afganistan - The Sakala

ତାଲିବାନର ଅଜବ ନିୟମ : ଦାଢି ଓ ଚୁଟି କଟା ଉପରେ ନୂଆ କଟକଣା ଲାଗୁକଲେ ତାଲିବାନ ସରକାର
କାବୁଲ : ଆଫଗାନିସ୍ତାନ ଦଖଲ କରି ସରକାର ଗଠନ ପରେ ଅଜବ ଅଜବ ନିୟମ ପ୍ରଣୟନ କରୁଛନ୍ତି ତାଲିବାନ ସରକାର। ନିଜକୁ ୨୦ ବର୍ଷ ତଳର ତାଲିବାନ ନୁହେଁ ବୋଲି ଦାବି କରୁଥିବା ତାଲିବାନ ସରକାରର ଅସଲ ଚେହେରା ଧିରେ ଧିରେ ପଦାକୁ ଆସିବାରେ ଲାଗିଛି। ପ୍ରଥମେ ମହିଳା ବିରୋଧୀ ଆଇନ ପ୍ରଣୟନ କରୁଥିବା ତାଲିବାନ ବର୍ତ୍ତମାନ ପୁରୁଷ ମାନଙ୍କ ଉପରେ ଟାର୍ଗେଟ କରିଛନ୍ତି। ତାଲିବାନ ସରକାର ପୁରୁଷମାନଙ୍କ ଦାଢି ଓ ଚୁଟି କଟା ଉପରେ କଟକଣା ଲଗାଇଛନ୍ତି।

ଏଣିକି ଆଫଗାନର ପୁରୁଷମାନେ ଚୁଟି କିମ୍ବା ଦାଢି କାଟିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି ତାଲିବାନ ସରକାର । ଆଫଗାନିସ୍ତାନର ଦକ୍ଷିଣ ଉପତ୍ୟକା ଅଞ୍ଚଳ ହେଲମଣ୍ଡରେ ଦେଖିବାକୁ ମିଳିଛି ତାଲିବାନର ଏହି ଅଜବ ଆଇନ । ତାଲିବାନ୍ ସରକାର ଗଠନ ସହ ସରିୟା ନିୟମ ଲାଗୁ ହେବା ପରେ ଏଠିକାର ସେଲୁନ୍ ଓ ପାର୍ଲର ଆଗରେ କଡା ନିୟମ ଲେଖାଥିବା ପୋଷ୍ଟର ଲଗାଯାଇଛି । ଫ୍ରଣ୍ଟିଅର ପୋଷ୍ଟ ରିପୋର୍ଟ ମୁତାବକ, କୌଣସି ଲୋକ ଦାଢି କାଟି ପାରିବେ ନାହିଁ । ଏଥିପାଇଁ ଟ୍ରିମର ବ୍ୟବହାର କରିପାରିବେ ନାହିଁ । କେଶ କାଟିବା ଉପରେ ବି କଟକଣା ରହିଛି। ଯଦି କେଶ କାଟନ୍ତି କୌଣସି ଷ୍ଟାଇଲିସ୍ ହେୟାର କଟ୍ କରିପାରିବେ ନାହିଁ । କେଶ କାଟିବାକୁ ମଧ୍ୟ ଟ୍ରିମର ବ୍ୟବହାର ହୋଇପାରିବ ନାହିଁ । କୌଣସି ସେଲୁନ୍ ଭିତରେ କୌଣସି ପ୍ରକାର ମ୍ୟୁଜିକ ଲାଗିବ ନାହିଁ । ଏସବୁ ଇସ୍ଲାମ ନିୟମର ଉଂଲଘନ କରୁଛି । ତେଣୁ ଏହି ନିୟମକୁ ନମାନିଲେ କଠୋର ଦଣ୍ଡ ଦିଆଯିବ ବୋଲି ନାପିତ(ବାରିକ)ଙ୍କୁ ଧମକ ଦେଇଛନ୍ତି ତାଲିବାନୀ ଅଧିକାରୀ ।

ତାଲିବାନ ଦ୍ୱାରା ଘୋଷଣା କରାଯାଉଥିବା ନୂଆ ନିୟମ ମାନିବାକୁ ମନା କଲେ ମୃତ୍ୟୁଦଣ୍ଡ ହିଁ ଏକମାତ୍ର ବିକଳ୍ପ ରହୁଛି। ଏପରିକି ମହିଳାଙ୍କୁ ସର୍ବସମ୍ମୁଖରେ ବିଚ୍‌ ରାସ୍ତାରେ ପ୍ରହାର କରାଯାଉଥିବା ବେଳେ ନିୟମ ଉଲ୍ଲଘଂନକାରୀଙ୍କୁ ସର୍ବସମ୍ମୁଖରେ ଝୁଲାଇ ଫାଶୀ ଦଣ୍ଡ ଦିଆଯାଉଛି।ତାଲିବାନ ପକ୍ଷରୁ ହଜାରା ସମୁଦାୟ ଲୋକଙ୍କ ଉପରେ ବି ବଳ ପ୍ରୟୋଗ କରାଯାଉଛି। ପିଢି ପିଢି ଧରି ରହି ଆସିଥିବା ସେମାନଙ୍କ ଜମିକୁ ଜୋରଜବରଦସ୍ତି ଭାବେ ଛଡ଼ାଇ ନିଆଯାଉଛି। ଏପରିକି ସେମାନଙ୍କୁ ଭୂମିହୀନ କରାଯିବା ସହ ଘରୁ ମଧ୍ୟ ବାହାର କରି ଦିଆଯାଉଛି। ଏପରିକି ଜମିରେ ହୋଇଥିବା ସେମାନଙ୍କ ଫସଲକୁ ଲୁଟି ନେଉଛନ୍ତି ତାଲିବାନୀ।

ସୂଚନାଯୋଗ୍ୟ ୧୯୯୬ରୁ ୨୦୦୧ ମଧ୍ୟରେ ତାଲିବାନ୍ ସରକାର ଥିବାବେଳେ ମଧ୍ୟ ଆଫଗାନିସ୍ତାନରେ ଏପରି କଠୋର ନିୟମ ଥିଲା । ସେ ସମୟରେ ପୁରୁଷମାନେ ଦାଢି ଓ କେଶ ବଢାଇବାକୁ ବାଧ୍ୟ ହେଉଥିଲେ । ହେଲେ ୨୦୦୧ ପରେ ତାଲିବାନ୍ ସରକାରର ଅନ୍ତ ଘଟିବା ପରେ କ୍ଲିନ ସେଭ୍ ଲୁକ୍ ଓ ଷ୍ଟାଇଲିସ୍ ହେୟାର ଷ୍ଟାଇଲ ଟ୍ରେଣ୍ଡ ହୋଇଥିଲା । କିନ୍ତୁ ପୁଣିଥରେ ସେ ଅନ୍ଧାରି ଯୁଗ ଫେରିଆସିବା ପରେ ପୁରୁଣା କଠୋର ନିୟମ ବି ଆଫଗାନିସ୍ତାନକୁ ଫେରିଛି।

ଆଫଗାନିସ୍ତାନରେ ନୂଆ ସରକାର ଗଠନ କଲା ତାଲିବାନ, ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ହେବେ ପ୍ରଧାନମନ୍ତ୍ରୀ
କାବୁଲ: ପରିଶେଷରେ ତାଲିବାନ ଘୋଷଣା କଲା ନିଜର ନୂଆ ସରକାର । କାବୁଲ ଦଖଲର ତିନି ସପ୍ତାହ ପରେ ଆଫଗାନିସ୍ତାନରେ ବିଧିବଦ୍ଧ ଭାବେ ନୂଆ ସରକାର ଗଠନ କରିଛି ତାଲିବାନ । ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ତାଲିବାନ ମଙ୍ଗଳବାର ସନ୍ଧ୍ୟାରେ ଏକ ନୂତନ ସରକାର ଘୋଷଣା କରିଛି। ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ନୂତନ ପ୍ରଧାନମନ୍ତ୍ରୀ ହେବେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଜାହିଦ ତାଲିବାନୀ ସରକାରର ମନ୍ତ୍ରୀମଣ୍ଡଳ କେମିତି ହେବ, ତା’ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କାମ ଚଳା ସରକାର ଗଠନ କରାଯାଇଛି। ଏହା ସ୍ଥାୟୀ ସରକାର ନୁହେଁ। ସେହିପରି ତାଲିବାନ ସରକାରରେ ମନ୍ତ୍ରୀ ହେଉଥିବା ସବୁ ସଦସ୍ୟଙ୍କୁ ସହଯୋଗ କରିବା ପାଇଁ ଦୁଇ ଜଣ ଲେଖାଏ ଡେପୁଟି ରହିବେ ବୋଲି ସେ କହିଛନ୍ତି।

ତାଲିବାନୀ ସରକାରରେ ଦାୟିତ୍ୱ ଗ୍ରହଣ କରିଥିବା ମୁଖ୍ୟ ସଦସ୍ୟମାନେ ହେଲେ :-

ତାଲିବାନୀ ଶାସନର ମୁଖ୍ୟ (ପ୍ରଧାନମନ୍ତ୍ରୀ )- ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ

ଡେପୁଟି ପ୍ରଧାନମନ୍ତ୍ରୀ (୧) – ମୁଲ୍ଲା ବାରଦାର

ଡେପୁଟି ପ୍ରଧାନମନ୍ତ୍ରୀ (୨) – ଅବଦୁଲ ସଲାମ ହାନାଫି

ଗୃହମନ୍ତ୍ରୀ – ସିରାଜୁଦ୍ଦିନ ହକ୍କାନି

ପ୍ରତିରକ୍ଷା ମନ୍ତ୍ରୀ -ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାରଙ୍କ ପୁଅ ମୁଲ୍ଲା ୟାକୁବ

ବୈଦେଶିକ ମନ୍ତ୍ରୀ – ମୁଲ୍ଲା ଆମୀର ଖାନ ମୁତ୍ତାକି

ନ୍ୟାୟ ମନ୍ତ୍ରୀ -ଅବଦୁଲ ହକିମ

ଅର୍ଥମନ୍ତ୍ରୀ – ମୁଲ୍ଲା ହିଦୟତୁଲ୍ଲା ବଦ୍ରି

ବୈଦେଶିକ ବ୍ୟାପାର ମନ୍ତ୍ରୀ – ମୌଲଭି ଆମୀର ଖାନ ମୁଟାକ୍କି

ଶିକ୍ଷା ମନ୍ତ୍ରୀ – ଶେଖ ମୌଲଭି ନୁରୁଲ୍ଲା ମୁନିର

ଶରଣାର୍ଥୀ ବ୍ୟାପାର ମନ୍ତ୍ରୀ – ଖଲିଲୁର ରହମାନ ହକ୍କାନି

ଉପ ବୈଦେଶିକ ମନ୍ତ୍ରୀ – ଶେର ମହମ୍ମଦ ଷ୍ଟାନେକଜାଇ

ସଂସ୍କୃତି ମନ୍ତ୍ରଣାଳୟର ଉପ ମନ୍ତ୍ରୀ – ଜାବୁଲ୍ଲା ମୁଜାହିଦ୍

ପ୍ରତିରକ୍ଷା ମନ୍ତ୍ରଣାଳୟର ସେନା କର୍ମଚାରୀଙ୍କ ମୁଖ୍ୟ – କାରୀ ଫାସିହୁଦ୍ଦିନ

ସେନା ମୁଖ୍ୟ – ମୁଲ୍ଲା ଫଜଲ ଅଖଣ୍ଡ

ଡେପୁଟି ଚିଫ୍ ଇଣ୍ଟେଲିଜେନ୍ସ – ମଲ୍ଲିକା ତାଜ ମୀର ଜାୱାଦ

ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ ମୁଖ୍ୟ – ମୁଲ୍ଲା ଅବଦୁଲ୍ ହକ୍ ୱାସିକ

କାବୁଲ ସହରର ଖୋଲା ଆକାଶରେ ଫୁଟିଲା ଗୁଳି; 17 ଜଣ ମୃତ, 41 ଜଣ ଆହତ
କାବୁଲ: କାବୁଲରେ ସହରରେ ଖୋଲା ଆକାଶରେ ଗୁଳି ବିନିମୟରେ 17 ଜଣ ମୃତ, 41 ଜଣ ଆହତ । ଖୁସିରେ ଗୁଳି ଫୁଟାଇଲେ, ୧୭ଜଣଙ୍କୁ ମାରିଦେଲେ । ପଞ୍ଜଶୀର ବିଜୟ ନେଇ ଏକ ଅନିଶ୍ଚିତ ଖବରରେ ବିଭୋର ହୋଇ ଫାଙ୍କା ଗୁଳିଚାଳନା କଲେ ତାଲିବାନୀ ଆତଙ୍କୀ । ଏହା ଦ୍ୱାର ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ କାବୁଲ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ‘ନ୍ୟାସ୍‌ନାଲ୍‌ ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌ ଅଫ୍ ଆଫଗାନିସ୍ତାନ୍‌’କୁ ପରାସ୍ତ କରି ପଞ୍ଜଶୀର ଉପତ୍ୟକାକୁ ନିୟନ୍ତ୍ରଣାଧୀନ କରି ପାରିଛନ୍ତି ବୋଲି ତାଲିବାନ୍‌ ଘୋଷଣା କରିବା ପରେ ଶୁକ୍ରବାରେ ସମଗ୍ର କାବୁଲ୍‌ରେ ଉତ୍ସବ ପାଳନକାଳୀନ ଭୀଷଣ ବନ୍ଧୁକ ଫୁଟିବା ଶଦ୍ଦ ଶୁଭିଥିଲା।

ଗତକାଲିର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ତାଲିବାନ ଆଫଗାନିସ୍ତାନକୁ ନର୍କ ବନାଇ ଦେଇଥିବା ବେଳେ ଆହତ ଆତ୍ମୀୟସଜ୍ଜନଙ୍କୁ ଧରି ଲୋକେ ଡାକ୍ତରଖାନା ନେଉଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ସେୟାର୍ ହୋଇଥିବା ଫଟୋ ଏବଂ ଭିଡିଓରେ ଦେଖାଯାଇଥିଲା। ସର୍ବଶକ୍ତିମାନ ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାକୁ ନିୟନ୍ତ୍ରଣାଧୀନ କରିଛୁ । ବିଶୃଙ୍ଖଳା ସୃଷ୍ଟିକାରୀମାନେ ପରାସ୍ତ ‌ହୋଇଛନ୍ତି ଏବଂ ଏଥର ପଞ୍ଜଶୀର ଆମ ଅଧୀନକୁ ଆସିଛି ବୋଲି ଜଣେ ତାଲିବାନ୍‌ କମାଣ୍ଡର୍‌ କହୁଥିଲେ । ତେବେ ଗତ କିଛି ଦିନ ସଂଘର୍ଷ ମଧ୍ୟରେ ଉଭୟ ପକ୍ଷରୁ ପ୍ରାୟ ୩୦୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ତାଲିବାନ ପଞ୍ଝାରେ ପଞ୍ଜଶୀର; ଖୁସିରେ ତାଲିବାନୀ ସଦସ୍ୟ ଗୁଳି ଚଳାଇବାରୁ ଅନେକ ମହିଳା ଓ ଶିଶୁଙ୍କ ମୃତ୍ୟୁ
କାବୁଲ: ତାଲିବାନ ପଞ୍ଝାରେ ଆଫଗାନିସ୍ତାନର ପଞ୍ଜଶୀର । ପଞ୍ଜଶୀରରେ ଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ହରାଇ ତାଲିବାନ ଆଫଗାନର ଶେଷ ପ୍ରଦେଶ କବଜା କରିଥିବା ସୂତ୍ରରୁ ଖବର ମିଳିଛି । କିଛି ଦିନର ଲଢେଇ ପରେ ବିଦ୍ରୋହୀଙ୍କ ପରାଜୟ ହୋଇଥିବା କୁହାଯାଇଛି। କିନ୍ତୁ ପଞ୍ଜଶୀରର ପତନ ହୋଇନାହିଁ ବୋଲି ଦାବି କରିଛନ୍ତି ବିଦ୍ରୋହୀ ଗୋଷ୍ଠୀ ନେତା ତଥା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ। ଏହାବ୍ୟତୀତ ସେ ଦେଶ ଛାଡି ଚାଲିଯାଇଥିବା ଖବରକୁ ମଧ୍ୟ ଖଣ୍ଡନ କରିଛନ୍ତି। ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ତାଲିବାନ ବିରୋଧରେ ପଞ୍ଜଶୀରରେ ଏବେ ବି ଲଢ଼େଇ ଜାରି ରହିଥିବା କୁହାଯାଉଛି ।

ଏପଟେ ପଞ୍ଜଶୀର ଦଖଲ କରିବା ଏହାର ସଦସ୍ୟମାନେ ଖୁସିରେ ଆତ୍ମହରା ହୋଇ ଆଖିବୁଜା ଗୁଳିଚାଳନା କରିଛନ୍ତି । ଫଳରେ ଏପରି ଗୁଳିଚାଳନା ଯୋଗୁଁ କାବୁଲରେ ମହିଳା ଓ ଶିଶୁଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି । ସେହିପରି କିଛି ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି। ସାଧାରଣ ଲୋକଙ୍କ ଜୀବନକୁ ଖାତିର ନ କରି ବିଜୟ ଉଲ୍ଲାସରେ ଆଖିବୁଜା ଗୁଳିଚାଳନା କରିଥିଲେ ତାଲିବାନୀମାନେ । ତାଲିବାନୀ ନିଜ ଇଚ୍ଛାରେ ଗୁଳି ମାଡ଼ କରିବାରୁ ଏହା ଅନେକ ଲୋକଙ୍କ ଦେହରେ ମାଡ଼ ହୋଇଥିଲା। ଫଳରେ ଅନେକ ଲୋକ ମୃତ୍ୟୁବରଣ କରିଥିବା ଜଣାପଡିଛି ।

ସେପଟେ ମହିଳା ବିଚାରପତିଙ୍କ ବିରୋଧରେ ପଦକ୍ଷେପ ନେଇଛି ତାଲିବାନ। ଯେଉଁ ମହିଳା ବିଚାରପତିମାନେ ତାଲିବାନ କର୍ମୀଙ୍କୁ ବିଭିନ୍ନ ଦଣ୍ଡ ଶୁଣାଇଥିଲେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ଦେଶର ୨୫୦ରୁ ଅଧିକ ମହିଳା ବିଚାରପତିଙ୍କ ଜୀବନ ଏବେ ବିପଦରେ ଥିବା ବେଳେ କିଛି ବିଚାରପତି ଦେଶ ଛାଡି ଚାଲିଯାଉଥିବା ସୂଚନା ମିଳିଛି। ଏନେଇ ସେମାନେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛନ୍ତି ।

କାବୁଲ ସିରିଜ ବିସ୍ଫୋରଣ : ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ୮୦ରୁ ଅଧିକ ମୃତ, ୨୦୦ରୁ ଉର୍ଦ୍ଧ୍ବ ଆହତ
କାବୁଲ : କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୧୩ ଆମେରିକୀୟ ଯବାନଙ୍କ ସମେତ ଶିଶୁ ଓ ଆଫଗାନ ନାଗରିକ ରହିଛନ୍ତି। ଏହି ଘଟଣାରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକା ପ୍ରତିରକ୍ଷା ବିଭାଗ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ, ପ୍ରଥମ ବିସ୍ଫୋରଣ ବିମାନବନ୍ଦରର ଆବେ ଗେଟ୍ ନିକଟରେ ହୋଇଥିଲା ବେଳେ ଏହାର କିଛି ସମୟ ପରେ ଦ୍ୱିତୀୟ ବିସ୍ଫୋରଣ ବାରନ୍‌ ହୋଟେଲ ନିକଟରେ ଘଟିଥିଲା। ଗତ ଫେବୃଆରୀ ପରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନରେ କୌଣସି ସେନାଙ୍କ ମୃତ୍ୟୁ ହୋଇଥିବା ଜନ୍‌ କହିଛନ୍ତି।

ଆଜିର ଏହି ସିରିଜ୍‌ ଆତ୍ମଘାତୀ ବିସ୍ଫୋରଣ ପାଇଁ ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ଆଇଏସ୍‌ଆଇଏସ୍‌ର ସହଯୋଗୀ ଆତଙ୍କୀ ସଂଗଠନ ଆଇଏସ୍‌-କୋରାସାନ୍‌ ନିଜକୁ ଦାୟୀ କରିଛି। ବିସ୍ଫୋରଣ ପରେ ଗୁଳି ଶବ୍ଦ ଶୁଣାଯାଇଥିବାରୁ ଘଟଣା ପଛରେ ଆତଙ୍କୀମାନଙ୍କ ହାତ ଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ବିସ୍ଫୋରଣ ଘଟଣାକୁ ତାଲିବାନ ପକ୍ଷରୁ ନିନ୍ଦା କରାଯାଇଛି। ହେଲେ ଏଥିପାଇଁ ଆମେରିକା ଦାୟୀ ବୋଲି ତାଲିବାନ କହିଛି। ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି ସେ ଅଞ୍ଚଳର ସୁରକ୍ଷା ଦାୟିତ୍ବ ଆମେରିକା ସେନା ହାତରେ ନ୍ୟସ୍ତ ଥିଲା ବୋଲି ତାଲିବାନ ମୁଖପାତ୍ର କହିଛନ୍ତି। ତେବେ ସୌଭାଗ୍ୟ କ୍ରମେ ବହୁ ଭାରତୀୟ ଏବଂ ଆଫଗାନ ଶିଖ ଓ ହିନ୍ଦୁ ଏହି ବିସ୍ଫୋରଣରୁ ରକ୍ଷା ପାଇଯାଇଛନ୍ତି। ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ସେଠାରେ ଗତକାଲି ବହୁ ଭାରତୀୟଙ୍କ ସମେତ ଆଫଗାନ ଶିଖ ହିନ୍ଦୁ ବିମାନ ଅପେକ୍ଷାରେ ରୁଣ୍ଡ ହୋଇଥିଲେ। ଏ ସମ୍ପର୍କରେ ଗୁରୁବାର କାବୁଲ ଗୁରୁଦ୍ବାର କମିଟି ସଭାପତି ସୂଚନା ଦେଇଛନ୍ତି।

ଏହି ଘଟଣାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଦୃଢ଼ ନିନ୍ଦା କରିଛନ୍ତି। ଏଭଳି ଘଟିବ ବୋଲି ଆମେ ୩ ଦିନ ଆଗରୁ ସତର୍କତା ଜାରି କରିଥିଲୁ ବୋଲି ଜନସନ୍‌ କହିଛନ୍ତି। ଏଭଳି ସ୍ଥିତିରେ ବ୍ରିଟେନ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହିତ ମୃତାହତଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଭାରତ ସଦାସର୍ବଦା ଆତଙ୍କବାଦକୁ ଘୃଣା କରି ଆସୁଥିବାବେଳେ ଏଭଳି ଘଟଣା ମାନବ ସମାଜ ପାଇଁ ଅତ୍ୟନ୍ତ ଦୁଃଖଦାୟକ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି। ସେହିପରି ଜାତିସଂଘ ସମେତ ନାଟୋ ରାଷ୍ଟ୍ର ମୁଖ୍ୟ ମଧ୍ୟ ବିସ୍ଫୋରଣ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଏହା ମଧ୍ୟରେ ଆମେରିକା ଏବଂ ବ୍ରିଟେନ ବିସ୍ଫୋରଣ ପରେ ସୁରକ୍ଷା ସ୍ଥିତିକୁ ନେଇ ଜରୁରୀ ବୈଠକ ଡାକିଛନ୍ତି। ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ ଇସ୍ରାଏଲ ଯାତ୍ରା ରଦ୍ଦ କରିଦେଇଛନ୍ତି। ଏହା ସହିତ ଫ୍ରାନ୍ସ ନିଜ କୂଟନୈତିଜ୍ଞଙ୍କୁ ଆଫଗାନିସ୍ତାନରୁ ଫେରିଯିବାକୁ କହିଛି।

ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ଏହାର ସେନା ପ୍ରତ୍ୟାହାର କରୁ , ନଚେତ୍‌ ସ୍ଥିତି ଭୟାବହ ହେବ ବୋଲି କିଛି ଦିନ ତଳେ ତାଲିବାନ ପକ୍ଷରୁ ଧମକ ଦିଆଯାଇଥିଲା। ଏହାପରେ ଆଇଏସଆଇଏସ୍‌ ପକ୍ଷରୁ କାବୁଲ ବିମାନ ବନ୍ଦର ଉପରେ ହମଲା କରାଯାଇପାରେ ବୋଲି ଆମେରିକା ସୂଚନା ପାଇବା ପରେ ସତର୍କତା ଜାରି କରିଥିଲା। ଆମେରିକାର ସମସ୍ତ ସେନା ବିମାନ ବନ୍ଦର ଠାରୁ ଯଥେଷ୍ଟ ଦୂରରେ ରହିବାକୁ କୁହାଯାଇଥିଲା। ଆମେରିକା ବ୍ୟତୀତ ବ୍ରିଟେନ୍‌ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଏହାର ନାଗରିମାନଙ୍କ ପ୍ରତି ସତର୍କତା ଜାରି କରିଥÒଲେ। ହେଲେ ଏହି ସତର୍କତା ଜାରି କରାଯିବାର କିଛି ଘଣ୍ଟା ପରେ ଏଭଳି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ କାବୁଲ ବିମାନ ବନ୍ଦର ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଆଫଗାନିସ୍ତାନ ଛାଡିବାକୁ ହଜାର ହଜାର ଆଫଗାନବାସୀ ଏବେ ମଧ୍ୟ ବିମାନ ବନ୍ଦର ନିକଟରେ ରୁଣ୍ଡ ହୋଇଥିବାରୁ ଏବେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି।

କାବୁଲ ଏୟାରପୋର୍ଟ ବାହାରେ ସିରିଜ୍‌ ବିସ୍ଫୋରଣ, ଆଇଏସଆଇଏସ ହାତ ଥିବା କହିଲା ତାଲିବାନ
କାବୁଲ : ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ସେଠାରେ ପରିସ୍ଥିତ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଆଫଗାନିସ୍ତାନ ସଙ୍କଟ ମଧ୍ୟରେ କାବୁଲର ବିମାନବନ୍ଦର ବାହାରେ ଭୟଙ୍କର ବିସ୍ଫୋରଣ ଘଟିଛି । କାବୁଲର ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ବାହାରେ ସିରିଜ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସାମ୍ନାକୁ ଆସିଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି।  ସେପଟେ ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୧୫  ଆହତ ହୋଇଥିବା କୁହାଯାଉଛି ।ମୃତକଙ୍କ ମଧ୍ୟରେ ବିଦେଶୀ ନାଗରିକ ଓ ଶିଶୁ ଥିବା କୁହାଯାଉଛି ।

#UPDATE | "Explosion near the Abbey Gate of the Kabul airport has resulted in an unknown number of casualties," tweets John Kirby, Assistant to the Secretary of Defense for Public Affairs, the US #Afghanistan pic.twitter.com/VpTf5U4lbI

— ANI (@ANI) August 26, 2021

ପେଣ୍ଟାଗନ ମୁଖପାତ୍ର ଜନ କର୍ବି କହିଛନ୍ତି ଯେ ପ୍ରଥମ ବିସ୍ଫୋରଣଟି ଆବେ ଗେଟ ନିକଟରେ ଓ ଦ୍ବିତୀୟ ବିସ୍ଫୋରଣଟି ଆବେ ଗେଟ ନିକଟରେ ଥିବା ବାରନ ହୋଟେଲ ଆଗରେ ହୋଇଥିଲା । ମୃତକଙ୍କ ମଧ୍ୟରେ ଉଭୟ ଆଫଗାନ ଓ ଆମେରିକୀୟ ନାଗରିକ ଅଛନ୍ତି।ଅନ୍ୟପଟେ ଏହି ସିରିଜ୍‌ ବିସ୍ଫୋରଣରେ ଆଇଏସଆଇଏସର ହାତ ଥିବା ତାଲିବାନ ଅଭିଯୋଗ କରିଛି। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ଘଟଣାକୁ ଆତଙ୍କୀ ଆକ୍ରମଣ ବୋଲି କହିବା ସହିତ ଆଇଏସଆଇଏସ ଏହା ପଛରେ ରହିଥିବା ଅଭିଯୋଗ କରିଛନ୍ତି । ବିଶ୍ୱ ଶାନ୍ତି ପାଇଁ ତାଲିବାନ ବଦ୍ଧ ପରିକର ଏବଂ କୌଣସି ପରସ୍ଥିତିରେ ଆତଙ୍କବାଦକୁ ପ୍ରଶୟ ଦିଆଯିବ ନାହିଁ ବୋଲି ମୁଜାହିଦ କହିଛନ୍ତି । ଏହା ସହିତ ଏଭଳି ଆକ୍ରମଣ ପାଇଁ ପୂର୍ବରୁ ଆମେରିକା ଚେତାଇ ଦେଇଥିଲା ବୋଲି ମୁଜାହିଦ ପ୍ରକାଶ କରିଛନ୍ତି ।

VIDEO: People being rushed to the hospital following reported suicide bomber attack at Kabul airport.

pic.twitter.com/ex74FpusGs

— Election Wizard (@ElectionWiz) August 26, 2021

ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରି ଆଫଗାନିସ୍ତାନ ପରିସ୍ଥିତି ସଂପର୍କ‌ରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିବା ପରେ ହଜାର ହଜାର ଆଫଗାନ ଲୋକ ଦେଶ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଛନ୍ତି । ଫଳରେ କାବୁଲ ବିମାନବନ୍ଦରରେ ଏବେ ପ୍ରବଳ ଗହଳି ରହିଛି । ଏ ପରିସ୍ଥିତିରେ ଆଜି ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । କିଛି ଦିନ ତଳେ ଆମେରିକାର ଗୁଇନ୍ଦା ସଂସ୍ଥା କାବୁଲ ବିମାନବନ୍ଦରରେ ବିସ୍ଫୋରଣ ହୋଇପାରେ ବୋଲି ସତର୍କତା ଜାରି କରିଥିଲା ।

ପାକିସ୍ତାନ ଆମର ଦ୍ବିତୀୟ ଘର, ଖୁବ୍‌ଶିଘ୍ର ଭାରତ ଦେଖିବ କେମିତି ଦେଶ ଚଳାଉଛି ତାଲିବାନ
କାମୁଲ : ଆଫଗାନିସ୍ତାନ କବଜା କରିବା ପରେ ସେଠାରେ ଶାସନ କରିବାକୁ ପ୍ରସ୍ତୁତି ଚଳାଇଛି ତାଲିବାନ। ଆଫଗାନରେ ସରକାର ଗଠନ କରିବାକୁ ଯାଉଥିବା ତାଲିବାନ ସହ ଭାରତର ସମ୍ପର୍କ କିପରି ରହିବ ସେନେଇ କଳ୍ପନାଜଳ୍ପନା ଲାଗିରହିଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଏକ ମନ୍ତବ୍ୟକୁ ନେଇ ତାଲିବାନ ନେତା ଭାରତକୁ ଚେତାବନୀ ଦେଇଛନ୍ତି। ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ସୋମନାଥ ମନ୍ଦିର ସହ ଜଡ଼ିତ ଅନେକ ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିବା ସମୟରେ କହିଥିଲେ ଯେ ଆତଙ୍କବାଦ ଆଧାରରେ ବିନାଶ କରୁଥିବା ଶକ୍ତି କିଛି ସମୟ ପାଇଁ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି କିନ୍ତୁ ସେମାନଙ୍କର ଅସ୍ତିତ୍ୱ କଦାପି ସ୍ଥାୟୀ ନୁହେଁ ଏବଂ ସେମାନେ ମାନବିକତାକୁ ଦମନ କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଏହି ବିବୃତ୍ତିକୁ ତାଲିବାନ ହଜମ କରିପାରୁନି।

ତାଲିବାନର ପ୍ରମୁଖ ନେତା ଶାହବୁଦ୍ଦିନ ଦିଲାଓ୍ବର ‘ରେଡିଓ ପାକିସ୍ତାନ’କୁ ସାକ୍ଷତକାରରେ ଭାରତକୁ ଚେତାବନୀ ଦେଇ କହିଛନ୍ତି, ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦିଆନଯାଉ। ଏଥି ସହିତ ଶାହବୁଦ୍ଦିନ ଦିଲାଓ୍ବର  ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟକୁ ଏକ ଆହ୍ବାନ ଭାବେ ଗ୍ରହଣ କରିବା ସହ ଦାବି କରିଛନ୍ତି ତାଙ୍କ ସଙ୍ଗଠନ ସଫଳ ହେବ । ପିଏମ ମୋଦୀଙ୍କ ମନ୍ତବ୍ୟକୁ ନେଇ ଦିଲାଓ୍ବର କହିଛନ୍ତି, ଦେଶକୁ ତାଲିବାନ ଭଲ ଭାବେ ଚଲାଇବ । ଏହାକୁ ଭାରତ ଖୁବଶୀଘ୍ର ଦେଖିପାରିବ ।ତାଲିବାନ ସମସ୍ତ ଦେଶ ସହ ଶାନ୍ତିପୂର୍ଣ୍ଣ ଏବଂ ସମ୍ମାନର ସମ୍ପର୍କ ରଖିବାକୁ ଚାହୁଁଛି ବୋଲି ତାଲିବାନୀ ନେତା ଶାହବୁଦ୍ଦିନ ଦିଲାଓ୍ବର କହିଛି।

ଅନ୍ୟପଟେ ପାକିସ୍ତାନକୁ ନିଜର ଦ୍ବିତୀୟ ଘର ବୋଲି କହିଛି ତାଲିବାନ। ଯାହା  ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗକୁ ଖଣ୍ଡନ କରି ଆସୁଥିଲେ ପାକିସ୍ତାନର ଅସଲ ମୁଖା ପଦାରେ ପକାଇଛି। ‘ରେଡିଓ ପାକିସ୍ତାନ’କୁ ସାକ୍ଷତକାରରେ ତାଲିବାନର ପ୍ରମୁଖ ନେତା ଶାହବୁଦ୍ଦିନ ଦିଲାଓ୍ବର ପାକିସ୍ତାନକୁ ବନ୍ଧୁ ଦେଶ ବୋଲି କହିବା ସହ ୩୦ ଲକ୍ଷରୁ ଅଧିକ ଆଫଗାନ ଲୋକଙ୍କୁ ଶରଣ ଦେଇଥିବା କହି ଧନ୍ୟବାଦ ଦେଇଥିବା ବେଳେ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ତାଲିବାନର ମୁଖପାତ୍ର ମୁଜାହିଦ୍ କହିଛି ପାକିସ୍ତାନ ଆଫଗାନିସ୍ତାନର ପଡୋଷୀ ଦେଶ । ପାକିସ୍ତାନ ସହିତ ଆଫଗାନିସ୍ତାନର ସୀମା ଲାଗିଛି । ଏଣୁ ଆମେ ପାକିସ୍ତାନ ସହିତ ରଣନୈତିକ ଓ କୂଟନୈତିକ ସମ୍ପର୍କ ରଖିବୁ । ପାକିସ୍ତାନ ତାଲିବାନର ଦ୍ୱିତୀୟ ଘର । ଦୁଇ ଦେଶର ଧର୍ମ ଗୋଟିଏ । ତେଣୁ ଆମେ ସେମାନଙ୍କ ସହିତ ମିଶିଯାଇଥାଉ । ତେଣୁ ଆମେ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନା ଚାହିଁବୁ।

ମହିଳାଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ ତାଲିବାନ୍‌, କହିଲା ଆମ ସୈନ୍ୟ ନାରୀଙ୍କୁ ସମ୍ମାନ ନୁହେଁ କେବଳ ଅତ୍ୟାଚାର ହିଁ ଜାଣନ୍ତି
କାବୁଲ : ତାଲିବାନ ରାଜରେ ମହିଳାଙ୍କ ଜୀବନ ଏକପ୍ରକାର ନର୍କ ସଦୃଶ୍ୟ । ମହିଳାଙ୍କ ପାଇଁ ପୂର୍ବରୁ ବିଭିନ୍ନ ପ୍ରକାର କଡା ନିୟମ ଲାଗୁ କରାଯାଇଛି । ମହିଳାମାନେ ଘରୁ ବାହାରିବେ ନାହିଁ ।ତାଲିବାନ୍ ସୈନିକମାନେ ନାରୀମାନଙ୍କୁ ମର୍ୟ୍ୟାଦା ଦେବା ପାଇଁ ତାଲିମ୍‌ ପାଇ ନ ଥିବାରୁ ନାରୀମାନେ ଘର ଭିତରେ ରୁହନ୍ତୁ ବୋଲି ତାଲିବାନ୍‌ କହିଛି। ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଏହା କ୍ଷଣସ୍ଥାୟୀ ଅବସ୍ଥା। ନାରୀମାନଙ୍କ ସୁରକ୍ଷା ନିମନ୍ତେ ସମୁଚ୍ଚିତ ନିରାପତ୍ତା ବ୍ୟବସ୍ଥା ନ ହେବା ପର୍ୟ୍ୟନ୍ତ ଆଫଗାନିସ୍ତାନର କାମିକା (ବିଭିନ୍ନ କ୍ଷେତ୍ରରେ ବା ପ୍ରତିଷ୍ଠାନରେ କାର୍ଯ୍ୟରତ) ନାରୀମାନେ ଘରେ ରୁହନ୍ତୁ।

ମଙ୍ଗଳବାର ଦିନ କାବୁଲ୍‌ରେ ଜବିହୁଲ୍ଲା ମୁଜାହିଦ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, ମହିଳା ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରକୁ ଫେରିବା ଲାଗି ତାଲିବାନ୍ ବ୍ୟବସ୍ଥା କରୁଛି, କିନ୍ତୁ, ଏବେ ‘ସୁରକ୍ଷା’ ଦୃଷ୍ଟିରୁ ସେମାନେ ଘରେ ରହିବା ଆବଶ୍ୟକ। ମହିଳାଙ୍କୁ ଘରେ ରହିବାକୁ ବାଧ୍ୟ କରୁଥିବା ବେଳେ ତାଲିବାନ ଖୋଦ ମାନିଛି ତାଲିବାନୀ ସୈନ୍ୟ ନିଷ୍ଠୁର ଏବଂ କେବଳ ଅତ୍ୟାଚାର ହିଁ ଜାଣନ୍ତି। ସେମାନଙ୍କୁ ମହିଳାମାନଙ୍କୁ ସମ୍ମାନ କରିବାକୁ ନେଇ କୌଣିସି ପ୍ରଶିକ୍ଷଣ ଦିଆଯାଇ ନାହିଁ। ମହିଳାଙ୍କ ପ୍ରତି ଉଚିତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ନହେବା ଯାଏଁ ମହିଳାଙ୍କୁ ଘରେ ରହିବାକୁ ପଡ଼ିବ ବୋଲି କହିଛି ତାଲିବାନର ପ୍ରବକ୍ତା ଜବୀହୁଲ୍ଲା ମୁଜାହିଦ। ତେବେ ସୁରକ୍ଷା ବ୍ୟବସ୍ଥାକୁ ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ମଧ୍ୟ ସେ କହିଛି।

କାଙ୍ଗାଳ ହେବେ ତାଲିବାନୀ : ଆଫଗାନିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କଲା ବିଶ୍ବ ବ୍ୟାଙ୍କ୍‌
ଓ୍ୱାଶିଂଟନ୍: କାଙ୍ଗାଳ ହୋଇଯିବେ ତାଲିବାନୀ । କାବୁଲକୁ ତାଲିବାନ ନିଜ କବଜାକୁ ନେବା ପରେ ଆଫଗାନିସ୍ତାନକୁ ବିଭିନ୍ନ ମହଲରୁ ଫଣ୍ଡିଂ ବନ୍ଦ ହେଉଛି । ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆର୍ଥିକ ସହାୟତା ଦେବାକୁ ମନା କରିଥିଲା । ଏବେ ବିଶ୍ୱବ୍ୟାଙ୍କ ଫଣ୍ଡିଂ ବନ୍ଦ କରି ଦେଇଛି । ତାଲିବାନ ନିୟନ୍ତ୍ରଣକୁ ଆଫଗାନିସ୍ତାନ ଚାଲିଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ବିଶ୍ୱବ୍ୟାଙ୍କ ।

ତାଲିବାନର ଅକ୍ତିଆରକୁ ଆସିବା ପରେ ଆଫଗାନିସ୍ତାନରେ ଉପୁଜିଥିବା ବିଶୃଙ୍ଖଳିତ ପରିସ୍ଥିତିରେ ଉଦ୍‌ବିଗ୍ନ ହୋଇ ବିଶ୍ବ ବ୍ୟାଙ୍କ୍‌ ଆଫଗାନିସ୍ତାନକୁ ଦେଉଥିବା ଆର୍ଥିକ ସହାୟତା ପ୍ରଦାନ ବନ୍ଦ କରିଛି। ଏକ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥାନ ରିପୋର୍ଟ ଅନୁସାରେ, ବିଶ୍ବ ବ୍ୟାଙ୍କ୍‌ର ଜନୈକ ମୁଖପାତ୍ର କହିଛନ୍ତି, ତାଲିବାନ୍‌ କ୍ଷମତା ଅକ୍ତିଆର କରିବା ପରେ ସେଠାରେ ଉପୁଜିଥିବା ପରିସ୍ଥିତି ଯୋଗୁଁ, ବିଶେଷକରି ନାରୀମାନଙ୍କ ଭବିଷ୍ୟତ ଲାଗି ଭୀଷଣ ଉଦ୍‌ବିଗ୍ନ ବୋଲି ବିଶ୍ବ ବ୍ୟାଙ୍କ୍ କହିଛି।

ବିଶ୍ୱବ୍ୟାଙ୍କ ନିଜର ଆଭ୍ୟନ୍ତରୀଣ ନୀତି ଓ ପ୍ରକ୍ରିୟାର ଅଂଶ ବିଶେଷ ଭାବରେ ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ଉପରେ ନଜର ରଖିଛି । ଅନ୍ତରାଷ୍ଟ୍ରୀୟ ଅଂଶୀଦାର ଓ ବିକାଶଧାରାରେ ସାମିଲ ଲୋକଙ୍କ ସହ ଆଲୋଚନା ଜାରି ରଖିବ । ଅଂଶୀଦାରଙ୍କ ସହ ଆଲୋଚନା କରି ଆଫଗାନିସ୍ତାନକୁ ସହାୟତା ଦିଗରେ କୌଣସି ରାସ୍ତା ବାହାର କରିବା ଉପରେ ଉଦ୍ୟମ ଜାରି ରହିବ ବୋଲି ବିଶ୍ୱବ୍ୟାଙ୍କ କହିଛି । ଆଫଗାନିସ୍ତାନକୁ ବିଶ୍ୱବ୍ୟାଙ୍କର ଫଣ୍ଡିଂ ବନ୍ଦ ନିଷ୍ପତ୍ତି ତାଲିବାନୀଙ୍କ ପାଇଁ ବଡ଼ ଝଟକା ।

ଇତିହାସର ପୁନରାବୃତ୍ତି, ତାଲିବାନ ଭୟରେ ଛାତ୍ରୀଙ୍କ ରେକର୍ଡ ପୋଡିଲେ ସ୍କୁଲର ପ୍ରତିଷ୍ଠାତା
କାବୁଲ : ଆଫଗାନିସ୍ତାନରୁ ଆମେରିକାର  ସୈନ୍ୟ ପ୍ରତ୍ୟାହାର ଏବଂ ତାଲିବାନ ଶାସନ ପ୍ରତିଷ୍ଠା ପରେ ମାନବ ଅଧିକାର ସଂଗଠନ ଆଫଗାନିସ୍ତାନ ରହୁଥିବା ବାଳିକା ଓ ମହିଳାଙ୍କ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଲୋକଙ୍କ ମଧ୍ୟରେ ଏକ ଭୟ ରହିଛି ଯେ ପୂର୍ବ ପରି ଏଥର ମଧ୍ୟ ତାଲିବାନ ଶାସନରେ ମହିଳା ଓ ଝିଅମାନଙ୍କୁ ସର୍ବସାଧାରଣରେ ଦଣ୍ଡିତ କରାଯିବ। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ଏକ ବୋର୍ଡିଂ ସ୍କୁଲ ପ୍ରତିଷ୍ଠା କରିଥିବା ଶବନା ବସିଜ-ରଶିଖ ତାଙ୍କ ବିଦ୍ୟାଳୟରେ ପଢୁଥିବା ସମସ୍ତ  ଛାତ୍ରୀମାନଙ୍କ ରେକର୍ଡ ଜାଳିଦେଉଛନ୍ତି। ତେବେ ଶବାନା ଯୁକ୍ତି କରିଛନ୍ତି ଯେ ଏପରି କରିବାର କାରଣ ହେଉଛି ସେମାନଙ୍କର ପରିଚୟ ଲିଭାଇବା ନୁହେଁ, ବରଂ ବାଳିକା ଏବଂ ସେମାନଙ୍କ ପରିବାରକୁ ତାଲିବାନରୁ ରକ୍ଷା କରିବା। ରେକର୍ଡ ଜାଳି ଦେବା ଫଳରେ ତାଲିବାନମାନେ ସେମାନଙ୍କ ସମ୍ପର୍କରେ ସୂଚନା ପାଇପାରିବେ ନାହିଁ ଏବଂ ପାଠ ପଢୁଥିବା ଛାତ୍ରୀଙ୍କ ପରିବାର ସୁରକ୍ଷିତ ରହିବେ । ରେକର୍ଡ ସହିତ ଆଫଗାନିସ୍ତାନର ଯୁବତୀଙ୍କ ଶିକ୍ଷା ଗ୍ରହଣର ସମ୍ଭାବନା ମଧ୍ୟ ଜଳି ଜଳି ଯାଉଛି । ତାଲିବାନଙ୍କ ଦ୍ବାରା ଶବନାଙ୍କ ରେକର୍ଡ ପୋଡି଼ ଦିଆଯିବା ପରେ ସେ ଆଫଗାନିସ୍ତାନ ଯୁବତୀଙ୍କୁ ଶିକ୍ଷା ଯୋଗାଇବା ପାଇଁ ସଂକଳ୍ପ ନେଇଥିଲେ । ମାତ୍ର ଦେଶ ଉପରେ ତାଲିବାନର ପୁଣି ରାଜୁତିକୁ ଦେଖି ଏହି ଆଶା ତାଙ୍କର ମଉଳି ଯାଇଥିବା ସେ କହିଛନ୍ତି ।

Nearly 20 years later, as the founder of the only all-girls boarding school in Afghanistan, I’m burning my students’ records not to erase them, but to protect them and their families.
2/6 pic.twitter.com/JErbZCSPuC

— Shabana Basij-Rasikh (@sbasijrasikh) August 20, 2021

ସୂଚନାଯୋଗ୍ୟ ଯେ ୨୦ ବର୍ଷ ପୂର୍ବେ ଯେତେବେଳେ ଆଫଗାନିସ୍ତାନ ତାଲିବାନ ଦ୍ୱାରା ଶାସିତ ହୋଇଥିଲା, ସେତେବେଳେ ମହିଳାମାନେ ଶାରିଆ ଆଇନ ଅନୁଯାୟୀ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହେବା ଠାରୁ ଆରମ୍ଭ କରି ସାଧାରଣ ମୃତ୍ୟୁ ପର୍ଯ୍ୟନ୍ତ ଦଣ୍ଡିତ ହୋଇଥିଲେ। ତେବେ ଦେଶରେ ଆମେରିକା ସେନାର ଆଗମନ ଏବଂ ଗଣତାନ୍ତ୍ରିକ ସରକାର ଗଠନ ପରେ ଏଭଳି ଘଟଣା ଅଳ୍ପକେ ବର୍ତ୍ତି ଯାଇଥିଲା। ଏହି ସମୟରେ ତାଲିବାନର କ୍ଷମତାକୁ ଫେରିବା ଭୟ ଏବେ ମହିଳାମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

ଟ୍ୱିଟରେ ଶବାନା କ’ଣ କହିଛନ୍ତି ?

ବାଳିକା ବିଦ୍ୟାଳୟର ସହ-ପ୍ରତିଷ୍ଠାତା ଶବାନା ବାସିଜ-ରସିଖ ଏକ ଟୁଇଟ୍‌ରେ କହିଛନ୍ତି ଯେ ପ୍ରାୟ ୨୦ ବର୍ଷ ପରେ କେବଳ ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତା ଭାବରେ ମୁଁ ବର୍ତ୍ତମାନ ମୋ ବିଦ୍ୟାଳୟରେ ପଢୁଥିବା ଛାତ୍ରୀମାନଙ୍କ ରେକର୍ଡ ଜାଳି ଦେଉଛି। ‘ରେକର୍ଡଗୁଡିକ, ସେମାନଙ୍କର ପରିଚୟକୁ ଲିଭାଇବା ପାଇଁ ନୁହେଁ, ବରଂ ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ବଞ୍ଚାଇବା ପାଇଁ | ଆଫଗାନିସ୍ତାନ ପ୍ରତି ବିଶ୍ବର ଧ୍ୟାନ ଅଧିକ ନାଟକୀୟ ହୋଇଯାଉଛି ଏବଂ ଆଫଗାନିସ୍ତାନ ନାଗରିକମାନେ ଦେଶବାହାରକୁ ପଳାଉଛନ୍ତି। ଶବାନା  ଆହରୁି ମଧ୍‌ୟ କହିଛନ୍ତି ମୁଁ ଏବଂ ମୋର ବନ୍ଧୁମାନେ ସୁରକ୍ଷିତ ଅଛୁ। କିନ୍ତୁ  ଏଠାରେ ଅନେକ ଅଛନ୍ତି, ଯେଉଁମାନେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି। ମୁଁ ସେମାନଙ୍କ ପାଇଁ ଚିନ୍ତିତ ଅଛି।

My students, colleagues, and I are safe with enormous gratitude to our ever vibrant global village. The time to appropriately express my gratitude will come. But right now there are many who aren’t or increasingly don’t feel safe. I’m broken & devastated for them.
4/6

— Shabana Basij-Rasikh (@sbasijrasikh) August 20, 2021

ତାଲିବାନର ଆଇନ ଅନୁସାରେ ମହିଳାମାନେ ନଜରବନ୍ଦୀ ହୋଇ ରହୁଥିବା ବେଳେ ସେମାନେ ପାଠ ପଢିପାରିବେ ନାହିଁ । ଏକୁଟିଆ ଘରୁ ବାହାରିପାରିବେ ନାହିଁ । ୮ ବର୍ଷରୁ ଊର୍ଦ୍ଧ୍ବ ଝିଅମାନେ ବୁର୍ଖା ପିନ୍ଧିବା ବାଧ୍ୟ । ମହିଳା ଥିବା ଘରର କବାଟ ଓ ଝରକା ସବୁବେଳେ ବନ୍ଦ ରହିଥାଏ । ମହିଳାଙ୍କ ପାଇଁ ଏମିତି ଅନେକ କଠୋର ନିୟମ ରହିଛି ତାଲିବାନ ନିକଟରେ । ନିୟମ ନ ମାନିଲେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ଼ ମରାଯିବା ସହିତ ପଥର ପିଙ୍ଗିବା ଭଳି ଦଣ୍ଡ ମଧ୍ୟ ରହିଛି । ତେବେ ଏହି ସମସ୍ତ ଅତ୍ୟାଚାରରୁ ନିଜ ଛାତ୍ରୀଙ୍କୁ ରକ୍ଷା କରିବା ପାଇଁ ଶବନା ସେମାନଙ୍କ ରେକର୍ଡକୁ ପୋଡ଼ିଛନ୍ତି ।

ପ୍ରଥମ ଫତୱା ଜାରି କଲା ତାଲିବାନ : ଏକାଠି ପାଠ ପଢିପାରିବେ ନାହିଁ ପୁଅ-ଝିଅ
କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ଆରମ୍ଭ କରିଛି ମହିଳା ବିରୋଧୀ ଆଇନ । ଆଫଗାନିସ୍ତାନର ପ୍ରମୁଖ ସ୍ଥଳ କୁହାଯାଉଥିବା ହେରାତରେ କୋ-ଏଜୁକେସନ ହଟାଇବାକୁ ଏଠାକାର ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ଗୋଟିଏ କ୍ଲାସରେ ପୁଅ-ଝିଅ ଏକାଠି ବସି ପାଠ ପଢିପାରିବେ ନାହିଁ । ବିଭିନ୍ନ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହିତ ଦୀର୍ଘ ୩ ଘଣ୍ଟା ଆଲୋଚନା ପରେ ଏହି ନିର୍ଦ୍ଦେଶ ଦେଇଛି ତାଲିବାନ ।

ପୂର୍ବରୁ ଆଫଗାନିସ୍ତାନ ବିଶ୍ବବିଦ୍ୟାଳୟର କ୍ଲାସରୁମରେ ଛାତ୍ରଛାତ୍ରୀ ଏକାଠି ବସି ପାଠ ପଢନ୍ତି । କିନ୍ତୁ ତାଲିବାନର ନିର୍ଦ୍ଦେଶ ଅନୁଯାୟୀ ଏଣିକି ଏକାଠି ବସି ପାଠ ପଢିପାରିବେ ନାହିଁ ଛାତ୍ରଛାତ୍ରୀ । ହେରତ ଅଧ୍ୟାପକଙ୍କ କହିବା ଅନୁସାରେ ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ର ଓ ଛାତ୍ରୀଙ୍କୁ ଅଲଗା ଅଲଗା କ୍ଲାସରୁମରେ ଶିକ୍ଷାଦାନ ସମ୍ଭବ । ମାତ୍ର ଘରୋଇ ଶିକ୍ଷାନୁଷ୍ଠାନରେ କମ ଛାତ୍ରୀ ଥିବାରୁ ଏଠାରେ ଅଲଗା କ୍ଲାସରୁମ ସମ୍ଭବ ନୁହେଁ । ତେବେ ଏଭଳି ସ୍ଥିତିରେ ଆଫଗାନିସ୍ତାନରେ କୋ-ଏଜୁକେସନକୁ ହଟାଇବା ଉଚିତ, ଯେହେତୁ ଏହି ବ୍ୟବସ୍ଥା ସମାଜର ସମସ୍ତ ବିବାଦର ମୂଳ ବୋଲି କହିଛନ୍ତି ଆଫଗାନିସ୍ତାନର ଉଚ୍ଚଶିକ୍ଷା ବିଭାଗର ମୁଖ୍ୟ ମୁଲ୍ଲାହ ଫରିଦ ।

ଖାମା ପ୍ରେସ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ହେରାତ ରାଜ୍ୟରେ ତାଲିବାନ ପକ୍ଷରୁ ଏହି ଫତଓ୍ବା ଜାରି କରାଯାଇଛି । ଫତଓ୍ବାରେ କୁହାଯାଇଛି ଯେ ଶିକ୍ଷାନୁଷ୍ଠାନରେ ପୁଅ ଓ ଝିଅ ଏକାଠି ପାଠ ପଢିବା ସବୁ ‘ଅନର୍ଥର ମୂଳ’ । ଏହି ଫତଓ୍ବା ଜାରି ହେବା ପୂର୍ବରୁ ରାଜ୍ୟର ସବୁ ବିଶ୍ବ ବିଦ୍ୟାଳୟର ପ୍ରଫେସର, ଘରୋଇ ଶିକ୍ଷାନୁଷ୍ଠାନର ମୁଖ୍ୟ ଓ ତାଲିବାନ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ବୈଠକରେ ଏହି ନିର୍ଦ୍ଦେଶ ସମ୍ପର୍କରେ ତାଲିବାନ ପକ୍ଷରୁ ଜଣାଇଦିଆଯାଇଥିଲା । ଗତ ରବିବାର ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅଧିକାର କରିନେଇଥିଲା । ଏହାର ଦୁଇଦିନ ପରେ ଅର୍ଥାତ ମଙ୍ଗଳବାରଦିନ ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ସରିଆ କାନୁନ ଅଧୀନରେ ମହିଳା ମାନଙ୍କୁ ପାଠ ପଢିବା ଓ କାମ କରିବାକୁ ସୁଯୋଗ ଦିଆଯିବ ।

‘ସରିଆ ଆଇନ’ କଣ, ଯାହାକୁ ତାଲିବାନ୍‌ ଲାଗୁ କରିବା ପରେ ଭୟରେ ଜର୍ଜରିତ ଆଫଗାନିସ୍ତାନର ମହିଳା
କାବୁଲ : ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ପୂରା ଦେଶରେ ମହିଳାଙ୍କ ପାଇଁ ସରିଆ ଆଇନ ଲାଗୁ କରିଛି। ଫଳରେ ଆଫଗାନିସ୍ତାନର ମହିଳା ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଘରୁ ବାହାରିବା ପୂର୍ବରୁ ଶହେ ଥର ଭାବିବାକୁ ପଡୁଛି । ରାସ୍ତାରେ ଗାଡି ନେଇ ଗଲା ବେଳେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି ଆଫଗାନବାସୀ । କଥା କଥାରେ ଫୁଟୁଛି ଗୁଳି । ଟିକେ ଭୁଲ କଲେ ମିଳୁଛି କଠୋର ସଜ୍ଜା । କାହାକୁ ବିଚ୍ ରାସ୍ତାରେ ଟାଙ୍ଗି ଦେଉଛନ୍ତି ତ କାହାକୁ ଆଣ୍ଠେଇ ପେଟକୁ ଗୋଇଠା ମାରୁଛନ୍ତି । ଏହି ସବୁ ଦୁଃଖଦ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିନକୁ ଦିନ କ୍ରୁର ତାଲିବାନର ବର୍ବରତାର ନୂଆ ନୂଆ ରୂପ । ଜୀବନ ପାଲିଟିଛି ଦୁର୍ବିସହ । କ୍ଷମତାକୁ ଆସିବାପରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ଯେ, ବର୍ତ୍ତମାନ ମହିଳାଙ୍କ ସ୍ଥିତି କଣ ହେବ । ଏହାକୁ ନେଇ ପୁରା ବିଶ୍ବ ଏବେ ଆଶ୍ଚର୍ୟ୍ୟଚକିତ ହୋଇ ରହିଛି।

କ’ଣ ଏହି ସରିଆ ଆଇନ ?

ସରିଆ ଆଇନ ଇସଲାମଧର୍ମାବଲମ୍ବୀଙ୍କ ଆଇନ ପ୍ରଣାଳୀ । ଯାହା କୋରାନ ଓ ଇସଲାମ୍ ବିଦ୍ବାନଙ୍କ ନିଷ୍ପତ୍ତି ଉପରେ ଆଧାରିତ । ଏବଂ ମୁସଲିମଙ୍କ ଦିନଚର୍ୟ୍ୟା ପାଇଁ ଏହା ଏକ ଆଚାର ସଂହିତା ଭାବେ କାମ କରିଥାଏ । ଏହି ଆଇନ ସୁନିଶ୍ଚିତ କରିଥାଏ ଯେ, ମୁସଲିମମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଦୈନନ୍ଦିନ କାର୍ଯ୍ୟରୁ ନେଇ ବ୍ୟକ୍ତିଗତ ପର୍ଯ୍ୟନ୍ତ ଆହ୍ଲାଙ୍କ ଇଚ୍ଛାକୁ ପାଳନ କରିଥାନ୍ତି । ସରିଆ ଆଇନ ମୂଳ ରୂପରେ କୋରାନ ଓ ସୁନ୍ନାଙ୍କ ଶିକ୍ଷା ଉପରେ ନିର୍ଭର କରିଥାଏ । ଯେଉଁଥିରେ ମହମ୍ମଦଙ୍କ ବାଣୀ, ଶିକ୍ଷା ଓ ଅଭ୍ୟାସ ସମ୍ପର୍କରେ ସମ୍ପୂର୍ଣ୍ଣ ବାଖ୍ୟା କରାଯାଇଛି । ସରିଆ ଆଇନ ମୁସଲମାନଙ୍କ ଜୀବନର ପ୍ରତ୍ୟେକ ମୂହୁର୍ତ୍ତକୁ ପ୍ରଭାବିତ କରିଥାଏ । କିନ୍ତୁ ଏହାକୁ କେମିତି ଭାବେ ପାଳନ କରାଯାଉଛି, ତାହା ବେଶ୍ ଗୁରୁତ୍ବପୂର୍ଣ୍ଣ ।ସରିଆ ଆଇନ ଅନୁଯାୟୀ ପ୍ରଥମ ଦଣ୍ଡ ହେଉଛି ‘ତାଜିର'(Tazeer), ଏହାର ଅର୍ଥ ଯଦି ଅପରାଧୀ ଗୋଟେ କିଛି ଛୋଟ ଅପରାଧ କରିଛି ତେବେ ସେ ମୁସଲିମ କୋର୍ଟ ଉପରେ ନିର୍ଭର କରିଥାଏ କି ବିଚାରପତି କି ପ୍ରକାର ଦଣ୍ଡ ଶୁଣାଉଛନ୍ତି । ଦ୍ବିତୀୟରେ ‘କିସାସ(Qisas), ଏହାର ଅର୍ଥ ପୀଡିତ ଯେଉଁଭଳି ଭାବେ ଦଣ୍ଡ ପାଇଥିବ, ଅପରାଧୀଙ୍କୁ ମଧ୍ୟ ସେହିଭଳି ଭାବେ ଦଣ୍ଡ ଦିଆଯିବ । ସେହିପରି ୩ୟ ଦଣ୍ଡ ହେଉଛି ‘ ହୁଦୁଦ'(Hudood), ଏହାର ଅର୍ଥ ସବୁଠାରୁ ଗମ୍ଭୀର ଅପରାଧ । ଯାହାକୁ ଆହ୍ଲାଙ୍କ ଆଇନ ବିରୋଧରେ ଗ୍ରହଣ କରାଯାଏ । ହୁଦଦ ଅପରାଧରେ ଚୋରୀ, ଡକାୟତି, ଅଶ୍ଳୀଳତା ଓ ମଦ୍ୟପାନ କରିବା ସାମିଲ ଅଛି । ତେଣୁ ଏହାକୁ ଆଖି ଆଗରେ ରଖି ଦଣ୍ଡ ପ୍ରାବଧାନ କରାଯାଇଛି । ଦଣ୍ଡ ସୂରୁପ ହାତ, ଗୋଡ କାଟି ଦେବା, ଚାବୁକରେ ମାରିବା ଓ ମୃତ୍ୟୁ ଦଣ୍ଡ ପର୍ୟ୍ୟନ୍ତ ଦଣ୍ଡ ବିଧାନ ରହିଛି । କିସାସ ଏକ ଇସଲାମ ଶବ୍ଦ, ଯାହାର ଅର୍ଥ “ଆଖି ବଦଳରେ ଆଖି” । ହତ୍ୟା ମାମଲାରେ ଯଦି ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇଯାଇଥାଏ, ତେବେ ସରିଆ ଆଇନ ଅନୁସାରେ ଅଦାଲତ ଦୋଷୀକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିପାରନ୍ତି । ଏ ନେଇ ତାଙ୍କୁ ସମ୍ପୂର୍ଣ୍ଣ ଅଧିକାର ଅଛି ।

ତାଲିବାନର ସରିଆ ଆଇନ

୧୯୯୬-୨୦୦୧ ପର୍ଯ୍ୟନ୍ତ ନିଜ ଶାସନକାଳ ସମୟରେ ସରିଆ ଆଇନରେ ଅତି ବର୍ବରତା ଦଣ୍ଡ ବିଧାନ ଲାଗୁ କରିବା ନେଇ ତାଲିବାନଙ୍କୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ କଡା ନିନ୍ଦା କରାଯାଇଥିଲା । ଯେଉଁଥିରେ ସର୍ବସାଧାରଣ ସ୍ଥାନରେ ପଥର ଫୋଫାଡିବା, ଚାବୁକରେ ପ୍ରହାର କରିବା, ଫାଶୀରେ ଲଟକାଇ ଦେବା ସାମିଲ ଥିଲା । ସରିଆ ଆଇନ ଅନୁଯାୟୀ ତାଲିବାନ ଦେଶରେ ସବୁ ପ୍ରକାର ଗୀତ-ସଙ୍ଗୀତକୁ ବ୍ୟାନ କରିଦେଇଥିଲେ । ଏହି ଥର ମଧ୍ୟ କାନ୍ଧାହାର ରେଡିଓ ଷ୍ଟେସନରେ କବଜା କରିବା ପରେ ତାଲିବାନ ଗୀତ ବଜାଇବା ଉପରେ ରୋକ ଲଗାଇ ଦେଇଥିଲା । ସେହିପରି ଯିଏ ଚୋରି କରିବ, ତାଙ୍କ ହାତ କଟାଯାଇଥାଏ । ଏହା ସହିତ ସଂଯୁକ୍ତ ରାଷ୍ଟ୍ରର ପରିସଂଖ୍ୟାନ ଅନୁଯାୟୀ, ସରିଆ ଆଇନର ଦ୍ବାହି ଦେଇ ତାଲିବାନ ଆଫଗାନିସ୍ତାନରେ ନରସଂହାର କରିଛନ୍ତି । ସେହିପରି ପାଖାପାଖି ଏକଲକ୍ଷ ୬୦ ହଜାର ଲୋକଙ୍କୁ ଭୋକ ଉପାସରେ ରଖିବା ପାଇଁ ତାଙ୍କ ଖାଦ୍ୟଶସ୍ୟ ଜାଳି ଦେଇଥିଲା । ଖାଲି ଏତିକି ନୁହେଁ, ତାଙ୍କ ଚାଷ ଜମି ମଧ୍ୟ ଜଳାଇ ଦିଆଯାଇଥିଲା । ତାଲିବାନ ଶାସନ ଅନୁଯାୟୀ, ପେଟିଂ, ଫଟୋଗ୍ରାଫିରେ ମଧ୍ୟ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା । ସେହିପରି କୌଣସି ହଲରେ ଚଳଚ୍ଚିତ୍ର ପ୍ରସାରଣ ଉପରେ ମଧ୍ୟ ରୋକ ଲଗାଇ ଦିଆଯାଇଥିଲା ।

ମହିଳାଙ୍କ ପାଇଁ ସରିଆ ଆଇନ କିପରି

୧- ତାଲିବାନ ନିୟମ ଅନୁଯାୟୀ ମହିଳାଙ୍କୁ ମୁଖ୍ୟତଃ ନଜରବନ୍ଦୀ କରି ରଖାଯାଉଥିଲା ।

୨- ପାଠପଢାରେ ଡୋରି ବାନ୍ଧି ଦିଆଯାଉଥିଲା ।

୩- ୮ ବର୍ଷ ଊର୍ଦ୍ଧ୍ବରୁ ସମସ୍ତ ଝିଅଙ୍କ ପାଇଁ ବୁର୍ଖା ଅନିବାର୍ୟ୍ୟ ।

୪- ଏକୁଟିଆ ଘରୁ ବାହାରି ପାରିବେନି । ଯଦି ବାହାରିବେ ତେବେ ନିଜ ରକ୍ତ ସମ୍ପର୍କୀୟ ଲୋକଙ୍କ ସହ ଘରୁ ପାଦ କାଢିବେ ।

୫- ହାଇ-ହିଲ୍ସ କିମ୍ବା ଶବ୍ଦ ଉତ୍ପନ୍ନ ହେଉଥିବା ଜୋତା ପିନ୍ଧି ପାରିବେ ନାହିଁ । ଏହାଦ୍ବାରା ପୁରୁଷ ମହିଳାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ।

୬- ମହିଳା ଥିବା ଘରର କବାଟ ଓ ଝରକା ସବୁବେଳେ ବନ୍ଦ ରହିବ । ଯଦି ଝରକା କାଚର ହୋଇଥିବ, ତେବେ ତାକୁ ରଙ୍ଗ କରାଯିବ ନଚେତ୍ ପରଦା ଟଙ୍ଗାଯିବ ।

୭- ବୁର୍ଖା ଏମିତି ପିନ୍ଧିବେ, ଯେଉଁଥିରେ ତାଙ୍କ ଶରୀରର କୌଣସି ଅଙ୍ଗ ଦେଖାଯିବନି ।

୮- ଘରର ଝରକାରୁ ବାହାରକୁ ଗଳି ଦେଖିବେ ନାହିଁ । ଏହାଦ୍ବାରା ରାସ୍ତାରେ ଯାଉଥିବା ପୁରୁଷ ଉକ୍ତ ମହିଳାଙ୍କ ପ୍ରତି ଆସକ୍ତ ହୋଇପାରନ୍ତି । ଏହା ସହ ଘରର ବାଲକୋନିରେ ମଧ୍ୟ ଛିଡା ହୋଇପାରିବେ ନାହିଁ ।

୯- ମହିଳାମାନେ ନିଜ ସାଙ୍ଗଙ୍କ ସହ ବାହାରେ ପାର୍ଟି କରିପାରିବେ ନାହିଁ ।

୧୦- ୧୨ ବର୍ଷରୁ ଅଧିକ ବୟସ୍କ ପିଲା କିମ୍ବା ପରିବାର ଛଡା ଅନ୍ୟ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହୋଇପାରିବେ ନାହିଁ ।

୧୧- ଯେଉଁସବୁ ସ୍ଥାନରେ ପୁଅମାନେ ପଢୁ ନଥିବେ, ସେଠାରେ ଝିଅମାନେ ଶିକ୍ଷାଲାଭ କରିପାରିବେ ।

୧୨- ମହିଳାଙ୍କୁ କାମ କରିବାକୁ ତାଲିବାନ ପକ୍ଷରୁ ଅନୁମତି ଦିଆଯିବ ବୋଲି କୁହାଯାଇଛି। କିନ୍ତୁ ଏବେ ଯେଉଁ ମହିଳାମାନେ ଅଫିସରେ କାମ କରୁଛନ୍ତି, ସେମାନଙ୍କୁ ତାଲିବାନୀମାନେ ପିଛା କରି ଘରେ ପହଞ୍ଚୁଛନ୍ତି ।

୧୩- ମହିଳାମାନେ ଘରେ ଥିବାବେଳେ ଏମିତି କଥା କହିବେ, ଯେମିତି ବାହାରେ ଯାଉଥିବା ଲୋକଙ୍କୁ ମହିଳାଙ୍କ ସ୍ବର ନ ଶୁଭିବ ।ଉପରୋକ୍ତ ଆଇନକୁ ଭାଙ୍ଗିଲେ ଉକ୍ତ ମହିଳାଙ୍କୁ କଠୋର ଦଣ୍ଡ ଦିଆଯିବ । ତାଲିବାନ କ୍ଷମତାରେ ଥିବାବେଳେ ମହିଳାଙ୍କୁ ନିୟମ ଉଲ୍ଲଙ୍ଘନ ପାଇଁ ମୃତ୍ୟୁଦଣ୍ଡଠାରୁ ଆରମ୍ଭ କରି ସର୍ବସମ୍ମୁଖରେ ମାଡ଼ ମଧ୍ୟ ମରାଯାଉଥିଲା। ଏପରିକି ନିୟମ ଉଲ୍ଲଙ୍ଘନକାରୀଙ୍କୁ ପଥର ମାଡ଼ ମଧ୍ୟ କରାଯାଇଥାଏ ।