No Internet Zone - The Sakala

ରାଜ୍ୟର ୬୦୯୯ ଗାଁରେ ନାହିଁ ଇଣ୍ଟରନେଟ୍ ସେବା, ଟେଲି ସାନ୍ଧ୍ରତାରେ ଓଡ଼ିଶା ଦେଶରେ ତଳ ଆଡୁ ୫ମ
ଭୁବନେଶ୍ୱର: ଦେଶରେ ଟେଲିକମ୍ ବିପ୍ଳବ ଆରମ୍ଭ ହୋଇଛି। ୨ଜି, ୩ଜି,୪ଜି ପରେ ଏବେ ୫ଜି ଆଡକୁ ଅଗ୍ରସର ସମସ୍ତେ। ଏଭଳି ସମୟରେ ଦେଶରେ ଏମିତି ପଚିଶ ହଜାରରୁ ଅଧିକ ଗାଁ ରହିଛି ଯେଉଁଠାରେ ଇଣ୍ଟରନେଟ୍ ସେବା ନାହିଁ। ସବୁଠାରୁ ନିନ୍ଦନୀୟ ବିଷୟ ହେଉଛି ଯେ, ଦେଶରେ ଇଣ୍ଟରନେଟ୍ ସେବା ନ ଥିବା ଗ୍ରାମ ମଧ୍ୟରେ କେବଳ ପାଖାପାଖି ୨୫ ପ୍ରତିଶତ ଗାଁ ଓଡ଼ିଶାର। ରାଜ୍ୟର ୬୦୯୯ ଗାଁକୁ ଇଣ୍ଟରନେଟ୍ ସେବା ନାହିଁ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ଜୁନ୍ ମାସର ରିପୋର୍ଟରେ ଏହା କୁହାଯାଇଛି। ଏବେ ବି ଟେଲି ସାନ୍ଧ୍ରତାରେ ଓଡ଼ିଶା ଦେଶରେ ରାଜ୍ୟ ମାନଙ୍କ ମଧ୍ୟରେ ତଳ ଆଡୁ ୫ମ ସ୍ଥାନରେ ରହିଛି। ଦେଶରେ ଟେଲିକମ୍ ଭିତ୍ତିଭୂମି ନ ଥିବା ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳରେ ଟେଲିକମ୍ ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ସରକାର କରିଥିବା ୟୁନିଭର୍ସାଲ୍ ସର୍ଭିସ୍ ଓବ୍ଲିଗେସନ୍ ଫଣ୍ଡ୍ (ୟୁଏସ୍ଓଏଫ୍) ବ୍ୟବସ୍ଥା ଏବେ ଭେଳିକି ପାଲଟିଥିବା ସ୍ପଷ୍ଟ ହୋଇଛି।

ବର୍ତ୍ତମାନ ସମୟରେ ଦେଶର ୨୫,୦୬୭ ଗାଁ କୁ ଇଣ୍ଟରନେଟ୍ ସେବା ନାହିଁ। ଏଥିମଧ୍ୟରେ ଓଡ଼ିଶାର ସର୍ବାଧିକ ୬୦୦୦ରୁ ଅଧିକ ଗ୍ରାମ ରହିଛି। ଏହାପଛକୁ ମଧ୍ୟପ୍ରଦେଶର ୨୬୧୨,ମହାରାଷ୍ଟ୍ରର ୨୩୨୮, ଅରୁଣାଚଳ ପ୍ରଦେଶର ୨,୨୨୩, ଛତିଶଗଡ଼ର ୧୮୪୭ ଏବଂ ଆନ୍ଧ୍ରପ୍ରଦେଶର ୧୭୮୭ ଗାଁ ରହିଛି। କେବଳ ଇଣ୍ଟରନେଟ୍ ସେବାରେ କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରିଛନ୍ତି ତା’ନୁହେଁ ଟେଲି ସାନ୍ଧ୍ରତା ବା ଟେଲିକମ୍ ସେବା କ୍ଷେତ୍ରରେ ମଧ୍ୟ ରାଜ୍ୟ ଜାତୀୟ ହାରଠାରୁ ବହୁ ପଛରେ ପଡ଼ିଛି। ଟ୍ରାଇର ଜୁନ୍ ମାସର ରିପୋର୍ଟ ଅନୁଯାୟୀ, ଦେଶରେ ବର୍ତ୍ତମାନ ଟେଲି ସାନ୍ଧ୍ରତା ହାର ୮୮.୦୭ ପ୍ରତିଶତ ରହିଛି। ଅର୍ଥାତ୍ ଏହାର ଅର୍ଥ ହେଉଛି ପ୍ରତି ଶହେରୁ ୮୮.୦୭ ପ୍ରତିଶତ ଲୋକଙ୍କ ନିକଟରେ ଟେଲିକମ୍ ସେବା ଉପଲବ୍ଧ ରହିଛି। ତେବେ ଓଡ଼ିଶାରେ ଟେଲି ସାନ୍ଧ୍ରତା ହାର ୭୯.୪୯ ପ୍ରତିଶତ ରହିଛି। ଓଡ଼ିଶାର ଟେଲି ସାନ୍ଧ୍ରତା ହାର ଜାତୀୟ ହାରଠାରୁ ଢ଼େର ପଛରେ ରହିଛି। ଏ କ୍ଷେତ୍ରରେ ରାଜ୍ୟ ଦେଶରେ ତଳ ଆଡ଼ୁ ୫ମ ସ୍ଥାନରେ ରହିଛି। ଏହି ତଥ୍ୟ ସ୍ପଷ୍ଟ ଭାବେ ପ୍ରମାଣ କରୁଛି ଯେ, କେନ୍ଦ୍ର ସରକାର ଟେଲିକମ୍ ସେବା କ୍ଷେତ୍ରରେ ଓଡିିଶାକୁ କିଭଳି ଭାବେ ଅବେହେଳା କରୁଛନ୍ତି। ଟେଲିକମ୍ ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ ଉର୍ଦ୍ଧିଷ୍ଟ ୟୁନିଭର୍ସାଲ୍ ସର୍ଭିସ୍ ଓବ୍ଲିଗେସନ୍ ଫଣ୍ଡ୍ର ଉପଯୋଗ ସଠିକ୍ ଭାବେ କରା ନ ଯିବା ରାଜ୍ୟରେ ଟେଲିକମ୍ ସେବାର ବ୍ୟାପକତା ଆଗରେ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି।

୨୦୦୨ ଠାରୁ ୟୁଏସ୍ଓଏଫ୍ ପ୍ରତିଷ୍ଠା କରାଯାଇଥିଲେ ସୁଦ୍ଧା ସେହି ପାଣ୍ଠି ଅର୍ଥ ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଫଳସ୍ୱରୂପ ରାଜ୍ୟର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ଟେଲିକମ୍ ସେବାରୁ ବଞ୍ଚିତ ହେଉଛନ୍ତି। ଯେଉଁ କିଛି ସ୍ଥାନରେ ଟେଲିକମ୍ ସେବା ରହିଛି ସେଠାରେ ନେଟୱର୍କ ଏବଂ ଇଣ୍ଟରନେଟ୍ ସଂଯୋଗ କଥା ନ କହିବା ଭଲ। କରୋନା ସମୟରେ ବର୍ତ୍ତମାନ ସବୁଆଡେ ଅନଲାଇନ ଜରିଆରେ ପାଠପଢ଼ା ଚାଲିଛି। ଟେଲିକମ୍ ସେବା ନ ଥିବା ଯୋଗୁ ଏବଂ ଠିକ୍ ଭାବେ ଇଣ୍ଟରନେଟ୍ ଆସୁ ନ ଥିବାରୁ ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କମାନେ ଏବେ ଅନଲାଇନ କ୍ଲାସ୍ରୁ ବଞ୍ଚିତ ହେଉଛନ୍ତି। ଦେଶରେ ଟେଲି ସାନ୍ଧ୍ରତା ହାର ସହରାଞ୍ଚଳରେ ୧୪୦.୮୬ ପ୍ରତିଶତ ରହିଥିବାବେଳେ ଗ୍ରାମାଞ୍ଚଳରେ ଏହା ୬୦.୧୦ ପ୍ରତିଶତ ରହିଛି।

ଟ୍ରାଇ ରିପୋର୍ଟ ଅନୁଯାୟୀ, ଜୁନ୍ ମାସରେ ଗ୍ରାମାଞ୍ଚଳରେ ମେ’ ମାସ ତୁଳନାରେ ନୂଆ ମୋବାଇଲ ଉପଭୋକ୍ତାଙ୍କ ସାମିଲ ହେବା ନକରାତ୍ମକ ରହିଛି। ସେହିଭଳି ମେ’ ମାସ ତୁଳନାରେ ଜୁନ୍ ରେ ମୋବାଇଲ କ୍ଷେତ୍ରରେ ଅଭିବୃଦ୍ଧି ହାର ବିଯୁକ୍ତ ୦.୧୫ ପ୍ରତିଶତ ରହିଛି। ଜୁନ୍‌ ମାସରେ ରିଲାଏନ୍ସ ଜିଓ ସର୍ବାଧିକ ୨,୫୨,୮୭୮ ନୂଆ ଉପଭୋକ୍ତା ଯୋଡି ଅପରେଟରମାନଙ୍କ ମଧ୍ୟରେ ଆଗରେ ରହିଥିବାବେଳେ ଏହା ପଛକୁ ଏୟାରଟେଲ୍‌ ୧,୧୩,୨୪୨ ଏବଂ ବିଏସ୍‌ଏନ୍‌ଏଲ୍‌ର ୧୨,୦୯୦ ଉପଭୋକ୍ତା ନେଟୱର୍କ ସହ ସଂଯୁକ୍ତ ହୋଇଛନ୍ତି।