Shree Mandir Reopen - The Sakala

ଫେବୃଆରୀ ପ୍ରଥମ ସପ୍ତାହରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର ଦ୍ବାର
ପୁରୀ: ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର ଦ୍ବାର। ଯଦିଓ ଏ ନେଇ ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ କିନ୍ତୁ ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ପ୍ରଶାସନର ବୈଠକ ବସିବ। ଏଥିରେ ମନ୍ଦିର ଖୋଲିବା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେବ। ତେବେ ବୈଠକରେ ଫେବୃଆରୀ ଆରମ୍ଭରୁ କୋଭିଡ଼ କଟକଣା ମଧ୍ୟରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ ବନ୍ଦ ରହିବ। ଖୁବ୍‌ଶୀଘ୍ର ବୈଠକ ବସି କୋଭିଡ଼ ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

କୋଭିଡ଼ ସଂକ୍ରମଣକୁ ନଜରରେ ରଖ୍ ଗତ ୯ ତାରିଖରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି। ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। କିନ୍ତୁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଓ ସେବାପୂଜା ଚାଲିଛି। ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଆସି ପତିତପାବନଙ୍କୁ ଦର୍ଶନ କରି ନିରାଶରେ ଫେରୁଛନ୍ତି। କୋଭିଡ଼ର ତୃତୀୟ ଲହର ଏତେଟା ସାଂଘାତିକ ହେଉ ନ ଥିବା କହି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଉ ବୋଲି ବିଭିନ୍ନ ସଙ୍ଗଠନ ଦାବି କରୁଛନ୍ତି। ବେଳାଭୂମି, ହୋଟେଲ ଏବଂ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଗାଡ଼ି ଚଳାଚଳ ସ୍ବାଭାବିକ ଥିବାବେଳେ ମନ୍ଦିର କାହିଁକି ବନ୍ଦ ରହିବ ବୋଲି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର ସେବାୟତଙ୍କୁ ବୁଷ୍ଟର ଡୋଜ୍ ଟିକା ଦିଆଯିବ। ସୋମବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେବକ କଲ୍ୟାଣ ସବ୍ କମିଟି ବୈଠକରେ ସେବକମାନେ ବୁଷ୍ଟର ଡୋଜ କଥା ଉଠାଇଥିଲେ। ତେବେ ଯେଉଁମାନଙ୍କର ଦ୍ୱିତୀୟ ଡୋଜ ନେବାର ୯ ମାସ ପୂରିଯାଇଛି ସେମାନଙ୍କୁ ବୁଷ୍ଟର ଡୋଜ୍ ଦେବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ସେବାୟତଙ୍କ ପାଇଁ ସ୍ବତନ୍ତ୍ର କରାଯାଇ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ଜଣାପଡ଼ିଛି।

ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର
ପୁରୀ: ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶ୍ରଦ୍ଧାଳୁମାନେ କାଲିଠୁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। କୋରୋନା ଯୋଗୁଁ ତିନି ମାସରୁ ଅଧିକ ସମୟ ବନ୍ଦ ରହିଥିଲା ଶ୍ରୀମନ୍ଦିର ।

ଏହି ମାସ ୧୬ତାରିଖରୁ ୨୦ ତାରିଖ ଯାଏଁ କେବଳ ପୁରୀ ସହରର ବାସିନ୍ଦା ଦିଅଁ ଦର୍ଶନ କରିଥିଲେ । ଗତକାଲି ଓ ଆଜି ସପ୍ତାହାନ୍ତ ସଟ୍‌ଡାଉନ ଯୋଗୁଁ ମନ୍ଦିର ବନ୍ଦ ରହିଛି । ଆସନ୍ତାକାଲିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । କୋଭିଡ କଟକଣା ମାନି ଭକ୍ତମାନେ ଦିଅଁ ଦର୍ଶନ କରିବେ । ସକାଳ ୭ଟାରୁ ସଂଧ୍ୟା ୭ ଯାଏଁ ଭକ୍ତମାନେ ଦର୍ଶନ କରିପାରିବେ । ଭକ୍ତମାନେ କୋଭିଡ ଆରଟିପିସିଆର୍ ନେଗେଟିଭ ରିପୋର୍ଟ ବା ଦୁଇଟି ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବେ । ପର୍ବପର୍ବାଣୀ ଦିନ ଭକ୍ତମାନଙ୍କୁ ମନ୍ଦିରକୁ ଛଡା ଯିବ ନାହିଁ । ପରବର୍ତ୍ତୀ ଆଦେଶ ଯାଏଁ ମନ୍ଦିର ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ । ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ଓ ୮ଟି କିଓସ୍କୋ ସ୍ଥାପନ କରାଯାଇଥିବା ବେଳେ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଫୋର୍ସ ମୁତୟନ ହେବେ।