Doppler Radar - The Sakala

ଭୁବନେଶ୍ୱରରେ ବସିବ ‘ଡପଲାର’: ୩ ଘଣ୍ଟା ପୂର୍ବରୁ ମିଳିବ ବର୍ଷା, ବଜ୍ରପାତ ସମ୍ପର୍କରେ ତଥ୍ୟ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବସିବ ଡପଲାର୍‌ ୱେଦ୍‌ର ରାଡାର । ଏହି ରାଡାର କଟକ-ଭୁବନେଶ୍ୱର ଦ୍ୱୈତ ନଗରୀର ପାଣିପାଗ ଆକଳନ କରିବ । ଦୁଇ ସହର ପାଇଁ ସଠିକ୍‌ ପୂର୍ବାନୁମାନ କରି ଆଗୁଆ ପ୍ରତିକାର ବ୍ୟବସ୍ଥା ଲାଗି ଏହି ପଦକ୍ଷେପ ନିଆଯିବ । ରାଡାର ବସାଇବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ଜମି ଯୋଗାଇ ଦେବା ପାଇଁ ଆଇଏମଡି ଏସ୍‌ଆର୍‌ସିଙ୍କୁ ଚିଠି ଲେଖିଛି। ଏହି ରାଡାର ବସିବା ଦ୍ୱାରା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, କାଳବୈଶାଖୀ, ବଜ୍ରପାତ ଓ ପ୍ରବଳ ବର୍ଷା ସମ୍ପର୍କରେ ୩ ଘଣ୍ଟା ପୂର୍ବରୁ ସଠିକ୍‌ ସୂଚନା ମିଳିଯିବ ।

ଭୁବନେଶ୍ୱରରେ ଏକ ଏକ୍ସ-ବ୍ୟାଣ୍ଡ ରାଡାର ବସାଇବା ପାଇଁ ଯୋଜନା କରାଯାଉଥିବା ଆଇଏମ୍‌ଡ଼ି ଏସ୍‌ଆର୍‌ସିଙ୍କୁ ଚିଠି ଲେଖି ୪୦୦ ବର୍ଗମିଟର ଜମି ସହିତ କମ୍ପ୍ୟୁଟର ହାଉସିଂ ପାଇଁ ଅତିରିକ୍ତ ୪୦୦ ଫୁଟ୍‌ର ଜମି ଲୋଡ଼ିଛି । ତେବେ ଜମି ନିକଟରେ କୌଣସି ପ୍ରାକୃତିକ ନିର୍ମାଣ ଅର୍ଥାତ ପାହାଡ଼ ପର୍ବତ ନ ଥିବା ଓ ଉଚ୍ଚ ଅଟାଳିକା ନିର୍ମାଣ ହୋଇ ନ ଥିବା ଏଥିରେ ଉଲ୍ଲେଖ କରାଯାଇଛି । ଏହା ସହ ବିଦ୍ୟୁତ୍‌ ଯୋଗାଣର ବ୍ୟବସ୍ଥା ଥିବା ମଧ୍ୟ ଜରୁରୀ ବୋଲି ଏଥିରେ କୁହାଯାଇଛି ।

ବର୍ତ୍ତମାନ ସହରାଞ୍ଚଳଗୁଡ଼ିକ ପାଇଁ ସହରୀବନ୍ୟା ଏକ ବଡ଼ ସମସ୍ୟା ପାଲଟିଛି । ହଠାତ୍‌ ହେଉଥିବା ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ଲୋକଙ୍କ ପାଇଁ ସମସ୍ୟା ବଢ଼ୁଛି । ହଠାତ୍‌ ବର୍ଷାର ତୀବ୍ରତା ଅଧିକ ହେଉଥିବା ହେତୁ ସହରବାସୀଙ୍କ ସମେତ ପ୍ରଶାସନ ପାଇଁ ମଧ୍ୟ ଚିନ୍ତାର କାରଣ ସାଜୁଛି । ଏହି ଏକ୍ସ-ବ୍ୟାଣ୍ଡ ରାଡାର୍‌ ବସିଲେ ୧୦୦ କିଲୋମିଟର ପରିଧି ମଧ୍ୟରେ ଯେଉଁ ପାଣିପାଗ ଜନିତ ଘଟଣା ଘଟିବ ତାହା ଅତି ସହଜରେ ଜାଣି ହେବ । ସେହିପରି କଟକ ଓ ଭୁବନେଶ୍ୱରରେ ଅଞ୍ଚଳୱାରୀ ବର୍ଷା ଓ ବଜ୍ରପାତର ଆଗୁଆ ସୂଚନା ଦିଆଯିବା ସହିତ କେଉଁ ସ୍ଥାନରେ କେତେ ପରିମାଣରେ ବର୍ଷା ହେବ ତାହା ରାଡାର ସୂଚନା ଦ୍ୱାରା ଜାରି କରାଯାଇପାରିବ ।

ରାଜ୍ୟ ସରକାରଙ୍କ ସହ ସମ୍ପର୍କ ରଖୁନି କେନ୍ଦ୍ର; ଲୁଚାଛପାରେ ଲଗାଇଦେବ ପୁରୁଣା ଡପ୍‌ଲାର୍
ଭୁବନେଶ୍ୱର: ସମ୍ବଲପୁରକୁ ମୂଳରୁ ହିଁ ନୂଆ ରାଡାର ଦେବାର ଯୋଜନା ହିଁ ନ ଥିଲା କେନ୍ଦ୍ରର। ସେଥିପାଇଁ ଲୁଚାଛପାରେ ଏ ମେସିନ ଦିଲ୍ଲୀରୁ ଆଣି ସିଧା ସମ୍ବଲପୁରରେ ଲଗାଇଦେବା ପାଇଁ ହୋଇଥିବା ଯୋଜନାର ପ୍ରମାଣ ଧୀରେଧୀରେ ସାମ୍ନାକୁ ଆସୁଛି। ଚୁକ୍ତି ଅନୁସାରେ ବିଲ୍‌ଡିଂ ତିଆରି, ବିଦ୍ୟୁତ୍‌ ସଂଯୋଗ ଓ ଅନ୍ୟ କିଛି ବୈଷୟିକ କାମ ରାଜ୍ୟ ସରକାର କରିବେ। ଭୂବିଜ୍ଞାନ କାର୍ଯ୍ୟାଳୟ କେବଳ ଡପଲାର ରାଡାର ଲଗାଇବ। ସମ୍ବଲପୁର ଜମାଦାର ପାଲିରେ ତିଆରି ହୋଇଥିବା କୋଠାର ମାପଚୁପ ଓ ଅନ୍ୟ ନିର୍ମାଣ ସମ୍ପର୍କିତ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଅଛି। ଏହାକୁ ଏ ପର୍ଯ୍ୟନ୍ତ ଆଇଏମ୍‌ଡିକୁ ହସ୍ତାନ୍ତର କରାଯାଇନି। ରାଡାର ବସାଇବା ପାଇଁ ତଥ୍ୟ ଦରକାର ହେଲେ ଆଇଏମ୍‌ଡି ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିବା କଥା। କିନ୍ତୁ ତାହା ନକରି ନିଜ ଅଧୀନରେ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରକୁ ତଥ୍ୟ ମାଗିବା ଆଶ୍ଚର୍ଯ୍ୟ କରିଛି। ଏମିତି କି ମେସିନ ଲାଗିବ ସେ ସମ୍ପର୍କିତ ତଥ୍ୟ ମଧ୍ୟ ରାଜ୍ୟକୁ ପ୍ରଦାନ କରିନାହିଁ ଆଇଏମ୍‌ଡି।

ଗତ ୧୭ ତାରିଖ ଦିନ ଆଇଏମଡି ଡିଜିଏମ ହେଡକ୍ୱାର୍ଟର୍ସରୁ ହୋଇଥିବା ଚିଠିରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରକୁ ବିଲ୍‌ଡିଂ ତଥ୍ୟ ମଗାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଚୁକ୍ତି ଅନୁଯାୟୀ ରାଜ୍ୟ ସରକାର ନିଜ ଜମିରେ ବିଲ୍‌ଡିଂ ନିର୍ମାଣ କରିବେ। ଏହାପରେ ଭୂବିଜ୍ଞାନ ମନ୍ତ୍ରଣାଳୟ ଏଠାରେ ଡପଲାର ରାଡାର ସ୍ଥାପନ କରିବ। ମନ୍ତ୍ରଣାଳୟର ଆବଶ୍ୟକତା ଅନୁଯାୟୀ ବିଲ୍‌ଡିଂ ଉଚ୍ଚତା। ବିଦ୍ୟତ୍‍ଉପକରଣ ଆଦି ଯୋଗାଇବ। ହେଲେ ଏ ସବୁ କାର୍ଯ୍ୟ ମଧ୍ୟ କିଛିକାଂଶରେ ବାକି ରହିଛି। ଏମିତି କି ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ ମଧ୍ୟ ବିଲ୍‌ଡିଂ ଆଇଏମ୍‍ଡିକୁ ହସ୍ତାନ୍ତର ହୋଇ ନ ଥିବା କହିଛନ୍ତି। ତାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହୋଇ ନ ଥିବା ବେଳେ ଏହା ରାଜ୍ୟ ସରକାଙ୍କ ଅଧୀନରେ ଥିବା କହିଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ଅଧିନରେ ବିଲ୍‌ଡିଂ ଥିଲେ ମଧ୍ୟ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆଇଏମଡିକୁ ବିଲ୍‌ଡିଂ ତଥ୍ୟ କେମିତି ଦେବ ପ୍ରଶ୍ନକୁ ଡ. ବିଶ୍ୱାସ ଏଡ଼ାଇ ଯାଇଛନ୍ତି।

ବଡ଼ କଥା ହେଉଛି ଯେ ଆଇଏମଡି ପକ୍ଷରୁ ସୂଚନା ପ୍ରଦାନ କରିବା ଦ୍ୱାରା ରାଜ୍ୟବାସୀମାନେ ଆଗୁଆ ସତର୍କ ହୋଇଥାନ୍ତି। ମାତ୍ର ଗତ କିଛି ଦିନ ମଧ୍ୟରେ ଆଇଏମଡିର ବିଭିନ୍ନ ଆକଳକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଉନ୍ନତମାନର ଯନ୍ତ୍ରପାତି ଦ୍ୱାରା କେମିତି ସଠିକ ଆକଳନ କରିହେବ ତାଉପରେ ରାଜ୍ୟବାସୀ ଆଶାବାଦୀ ହେଉଛନ୍ତି। ଗୋଟିଏ ପଟେ ରାଜ୍ୟକୁ ବାତ୍ୟା ସାଙ୍ଗକୁ ବଜ୍ରପାତ ଭୟ ବଢ଼଼ୁଥିବା ବେଳେ ଆଇଏମଡିର କାମଚଳା ନୀତି ଯୋଗୁଁ ରାଜ୍ୟବାସୀ ଆଗାମୀ ଦିନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯାହାକୁ କି ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାବାସୀ ତୀବ୍ର ବିରୋଧ କରିବେ ବୋଲି ସୂଚନା ମିଳିଛି। ଦଳ ମତ ନିର୍ବିଶେଷରେ ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଥିବା ବେଳେ ଭୂବିଜ୍ଞାନ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତିକୁ ପୁନଃ ବିଚାର କରିବା ଉଚ୍ଚିତ ବୋଲି ପଶ୍ଚିମଓଡ଼ିଶାବାସୀ ଦାବି କରିଛନ୍ତି।

ସୂଚନା ଥାଉ କି ଗୋପାଳପୁର ଡପଲାର ରାଡାର କେନ୍ଦ୍ର ୨୦୧୬ରେ କାର୍ଯ୍ୟକ୍ଷମ ହେଲା। ହେଲେ ରାଜ୍ୟ ସରକାରଙ୍କଠାରୁ ଏହି ବିଲ୍‌ଡିଂ ୨୦୧୮ ମସିହାରେ ଆଇଏମଡିକୁ ହସ୍ତାନ୍ତର କରାଯାଇଥିଲା। ଏହି ବିଲ୍‌ଡିଂର ତଥ୍ୟ ମଧ୍ୟ ରାଜ୍ୟ ସରକାରଙ୍କଠାରୁ ନିଆଯାଇଥିଲା। ବିଲ୍‌ଡିଂରେ ରାଡାର ସ୍ଥାପନ ହେବାପରେ ହିଁ ବିଲ୍‌ଡିଂ ସ୍ଥାନାନ୍ତର ହୋଇଥିଲା। ମାତ୍ର ସମ୍ବଲପୁର କ୍ଷେତ୍ରରେ ପୁରୁଣା ରାଡାର ଯୋଗାଇବା ପାଇଁ ଯୋଜନା ଥିବାରୁ ରାଜ୍ୟ ସରକାରଙ୍କୁ ତଥ୍ୟ ନ ମଗାଯାଇ ନିଜ ବିଭାଗକୁ ତଥ୍ୟ ମାଗିବା ସନ୍ଦେହରେ ପକାଇଦେଇଛି।