SEBI - The Sakala

ହିଣ୍ଡେନ୍‌ବର୍ଗ’ର ନୂଆ ରିପୋର୍ଟକୁ ନେଇ ହଇଚଇ : ସେବି ଅଧ୍ୟକ୍ଷା କହିଲେ ସବୁ ମିଛ, କେନ୍ଦ୍ର ସରକାରଙ୍କୁ ଘେରିଲେ କଂଗ୍ରେସ-ଟିଏମସି
ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନରେ ପୁଣି ଥରେ ଭାରତରେ ଫୁଟିଛି ଆମେରିକାର ସର୍ଟ ସେଲିଂ କମ୍ପାନୀ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ବୋମା। ଏଥର ସଦ୍ୟତମ ରିପୋର୍ଟରେ କମ୍ପାନୀ ଯାହା ଖୁଲାସା କରିଛି ତାହା ପୂର୍ବଥର ଭଳି ଆଦାନୀ ଗ୍ରୁପର ନିଦ ହଜାଇଦେବା ଭଳି ହୋଇଛି। ଏହି ରିପୋର୍ଟରେ ହିଣ୍ଡେନ୍‌ବର୍ଗ ଭାରତୀୟ ପୁଞ୍ଜି ବଜାର ନିୟାମକ ଭାରତୀୟ ପ୍ରତିଭୂତ୍ତି ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ବୁଚ୍‌ ଏବଂ ତାଙ୍କ ସ୍ୱାମୀ ଧୱଲ ବୁଚଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ରିପୋର୍ଟରେ ସେବି ଅଧ୍ୟକ୍ଷା ମାଧବୀ ଏବଂ ତାଙ୍କ ସ୍ୱାମୀଙ୍କ ନାମ ଆଦାନୀ ସ୍କାମ ସହ ଜଡିତ ଅଛି। ଶନିବାର ବିଳମ୍ବିତ ରାତିରେ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଆଦାନୀ ଗ୍ରୁପର ଅସ୍ପଷ୍ଟ ବିଦେଶ ଜାଲ କମ୍ପାନୀରେ ମାଧବୀ ଏବଂ ତାଙ୍କ ସ୍ବାମୀଙ୍କର ଅଂଶଧନ ରହିଥିଲା। ତେଣୁ ଆଦାନୀ ମାମଲାରେ ସେବି ସେଭଳି କଠୋର କର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା।

ବିଲିୟନେୟାର ଶିଳ୍ପପତି ଗୌତମ ଆଦାନୀଙ୍କ ଗ୍ରୁପ କମ୍ପାନୀ ଉପରେ ପୂର୍ବ ରିପୋର୍ଟର ପ୍ରକାଶର ଦୀର୍ଘ ୧୮ମାସ ପରେ ହିଣ୍ଡେନ୍‌ବର୍ଗ ଏହି ରିପୋର୍ଟ ଉନ୍ମୋଚନ କରିଛି। କମ୍ପାନୀ ଶନିବାର ଭାରତରେ କିଛି ଭଗୋଟିଏ ବଡ଼ ଘଟଣା ଘଟିବାକୁ ଯାଉଥିବା ନେଇ ଢ଼େର ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଥିଲା। ଶେଷରେ କମ୍ପାନୀ ବିଳମ୍ବିତ ରାତ୍ରିରେ ଏଭଳି ରିପୋର୍ଟ ପ୍ରକାଶ କରି ହଟ୍ଟଚମଟ ସୃଷ୍ଟି କରିଛି। ମରିସସ୍‌ରେ ଆଦାନୀ ଗ୍ରୁପର କଳା ଟଙ୍କା ନେଟ୍‌ୱାର୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଗୁପ୍ତ ଡକ୍ୟୁମେଣ୍ଟଗୁଡିକୁ ଦର୍ଶାଇ ହିଣ୍ଡେନବର୍ଗ ରିସର୍ଚ୍ଚ କହିଛି ଯେ ଆଦାନୀ ସ୍କାମ୍‌ରେ ବ୍ୟବହୃତ ବିଦେଶୀ ସଂସ୍ଥାଗୁଡ଼ିକରେ ସେବି ଅଧ୍ୟକ୍ଷ ଏବଂ ତାଙ୍କ ସ୍ୱାମୀଙ୍କ ଅଂଶଧନ ରହିଛି। ଏହି ସଂସ୍ଥାଗୁଡିକ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ବଡ ଭାଇ ବିନୋଦ ଆଦାନୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ରିପୋର୍ଟରେ କୁହାଯାଇଛି।

NEW FROM US:

Whistleblower Documents Reveal SEBI’s Chairperson Had Stake In Obscure Offshore Entities Used In Adani Money Siphoning Scandalhttps://t.co/3ULOLxxhkU

— Hindenburg Research (@HindenburgRes) August 10, 2024

ରିପୋର୍ଟରେ ଦର୍ଶାଯାଇଛି ଯେ ମାଧବୀ ତାଙ୍କ ଅଂଶଧନକୁ ତାଙ୍କ ସ୍ୱାମୀଙ୍କୁ ନିକଟକୁ ହସ୍ତାନ୍ତର କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଏପ୍ରିଲ୍ ୨୦୧୭ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ମାଧବୀ ସେବିର ଅଧ୍ୟକ୍ଷ ରହିଥିଲେ। ସିଙ୍ଗାପୁରର ଆଗୋରା ପାର୍ଟନର୍ସ ନାମକ ଏକ ପରାମର୍ଶଦାତା ସଂସ୍ଥାରେ ତାଙ୍କର ୧୦୦ ପ୍ରତିଶତ ଅଂଶଧନ ରହିଥିଲା। ମାର୍ଚ୍ଚ ୧୬, ୨୦୨୨ରେ ସେବି ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେବାର ଦୁଇ ସପ୍ତାହ ପୂର୍ବରୁ ସେ କମ୍ପାନୀରେ ଥିବା ଅଂଶଧନକୁ ତାଙ୍କ ସ୍ୱାମୀଙ୍କ ନାମକୁ ସ୍ଥାନାନ୍ତର କରିଥିଲେ। ହିଣ୍ଡେନ୍‌ବର୍ଗ ପକ୍ଷରୁ କଥିତ ଏହି ବିଦେଶୀ ଜାଲ କମ୍ପାନୀରେ ଏହି ଜାଲ କମ୍ପାନୀରେ ମାଧବୀଙ୍କର ଅଂଶଧନର ମୂଲ୍ୟ ୮୭୨,୭୬୨.୨୫ ଆମେରିକୀୟ ଡଲାର ହେବ।

ତେବେ ସେବି ଅଧ୍ୟକ୍ଷା ମାଧବୀ ବୁଚ୍ ତାଙ୍କ ସ୍ୱାମୀ ଓ ତାଙ୍କ ଉପରେ ଲାଗିଥିବା ଏହି ଆରୋପକୁ ଖଣ୍ଡନ କରିଛନ୍ତି । ସେ ଏହି ରିପୋର୍ଟକୁ ମିଛ, ଏଥିରେ କୌଣସି ସତ୍ୟତା ନାହିଁ ଏବଂ ତାଙ୍କ ଜୀବନ ଓ ଆର୍ଥିକ ଅବସ୍ଥା ଏକ ଖୋଲା ପୁସ୍ତକ ବୋଲି କହିଛନ୍ତି । ସେପଟେ ଘଟଣାର ତୁରନ୍ତ ତଦନ୍ତ କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି। କଂଗ୍ରେସ ମହାସଚିବ ଜୟରାମ ରମେଶ ଶନିବାର ରାତିରେ କଂଗ୍ରେସ ପକ୍ଷରୁ ଏକ ବିବୃତ୍ତି ଜାରି କରି କହିଛନ୍ତି, ଆଦାନୀ ମେଗାସ୍କାମର ଅନୁସନ୍ଧାନ କରିବାକୁ ସେବିର ଅନିଚ୍ଛା ଦୀର୍ଘ ଦିନ ଧରି ବିଶେଷ କରି ସୁପ୍ରିମକୋର୍ଟର ବିଶେଷଜ୍ଞ କମିଟି ଦ୍ୱାରା ଦେଖାଯାଇଥିଲା। ସେହି କମିଟି ରିପୋର୍ଟରେ ଦର୍ଶାଯାଇଛି ଯେ ସେବି ୨୦୧୮ରେ ବିଦେଶୀ ପାଣ୍ଠିର ଲାଭଦାୟକ ମାଲିକାନା ସମ୍ବନ୍ଧୀୟ ରିପୋର୍ଟ ଆବଶ୍ୟକତାକୁ ଦୁର୍ବଳ କରିଦେଇଛି ଏବଂ ୨୦୧୯ ରେ ସେଗୁଡିକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଛି।ଜୟରାମ ରମେଶଙ୍କ ଅନୁଯାୟୀ, ହିଣ୍ଡେନବର୍ଗ ଅନୁସନ୍ଧାନର ସଦ୍ୟତମ ଅଭିଯୋଗ ଗୌତମ ଆଦାନୀଙ୍କ କ୍ରମାଗତ ୨୦୨୨ ମାଧବୀଙ୍କ ସହ ସେବି ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେବା ପରେ ନୂତନ ପ୍ରଶ୍ନ ସୃଷ୍ଟି କରିଛି।

ଅନ୍ୟପଟେ ଟିଏମସି ସାଂସଦ ମହୁଆ ମୋଇତ୍ର କହିଛନ୍ତି ଆଦାନୀଙ୍କ ଶୈଳୀରେ ସେବି ଅଧ୍ୟକ୍ଷ ମଧ୍ୟ ତାଙ୍କ ଦଳରେ ନିବେଶକ ଅଟନ୍ତି। କ୍ରୋନି ପୁଞ୍ଜିବାଦ ଶିଖରରେ ଅଛି । ଏହି ଅର୍ଥ ହେରଫେର ଅଭିଯୋଗର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଯାଞ୍ଚ କରିବାକୁ ମୋଇତ୍ର ଦାବି କରିଛନ୍ତି।

ସେୟାର ବଜାରରେ ‘ଷ୍ଟାର୍ଟଅପ’ ତାଲିକାଭୁକ୍ତ ପାଇଁ ସେବିର କଡ଼ା ନିୟମ
ମୁମ୍ବାଇ: ଶେୟାର ବଜାରରେ ଷ୍ଟାର୍ଟଅପ କମ୍ପାନୀ ତାଲିକାଭୁକ୍ତ ହେବା କ୍ଷେତ୍ରରେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) କଡା ଆଭିମୁଖ୍ୟ ଗ୍ରହଣ କରିଛି। ଗତବର୍ଷ ପେଟିଏମ ଓ ଜୋମାଟୋ ଭଳି ବହୁ ଫିନଟେକ୍ କମ୍ପାନୀ ଆଇପିଓ ଇସ୍ୟୁ କରିଥିଲା ବେଳେ ଏଥÒରେ ନିବେଶକଙ୍କୁ ସେଭଳି ଲାଭ ମିଳିପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ସେବି ଆଇପିଓ ନିୟମ କଡ଼ାକଡି କରିଛନ୍ତି। ଏଣିକି ଆଇପିଓ ଜାରି କରିବା ପୂର୍ବରୁ କମ୍ପାନୀଗୁଡିକର ମୂଲ୍ୟାୟନ ପ୍ରକ୍ରିୟାକୁ କଡାକଡ଼ି କରାଯିବ ବୋଲି ସେବି ପକ୍ଷରୁ କୁହାଯାଇଛି। ଏ ନେଇ ସେବି ଏକ ପରାମର୍ଶପତ୍ର ଜାରି କରିଛି। ବଜାରରୁ ଅର୍ଥ ସଂଗ୍ରହ ଲାଗି ନୂଆ ଆଇଟି କମ୍ପାନୀମାନେ ଆଣୁଥିବା ଆଇପିଓ ସନ୍ଦର୍ଭରେ ସେବି ଏହି ପରାମର୍ଶ ଦେଇଛି। କାରଣ ନିକଟରେ ଆଇପିଓ ଆଣିଥିବା କମ୍ପାନୀଙ୍କ ମଧ୍ୟରେ ଏଭଳି କମ୍ପାନୀ ଅଛନ୍ତି ଯେଉଁମାନଙ୍କର ଆଇପିଓ ଆଣିବା ପୂର୍ବରୁ ଗତ ୩ ବର୍ଷର ପରିଚାଳନା ଲାଭ ନେଇ କୌଣସି ରେକର୍ଡ ମଧ୍ୟ ନାହିଁ ବୋଲି କୁହାଯାଇଛି।

ଆଦାନୀ ଗ୍ରୁପକୁ ଝଟ୍‌କା: ଆଦାନୀ ୱିଲମାର ଆଇପିଓ ନିଷିଦ୍ଧ କଲା ସେବି
ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ୍ ବଜାର ନିୟାମକ ପ୍ରତିଭୂତ୍ତି ବିନିମୟ ବୋର୍ଡ (ସେବି) ଠାରୁ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛି। ସେବି ଆଦାନୀ ୱିଲମାରର ଆଦାନୀ ଗ୍ରୁପ୍ କମ୍ପାନୀର ଆଇପିଓ ଉପରେ ପ୍ରତିବନ୍ଧକ ଲଗାଇଛି। ଏହାର କାରଣ ହେଉଛି ଆଦାନୀ ଏଣ୍ଟରପ୍ରାଇଜେସ୍ ବିରୋଧରେ ବୈଦେଶିକ ପୋର୍ଟଫୋଲିଓ ନିବେଶ ଏଫ୍‌ପିଆଇ ଯାଞ୍ଚ ଚାଳଉଛି। କମ୍ପାନୀ ଆଇପିଓ ମାଧ୍ୟମରେ ୪୫୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ପ୍ରସ୍ତୁତ ହେଉଥିଲା। ଏହାପୂର୍ବରୁ ସେବି ଏହି ବହୁ ପ୍ରତିକ୍ଷୀତ ଆଇପିଓ ଉପରେ ପ୍ରତିବନ୍ଧକ ଲଗାଇଛି।

ସେବି ନିୟମମାନୁଯାୟୀ, ଯଦି ଆଇପିଓ ପାଇଁ ଆବେଦନ କରୁଥିବା କମ୍ପାନୀ କୌଣସି ବିଭାଗରେ ଅନୁସନ୍ଧାନ ଚାଲିଛି, ତେବେ ଏହାର ଆଇପିଓ ୯୦ ଦିନ ପାଇଁ ଅନୁମୋଦନ ହୋଇପାରିବ ନାହିଁ । ଏହାପରେ ମଧ୍ୟ ଆଇପିଓକୁ ୪୫ ଦିନ ପାଇଁ ସ୍ଥଗିତ ରଖାଯାଇପାରିବ। ଜୁନ୍ ୨୦୨୧ ରେ ସେବି ଏହାର ପ୍ରମୋଟରଙ୍କ ବିରୋଧରେ ଯାଞ୍ଚ ଚାଲିଥିବାରୁ ସ୍ୱଳ୍ପ ମୂଲ୍ୟର ବିମାନ କମ୍ପାନୀ ଗୋ ଫାଷ୍ଟର ଆଇପିଓକୁ ମଧ୍ୟ ନିଷିଦ୍ଧ କରିଥିଲା। ଆଦାନୀ ୱିଲମାର ହେଉଛି ଆଦାନୀ ଏଣ୍ଟରପ୍ରାଇଜେସ୍ ଏବଂ ସିଙ୍ଗାପୁର ଭିତ୍ତିକ ୱିଲମାର ଇଣ୍ଟରନ୍ୟାସନାଲ ମଧ୍ୟରେ ଏକ ଯୌଥ ଉଦ୍ୟୋଗ। ଏହା ୧୯୯୯ରେ ଗଠିତ ହୋଇଥିଲା। ଆଦାନୀ ଏଣ୍ଟରପ୍ରାଇଜେସ୍‌ର ଆଦାନୀ ୱିଲମାରରେ ୫୦% ଅଂଶଧନ ରହିଛଇ। କମ୍ପାନୀ ଖାଇବା ତେଲ ଉତ୍ପାଦନ ବ୍ୟବସାୟରେ ନିୟୋଜିତ। ଏହା ବ୍ୟତୀତ କମ୍ପାନୀ ବାସୁମତୀ ଚାଉଳ, ମଇଦା, ରାଭା, ଡାଲି ଏବଂ ମଇଦା ଭଳି ସାମଗ୍ରୀ ପ୍ରସ୍ତୁତ ଏବଂ ବିକ୍ରୟ କରେ। ଅଧିକାଂଶ ଉତ୍ପାଦ ଫର୍ଚ୍ୟୁନ୍ ବ୍ରାଣ୍ଡ ନାମରେ ଆସିଥାଏ।