SABYASACHI MISHRA - The Sakala
ଖୁସି ଖବର: ବାପା ମା’ ହେବାକୁ ଯାଉଛନ୍ତି ଓଲିଉଡର ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା
ଭୁବନେଶ୍ୱର: ଓଲିଉଡର ସୁପରଷ୍ଟାର ଯୋଡ଼ି ସବ୍ୟସାଚୀ ମିଶ୍ର ଓ ଅର୍ଚିତା ସାହୁଙ୍କ ଘରକୁ ଖୁବଶୀଘ୍ର ଆସୁଛନ୍ତି ନୂଆ ଅତିଥି। ଉଭୟ ବାପା ମା’ ହେବାକୁ ଯାଉଥିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
https://www.instagram.com/p/DSP5wjLif_J/?igsh=MTFpc2s0OHU5YWhtdA==
ସୋସିଆଲ ମିଡିଆରେ ସେୟାର କଲେ ଫଟୋ
ନିଜର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ସବ୍ୟସାଚୀ ଓ ଅର୍ଚିତା କିଛି ସୁନ୍ଦର ଫଟୋ ସେୟାର କରି ଏହି ଖୁସି ଖବର ଜଣାଇଛନ୍ତି। ଅଭିନେତ୍ରୀ ଅର୍ଚିତା ନିଜର ବେବି ବମ୍ପ ଫଟୋ ସେୟାର କରି ଲେଖିଛନ୍ତି ଯେ, "ଆମର ପ୍ରେମ କାହାଣୀରେ ଏକ ନୂଆ ମୋଡ଼ ଆସିଛି। ଦୁନିଆକୁ ଆସିବାକୁ ଥିବା ଆମ କୁନି ସ୍ୱପ୍ନ ପାଇଁ, ଆପଣଙ୍କ ଶୁଭାଶିଷ ଅତ୍ୟନ୍ତ କାମ୍ୟ।" ଏହି ପୋଷ୍ଟ ଜରିଆରେ ସେମାନେ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କ ଆଶୀର୍ବାଦ କାମନା କରିଛନ୍ତି ।
୨୦୨୧ ମସିହାରେ ରାଜସ୍ଥାନରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହର କିଛି ବର୍ଷ ପରେ ଏବେ ଉଭୟଙ୍କ ଜୀବନରେ ଏହି ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ଓଲିଉଡର ଅନ୍ୟ କଳାକାର, ବନ୍ଧୁବାନ୍ଧବ ଏବଂ ଅଗଣିତ ପ୍ରଶଂସକ ସୋସିଆଲ ମିଡିଆ ମାଧ୍ୟମରେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି।
ଭୁବନେଶ୍ୱର: ଚଳିତବର୍ଷ ରଜରେ ପରଦାକୁ ଆସିବ ୨ଟି ନୂଆ ଓଡ଼ିଆ ସିନେମା। ବାବୁସାନ୍‌ଙ୍କ ‘ବୋଉ ବୁଟୁ ଭୂତ’ ଏବଂ ସବ୍ୟସାଚୀଙ୍କ ‘ଅନନ୍ତା’। ଏହାସହିତ ରଜର ଅବ୍ୟବହିତ ପୂର୍ବରୁ ଗତ ୬ ତାରିଖରେ ମୁକ୍ତିଲାଭ କରିଛି ଶ୍ରୀଧର ମାର୍ଥା ଓ କିଶୋର ନାୟକଙ୍କ ପ୍ରଯୋଜିତ ଆଉ ଏକ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍‌’। ରଜ ଉପଲକ୍ଷେ ଏହି ୩ଟି ସିନେମା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିବ ବୋଲି ସିନେମାର ପ୍ରଯୋଜନା ସଂସ୍ଥା ଓ ନିର୍ଦ୍ଦେଶକ ଆଶା ରଖିଛନ୍ତି। ‘ବୋଉ ବୁଟୁ ଭୂତ’ ଏବଂ ‘ଅନନ୍ତା’ ଆସନ୍ତା ୧୨ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଏହି ସିନେମାଗୁଡ଼ିକର ଟ୍ରେଲର୍‌ ଓ ପୋଷ୍ଟର ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି।
ସାଧାରଣତଃ ଆଗରୁ ରଜ, ଦୁର୍ଗାପୂଜା ଆଦି ପର୍ବପର୍ବାଣିରେ ପ୍ରତିଯୋଗିତା ଭାବେ ସିନେମା ରିଲିଜ୍‌ ହେଉଥିବାବେଳେ ଚଳିତବର୍ଷ ରଜରେ ମାତ୍ର ୨ଟି ସିନେମା ପରଦାକୁ ଆସିବ। କରୋନା ମହାମାରୀ ପରଠୁ ଯଦିଓ ଓଡ଼ିଆ ସିନେମାଠାରୁ ଦର୍ଶକ ମୁହଁ ଫେରାଇ ନେବା ଭଳି ପ୍ରତୀୟମାନ ହେଉଛି, ତଥାପି ମୌଳିକ କାହାଣୀକୁ ନେଇ ନିର୍ମିତ କେତୋଟି ଓଡ଼ିଆ ସନେମା ପରଦାକୁ ଆସିବା ପରେ ଦର୍ଶକ ହଲ୍‌ମୁହାଁ ହେଉଥିବା ବି ଦେଖିବାକୁ ମିଳିଛି। ରଜରେ ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ‘ରାଣ୍ଡିପୁଅ ଅନନ୍ତା’ର କାହାଣୀକୁ ନେଇ ନିର୍ମିତ ‘ଅନନ୍ତା’ ଶେଷରେ ଦର୍ଶକଙ୍କ ନିଟକରେ ପହଞ୍ଚିବାକୁ ଯାଉଛି। ସିନେମାର ନାଁକୁ ନେଇ ଅନେକ ବିବାଦ ପରେ ନାଁ ବଳାଯାଇଥିଲା। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ ଓ ସୂର୍ଯ୍ୟମୟୀ ରହିଛନ୍ତି। ସୁଶାନ୍ତ କୁମାର ମହାପାତ୍ର ଓ ଶ୍ୱେତପଦ୍ମା ମହାନାତ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଡ. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡ଼ିକ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମ୍‌ଦାର।
ସେହିପରି ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ଏବଂ ତୃପ୍ତୀ ମହାନ୍ତିଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ରେ ବାବୁଶାନ୍‌ଙ୍କ ସହିତ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଯୋଡ଼ିକୁ ଦୀର୍ଘବର୍ଷର ବ୍ୟବଧାନ ପରେ ପୁଣିଥରେ ଏକାଠି ଦେଖିବାକୁ ମିଳିବ। ସେହିପରି ଅପରାଜିତା ଏବଂ ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କୁ ମଧ୍ୟ ଏହି ସିନେମାରେ ଦେଖିବାକୁ ପାଇବେ ଦର୍ଶକ।
ସେହିପରି ରେଞ୍ଜ ରୟାଲ୍‌ ଲାବ୍‌ ବ୍ୟାନର୍‌ରେ ଏବଂ ଜୀ ସାର୍ଥକ ସହଯୋଗରେ ପ୍ରସ୍ତୁତ ‘ଫାଷ୍ଟ ଲଭ୍‌’ ଚଳିତ ମାସ ୬ ତାରିଖରେ ମୁକ୍ତିଲାଭ କରିଥିବାବେଳେ ରଜରେ ମଧ୍ୟ ସିନେମାଟି ଦର୍ଶକଙ୍କୁ ହଲମୁହାଁ କରାଇବ ବୋଲି ପ୍ରଯୋଜନା ସଂସ୍ଥା ଆଶାବ୍ୟକ୍ତ କରିଛନ୍ତି। ଏଥିରେ ଶୈଳେନ୍ଦ୍ର ଓ ଦିବ୍ୟାଙ୍କ ସମେତ ଚୌଧୁରୀ ଜୟପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି ପ୍ରମୁଖ ଅଭିନୟ କରିଛନ୍ତି।
ଜୋମାଟୋରୁ ଅର୍ଡର କରି ବେଙ୍ଗାଲୁରୁରେ ଫସି ରହିଥିବା ଓଡ଼ିଆ ପ୍ରବାସୀଙ୍କୁ ଖାଦ୍ଯ ଖୁଆଇଲେ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର
ଭୁବନେଶ୍ୱର: ବାହାର ରାଜ୍ୟରେ ଫସିରହିଥିବା ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଛନ୍ତି ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର। କରୋନାର ଦ୍ବିତୀୟ ଲହର ଆରମ୍ଭ ହେଉ ହେଉ ସବ୍ୟସାଚୀ ପୁଣି ସାହାଯ୍ୟର ହାତ ବଢ଼ାଇବା ଆରମ୍ଭ କରିଦେଇଛନ୍ତି। ସବୁବେଳ ସେ ଲୋକଙ୍କ ଦୁଃସମୟରେ ସାହାଯ୍ୟ ହାତ ବଢାଇଥାନ୍ତି, ପାରୁ ପର୍ଯ୍ଯନ୍ତ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ଯ କରିବାକୁ ଚେଷ୍ଟା କରିଥାନ୍ତି। ରାଜ୍ୟ ବାହାରେ ଥିବା ଲୋକଙ୍କୁ ପୁଣି ଥରେ ସାହାଯ୍ୟର ହାତ ବଢାଇଛନ୍ତି ସବ୍ୟସାଚୀ। କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ଯରେ ଓଡ଼ିଆ ଲୋକ ଫସି ରହିଛନ୍ତି। ଭୂତାଣୁ ଭୟରେ ଘରେ ବନ୍ଦୀ ହୋଇ ରହିଛନ୍ତି ପ୍ରବାସୀ ଶ୍ରମିକ । କରୋନା ପାଇଁ କିଏ ମେଡିକାଲରେ ବାହାରେ ଘଣ୍ଟା ଘଣ୍ଟା ଧରି ବେଡ୍, ଅକ୍ସିଜେନ୍ ପାଇଁ ସଂଘର୍ଷ କରୁଛି ତ, ଆଉ କିଏ ପେଟପାଟଣା ପାଇଁ । ଏଭଳି ଦୁଃସମୟରେ ବେଙ୍ଗାଲୁରୁରେ ଫସି ରହିଥିବା ଓଡ଼ିଆଙ୍କ ପାଖରେ ପହଞ୍ଚାଇଛନ୍ତି ଖାଦ୍ଯ। ଏଥିସହ ଫସିରହିଥିବା ପ୍ରବାସୀ ଖାଦ୍ଯ ଖାଇବା ପରେ ଯାଇଁ  ସବ୍ୟସାଚୀ ଖାଦ୍ଯ ଗ୍ରହଣ କରିଛନ୍ତି।
ସୂଚନା ଅନୁଯାୟୀ, ବେଙ୍ଗାଳୁରୁର ଏକ କମ୍ପାନୀରେ କାମ କରୁଥିବା ୫ ଜଣଙ୍କ ପାଖରେ ଟଙ୍କା ସରିଯିବା ସହ ରୋଷେଇ ଗ୍ୟାସ୍ ସରି ଯାଇଥିଲା । ଫଳରେ ସେମାନେ ଭୋକ ଉପାସରେ ୩ ଦିନ କାଟିବା ପରେ ସବ୍ୟସାଚୀଙ୍କୁ ଟ୍ୱିଟ୍ କରିଥିଲେ ।
ଏହା ପରେ ସବ୍ୟସାଚୀ ବଢ଼ାଇଥିଲେ ସହାୟତାର ହାତ । ସେମାନଙ୍କ ଲାଗି ଅନଲାଇନରେ ବିରିୟାନୀ ଅର୍ଡର କରିବା ସହ ସେମାନେ ଖାଇବା ପର୍ଯ୍ଯନ୍ତ ଅପେକ୍ଷା କରିଥିଲେ ସବ୍ୟସାଚୀ । ପ୍ରବାସୀଙ୍କ ପାଖରେ ବିରିୟାନୀ ପହଞ୍ଚିଲା। ସେମାନେ ଖାଇବା ପରେ ସବ୍ୟସାଚୀ ଖାଇଥିଲେ ।
Sorry brothers, it took 8min extra!! 😊 But let’s enjoy Sunday Biriyani Together!!! No more empty stomach!! No more pain.#SmilePlease
Thanks @zomatoin @zomato pic.twitter.com/g3t8jfP7ro
— SABYASACHI MISHRA 🇮🇳 (@sabyaactor) April 25, 2021
ଏତିକି ନୁହେଁ କର୍ଣ୍ଣାଟକରେ ସଂକ୍ରମଣ ପିକରେ ରହିଥିବା ବେଳେ କାମଧନ୍ଦା ବନ୍ଦ ଥିବାରୁ ସେମାନଙ୍କୁ ଚଳିବା ଲାଗି ସବ୍ୟସାଚୀ ମିଶ୍ର ଟଙ୍କା ମଧ୍ୟ ପଠାଇଛନ୍ତି । ପୁନଶ୍ଚ କାମଧନ୍ଦା ଆରମ୍ଭ ହେବା ଯାଏ ସବ୍ୟସାଚୀ ସେମାନଙ୍କ ଖାଇବା, ପିଇବା କଥା ବୁଝିବେ ବୋଲି କହିଛନ୍ତି । ସବ୍ୟସାଚୀଙ୍କ ଠାରୁ ସାହାଯ୍ୟ ପାଇବେ ପରେ ପ୍ରବାସୀ ଓଡ଼ିଆ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବେଙ୍ଗଳୁରୁରେ ଫସିଥିବା ଏହି ୫ ଜଣ ନୁହେଁ ଏମିତି ଦେଶର ବିଭିନ୍ନ ସ୍ଥାନରେ କରୋନା ପାଇଁ ହଇରାଣ ହେଉଥିବା ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସବ୍ୟସାଚୀ ମିଶ୍ର । ଆବଶ୍ୟକତା ଅନୁସାରେ କୋଭିଡ୍ ଆକ୍ରାନ୍ତଙ୍କୁ ବେଡ୍ ସହ ଔଷଧ ଯୋଗାଇ ଦେଉଛନ୍ତି ସବ୍ୟସାଚୀ । କରୋନାର ପ୍ରଥମ ଲହର ବେଳେ ସବ୍ୟସାଚୀ ମଧ୍ୟ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥିଲେ । ଏବେ ସହାୟତା ଲାଗି ସବ୍ୟସାଚୀ ଅନଲାଇନ୍ ଫର୍ମ ଲିଙ୍କ୍ ଦେଇଛନ୍ତି ।
ଶ୍ରୀଜୀଉଙ୍କ ଆଶିର୍ବାଦ ନେଲେ ନବ ବିବାହିତା ଓଡିଆ ସେଲିବ୍ରେଟି ଦମ୍ପତି ସବ୍ୟସାଚ୍ଚୀ- ଅର୍ଚ୍ଚିତା
ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ନବ ବିବାହିତା ଓଡିଆ ସେଲିବ୍ରେଟି ଦମ୍ପତି ସବ୍ୟସାଚ୍ଚୀ- ଅର୍ଚ୍ଚିତା ଦର୍ଶନ କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହେବା ପରେ ପ୍ରଥମ ଥର ଶ୍ରୀ ମନ୍ଦିର ଆସି ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି । ଆଜି ସାନ୍ଧ୍ୟାରେ ଷ୍ଟାର ଦମ୍ପତି ପୁରୀରେ ପହଁଚି ଶ୍ରୀମନ୍ଦିରରେ ଦର୍ଶନ କରିଥିଲେ । ବୈବାହିକ ଜୀବନ ସୁଖ ଶାନ୍ତିରେ ବିତାଇବା ଲାଗି ଶ୍ରୀଜୀଉଙ୍କ ଆଶ୍ରୀବାଦ କାମନା କରିଥିଲେ। ଶ୍ରୀଜୀଉଙ୍କ ସେବାୟତ ଉଭୟଙ୍କୁ ଜଗନ୍ନାଥଙ୍କ ପାଟ ଖଣ୍ଡୁଆ ପିନ୍ଧାଇଥିଲେ। ସେହିପରି ସିଂହଦ୍ବାରରେ ଉଭୟେ ଦୀପ ଦାନ ମଧ୍ୟ କରିଥିଲେ ।
ତେବେ ଲକଡାଉନରେ ଯେଭଳି ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଥିଲେ ତାହା ସବୁ ମହାପ୍ରଭୁଙ୍କର ଆଶ୍ରୀବାଦ ଯୋଗୁ ହୋଇପାରିଥିବା  ସବ୍ୟସାଚ୍ଚୀ କହିଛନ୍ତି। ଆଗାମୀ ଦିନରେ ଲୋକଙ୍କୁ ଏହିପରି ସାହାଯ୍ୟ କରିବା ପାଇଁ ମହାପ୍ରଭୁଙ୍କର କରୁଣା ନିତ୍ୟାନ୍ତ ଆବଶ୍ୟକ କହିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ।