odshanews - The Sakala

କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ପାହାଚ ଅତିକ୍ରମ କରିବାକୁ ଯାଉଛି ଓଡ଼ିଶା, ରାଜଧାନୀରେ ଦେଖିବାକୁ ମିଳିବ ଟେନିସ ଟକ୍କର
ଭୁବନେଶ୍ବର: ପୁଣି କମ୍ପିବ କଳିଙ୍ଗ, ଝୁମିବେ ଦର୍ଶକ। ଏଥର କେବଳ ହକି କିମ୍ବା ଫୁଟବଲ ନୁହେଁ ରଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିବ ଟେନିସର ଟକ୍କର। ବିଶ୍ୱର ବଛା ବଛା ଟେନିସ ତାରକାଙ୍କ ମେଳି ଦେଖିବାକୁ ମିଳିବ ଭୁବନେଶ୍ୱରରେ। ହକି ଷ୍ଟାଡିୟମ ଓ ଆଥଲେଟିକ ଷ୍ଟାଡ଼ିୟମ ପରି କଳିଙ୍ଗ ଷ୍ଟାଡ଼ିୟମ ପରିସରର ନିର୍ମିତ ହୋଇଛି ବିଶ୍ୱସ୍ତରୀୟ ଟେନିସ ଷ୍ଟାଡ଼ିୟମ ବା ସେଣ୍ଟର କୋର୍ଟ। ଡେଭିସ କପ ଷ୍ଟାଣ୍ଡାର୍ଡରେ ଏହି ଷ୍ଟାଡ଼ିୟମକୁ ନିର୍ମାଣ କରାଯାଇଛି। ଏହିଷ୍ଟାଡ଼ିୟମର ନିର୍ମାଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହି ବିଶ୍ୱସ୍ତରୀୟ ଟେନିସ ଷ୍ଟାଡ଼ିୟମକୁ ଉଦଘାଟନ କରିବେ। ଏହି ଷ୍ଟାଡ଼ିୟମରେ ଏକାସାଙ୍ଗରେ ୧୨ଶହରୁ ଅଧିକ ଦର୍ଶକ ବିସି ମ୍ୟାଚ୍ ଦେଖିବାର ସୁବିଧା କରାଯାଇଛି। ଏହାସହ ଷ୍ଟାଡ଼ିୟମ ପରିସରରେ ବିଶ୍ୱସ୍ତରୀୟ କନଫରେନ୍ସ ରୁମ. ବ୍ରଡକାଷ୍ଟ ରୁମ, ମିଡିଆ ସେଣ୍ଟର, ଡ୍ରେସିଂ ରୁମ ଅନ୍ତର୍ଭୁକ୍ତ । ଏହି ନୂଆ ଷ୍ଟାଡ଼ିୟମ ସହ ଅନ୍ୟ ୧୦ଟି ଟେନିସ କୋର୍ଟ ମଧ୍ୟ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ପୂର୍ବରୁ ରହିଛି, ଯେଉଁଠି ୬ଟି ସିଂଥେଟିକ କୋର୍ଟ ଓ ୪ଟି କ୍ଲେ କୋର୍ଟ ମଧ୍ୟ ରହିଛି। ବଡ଼ ବଡ଼ ପ୍ରତିଯୋଗିତା ଖେଳାଗଲେ ଖେଳାଳିମାନେ ସେଣ୍ଟର କୋର୍ଟରେ ମ୍ୟାଚ ଖେଳିବା ସହ ଅନ୍ୟ କୋର୍ଟରେ ଅଭ୍ୟାସ କରିବାର ସୁବିଧା ରହିଛି । ଏ ନେଇ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି।

ସେପଟେ ଏହି ନବନିର୍ମିତ ନୂଆ ଟେନିସ ଷ୍ଟାଡ଼ିୟମ ବା ସେଣ୍ଟର କୋର୍ଟରେ ଖେଳାଯିବ ଏସିଆନ୍ ଟେନିସ ଚାମ୍ପିୟନସିପ। ଆସନ୍ତା ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଏହି ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ଅଅନ୍ତର୍ଜାତୀୟ ଟେନିସ ଫେଡରେସନରୁ ଗ୍ରୀନ ସଗିନାଲ ମିଳିସାରିଛି। ଏହି ପ୍ରତିଯୋଗିତାରେ ଏସିଆର ୧୫ଟି ଦେଶ ଅଶଂଗ୍ରହଣ କରିବେ । ଜୁନିୟର ସ୍ତରରେ ଏହି ପ୍ରତିଯୋଗିତା ଖେଳାଯିବ । ତେବେ ଏଥିରେ ଭାରତ ତଥା ଓଡ଼ିଶାର କିଛି ଖେଳାଳିଙ୍କୁ ଅଶଂଗ୍ରହଣ କରିବାକୁ ସୁଯୋଗ ମିଳିବ ବୋଲି କହିଛନ୍ତି ଓଡ଼ିଶା ଟେନିସ ଆସୋସିଏସନର ସଭାପତି ଅସିତ ତ୍ରିପାଠୀ । ଫଳରେ ଓଡ଼ିଶା ଖେଳାଳିଙ୍କୁ ଏକ ବିଶ୍ୱସ୍ତରୀୟ ପ୍ଲଟଫର୍ମ ମିଳିବା ସହ ଅନ୍ତର୍ଜାତୀୟ ରାଙ୍କି ବଢିବ ବୋଲି ସେ କହିଛନ୍ତି। (ଫାଭିଓ) ଜୁନିୟର ଲେବୁଲରେ ଅଧିକ ଫୋକସ, ସେଥିରେ ଗେମର ବିକାଶ ହେବ । ବିଶ୍ୱସ୍ତରୀୟ ଭିତ୍ତିଭୂମୀ ସାଙ୍ଗକୁ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ସାରା ବିଶ୍ୱରେ ଏକ ନୂଆ ପରିଚୟ ସୃଷ୍ଟି କରିଥିବା ଓଡ଼ିଶା ଏବେ କ୍ରୀଡ଼ା କ୍ଷେତ୍ରରେ ଏବେ ଆଉ ଏକ ପାହାଚ ଅତିକ୍ରମ କରିବାକୁ ଯାଉଛି

କ୍ୟାବିନେଟରେ ୧୨ ବିଭାଗର ୧୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ, ବିଧାନସଭାରେ ଉପସ୍ଥାପନ କଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ
ଭୁବନେଶ୍ବର: ଗତକାଲି  ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୨ ଟି ବିଭାଗର ୧୭ ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ମିଳିଛି। ଏ ନେଇ ଆଜି ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାରେ ଗୃହର ମାନ୍ୟବର ସଦସ୍ୟମାନଙ୍କୁ କ୍ୟାବିନେଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି।

୧. ଓଡିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି-୨୦୨୨ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି । ଏହି ନୀତି ଓଡିଶାରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଆନୁସଂଗିକ ଶିଳ୍ପ ପ୍ରତିଷ୍ଠାରେ ସହାୟକ ହେବ। ଏହି ନୀତିରେ ପୁଞ୍ଜି ବିନିଯୋଗ ସହାୟତା, ନିଯୁକ୍ତି ସହାୟତା ତଥା ବଜାର ବିକାଶ ସହାୟତା ନିମନ୍ତେ ପ୍ରୋତ୍ସାହନର ବ୍ୟବସ୍ଥା ରଖାଯାଇଛି ।

୨. ଓଡିଶା କାରଖାନା ଓ ବାଷ୍ପିତ୍ର ନିରୀକ୍ଷଣ ସେବା (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ସଂଶୋଧନ ନିୟମାବଳୀ-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ତଦନୁଯାୟୀ ଏହି ସେବାର ମୂଳ ପଦବୀ ଆସିଷ୍ଟାଣ୍ଟ ଡାଇରେକ୍ଟର ଚୟନ ଲାଗି ଲିଖିତ ଓ ସାକ୍ଷାତକାର ପରୀକ୍ଷା ଲୋକସେବା ଆୟୋଗ ଦ୍ବାରା କରାଯିବ ।

୩. ଓଡିଆ ଚଳଚ୍ଚିତ୍ର ‘ଦମନ’କୁ ଟିକସମୁକ୍ତ କରିବା ପାଇଁ ପୂର୍ବ ନିଷ୍ପତ୍ତି କ୍ୟାବିନେଟ ଦ୍ବାରା ଅନୁମୋଦନ ଲାଭ କରିଛି ।

୪. ନୂତନ ପର୍ଯ୍ୟଟନ ନୀତି-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପୋତ୍ସାହିତ କରାଯିବା ସହିତ Health, Wellness ଓ ମେଡିକାଲ ଟୁରିଜିମ୍‌କୁ ପର୍ଯ୍ୟଟନ ଉଦ୍ୟୋଗ ଭାବେ ଅନୁମୋଦନ ଦେବା ପାଇଁ ବ୍ୟବସ୍ଥା ରହିଛି ।

୫. ବିଭିନ୍ନ ପଦବୀରେ ଭର୍ତ୍ତି ନିମନ୍ତେ ଥିବା ଶାରୀରିକ ମାନକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ବିତ ନିଯୁକ୍ତି ପ୍ରକ୍ରିୟାର ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରିଛି । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ‘ଖ’ ଓ ‘ଗ’ ବର୍ଗ ଅନ୍ତର୍ଗତ ବିଭିନ୍ନ ପଦବୀର ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏହାର ଲକ୍ଷ୍ୟ।

୬. ଜୁନିଅର ଷ୍ଟେନୋଗ୍ରାଫର, ଜୁନିଅର ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିଅର କ୍ଳର୍କ-କମ୍‌-ଟାଇପିଷ୍ଟ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରିଛି । ଏହାଦ୍ବାରା ଏହି ପରୀକ୍ଷା ଗୁଡିକ ସୁବ୍ୟବସ୍ଥିତ ହେବା ସହିତ ପରୀକ୍ଷାର୍ଥୀ ଓ ରାଜ୍ୟ ସରକାରଙ୍କ ବ୍ୟୟ ଭାର ହ୍ରାସ ପାଇବ।

୭. ଅମଳ ପରବର୍ତ୍ତୀ କ୍ଷତି ଏବଂ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ମାର୍କେଟିଂ କ୍ଷେତ୍ରକୁ ସହାୟତା ଯୋଗାଇବା ସହ କୃଷକ ମାନଙ୍କୁ ଆର୍ଥିକ ସହାୟତା ଦେବା ଉଦ୍ଦେଶ୍ୟରେ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ବିପଣନରେ ସହାୟତା ଯୋଜନାଟି କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ଗ୍ରାମାଞ୍ଚଳରେ ଚାଷୀଙ୍କ ରୋଜଗାର ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଉଦ୍ୟାନ କୃଷିର ଦ୍ରୁତ ଆଧୁନିକୀକରଣରେ ସହାୟକ ହେବ ।

୮. ଓଡିଶାରେ ସଂଯୋଜନ କ୍ଷେତ୍ରର ବିକାଶ ପାଇଁ ଓଡିଶା ଲଜିଷ୍ଟିକ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ବାଣିଜ୍ୟ ଓ ବାଣିଜ୍ୟ ପାଇଁ ଉପଯୁକ୍ତ ଗନ୍ତବ୍ୟସ୍ଥଳ ଭାବରେ ରାଜ୍ୟର ସ୍ଥିତିକୁ ସୁଦୃଢ କରିବ ଏବଂ ଯୋଗାଣ ଶୃଙ୍ଖଳକୁ ମଧ୍ୟ ମଜବୁତ କରିବ। ଏଥିରେ ସବୁଜ ଇନ୍ଧନର ବ୍ୟବହାରକୁ ମଧ୍ୟ ଉତ୍ସାହିତ କରାଯାଇଛି ।

୯. ଓଡିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ଆଞ୍ଚଳିକ, ଘରୋଇ ତଥା ଆନ୍ତର୍ଜାତିକ ବିମାନ ସଂଯୋଗକୁ ସୁଦୃଢ କରିବା ସହ ରାଜ୍ୟରେ ଉତ୍ତମ ବ୍ୟବସାୟିକ ଓ ନିଯୁକ୍ତି ପରିବେଶ ସୃଷ୍ଟି କରିବ।

୧୦. ରାଜ୍ୟ କ୍ୟାବିନେଟ ଏକ ନୂତନ Registered Vehicle Scrapping Facility Policy-୨୦୨୨କୁ ଅନୁମୋଦନ କରିଛି । ଯାନବାହନ ଜନିତ ବାୟୁ ପ୍ରଦୁଷଣ କମ୍‌ କରିବାରେ ଏହି ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାଦ୍ବାରା ୧୫ ବର୍ଷ ପୂରଣ କରିଥିବା ସମସ୍ତ ପୁରୁଣା ଗାଡିକୁ ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପ କରିବାକୁ ପଡିବ। ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡି କିଣିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି ।

୧୧. ଓଡିଶା ଅକ୍ଷୟ ଶକ୍ତି ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହି ନୀତି ଜରିଆରେ ୨୦୩୦ ସୁଦ୍ଧା ରାଜ୍ୟରେ ବିଭିନ୍ନ ଉତ୍ସରୁ ପ୍ରାୟ ୧୧ ହଜାର ମେଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

୧୨. ଶିଳ୍ପ ନୀତି-୨୦୨୨କୁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ରାଜ୍ୟରେ ବଡ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡିଶାକୁ ପୂର୍ବ ଭାରତର ଶିଳ୍ପ ହବ୍ କରିବା ଉପରେ ଏଥିରେ ଗୁରୁତ୍ବ ଆରୋପ କରାଯାଇଛି । ଏହି ନୀତି ଅନୁଯାୟୀ ଶିଳ୍ପ ଗୁଡିକୁ Thrust Sector, Priority Sector ଭାବରେ ବର୍ଗୀକୃତ କରାଯାଇଛି । ଏହି ନୂଆ ନୀତି ଅନୁଯାୟୀ ଏହି ଦୁଇ କ୍ଷେତ୍ରରେ ପ୍ରତିଷ୍ଠିତ ଶିଳ୍ପ ପାଇଁ ସର୍ବୋତ୍ତମ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି ।

୧୩. ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହି ନୀତି ଅନୁଯାୟୀ ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡିତ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକୁ ଆବଶ୍ୟକ ଭିତ୍ତିଭୂମି ସହାୟତା ଓ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ଏହି ନୀତିର ଲକ୍ଷ୍ୟ ।

୧୪. ଓଡିଶା ରପ୍ତାନୀ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହି ନୀତି ଅନୁଯାୟୀ ରପ୍ତାନୀ ପ୍ରତିଯୋଗିତାରେ ଉନ୍ନତି ଆଣିବା ସହ ଓଡିଶାକୁ ଭାରତର ୫ଟି ଶ୍ରେଷ୍ଠ ରାଜ୍ୟରେ ସାମିଲ କରିବା ଏବଂ ୨୦୨୬-୨୭ ସୁଦ୍ଧା ୩.୫ ଲକ୍ଷ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ରଖାଯାଇଛି।

୧୫. ଓଡିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆସିଥିବା ବିଶୁଦ୍ଧ ପାନୀୟ ଜଳଯୋଗାଣ ସଂକ୍ରାନ୍ତୀୟ ଦୁଇଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ତଦନୁଯାୟୀ ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ୍‌ର ୬୩ଟି ପଞ୍ଚାୟତ ଓ ୪୭୯ଟି ଗ୍ରାମରେ ଜେ.ଜେ.ଏମ୍‌ ଯୋଜନାରେ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିନିମନ୍ତେ ୩୮୬ କୋଟି ୯୬ ଲକ୍ଷ ୪୦ ହଜାର ୫ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ ଅନୁମୋଦନ କରିଛି । ସେହିପରି ଦ୍ବିତୀୟ ପ୍ରସ୍ତାବରେ ସୋନପୁର ଜିଲ୍ଲାର ତରଭା, ଉଲୁଣ୍ଡା, ସୋନପୁର ଓ ବୀରମହାରାଜପୁର ବ୍ଲକ୍‌ର ୬୪ଟି ଗ୍ରାମ ପଞ୍ଚାୟତର ୬୨୫ଟି ଗାଁରେ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ୫୫୩ କୋଟି ୮୫ ଲକ୍ଷ ୮୨ ହଜାର ୭୦୦ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ ଅନୁମୋଦନ କରିଛି।

୧୬. ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ବଚ୍ଛତା ଆଇନ-୨୦୧୩ର ଧାରା-୨ର ଉପଧାରା-୨, ଧାରା-୧୪, ୧୯, ୨୪, ୨୫, ୪୬ ଓ ୮୭ର ସଂଶୋଧନକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ଏହାସହିତ ଉକ୍ତ ଆଇନରେ ଏକ ନୂତନ ଅଧ୍ୟାୟ ୩-ଏ, ନୂତନ ଧାରା ୧୦-ଏ ଓ ୩୩-ଏ କୁ ଅନ୍ତର୍ଭୁକ୍ତ କରିବାପାଇଁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ଏହାଦ୍ବାରା ରାଜ୍ୟର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି, ଦ୍ରୁତ ଶିଳ୍ପାୟନ ତଥା ଅଧିକରୁ ଅଧିକ ନିବେଶକ ମାନଙ୍କ ପାଇଁ ପୁଞ୍ଜି ନିବେଶ କରିବାର ସୁଯୋଗ ସୃଷ୍ଟି ହୋଇପାରିବ।

ଆକର୍ଷଣ ସାଜିବ ଭିତରକନିକା ଇକୋ ରିଟ୍ରିଟ୍‍, ମିଳିବ ‘ଆମାଜନ’ର ଅନୁଭୂତି
ଭୁବନେଶ୍ୱର: ଗୋଟିଏ ଦିନ ପରେ ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହେବ ‘ଇକୋ -ରିଟ୍ରିଟ୍‍’। ଚଳିତବର୍ଷ ଆକର୍ଷଣ ସାଜିବ ଭିତରକନିକା ଇକୋ ରିଟ୍ରିଟ୍‍ ସେଣ୍ଟର। ଏଠାରେ ଆମାଜନର ଅନୁଭୂତି ସାଉଁଟିବେ ପର୍ଯ୍ୟଟକ। ପେଣ୍ଠ ବେଳାଭୂମିରେ ଆରମ୍ଭ ହେବାକୁ ଥିବା ‘ଇକୋ-ରିଟ୍ରିଟ୍‍’ର ପ୍ରବେଶ ପଥକୁ ଆକର୍ଷଣୀୟ ଭାବେ ସଜ୍ଜାଯାଇଛି। କୃତ୍ରିମ ଝରଣା ସହ କଇଁଛ, ହରିଣ, ଦେଶୀ ବିଦେଶୀ ପକ୍ଷୀ, ମୟୂର ଓ ବଉଳା କୁମ୍ଭୀର ଦେଖିବାକୁ ପାଇବେ ପର୍ଯ୍ୟଟକ। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକା ଜାତୀୟ ଉଦ୍ୟାନ ସ୍ୱତନ୍ତ୍ରତା ନିଆରା। ଜୈବ ବିବିଧତାରେ ଭରପୁର ଭିତରକନିକାରେ ଏଥର ନିଆରା ଅନୁଭୂତି ସାଉଁଟବେ ପର୍ଯ୍ୟଟକ। ପର୍ଯ୍ୟଟନ ଋତୁରେ ପ୍ରକୃତିପ୍ରେମୀ ଭିତରକନିକା ପରିଭ୍ରମଣ ଓ ଜଳଯାତ୍ରା କରିବାର ନିଆରା ମଜ୍ଜା ନେବେ। ଚଳିତ ଥର ଇକୋ ରିଟ୍ରିଟ୍‍ରେ ପର୍ଯ୍ୟଟକଙ୍କ ପାଇଁ ୨୫ଟି ବିଳାସପୂର୍ଣ୍ଣ କଟେଜ୍‍ ସହିତ ଷ୍ଟାର ହୋଟେଲ ମଧ୍ୟ ରହିଛି। ଭିତରକନିକାର ପ୍ରାକୃତିକ ଶୋଭାରଜିର ମଜ୍ଜା ସାଙ୍ଗକୁ ରାତିରେ ବିଳାସପୂର୍ଣ୍ଣ କଟେଜ୍‍ରେ ରହିବା ଓ ନାଚଗୀତରେ ମଜିବା ସହ ବୈତରଣୀ ନଦୀ କୂଳରେ ସେଲ୍‌ଫି ଜୋନ୍‍ରେ ଫଠୋ ଉଠାଇବାର ସୁବିଧା ରହିଛି। ପର୍ଯ୍ୟଟକଙ୍କୁ ଜଳପଥ ଓ ସ୍ଥଳପଥରେ ପରିଭ୍ରମଣ କରିବାର ସୁଯୋଗ ରହିଛି। ସକାଳ ଜଳଖିଆରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମେନ୍ୟୁରେ ରହିଛି ସୁସ୍ୱାଦୁ ଖାଦ୍ୟର ତାଲିକା ରହିଛି।ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ କଟେଜ୍‍ ବୁକିଂ ହୋଇଥିବା ବେଳେ ଆଗକୁ ଆହୁରି ବଢ଼ିବାର ଆଶା ରହିଛି। ପ୍ରିମୟମ୍‍ କଟେଜ୍‍ରେ ଅଧିକ ବୁକିଂ ଆସୁଛି।

କୁମ୍ଭୀର, ଚଢ଼େଇ ସାଜିବେ ମୁଖ୍ୟ ଆକର୍ଷଣ: ଇକୋ ରିଟ୍ରିଟ୍‍ରେ ପର୍ଯ୍ୟଟକଙ୍କ ପାଇଁ କ୍ରୋକୋଡାଇଲ ସ୍ପଟିଂ ସହିତ ନେଚର୍‍ ଟ୍ରେଲ ମଧ୍ୟ ରହିଛି। ସାଧାରଣତଃ ଲୋକମାନେ ଚିଡ଼ିଆଖାନାରେ କମ୍‍ ସଂଖ୍ୟାରେ କୁମ୍ଭୀର ଦେଖିଥାନ୍ତି। କିନ୍ତୁ ଏଠାରେ ବୋଟ୍‍ରେ ପାଣି ଭିତରକୁ ଯାଇ ଚାରିପଟେ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏକା ସାଙ୍ଗକରେ ବହୁ ସଂଖ୍ୟାରେ କୁମ୍ଭୀର ଦେଖିବାର ନିଆରା ଅନୂଭୁତି ମିଳିବ। ଜଙ୍ଗଲ ଭିତରେ ନ୍ୟାସନାଲ ପାର୍କର କୋର୍‍ ଏରିଆ ଭିତରକୁ ମଧ୍ୟ ପ୍ରବେଶ କରିବାର ସୁଯୋଗ ରହିଛି। ସେଠାରେ ୬ରୁ ୬.୫ କିମି ଚଲାପଥ ରହିଛି। ହେନ୍ତାଳ ବଣ, ହରିଣ, ଗୋଧି ସାଙ୍ଗକୁ ୮ପ୍ରକାର କିଙ୍ଗ୍‍ ଫିସର ଦେଖିôବା ପାଉଛନ୍ତି ପର୍ଯ୍ୟଟକ। ତେବେ ପୃଥିବୀରେ ୩୦ ପ୍ରକାର କିଙ୍ଗଫିସର ରହିଥିବାବେଳେ ସେଥିରୁ ୧୨ଟି ଇଣ୍ଡିଆରେ ଦେଖାଯାଏ ଏବଂ ୧୨ ମଧ୍ୟରୁ ୮ଟି କିଙ୍ଗଫିସର ଭିତରକନିକାରେ ଦେଖାଯାଏ।

ବେଳାଭୂମିରେ ହଟ୍‍ ଏୟାର ବେଲୁନ୍‍ ଏବଂ ଜିପ୍‍ ପାରାସେଲିଂ: ଭିତରକନିକା ଇକୋ ରିଟ୍ରିଟ୍‍କୁ ଅଧିକ ଆକର୍ଷଣୀୟ କରିବା ପାଇଁ ବେଳାଭୂମିରେ ବିଚ୍‍ ଭଲି ବଲ୍‍ ଓ ଏଟିଭି ବ୍ୟବସ୍ଥା କରାଯିବାକୁ ଯୋଜନା ରହିଛି। ଏହାସାଙ୍ଗକୁ ହଟ୍‍ ଏୟାର ବଲେୁନ୍‍ ଓ ପାରାସେଲିଂର ମଜ୍ଜା ନେ଼ଇପାରିବେ ପର୍ଯ୍ୟଟକ। ଏଥିପାଇଁ ମଧ୍ୟ ଯୋଜନା ରହିଛି।

ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା କଂଗ୍ରେସ: ବିଜେପିକୁ ହିନ୍ଦୁ ଓ ହିନ୍ଦୁତ୍ୱବାଦୀର ପାଠ ପଢାଇଲେ ରାହୁଲଗାନ୍ଧୀ
ଜୟପୁର: ରବିବାର କଂଗ୍ରେସ ଜୟପୁରରେ ଦରଦାମ ହ୍ରାସ ଦାବିରେ ଏକ ରାଲି କରିଛି । ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସାମିଲ ହୋଇଥିଲେ । ଏହି ରାଲିରେ ରାହୁଲ ଗାନ୍ଧୀ କହିଥିଲେ କି ଦେଶରେ ବର୍ତ୍ତମାନ ଦୁଇଟି ଶବ୍ଦକୁ ନେଇ ରାଜନୀତି କରାଯାଉଛି । ସେଥିମଧ୍ୟରୁ ଗୋଟିଏ ଶବ୍ଦ ହେଉଛି ହିନ୍ଦୁ ଓ ଅନ୍ୟଟି ହେଉଛି ହିନ୍ଦୁତ୍ୱବାଦୀ । ମୁଁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହେଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ମହାତ୍ମା ଗାନ୍ଧୀ ଥିଲେ ହିନ୍ଦୁ ଓ ଗଡସେ ଥିଲେ ହିନ୍ଦୁତ୍ୱବାଦୀ ।

ଏହି ରାଲିରେ ଉଦବୋଧନ ଦେବା ସମୟରେ ରାହୁଲ ଗାନ୍ଧୀ କହିଥିଲେ କି ଦୁଇଟି ଜୀବ ମଧ୍ୟରେ ଗୋଟିଏ ଆତ୍ମା ରହି ପାରିବନି । ସେହିପରି ଭାବରେ ଦୁଇଟି ଶବ୍ଦର ଗୋଟିଏ ଅର୍ଥ ହୋଇ ପାରିବ ନାହିଁ । ପ୍ରତିଟି ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ଥାଏ । ବର୍ତ୍ତମାନ ଦେଶରେ ଦୁଇଟି ଶବ୍ଦକୁ ନେଇ ରାଜନୀତି ହେଉଛି । ସେଥିମଧ୍ୟରୁ ଗୋଟିଏ ଶବ୍ଦ ହେଉଛି ହିନ୍ଦୁ ଏବଂ ଦ୍ୱିତୀୟ ଶବ୍ଦ ହେଉଛି ହିନ୍ଦୁତ୍ୱବାଦୀ । ଏହି ଦୁଇଟି ଶବ୍ଦର ଅର୍ଥ ଭିନ୍ନ ଅଟେ ।

ରାହୁଲ ଆହୁରି କହିଛନ୍ତି କି ମୁଁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହେଁ । ଏମାନେ ସବୁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହଁନ୍ତି । ଆଜି ମୁଁ ଆପଣଙ୍କୁ ହିନ୍ଦୁ ଓ ହିନ୍ଦୁତ୍ୱବାଦୀ ମଧ୍ୟରେ କ’ଣ ଭିନ୍ନ ରହିଛି ତାହା କହିବାକୁ ଚାହୁଁଛି ବୋଲି କହିଥିଲେ ରାହୁଲ ଗାନ୍ଧୀ। ମହାତ୍ମା ଗାନ୍ଧୀ ହିନ୍ଦୁ ଓ ନାଥୁରାମ୍ ଗଡସେ ହିନ୍ଦୁତ୍ୱବାଦୀ ଥିଲେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ହିନ୍ଦୁର ରାସ୍ତା ସତ୍ୟାଗ୍ରହ ଅଟେ । ସେ ଯାହା ବି ହେଉ ନା କାହିଁକି ହିନ୍ଦୁ ସବୁ ସମୟରେ ସତ୍ୟକୁ ସନ୍ଧାନ କରିଥାଏ । ମହାତ୍ମା ଗାନ୍ଧୀ ତାଙ୍କ ଜୀବନୀରେ ଲେଖିଥିଲେ କି ସେ ପୂରା ଜୀବନ ସତ୍ୟକୁ ବୁଝିବା ପାଇଁ ଅତିବାହିତ କରିଥିଲେ । କିନ୍ତୁ ଶେଷରେ ତାଙ୍କୁ ଜଣେ ହିନ୍ଦୁତ୍ୱବାଦୀ ଗୁଳି କରି ହତ୍ୟା କଲେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ସେ ଆହୁରି କହିଛନ୍ତି କି ହିନ୍ଦୁତ୍ୱବାଦୀ କ୍ଷମତା ପାଇବା ପାଇଁ ପୂରା ଜୀବନ ବିତାଇ ଦିଅନ୍ତି । ସେମାନଙ୍କର ସତ୍ୟ ସନ୍ଧାନରେ କିଛି ସମ୍ପର୍କ ନାହିଁ । ସେମାନଙ୍କୁ କେବଳ କ୍ଷମତା ଦରକାର ଓ କ୍ଷମତା ପାଇଁ ସେମାନେ କିଛି ବି କରିପାରନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ହିନ୍ଦୁ ସାମ୍ନାରେ ଛିଡା ହୋଇ ଭୟର ସାମ୍ନା କରିଥାଏ ଏବଂ ଗୋଟିଏ ବି ଇଞ୍ଚ ପଛକୁ ଫେରିନଥାଏ । କିନ୍ତୁ ହିନ୍ଦୁତ୍ୱବାଦୀ ଭୟରେ ନତମସ୍ତକ କରିଥାଏ । ଏହା ହେଉଛି ହିନ୍ଦୁ ଓ ହିନ୍ଦୁତ୍ୱବାଦୀ ମଧ୍ୟରେ ଫରକ ।

ରାହୁଲ ଏହି ରାଲିକୁ ସମ୍ବୋଧିତ କରିବା ସମୟରେ କହିଥିଲେ କି ମୁଁ କାହିଁକି ଆପଣଙ୍କୁ ଏହି ଭାଷଣ ଦେଉଛି? କାରଣ ଆପଣମାନେ ସବୁ ହେଉଛନ୍ତି ହିନ୍ଦୁ, ହିନ୍ଦୁତ୍ୱବାଦୀ ନୁହଁନ୍ତି । ଏ ଦେଶ ହିନ୍ଦୁଙ୍କର ହିନ୍ଦୁତ୍ୱବାଦୀଙ୍କର ନୁହେଁ । ଆଜି ଯଦି ଏହି ଦେଶରେ ଦରଦାମ ବୃଦ୍ଧି ହୋଇଛି ତାହାଲେ ଏଥି ପାଇଁ ଦାୟୀ ହେଉଛନ୍ତି ହିନ୍ଦୁତ୍ୱବାଦୀ । ହିନ୍ଦୁତ୍ୱବାଦୀଙ୍କୁ କେବଳ କ୍ଷମତା ଦରକାର ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଚୋରା ବାଲି ଚାଲାଣ ବେଳେ ଚଢ଼ାଉ, ହାଇୱା ଜବତ
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଳବେଡା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିକଟରୁ ଏକ ଚୋରା ବାଲି ବୋଝେଇ ହାଇୱା ଜବତ କରିଛି ପାଟଣା ତହସିଲ ପ୍ରଶାସନ। ଏଥିସହ ବାଲି ପରିବହନ ପାଇଁ ଉଦ୍ଦିଷ୍ଟ ଥିବା କାଗଜପତ୍ର ନ ଥିବାରୁ ହାଇୱା ମାଲିକକୁ ୩୦ ହଜାର ୫୨୦ ଟଙ୍କା ଜରିମାନା କରାଯାଇଛି। ଚଢ଼ାଉ ସମୟରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ସହ ରାଜସ୍ବ ପରିଦର୍ଶକ ବନମାଳୀ ନାୟକଏବଂ ରାଜସ୍ବ ନିରୀକ୍ଷକ ସ୍ମୃତି ରଞ୍ଜନ ଧୀର ପ୍ରମୁଖ ସାମିଲ ଥିଲେ।