Monsoon Session - The Sakala

ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଗୋଟିଏ ଦିନରେ ଚାରି ଥର ଗୃହ ମୁଲତବୀ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ଦଳର ସଦସ୍ୟମାନଙ୍କ ଲଗାତାର ହଟ୍ଟଗୋଳ ଏବଂ ନାରାବାଜି କାରଣରୁ ସୋମବାର ଦିନ ଲୋକସଭାକୁ ୪ ଥର ମୁଲତବୀ ରଖାଯାଇଛି। ଗୃହର କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ଏବଂ ଅଧ୍ୟକ୍ଷଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀମାନେ ନିଜ ଜିଦରେ ଅଟଳ ରହିଥିଲେ, ଯାହା ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ଗୃହର କାର୍ଯ୍ୟ ପୁନର୍ବାର ଆରମ୍ଭ ହେବାର ମାତ୍ର ୨ ମିନିଟ୍ ପରେ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଏହାପୂର୍ବରୁ ଗୃହ ପ୍ରଥମେ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ୧୨ଟାରେ କାର୍ଯ୍ୟ ଆରମ୍ଭ ହେବାର ମାତ୍ର ୭ ମିନିଟ୍ ପରେ ଏହାକୁ ପୁଣି ୧୨:୩୦ ଏବଂ ପରେ ଦିନ ୧ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଅଧ୍ୟକ୍ଷ ଆସନରେ ଥିବା ଦିଲ୍ଲୀପ ସଇକିଆ ଗୃହକୁ ଶୃଙ୍ଖଳିତ କରିବାକୁ ଚେଷ୍ଟା କରିଥିଲେ। ସେ ସଦସ୍ୟମାନଙ୍କୁ ନିଜ ସ୍ଥାନରେ ବସିବାକୁ ଏବଂ 'ଶୂନ୍ୟକାଳ' ରେ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। "ଏହି ଆଚରଣ ଗଣତନ୍ତ୍ର ପାଇଁ ଭଲ ନୁହେଁ... ଆପଣମାନେ କ'ଣ ଗୃହ କାର୍ଯ୍ୟ ଚାଲୁ ବୋଲି ଚାହୁଁନାହାଁନ୍ତି କି?" ବୋଲି ସେ ପ୍ରଶ୍ନ କରିଥିଲେ। ତଥାପି ବିରୋଧୀମାନେ ୱେଲକୁ ଆସି ହଟ୍ଟଗୋଳ ଜାରି ରଖିଥିଲେ।

ଏହାପୂର୍ବରୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଦିବଂଗତ ସାଂସଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗୃହର କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଶାନ୍ତି ବଜାୟ ରଖିବାକୁ କହିଥିଲେ ଯେ, "ସଂସଦ ହେଉଛି ଗଣତନ୍ତ୍ରର ସର୍ବୋଚ୍ଚ ମଞ୍ଚ ଏବଂ ପ୍ରତ୍ୟେକଙ୍କୁ କହିବାକୁ ସମୟ ଦିଆଯିବ।" ଅନ୍ୟପକ୍ଷରେ, ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଜ୍ଞ ସାଂସଦମାନଙ୍କୁ ଗୃହ କାର୍ଯ୍ୟକୁ ସୁଗମ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ବିଶ୍ୱ ସ୍ତରରେ ଅନିଶ୍ଚିତତା ଲାଗିରହିଥିବା ବେଳେ ଦେଶର ବିକାଶ ପାଇଁ ସକାରାତ୍ମକ ଆଲୋଚନା ଆବଶ୍ୟକ। "ଯେତେବେଳେ ଯୁକ୍ତି ଏବଂ ପ୍ରମାଣ ଦୃଢ଼ ଥାଏ, ସେତେବେଳେ ଶାନ୍ତ ରହି ମଧ୍ୟ ନିଜ ବାର୍ତ୍ତା ଦିଆଯାଇପାରିବ। ମୁଁ ଆଶା କରୁଛି ଯେ ପ୍ରତ୍ୟେକ ସ୍ୱର ଶୁଣିବାକୁ ସୁଯୋଗ ମିଳିବ ଏବଂ ଗୃହର ସମସ୍ତ ସଦସ୍ୟ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିବେ," ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମତବ୍ୟକ୍ତ କରିଥିଲେ।

ଦିଲ୍ଲୀ ଗସ୍ତରେ ଗଲେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ସଂକ୍ଷିପ୍ତ ରାଜନୈତିକ ଗସ୍ତରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ମଙ୍ଗଳବାର ସକାଳେ ସେ ଜାତୀୟ ରାଜଧାନୀ ଅଭିମୁଖେ ଗସ୍ତ କରିଥିବା ଦଳୀୟ ସୂତ୍ରରୁ ପ୍ରକାଶ।

ନିଜର ଏହି ଦିଲ୍ଲୀ ଗସ୍ତ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେତେକ ବରିଷ୍ଠ ରାଜନୈତିକ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ସେ ତାଙ୍କର କିଛି ଘନିଷ୍ଠ ବନ୍ଧୁ ଏବଂ ସହଯୋଗୀଙ୍କୁ ମଧ୍ୟ ସାକ୍ଷାତ କରିବେ ବୋଲି ଜଣାପଡିଛି।

ଆସନ୍ତା ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନବୀନଙ୍କ ଦିଲ୍ଲୀ ଗସ୍ତ ବେଶ୍ ଗୁରୁତ୍ୱବହନ କରୁଛି। ସୂତ୍ରରୁ ପ୍ରକାଶ ଯେ, ଏହି ଗସ୍ତରେ ସେ ଦିଲ୍ଲୀରେ ଥିବା ବିଜେଡି ସାଂସଦମାନଙ୍କୁ ଭେଟି ଅଧିବେଶନ ପୂର୍ବରୁ ଦଳର ରଣନୀତି ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି। ସମସ୍ତ କାର୍ଯ୍ୟକ୍ରମ ସାରି ନବୀନ ଆସନ୍ତା ଜୁଲାଇ ୨୨ ତାରିଖରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି।

ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ, ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି ସୂଚନା ଦେଇଛନ୍ତି। ଏହି ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଅର୍ଥପୂର୍ଣ୍ଣ ବିତର୍କ ଏବଂ ନିଷ୍ପତ୍ତି ନେବା ପାଇଁ ଉଭୟ ଗୃହକୁ ଡାକିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି।

ଆଗାମୀ ମୌସୁମୀ ଅଧିବେଶନରେ ସାମ୍ବିଧାନିକ ସଂସ୍କାର, ଶାସନରେ ଉତ୍ତରଦାୟିତ୍ୱ ଏବଂ ପ୍ରତିରକ୍ଷା ସମ୍ବନ୍ଧୀୟ ବିବାଦ ଉପରେ ସରଗରମ ବିତର୍କ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଅଧିବେଶନ ପୂର୍ବରୁ ଜେପିସି ରିପୋର୍ଟ ଉପସ୍ଥାପନ ହେବାକୁ ଥିବାରୁ ସଂସଦରେ ବର୍ଷର ସବୁଠାରୁ ବିବାଦୀୟ ଆଲୋଚନା ହେବାର ସମ୍ଭାବନା ରହିଛି।

ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ୨୩ ଦିନିଆ ମୌସୁମୀ ଅଧିବେଶନରେ ୧୭ଟି ବୈଠକ ବସିବ। ଏହି ଅଧିବେଶନ କାଳରେ ୨୧ଟି ନୂତନ ବିଧେୟକ ସମେତ ସିନେମାଟୋଗ୍ରାଫ୍‌‌ ସଂଶୋଧନ ବିଲ୍‌‌, ଜୈବ ବିବିଧତା ସଂଶୋଧନ ବିଲ୍‌‌, ବ୍ୟକ୍ତିଗତ ଡିଜିଟାଲ୍‌‌ ତଥ୍ୟ ସୁରକ୍ଷା ବିଲ୍‌‌, ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍‌‌, ଜାତୀୟ ତଦନ୍ତ କମିଶନ ବିଲ୍‌‌, ଜାତୀୟ ନର୍ସିଙ୍ଗ୍‌‌ ଓ ସେବିକା କମିଶନ ବିଲ୍‌‌ ଏବଂ ବହୁମୁଖୀ-ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍‌‌ ୨୦୨୨ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବ। ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା
ଭୁବନେଶ୍ୱର :  ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଛନ୍ତି । ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଗୃହର ମଧ୍ୟଭାଗରେ କଂଗ୍ରେସ ନାରାବାଜି କରିଛି । ପ୍ରଶ୍ନକାଳ ବାତିଲ୍ କରି ରାଜ୍ୟର ମରୁଡ଼ି ସ୍ଥିତି ନେଇ ଆଲୋଚନା କରିବାକୁ ପୋଡିୟମ୍ ଉପରେ ଚଢ଼ି ଦାବି କରିଛନ୍ତି କଂଗ୍ରେସ ସଦସ୍ୟ । ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୂଲତବୀ ପ୍ରସ୍ତାବରେ ସମାନ ପ୍ରସଙ୍ଗ ଆସିଥିବାରୁ ଏହାକୁ ଆଗ୍ରହ୍ୟ କରିଥିଲେ ବାଚସ୍ପତି । ଗୃହରେ କଂଗ୍ରେସର ହଟ୍ଟଗୋଳ ପରେ ବାଚସ୍ପତି ବିଧାନସଭାକୁ ୧୨ଟା ୩୪ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଯୋଡ଼ି ହୋଇଥିବା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏମ୍ସ ଅତିଥି ଭବନରୁ ଯୋଡ଼ି ହୋଇଛନ୍ତି । ଏବଂ ଅନ୍ୟ ମାନେ ଚାହିଁଲେ ବି ଭିସି ଜରିଆରେ ଯୋଡି ହୋଇପାରିବ ବୋଲି କହିଛନ୍ତି ବାଚସ୍ପତି । ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ନେତା ଓ କୋଭିଡ୍ ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏମ୍ସ ଅତିଥି ଭବନରୁ ଭିସିରେ ଦିବଙ୍ଗତଙ୍କ ସ୍ମୃତି ଚାରଣ କରିଥିଲେ । ପରେ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୋକ ବ୍ୟକ୍ତ କରିଥିଲେ । ବିଧାନସଭା ଅଧିବେଶନ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସ୍ୱଳ୍ପ କାଳୀନ ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୧୨ଟି ବିଲ୍‌ ଆସିବ ।

ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନରେ RTPCR ଟେଷ୍ଟ ବାଧ୍ୟତାମୂଳକ
ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନରେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ। ବିନା ଆରଟିପିସିଆର ଟେଷ୍ଟ ଓ ଟିକା ନ ନେଇଥିବା ବିଧାୟକମାନଙ୍କୁ ବିଧାନସଭାରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ବାଚସ୍ପତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକ ମାନଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ୨୯, ୩୦ ଓ ୩୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ପରିସରରେ ଆରଟିପିସିଆର ଚେଷ୍ଟ କରାଯିବ ।

ସେପଟେ ଯେଉଁ ମାନଙ୍କର ରିପୋର୍ଟ ନେଗେଟିଭ ଆସିବ , ସେମାନଙ୍କୁ ଗୃହକୁ ପ୍ରବେଶ ଅନୁମତି ମିଳିବ । ସେହିପରି ଏ ଯାଏଁ ୮ଜଣ ବିଧାୟକ, କରୋନା ଟିକା ନେଇନାହାନ୍ତି । ତୁରନ୍ତ ଏହି ବିଧାୟକମାନେ ଟିକା ନେବାପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।