british pm - The Sakala

ଆଫଗାନିସ୍ତାନ ପାଇଁ ଅଣ୍ଟା ଭିଡିଲେ ବ୍ରିିଟିଶ ପ୍ରଧାନମନ୍ତ୍ରୀ, ଡକାଇଲେ ଜି-୭ର ଜରୁରୀ ବୈଠକ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ସେଠାରେ ଫସି ରହିଥିବା ଲୋକଙ୍କୁ ଥଇଥାନ କାର୍ଯ୍ୟ ଜାରି ରହିଛି। ଆଫଗାନିସ୍ତାନରେ ଫସି ରହିଥିବା  ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ମଧ୍ୟ ଏକ ଅପରେସନ୍ ଚଳାଉଛି। କାବୁଲରୁ ଭାରତୀୟ ବାୟୁସେନାର ଏକ ବିମାନ  ରବିବାର ସକାଳେ ଭାରତରେ ଅବତରଣ କରିଛି। ଏଥିରେ ମୋଟ ୧୬୮ ଭାରତୀୟ ଫେରି ଆସିଛନ୍ତି। ଏହାରି ମଧ୍ୟରେ ଆଫଗାନିସ୍ତାନକୁ ଏପରି ସଙ୍କଟ ସମୟରେ ସାହାଯ୍ୟ କରିବା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଜି -୭ ନେତାଙ୍କ ଏକ ଜରୁରୀ ବୈଠକ ଡାକିଛନ୍ତି।

ବ୍ରିଟେନର ପ୍ରଧାନମନ୍ତ୍ରୀ  ବୋରିସ୍ ଜନସନ ଅଗଷ୍ଟ ୨୪ ମଙ୍ଗଳବାର ବିଶ୍ବର  ମହାଶକ୍ତିଙ୍କୁ ଏକ ଜରୁରୀ ବୈଠକ ପାଇଁ ଡାକିଛନ୍ତି। ଯେଉଁ ବୈଠକରେ ବୋରିସ ଆଫଗାନିସ୍ତାନ ପ୍ରସଙ୍ଗ ଉଠାଇବାକୁ ଯାଉଛନ୍ତି। ଆଫଗାନିସ୍ତାନ ସଙ୍କଟ ଉପରେ ଅଗଷ୍ଟ ୨୪ ରେ ଜି -୭ ରାଷ୍ଟ୍ରମାନଙ୍କର  ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦ ବର୍ଷ ଧରି ଲଗାତାର ସଙ୍କଟ ଦେଇ ଆସୁଥିବା ଆଫଗାନିସ୍ତାନର ସାହାଯ୍ୟ ଦରକାର । ସେଠାରେ ଚାଲିଥିବା ସଙ୍କଟକୁ ଦୂର କରିବା ପାଇଁ ଲୋକଙ୍କୁ ଏକଜୁଟ ହେବାକୁ ପଡିବ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ ଆଫଗାନିସ୍ତାନ ସଙ୍କଟ ସମ୍ପର୍କରେ ସେ ମଙ୍ଗଳବାର ଜି -୭ ନେତାଙ୍କ ସହ ଆଲୋଚନା କରିବେ। ଆଫଗାନିସ୍ତାନର ଲୋକମାନେ ସାହାଯ୍ୟ ଆବଶ୍ୟକ କରନ୍ତି। ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ବୋରିସ୍ ଜନସନ ବିଶ୍ୱ ସମ୍ପ୍ରଦାୟକୁ ନିବେଦନ କରିଛନ୍ତି।

ଅନ୍ୟପଟେ ଆଫଗାନିସ୍ତାନରେ ତାଲିବାନମାନେ ସରକାର ଗଠନ ନେଇ କୌଣସି ସୂଚନା ମିଳିନାହିଁ। ଆଫଗାନିସ୍ତାନର ରାଜନୈତିକ ଦଳର ନେତାମାନେ କହିଛନ୍ତି ଯେ ତାଲିବାନ ଏବଂ ରାଜନୈତିକ ନେତାଙ୍କ ମଧ୍ୟରେ ବୈଠକ ସତ୍ତ୍ବେ ଭବିଷ୍ୟତର ରାଜନୈତିକ ବ୍ୟବସ୍ଥା ଉପରେ କୌଣସି ଗମ୍ଭୀର ଆଲୋଚନା ହୋଇନାହିଁ।  କିଛି ନେତା କହିଛନ୍ତି ଯେ ଆଫଗାନିସ୍ତାନ ରାଜନୈତିକ ନେତା ଏବଂ ତାଲିବାନ ମଧ୍ୟରେ ହୋଇଥିବା ସାକ୍ଷାତ କେବଳ ପରାମର୍ଶ ଭାବରେ କରାଯାଇଥିଲା। ଭବିଷ୍ୟତର ବ୍ୟବସ୍ଥା ବିଷୟରେ କୌଣସି ଗମ୍ଭୀର ଆଲୋଚନା ହୋଇନାହିଁ ।

ସେହିପରି ଆଫଗାନିସ୍ତାନରେ ତାଲିବାନ ଶାସନରେ ଉତ୍ସାହିତ ଥିବା ବାଂଲାଦେଶର ଜିହାଦୀ ମନୋବଳ ଯୁବକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଭାରତ ଦେଇ ଆଫଗାନିସ୍ତାନ ଯାଉଥିବା ଏଭଳି ଯୁବକଙ୍କୁ ଧରିବା ପାଇଁ ବିଏସଏଫ ସୀମାରେ ନିୟୋଜିତ ହୋଇଛି। ବିଏସ୍ଏଫ୍ ସାଉଥ୍ ସୀମାନ୍ତର ଡିଜି ଏସ୍ ଗୁଲେରିଆ କହିଛନ୍ତି ଯେ ଭାରତ-ବାଂଲାଦେଶ ସୀମାରେ ବିଏସ୍ଏଫ୍ ସମ୍ପୂର୍ଣ୍ଣ ସତର୍କ ଅଛି। ତେବେ ଏ ପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ। ଯେହେତୁ ବାଂଲାଦେଶର ଉଚ୍ଚ ପଦାଧିକାରୀମାନେ ଏହି ଆଶଙ୍କା ସମ୍ପର୍କରେ ସୂଚନା ପାଇଛନ୍ତି, ସେହି ଦିନଠାରୁ ବିଏସ୍ଏଫ୍ ସତର୍କ ରହିଛି।