୍ୟପାଳ କ୍ଷୋଭ ପ୍ରକାଶ କରି କହିଛନ୍ତି।

ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାର ଉଦାହରଣ ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନାରେ କେବଳ ଘରର ମୁଖିଆ ନୁହେଁ, ପରିବାରର ସବୁ ସଦସ୍ୟ ସାମିଲ ହୁଅନ୍ତୁ ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ୍‌ କିଏ ଦେଇ ନ ପାରିବ ବୋଲି କହିଛନ୍ତି ରାଜ୍ୟପାଳ।

ଆସନ୍ତା ୩ ତାରିଖରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ଯପାଳ
ଭୁବନେଶ୍ବj: ଆସନ୍ତା ୩ ତାରିଖରେ ଶପଥ ନେବେ ଓଡିଶାର ନୂଆ ରାଜ୍ଯପାଳ। ଓଡିଶାର ୨୭ ତମ ରାଜ୍ଯପାଳ ଭାବେ ଶପଥ ନେବେ ଡକ୍ଟର ହରିବାବୁ କମ୍ଭମପତି । ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ ନୂଆ ରାଜ୍ଯପାଳ। ଗତ ଡିସେମ୍ବର ୨୪ ତାରିଖରେ ନୂଆ ରାଜ୍ଯପାଳ ନିଯୁକ୍ତ ହୋଇଥିଲେ ଡକ୍ଟର ହରିବାବୁ କମ୍ଭମପତି। ଓଡ଼ିଶାର ରାଜ୍ୟପାଳ ଥିବା ରଘୁବର ଦାସଙ୍କ ଇସ୍ତଫା ପରେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କମ୍ଭମପତି। ୨୦୨୧ ନଭେମ୍ବର ୫ରେ ୧୫ ତମ ମିଜୋରାମ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ମିଳିଥିଲା। ଏହାପରେ ତାଙ୍କୁ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି।

ଦିଲ୍ଲୀରେ ରାଜ୍ୟପାଳଙ୍କ ଡେରା, ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ଆଜି !
ଭୁବନେଶ୍ୱର: ପ୍ରତ୍ୟକ୍ଷ ରାଜନୀତିକୁ ଫେରିବେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ। ବହୁଦିନରୁ ଏ ସମ୍ପର୍କରେ କଳ୍ପନାଜଳ୍ପନା ଚାଲିଛି। ଗତ କିଛିଦିନ ହେଲା ଏହି ପ୍ରସଙ୍ଗ ଜୋର ଧରିଛି। ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ବିଜେପି ମହଲରେ ଚର୍ଚ୍ଚା ହେଉଛି। ଏହି ପରିପ୍ରେକ୍ଷୀରେ ସୋମବାର ରାଜ୍ୟପାଳଙ୍କ ଦିଲ୍ଲୀ ଯାତ୍ରା ଏହି ଚର୍ଚ୍ଚାକୁ ଆହୁରି ଉଷ୍ମ କରିଛି । ଏହି ଗସ୍ତକୁ ସରକାରୀ ଓ ସେ ଦିଲ୍ଲୀରେ ଦୁଇ କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଜେ.ପି.ନଡ୍ଡାଙ୍କୁ ସାକ୍ଷାତ କରିବେ ବୋଲି କୁହାଯାଉଛି। ତେଣୁ ପ୍ରତ୍ୟକ୍ଷ ରାଜନୀତିକୁ ଫେରିବା ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତାକାଲି ହୋଇପାରେ ବୋଲି କୁହାଯାଉଛି ।

ଦୁଇ ଦିନ ତଳେ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭେଟିଥିଲେ। ଝାଡ଼ଖଣ୍ଡର ନିର୍ବାଚନର ସହ ପ୍ରଭାରୀ ଶ୍ରୀ ବିଶ୍ୱଶର୍ମା ରଘୁବରଙ୍କୁ ଭେଟି ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଆଲୋଚନା କରିଥିଲେ। ପରେ ସେ ଝାଡ଼ଖଣ୍ଡ ଅଭିମୁଖେ ଗସ୍ତ କରିଥିଲେ। ହିମନ୍ତଙ୍କ ଭେଟ ସହ ରଘୁବର ଦିଲ୍ଲୀ ଗସ୍ତ କରିଥିବାରୁ ଖୁବ୍‌ଶୀଘ୍ର ତାଙ୍କ ସମ୍ପର୍କରେ ଦଳ ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ରଘୁବରଙ୍କ ସହ ତାଙ୍କ ରାଜନୈତିକ ଜୀବନରେ କଳାବାଦଲ ଘଟାଇଥିବା ଜେଡିୟୁ ନେତା ସରଯୁୁ ରାୟ ଓ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ମଧ୍ୟ ଦିଲ୍ଲୀ ଗସ୍ତ କରିଥିବା ଜଣାପଡ଼ିଛି। ତେଣୁ ଏହି ୩ ନେତାଙ୍କ ଦିଲ୍ଲୀ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି। ଗତ ନିର୍ବାଚନରେ ରଘୁବର ଦାସ ଜାମସେଦପୁର-ପୂର୍ବ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ସ୍ୱାଧୀନ ପ୍ରାର୍ଥୀ ସରଯୁ ରାୟଙ୍କଠାରୁ ପରାସ୍ତ ହୋଇଥିଲେ। ସରଯୁ ରାୟ ଇତିମଧ୍ୟରେ ନୀତିଶ କୁମାରଙ୍କ ଜେଡିୟୁରେ ଯୋଗଦେଇ ସାରିଥିବାରୁ ରଘୁବରଙ୍କ ପାଇଁ ଅଡ଼ୁଆ ଆହୁରି ବଢ଼ିଛି। କାରଣ ବିଜେପି ଏଠାରେ ଏଜେଏସୟୁ, ଜେଡିୟୁ ଆଦି ଦଳ ଗୁଡିକ ସହ ମେଣ୍ଟରେ ନିର୍ବାଚନ ଲଡ଼ିବାକୁ ଯାଉଛି। ତେଣୁ କେଉଁ ଆସନ କାହା ଭାଗରେ ପଡିବ, ତାହା ଜାଣି ହେଉନାହିଁ। ରଘୁବରଙ୍କ ପାଇଁ ଏହି ଆସନଟି ଜେଡିୟୁ ଛାଡ଼ିବ କି ନାହିଁ ତାହା ଏହି ଗସ୍ତରେ ଆଲୋଚନା ହୋଇପାରେ ଚର୍ଚ୍ଚା ହେଉଛି। ଯଦିଓ ନିର୍ଦ୍ଧାରିତ ଭାବେ ଏହି ୩ ନେତାଙ୍କ ଗସ୍ତ ଗୋଟିଏ କାରଣ ପାଇଁ କି ନୁହେଁ ସ୍ପଷ୍ଟ ହୋଇ ନାହିଁ, ମାତ୍ର ଏହାକୁ ରାଜନୈତିକ ସମୀକ୍ଷକମାନେ ସଂଯୋଗ ବୋଲି ମନେ କରୁନାହାନ୍ତି।

ଏହା ପୂର୍ବରୁ ମଧ୍ୟ ରଘୁବର ଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି। ଏବେ ପୁଣି ଥରେ ତାଙ୍କର ଦିଲ୍ଲୀ ଗସ୍ତ ତାଙ୍କର ରାଜନୈତିକ ଭବିଷ୍ୟତ ପାଇଁ କଡ଼ ଲେଉଟାଇପାରେ ବୋଲି କୁହାଯାଉଛି। ରଘୁବର ଦାସ ଓଡ଼ିଶାରେ ରାଜ୍ୟପାଳ ଭାବେ ଯୋଗ ଦେବା ପରେ ସାରା ରାଜ୍ୟ ପରିଭ୍ରମଣ କରିଥିଲେ। ଏହାକୁ କେହି କେହି ରାଜନୈତିକ ସ୍ଥିତି ଆକଳନ ନେଇ ମଧ୍ୟ ଆଶଙ୍କା କରୁଥିଲେ। ଅନ୍ୟପଟେ ବିଜେପି ଚଳିତ ନିର୍ବାଚନରେ ବିଜୟୀ ହେବା ପରେ ରଘୁବରଙ୍କ ପ୍ରତି କେନ୍ଦ୍ରୀୟ ନେତାଙ୍କ ଶୁଭଦୃଷ୍ଟି ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ସତରେ ଏହା ଘଟେ, ତେବେ ଖୁବ୍‌ଶୀଘ୍ର ରଘୁବର ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ନିଜ ରାଜ୍ୟ ଝାଡ଼ଖଣ୍ଡ ଫେରିବେ ଓ ପୁଣି ଥରେ ତାଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି ।

ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଆଜି ଶପଥ ନେବେ ରଘୁବର ଦାସ
ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଆଜି ଶପଥ ନେବେ ରଘୁବର ଦାସ। ନୂଆ ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି । ରାଜଭବନ ଅଭିଷେକ ହଲରେ ସକାଳ ୧୧ଟା ୪୫ମିନିଟରେ ହେବ ଶପଥ ଗ୍ରହଣ ଉତ୍ସବ । ସକାଳ ୧୦ ଟାରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ରାଜ୍ୟପାଳ ଭାବେ ଶପଥ ନେବେ । ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ସରିବା ପରେ ରଘୁବରଙ୍କୁ ନୂଆ ନିଯୁକ୍ତି ମିଳିଛି ।

ଗତକାଲି ରାଜଭବନକୁ ଆସିଛନ୍ତି ରଘୁବର ଦାସ । ରାଜ୍ୟପାଳଙ୍କ ସମେତ ୧୦୦ରୁ ଅଧିକ ଅତିଥି ରାଜଭବନ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ । ରାଜଭବନରେ ସମସ୍ତଙ୍କୁ ଗାର୍ଡଅଫଅନର ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ନୂଆ ରାଜ୍ୟପାଳ ।

ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେ ପାଞ୍ଚ ଥର ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ । ୧୯୫୫ ମେ ୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ରଘୁବର ଭାଲୁବସା ହରିଜନ ହାଇସ୍କୁଲର ମ୍ୟାଟ୍ରିକ ଓ ଜାମସେଦପୁର କୋ-ଅପରେଟିଭ୍ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରବର୍ତ୍ତୀ ସମୟରେ ସେ ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ କରି ଟାଟା କମ୍ପାନୀରେ ଯୋଗ ଦେଇଥିଲେ । ୧୯୭୭ରେ ଜନତା ପାର୍ଟିରେ ଯୋଗ ଦେଇଥିଲେ ଓ ପରେ ୧୯୮୦ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ବିଧାନସଭାକୁ ୧୯୯୫ରେନିର୍ବାଚିତ ହୋଇଥିଲେ ।

୨୦୦୪ରେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ରୂପେ ଅବସ୍ଥାପିତ ହୋଇଥିଲେ । ୨୦୦୫ରେ ଅର୍ଜୁନ ମୁଣ୍ଡାଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ବିଜେପି ସରକାରରେ ସେ ସହରାଞ୍ଚଳ ବିକାଶ ମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ । ୨୦୦୯ରେ ସେ ଶିବୁ ସୋରେନଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ । ୨୦୧୪ରେ ସେ ବିଜେପି ଜାତୀୟ କମିଟିରେ ସ୍ଥାନ ପାଇଥିଲେ ଓ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦ ମିଳିଥିଲା । ମାତ୍ର ରାଜ୍ୟରେ ସେହିବର୍ଷ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଅଧିଷ୍ଠିତ ହୋଇଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ ରଘୁବର ଦାସ ।

ରାଜଭବନରେ ପହଞ୍ଚିଲେ ନୂଆ ରାଜ୍ୟପାଳ, ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଶ୍ରୀଜିଉଙ୍କୁ ଦର୍ଶନ ପରେ ଭୁବନେଶ୍ବରସ୍ଥିତ ରାଜଭବନରେ ପହଞ୍ଚିଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ । ନବନିଯୁକ୍ତ ରାଜ୍ୟପାଳଙ୍କୁ ରାଜଭବନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ଖବର ଅନୁଯାୟୀ, ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆଜି ଭୋରରୁ ପୁରୀରେ ପହଞ୍ଚିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତିି। ମନ୍ଦିରରେ ପ୍ରାୟ ୧ଘଣ୍ଟା ପୂଜାର୍ଚ୍ଚନା କରିଥିଲେ। କାଲି ଦିନ ୧୧ଟା ୪୫ରେ ସେ ରାଜ୍ୟପାଳ ଭାବେ ଶପଥ ନେବେ ।

ସୂଚନା ଅନୁଯାୟୀ, ପୁରୁଷୋତ୍ତମ ଏକ୍ସପ୍ରେସରେ ଆସି ଭୋରରେ ପୁରୀରେ ପହଞ୍ଚିଥିଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଆସନ୍ତା ୩୧ ତାରିଖରେ (ମଙ୍ଗଳବାର) ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ଏଥିପାଇଁ ଓଡ଼ିଶା ରାଜଭବନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ମଙ୍ଗଳବାର ସକାଳ ୮ଟା ୪୫ରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯିବେ। ସେଠାରେ ବି ପ୍ରାୟ ୧ଘଣ୍ଟା କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିବେ। ଏହାପରେ ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନର ନୂଆ ହଲ୍‌ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ରାଜ୍ୟପାଳ ତାଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସାଙ୍ଗରେ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାରବର୍ଗଙ୍କୁ ଆସିଛନ୍ତି। ସମସ୍ତେ ଟ୍ରେନ୍‌ରେ ଏକସଙ୍ଗେ ଝାଡ଼ଖଣ୍ଡରୁ ପୁରୀ ଆସିଛନ୍ତି। ରାଜ୍ୟପାଳଙ୍କୁ ଜେଡ୍‌+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

ଶ୍ରୀଜିଉଙ୍କୁ ଦର୍ଶନ କଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ
ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଆଜି ଭୋରରୁ ପୁରୀରେ ପହଞ୍ଚିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତିି। ମନ୍ଦିରରେ ପ୍ରାୟ ୧ଘଣ୍ଟା ପୂଜାର୍ଚ୍ଚନା କରି ପୁଣି ପୁରୀ ରାଜଭବନ ଅଭିମୁଖେ ଯିବେ। ସେଠାରୁ ୧୨ଟା ୧୫ରେ ଭୁବନେଶ୍ବରସ୍ଥିତ ରାଜଭବନ ଅଭିମୁଖେ ଆସିବେ। ଏଠାରେ ସୋମବାର ରାତ୍ରିଯାପନ କରିବେ।  କାଲି ଦିନ ୧୧ଟା ୪୫ରେ ସେ ରାଜ୍ୟପାଳ ଭାବେ ଶପଥ ନେବେ ।

ସୂଚନା ଅନୁଯାୟୀ, ପୁରୁଷୋତ୍ତମ ଏକ୍ସପ୍ରେସରେ ଆସି ଭୋରରେ ପୁରୀରେ ପହଞ୍ଚିଥିଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଆସନ୍ତା ୩୧ ତାରିଖରେ (ମଙ୍ଗଳବାର) ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ଏଥିପାଇଁ ଓଡ଼ିଶା ରାଜଭବନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ମଙ୍ଗଳବାର ସକାଳ ୮ଟା ୪୫ରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯିବେ। ସେଠାରେ ବି ପ୍ରାୟ ୧ଘଣ୍ଟା କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିବେ। ଏହାପରେ ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନର ନୂଆ ହଲ୍‌ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ରାଜ୍ୟପାଳ ତାଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସାଙ୍ଗରେ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାରବର୍ଗଙ୍କୁ ଆଣୁଛନ୍ତି। ସମସ୍ତେ ଟ୍ରେନ୍‌ରେ ଏକସଙ୍ଗେ ଝାଡ଼ଖଣ୍ଡରୁ ପୁରୀ ଆସିବେ। ରାଜ୍ୟପାଳଙ୍କୁ ଜେଡ୍‌+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

ପୁରୀରେ ପହଞ୍ଚିଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ, ମହାପ୍ରଭୁଙ୍କୁ କରିବେ ଦର୍ଶନ
ଭୁବନେଶ୍ବର: ପୁରୀରେ ପହଞ୍ଚିଛନ୍ତି ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ପୁରୁଷୋତ୍ତମ ଏକ୍ସପ୍ରେସରେ ଆସି ଭୋରରେ ପୁରୀରେ ପହଞ୍ଚିଛନ୍ତି। ଆସନ୍ତା ୩୧ ତାରିଖରେ (ମଙ୍ଗଳବାର) ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ଏଥିପାଇଁ ଓଡ଼ିଶା ରାଜଭବନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ରଘୁବର ଦାସ ପୁରୀ ରାଜଭବନକୁ ଯାଇଛନ୍ତି। ସେଠାରୁ ପୂର୍ବାହ୍ନ ୯ଟାରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ମନ୍ଦିରରେ ପ୍ରାୟ ୧ଘଣ୍ଟା ପୂଜାର୍ଚ୍ଚନା କରି ପୁଣି ପୁରୀ ରାଜଭବନ ଅଭିମୁଖେ ଯିବେ। ସେଠାରୁ ୧୨ଟା ୧୫ରେ ଭୁବନେଶ୍ବରସ୍ଥିତ ରାଜଭବନ ଅଭିମୁଖେ ଆସିବେ। ଏଠାରେ ସୋମବାର ରାତ୍ରିଯାପନ କରିବେ।

ମଙ୍ଗଳବାର ସକାଳ ୮ଟା ୪୫ରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯିବେ। ସେଠାରେ ବି ପ୍ରାୟ ୧ଘଣ୍ଟା କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିବେ। ଏହାପରେ ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନର ନୂଆ ହଲ୍‌ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ରାଜ୍ୟପାଳ ତାଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସାଙ୍ଗରେ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାରବର୍ଗଙ୍କୁ ଆଣୁଛନ୍ତି। ସମସ୍ତେ ଟ୍ରେନ୍‌ରେ ଏକସଙ୍ଗେ ଝାଡ଼ଖଣ୍ଡରୁ ପୁରୀ ଆସିବେ। ରାଜ୍ୟପାଳଙ୍କୁ ଜେଡ୍‌+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

ମହନୀୟତାର ପରିଚୟ ଦେଲେ ରାଜ୍ୟପାଳ : ସେଲୁନ ସେବା ଯୋଗାଉଥିବା କର୍ମଚାରୀଙ୍କ କଥା ରଖି ତାଙ୍କ ଘରେ ପହଞ୍ଚିଲେ
ବାଲିପାଟଣା : ପୁଣିଥରେ ନିଜ ମହନୀୟତାର ପରିଚୟ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ନିଜ କର୍ମଚାରୀଙ୍କ କଥା ରକ୍ଷାକରି ମଙ୍ଗଳବାର ବାଲିପାଟଣା ସ୍ଥିତ କୁରୁଞ୍ଜିପୁର ପଞ୍ଚାୟତର ନିଶ୍ଚିନ୍ତପୁର ଗ୍ରାମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ଭେଟିଛନ୍ତି। ଏହି ଗ୍ରାମର ସ୍ମୃତିରଞ୍ଜନ ବାରିକ ରାଜଭବନରେ ସେଲୁନ କାର୍ଯ୍ୟ କରନ୍ତି। ତାଙ୍କ ଝିଅ ଏସ୍‍. ଆରାଧ୍ୟାଙ୍କ ଗତ ଏପ୍ରିଲ୍‍ ମାସରେ ଜନ୍ମଦିନ ଉପଲକ୍ଷେ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିଥିଲେ।

କିନ୍ତୁ ସେତେବେଳେ ରାଜ୍ୟପାଳଙ୍କ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେ ଆସିପାରିନଥିଲେ। ସେତେବେଳେ ସେ କଥା ଦେଇଥିଲେ ଆଉ ଦିନେ ଘରକୁ ଯିବେ। ପ୍ରତି ଦଶ ଦିନରେ ଥରେ ଯାଇ ଖିଅର କରୁଥିବା ବାରିକ ସ୍ମୃତି ରଞ୍ଜନକୁ ଦେଇଥିବା କଥା ରକ୍ଷାକରି ଗତକାଲି ତାଙ୍କ ଘରକୁ ଅତିଥି ହୋଇ ଆସିଥିଲେ ରାଜ୍ୟପାଳ।ତାଙ୍କ ଘରେ ପହଞ୍ଚିବା ପରେ ରାଜ୍ୟପାଳଙ୍କୁ ଗ୍ରାମବାସୀମାନେ ନାମ ସଂକୀର୍ତ୍ତନ ଓ ମହିଳାମାନେ ହୁଳହୁଳି ଦେଇ ସ୍ୱାଗତ କରିଥିଲେ।

ମହାମହିମ ରାଜ୍ୟପାଳ ନିମନ୍ତ୍ରଣ ରକ୍ଷା କରି ଆସିଥିବାରୁ ସ୍ମୃତିରଞ୍ଜନଙ୍କ ପରିବାର ଲୋକଙ୍କ ପାଦ ତଳେ ଲାଗୁ ନଥିଲା ଆଜି।ପୋଡପିଠା ଠାରୁ ଆରମ୍ଭ କରି ବିଭିନ୍ନ ପିଠା ଆଉ ଶୁଖିଲା ଖାଦ୍ୟ ଯତ୍ନରେ ବନାଇଥିଲେ ସାରା ପରିବାର ଲୋକ। ବିଭିନ୍ନ ଫଳ ମଧ୍ୟ ସଜାଇ ପ୍ଲେଟ ରେ ରଖିଥଲେ। ଦୁଆର ମୁହଁରେ ପିଢ଼ା ପାଣି ରଖି ଫୁଲ ଦିପଦାନି ଧରି ଅପେକ୍ଷା କରିବା ପରେ ଅତିଥି ପହଞ୍ଚି ଥିଲେ।ହୁଳହୁଳି ଶଙ୍ଖ ଧ୍ଵନି ପ୍ରକମ୍ପିତ ହୋଇଥିଲା ଗ୍ରାମ ଦାଣ୍ଡ।ଗ୍ରାମବାସୀ ଖୋଳ କରତାଳ ବଜାଇ ପାଛୋଟି ଆଣିଥଲେ ଗ୍ରାମର ମହାନ୍ ଅତିଥିଙ୍କୁ। ଘରେ ପ୍ରାୟ ଅଧଘଣ୍ଟା ରହିବା ମଧ୍ୟରେ କୁନି ଝିଅଟିକୁ କୋଳରେ ବସାଇ ରାଜ୍ୟପାଳ ଆଶୀର୍ବାଦ କରିଥିଲେ। ସମସ୍ତଙ୍କ ସହିତ ଫୋଟୋ ଉଠାଇବା ପରେ ସମସ୍ତଙ୍କୁ ଆଶୀର୍ବାଦ କରି ସେ ବିଦାୟ ନେଇଥିଲେ। ପରିବାର ପକ୍ଷରୁ ରାଜ୍ୟପାଳଙ୍କୁ ଜଗନ୍ନାଥଙ୍କ ଫଟୋଚିତ୍ର ଥିବା ଏକ ଚାନ୍ଦୁଆ ପ୍ରଦାନ କରିଥିଲେ।

ସ୍ୱାସ୍ଥ୍ୟାବସ୍ଥା ସୁଧୁରୁ ଥିବା ବେଳେ ବିରୋଧିଦଳ ଉପନେତା ବିଷ୍ଣୁ ସେଠୀଙ୍କ ସହ କଥା ହେଲେ ରାଜ୍ୟପାଳ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ
ଧାମନଗର :କୋଭିଡ ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଥିବା ଧାମନଗର ବିଧାୟକ ତଥା ବିରୋଧିଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଗତ ସପ୍ତାହରେ ଶ୍ରୀସେଠୀ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା। ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତି କରାଯାଇଥିଲା। ବିଷ୍ଣୁଙ୍କ ବ୍ଲଡ ସୁଗାର ସ୍ତର ଅଧିକ ହେବା ସହ ରକ୍ତଚାପ ଏବଂ ଅମ୍ଳଜାନ ସ୍ତର ଅନିୟନ୍ତ୍ରିତ ଦେଖାଦେଇଥିଲା। ଏମ୍ସର ଡେପୁଟି ଡାଇରେକ୍ଟର ପ୍ରଦୀପ୍ତ ରାୟଙ୍କ ପରିଚାଳନା ଏବଂ ଅଧିକ୍ଷକ ସଚିଦାନନ୍ଦ ମହାନ୍ତିଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା ଦାୟିତ୍ୱରେ ରହିଛନ୍ତି। ନ୍ୟୁରୋଲୋଜି ବିଭାଗର ଡାକ୍ତର ମନୋଜ ଦାସ, ସଂଜିବ ଭୋଇ, ଏଣ୍ଡ୍ରୋକ୍ରଇନଲୋଜି ବିଭାଗର ଡାକ୍ତର କିଶୋର ବେହେରା, ନେଫ୍ରୋଲୋଜି ବିଭାଗର ଡାକ୍ତର ସନ୍ଦିପ ପଣ୍ଡା ଏବଂ ପଲମୋଲୋଜି ବିଭାଗର ଡାକ୍ତର ସୌରିନି ଭୂୟାଁ ବିଷ୍ଣୁଙ୍କୁ ଚିକିତ୍ସା କରୁଛନ୍ତି। ଆଜି ରାଜ୍ୟପାଳ ଗଣେଷୀ ଲାଲ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବିରୋଧିଦଳ ଉପନେତା ଶ୍ରୀ ସେଠୀଙ୍କ ସହ କଥା ହୋଇଥିବା ବେଳେ ତାଙ୍କ ଚିକିତ୍ସା ସମ୍ପର୍କରେ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଗତ ୪ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଷ୍ଣୁ ସେଠୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଏମ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।