Raksha Bandhan - The Sakala
ରକ୍ଷା ବନ୍ଧନ ଅବସରରେ ନବୀନଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ଝିଅ ଏବଂ ବିଭିନ୍ନ ଅନୁଷ୍ଠାନର ସଭ୍ୟ
ଭୁବନେଶ୍ୱର: ରକ୍ଷା ବନ୍ଧନ ଅବସରରେ ନବୀନ ନିବାସରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ବିଶେଷ ଭିଡ଼ ହୋଇଥିଲା। କୁନି କୁନି ଝିଅ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନର ସଭ୍ୟ ନବୀନଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ସମବେତ ହୋଇଥିଲେ। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାରୀ, ଗାଇଡ୍‌ସର ଛାତ୍ରୀ, ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀ ଓ ଗୁରୁଜୀଙ୍କ ସହ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ବିରୋଧୀଦଳ ନେତାଙ୍କୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଗ୍ରହଣ କରି ସବୁ ଭେଦଭାବ ଭୁଲି ଆମର ସାମାଜିକ ଓ ସାଂସ୍କୃତିକ ବନ୍ଧନକୁ ସୁଦୃଢ କରିବା ପାଇଁ କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା; ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ପ୍ରେମ ଓ ସୁରକ୍ଷାର ପବିତ୍ର ପର୍ବ
ଭୁବନେଶ୍ୱର: ଆଜି ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ କେବଳ କିଛି ଶବ୍ଦ ମାଧ୍ୟମରେ ବର୍ଣ୍ଣନା କରାଯାଇନପାରେ। ସମଗ୍ର ବିଶ୍ୱରେ ଏହି ଅନନ୍ୟ ସମ୍ପର୍କକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଭାରତରେ ଏଥିପାଇଁ ଏକ ସ୍ୱତନ୍ତ୍ର ପର୍ବ ରହିଛି, ଯାହାକୁ ଆମେ ଦେଶବାସୀ ରକ୍ଷାବନ୍ଧନ ବୋଲି କହିଥାଉ। ହିନ୍ଦୁ ପଞ୍ଜିକା ଅନୁଯାୟୀ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (ସାଧାରଣତଃ ଇଂରାଜୀ କ୍ୟାଲେଣ୍ଡରର ଅଗଷ୍ଟ ମାସରେ) ଏହି ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ଏହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ପ୍ରେମ ଏବଂ ପାରସ୍ପରିକ କର୍ତ୍ତବ୍ୟର ଏକ ଜୀବନ୍ତ ପ୍ରତୀକ।
ସଂସ୍କୃତ ଶବ୍ଦରୁ ଉତ୍ପନ୍ନ ହୋଇଥିବା ଏହି ପର୍ବର ନାମରେ ହିଁ ଏହାର ପ୍ରକୃତ ଅର୍ଥ ଲୁଚି ରହିଛି। 'ରକ୍ଷା' ଅର୍ଥାତ୍ ସୁରକ୍ଷା ଏବଂ 'ବନ୍ଧନ' ଅର୍ଥାତ୍ ବାନ୍ଧିବା। ଉଭୟ ମିଶି ଏହା ସୁରକ୍ଷାର ଏକ ପବିତ୍ର ଗଣ୍ଠି ଭାବରେ ପରିଚିତ ହୋଇଛି। ଏହି ଦିନ ଭଉଣୀ ନିଜ ଭାଇର ହାତରେ ଏକ ରଙ୍ଗବେରଙ୍ଗର ସୂତା ବା ରାକ୍ଷୀ ବାନ୍ଧିଥାଏ ଏବଂ ତାର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ସମୃଦ୍ଧି କାମନା କରିଥାଏ। ଏହାର ପ୍ରତିବଦଳରେ ଭାଇ ନିଜ ଭଉଣୀକୁ ଉପହାର ଦେବା ସହ ସବୁ ପରିସ୍ଥିତିରେ ତାକୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା ନେଇଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପର୍ବ କେବଳ ରକ୍ତ ସମ୍ପର୍କ ମଧ୍ୟରେ ସୀମିତ ନୁହେଁ। ଜାତି, ଧର୍ମ ଏବଂ ବର୍ଣ୍ଣ ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକମାନେ ଏହି ପର୍ବକୁ ଆନନ୍ଦର ସହ ପାଳନ କରିଥାନ୍ତି।
ରକ୍ଷାବନ୍ଧନ କେବଳ ଏକ ଧାର୍ମିକ ରୀତିନୀତି ନୁହେଁ, ଏହା ହେଉଛି କର୍ତ୍ତବ୍ୟ, ଯତ୍ନ ଏବଂ ନିଃସ୍ୱାର୍ଥପର ପ୍ରେମର ଏକ ଆନନ୍ଦଦାୟକ ଉତ୍ସବ। ସମ୍ପର୍କ ଜୈବିକ ହେଉ କିମ୍ବା ଆତ୍ମାର, ଏହି ଦିନଟି ଭାଇ ଓ ଭଉଣୀ ମଧ୍ୟରେ ଥିବା ସ୍ନେହ ଏବଂ ବିଶ୍ୱାସକୁ ପବିତ୍ର ସୂତା, ମିଠା ଓ ହୃଦୟର ପ୍ରତିଶ୍ରୁତି ମାଧ୍ୟମରେ ଆହୁରି ମଜବୁତ କରିଥାଏ।
ରକ୍ଷାବନ୍ଧନରେ 'ସୁଭଦ୍ରା' ଯୋଜନାର ପଞ୍ଚମ କିସ୍ତି: ଏକ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା
ଭୁବନେଶ୍ୱର: ‘ସୁଭଦ୍ରା ଯୋଜନା’ର ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆସନ୍ତା ଅଗଷ୍ଟ ୨୮ ତାରିଖ (ରକ୍ଷାବନ୍ଧନ) ଦିନ ରାଜ୍ୟର ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି।
ଏହି ଅବସରରେ ନୟାଗଡ଼ଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଗଷ୍ଟ ୨୮ ସୁଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ଯାଞ୍ଚ ଏବଂ ସୁପାରିଶ କରାଯାଇଥିବା ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯିବ। ପୂର୍ବ କିସ୍ତିରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀମାନେ ଯାଞ୍ଚ ପରେ ଏକାସାଙ୍ଗରେ ୫ଟି କିସ୍ତି ପାଇବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ୩.୧୭ ଲକ୍ଷ ନୂଆ ଆବେଦନ ମିଳିଛି, ଯେଉଁଥିରୁ ଅଧିକାଂଶର କ୍ଷେତ୍ର ଯାଞ୍ଚ ଶେଷ ହୋଇସାରିଛି।
ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି (DBT) ମାଧ୍ୟମରେ ୫,୦୦୦ ଟଙ୍କା ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୭, ୨୦୨୪ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବାର୍ଷିକ ଦୁଇଟି କିସ୍ତିରେ (ରକ୍ଷାବନ୍ଧନ ଏବଂ ଆନ୍ତର୍ଜାତୀୟ ମହିଳା ଦିବସ) ମୋଟ ୧୦,୦୦୦ ଟଙ୍କା ପ୍ରଦାନ କରାଯାଉଛି। ୫ ବର୍ଷ ମଧ୍ୟରେ ଜଣେ ହିତାଧିକାରୀଙ୍କୁ ସର୍ବମୋଟ ୫୦,୦୦୦ ଟଙ୍କା ମିଳିବାର ବ୍ୟବସ୍ଥା ରହିଛି।
ପୁରୀ: ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ରାଖି ପିନ୍ଧିବେ ଚତୁଦ୍ଧାମୂର୍ତ୍ତି।  ଗହ୍ମା ଗହ୍ମାପୂର୍ଣ୍ଣମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧିବେ ଭଉଣୀ ସୁଭଦ୍ରା । ଦୁଇ ଭାଇ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧି ନିଜ ପାଇଁ ସୁରକ୍ଷା ଲୋଡ଼ିବେ ଦେବୀ ସୁଭଦ୍ରା। ଭାଇ ଭଉଣୀଙ୍କ ଥିବା ଏହି ସମ୍ପର୍କ ଡୋରି ନିଦର୍ଶନକୁ ଗହ୍ମାପୂର୍ଣ୍ଣମୀରେ ଦର୍ଶନ କରି ନିଜକୁ ଧନ୍ୟ ମଣିବେ ଭକ୍ତ ।
ତେବେ ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବେ । ସେହିପରି ଆଜି ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବାକୁ ଥିବା ବେଳେ ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ଅନୁଷ୍ଠିତ ହେବ । ଏହି ସ୍ୱତନ୍ତ୍ର ନୀତି ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରିବେ।
ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ। ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ। ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ। ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ। ଏହାପରେ ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରାଇବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।
ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା
ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଭଉଣୀ ସୁଭଦ୍ରା ଭାଇଙ୍କୁ ବାନ୍ଧିବେ ରାକ୍ଷୀ । ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ପାଟରେ ନିର୍ମିତ ବିଶାଳ କାୟ ରାକ୍ଷୀ ଓ ଗୁଆ ମାଳ ପାଟରା ବିଷୋୟୀ ସେବକଙ୍କ ଘରୁ ପ୍ରଦାନ କରାଯିବ। ପ୍ରସ୍ତୁତ ୪ଟି ରାକ୍ଷୀ ଓ ଗୁଆମାଳ ଭଉଣୀ ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ପିନ୍ଧାଇବାର ପରମ୍ପରା ରହିଛି। ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ହୋଇସାରିବା ପରେ ପୁଷ୍ପାଳକ ସେବକ ବଡ଼ଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ସ୍ୱତନ୍ତ୍ର ଭାବେ ନିର୍ମିତ ପାଟ ରାକ୍ଷୀ ଓ ଗୁଆ ମାଳ ପିନ୍ଧାଇବାର ବ୍ୟବସ୍ଥା ରହିଛି।
ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନିଆରା ହୋଇଥିବା ବେଳେ ମହାପ୍ରଭୁ ମାନବୀୟ ଲୀଳା କ୍ରମରେ ଗହ୍ମାପୂର୍ଣ୍ଣମୀ ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ଭଉଣୀ ଭାଇ ହାତରେ ସ୍ନେହ ଓ ଶ୍ରଦ୍ଧାର ରାକ୍ଷୀ ବାନ୍ଧିଥାଏ । ନାଲି, ନେଳି, ହଳଦିଆ ଓ ବାଇଗଣୀ ରଙ୍ଗର ପାଟରେ ନିର୍ମିତ ବିଶାଳକାୟ ରାକ୍ଷୀ ମହାପ୍ରଭୁଙ୍କ ହାତରେ ଲାଗି ହେବାପରେ ବେଶ ଆକର୍ଷଣୀୟ ଦେଖାଯାଏ । ସେହିପରି ଆଜି ମଧ୍ୟ ବଳଭଦ୍ର ଜନ୍ମ ନୀତି ପାଳନ କରାଯାଇଥାଏ । ପରମ୍ପରା ଅନୁସାରେ ସୁଦର୍ଶନ ମହାପ୍ରଭୁଙ୍କୁ ବିଜେ କରାଯିବା ସହ ମାର୍କଣ୍ଡେୟ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମ ନୀତି ସେବାୟତ ମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ।
କର୍ଣ୍ଣଫ୍ଲୋର୍‌ ଓ ଦିଆସିଲି କାଠିରେ ରାକ୍ଷୀ ପ୍ରସ୍ତୁତ କରି ପରିବେଶ ସୁରକ୍ଷା ପାଇଁ ରୋଲ୍‌‌ମଡେଲ୍‌ ସାଜିଛନ୍ତି ପଥପ୍ରାନ୍ତ ଶିଶୁ
ଭୁବନେଶ୍ୱର: ଇୟରବଡ୍‌‌ସ ହେଉ ଅବା ଦିଆସିଲି କାଠି କିମ୍ବା ଆଇସ୍‌‌କ୍ରିମ୍‌‌ କାଠିରେ ବି ପ୍ରସ୍ତୁତ ହେଉଛି ସୁନ୍ଦର ଓ ଆକର୍ଷଣୀୟ ରାକ୍ଷୀ। ଏହାକୁ କୌଣସି ଫେଶନ୍‌‌ ଡିଜାଇନର କିମ୍ବା କାରିଗରମାନେ ପ୍ରସ୍ତୁତ କରୁନାହାନ୍ତି। ବରଂ ବସ୍ତିରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଏହା ପ୍ରସ୍ତୁତ ହେଉଛି। ନିଜ ପଢ଼଼ାଖର୍ଚ୍ଚ ତୁଲାଇବାକୁ ବିଭିନ୍ନ ପର୍ବପର୍ବାଣୀରେ ଆବଶ୍ୟକୀୟ ଉପକରଣ ତିଆରି କରି କେବଳ ନିଜର ସ୍ୱାଭିମାନର ପରିଚୟ ଦେଇନାହାନ୍ତି ବରଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ବସ୍ତିର ଏହି ପଥପ୍ରାନ୍ତ ଶିଶୁମାନେ। ଆଗକୁ ରାକ୍ଷୀ ପୂର୍ଣ୍ଣମୀ ଆସୁଥିବାବେଳେ ରାକ୍ଷୀ ବିକ୍ରି ପାଇଁ ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ହେଲେ ପ୍ରତିଯୋଗିତାଠାରୁ ବହୁ ଦୂରରେ ରହି ବିଭିନ୍ନ ଅଦରକାରୀ ସାମଗ୍ରୀ ନୂଆ ରୂପ ଦେଇ ପରିବେଶ ଅନୁକୂଳ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ବସ୍ତିର ଏହି କୁନି କୁନି ଛାତ୍ରଛାତ୍ରୀମାନେ। ଏଭଳି ଅଭିନବ ପ୍ରୟାସ କରୁଛନ୍ତି ରାଜଧାନୀର ୫ରୁ ଊର୍ଦ୍ଧ୍ବ ବସ୍ତିର ପ୍ରାୟ ୭୦ ଛାତ୍ରଛାତ୍ରୀ।
ପ୍ରତିଦିନ ସ୍କୁଲରୁ ଫେରିବା ପରେ ପିଲାମାନେ ଖେଳକୁଦ କରିବା ବଦଳରେ ଲାଗିପଡ଼ିଛନ୍ତି ରାକ୍ଷୀ ପ୍ରସ୍ତୁତିରେ। ପରିବାରର ବୋଝ ନ ହୋଇ କିଭଳି ନିଜେ ନିଜର ଖର୍ଚ୍ଚ ବହନ କରିବେ ସେଥିପାଇଁ ଏଭଳି ନିଆରା ଉଦ୍ୟମ କରିଛନ୍ତି ଏହି ପିଲାମାନେ। ପଥପ୍ରାନ୍ତ ଶିଶୁମାନଙ୍କୁ ସୁରକ୍ଷା, ଶିକ୍ଷା ଓ ସ୍ୱାଭିମାନର ସହ ବଞ୍ଚିବା ସହ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସାମାଜିକ ଅନୁଷ୍ଠାନ ଆଶାଏଁ ପକ୍ଷରୁ ପ୍ରାୟ ୧୦ ବର୍ଷ ହେବ ରାଜଧାନୀର ୫ଟି ସ୍ଥାନ ଯଥା ବୁଦ୍ଧନଗର, ମସ୍‌‌ଜିଦ୍‌‌ କଲୋନୀ, ନୀଲପଡ଼ିଆ, ମଣ୍ଡପ ବସ୍ତି, ଡମଣା ଆଦି ବସ୍ତିରେ ବିଦ୍ୟାଳୟ ବା କମ୍ୟୁନିଟି ଲର୍ଣ୍ଣିଂ କେନ୍ଦ୍ର ବା ‘ଆମ ପାଠଶାଳା’ରେ ଶିକ୍ଷା ସମେତ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ସେହିକ୍ରମରେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣମୀ ଅବସରରେ ‘ଆମ ପାଠଶାଳା’ ପ୍ରାୟ ୫ଟି କେନ୍ଦ୍ରର ୭୦ରୁ ଊର୍ଦ୍ଧ୍ବ ପିଲା ବିଭିନ୍ନ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି। ଏହାସହ କର୍ଣ୍ଣଫ୍ଲୋର ପାଉଡରରେ କ୍ଲେ ପ୍ରସ୍ତୁତ କରି ସେଥିରେ ରଙ୍ଗ ଦେଇ ଆକର୍ଷଣୀୟ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି। ଏହି ରାକ୍ଷୀଗୁଡ଼ିକ ପରିବେଶ ଅନୁକୂଳ ହୋଇଥିବାରୁ ବଡ଼ବଡ଼ିଆ ଲୋକ ମଧ୍ୟ ଏହି ରାକ୍ଷୀ କିଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଏହି ରାକ୍ଷୀଗୁଡ଼ିକ ବିଭିନ୍ନ ହାଉସିଂ କଲୋନୀରେ ଷ୍ଟଲ୍‌‌ ମାଧ୍ୟମରେ ବିକ୍ରି କରୁଛନ୍ତି।
ପାଠପଢ଼଼ା ପରେ ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ଧରି ପିଲାମାନେ ଦିନକୁ ୫ଶହରୁ ଅଧିକ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ଏଥିରୁ ବାହାରୁଥିବା ଲାଭ ଟଙ୍କାକୁ ପରିବାର ଭରଣପୋଷଣ ପାଇଁ ନୁହେଁ ବରଂ ନିଜ ପାଠପଢ଼଼ା ଖର୍ଚ୍ଚ ବହନ କରିବା ପାଇଁ ସଞ୍ଚୟ କରୁଥିବା ପିଲାମାନେ କହିଛନ୍ତି। ତେବେ ପାଠଶାଳାରୁ ଶିକ୍ଷାଲାଭ କରି ବର୍ତ୍ତମାନ ଉଚ୍ଚଶିକ୍ଷା କରୁଥିବା ଏସ୍‌‌.କେ. ବାଦଲ, କେ. ଭାରତୀ ରେଡ୍ଡି, ପି. କଲ୍ୟାଣ ପ୍ରମୁଖ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏହା କେବଳ ରାକ୍ଷୀ ନୁହେଁ ବରଂ ପଥପ୍ରାନ୍ତ ଶିଶୁମାନେ ପଲିଥିନ୍‌‌, ବୋତଲ ଗୋଟାଇବା କାମରୁ ଦୂରେଇ ରହି ସ୍ୱାଭିମାନର ସହ ବଞ୍ଚିବାର ରାସ୍ତା ଦେଖାଉଛି ବୋଲି ଆଶାଏଁର ସଦସ୍ୟ ବିକ୍ରମ ନାୟକ ଓ ସଂଗ୍ରାମ ରାଉତରାୟ କହିଥିବାବେଳେ ଏହି ରାକ୍ଷୀ କିଣିବାକୁ ନିବେଦନ କରିଛନ୍ତି।
ରକ୍ଷାବନ୍ଧନ ଦିନ ଭଉଣୀ ତା’ ଭାଇର ମଙ୍ଗଳକାମନା କରି ଭାଇ ହାତରେ ରାଖି ବାନ୍ଧି ସିନ୍ଦୂର, ଚନ୍ଦନ ଆଦି ଲଗାଇ ବନ୍ଦାପନା କରିଥାଏ। ରାଖି ବାନ୍ଧିବା ସମୟରେ ଭାଇର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଜରୁରୀ। ତେବେ ଏସବୁ ନୀତିନିୟମ ସହିତ ରାଖି ଥାଳିରେ କେଉଁସବୁ ଜିନିଷ ରହିବା ଆବଶ୍ୟକ ଏବଂ ସେଗୁଡ଼ିକୁ ମହତ୍ତ୍ବ କ’ଣ ଆସନ୍ତୁ ଜାଣିବା।
ହିନ୍ଦୁ ଧର୍ମ ଅନୁଯାୟୀ ଯେକୌଣସି ଶୁଭ କାର୍ଯ୍ୟରେ ଅକ୍ଷତ ବା ଗୋଟା ଅରୁଆ ଚାଉଳକୁ ସାମିଲ୍‌ କରାଯାଏ। ଅକ୍ଷତ ହେଉଛି ପୂର୍ଣ୍ଣତାର ପ୍ରତୀକ। ତେଣୁ ରାଖି ଥାଳିରେ ନିଶ୍ଚିତ କିଛି ଚାଉଳ ରଖନ୍ତୁ ଏବଂ ଭାଇଙ୍କୁ ତିଳକ ଲଗାଇବା ପରେ ତାଙ୍କ ମୁଣ୍ଡରେ ଚାଉଳ ଲଗାନ୍ତୁ। ଏଭଳି କରିବା ଦ୍ବାରା ଈଶ୍ବରୀୟ କୃପା ସହ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ।
-ରାଖି ଥାଳିରେ ଥିବା ଦୀପକୁ ପ୍ରଜ୍ବଳିତ କରି ରଖନ୍ତୁ। ଦୀପ ଦ୍ବାରା ଭାଇଙ୍କୁ ବନ୍ଦାପନା କଲେ ନକାରାତ୍ମକ ଶକ୍ତିର ପ୍ରଭାବ ଦୂର ହୁଏ।
-କୁଙ୍କୁମ ହେଉଛି ମା’ ଲକ୍ଷ୍ମୀଙ୍କ ପ୍ରତୀକ। କୁଙ୍କୁମ ଦ୍ବାରା ତିଳକ କଲେ, ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିଥାଏ।
-କୁଙ୍କୁମ ପରେ ଭାଇର ମଥା ଉପରେ ଚନ୍ଦନ ଟୀକା ଲଗାଇବା ଦ୍ବାରା ଶ୍ରୀବିଷ୍ଣୁ ଓ ଗଣେଶଙ୍କ ଆଶୀର୍ବାଦ ମିଳିଥାଏ।
ଶ୍ରୀମନ୍ଦିରରେ ରାକ୍ଷୀ ଲାଗି ନୀତି
ପୁରୀ: ଶ୍ରୀମନ୍ଦିରରେ ରବିବାର ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପାଳିତ ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି। ରକ୍ଷା ବନ୍ଧନ ଭାଇ ଓ ଭଉଣୀ ଭିତରେ ଥିବା ସ୍ନେହ ଓ ପବିତ୍ର ବନ୍ଧନର ପର୍ବ। ତେବେ ଏହି ପବିତ୍ର ବନ୍ଧନର ଝଲକ ଶ୍ରୀମନ୍ଦିର ତଥା ଶ୍ରୀଜଗନ୍ନାଥ ସଂସ୍କୃତିରେ ଦେଖିବାକୁ ମିଳିଥାଏ। ଦେବୀ ସୁଭଦ୍ରା ନିଜର ଦୁଇଭାଇ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ଭାରତୀୟ ପରମ୍ପରାର ପବିତ୍ର ସମ୍ପର୍କକୁ ଦର୍ଶାଇ ଥାଆନ୍ତି। ପ୍ରାୟ ୧୫ କିଲୋ ବାସୁଙ୍ଗା ପାଟରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାଖୀକୁ ଚିତାଲାଗି ଅମାବାସ୍ୟା ପରଠାରୁ ପ୍ରସ୍ତୁତ କରିଥାଆନ୍ତି ପାଟରା ସେବାୟତ। ଏହାବ୍ୟତିତ ଶ୍ରୀଜୀଉମାନେ ଦୁଇଟି ଲେଖାଏଁ ଗୁଆମାଳ ମଧ୍ୟ ପରିଧାନ କରିଥାଆନ୍ତି। ନାଲି, ସବୁଜ, ହଳଦିଆ ଓ ନୀଳ ରଙ୍ଗର ଏହି ଗୁଆମାଳକୁ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥାଏ।ଦ୍ୱିପ୍ରହର ଧୂପ ବେଶରେ ମହାପ୍ରଭୁ ଦକ୍ଷିଣ ଭୂଜରେ ଗୋଟିଏ ଏବଂ ଉତ୍ତର ଭୂଜରେ ୨ଟି ଆଜ୍ଞାମାଳ ଲାଗି ହୋଇଥାନ୍ତି। ଏହାପରେ ପାଟରା ବିଶୋଇ ସେବକଙ୍କ ଦ୍ୱାରା ବାସୁଙ୍ଗା ପାଟରେ ପ୍ରସ୍ତୁତ ୪ଟି ରାକ୍ଷୀ ଏବଂ ୪ଟି ଗୁଆମାଳକୁ ଶ୍ରୀଜଗନ୍ନାଥ ଏବଂ ବଡ଼ଠାକୁରଙ୍କ ଶ୍ରୀଭୁଜରେ ପୁଷ୍ପାଳକ ସେବକ ଲାଗି କରିଥାନ୍ତି।