Smart City - The Sakala

ବସ୍ତି ମୁକ୍ତ ସ୍ମାର୍ଟ ସହର; ଚଳିତ ବର୍ଷ ଶେଷ ସୁଦ୍ଧା ୨ ହଜାର ୯୧୯ ବସ୍ତି ହେବ ବିଜୁ ଆଦର୍ଶ କଲୋନୀ
ଭୁବନେଶ୍ୱର: ବସ୍ତି ମୁକ୍ତ ସ୍ମାର୍ଟ ସହର । ରୂପାନ୍ତରଣ ପର୍ବରେ ସହରାଞ୍ଚଳ ସବୁ ବସ୍ତିର ହେଉଛି ଅପଗ୍ରେଡେସନ୍ । ରାସ୍ତାଠାରୁ ଆରମ୍ଭ କରି ଲାଇଟ୍, ପାନୀୟ ଜଳ, ପାଇଖାନା ବ୍ୟବସ୍ଥା ସବୁକିଛି ଚକାଚକ୍ । ୯ଟି ଭର୍ଟିକାଲ ପାରାମିଟରରେ ପ୍ରତ୍ୟେକ ବସ୍ତିକୁ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି । ସହରାଞ୍ଚଳ ବିକାଶ ଧାରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଆଭିମୁଖ୍ୟକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚିତ । ୨୦୨୩ ମସିହା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମିଳିଛି ଜାତିସଂଘ ଓ୍ବାର୍ଲଡ ହାବିଟାଟ୍ ପୁରସ୍କାର । ମୋଟ ୧୧୫ଟି ସହରାଞ୍ଚଳର ୨ ହଜାର ୯୧୯ଟି ବସ୍ତିରୁ ଏବେସୁଦ୍ଧା ୭୬୯ଟି ବସ୍ତିର ହୋଇଛି ରୂପାନ୍ତରଣ । ସେପଟେ ଚୂଡ଼ାନ୍ତ ପର୍ଯ୍ୟାୟରେ ୫ ମହାନଗର ନିଗମ ଅଞ୍ଚଳରେ ଜାଗା ମିଶନ ଜରିଆରେ ମାଗଣା ଭୂମି ପ୍ରଦାନ ସର୍ଭେ କାମ । ହିତାଧିକାରୀ ଚୟନରେ ବି ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିର୍ଭୁଲ କରାଯାଉଛି । ପ୍ରଥମେ ଡ୍ରୋନ୍ ଜରିଆରେ ସର୍ଭେ କରାଯାଇ ପ୍ରସ୍ତୁତ ହେଉଛି ଅର୍ଥୋ ମ୍ୟାପ୍ ।

ପରେ ବାସ୍ତବ ସର୍ଭେ ପାଇଁ କ୍ୟୁରେଟ୍ରମାନେ ସମ୍ପୃକ୍ତ ହିତାଧିକାରୀ ଘରେ ପହଞ୍ଚି ଅର୍ବାନ୍ ସ୍ଲମ୍ ହାଉସ୍ ହୋଲଡ୍ ଏରିଆ ସର୍ଭେ ବା ଉଷା ଜରିଆରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ରେକର୍ଡ କରୁଛନ୍ତି । ଅର୍ଥୋ ମ୍ୟାପ୍ ପ୍ରସ୍ତୁତ ପରେ ବସ୍ତି ପ୍ଲଟର ନମ୍ବର କରାଯାଇ ଫେୟାର୍ ଅର୍ଥୋ ମ୍ୟାପ୍ ପ୍ରସ୍ତୁତ ହେଉଛି । ପରେ ସମ୍ପୃକ୍ତ ଜମିର ତହସିଲ ରେକର୍ଡ, କିସମ, ରକବା, ପ୍ଲଟ୍, ଖାତାକୁ ଭୂଲେଖ ସହିତ ମେଳ କରାଯାଉଛି । ତାଲିକା ପ୍ରସ୍ତୁତ ହେଲା ପରେ ଜିଲ୍ଲାପାଳ ଓ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ସ୍କୃଟିନି କମିଟି ତର୍ଜମା କରୁଛି । ପରିଶେଷରେ ସ୍ଲମ୍ ଡେଭଲପ୍ମେଣ୍ଟ୍ ରିହାବିଲିଟିସେନ୍ କମିଟି ବା ଏସଡିଆରସି ଚୂଡ଼ାନ୍ତ ହିତାଧିକାରୀ ତାଲିକା ପ୍ରସ୍ତୁତ କରୁଛନ୍ତି । ଆଇନ ଅନୁଯାୟୀ ଜାଗା ମିଶନ ଅନ୍ତର୍ଗତ ମାଗଣା ଜମି ଅଧିକାର ପାଇଥିବା ହିତାଧିକାରୀ କୌଣସି ତୃତୀୟ ପକ୍ଷକୁ ସମ୍ପୃକ୍ତ ଜମି ବିକ୍ରି କରିପାରିବେ ନାହିଁ ।

୫ଟି ମହାନଗର ନିଗମ ଅଞ୍ଚଳରେ ପ୍ରାଥମିକ ପର୍ଯ୍ୟାୟରେ ୫୦ ହଜାର ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ସେଥିରୁ ପ୍ରାୟ ୪୦ ହଜାର ବିଏମସି ଅଞ୍ଚଳର ହୋଇଥିବାବେଳେ ବାକି ସବୁ ଅନ୍ୟ ୪ଟି ମହାନଗର ନିଗମ ଅଞ୍ଚଳର । ୩୨୩ ବର୍ଗଫୁଟ ଜମି ହିତାଧିକାରୀଙ୍କୁ ମାଗଣାରେ ମିଳିବ । ଏହା ବାଦ୍ ଅଧିକ ଦଖଲ ହୋଇଥିବା ଜମି ପାଇଁ ହିତାଧିକାରୀଙ୍କୁ ସମ୍ପୃକ୍ତ ଜମିର ବେଞ୍ଚମାର୍କ ମୂଲ୍ୟରେ ୧୦ ପ୍ରତିଶତ ଅର୍ଥ ସରକାରଙ୍କୁ ଦେବାକୁ ପଡ଼ିବ । କଟକରେ ପ୍ରଥମ ପର୍ଯ୍ୟାୟରେ ୧୭୦୦ ହିତାଧିକାରୀ ଜମି ପାଇବାକୁ ଚୂଡ଼ାନ୍ତ ହୋଇଛି ।

ସ୍ୱଚ୍ଛ ହେବ ସ୍ମାର୍ଟସିଟି, ବିଏମସି ନେଲା ସ୍ୱତନ୍ତ୍ର ପଦକ୍ଷେପ
ଭୁବନେଶ୍ୱର: ସ୍ମାର୍ଟସିଟିକୁ ଅଧିକ ସ୍ମାର୍ଟ କରିବା ପାଇଁ ବିଏମସିର ସ୍ୱତନ୍ତ ଅଭିଯାନ । ସ୍ୱଚ୍ଛତା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଏବଂ ରାଜଧାନୀକୁ ସ୍ୱଚ୍ଛ ରଖିବା ପାଇଁ ବିଏମସି ନେଇଛି ନିଆରା ପଦକ୍ଷେପ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪ ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ଏହି ୪ ଜଣ ବିଏମସିର ବ୍ରାଣ୍ଡ ଅମ୍ବାସଡ଼ର ହୋଇଛନ୍ତି । ଏହି ତାଲିକାରେ ରହିଛନ୍ତି ସିନେ ତାରକା ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ , କ୍ରୀଡ଼ାବିତ ଅନୁରାଧା ବିଶ୍ୱାଳ, ଶିଳ୍ପୀ ତଥା ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ରହିଛନ୍ତି ।

ବିଏମସି ସ୍ୱଚ୍ଛତାକୁ ବେସ ଗୁରୁତ୍ୱ ପ୍ରଦାନ କରିଛି । ଏହି ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ସାମିଲ ହେବେ ସମସ୍ତେ । ବିଏମସିର ବ୍ରାଣ୍ଡ ଅମ୍ବାସଡ଼ର ହୋଇଥିବା ଏହି ୪ ପ୍ରସିଦ୍ଧି ବ୍ୟକ୍ତି ରାଜଧାନୀବାସୀଙ୍କୁ ସଚେତନ କରିବେ । ସ୍ମାର୍ଟସିଟିରେ ବିଭିନ୍ନ ସ୍ଥାନରେ ଏହି ବ୍ୟକ୍ତି ବିଶେଷଙ୍କର ଲାଗିବ ହୋର୍ଡିଂ ଓ ପୋଷ୍ଟର ।

ସ୍ମାର୍ଟସିଟିରେ ବନ୍ଧୁକ ଦେଖାଇ ଲୁଟିଲେ ଜୋତା
ଭୁବନେଶ୍ୱର : ନିୟୁ ଏୟାରପୋର୍ଟ ରାସ୍ତାକଡ଼ ଫୁଟପାଥ୍‌ରେ ବିକ୍ରି ହେଉଥିବା ଜୋତା ଦୋକାନରେ ରବିବାର ଅପରାହ୍ଣରେ ୩ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ଜୋତା ନେଇଯାଇଛନ୍ତି। ଦିନବେଳା ଜନଗହଳିପୂର୍ଣ୍ଣ ରାସ୍ତାରେ ବନ୍ଧୁକ ଦେଖାଇ ଅଧ୍ୟଘଣ୍ଟାଏ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ଅଣଓଡ଼ିଆ ବ୍ୟବସାୟୀଙ୍କୁ ମାଡ଼ ମାରିଛନ୍ତି। ଜୋତା ବ୍ୟବସାୟୀଙ୍କ ଘର ଉତ୍ତରପ୍ରଦେଶ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ବନ୍ଧୁକ ଦେଖାଇ ଜୋତା ଲୁଟିବା ଘଟଣା ରାଜଧାନୀରେ ପ୍ରଥମ ଘଟଣା ବୋଲି ପୁଲିସ କହିଛି।

ଖବର ନେବାରୁ ଜଣାପଡ଼ିଛି ରବିବାର ଦିନ ସାଢ଼େ ଗୋଟାଏ ସମୟରେ ୨ଟି ବାଇକରେ ୩ଜଣ ଯୁବକ ଜୋତା କିଣିବା ଲାଗି ଫୁଟ୍‍ପାଥରେ ଥିବା ଜୋତା ଦୋକାନକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୋକାନରେ ପଡ଼ିଥିବା ଚେୟାରରେ ବସିଥିଲା ବେଳେ ୨ଜଣ ଜୋତା ଦେଖିଥିଲେ। ସେମାନେ ୩ ହଳ ଜୋତା ପସନ୍ଦ କରିଥିଲେ। ଏହାପରେ ସମସ୍ତେ ଜୋତାଗୁଡ଼ିକୁ ପିନ୍ଧି ଟ୍ରାଏଲ୍‍ ମଧ୍ୟ କରିଥିଲେ। ପରେ ଜୋତା ପିନ୍ଧା ଚାଲି ଯିବାକୁ ବସିଥିଲେ। ଦୋକାନୀ ଜୋତା ୩ ହଳ ବାବଦରେ ୧୨ ଶହ ଟଙ୍କା ମାଗିବାରୁ ଜଣେ ଲୁଟେରା ଅଣ୍ଟାରୁ ବନ୍ଧୁକ ବାହାର କରି ଦୋକାନୀଙ୍କୁ ମାଡ଼ ମାରିଥିଲେ। ଦୋକାନୀ ଜଣଙ୍କ ଜଣେ ଲୁଟେରା ହାତ ଧରି ନ ଛାଡ଼ିବାରୁ ସେମାନଙ୍କ ମଧ୍ୟରେ ୨୦ ମିନିଟ୍‍ କାଳ ମାର୍‍ପିଟ ହୋଇଥିଲା। ଏହାପରେ ଯୁବକ ୨ ଜଣ ୩ ହଳ ଜୋତା ନେଇ ଫେରାର୍‍ ହୋଇଯାଇଥିଲେ।

ପାନ ଦୋକାନୀକୁ ବି ବାକି ମାଗିଲେ

ଜୋତା ଧରି ନିକଟରେ ରହିଥିବା ଏକ ପାନ ଦୋକାନକୁ ଯାଇଥିଲେ। ହାତରେ ଖାଲି ଜୋତା ଧରିଥିବାରୁ ସେ ଦୋକାନୀଠାରୁ ବ୍ୟାଗ୍‍ ଆଣୁନାହାନ୍ତି ବୋଲି କହିଥିଲେ। କାରଣ ସେ ଜାଣି ନ ଥିଲେ ବନ୍ଧୁକ ଦେଖାଇ ଜୋତା ଆଣିଛନ୍ତି। ଏହାପରେ ଉକ୍ତ ଦୋକାନୀଠାରୁ ସିଗାରେଟ୍‍ ଆଣି ଟାଣି ଥିଲେ। କିନ୍ତୁ ଟଙ୍କା ଦେଉ ନ ଥିଲେ। ଏହାପରେ ପାନଦୋକାନୀ ବାଧ୍ୟ କରିବାରୁ ଟଙ୍କା ଦେଇ ଜୋତା ଧରି ପଳାଇଥିଲେ।