Smart School - The Sakala

ଓଡ଼ିଶାର ସ୍କୁଲ ରୂପାନ୍ତରଣ ଢାଞ୍ଚାରେ ହେବ କେନ୍ଦ୍ରର ‘ପିଏମ୍‍ ଶ୍ରୀ ସ୍କୁଲ୍‍’ ଯୋଜନା; ବଦଳିବ ସାରା ଦେଶର ୧୪,୫୦୦ ଶିକ୍ଷାନୁଷ୍ଠାନର ରୂପ
ଭୁବନେଶ୍ୱର: ଓଡ଼ିଶା ଢାଞ୍ଚାରେ ବଦଳିବ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ରୂପରେଖ। ପୁରୁଣା ସରକାରୀ ସ୍କୁଲଗୁଡ଼ିକ ମଧ୍ୟ ନୂଆ ରୂପ ପାଇବ। ଓଡ଼ିଶା ସରକାରଙ୍କ ‘୫-ଟି’ ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ ଢାଞ୍ଚାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟର ନବ କଳେବର ଯୋଜନା କରାଯାଇଛି। ଓଡ଼ିଶା ମଡେଲର ଅନୁକରଣରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ‘ପିଏମ ଶ୍ରୀ ସ୍କୁଲ’ ନାମରେ ଏହି ନୂଆ ଯୋଜନା ଆରମ୍ଭ କରିଛି। ଗୁରୁ ଦିବସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଏହି ପିଏମ୍‍ ଶ୍ରୀ ସ୍କୁଲ୍‍କୁ ଉଦ୍‍ଘାଟନ କରିଛନ୍ତି। ଦେଶର ୧୪ ହଜାର ୫ଶହ ସ୍କୁଲ ରୂପାନ୍ତରଣ ପାଇଁ ଯୋଜନା ରଖାଯାଇଥିବା ବେଳେ ପ୍ରତ୍ୟେକ ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରତି ବ୍ଲକରୁ ପ୍ରାୟ ୨ଟି ଲେଖାଏଁ ସ୍କୁଲକୁ ଏଥିଲାଗି ଚୟନ କରାଯିବ। ଓଡ଼ିଶାର ପ୍ରାୟ ୫ଶହ ସ୍କୁଲ୍‍ ଏହି ଯୋଜନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ ସରକାରଙ୍କ ‘କାଳିଆ’, ‘ମମତା’, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦି ଢାଞ୍ଚାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହିକ୍ରମରେ ରାଜ୍ୟର ଆଉ ଏକ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ଆପଣାଇବାକୁ ଯାଉଛନ୍ତି। ‘ପିଏମ ଶ୍ରୀ ସ୍କୁଲ’ ଯୋଜନାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅତ୍ୟାଧୁନିକ ଢାଞ୍ଚାରେ ରୂପାନ୍ତରଣ କରାଯିବ। ଏହା ଶୈକ୍ଷିକ ପଦ୍ଧତିକୁ ବିକଶିତ କରି ପିଲାଙ୍କୁ ଯୁଗ ଉପଯୋଗୀ ଶିକ୍ଷା ପ୍ରଦାନ କରିବ। ଉଦ୍ଭାବନ ଆଧାରିତ, ଶିକ୍ଷଣ କୈନ୍ଦ୍ରୀୟ ପଦ୍ଧତିରେ ଶିକ୍ଷାଦାନ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ୍‍ ପ୍ରସ୍ତୁତ ସହ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହେବ। ଏହି ନୂଆ ଯୋଜନାରେ କେଭି, ଜେଏନଭି ଓ ଏକଲବ୍ୟ ବିଦ୍ୟାଳୟ ଆଦି ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଏଥିରେ ସାମିଲ୍‍ କରାଯିବ।

ଅପରପକ୍ଷେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଓ ‘୫-ଟି’ ସ୍କୁଲ ରୂପାନ୍ତରଣ ଯୋଜନାକୁ ଚାରିଆଡ଼େ ଉଚ୍ଚ ପ୍ରଶଂସା ମିଳିବାରେ ଲାଗିଛି। ଖୋଦ୍‍ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଶିକ୍ଷା ଓ ସାକ୍ଷରତା ବିଭାଗ ନିର୍ଦ୍ଦେଶିକା ଋତୁ ସେନ୍‍ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଏହି ଯୋଜନାର ଉଚ୍ଚ ପ୍ରଶଂସା କରିବା ସହିତ ଏହି ରୂପାନ୍ତରଣ କାର୍ଯ୍ୟକ୍ରମକୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଥିଲେ। ସେହିପରି ମଧ୍ୟପ୍ରଦେଶ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ହାଇସ୍କୁଲ ରୂପାନ୍ତରଣ ଯୋଜନା ଦେଖି ଅବିଭୂତ ହେବା ସହ ଏହାକୁ ମଧ୍ୟପ୍ରଦେଶରେ ଲାଗୁ କରିବେ ବୋଲି ମଧ୍ୟ କହିଥିଲେ। ଓଡ଼ିଶା ସରକାର ଇତିମଧ୍ୟରେ ପାଖାପାଖି ୪ ହଜାର ହାଇ ସ୍କୁଲ ରୂପାନ୍ତରଣ ସାରିଥିବାବେଳେ ଆସନ୍ତା ବର୍ଷ ସୁଦ୍ଧା ୮ ହଜାର ସ୍କୁଲର ରୂପାନ୍ତରଣ ସାରିବାକୁ ଲକ୍ଷ୍ୟ ରଖିଛନ୍ତି।

ସ୍ମାର୍ଟସ୍କୁଲର ଶ୍ରେଣୀଗୃହରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ: କ୍ଲାସରେ ବସିଲେ, ପିଲାଙ୍କ ସହ କଥା ହେଲେ
ବ୍ରହ୍ମପୁର: ଦିନିକିଆ ଗଞ୍ଜାମ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲ ବୁଲି ଦେଖିଛନ୍ତି। ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ସ୍କୁଲ ରୂପାନ୍ତରଣର ଅନୁଧ୍ୟାନ କରିବା ସହ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପିଲାଙ୍କ ସହ ବାର୍ତ୍ତାଳାପ କରିଛନ୍ତି । କିଭଳି ପାଠପଢ଼ା ହେଉଛି ପଚାରି ବୁଝିଛନ୍ତି ସେ ।

କ୍ଲାସରୁମରେ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କ ତାଙ୍କର ଫଟୋ ଚିତ୍ର ଉପହାର ଦେଇଥିଲେ । ଫଟୋ ଚିତ୍ର ଉପହାର ପାଇ ମୁଖ୍ୟମନ୍ତ୍ରୀ କହିଥିଲେ ବହୁତ ବଢ଼ିଆ (ଭେରି ନାଇସ୍) ହୋଇଛି । କ୍ଲାସରୁମରେ ପିଲାଙ୍କ ସହ କିଛି ସମୟ ବସିବା ପରେ ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ବିଜ୍ଞାନାଗାର ଓ ଲାଇବ୍ରେରୀ ବୁଲି ଦେଖିଥିଲେ।

ସ୍କୁଲ ରୂପାନ୍ତରଣ ପରେ କିଭଳି ପିଲା ଉନ୍ନତ ସୁବିଧା ପାଉଛନ୍ତି ତାହା ପଚାରି ବୁଝିଥିଲେ । ଲାଇବ୍ରେରୀରେ ବସି ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ମତାମତ ମଧ୍ୟ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ଯାୟରେ ହିଞ୍ଜିଳି ହାଇସ୍କୁଲ ରୂପାନ୍ତରିତ ହୋଇଥିଲା ।

ଆଜି ଲୋକାର୍ପିତ ହେବ ୫ ଜିଲ୍ଲାର ୧୩୦ ରୂପାନ୍ତରିତ ହାଇସ୍କୁଲ
ଭୁବନେଶ୍ୱର: ପିଲାଙ୍କ ଭବିଷ୍ୟତକୁ ସୁନ୍ଦର, ଶ୍ରେଷ୍ଠ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ହାଇସ୍କୁଲ ‘ରୂପାନ୍ତରଣ’ ପରି ଅନନ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ‘୫-ଟି’ର ଏହି ରୂପାନ୍ତରଣ କାର୍ଯ୍ୟକ୍ରମରେ ସରକାରୀ ହାଇସ୍କୁଲର ଭିତ୍ତିଭୂମିରେ ଆମୂଳଚୂଳ ପରିବର୍ତ୍ତନ କରାଯାଉଛି। ଯାହାକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଯାଉଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ଆଉ ୧୩୦ଟି ହାଇସ୍କୁଲକୁ ଲୋକାର୍ପଣ କରିବେ । ଏଥିରେ ନୂଆପଡ଼ାର ୭ଟି ହାଇସ୍କୁଲ ଥିବାବେଳେ, ସମ୍ବଲପୁରର ୨୫ଟି, ଗଞ୍ଜାମର ୮୩ଟି, ରାୟଗଡ଼ାର ୭ଟି ଏବଂ ନୟାଗଡ଼ର ୮ଟି ହାଇସ୍କୁଲ ରହିଛି।

ସୂଚନାଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୨୪ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ୧୦୭୫ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ । ଏଯାବତ୍ ୪୦୧ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରି ସାରିଥିବା ବେଳେ ବଳକା ୬୭୪ଟି ହାଇସ୍କୁଲ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ ବୋଲି ଜଣାପଡ଼ିଛି। ରୂପାନ୍ତରିତ ହୋଇସାରିଥିବା ସମସ୍ତ ବିଦ୍ୟାଳୟରେ ସହରାଞ୍ଚଳର ଘରୋଇ ବିଦ୍ୟାଳୟ ପରି ସମସ୍ତ ଅତ୍ୟାଧୁନିକ ସୁବିଧା, ସୁଯୋଗ ରହିଛି। ସରକାରୀ ହାଇସ୍କୁଲରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରି ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପିଲାମାନଙ୍କ ଭିତରେ ଆତ୍ମବିଶ୍ବାସ ଭରି ଦେବା ଏବଂ ଶ୍ରେଷ୍ଠତ୍ବ ହାସଲ ପାଇଁ ସୁଯୋଗ ସୃଷ୍ଟି କରିବା ରୂପାନ୍ତରର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ୧୦୨୫ ସ୍କୁଲର ରୂପାନ୍ତର ପର୍ବ ଆଜିଠାରୁ ଆରମ୍ଭ ହୋଇଛି । 5T School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି।ପୂର୍ବରୁ ଗତ ଅଗଷ୍ଟ ରେ ହିଞିଳିର ପଚାଶଟି ରୂପାନ୍ତରିତ ସ୍କୁଲର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ଭିସି ଜରିଆରେ  ଲୋକାର୍ପିତ କରିଛନ୍ତି। ଏଥିରେ ସୁନ୍ଦରଗଡର ୬୭ଟି, କଟକର ୩୦ଟି, ବାଲେଶ୍ବରର ୨୩ଟି, ନବରଙ୍ଗପୁରର ୨୨ଟି ଓ କନ୍ଧମାଳର ୧୦ଟି ସ୍କୁଲ ରହିଛି ।ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ , “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।” ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ। ମୁଁ ବହୁତ ଖୁସି ଯେ 5-T transformationକାର୍ଯ୍ୟକ୍ରମର first phaseରେ ରୂପାନ୍ତର ହୋଇଥିବା 1025 ହାଇସ୍କୁଲର ଲୋକାର୍ପଣ ଉତ୍ସବ ଆଜିଠାରୁ ଆରମ୍ଭ କରାଗଲା । ୨୪ ନଭେମ୍ବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ।ସ୍କୁଲ ରୂପାନ୍ତର ହେଉଛି ଆମର 5-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଲା ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ୱାର୍କ । ତୃତୀୟ ନୀତି ହେଉଛି ଟାଇମ୍‌ ବା ସମୟ । ନଭେମ୍ବର ୧୪ ସୁଦ୍ଧା ୧୦୭୨ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍‌ ସମୟରେ ଶେଷ ହୋଇପାରିଛି। ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି । ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।

ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ସୁନ୍ଦରଗଡର ଛ୍ରାତ୍ରୀ ସିରିନ୍‌ କୌସର୍‌, ନବରଙ୍ଗପୁରର ନାଗେଶ୍ବରୀ ପାଣିଗ୍ରାହୀ, ବାଲେଶ୍ବରର ଅଭିଲିପ୍‌ସା ଲେଙ୍କା, କନ୍ଧମାଳର ଇତିଶ୍ରୀ କହଁର ଓ କଟକର ଗାୟତ୍ରୀ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କଲର ପରିବେଶ ଓ ଶିକ୍ଷା ସୁବିଧାର ପରିବର୍ତ୍ତନରେ ସେମାନେ ଖୁସି । ଆଗ ଅପେକ୍ଷା ସ୍କୁଲ ବହୁତ ଭଲ ଲାଗୁଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ପଚାରିବାରୁ ସେମାନେ ଉତ୍ସାହିତ ହୋଇ ଆଇ.ଏ.ଏସ୍‌ ଅଫିସର,ଅଇ ପି ଏସ ବୈଜ୍ଞାନିକ, ଡାକ୍ତର ଇଞ୍ଜିନିୟର ହେବେ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ସୁନ୍ଦରଗଡରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ନବରଂଗପୁରରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ବାଲେଶ୍ବରରେ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କନ୍ଧମାଳରେ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଏବଂ କଟକରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଜିଲ୍ଲାର ବିଧାୟକ ମାନେ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ  ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସ୍ବାଗତ ଭାଷଣ ଦେଇ ଥିଲେ।

ଆଜି ୧୦ଟି ସ୍ମାର୍ଟ ସ୍କୁଲର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ୧୦ଟି ରୂପାନ୍ତର ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ବ୍ୟବସ୍ଥାରେ ପାଠ ପଢୁଛନ୍ତି ପିଲା । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଉଦଘାଟନ କରିବେ । କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ ଓ ବିଧାୟକ ସାମିଲ ହେବେ । ଶ୍ରେଣୀ ଗୃହ ସାଙ୍ଗକୁ ଇ-ଲାଇବ୍ରେରୀ ନିର୍ମାଣ ହୋଇଛି । ଯେଉଁଥିରେ ଛାତ୍ର ଛାତ୍ରୀମାନେ ଅନଲାଇନରେ ପାଠ ପଢିବାର ସୁଯୋଗ ପାଇବେ । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ସ୍କୁଲ ରୂପାନ୍ତର କାର୍ଯ୍ୟ ଆରମ୍ଭ ହୋଇଥିଲା । ଫାଇଭ୍‌-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ପାଞ୍ଚଟି ପର୍ଯ୍ୟାୟରେ ୫୦ଟି ସ୍କୁଲ ଲୋକାର୍ପଣ କରାଯିବ । ତିନୋଟି ପର୍ଯ୍ୟାୟରେ ୩୦ଟି ସ୍କୁଲ ଲୋକାର୍ପିତ ହୋଇସାରିଛି ।

ଆଜି ସ୍ମାର୍ଟ ବିଦ୍ୟାଳୟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର/ଗଞ୍ଜାମ : ଆଜି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡରୁ ‘ସ୍ମାର୍ଟ ସ୍କୁଲ୍‌’ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ବିଦ୍ୟାଳୟର ଉଦ୍‌ଘାଟନ କରିବେ । 5-T ପଦ୍ଧତିରେ ପରିଚାଳିତ ଉଚ୍ଚବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ପ୍ରାୟ ୫୦ଟି ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି । ଏହି ସମସ୍ତ ବିଦ୍ୟାଳୟର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ଏବେ ବାସ୍ତବ ରୂପ ନେଇଛି । ସାରା ରାଜ୍ୟରେ ୧ ହଜାର ୭୨ଟି ସ୍କୁଲକୁ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ଯୋଜନାରେ ସାମିଲ କରାଯାଇଛି । ଏହିସବୁ ସ୍କୁଲଗୁଡିକରେ ପିଲାଙ୍କ ପାଇଁ କଂପ୍ୟୁଟର ବ୍ୟବସ୍ଥା ସହିତ ଉନ୍ନତ ଲାବୋରେଟୋରୀ , ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ରହିଛି । ସ୍ମାର୍ଟ କ୍ଲାସରୁମ୍ ପାଇଁ ସ୍କୁଲ କ୍ୟାମ୍ପସ ଆଧୁନିକିକରଣ ହୋଇଥିବା ବେଳେ ଡିଜିଟାଲ ହେଉଛି କ୍ଲାସ ରୁମ ଓ ଲାଇବ୍ରେରୀ । ସେହିଭଳି ଆକର୍ଷଣୀୟ ହେଉଛି ଖେଳ ପଡ଼ିଆ ।