Millet Mission - The Sakala

ଆଜିଠାରୁ ଦୁଇଦିନିଆ ମିଲେଟ୍‌‌ ଅନ୍ତର୍ଜାତୀୟ ସମ୍ମିଳନୀ, ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଠାରୁ ଦୁଇଦିନିଆ ମିଲେଟ୍‌‌ ସମ୍ୱନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌‌ଘାଟନ କରିବେ। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍‌‌’। ସମ୍ମିଳନୀରେ ମିଲେଟ୍‌‌ ଚାଷ, ପ୍ରକ୍ରିୟାକରଣରେ କୃଷକମାନଙ୍କ ସମ୍ପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ, ବୈଷିୟକ ଅଧିବେଶନ, ନୀତି ନିର୍ଦ୍ଧାରଣ ନିମନ୍ତେ ରାଉଣ୍ଡଟେବୁଲ୍‌‌ ବୈଠକ, ବି-ଟୁ-ବି ବୈଠକ, ଅନ୍ତର୍ଜାତୀୟ ଖାଦ୍ୟମେଳା, କୁଇଜ୍‌‌ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାସହ ମିଶନ୍‌ ଶକ୍ତି ଅଧୀନ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ମିଲେଟ୍‌‌ ଉଦ୍ୟୋଗୀମାନଙ୍କର ସଫଳତାର କାହାଣୀ ପ୍ରଦର୍ଶନ କରାଯିବ। ସେହିପରି ଜଳବାୟୁ ପରିବର୍ତ୍ତନ ଏବଂ ମିଲେଟସ୍‌‌ ଉପରେ ଆଧାରିତ ସଙ୍ଗୀତ କାର୍ଯ୍ୟକ୍ରମ ସାଙ୍ଗକୁ ସେଫ୍‌‌ ବିକାଶ ଖାନ୍ନା ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥା, ବିଭିନ୍ନ ଦେଶର ଦୂତାବାସର କର୍ମକର୍ତ୍ତା ଏବଂ ବିଭିନ୍ନ ରାଜ୍ୟର କୃଷି ସଚିବଙ୍କ ସମେତ ଅନେକ ପ୍ରତିନିଧି ଯୋଗଦେବେ।

ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ, ୨୦୨୩ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍‌‌ ବର୍ଷ ଭାବେ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକ୍ରମେ ଗତବର୍ଷଠାରୁ ନଭେମ୍ୱର ୧୦କୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି। ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ଓ ଏଥିପ୍ରତି ସଚେତନତା ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ଭାବେ ମାଣ୍ଡିଆ ଦିବସ ପାଳନ ଓ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ଉଦ୍ଦେଶ୍ୟରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିବାରେ ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ। ରାଜ୍ୟରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଆଗାମୀ ଚାରିବର୍ଷ ଅର୍ଥାତ ୨୦୨୩-୨୪ରୁ ୨୦୨୬-୨୭ ବର୍ଷ ପର୍ଯ୍ୟନ୍ତ ୨୬୮୭ କୋଟି ୪୫ ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଥିବା ସୂଚନା ରହିଛି।

ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆୟୋଜନ ହେବ ଦୁଇଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ
ଭୁବନେଶ୍ବର: ବିଶ୍ବରେ ଓଡ଼ିଶାର ମିଲେଟ୍‌ ମିଶନ ବଡ଼ ମଡେଲ ସାଜିଛି । ଆସନ୍ତା ୯ ଓ ୧୦ ତାରିଖରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆୟୋଜନ ହେବ ଦୁଇଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ । ଏଥିରେ ପ୍ରଦର୍ଶନୀ, ପ୍ରତିଯୋଗିତା ଓ ଜଳବାୟୁ ପରିବର୍ତ୍ତନ ସମୟରେ ମିଲେଟ୍‌ କିପରି ବରଦାନ ସାଜିଛି, ସେ ନେଇ ଆଲୋଚନା ହେବ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି । ପ୍ରତିବର୍ଷ ଓଡ଼ିଶାରେ ବଢୁଛି ମାଣ୍ଡିଆ ଚାଷ

୨୦୨୩କୁ ଜାତିସଂଘ ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ଭାବେ ପାଳନ କରୁଛି । ପ୍ରତିବର୍ଷ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ଲକ୍ଷ୍ୟ, ମାଣ୍ଡିଆ ଚାଷୀଙ୍କୁ ପ୍ରୋତ୍ସାହନ ଓ ଘରେ ଘରେ ମିଲେଟ୍‌ ଆଦର ବୃଦ୍ଧି । ମିଲେଟକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ଭାରତର ପ୍ରଥମ ରାଜ୍ୟ ଭାବେ ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଓଡ଼ିଶା ଦୁଇ ଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ ଆୟୋଜନ କରୁଛି । ଭୁବନେଶ୍ବରରେ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶର ଚାଷୀ, ଗବେଷକ, ବ୍ୟବସାୟୀ, ମିଲେଟ୍‌ ଉପରେ କାମ କରୁଥିବା ସଂସ୍ଥା ଭାଗ ନେବେ । ମିଲେଟରେ ଉପକାରିତା ନେଇ ଆଲୋଚନା ହେବ । ବିଶ୍ବରେ ମିଲେଟ୍‌ ଚାହିଦା ବୃଦ୍ଧି ପାଇଁ ସମ୍ମିଳନୀରେ ଫୋକସ୍‌ କରାଯିବ । ସମ୍ମିଳନୀର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଣ୍ଟା ଭିଡ଼ିଛି । ବୈଜ୍ଞାନିକ ପଦ୍ଧତି ଓ ପାରମ୍ପରିକ ଜ୍ଞାନକୌଶଳର ମିଶ୍ରଣରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୭୭ ବ୍ଲକକୁ କିପରି ସଂପ୍ରସାରଣ କରାଯାଇଛି ମିଲେଟ, ତା’ର ସଫଳତା ଶୁଣିବ ବିଶ୍ବ । ମାଣ୍ଡିଆରେ ଭରପୂର ଆଇରନ ଓ ପ୍ରୋଟିନ ଅଛି । ଖାଇଲେ ଶରୀର ସୁସ୍ଥ ଓ ସତେଜ ରହିବା ସହ ଅନେକ ରୋଗରୁ ମୁକ୍ତି ମିଳୁଛି । ତେଣୁ ଦିନକୁ ଦିନ ମିଲେଟ ମିଶନ ସଫଳତା ସାଉଣ୍ଟୁ ଥିବା କୃଷି ଓ କୃଷକ ସଶକ୍ତୀକରଣ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି ।

ଜଳବାୟୁ ପରିବର୍ତ୍ତନ ସମୟରେ ମାଣ୍ଡିଆ ଚାଷ ଲାଭଦାୟକ ହୋଇଛି । ଚାଷୀଙ୍କ ପାଇଁ ସ୍ବତନ୍ତ୍ର ମାର୍କେଟ, ମିଶନ ଶକ୍ତି କ୍ୟାଫେ, ଚାଷୀଙ୍କୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏମଏସପି ବ୍ୟବସ୍ଥା କରିବା ସହ ଆୟ ଦୁଇଗୁଣା କରିବା ଏବଂ ପିଡିଏସରେ ଚାଉଳ ସହ ୧ ଟଙ୍କାରେ ମାଣ୍ଡିଆ ଦିଆଯାଉଛି । ଆଗକୁ ଆମ ହସ୍ପିଟାଲରେ ମିଲେଟ୍‌ କ୍ୟାଫେ ସହ ମଧ୍ୟାହ୍ନ ଭୋଜନରେ ମିଲେଟ ସାମିଲ କରାଯିବ । ଓଡ଼ିଶାରେ ପ୍ରତିବର୍ଷ ମିଲେଟ ଚାଷ ବୃଦ୍ଧି ପାଉଛି ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ ।

୨୦୧୭-୧୮ ବର୍ଷରେ ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ମିଲେଟ୍‌ ମିଶନ ଆରମ୍ଭ କରିଥିଲେ । ୨୦୨୭ ମସିହା ପର୍ୟ୍ୟନ୍ତ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନେଇଛି କୃଷି ବିଭାଗ । ଆନ୍ତର୍ଜାତିକ ସମ୍ମିଳନୀରେ ବୈଷୟିକ ଅଧିବେଶନ, ବି ଟୁ ବି ମିଟିଂ, ଖାଦ୍ୟ ମହୋତ୍ସବ, ମିଲେଟ ଉପରେ କୁଇଜ ଓ ରନ୍ଧନ ପ୍ରତିଯୋଗିତା ହେବ । ସେଥିପାଇଁ ଏବେ ସଭିଁଙ୍କ ମୁହଁରେ ଗୋଟିଏ କଥା ‘ଥରେ ଖାଇଲେ ଖାଇବୁ ନୀତି, ରାତି ହେଉ କି ଦିନ; ଆମ ଗର୍ବ ଆମ ସମ୍ମାନ ମିଲେଟ ମିଶନ୍‌’ ।

ନଭେମ୍ବର ୯ରୁ ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ୍‌‌ ସମ୍ମିଳନୀ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରହିବ ସକ୍ରିୟ ଯୋଗଦାନ
ଭୁବନେଶ୍ୱର: ପୁଷ୍ଟି ଶସ୍ୟ ମିଲେଟ୍‌‌ର ବ୍ୟାପକ ପ୍ରଚାର ଓ ପ୍ରସାର ଦିଗରେ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ମିଲେଟ୍‌‌ ସମ୍ୱନ୍ଧୀୟ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜନ କରାଯାଉଛି। ମିଳିତ ଜାତିସଂଘ ପକ୍ଷରୁ ଚଳିତ ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ୍‌‌ ବର୍ଷ ଭାବରେ ଘୋଷଣା କରିଛନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନଭେମ୍ୱର ୯ ଓ ୧୦ ତାରିଖରେ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଭାରତର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ପ୍ରତିବର୍ଷ ନଭେମ୍ୱର ୧୦ ତାରିଖକୁ “ମାଣ୍ଡିଆ ଦିବସ” ଭାବରେ ପାଳନ କରୁଛି। ଆନ୍ତର୍ଜାତିକ ସମ୍ମେଳନ ପାଳନ ନିମନ୍ତେ କୃଷି ଭବନଠାରେ ସାଙ୍ଗଠନିକ କମିଟିର ପ୍ରଥମ ପ୍ରସ୍ତୁତି ବୈଠକ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଇଣ୍ଡିଆନ୍‌‌ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଅଫ୍‌‌ ମିଲେଟ୍‌‌ ରିସର୍ଚ୍ଚ, ଇକି୍‌‌ରସାଟ୍‌‌, ଖାଦ୍ୟ ଓ କୃଷି ସଂଗଠନ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ, ଏସ୍‌‌ସିଏସ୍‌‌ଟିଆର୍‌‌ଟିଆଇ ଏବଂ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକର ସହଯୋଗରେ ସମ୍ମିଳନୀର ଆୟୋଜନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ମିଲେଟ୍‌‌ ମିଶନର ନେତୃତ୍ୱରେ ଓ ବିଭିନ୍ନ ସରକାରୀ ବିଭାଗ, କେନ୍ଦ୍ରୀୟ ସଂସ୍ଥା, ବେସରକାରୀ ଅଂଶୀଦାର, କୃଷକ, କୃଷକ ଉତ୍ପାଦକ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗବେଷଣା ପ୍ରତିଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯିବ। ଏହି ଅବସରରେ ବିଭିନ୍ନ ଆଲୋଚନାଚକ୍ର, ଉଦ୍ୟୋଗୀ ଓ ବ୍ୟବସାୟିକ ସଂସ୍ଥାର ବୈଠକ, ପ୍ରଦର୍ଶନୀ ମଣ୍ଡପ, କୃଷି ଯାନ୍ତ୍ରିକୀକରଣ ଷ୍ଟଲ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହଯୋଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍‌‌, ପ୍ରବନ୍ଧ ଲିଖନ ଓ ଏକ୍ସଟେମ୍ପୋର, ଆନ୍ତର୍ଜାତିକ ଖାଦ୍ୟ ମହୋତ୍ସବ ଏବଂ ରନ୍ଧନ ପ୍ରତିଯୋଗିତା ଆଦିର ଆୟୋଜନ ଓ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ମିଶନଶକ୍ତି ଦ୍ୱାରା ମିଲେଟ୍‌‌ ଆଧାରିତ ଉଦ୍ୟୋଗରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଫଳତା ଓ ଆହ୍ୱାନ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ମଧ୍ୟ ଆୟୋଜନ କରାଯିବ। ଏଥି ସହିତ ବିଲ୍‌‌ ଓ ମିଲିଣ୍ଡା ଗେଟ୍‌‌ସ ଫାଉଣ୍ଡେସନ ମାଧ୍ୟମରେ ମାଣ୍ଡିଆ ଉପରେ ବିକଶିତ ହେଉଥିବା ପ୍ରଯୁକ୍ତିବିଦ୍ୟା ଉପରେ ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯିବ। ଏହି ଅବସରରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ମିଲେଟରେ ଆଫ୍ରିକୀୟ ଦେଶଗୁଡ଼ିକର ସହଯୋଗକୁ ନିଶ୍ଚିତ କରିବା ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସକ୍ରିୟ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ମିଲେଟ୍‌‌ ଉପରେ ଆସନ୍ତା ୧୦ ବର୍ଷ ପାଇଁ ପଲିସି ରୋଡମ୍ୟାପ ବିକାଶ ପାଇଁ ଓଡ଼ିଶା ମିଲେଟ୍‌‌ ମିଶନ ପ୍ରମୁଖ ଭୂମିକା ନିର୍ବାହ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମିଳନୀରେ ଏ ସମ୍ପର୍କିତ ଏକ ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜନ କରାଯିବା ପାଇଁ ଡ.ପାଢ଼ୀ ପରାମର୍ଶ ଦେଇଥିଲେ। ଫିକି ଦ୍ୱାରା ସମସ୍ତ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯିବ।

ଆଇଆଇଏମ୍‌‌ଆର୍‌‌ର ବରିଷ୍ଠ ବୈଜ୍ଞାନିକ ଡ. ଶ୍ରୀନିବାସ ରାଜୁ କହିଛନ୍ତି ଯେ ସମ୍ମିଳନୀର ସଫଳ ଆୟୋଜନ ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ। ଏହି ଅବସରରେ ଓଡ଼ିଶା ହୋଟେଲ ଏବଂ ରେସ୍ତୋରାଁ ଆସୋସିଏସନ ସହଯୋଗରେ ଏକ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ଆୟୋଜନ କରାଯିବ। ଏଥିସହିତ “ଗାଁ ଇତିହାସ” ଓ ବକୁଳ ଫାଉଣ୍ଡେସନ ଦ୍ୱାରା ‘କାହାଣୀ କହିବା’ ପରି ଅଭିନବ କାର୍ଯ୍ୟକ୍ରମ ସମ୍ମିଳନୀର ଅଂଶବିଶେଷ ହେବ। ଏଥିସହିତ ଷ୍ଟାର୍ଟଅପ୍‌‌ ଓଡ଼ିଶା ଏବଂ ନିଉଟ୍ରି ହବ୍‌‌ର ସହଯୋଗିତାରେ ଷ୍ଟର୍ଟଅପ୍‌‌ର ବିଭିନ୍ନ ଆହ୍ୱାନ ସମ୍ପର୍କରେ ଆଲୋଚନା କରାଯିବ। ମିଶନଶକ୍ତି ବିଭାଗ ପକ୍ଷରୁ ମେକ୍‌‌-ଇନ୍‌‌-ଓଡ଼ିଶା ଆଧାରରେ ଏହି ସମ୍ମିଳନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଅଂଶଗ୍ରହଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଆଜି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଓଡ଼ିଶା ମିଲେଟର ବିଶେଷଜ୍ଞ ଶୈଳେନ୍ଦ୍ର ମହାନ୍ତି, ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଓଡ଼ିଶା ରାଜ୍ୟ ବିହନ ନିଗମର ଏମ୍‌‌ଡି ଭବେଶ ନାୟକ, ଓୟୁଏଟି ଡିନ୍‌‌ ହୃଷୀକେଶ ପାତ୍ରଙ୍କ ସମେତ ମିଶନ ଶକ୍ତି ଆଇସିଏଆର୍‌‌-ଆଇଆଇଏମ୍‌‌ଆର୍‌‌ର ବରିଷ୍ଠ ବୈଜ୍ଞାନିକ, ଫିକିର କର୍ମକର୍ତ୍ତା ଓ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

ମାଣ୍ଡିଆ ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ପ୍ରଥମ
ଭୁବନେଶ୍ୱର: ମିଲେଟ୍‌‌ ମିଶନ ରାଜ୍ୟର ଖାଦ୍ୟଭ୍ୟାସକୁ ଉନ୍ନତ କରିବା ସହ କୁପୋଷଣ ବିରୋଧ ଲଢ଼େଇରେ ଅଗ୍ରଣୀ ଭୂମିକା ନେଉଛି। ମିଲେଟ୍‌‌ ଜାତୀୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଭୂ-ପ୍ରଜାତି ସଂରକ୍ଷଣ ତଥା ନୂଆ କିସମ ବିକାଶ କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି। ଏହିକ୍ରମରେ ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ପାରମ୍ପରିକ ମାଣ୍ଡିଆ ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ପାରମ୍ପରିକ ମାଣ୍ଡିଆ ଭୂ-ପ୍ରଜାତିଗୁଡ଼ିକ ଜାରି କରିବା ନିମନ୍ତେ ଲ୍ୟାଣ୍ଡରେସ୍‌‌ ଭେରାଇଟି ରିଲିଜ୍‌‌ କମିଟି ଗଠନ ଲାଗି ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିଗତ ୩ ବର୍ଷରେ ଆବଶ୍ୟକ ବୈଜ୍ଞାନିକ ତଥ୍ୟ ଉପଲବ୍ଧ ଲାଗି ନିରନ୍ତର ପରୀକ୍ଷଣ କରାଯାଇଛି।

ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନକୌଶଳର ସମ୍ମିଶ୍ରଣରେ ମାଣ୍ଡିଆର ଭୂ-ପ୍ରଜାତିକୁ ବିକଶିତ କରିବା ଫଳରେ କୃଷି ଜୈବବିବିଧତାର ମୂଳଧାରାରେ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆସିପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ରାଜ୍ୟସରକାରଙ୍କ ପ୍ରତିବଦ୍ଧତାକୁ ଦେଖି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ମଧ୍ୟ ଭୂ-ପ୍ରଜାତିର ବିହନ ପ୍ରଣାଳୀ ନିମନ୍ତେ ଓଡ଼ିଶା ସରକାରଙ୍କ ସହିତ ସହଭାଗିତା ପାଇଁ ଆଗ୍ରହ ପ୍ରଦର୍ଶନ କରିଛନ୍ତି। ଏହିସବୁ ପାରମ୍ପରିକ ଜ୍ଞାନକୌଶଳକୁ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ସମ୍ପ୍ରସାରିତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ମିଶନ ମଧ୍ୟ ସମ୍ପ୍ରତି ବିଭିନ୍ନ ରାଜ୍ୟ ସରକାରଙ୍କୁ ଫସଲର ବିବିଧିକରଣକୁ ଆପଣେଇବା ସହିତ ଭୂ-ପ୍ରଜାତି ପଦ୍ଧତିର ମ୍ୟାପିଙ୍ଗ୍‌‌ ପ୍ରକ୍ରିୟା ଗ୍ରହଣ କରିବା ପାଇଁ ପତ୍ର ଲେଖିଛନ୍ତି।

ଏଥି ସହିତ ନ୍ୟାସନାଲ ରେନ୍‌‌ଫେଡ୍‌‌ ଏରିଆ ଅଥରିଟି ଏବଂ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ମଧ୍ୟ ଓଡ଼ିଶା ମିଲେଟ୍‌‌ ମିଶନ ସହଭାଗିତାରେ କାମ କରିବା ସହ ଏଥିରୁ ଶିକ୍ଷା ଗ୍ରହଣ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଡ. ପାଢ଼ୀ କହିଛନ୍ତି ଏହି ପାରମ୍ପରିକ ମାଣ୍ଡିଆ ଭୂ-ପ୍ରଜାତିର କିସମ ସ୍ଥାନୀୟ ମୃତ୍ତିକା ଓ ଜଳବାୟୁ ଅନୁକୂଳ ହୋଇଯାଇଛି। ଏଥିରୁ କିଛି କିସମ ରୋଗପୋକ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରତି ମଧ୍ୟ ସହନଶୀଳ ଅଟନ୍ତି। ଏହି ପାରମ୍ପରିକ ଭୂ-ପ୍ରଜାତିଗୁଡ଼ିକ ଜୈବିକ କୃଷି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ଏହିପରି ଅନେକ ପାରମ୍ପରିକ ସ୍ଥାନୀୟ କିସମର ବହୁଳ ଚାହିଦା ରହିଛି। ମାନକସମ୍ମତ ବୈଜ୍ଞାନିକ ପଦ୍ଧତିର ଅଭାବରୁ ରାଜ୍ୟ ସରକାର ସମ୍ପୃକ୍ତ ସଂରକ୍ଷକ କୃଷକ ସମ୍ପ୍ରଦାୟକୁ ଏ ଦିଗରେ ପର୍ଯ୍ୟାପ୍ତ ସହାୟତା ଯୋଗାଇ ପାରୁନଥିଲେ।

ଫଳରେ ଜୈବବିବିଧତା ଲୋପ ପାଇବାର ଆଶଙ୍କା ଓ ଜନଜାତି ସମ୍ପ୍ରଦାୟର ସାଂସ୍କୃତିକ ବିଭବ ଧୀରେ ଧୀରେ ହଜିବାକୁ ବସିଥିଲା। ରାଜ୍ୟର ୬୨ଟି ଜନଜାତି ସମ୍ପ୍ରଦାୟ ବାସ କରନ୍ତି। ଜନଜାତି ସମ୍ପ୍ରଦାୟଗୁଡ଼ିକର ସ୍ଥାନୀୟ ମାଣ୍ଡିଆ ଆଦି କିସମର ସଂରକ୍ଷଣ ଦିଗରେ ଏକ ସମୃଦ୍ଧି ଐତିହ୍ୟ ରହିଛି। ଓଡ଼ିଶାର ଜନଜାତି ସମ୍ପ୍ରଦାୟର କୃଷକମାନେ ଅନାଦିକାଳରୁ ବିଭିନ୍ନ ମାଣ୍ଡିଆ କିସମର ସଂରକ୍ଷକ ଭାବରେ ପରିଗଣିତ ହୋଇ ଆସୁଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬୩ଟି ମାଣ୍ଡିଆ ଭୂ-ପ୍ରଜାତି ଚିହ୍ନଟ କରାଯାଇଛି। ଏଥି ମଧ୍ୟରୁ ୧୪ଟି ଭୂ-ପ୍ରଜାତିର ଉତ୍ତମ ପ୍ରଦର୍ଶନର ସମ୍ଭାବନା ରହିଛି। କୁନ୍ଦ୍ରାବାଟି, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି ଏବଂ ଗୁପ୍ତେଶ୍ୱର ଭାରତୀ ଭଳି ୪ଟି ଭୂ-ପ୍ରଜାତି ନିମନ୍ତେ ବିହନ ପ୍ରଣାଳୀ ଅଧୀନରେ ଜାରି କରିବାକୁ ବିବେଚନା କରାଯାଉଛି।

ସମସ୍ତଙ୍କ ପାଖରେ ପହଞ୍ଚିବ ମାଣ୍ଡିଆରୁ ତିଆରି ଖାଦ୍ୟ; ମିଲେଟ୍‌‌ ଷ୍ଟଲରେ ଆକର୍ଷଣ ସାଜିଛି ମାଣ୍ଡିଆ କାଞ୍ଜି ଓ ଜୁସ୍‌‌
ଭୁବନେଶ୍ୱର: ଘରେ ଘରେ ମିଲେଟ୍‌‌ ଫୁଡ୍‌‌ ତଥା ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମିଲେଟ୍‌‌ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପାଇଁ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଆଉ ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଏକାଠି ହୋଇ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ମହିଳାମାନେ ମିଶନ ଶକ୍ତି ମାଧ୍ୟମରେ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ମିଲେଟ୍‌‌ ଆଉଟ୍‌‌ଲେଟ୍‌‌ ବା ମିଲେଟ୍‌‌ ଷ୍ଟଲ। ଚନ୍ଦ୍ରଶେଖରପୁରର ନାରୀଭୂଜା ସ୍ୱୟଂ ସହାୟକ ଗୋଷ୍ଠୀ, ଶ୍ରୀବିନାୟକ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା’ ବିରଜା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ମିଲେଟ୍‌‌ ଷ୍ଟଲ ଆରମ୍ଭ କରିଛନ୍ତି। ସହରରେ ମିଲେଟ୍‌‌ ଫୁଡ୍‌‌ର ପ୍ରଚାରପ୍ରସାର ପାଇଁ ମା’ମାନେ ନେଇଛନ୍ତି ଏହି ପଦକ୍ଷେପ।

ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ମହିଳା ଉଦ୍ୟୋଗୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ମିଲେଟ୍‌‌ରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରିବଟା କରାଯାଉଛି। ଷ୍ଟଲ୍‌ରେ ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ମିଲେଟ୍‌‌ଜାତୀୟ ଖାଦ୍ୟର ପସରା ଦେଖିବାକୁ ମିଳୁଛି। ମିଲେଟ୍‌‌ରୁ ପ୍ରସ୍ତୁତ କୁକିଜ୍‌‌, ସୁପର୍‌‌ ଫୁଡ୍‌‌ ଛତୁଆ ଗୁଣ୍ଡ, ମୁଡ଼କୀ ଆଦି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି। ଏହାସହିତ ୮ଟି ମିଲେଟ୍‌‌ ଜାତୀୟ ଶସ୍ୟର ମିଶ୍ରଣରେ ପ୍ରସ୍ତୁତ ଅଟା ବିକ୍ରି କରାଯାଉଛି। ଯଅ, ବାଜରା, ମକା, ମୁଗ, ମାଣ୍ଡିଆ, ଗହମ ଆଦିକୁ ମିଶାଇ ଏହି ସ୍ୱତନ୍ତ୍ର ଧରଣର ଅଟା ପ୍ରସ୍ତୁତ କରାଯାଉଛି। ଯାହା କି ମଧୁମେହ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ସହାୟକ ହେଉଛି। ଏହାସହିତ ମାଣ୍ଡିଆ ଲଡ଼ୁ ତିଆରି କରାଯାଇ ବିକ୍ରି କରାଯାଉଛି। ମା’ମାନେ ୟୁଟୁବ୍‌‌ରୁ ଶିଖି ଏସବୁ ପ୍ରସ୍ତୁତ କରୁଛନ୍ତି। ଏହାସହିତ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ପଣା, ଲସି, ଚା’, ମାଣ୍ଡିଆ କାଞ୍ଜି ଓ ଜୁସ୍‌‌ ସବୁଠାରୁ ଅଧିକ ବିକ୍ରି ହେଉଛି। ମାଣ୍ଡିଆକୁ ସିଝାଇ ସେଥିରେ ବିଭିନ୍ନ ପ୍ରକାରର ଫଳକୁ ମିଶାଇ ସେମାନେ ଏହି ସ୍ୱତନ୍ତ୍ର ଜୁସ୍‌‌ ପ୍ରସ୍ତୁ୍‌‌ତ କରୁଛନ୍ତି। ଯାହାର ଦାମ୍‌‌ ରହିଛି ୨୦ଟଙ୍କା। ମିଲେଟ୍‌‌ ମିକ୍ସ, ମିଲେଟ୍‌‌ କ୍ରାକର୍‌‌, ନମକିନ୍‌‌, ରୋଜ୍‌‌ କେକ୍‌‌ ଆଦି ମଧ୍ୟ ଏହି ଷ୍ଟଲ୍‌‌ରେ ବିକ୍ରି କରାଯାଉଛି।

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ମିଲେଟ୍‌‌ ଫୁଡ୍‌‌ ଓ ସାମଗ୍ରୀ ପସରା ମେଲିଥିବାବେଳେ ମା’ମାନଙ୍କ ଏହି ଷ୍ଟଲ୍‌‌ରେ ପ୍ରତ୍ୟେକଦିନ ଲୋକଙ୍କ ଭିଡ଼ ଜମୁଛି। ହାତ ତିଆରି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ମିଶନ ଶକ୍ତି ବ୍ରାଣ୍ଡିଂର ପ୍ୟାକେଜିଂ କରି ବିକ୍ରି କରୁଛନ୍ତି। ଏ ସମ୍ପର୍କରେ ନାରୀଭୂଜା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ବବିତା ସ୍ୱାଇଁ କହିଛନ୍ତି, ସହରାଞ୍ଚଳରେ ଲୋକଙ୍କ ପାଖରେ ମିଲେଟ୍‌‌ ଫୁଡ୍‌‌ ପହଞ୍ଚାଇବା ପାଇଁ ଏହି ପ୍ରୟାସ କରାଯାଉଛି। ମିଶନ୍‌‌ ଶକ୍ତି ଓ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ମାଧ୍ୟମରେ ଏହାର ବ୍ରାଣ୍ଡିଂ କରାଯାଇ ବିକ୍ରି କରାଯାଉଛି। ଏଥିପାଇଁ ଆମେ କିଛି ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ୟୁଟୁବ୍‌‌ରୁ ଶିଖି ତିଆରି କରୁଛୁ। ସମସ୍ତଙ୍କ ପାଖରେ ମାଣ୍ଡିଆ ଖାଦ୍ୟ ସାମଗ୍ରୀ ତଥା ମାଣ୍ଡିଆ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି। ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ମାଣ୍ଡିଆଜୁସ୍‌‌ ଓ ସୁପର୍‌‌ ଫୁଡ୍‌‌ ଛତୁଆକୁ ନେଇ ଦିଲ୍ଲୀରେ ପ୍ରଦର୍ଶନୀ ମଧ୍ୟ କରାଯିବ। ଗତ ୧ମାସରୁ ଊର୍ଦ୍ଧ୍ବ ହେବ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ୩୦ହଜାର ଟଙ୍କା ବ୍ୟୟ କରି ଏହି ଷ୍ଟଲ ଆରମ୍ଭ କରିଛନ୍ତି। ଏହାଦ୍ୱାରା ଦିନକୁ ୧ହଜାର ଟଙ୍କା ଲେଖାଏଁ ରୋଜଗାର ହେଉଥିବା ବବିତା କହିଛନ୍ତି।

କଳିଙ୍ଗ ଷ୍ଟାଡିୟମ୍‌‌ରେ ଖୋଲିବ ‘ମିଲେଟ୍‌‌ ଶକ୍ତି’, ଆଉଟ୍‌‌ଲେଟ୍‌‌ରୁ ଖେଳାଳି ଓ ଦର୍ଶକ ନେବେ ମିଲେଟ୍‌‌ ଫୁଡ୍‌‌ର ମଜା
ଭୁବନେଶ୍ୱର : ସାରା ସହର ଏବେ ହକିମୁଖର। ବିଶ୍ୱକପ୍‌‌ ହକି ପାଇଁ ଦେଶବିଦେଶରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହେବ। ଆଗକୁ ହକି ବିଶ୍ୱକପ୍‌‌ ଆସୁଥିବାରୁ ଖେଳାଳିଙ୍କ ଫୁଡ଼୍‌‌ ମେନୁରେ ମିଲେଟ୍‌‌ଜାତୀୟ ଖାଦ୍ୟ ରହିବ। ଏହାସହିତ ଓଡ଼ିଶାର ପୁଷ୍ଟିକର ଖାଦ୍ୟ ମିଲେଟ୍‌‌କୁ ସାମିଲ କରିବା ସହ ମିଲେଟ୍‌‌ର ପ୍ରଚାରପ୍ରସାର କରାଯିବ। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଳି ଓ ଦର୍ଶକଙ୍କ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ଆରମ୍ଭ ହେବ ‘ମିଲେଟ୍‌‌ ଶକ୍ତି ଆଉଟ୍‌‌ଲେଟ୍‌‌’। ହକି ବିଶ୍ୱକପ୍‌‌ର ପ୍ରଚାରପ୍ରସାର ପାଇଁ ଓଡ଼ିଶା ମିଲେଟ ମିଶନ ସହଯୋଗ କରୁଛି।

କେବଳ ହକି ନୁହେଁ, ସବୁ କାର୍ଯ୍ୟକ୍ରମରେ ମିଲେଟ୍‌‌ ଖାଦ୍ୟ ପରଷାଯିବ ଏବଂ ଭାରତରେ ଓଡ଼ିଶା ମିଲେଟ୍‌‌ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏଥିପାଇଁ ସ୍ୱତନ୍ତ୍ରଭାବେ ଆଉଟ୍‌‌ଲେଟ୍‌‌ ତିଆରି କରାଯାଇଛି। ଏହି ଆଉଟ୍‌‌ଲେଟ୍‌‌ର ଦାୟିତ୍ୱ ନେବେ ୱାର୍ଡ ନମ୍ବର ୩୭ ଅଧୀନରେ ଥିବା ସ୍ୱୟଂଶ୍ରଦ୍ଧା ମହାସଂଘର ମହିଳା ସଦସ୍ୟ। ମହିଳାମାନେ ଷ୍ଟାଡିୟମ୍‌‌କୁ ଆସୁଥିବା ଖେଳାଳି ଓ ପର୍ଯ୍ୟଟକଙ୍କ ପାଇଁ ମିଲେଟ୍‌‌ରୁ ପ୍ରସ୍ତୁତ ବିଭିନ୍ନ ଗରମାଗରମ୍‌‌ ଖାଦ୍ୟ ସାମଗ୍ରୀ ସାଙ୍ଗକୁ କେକ୍‌‌ , ପିଠା ଓ ଶୁଖିଲା ଖାଦ୍ୟ ପରସିବେ। ଏହାସହିତ ସକାଳ ଖାଦ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ବରା, ଦୋସା, ପିଠା ଆଦି ପ୍ରସ୍ତୁତ କରି ବିକ୍ରି କରିବେ। ହକି ସମୟରେ ଯେପରି ଅଧିକ ସଂଖ୍ୟକ ଲୋକଙ୍କୁ ମିଲେଟ୍‌‌ ଫୁଡ୍‌‌ ପ୍ରତି ଆକୃଷ୍ଟ କରାଯାଇପାରିବ, ସେଥିପାଇଁ ମେନ୍ୟୁ ଚାର୍ଟରେ ମାଣ୍ଡିଆ, ଯଅ, ସୁଆଁ, ବାଜରାରୁ ପ୍ରସ୍ତୁତ ସୁସ୍ୱାଦୁ ଓ ପୁଷ୍ଟକର ଖାଦ୍ୟ ସାମିଲ କରାଯିବ। ମହିଳା ସଦସ୍ୟମାନେ ଷ୍ଟଲ ନିକଟରେ କେବଳ କିଛି ପରିମାଣର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବେ। ଏଥିପାଇଁ ସ୍ୱତନ୍ତ୍ର ରୋଷେଇଶାଳାର ବ୍ୟବସ୍ଥା କରାଯିବ।

ହକି ବିଶ୍ୱକପ୍‌‌ ପୂର୍ବରୁ ଆସନ୍ତା ୧୦ତାରିଖରେ ଏହି ମିଲେଟ୍‌‌ ଆଉଟ୍‌‌ଲେଟ୍‌‌କୁ ଉଦ୍‌‌ଘାଟନ କରାଯିବାର ଯୋଜନା ରହିଛି। ଏହି ମିଲେଟ୍‌‌ ଆଉଟ୍‌‌ଲେଟ୍‌‌ରେ ଖାଦ୍ୟପ୍ରସ୍ତୁତ କରି ବିକ୍ରି କରିବା ପାଇଁ ଏସ୍‌‌ଏଚ୍‌‌ଜି ସଦସ୍ୟାଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ଏଥିରେ ମେନ୍ୟୁରେ ମିଲେଟ୍‌‌ ହଲୱା, ମିଲେଟ୍‌‌ କେକ୍‌‌, ଲଡ଼ୁ, ଚିକେନ୍‌‌ ପକୋଡ଼ା, ଉପମା, ଇଡଲି, ମାଲପୁଆ ଆଦି ରହିବ। ଏହି ଆଉଟ୍‌‌ଲେଟ୍‌‌ ସକାଳ ୭ଟାରୁ ରାତି ପର୍ଯ୍ୟନ୍ତ ଖୋଲାରହିବ। ମିଳିତ ଜାତିସଂଘ ପକ୍ଷରୁ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍‌‌ ବର୍ଷ ବା ମାଣ୍ଡିଆ ବର୍ଷ ଭାବେ ଘୋଷଣା କରାଯାଇଥିବାବେଳେ ମାଣ୍ଡିଆର ପ୍ରଚାରପ୍ରସାର ପାଇଁ ପଦକ୍ଷେପ ନିଆଯାଉଛି। କୃଷିଭବନରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଓଡ଼ିଶା ମିଲେଟ୍‌‌ ମିଶନ ପକ୍ଷରୁ ପ୍ରଥମ ମିଲେଟ୍‌‌ ଆଉଟ୍‌‌ଲେଟ୍‌‌ କରାଯାଇଥିବା ବେଳେ କଳିଙ୍ଗଷ୍ଟାଡିୟମରେ ୨ୟ ଆଉଟ୍‌‌ଲେଟ୍‌‌ କରାଯିବ।

ସହରାଞ୍ଚଳରେ ମିଲେଟ୍‌‌ର ବ୍ୟାପକ ପ୍ରଚାର ଓ ଜନସେଚତନତା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମାଣ୍ଡିଆରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଏହାର ବିକ୍ରୟ ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରି ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବାପାଇଁ ବିଶେଷ ଲକ୍ଷ୍ୟ ରଖାଯାଇଛି। ଫଳରେ ବର୍ଷତମାମ ମିଲେଟ୍‌‌ ଖାଦ୍ୟ ବିକ୍ରିବଟାର ସୁଯୋଗ ମିଳିବା ସହ ଖାଦ୍ୟର ପ୍ରଚାରପ୍ରସାର ହେବ। ଏହାସହିତ ହକି ପାଇଁ ମିଲେଟ୍‌‌ ଷ୍ଟଲର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

ଶିକ୍ଷାନୁଷ୍ଠାନ ଉପରେ ମିଲେଟ୍‌‌ ମିଶନ୍‌‌ର ସଫଳତା ଦାୟିତ୍ୱ, ପାଳନ ହେବ ଆନ୍ତର୍ଜାତିକ ମିଲେଟ୍‌‌ ବର୍ଷ
ଭୁବନେଶ୍ୱର: ମିଲେଟ୍‌‌ ମିଶନ୍‌‌ର ସଫଳ କାର୍ଯ୍ୟକାରୀତା ଦିଗରେ ଶିକ୍ଷାନୁଷ୍ଠାନ ସ୍ତରରେ ଆରମ୍ଭ ହେବ ସଚେତନତା। ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀ ଏନେଇ ସଚେତନ ହେବା ସହ ମିଲେଟ୍‌‌ ମିଶନର କ୍ୟାମ୍ପେନ୍‌‌ ପ୍ରତି ମଧ୍ୟ ଗୁରୁତ୍ୱ ଦେବେ। ଏଥି ପ୍ରତି ୟୁଜିସି ଗୁରୁତ୍ୱ ଦେବା ସହ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛି।

ୟୁଜିସି ଦର୍ଶାଇଛି ଯେ, ଚଳିତ ବର୍ଷକୁ ବିଶ୍ୱ ଆନ୍ତର୍ଜାତିକ ମେଲେଟ୍‌‌ ବର୍ଷ ଭାବେ ପାଳନ କରାଯାଉଥିବାବେଳେ ଏହାର ସଚେତନତା ପ୍ରତି ଶିକ୍ଷାନୁଷ୍ଠାନ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ପିଲାଙ୍କୁ ଏଥିରେ ନିୟୋଜିତ କରାଯିବ। ୟୁଜିସି ଏଥିଲାଗି ସ୍ୱତନ୍ତ୍ର କ୍ୟାଲେଣ୍ଡର ମଧ୍ୟ ପ୍ରସ୍ତୁତ କରିଛି। ପ୍ରସ୍ତୁତ ହୋଇଥିବା କ୍ୟାଲେଣ୍ଡର ଅନୁସାରେ ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ୟୁଜିସି ନିର୍ଦ୍ଦେଶ ଦେଇଛି। କ୍ୟାଲେଣ୍ଡର ସହିତ କାର୍ଯ୍ୟକ୍ରମ ପାଳନ ନେଇ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁଜିସି ମାର୍ଗଦର୍ଶିକା ଜାରି କରିଛି।

ମାର୍ଗଦର୍ଶିକା ଅନୁଯାୟୀ, ଅକ୍ଟୋବର ମାସରେ ପିଲାଙ୍କ ମଧ୍ୟରେ ମିଲେଟ ସମ୍ପର୍କିତ କୁଇଜ୍‌‌ ଆୟୋଜନ କରାଯିବାକୁ ଥିବାବେଳେ ନଭେମ୍ବର ଓ ଡିସେମ୍ବର ମାସରେ ଛାତ୍ରଛାତ୍ରୀ ବିଭିନ୍ନ ମିଲେଟ୍‌‌ ପ୍ରସେସିଂ ୟୁନିଟ୍‌‌ ବୁଲି ପ୍ରସେସିଂ ସମ୍ପର୍କିତ ଜ୍ଞାନ ଆହରଣ କରିବେ। ସେହିପରି ଜାନୁଆରୀ ମାସରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ମିଲେଟ୍‌‌ ସମ୍ପର୍କିତ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ଓ ବିଭିନ୍ନ ଟିଫିନ୍‌‌ ରେସିପି ବାବଦରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଅବଗତ ହେବେ। ଦୈନନ୍ଦିନର ଖାଦ୍ୟପେୟରେ ମିଲେଟକୁ ସାମିଲ କରିବା ନେଇ ସଚେତନତା ସୃଷ୍ଟି କରିବା ଦିଗରେ ଛାତ୍ରଛାତ୍ରୀ ପଦକ୍ଷେପ ଗ୍ରହଣ କରିବେ। ତେବେ ଏନେଇ ମଧ୍ୟ ସେମିନାର୍‌‌ ଓ ୱେବିନାର୍‌‌ ଆଦି ଆୟୋଜନ କରାଯିବ। ପ୍ରସ୍ତୁତ ହୋଇଥିବା କ୍ୟାଲେଣ୍ଡର ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ପାଇଁ ୟୁଜିସି ଶିକ୍ଷାନୁଷ୍ଠାନଗୁଡ଼ିକୁ କହିଛି।

ମାର୍ଗଶୀର ମାସ ପ୍ରଥମ ଗୁରୁବାର ପାଳନ ହେବ ‘ମାଣ୍ଡିଆ ଦିବସ’
ଭୁବନେଶ୍ବର : ରାଜ୍ୟରେ ପାଳିତ ହେବ ମାଣ୍ଡିଆ ଦିବସ । ମାର୍ଗଶିର ମାସ ପ୍ରଥମ ଗୁରବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଚଳିତବର୍ଷ ନଭେମ୍ବର ୧୦ ତାରିଖରେ ପାଳନ ହେବ ଏହି ଦିବସ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ । ପରିବେଶ ଓ ସ୍ବାସ୍ଥ୍ୟପାଇଁ ହିତକର ପୁଷ୍ଟିଶସ୍ୟର ବହୁଳ ପ୍ରଚାର ଓ ବ୍ଯବହାର ଏହାର ମୂଳ ଲକ୍ଷ୍ୟ ରଖାଯାଇଛି।

ଉଲ୍ଲେଖଯୋଗ୍ୟ ପୁଷ୍ଟିରେ ଭରପୁର ମାଣ୍ଡିଆ । ଏଥିରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ନିମିକି, ସେଓ, ପିଠା, ଛତୁଆ ଆଦି ସ୍ବାଦିଷ୍ଟ ଓ ଶରୀର ପାଇଁ ହିତକର । ମାଣ୍ଡିଆ ଉତ୍ପାଦନ ଓ ଏହାର ପ୍ରଚାର ପ୍ରସାରକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟର ୧୯ଟି ଜିଲ୍ଲାରେ କାର୍ୟ୍ୟକାରୀ ହେଉଛି ମିଲେଟ ମିଶନ । ଓଡ଼ିଶା ମିଲେଟ ମିଶନ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି ।କେନ୍ଦ୍ର ସରକାର ଓଡ଼ିଶା ମଡେଲକୁ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ନୀତି ଆୟୋଗ ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଛନ୍ତି । ମନ୍ତ୍ରଣାଳୟ ଓ ବିଭାଗରେ ହେବାକୁ ଥିବା ମିଟିଂ ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରି, ଇଡିଲି, ଦୋଷା ଓ ବିସ୍କୁଟ୍ ପରଷିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ।

ମାନ୍ୟବର ମୁଖ୍ୟମନ୍ତ୍ରୀଂକ ଅନୁମୋଦନ କ୍ରମେ, ଆସନ୍ତା ମାର୍ଗଶୀର ମାସ ପ୍ରଥମ ଗୁରୁବାର ନଭେମ୍ବର ୧୦ ତାରିଖକୁ #ମାଣ୍ଡିଆଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ପରିବେଶ ଓ ସ୍ବାସ୍ଥ୍ୟପାଇଁ ହିତକର ପୁଷ୍ଟିଶସ୍ୟର ବହୁଳ ପ୍ରଚାର ଓ ବ୍ଯବହାର ଏହାର ମୂଳ ଲକ୍ଷ୍ୟ । #MilletsDivas #Odisha

— Arabinda K Padhee (@arvindpadhee) October 7, 2022

ଓଡ଼ିଶାରେ ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା । ୨୦୧୮-୧୯ରେ ୫ ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ୨୦୨୦-୨୧ରେ ୨୪ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି। ସେହିପରି ମାଣ୍ଡିଆ ଉତ୍ପାଦନ ବଢିଛି । ୨୦୧୮-୧୯ରେ ୧୮ ହଜାର କୁଇଣ୍ଟାଲ, ୨୦୧୯-୨୦ରେ ୯୪ ହଜାର କୁଇଣ୍ଟାଲ ଓ ୨୦୨୦-୨୧ ରେ ୧ଲକ୍ଷ ୯୪ ହଜାର ୪୮୦ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି।

ମିଲେଟ ଉତ୍ପାଦନ ଓ ଏହାର ଚାଷକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଓଡ଼ିଶାର ସମକକ୍ଷ କେହି ନୁହନ୍ତି। ଓଡ଼ିଶା ମିଲେଟ ମିଶନର ସଫଳତାକୁ ସ୍ୱୀକୃତି ମିଳିଛି। ଉତ୍ପାଦନ ଓ ଚାଷ ପାଇଁ ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୋଷକ ଅନାଜ ପୁରସ୍କାର ମଧ୍ୟ ମିଳିଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମିଲେଟ୍‍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। କୃଷି ଓଡ଼ିଶାରେ ମିଲେଟ୍‍ ଏବେ ‘ମାସ୍କଟ’ ଭାବେ ପରିଚିତ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ୍‍ର ପ୍ରଚାରପ୍ରସାର ଓ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍‍ ମିଶନ୍‍’।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ବିଭାଗ ଦ୍ୱାରା ରାଜ୍ୟର ୧୯ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଛି। ଏହା ଚାଷୀଙ୍କ ଚାଷଜମି ଓ ଲୋକଙ୍କ ଦୈନିକ ଆହାରରେ ମିଲେଟ୍‍କୁ ପୁର୍ନଜୀବିତ କରି ଅନେକ ଚାଷୀଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଛି। ଏହି ମିଲେଟ୍‍ ମିଶନ୍‍ ମାଧ୍ୟମରେ ଗ୍ରାମୀଣ ତଥା ସହରାଞ୍ଚଳର ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି। କେବଳ ସେତିକି ନୁହେଁ, ମାଣ୍ଡିଆର ବ୍ୟବହାର ବଢ଼ାଇବା ପାଇଁ କୃଷି ବିଭାଗ ଅଧୀନରେ ଓଡ଼ିଶା ମିଲେଟ୍‍ ମିଶନ୍‍ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ସହର ତଥା ଗ୍ରାମାଞ୍ଚଳର ମିଲେଟ୍‌ ଜାତୀୟ ଖାଦ୍ୟ ସାମଗ୍ରୀର ପ୍ରଚାରପ୍ରସାର ପାଇଁ ମିଶନ୍‍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଯାହାକି ଦେଶରେ ପ୍ରଥମ। ମିଲେଟ୍‍ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍‍ ମିଶନ୍‍ ଦ୍ୱାରା ନିଆଯାଇଥିବ ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ବୋଲି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ଏହାସହିତ ଭାରତ ସରକାର ମିଲେଟ୍‍ର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲ୍‍କୁ ଆପଣାଇବା ପାଇଁ ଅନ୍ୟ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ଜାତିସଂଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‍ ବର୍ଷ ଭାବରେ ଘୋଷଣା କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ୍‍ ବର୍ଷକୁ ସକ୍ରିୟ ଭାବରେ ପାଳନ କରିବା ସହିତ ମିଲେଟ୍‍ ବ୍ୟବହାରର ପୁନଃମୂଲ୍ୟାୟନ ଦିଗରେ ପଦକ୍ଷେପ ନିଆଯାଇଛି। ଓଡ଼ିଶା ମିଲେଟ୍‍ ମିଶନ ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମିଶନ୍‍ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍‍ ଶକ୍ତି ଆଉଲେଟ୍‌ ଓ କାଫେ ଖୋଲାଯାଉଛି। ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ହୋଇଥିବା ମାଣ୍ଡିଆ ତଥା କ୍ଷୁଦ୍ର ଶସ୍ୟରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି। ଏହାସହିତ ଏହି ଲଘୁ କ୍ଷୁଦ୍ର ଖାଦ୍ୟ ଶସ୍ୟ(ମିଲେଟ୍‍)କୁ ପ୍ରୋସେସିଂ କରାଯାଇ ପ୍ୟାକେଜିଂ ମଧ୍ୟ କରୁଛନ୍ତି। ଏହାବ୍ୟତିତ ମିଲେଟ୍‍ର ପ୍ରୋସେସିଂ ପରେ ସେଥିରୁ ମାଣ୍ଡିଆ ପାଉଡର, ମାଣ୍ଡିଆ ଆରିଷା, ଏଣ୍ଡୁରୀ, କାକରା, ମାଣ୍ଡିଆ ଲଡ଼ୁ, ମିକ୍ସର, ପିଠା, ମୁଡ଼୍‍କି ଆଦି ଭଳି ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏହାସହିତ ଏସ୍‍ଏଚ୍‍ଜି ମହିଳାମାନଙ୍କ ସହାୟତାରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଏହାର ପ୍ରଚାରପ୍ରସାର କରାଯାଉଛି।

ଓଡିଶାକୁ ମିଳିଲା ‘ପୋଷକ ଅନାଜ ପୁରସ୍କାର-୨୦୨୨’; ଏସ୍‍ଏଚ୍‍ଜିଙ୍କ ଭାଗିଦାରୀକୁ ଉଚ୍ଚ ପ୍ରଶଂସା
ଭୁବନେଶ୍ୱର: ମିଲେଟ ଉତ୍ପାଦନ ଓ ଏହାର ଚାଷକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଓଡ଼ିଶାର ସମକକ୍ଷ କେହି ନୁହନ୍ତି। ଓଡ଼ିଶା ମିଲେଟ ମିଶନର ସଫଳତାକୁ ସ୍ୱୀକୃତି ମିଳିଛି। ଉତ୍ପାଦନ ଓ ଚାଷ ପାଇଁ ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୋଷକ ଅନାଜ ପୁରସ୍କାର ମିଳିଛି। ନ୍ୟୁଟ୍ରିହବ୍‍, ଆଇସିଏଆର-ଆଆଇଏମ୍‍ଆର୍‍ ପକ୍ଷରୁ ହାଇଦ୍ରାବାଦ୍‍ର ଏଚ୍‍ଆଇସିସିଠାରେ ଶୁକ୍ରବାର ଆୟୋଜିତ ଜାତୀୟ ପୋଷକ ଅନାଜ ସମ୍ମିଳନୀରେ ତେଲଙ୍ଗାନା କୃଷିମନ୍ତ୍ରୀ ଏସ୍‍. ନିରଞ୍ଜନ ରେଡ୍ଡୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମିଲେଟ୍‍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। କୃଷି ଓଡ଼ିଶାରେ ମିଲେଟ୍‍ ଏବେ ‘ମାସ୍କଟ’ ଭାବେ ପରିଚିତ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ୍‍ର ପ୍ରଚାରପ୍ରସାର ଓ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍‍ ମିଶନ୍‍’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ବିଭାଗ ଦ୍ୱାରା ରାଜ୍ୟର ୧୯ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଛି। ଏହା ଚାଷୀଙ୍କ ଚାଷଜମି ଓ ଲୋକଙ୍କ ଦୈନିକ ଆହାରରେ ମିଲେଟ୍‍କୁ ପୁର୍ନଜୀବିତ କରି ଅନେକ ଚାଷୀଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଛି। ଏହି ମିଲେଟ୍‍ ମିଶନ୍‍ ମାଧ୍ୟମରେ ଗ୍ରାମୀଣ ତଥା ସହରାଞ୍ଚଳର ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି। କେବଳ ସେତିକି ନୁହେଁ, ମାଣ୍ଡିଆର ବ୍ୟବହାର ବଢ଼ାଇବା ପାଇଁ କୃଷି ବିଭାଗ ଅଧୀନରେ ଓଡ଼ିଶା ମିଲେଟ୍‍ ମିଶନ୍‍ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ସହର ତଥା ଗ୍ରାମାଞ୍ଚଳର ମିଲେଟ୍‌ ଜାତୀୟ ଖାଦ୍ୟ ସାମଗ୍ରୀର ପ୍ରଚାରପ୍ରସାର ପାଇଁ ମିଶନ୍‍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଯାହାକି ଦେଶରେ ପ୍ରଥମ। ମିଲେଟ୍‍ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍‍ ମିଶନ୍‍ ଦ୍ୱାରା ନିଆଯାଇଥିବ ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ବୋଲି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ଏହାସହିତ ଭାରତ ସରକାର ମିଲେଟ୍‍ର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲ୍‍କୁ ଆପଣାଇବା ପାଇଁ ଅନ୍ୟ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି।

ଜାତିସଂଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‍ ବର୍ଷ ଭାବରେ ଘୋଷଣା କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ୍‍ ବର୍ଷକୁ ସକ୍ରିୟ ଭାବରେ ପାଳନ କରିବା ସହିତ ମିଲେଟ୍‍ ବ୍ୟବହାରର ପୁନଃମୂଲ୍ୟାୟନ ଦିଗରେ ପଦକ୍ଷେପ ନିଆଯାଇଛି। ଓଡ଼ିଶା ମିଲେଟ୍‍ ମିଶନ ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମିଶନ୍‍ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍‍ ଶକ୍ତି ଆଉଟ୍‍ଲେଟ୍‍ ଓ କାଫେ ଖୋଲାଯାଉଛି। ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ହୋଇଥିବା ମାଣ୍ଡିଆ ତଥା କ୍ଷୁଦ୍ର ଶସ୍ୟରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି। ଏହାସହିତ ଏହି ଲଘୁ କ୍ଷୁଦ୍ର ଖାଦ୍ୟ ଶସ୍ୟ(ମିଲେଟ୍‍)କୁ ପ୍ରୋସେସିଂ କରାଯାଇ ପ୍ୟାକେଜିଂ ମଧ୍ୟ କରୁଛନ୍ତି। ଏହାବ୍ୟତିତ ମିଲେଟ୍‍ର ପ୍ରୋସେସିଂ ପରେ ସେଥିରୁ ମାଣ୍ଡିଆ ପାଉଡର, ମାଣ୍ଡିଆ ଆରିଷା, ଏଣ୍ଡୁରୀ, କାକରା, ମାଣ୍ଡିଆ ଲଡ଼ୁ, ମିକ୍ସର, ପିଠା, ମୁଡ଼୍‍କି ଆଦି ଭଳି ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏହାସହିତ ଏସ୍‍ଏଚ୍‍ଜି ମହିଳାମାନଙ୍କ ସହାୟତାରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଏହାର ପ୍ରଚାରପ୍ରସାର କରାଯାଉଛି।

ମିଲେଟ୍ ମିଶନ ଆଣିଛି ନୂତନ ସମ୍ଭାବନା; ମୟୂରଭଞ୍ଜ ଜିଲ୍ଲାର ଉଦ୍ୟୋଗୀ ଓ ଏସଏଚଜି ଗୋଷ୍ଠୀଙ୍କ ଜୀବିକା ବୃଦ୍ଧି ସହିତ ୩ ହଜାର ମାଣ୍ଡିଆ ଚାଷୀ ହୋଇଛନ୍ତି ଉପକୃତ
ବାରିପଦା: ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ବ୍ୟବସାୟୀ କରଣ ମୟୂରଭଞ୍ଜ ଜିଲ୍ଲାରେ ନୂତନ ସମ୍ଭାବନା ଆଣିଦେଇଛି। ଓଡିଶା ସରକାରଙ୍କ ମିଲେଟ୍ସ ମିଶନ କାର୍ଯ୍ୟକ୍ରମ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାରେ ପୃଷ୍ଟିଶସ୍ୟର ଉତ୍ପାଦକତା ଏବଂ ଘରୋଇ ଉପଯୋଗ, ଉନ୍ନତ ପ୍ରକ୍ରିୟାକରଣ ଏବଂ ମିଲେଟ୍ସର ଉପଯୁକ୍ତ ମୂଲ୍ୟ ହାସଲ ପାଇଁ ଲକ୍ଷ୍ୟ ସହ ଅତିରିକ୍ତ ପୃଷ୍ଟି ସାଧନ ଯୋଜନା ଏବଂ ସାଧାରଣ ବିତରଣ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତିକରଣ କରାଯାଇଛି। ଓଡିଶା ମିଲେଟ୍ ମିଶନ ଅଧୀନରେ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ୩ହଜାର କୃଷକ ୨୫୦୦ ହେକ୍ଟର ଚାଷ ଜମିରେ ଉନ୍ନତ କୃଷି ପ୍ରଣାଳୀ ଗ୍ରହଣ କରି ବିଭିନ୍ନ ପ୍ରକାରର ମିଲେଟ୍ସ ସଫଳତାର ସହିତ ଉତ୍ପାଦକତା ବୃଦ୍ଧି କରିବାରେ ସମର୍ଥ ହୋଇଛନ୍ତି। ଚାଷୀ ମାନେ ଚଳିତ ଖରିଫ ୨୦୨୦-୨୧ରେ ଡିବିଟି ମାଧ୍ୟମରେ କୃଷକମାନଙ୍କୁ ପ୍ରୋତ୍ସାହନ ମୂଳକ ଅଧିକ ସହାୟତା ଲକ୍ଷ୍ୟ ପୂରଣ ହୋଇପାରିଛି। ମୋଟ ୨୦୦ କୃଷକ ଚଳିତ ଖରିଫ ବିପଣନ ଋତୁରେ ମାଣ୍ଡିଆ କ୍ରୟରେ ଅଂଶଗ୍ରହଣ ପାଇଁ ପଞ୍ଜିକୃତ ହୋଇଛନ୍ତି ଏବଂ ମଣ୍ଡି ମାଧ୍ୟମରେ ୩୮୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ ହୋଇଥିଲା।

ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଉପଯୋଗ ଏବଂ ଜୀବିକା ବୃଦ୍ଧି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ପାଇଁ ବାଙ୍ଗିରିପୋଷି, ବିଶୋଇ ଏବଂ ଯଶିପୁର ବ୍ଲକରେ ମିଶନ ଶକ୍ତି ସହଯୋଗରେ ୯ଟି ମିଲେଟ୍ସ ଶକ୍ତି ଟିଫିନ୍ ସେଣ୍ଟର/କିଓସ୍କ ପ୍ରତିଷ୍ଠା କରାଯାଇଅଛି। ଜିଲ୍ଲାରେ ମିଲେଟ୍ସ ମିଶନ କାର୍ଯ୍ୟକ୍ରମ ହାତକୁ ନେବା ପରେ ମିଲେଟ୍ସ ବା ମାଣ୍ଡିଆ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ/ସାମଗ୍ରୀର ଦୈନନ୍ଦିନ ଜୀବନରେ ଖାଦ୍ୟ ଭାବେ ବ୍ୟବହାର କରାଯିବା ସମ୍ପର୍କରେ ଜିଲ୍ଲାରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହି ମିଲେଟ୍ସ ପୃଷ୍ଟି ଶସ୍ୟର ବହୁଳ ବ୍ୟବହାର ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବଜାରରେ ପହଞ୍ଚିବା ପାଇଁ କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ତ୍ୱରାନ୍ୱିତ କରାଯାଉଛି। ଜିଲ୍ଲାର ବାଙ୍ଗିରିପୋଷି, ବିଶୋଇ ଓ ଯଶିପୁର ବ୍ଲକରେ ଚାଷ ହେଉଥିବା ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପୃଷ୍ଟିକର ଓ ବେଶ୍ ସ୍ୱାଦିଷ୍ଟ। ଓଡିଶା ମିଲେଟ୍ସ ମିଶନ ପ୍ରୋତ୍ସାହନରେ ଯଶିପୁର କୃଷକ ଉତ୍ପାଦନ କୋ ଲିମିଟେଡ୍ ଦ୍ୱାରା ପରି·ଳିତ ଏହି ମିଲେଟ୍ସ ପୃଷ୍ଟିସାର ଖାଦ୍ୟଶସ୍ୟ ବ୍ୟାପକ ବ୍ୟବହାର ପାଇଁ ଜିଲ୍ଲାରେ ମକର ସଂକ୍ରାନ୍ତିରେ ରାଜ୍ୟରେ ପ୍ରଥମ ଥର ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ(ମିଲେଟ୍ସ) ଶକ୍ତି ଭ୍ରାମ୍ୟମାଣ (ମୋବାଇଲ) ଭ୍ୟାନ ଜରିଆରେ ଗାଁକୁ ଗାଁ ବୁଲି ସଚେତନ କରିଥିଲା। ଚଳିତ ମାସରେ ମଧ୍ୟ ଦ୍ୱିତୀୟ ଥର ଅନୁରୂପ ସଚେତନତା ରଥ ଜିଲ୍ଲା ପରିକ୍ରମା କରୁଛି। କାର୍ଯ୍ୟକ୍ରମକୁ ବିଭିନ୍ନ ବ୍ଲକ୍ ଅଞ୍ଚଳରେ ସଂପ୍ରସାରିତ କରାଯାଇ ବିକ୍ରୟ ୟୁନିଟ୍ ଖୋଲାଯାଇଛି। ସେହିପରି ମୋରଡ଼ା ବ୍ଲକ, କୋହି ପଞ୍ଚାୟତର ମୋହନପୁର ଗ୍ରାମରେ ଏମଏସଏମଇ ବିଭାଗର ସ୍ଫୃତି ଯୋଜନାରେ ନୂତନ ଭାବେ ମିଲେଟ୍ସ ପ୍ରକ୍ରିୟାକରଣ କାରଖାନା ସ୍ଥାପନ ପୂର୍ବକ ସେଠାରୁ ବିଭିନ୍ନ ପ୍ରକାରର ପାସ୍ତା, ନୁଡ଼ଲ୍ସ ଓ ପାମ୍ପଡ଼ ଆଦି ପ୍ରସ୍ତୁତି ହୋଉଛି। ଏହାର ସୁନ୍ଦର ପ୍ୟାକେଟିଂ କରାଯାଇ ଦେଶର ପ୍ରମୁଖ ସହରକୁ ବିକ୍ରୟ ପାଇଁ ଗଲାଣି। ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ଯାଉଥିବା ଆଦିବାସୀ ଓ ଜନଜାତି ବର୍ଗର ପୁରଷ ମହିଳା ବର୍ତ୍ତମାନ ଏହି କାରଖାନାରେ ନିଯୁକ୍ତି ପାଇଁ ରୋଜଗାର କରୁଛନ୍ତି ବୋଲି ରିମା ସି, ମିନୁ ସି ଓ ରଞ୍ଜିତା ଦେଓ ପ୍ରକାଶ କରିଛନ୍ତି। ପୂର୍ବରୁ ମାଣ୍ଡିଆକୁ ଲୋକେ କେବଳ ଜାଉ କରି ଖାଉଥିଲେ। ବର୍ତ୍ତମାନ ଏହା ସ୍ୱାସ୍ଥ ପକ୍ଷେ ହିତକାର ଜାଣିବା ପରେ ସମସ୍ତଙ୍କ ଆଦୃତି ବଢ଼ିଲାଣି। ଏଣୁ ଜଙ୍କଫୁଡ଼ ପରିବର୍ତ୍ତେ ମିଲେଟ୍ସରୁ ପ୍ରସ୍ତୁତ ପାସ୍ତା, ନୁଡ଼ଲ୍ସ ଭଳି ଖାଦ୍ୟ ସାମଗ୍ରୀ ଆଗାମୀ ଦିନରେ ବଜାରରେ ପ୍ରଭାବ ବିସ୍ତାର କରିବ। ମୟୂରଭଞ୍ଜରେ ବହୁ ପରିମାଣରେ ସ୍ୱାଦିଷ୍ଟ ମାଣ୍ଡିଆ ମିଳୁଥିବାରୁ ଏଠାରେ ଏକ ଉଦ୍ୟୋଗ ସ୍ଥାପନା କରିଛୁ ବୋଲି ମିଲେଟ ମେଜିକ ଫାଉଣ୍ଡେସନର ପ୍ରମୁଖ ଦମ୍ପତ୍ତି ଅଜୟ ରାଜ ଓ ଶ୍ୟାମା ରାଜ କହିଛନ୍ତି। ଆଗାମୀ ଦିନରେ ଶିମିଳିପାଳ ସଂଲଗ୍ନ ଗ୍ରାମର ପୁରୁଷ ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଏଭଳି ଅଧିକ ଯୋଜନା କାର୍ଯ୍ୟକାରୀ ଲକ୍ଷ୍ୟ ରଖିଛନ୍ତି ବୋଲି ଉଭୟେ କହିଛନ୍ତି।

ଖୁବ୍‌ଶୀଘ୍ର ଓମ୍‌ଫେଡ୍-ମିଲେଟ ମିଶନ ମଧ୍ୟରେ ଏମଓୟୁ: ରାଜଧାନୀର ୩୦ ପାର୍ଲରରେ ମିଳିବ ମିଲେଟ୍ ଫୁଡ୍
ଭୁବନେଶ୍ୱର: ଓଡ଼ିଶାର ମିଲେଟ୍‍ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ତଥା ଘରେ ଘରେ ମିଲେଟ୍‍ ଖାଦ୍ୟ ସାମଗ୍ରୀକୁ ପହଞ୍ଚାଇବା ପାଇଁ ଓଡ଼ିଶା ମିଲେଟ୍‍ ମିଶନ୍‍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଭୁବନେଶ୍ୱରର ଓମ୍‍ଫେଡ୍ ପାର୍ଲର୍‍ରେ ମିଳିବ ମିଲେଟ୍‍ରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ। ଏଥିପାଇଁ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଓମ୍‌ଫେଡ୍ ଓ ରାଜ୍ୟ ମିଲେଟ ମିଶନ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହେବ। ଆସନ୍ତା ୧୦ତାରିଖ ସୁଦ୍ଧା ଓମ୍‍ଫେଡ଼୍‍ ପାର୍ଲରରେ ଏହି ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବ। ଭୁବନେଶ୍ୱରର ୩୦ଟି ଓମ୍‍ଫେଡ୍‌ ପାର୍ଲର୍‍ରେ ଏହି ଖାଦ୍ୟ ସାମଗ୍ରୀ ମିଳିବ। ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀରୁ ଏହି ପାଇଲଟ୍‍ ପ୍ରକଳ୍ପ ଆରମ୍ଭ କରାଯିବାର ଯୋଜନା ଥିବାବେଳେ ଆଗାମୀ ଦିନରେ ଏହାକୁ ପରିବ୍ୟାପ୍ତ କରାଯିବ। ଏନେଇ ଖୁବ୍‍ଶୀଘ୍ର ଓମ୍‍ଫେଡ଼୍‍ ଏବଂ ଓଡ଼ିଶା ମିଲେଟ୍‍ ମିଶନ୍‍ ସହ ଏମ୍‍ଓୟୁ କରାଯିବ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଓମ୍‍ଫେଡ୍‌କୁ ମିଲେଟ୍ ଫୁଡ୍ ଯୋଗାଇବେ। ଭୁବନେଶ୍ୱରର କିଛି ସ୍ଥାନର ଓମ୍‍ଫେଡ୍ ପାର୍ଲରକୁ ଚିହ୍ନଟ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ସାରା ଓଡ଼ିଶାରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁ୍‍ତ ମିଲେଟ୍‍ ଖାଦ୍ୟ ଉପଲବ୍ଧ ରହିବ। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଚିହ୍ନଟିକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ବିଶେଷକରି ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଏହି ଖାଦ୍ୟ ସାମଗ୍ରୀ ଆସିବ। ଏଥିପାଇଁ ଓଡ଼ିଶା ମିଲେଟ୍‍ ମିଶନ ପକ୍ଷରୁ କଞ୍ଚାମାଲ୍‍ ଯୋଗାଇବା ସହ ଉତ୍ପାଦନ, ଯୋଗାଣ, ଏବଂ ପ୍ରସ୍ତୁତି ପ୍ରଣାଳୀ ଆଦିର ସହଯୋଗ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।

ଓମ୍‍ଫେଡ୍ ଷ୍ଟଲରେ ବିକ୍ରି ପାଇଁ ରହିଥିବା ଖାଦ୍ୟ ସାମଗ୍ରୀର ପ୍ରଚାରପ୍ରସାରର ଦାୟିତ୍ୱ ନେବ ମିଲେଟ୍‍ ମିଶନ୍‍। ଏନେଇ ମିଲେଟ୍‍ ମିଶନ୍‍ ଏବଂ ଓମ୍‍ଫେଡ୍ ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ମଧ୍ୟ ହୋଇସାରିଛି। ଏହାସହିତ ମିଶନ୍‍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ମଧ୍ୟ ବୈଠକ ସରିଛି। ଓମ୍‍ଫେଡ୍‌ରେ କେବଳ ବିକ୍ରିର ବ୍ୟବସ୍ଥା କରାଯାଉଥିବାବେଳେ ସେଥିରୁ ହେଉଥିବା ବ୍ୟବସାୟର ଲାଭାଂଶ ଏସ୍‍ଏଚ୍‍ଜି ମହିଳାମାନଙ୍କୁ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଖାଦ୍ୟ ପଦାର୍ଥ ଦ୍ୱାରା ମାର୍କେଟରେ ଲୋକଙ୍କୁ ଆକର୍ଷିତ କରିବାର ଫ୍ରେମ୍‍ ୱାର୍କ ଶେଷ ହୋଇଛି। ୨୦୨୩ ମସିହାରେ ହେବାକୁ ଥିବା ହକି ବିଶ୍ୱକପ୍‍ ସହ ‘ଇଣ୍ଟନ୍ୟାସନାଲ୍‍ ଇୟର୍‍ ଅଫ୍‍ ମିଲେଟ୍‍’କୁ ଦୃଷ୍ଟିରେ ରଖି ଏହାକୁ ଅଧିକ ପ୍ରଚାରପ୍ରସାର କରାଯିବାର ଯୋଜନା ରହିଛି।