Remedies for Acne - The Sakala

ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ ଉପଚାର
ବ୍ରଣ ସମସ୍ୟା ଏକ ସାଧାରଣ ତ୍ବଚା ସମସ୍ୟା। ଶରୀରରେ ହର୍‌ମୋନ୍‌ ପରିବର୍ତ୍ତନ କାରଣରୁ ଅଧିକାଂଶ କ୍ଷେତ୍ରରେ ଯୁବାବସ୍ଥାରେ ବ୍ରଣ ସମସ୍ୟା ଅଧିକ ହୁଏ। ଏହା ବ୍ୟତୀତ ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଓ ପ୍ରଦୂଷିତ ପରିବେଶ ଯୋଗୁଁ ବ୍ରଣ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ମୁଖ୍ୟତଃ ଦୁଇପ୍ରକାର। ତୈଳାକ୍ତ ବ୍ରଣ ଓ କାଠୁଆ ବ୍ରଣ। ବ୍ରଣ ସମସ୍ୟାକୁ ଦୂର କରିବା ପାଇଁ ଅନେକ ଘରୋଇ ଉପଚାର ରହିଛି। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭଲ କରିବାକୁ ହେଲେ ସ୍କିନ୍‌ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ। ତିନୋଟି ଉପାୟରେ ଆପଣ ଏହାର ଚିକିତ୍ସା କରାଇପାରିବେ।

ଏଲୋପାଥି

ସାଧାରଣତଃ ବ୍ରଣ ଦୁଇ ପ୍ରକାର ଥାଏ। ଶୁଖିଲା ବା କାଠୁଆ ବ୍ରଣ ଓ ତୈଳାକ୍ତ ବ୍ରଣ। କିଛି ବ୍ରଣ ବୟସ ବଢ଼ିବା ସହିତ ଭଲ ହୋଇଯାଇଥାଏ। ଏହା ପାଇଁ କେବଳ ତ୍ବଚାର ଯତ୍ନ ନେବାର ଆବଶ୍ୟକତା ଥାଏ। କିନ୍ତୁ ଆଉ କିଛି ବ୍ରଣ ଭଲ ହୋଇନଥାଏ। ଅନେକ ସମୟରେ ଘା’ ମଧ୍ୟ ହୋଇଥାଏ। ଏହାର ଚିକିତ୍ସା ପାଇଁ ଭିଟାମିନ୍-ଏ ଓ ଭିଟାମିନ୍‌-ଡି ଯୁକ୍ତ ଔଷଧ ସେବନ କରାଯାଏ। ଏହା ସହିତ ମୁହଁକୁ ଦିନକୁ ଦୁଇଥର ଭଲ ଭାବେ ସଫା କରିବା, ସଫା ଟାୱେଲ୍‌ରେ ମୁହଁ ପୋଛିବା ଓ ଧୂଳିଯୁକ୍ତ ପରିବେଶଠାରୁ ନିଜକୁ ଦୂରେଇ ରଖିବା ଉଚିତ। ମୁହଁକୁ ସଫା କରିବା ପରେ ଆକ୍‌ନେ ଜେଲ୍‌ ଲଗାଇବା ପାଇଁ ପରାମର୍ଶ ଦିଆଯାଏ। ଏହା ସହିତ ମେକ୍‌ଅପ୍‌ ଓ ଜଙ୍କ୍‌ଫୁଡ୍‌ରୁ ଦୂରେଇ ରହିବା ଉଚିତ।

ହୋମିଓପାଥି

ମୁହଁର ତ୍ବଚାରେ ମଇଳା ଜମି ରହିଲେ ବ୍ରଣ ହୋଇଥାଏ। ଏହା ବ୍ୟତୀତ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଓ ମାସିକଧର୍ମରେ ଅସମାନତା ରହିଲେ ମଧ୍ୟ ବ୍ରଣ ହୋଇଥାଏ। କିଛି ବ୍ରଣ ବୟସ ବଢ଼ିଲେ ଆପେ ଭଲ ହୋଇଥାଏ। ଏହାକୁ ବୟସ ବ୍ରଣ ବୋଲି କୁହାଯାଏ। କିନ୍ତୁ ବ୍ରଣ ସମସ୍ୟା ଅଧିକ ଥିଲେ ଔଷଧ ଖାଇବାକୁ ହୁଏ। ହୋମିଓପାଥÒରେ ବ୍ରଣ ପାଇଁ ଅନେକ ଔଷଧ ରହିଛି। କିନ୍ତୁ ସମସ୍ତଙ୍କ ପାଇଁ ସେସବୁ ଔଷଧ ଗ୍ରହଣୀୟ ନୁହେଁ। କାରଣ ଶାରୀରିକ ଲକ୍ଷଣ ଅନୁଯାୟୀ ଔଷଧ ଦେବାକୁ ହୁଏ। ଅନ୍ୟଥା ଏହାର ପାର୍ଶ୍ବ ପ୍ରତିକ୍ରିୟାର ସମସ୍ୟା ଦେଖାଯାଏ। ବ୍ରଣ ପାଇଁ ହୋମିଓପାଥÒର କିଛି ଔଷଧ ହେଉଛି – କେଲକେରିଆ ସିଲିକଟ୍‌, ହେପର୍‌ ସଲଫର୍‌ ଓ କେଲିୟମ୍ ଅାୟୋଡେଟମ୍।

ଆୟୁର୍ବେଦ

ବ୍ରଣର ଚିକିତ୍ସା ପାଇଁ ପ୍ରାୟ ସମସ୍ତେ ଘରେ ହିଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ସେସବୁ ମଧ୍ୟରୁ ହଳଦୀ, ଚନ୍ଦନ ଓ ଘିକୁଆଁରୀ ସବୁଠାରୁ ଉତ୍ତମ। ଏହା ଉଭୟ ଶୁଷ୍କ ଓ ତେଲିଆ ତ୍ବଚା ପାଇଁ ଉପକାରୀ। ଅନେକ ସମୟରେ ରକ୍ତ ବିକାର ଯୋଗୁଁ ବ୍ରଣ ହୋଇଥାଏ। ତେଣୁ ରକ୍ତ ଶୋଧନ ପାଇଁ ଅଶୋକାରିଷ୍ଟ ଖାଇବା ଉଚିତ। ଏହା ବ୍ୟତୀତ ଉଷୁମ ପାଣିରେ ମୁହଁ ଧୁଅନ୍ତୁ। ବାରମ୍ବାର ବ୍ରଣରେ ହାତ ମାରନ୍ତୁ ନାହିଁ କିମ୍ବା ତାହାକୁ ନଖରେ ଦବାଇ ବାହାର କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହାଦ୍ବାରା ବ୍ରଣ ଘା’ ରେ ପରିଣତ ହୋଇ କଳାଦାଗ ରହିଯାଏ। ପେଟ ଥଣ୍ଡା ରଖÒବା ପାଇଁ ସକାଳୁ ମେଥÒପାଣି ପିଅନ୍ତୁ।