Tokyo 2020 Paralympic - The Sakala

ପାରାଲିମ୍ପିକ୍ସରେ ଭାରତର ଦବଦବା ଜାରି: ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସୁହାସ ୟାଥିରାଜ ବ୍ୟାଡମିଣ୍ଟନରେ ଜିତିଲେ ରୌପ୍ୟ
ଟୋକିଓ: ପାରାଲିମ୍ପିକ୍ସରେ ଭାରତର ଦବଦବା ଜାରି ରଖିଛି । ରବିବାର ପୁଣି ଏକ ପଦକ ଭାରତକୁ ମିଳିଛି। ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସୁହାସ ୟାଥିରାଜ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନର ପୁରୁଷ ଏକକ ଏସ୍ଏଲ୍-୪ ବର୍ଗରେ ସେ ରୌପ୍ୟ ପଦକ ଜିତିଛନ୍ତି। ଏଥିସହ ଭାରତ ପଦକ ସଂଖ୍ଯା ୧୮କୁ ବୃଦ୍ଧି ପାଇଛି।

ଏହି ୩୮ ବର୍ଷୀୟ ଯୁବ ଆଇଏଏସ୍ ଅଫିସର ଆଜି ଫାଇନାଲ୍ ମ୍ୟାଚ୍‌ରେ ଟପ୍ ସିଡ୍ ତଥା ବିଶ୍ୱ ଚାମ୍ପିଅନ୍ ଫ୍ରାନ୍ସର ଲୁକାସ ମଜୁରଙ୍କ ଠାରୁ ହାରି ରୌପ୍ୟ ପଦକ ପାଇଛନ୍ତି। ସେ ୨୧-୧୫, ୧୭-୨୧ ଓ ୧୫-୨୧ ଗେମ୍‌ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରି ଯାଇଥଲେ। ସେମି ଫାଇନାଲ୍‌ରେ ସୁହାସ ଇଣ୍ଡୋନେସିଆର ଫ୍ରେଡି ସେତିୱାନଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ ଓ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଥିଲେ।

ସୁହାସଙ୍କ ଘର କର୍ଣ୍ଣାଟକାରେ। ଇଞ୍ଜିନିୟରିଂ କରିବା ପରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର ହୋଇଥିବା ବେଳେ ଏବେ ସେଠାକାର ଗୌତମ ବୁଦ୍ଧ ନଗରର ଜିଲ୍ଲାପାଳ ଭାବେ କାର୍ଯ୍ଯ କରୁଛନ୍ତି। ୨୦୧୬ରେ ଆଜମଗଡ଼ର ଜିଲ୍ଲାପାଳ ଥିବା ବେଳେ ସେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ।  ପାରାଲିମ୍ପିକ୍ସରେ ଏହି ସଫଳତା ପାଇଁ ସୁହାସଙ୍କୁ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି।

ଟୋକିଓ ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହାତେଇଲେ ସ୍ବର୍ଣ୍ଣ ପଦକ
ଟୋକିଓ: ଜାପାନାର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୦ରେ ଚମକିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ସେ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ପ୍ରଥମ ଭାରତୀୟ ଖେଳାଳି ଭାବେ ଅଲିମ୍ପିକ୍ସ କିମ୍ବା ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ପ୍ରମୋଦ। ୩୩ ବର୍ଷିୟ ପ୍ରମୋଦ ଗୋଲ୍ଡ ମେଡାଲ ଜିତି ରଚିଛନ୍ତି ଇତିହାସ। ଫାଇନାଲ ମ୍ୟାଚର ପ୍ରଥମ ସେଟରେ ୨୧-୧୪ରେ ବିଜୟୀ ହୋଇଥିଲେ । ସେହିପରି ଦ୍ୱିତୀୟ ସେଟରେ ଜିତି ସଫଳତା ଆଣିଛନ୍ତି । ସେମିଫାଇନାଲରେ ଜାପାନର ଫୁଜିହାରାଙ୍କୁ ହରାଇ ସିଙ୍ଗଲସ ଏସଏଲ-୩ ଫାଇନାଲରେ ପ୍ରବେଶ କରିଛନ୍ତି ଭଗତ । ଜାପାନର ଡାଇସୁକି ଫୁଜିହାରାଙ୍କୁ ୨୧-୧୧, ୨୧-୧୬ସେଟରେ ହରାଇଛନ୍ତି ଭଗତ ।

ବାଲୁକା କଳା ମାଧ୍ଯମରେ ଭାରତୀୟ ପାରା ଅଲିମ୍ପିଆନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପୁରୀ: ଆଜିଠାରୁ ଟୋକିଓରେ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥିରେ ଅଂଶ ଗ୍ରହଣ କରୁଥିବା ଭାରତୀୟ ଆଥଲେଟଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳା ମାଧ୍ଯମରେ ଭାରତୀୟ ପାରା ଅଲିମ୍ପିଆନଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ସୁଦର୍ଶନ। ବାଲୁକା କଳା ମାଧ୍ୟମରେ ସେମାନଙ୍କର ସଫଳତା କାମନା କରିଛନ୍ତି । ଚଳିତ ପାରା ଅଲିମ୍ପିକ୍ସରେ ଭାରତରୁ ୫୪ ଜଣ ଆଥଲେଟ୍ ଭାଗ ନେଉଛନ୍ତି।

Good luck to #TeamIndia @ParalympicIndia athletes #GoForGold #Tokyo2020 .
#Paralympics  #Praise4Para my SandArt at Puri beach. #Cheer4India pic.twitter.com/aP2XtBUElu

— Sudarsan Pattnaik (@sudarsansand) August 24, 2021

ଆସନ୍ତୁ ଜାଣିବା ପାରାଅଲିମ୍ପିକ୍ସର କିଛି ଅଜଣା କଥା
ବିଶ୍ୱରେ ଶାରିରୀକ ଭିନ୍ନକ୍ଷମ ଓ ଅକ୍ଷମଙ୍କ ଲାଗି ବିଶ୍ୱ ସ୍ତରରେ ଏକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କଥା କେହି ଚିନ୍ତା କରି ନଥିଲେ। କିନ୍ତୁ ଜର୍ମାନୀର ନାଜୀ ସରକାରଙ୍କ ଦ୍ୱାରା ବିତାଡ଼ିତ ହୋଇଥିବା ଡାକ୍ତର ସାର ଲୁଡ୍‍ୱିଗ୍‍ ଗଟ୍ଟମାନ୍ନ ହିଁ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାର ସ୍ୱପ୍ନ ଦେଖିଥିଲେ।

ଜର୍ମାନୀରୁ ବିତାଡିତ ହେବା ପରେ ସେ ଇଂଲଣ୍ଡରେ ଷ୍ଟୋକ୍‍ ମାଣ୍ଡେଭିଲେ ହସ୍ପିଟାଲ ଖୋଲି ଚିକିତ୍ସା କରୁଥିଲେ। ତାଙ୍କରି ଉଦ୍ୟମରେ ଜୁଲାଇ ୨୯ ତାରିଖ ୧୯୪୮ରେ ୧୬ ଜଣ ଆହତ ସୈନିକଙ୍କୁ ନେଇ ଷ୍ଟୋକ୍‍ ମାଣ୍ଡେଭିଲେ ଗେମ୍ସ ଆୟୋଜନ କରିଥିଲେ।

ଏହି ଖେଳର ଲୋକପ୍ରିୟତା ବଢ଼଼ିବା ପରେ ୧୯୬୦ରେ ପ୍ରଥମ ପାରାଅଲିମ୍ପିକ୍ସ ଗେମ୍ସ ଆୟୋଜିତ ହୋଇଥିଲା। ପ୍ରଥମଥର ଏଭଳି ପ୍ରତିଯୋଗିତାରେ ୨୩ଟି ଦେଶୁ ୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

୧୯୮୯ରେ ଅନ୍ତର୍ଜାତୀୟ ପାରାଅଲିମ୍ପିକ୍‍ କମିଟି ଗଠିତ ହୋଇଥିଲା। ପାରାଅଲିମ୍ପିକ୍‍ ଆନ୍ଦୋଳନରେ ନେତୃତ୍ୱ ଏହି କମିଟି ଗ୍ରହଣ କରିଥିଲା। ଯାହା ଫଳରେ ୧୯୬୦ରୁ ଆରମ୍ଭ ହୋଇଥିବା ଏହି ଗେମ୍ସ ବିଧିବଦ୍ଧ ସ୍ୱୀକୃତି ଲାଭ କରିଥିଲା।

ଇଟାଲୀର ରାଜଧାନୀ ରୋମ୍‍ରେ ଆରମ୍ଭ ହୋଇଥିବା ପାରାଅଲିମ୍ପିକ୍ସ ଗ୍ରୀଷ୍ମକାଳୀନ ଓ ଶୀତକାଳୀନ ଅଲିମ୍ପିକ୍ସ ପରି ପ୍ରତି ୪ ବର୍ଷରେ ଥରେ ଆୟୋଜିତ ହେବାର ନିୟମ ରହିଥିଲା। କିନ୍ତୁ ୨୦୦୮ ବେଜିଂ ଅଲିମ୍ପିକ୍ସ ବେଳକୁ ଏହାର ରୂପରେଖ ବଦଳି ଯାଇଥିଲା। ଯେଉଁ ସହର ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଆୟୋଜନ କରିବ, ସେହି ସହର ମଧ୍ୟ ପାରାଅଲିମ୍ପିକ୍ସ ଆୟୋଜନ କରିବ ବୋଲି ୨୦୧୨ରେ ବିଧବଦ୍ଧ ସ୍ଥିର କରାଗଲା।

ଜାପାନର ରାଜଧାନୀ ଟୋକିଓରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ଯାଏ ପାରାଅଲିମ୍ପିକ୍ସର ୧୬ତମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ ୧୬୭ଟି ଦେଶରୁ ୪,୫୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଥିରେ ୨୨ଟି ଖେଳରେ ୫୪୦ ଇଭେଣ୍ଟ ଆୟୋଜିତ ହେବ। ପାରା ବ୍ୟାଡ୍‍ମିଣ୍ଟନ ଓ ଟାଏକ୍ୱୋଣ୍ଡୋ ନୂଆ ଖେଳ ଭାବେ ଏଠାରେ ସାମିଲ ହୋଇଛି।

ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ପରି ପାରା ଅଲିମ୍ପିକ୍ସରେ କୌଣସି ଦର୍ଶକଙ୍କୁ ଷ୍ଟାଡିୟମ୍‍ ଭିତରକୁ ଛଡ଼ାଯିବ ନାହିଁ। କୋଭିଡ୍‍ ପ୍ରୋଟୋକଲକୁ କଡ଼ା କଡ଼ି ପାଳନ କରାଯିବ। ଟୋକିଓରେ କୌଣସି ହସ୍ପିଟାଲରେ ବେଡ୍‍ ନଥିବାରୁ ପାରା ଆଥ୍‍ଲେଟଙ୍କ ଲାଗି ବିପଦ ସୃଷ୍ଟି ହୋଇଛି।

ଆମେରିକାର ମହିଳା ସନ୍ତରଣକାରୀ ତ୍ରିଶ୍ଚା ଜର୍ଣ୍ଣ ପାରା ଅଲିମ୍ପିକ୍ସରେ ସର୍ବାଧିକ ୫୫ଟି ପଦକ ବିଜୟୀ ହୋଇଛନ୍ତି। ଏହା ମଧ୍ୟରେ ୩୨ଟି ସ୍ୱର୍ଣ୍ଣ ରହିଛି। ୧୯୮୦ରୁ ୨୦୦୪ ମଧ୍ୟରେ ସେ ଏହି ପଦକ ଜିତିଥିଲେ। ସେହିପରି ପୁରୁଷ ବିଭାଗରେ ସ୍ୱିଡେନ୍‍ର ସୁଟିଂ ତାରକା ଜୋନାସ ଜ୍ୟାକବସନ ୧୭ଟି ସ୍ୱର୍ଣ୍ଣ ସହ ସର୍ବାଧିକ ୨୭ଟି ପଦକ ଜିତିଛନ୍ତି। ସେ ୧୫ ବର୍ଷରେ ୧୯୮୦ ପାରାଅଲିମ୍ପିକ୍ସରେ ଡେବ୍ୟୁ କରିଥିଲେ। ସେ କ୍ରମାଗତ ୧୦ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପରେ ୨୦୧୬ ରିଓ ଅଲିମ୍ପିକ୍ସରେ ଅବସର ଗ୍ରହଣ କରିଥିଲେ।

ହଙ୍ଗେରୀର ପାଲ ଜୀକର୍ସ ପ୍ରଥମ ଓ ଏଯାଏ ଏକମାତ୍ର ଆଥ୍‍ଲେଟଭାବେ ଉଭୟ ସମର ଓ ପାରା ଅଲିମ୍ପିକ୍ସରେ ପଦକ ଜିତିବାରେ ସମର୍ଥ ହୋଇଛନ୍ତି। ୧୯୮୮ ସିଓଲ ଅଲିମ୍ପିକ୍ସରେ ଏହି ଅସିଚାଳକ କାଂସ୍ୟ ପଦକ ବିଜୟୀ ହୋଇଥିଲେ। ୧୯୯୧ରେ ସେ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ତାଙ୍କ ଗୋଡ ହରାଇଥିଲେ। ଏହା ସତ୍ତ୍ବେ ସେ ଦବି ନଯାଇ ୧୯୯୨ ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଅସିଚାଳନାରେ ସ୍ୱର୍ଣ୍ଣପଦକ ଜିତିଥିଲେ।