Traffic Rules - The Sakala
ମୋଡିଫାଏଡ୍ ସାଇଲେନ୍ସର ଲଗାଇଥିବା ଗାଡ଼ି ନାଁରେ ହ୍ୱାଟ୍ସଆପରେ ଅଭିଯୋଗ କରିବାକୁ କମିଶନରେଟ୍ ପୋଲିସର ନିବେଦନ
ଭୁବନେଶ୍ୱର: ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ପକ୍ଷରୁ ଏକ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଆଇନ ଉଲ୍ଲଂଘନ କରି ଅତ୍ୟଧିକ ଏବଂ ଅଯଥା ଶବ୍ଦ କରୁଥିବା ମୋଡିଫାଏଡ୍ ସାଇଲେନ୍ସର ବ୍ୟବହାର କରୁଥିବା ଗାଡ଼ିଗୁଡ଼ିକ ବିଷୟରେ ସିଧାସଳଖ ଅଭିଯୋଗ କରିବାକୁ ପୋଲିସ ପକ୍ଷରୁ ସାଧାରଣ ଜନତାଙ୍କୁ ଏକ ସାର୍ବଜନୀନ ବିଜ୍ଞପ୍ତି ଜରିଆରେ ନିବେଦନ କରାଯାଇଛି।
କମିଶନରେଟ୍ ପୋଲିସ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ସାଧାରଣ ଲୋକମାନେ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରିବେ। ନିୟମ ଉଲ୍ଲଂଘନକାରୀ ଗାଡ଼ିର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରି ଲୋକମାନେ ସିଧାସଳଖ ପୋଲିସକୁ ପଠାଇ ପାରିବେ। ଏଥିପାଇଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ନମ୍ବର +୯୧ ୮୨୮୦୩ ୩୮୩୦୨ (+91 82803 38302) ଜାରି କରାଯାଇଛି। ଲୋକମାନେ ଉକ୍ତ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ସହିତ ପ୍ରମାଣ ସ୍ୱରୂପ ଫଟୋ ବା ଭିଡିଓ ଏହି ନମ୍ବରରେ ସେୟାର କରିବାକୁ କୁହାଯାଇଛି।
ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ସହରକୁ ସମସ୍ତଙ୍କ ପାଇଁ ସୁରକ୍ଷିତ ତଥା ଶାନ୍ତମୟ ପରିବେଶରେ ପରିଣତ କରିବା ଉଦ୍ଦେଶ୍ୟରେ ଏହି ଉଦ୍ୟମ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ମିଳିଥିବା ସୂଚନା ଆଧାରରେ ପ୍ରଶାସନ ଉକ୍ତ ଗାଡ଼ି ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି ଅଭିଯାନକୁ ସଫଳ କରିବା ପାଇଁ କମିଶନରେଟ୍ ପୋଲିସ ସାଧାରଣ ଜନତାଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛି।
Viral Video: ଫୁଟ୍‌ପାଥ୍ ଉପରେ ସ୍କୁଟି ଚଳାଉଥିଲେ ଯୁବକ, ବାଟ ଓଗାଳିଲେ ବୃଦ୍ଧା; ସାହସିକତାକୁ ସଲାମ କରୁଛି ପୂରା ଦେଶ
କେରଳର କୋଝିକୋଡ଼ରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବୟସ୍କା ମହିଳା ଫୁଟ୍‌ପାଥ୍ ଉପରେ ଗାଡ଼ି ଚଳାଉଥିବା ଜଣେ ସ୍କୁଟି ଚାଳକଙ୍କୁ ଅଟକାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ବିରୋଧରେ ତାଙ୍କର ଏହି ସାହସିକ ପଦକ୍ଷେପକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।
ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ, ଜଣେ ସ୍କୁଟି ଚାଳକ ରାସ୍ତା ଛାଡ଼ି ଫୁଟ୍‌ପାଥ୍ ଉପରେ ଗାଡ଼ି ନେଇ ଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ଜଣେ ବୟସ୍କା ମହିଳା ତାଙ୍କ ବାଟ ଓଗାଳି ଛିଡ଼ା ହୋଇଥିଲେ। ଚାଳକ ଜଣକ ଯେତେ ଯୁକ୍ତିତର୍କ କିମ୍ବା ପାଖ ଦେଇ ଖସିଯିବାକୁ ଚେଷ୍ଟା କଲେ ମଧ୍ୟ ମହିଳା ଜଣକ ନିଜ ଜିଦରେ ଅଟଳ ରହିଥିଲେ। ଶେଷରେ ଯେତେବେଳେ ମହିଳା ଜଣକ ନିଜ ମୋବାଇଲ୍ ବାହାର କରି ଘଟଣାର ଭିଡିଓ ରେକର୍ଡିଂ କରିବା ଆରମ୍ଭ କଲେ, ସେତେବେଳେ ବାଧ୍ୟ ହୋଇ ଚାଳକ ଜଣକ ପଛକୁ ଫେରି ମୁଖ୍ୟ ରାସ୍ତାକୁ ଯାଇଥିଲେ।
An elderly woman in Kozhikode, Kerala, bravely stopped a scooty rider from misusing the footpath and sent him back to the road.
Her civic sense and determination truly deserve appreciation. pic.twitter.com/f5XEo52l7n
— MN (@NizzUtd) February 12, 2026
ସାକ୍ଷରତା ଓ ନାଗରିକ ଦାୟିତ୍ୱବୋଧର ଉଦାହରଣ
ଏହି ଘଟଣା ପରେ ମହିଳାଙ୍କ ସାହସିକତାକୁ ଅନେକ ଲୋକ ପ୍ରଶଂସା କରିଛନ୍ତି। ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ଯେ, ଯେଉଁମାନେ କେରଳର ସାକ୍ଷରତା ହାରକୁ ନେଇ କଥା କୁହନ୍ତି, ସେମାନେ ଏଥିରୁ ଶିଖିବା ଉଚିତ୍। ଶିକ୍ଷା କେବଳ ଚାକିରି କିମ୍ବା ବ୍ୟବସାୟ ପାଇଁ ନୁହେଁ, ବରଂ ଏହା ନାଗରିକ ଦାୟିତ୍ୱବୋଧ ଏବଂ ଭୁଲ ବିରୋଧରେ ସ୍ୱର ଉତ୍ତୋଳନ କରିବାର ସାହସ ଦେଇଥାଏ। ମହିଳା ଜଣକ ଜାଣିଥିଲେ ଯେ ଫୁଟ୍‌ପାଥ୍ କେବଳ ପଦଚାରୀଙ୍କ ପାଇଁ ଉଦ୍ଦିଷ୍ଟ, ଗାଡ଼ି ପାଇଁ ନୁହେଁ।
ବଢୁଛି ଫୁଟ୍‌ପାଥ୍ ଜବରଦଖଲ ସମସ୍ୟା
ଅନ୍ୟପକ୍ଷରେ କିଛି ଲୋକ ଏଭଳି ପରିସ୍ଥିତିରେ ବୃଦ୍ଧାଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଯଦି ସାମ୍ନା ବ୍ୟକ୍ତି ଆକ୍ରମଣାତ୍ମକ ହୋଇଥାନ୍ତେ, ତେବେ ପରିସ୍ଥିତି ବିଗିଡି ଯାଇଥାନ୍ତା ବୋଲି କିଛି ଲୋକ ମତ ଦେଇଛନ୍ତି। ତେବେ ବର୍ତ୍ତମାନ ସମୟରେ ଦୁଇ ଚକିଆ ଯାନ ଚାଳକମାନେ ଟ୍ରାଫିକରୁ ବର୍ତ୍ତିବା ପାଇଁ ଫୁଟ୍‌ପାଥ୍ ବ୍ୟବହାର କରିବା ଭାରତର ଅନେକ ସହରରେ ଏକ ସାଧାରଣ ଘଟଣା ହୋଇଗଲାଣି, ଯାହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।
ବେପରୁଆ ଗାଡ଼ି ଚାଳନା ପଡ଼ିଲା ମହଙ୍ଗା: ଓଡ଼ିଶା ପରିବହନ ବିଭାଗ ଜାରି କଲା ଭୟଙ୍କର ଦୁର୍ଘଟଣାର ଭିଡିଓ
ଭୁବନେଶ୍ୱର: ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ସବୁବେଳେ ସଡ଼କ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ତଥାପି ଅନେକ ଲୋକ ଟ୍ରାଫିକ ନିୟମକୁ ଅଣଦେଖା କରି ନିଜ ଜୀବନକୁ ବିପଦରେ ପକାଉଛନ୍ତି। ନିକଟରେ STA ଓଡ଼ିଶା ନିଜର ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ସିସିଟିଭି ଭିଡିଓ ସେୟାର କରିଛି, ଯାହା ବେପରୁଆ ଗାଡ଼ି ଚାଳନାର ଭୟାବହ ପରିଣାମକୁ ଦର୍ଶାଉଛି।
ବେପରୁଆ ଗାଡ଼ି ଚାଳନା ନିଜ ଭାଗରେ କେବଳ ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣା ନେଇ ଆସେ। ଟ୍ରାଫିକ ନିୟମ ପାଳନ ନକରି ଆପଣ ଆରାମରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଯିବେ ଭାବି ଅନେକ ସମୟରେ ଭୁଲ୍ କରନ୍ତି। ଦେଖନ୍ତୁ ଏହି ଭିଡିଓ କେମିତି ତିନି ଜଣ ବେପରୁଆ ଭାବେ ଯାଉଥିଲେ। ହେଲେ ଫଳ କ'ଣ ହେଲା? ଭୟଙ୍କର ଦୁର୍ଘଟଣା । ଭିଡିଓରୁ ଆପଣ କ'ଣ ଶିଖିଲେ ?… pic.twitter.com/AkohIAXfET
— State Transport Authority, Odisha (@STAOdisha) February 11, 2026
ଭାଇରାଲ ହେଲା ଦୁର୍ଘଟଣାର ଭିଡିଓ
ଏସଟିଏ ଦ୍ୱାରା ଜାରି କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ବାଇକରେ ତିନି ଜଣ ଯୁବକ (ଟ୍ରିପଲ ରାଇଡିଂ) ବେପରୁଆ ଭାବେ ଯାଉଥିଲେ। ଟ୍ରାଫିକ ନିୟମ ଉଲ୍ଲଂଘନ କରି ଦ୍ରୁତ ଗତିରେ ଯାଉଥିବା ବେଳେ ସେମାନେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି। କିଛି କ୍ଷଣର ମଜା କିପରି ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ, ତାହା ଏହି ଭିଡିଓ ମାଧ୍ୟମରେ ସ୍ପଷ୍ଟ ହୋଇଛି।
ସତର୍କ କରାଇଲା ପରିବହନ ବିଭାଗ
ଏହି ଭିଡିଓ ସେୟାର କରି STA ପକ୍ଷରୁ କୁହାଯାଇଛି ଯେ, ବେପରୁଆ ଗାଡ଼ି ଚାଳନା କେବଳ ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣା ନେଇ ଆସେ। ଅନେକ ସମୟରେ ଲୋକମାନେ ଟ୍ରାଫିକ ନିୟମ ପାଳନ ନକରି ଆରାମରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଯିବେ ବୋଲି ଭାବିଥାନ୍ତି, କିନ୍ତୁ ଏହା ଏକ ଭୁଲ୍ ଧାରଣା। ତେଣୁ ଗାଡ଼ି ଚଳାଇବା ସମୟରେ ଟ୍ରିପଲ ରାଇଡିଂ ନକରିବା, ହେଲମେଟ ପିନ୍ଧିବା ଏବଂ ସମସ୍ତ ଟ୍ରାଫିକ ନିୟମ ମାନିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।
ରାସ୍ତା କଡ଼ରେ ଥିବା ପଥରରେ କାହିଁକି ଥାଏ କଳା ଓ ଧଳା ରଙ୍ଗ? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ
ଆପଣ ଅନେକ ସମୟରେ ରାସ୍ତାରେ ଯାତାୟାତ କରୁଥିବା ବେଳେ ଲକ୍ଷ୍ୟ କରିଥିବେ ଯେ, ରାସ୍ତା କଡ଼ରେ ଥିବା ପଥର କିମ୍ବା ଡିଭାଇଡର ଗୁଡ଼ିକରେ କଳା ଏବଂ ଧଳା ରଙ୍ଗର ପଟି (Stripes) ଦିଆଯାଇଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି, କେବଳ ଏହି ଦୁଇଟି ରଙ୍ଗ କାହିଁକି ବ୍ୟବହାର କରାଯାଏ? ଏହା କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ବରଂ ଏହା ପଛରେ ଏକ ବଡ଼ କାରଣ ରହିଛି।
ରାସ୍ତା କଡ଼ରେ ଥିବା ଏହି ରଙ୍ଗର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡ୍ରାଇଭରମାନଙ୍କୁ ରାସ୍ତାର ସୀମା ସ୍ପଷ୍ଟ ଭାବରେ ଦେଖାଇବା। କଳା ଏବଂ ଧଳା ରଙ୍ଗ ପରସ୍ପରର ବିପରୀତ (Contrast) ହୋଇଥିବାରୁ ଏହା ବହୁତ ଦୂରରୁ ଦୃଶ୍ୟମାନ ହୁଏ। ବିଶେଷକରି ରାତ୍ରି ସମୟରେ କିମ୍ବା କୁହୁଡ଼ି ଥିବା ସମୟରେ ଗାଡ଼ିର ଲାଇଟ୍ ପଡ଼ିଲେ ଏହି ରଙ୍ଗ ଗୁଡ଼ିକ ଚମକି ଉଠେ, ଯାହା ଫଳରେ ଚାଳକ ସହଜରେ ରାସ୍ତାର ଶେଷ ଭାଗ ଜାଣିପାରନ୍ତି।
ଏହି ରଙ୍ଗ ଗୁଡ଼ିକ ସୁରକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ରାସ୍ତାରେ କୌଣସି ମୋଡ଼ କିମ୍ବା ବାଙ୍କ (Curve) ଥାଏ, ତେବେ ଏହି ପଟି ଗୁଡ଼ିକ ଡ୍ରାଇଭରଙ୍କୁ ସତର୍କ କରାଇଥାଏ। ଏହାଦ୍ୱାରା ଗାଡ଼ି ରାସ୍ତା କଡ଼କୁ ଖସିଯିବା କିମ୍ବା ଡିଭାଇଡରରେ ପିଟି ହେବା ଭଳି ଦୁର୍ଘଟଣାକୁ ରୋକାଯାଇପାରେ।
ଭାରତୀୟ ଟ୍ରାଫିକ ନିୟମ ଅନୁଯାୟୀ, ରାସ୍ତା କଡ଼ରେ ଥିବା ଏହି କର୍ବ (Kerb) ଗୁଡ଼ିକୁ ରଙ୍ଗୀନ କରିବା ବାଧ୍ୟତାମୂଳକ। କେତେକ ସ୍ଥାନରେ ହଳଦିଆ ଏବଂ କଳା ରଙ୍ଗ ମଧ୍ୟ ବ୍ୟବହାର କରାଯାଏ, ଯାହାର ଅର୍ଥ ସେଠାରେ ଗାଡ଼ି ପାର୍କିଂ କରିବା ନିଷେଧ। ତେବେ କଳା ଓ ଧଳା ରଙ୍ଗ ମୁଖ୍ୟତଃ ରାସ୍ତାର ଗଠନ ଏବଂ ଦିଗ ନିର୍ଣ୍ଣୟ ପାଇଁ ବ୍ୟବହୃତ ହୋଇଥାଏ।
ପ୍ରେସର ହର୍ଣ୍ଣ ଲଗାଇଲେ କଟିବ ମୋଟା ଅଙ୍କର ଫାଇନ୍ ...
ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଚଳିବନି ମାମଲାତି। ପ୍ରେସର ହର୍ଣ୍ଣ ଲଗାଇଲେ କଟିବ ମୋଟା ଅଙ୍କର ଫାଇନ । ବାଣୀବିହାର ଓ ସତସଙ୍ଗ ମନ୍ଦିର ନିକଟରେ ବ୍ୟାପକ ହେଲା ବସ୍ ଚେକିଂ। କଢ଼ାଗଲା ପ୍ରେସର ହର୍ଣ୍ଣ । କଟାଗଲା ମୋଟା ଅଙ୍କର ଫାଇନ । କେବଳ ପ୍ରେସର ହର୍ଣ୍ଣ ନୁହେଁ, ବରଂ ସାଇଲେନ୍ସର୍, ସ୍ପିଡ଼ ଡ୍ରାଇଭିଂ, ରଙ୍ଗ ରୁଟ, ଟ୍ରିପଲ ରାଇଡିଂ, ପଲ୍ୟୁସନ ନ ଥିବା ଗାଡି ବିରୋଧରେ ମଧ୍ୟ କଟିଛି ମୋଟା ଅଙ୍କର ଫାଇନ କଟାଯାଇଛି।  ରୋଡ଼ ରୋମିଓଙ୍କ ବିରୋଧରେ ଆଗକୁ ଏଭଳି ଆକ୍ସନ ଜାରି ରହିବ ବୋଲି ସୂଚନା ଦେଇଛି ଟ୍ରାଫିକ ପୁଲିସ ।
ସାବାଡ଼ ହେବେ ଟ୍ରାଫିକ୍‌‌ ଉଲ୍ଲଂଘନକାରୀ; ୩ ଥର ଜରିମାନା ନ ଭରିଲେ ବାତିଲ୍‌‌ ହେବ ଲାଇସେନ୍ସ
ଭୁବନେଶ୍ୱର: ଅମାନିଆ ଚାଳକଙ୍କୁ ନିସ୍ତାର ମିଳିବନି। ଟ୍ରାଫିକ୍‌‌ ନିୟମକୁ ଭାଙ୍ଗୁଥିବା ବେଫିକର ଚାଳକଙ୍କ ଉପରେ ପଡ଼ିବ ଆଇନ୍‌‌ ଛାଟ। ଟ୍ରାଫିକ୍‌‌ ନିୟମ ଉଲ୍ଲଂଘନକାରୀଙ୍କୁ ନାଲିଆଖି ଦେଖାଇବା ସହ ସତର୍କବାଣୀ ଶୁଣାଇଛି କମିସନରେଟ୍‌‌ ପୁଲିସ। ଟ୍ରାଫିକ୍‌‌କୁ ବ୍ୟବସ୍ଥିତ ଓ ସୁଧାର ଆଣିବା ଲାଗି କଠୋର ହୋଇଛି ଟ୍ରାଫିକ୍‌‌ ପୁଲିସ। ଟ୍ରାଫିକ୍‌‌ ନିୟମ ବାରମ୍ବାର ଭାଙ୍ଗିବା ପରେ ଜରିମାନା ପୈଠ କରୁନଥିବା ଅମାନିଆଙ୍କୁ ଟାର୍ଗେଟ୍‌‌ କରାଯାଇଛି। ଏଣିକି ୩ଥର ଜରିମାନା ରାଶି ନ ଭରିଲେ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ୍‌‌ କରାଯିବ। ପ୍ରଥମ ପର୍ଯ୍ୟାୟରେ କିଛି ଅମାନିଆ ଚାଳକଙ୍କ ଲାଇସେନ୍ସ ରଦ୍ଦ ଲାଗି ପରିବହନ ବିଭାଗକୁ ଅବଗତ କରିଛି କମିସନରଟ୍‌‌ ପୁଲିସ।
ଅନୁରୂପ ଭାବେ ଅନେକ ଚାଳକ ଟ୍ରାଫିକ୍‌‌ ନିୟମ ଭାଙ୍ଗି ଧରାପଡୁଛନ୍ତି। ସିସିଟିଭି ଦ୍ୱାରା ଚାଳକଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କ ନାମରେ ଇ-ଚାଲାଣ କଟାଯାଉଛି। କିନ୍ତୁ ଟଙ୍କା ଭରଣା କରୁନାହାନ୍ତି। ତେଣୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ ନ ହୋଇ ରାଜକୋଷରେ ଗଡ଼଼ୁଛି। ତେଣୁ ଚାଳକଙ୍କୁ ଧରିବାକୁ ଏଣିକି ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଉଛି। ଅମାନିଆ ଚାଳକଙ୍କଠାରୁ ‘ଅନ୍‌‌ ଦି ସ୍ପଟ୍‌‌’ ଚାଲାଣ କାଟି ଟଙ୍କା ଆଦାୟ ଭଳି ବ୍ୟବସ୍ଥା କରାଯାଉଛି। ଫଳରେ ଇ-ଚାଲାଣ କାଟି ଖସି ପଳାଉଥିବା ଚାଳକ ଫସିବା ସହ ଘଟଣାସ୍ଥଳରେ ହିଁ ଜରିମାନା ରାଶି ଭରିବେ। ଫଳରେ ଇ-ଚାଲାଣ ସଂଖ୍ୟା କମିବା ସହ ସାବାଡ଼ ହେବେ ଅମାନିଆ ଚାଳକ। ଇ-ଚାଲାଣ କଟୁଥିବାବେଳେ ଅନେକ ଚାଳକ ଟଙ୍କା ଭରୁନାହାନ୍ତି। ଜରିମାନା ରାଶି ଭରଣା କରୁନଥିବାରୁ ଚାଳକଙ୍କ ଉପରେ ପ୍ରଭାବ ପଡୁନି। ତେଣୁ ଅନ୍‌‌ ଦି ସ୍ପଟ୍‌‌ ଚାଲାଣ କଟିଲେ, ଚାଳକ ଜରିମାନା ରାଶି ଭରିଲେ ପ୍ରଭାବ ପଡ଼ିବା ସହ ଚାଳକଙ୍କ ମନରେ ଭୟ ଆସିବ ବୋଲି କମିସନରେଟ୍‌‌ ପୁଲିସ ଆଶା ରଖିଛି। ସେହିପରି ଜଣେ ଲେଖାଏଁ ଚାଳକ ନାଁରେ ୨୦ରୁ ୨୫ ଥର ଟ୍ରାଫିକ୍‌‌ ଉଲ୍ଲଂଘନ ନିୟମ ଭାଙ୍ଗିଥିବାରୁ ଚାଲାଣ ପଠାଯାଇଛି। କିନ୍ତୁ ସେମାନେ ଟଙ୍କା ଭରଣା କରୁନାହାନ୍ତି। ପୂର୍ବରୁ ୫ଥର ଟ୍ରାଫିକ୍‌‌ ନିୟମ ଭାଙ୍ଗି ଟଙ୍କା ଭରୁ ନ ଥିବା ଚାଳକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉଥିଲା। ଜରିମାନା ରାଶି ଜମା ନ କଲେ ପୁଲିସ କୋର୍ଟକୁ ପ୍ରସିକ୍ୟୁସନ ରିପୋର୍ଟ ପଠାଯିବ। ଉକ୍ତ ରିପୋର୍ଟକୁ ଆଧାର କରି କୋର୍ଟରୁ ବେପରୁଆ ଚାଳକଙ୍କ ଠିକଣାରେ ସମନ୍‌‌ ପହଞ୍ଚିବ। ଏହାକୁ ଅମାନ୍ୟ କରି ଟଙ୍କା ନ ଦେଲେ ଅମାନିଆଙ୍କ ବିରୋଧରେ ଗିରଫ ପରୱାନା (ୱାରେଣ୍ଟ୍‌‌) ଜାରି ହୋଇଥିଲା। କିନ୍ତୁ ଅଧିକାରୀ ବଦଳିବା ପରେ ବଦଳି ଯାଇଥିଲା ଏହି ନିୟମ କାନୁନ୍‌‌।
ସୂଚନାଯୋଗ୍ୟ ଯେ, ୨୦୧୯ ଡିସେମ୍ବର ମାସରୁ ରାଜଧାନୀରେ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ୫ବର୍ଷରେ ଭୁବନେଶ୍ୱରରେ ୭ ଲକ୍ଷରୁ ଅଧିକ ଇ-ଚାଲାଣ କଟାଯାଇଛି। ସେଥିରୁ ଦେଢ଼ଲକ୍ଷ ଇ-ଚାଲାଣ ଟଙ୍କା ଅମାନିଆ ଚାଳକ ଭରଣା କରିଛନ୍ତି। ଅବଶିଷ୍ଟ ଇ-ଚାଲାଣ ସେମିତ ଉଲ୍ଲଂଘନକାରୀଙ୍କ ଉପରେ ଗଡ଼଼ୁଛି। ବକେୟା ପଡ଼ିଥିବା ଇ-ଚାଲାଣ ଟଙ୍କା ପୈଠ କରିନଥିବା ଅମାନିଆଙ୍କ ଘରକୁ କୋର୍ଟ ଜରିଆରେ ସମନ୍‌‌ ପହଞ୍ଚିଯିବ। ଇ-ଚାଲାଣ କଟିବାର ମାସେ ଭିତରେ ଜରିମାନା ଟଙ୍କା ପୈଠ ନ କଲେ ନୂଆ କରି କଟକରେ ଖୋଲିଥିବା ଜେଏମ୍‌‌ଏଫ୍‌‌ସି(ପରିବହନ) ଭର୍ଚୁଆଲ କୋର୍ଟ ଜରିଆରେ ଘରେ ସମନ୍‌‌ ପହଞ୍ଚିଯିବ। ଜରିମାନା ପୈଠ କରିବା ଲାଗି ମାସେ ମହଲତ ଦିଆଯିବା ସହ ବାଧ୍ୟତାମୂଳକ କରାଯାଇଛି। ନଚେତ୍‌‌ ଗାଡ଼ି ମାଲିକଙ୍କ ବିରୋଧରେ ୱାରେଣ୍ଟ୍‌‌ ଜାରି କରାଯିବ। ସେହିପରି ଇ-ଚାଲାଣର ଏକ ତୃତୀୟାଂଶ ଉଲ୍ଲଂଘନକାରୀ ଟଙ୍କା ଭରୁନାହାନ୍ତି।
ଟ୍ରାଫିକ୍‌‌ ସମ୍ଭାଳୁଛନ୍ତି ଏସିପି ଓ ଅପରାଧଙ୍କୁ ଜଗୁଛନ୍ତି ଇନ୍ସପେକ୍ଟର
ସ୍ମାର୍ଟ ସିଟି ପକ୍ଷରୁ କାର୍ଯ୍ୟ କରୁଥିବା ସମନ୍ୱିତ ନିୟନ୍ତ୍ରିତ କକ୍ଷ(ବିଏସ୍‌‌ସିଏଲ୍‌‌)କୁ ଆହୁରି ସୁଦୃଢ଼ କରାଯାଇଛି। ସିସିଟିଭିକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଅପରାଧୀ ଉପରେ ତୀକ୍ଷ୍ଣ ନଜର ଓ ଅନ୍ୟପଟେ ସହରର ଟ୍ରାଫିକ୍‌‌ ବ୍ୟବସ୍ଥାକୁ ଯାଞ୍ଚ କରାଯାଉଛି। ଟ୍ରାଫିକ୍‌‌ ଉପରେ ନଜର ରଖିବା ଲାଗି ଜଣେ ଏସିପି ପାହ୍ୟାର ଅଧିକାରୀ ଓ ଅପରାଧୀଙ୍କ ଗତିବିଧି ଉପରେ ଜଣେ ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି। ସହରର ୨୫୮ଟି ସ୍ଥାନରେ ୧୧୦୦ କ୍ୟାମେରା ଲାଗିଛି। ଏଗୁଡ଼ିକୁ ସେଠାରୁ ମନିଟରିଂ କରାଯାଉଛି। ସିସିଟିଭି ସଂଖ୍ୟା ବଢ଼଼ାଇବାକୁ ଯୋଜନା ହୋଇଛି। ସହରର ଅପରାଧପ୍ରବଣ ଅଞ୍ଚଳ ଓ ଉପକଣ୍ଠରେ ପ୍ରାୟ ୨୫୦ଟି ସ୍ଥାନରେ ୨ହଜାରରୁ ଅଧିକ ଏଆଇ କ୍ୟାମେରା ଲଗାଇବାକୁ ନକ୍ସା ପ୍ରସ୍ତୁତ ହୋଇଛି। ଅନୁରୂପ ଭାବେ ଟ୍ରାଫିକ୍‌‌ ନିୟମ ଭାଙ୍ଗୁଥିବା ଚାଳକଙ୍କ ଏଏନ୍‌‌ପିଆର୍‌‌ କ୍ୟାମେରା ଲଗାଯାଇଛି। ସହରର ୩୨ଟି ଛକରେ ୫୨୧ଟି ଟ୍ରାଫିକ୍‌‌ ଟିଭିଡିଏସ୍‌‌ କ୍ୟାମେରା ଏହି ସମସ୍ତ ଅମାନିଆଙ୍କୁ ଚିହ୍ନଟ କରୁଛି।
ଟ୍ରାଫିକ୍‌‌ ଛକରେ ମୋବାଇଲ୍‌‌ ଫୋନ୍‌‌ ବ୍ୟବହାରକୁ ବାରଣ
ଭୁବନେଶ୍ୱର: ଏଣିକି ଟ୍ରାଫିକ ଛକରେ ମୋବାଇଲ ଫୋନ୍‌‌ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଟ୍ରାଫିକ୍‌‌ ଛକରେ ସିଗ୍‌‌ନାଲ ନାଲି ହେଲେ ଚାଳକ ଅଟକିଯାଆନ୍ତି। ପରେ ସମୟ କାଟିବା ପାଇଁ ମୋବାଇଲ୍‌‌ ଫୋନ୍‌‌କୁ ପକେଟ୍‌‌ରୁ କାଢ଼ି ବ୍ୟବହାର କରନ୍ତି। କିଏ ଫେସ୍‌‌ବୁକ୍‌‌ ଖୋଲେ, ପୁଣି କିଏ ୟୁ-ଟ୍ୟୁବ କିମ୍ବା ଇନ୍‌‌ଷ୍ଟାଗ୍ରାମ୍‌‌ରୁ ଭିଡିଓ ଖୋଜି ଦେବେ। ହେଲେ ଏଣିକି ଟ୍ରାଫିକ ଛକରେ ଛିଡ଼ା ହୋଇ ମୋବାଇଲ ଫୋନ୍‌‌ରେ ଟାଇମ୍‌‌ପାସ୍‌‌ କରିପାରିବ ନାହିଁ। ଟ୍ରାଫିକ ସିଗ୍‌‌ନାଲ ଡ୍ରାଇଭିଂର ଏକ ଅଂଶ ହୋଇଥିବା ଯୋଗୁଁ ଏହି ନିୟମ କରାଯାଇଛି। ରାଜଧାନୀରେ ମୋବାଇଲ୍‌‌ ଫୋନ୍‌‌ରେ କଥା ହେବା କ୍ଷେତ୍ରରେ ଧରପଗଡ଼କୁ ବ୍ୟାପକ କରାଯାଇଛି। ମୋବାଇଲ୍‌‌ ଫୋନ୍‌‌ରେ କଥା ହେବା ସମୟରେ ଧରାପଡ଼ିଲେ, ଗାଡି ଜବତ କରାଯାଉଛି। ଏହି ଉଲ୍ଳଂଘନ ଲାଗି ଚାଳକଙ୍କ ଠାରୁ ଜରିମାନା ଆଦାୟ କରା ନ ଯାଇ ଗାଡ଼ିଗୁଡ଼ିକୁ ଜବତ କରାଯାଉଛି। ପରେ କୋର୍ଟକୁ ପିଆର୍‌‌ ପଠାଇ ଦିଆଯାଉଛି। କୋର୍ଟରେ ଜରିମାନା ରାଶି ପଇଠ କରିବା ପରେ ଗାଡ଼ି ମୁକୁଳୁଛି। ତେବେ ଟ୍ରାଫିକ୍‌‌ ଛକଗୁଡ଼ିକରେ ଗାଡ଼ି ରଖି ମୋବାଇଲ୍‌‌ ଫୋନ୍‌‌ ଟିପୁଥିବା ଚାଳକଙ୍କ ପ୍ରତି କଠୋର ହୋଇଛି ପୁଲିସ। ଏହି ନିୟମ ଉଲ୍ଳଂଘନ କରୁଥିବା ୭୮୮ ଚାଳକଙ୍କ ଠାରୁ ଜରିମାନା ଆଦାୟ ହୋଇଛି।
ସୂଚନା ଅନୁଯାୟୀ, ଗାଡ଼ି ଚଳାଇବା ବେଳେ ମୋବାଇଲ୍‌‌ ଫୋନ୍‌‌ର ବ୍ୟବହାର, କାନରେ ଇଅର୍‌‌ଫୋନ୍‌‌ ଦେଇ ଗୀତ ଶୁଣିବା ବା କଥା ହେବା, ବ୍ଲୁ-ଟୁଥ୍‌‌ ଡିଭାଇସ୍‌‌ କାନରେ ଦେବା, ଫଟୋ ଉଠାଇବା, ଭିଡିଓ ଶୁଟ୍‌‌ କରିବାକୁ ବାରଣ କରାଯାଇଛି। ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‌‌ର ବ୍ୟବହାର ଯୋଗୁଁ ଦୁର୍ଘଟଣା ବଢ଼଼ିଯାଇଛି। ଏହାକୁ ରୋକିବାକୁ କମିସନରେଟ ପୁଲିସ ପକ୍ଷରୁ ବିବିଧ କାର୍ଯ୍ୟପନ୍ଥା ନିଆଯାଉଛି। ଏହି ନିୟମକୁ ଅବମାନନା କଲେ ଓଡ଼ିଶା ମୋଟରଯାନ ଆଇନ୍‌‌ ଅନୁଯାୟୀ ୫ହଜାର ଟଙ୍କା ଜରିମାନା ଏବଂ ସହରାଞ୍ଚଳ ପୁଲିସ ଆଇନ୍‌‌ ଅନୁସାରେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଶୃଙ୍ଖଳିତ ଗାଡି ଚାଳଚଳକୁ ଦିଆଯାଉଛି ଗୁରୁତ୍ୱ। ସମସ୍ତ ଆଇନ୍‌‌କାନୁନ ଅନୁପାଳନ କରି ଗାଡ଼ି ଚଳାଇବା ଲାଗି କୁହାଯାଉଛି। ନଚେତ୍‌‌ ଗାଡ଼ିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏମିତିକି ମୋବାଇଲ ଫୋନ୍‌‌ ବ୍ୟବହାର କଲେ ଚାଳକଙ୍କ ଲାଇସେନ୍ସ ବାତିଲ୍‌‌ ହେବାର ନିୟମ ରହିଛି। ସେହିପରି ମୋବାଇଲ ଫୋନ୍‌‌ ବ୍ୟବହାର କରି ଗାଡ଼ି ଚାଳକଙ୍କ ଧରିବା ସହ ଧରପଗଡ଼କୁ ଜୋର୍‌‌ଦାର କରିବା ପରେ ଗଳାବାଟ ଖୋଜିଛନ୍ତି ଅମାନିଆ ଚାଳକ। ପୁଲିସ କବଳରୁ ବର୍ତ୍ତିବା ଲାଗି କାନରେ ଇୟରଫୋନ୍‌‌ ଲଗାଉଛନ୍ତି। ଏଣିକି ଇୟରଫୋନ୍‌‌ ଲଗାଇ ଗାଡ଼ି ଚଳାଉ ଧରାପଡ଼ିଲେ ଜରିମାନା ଗଣିବେ ଚାଳକ। ଏନେଇ ସହରର କିଛି ଛକରେ ସଚେତନତା ଲାଗି ଫଳକ ଲଗାଯାଇଛି। ଆହୁରି ୧୫ ଛକରେ ଲାଗିବ ବୋଲି ହୋର୍ଡିଂ ଆସିଛି। ଘରୋଇ ସଂସ୍ଥା ପକ୍ଷରୁ ଗାଡ଼ି ଚଳାଇବା ସମୟରେ ଇଅରଫୋନ୍‌‌ ବ୍ୟବହାର ନ କରିବା ଲାଗି ଏଥିରେ ଉଲ୍ଲେଖ ରହିଛି।
ଭୁବନେଶ୍ୱର:  ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ (ଓୟୁପି) ଧାରାରେ ରାଜଧାନୀରେ ଇ-ଚାଲାଣ କାଟୁଛି କମିସନରେଟ୍‌‌ ପୁଲିସ। ଏହି ଆଇନ ଅନୁସାରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଠାରୁ ପାରମ୍ପରିକ ଭାବେ ହାତରେ କଟାଯାଇଥିବା ଚାଲାଣ (ମାନୁଆଲ)କୁ ହଟାଯାଇ ଇ-ଚାଲାଣ କଟାଯାଉଛି। ଫଳରେ ଜରିମାନା ଆଦାୟରେ ସ୍ୱଚ୍ଛତା ଆସିବ ବୋଲି ପୁଲିସ ଆଶା ରଖିଛି। ଏଥିସହ ‘୫-ଟି’ ଯୋଡ଼ି ହେବା ପରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଉଛି କମିସନରେଟ୍‌‌ ପୁଲିସ। ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଉଛି। ଏଣୁ ନ୍ୟାସନାଲ ଇନ୍‌‌ଫରମେଟିକ୍‌‌ ସେଣ୍ଟର(ଏନ୍‌‌ଆଇସି) ଉକ୍ତ ସଫ୍ଟୱେର୍‌‌ ପ୍ରସ୍ତୁତ ହୋଇଛି। ଏହା ଇ-ଚାଲାଣ ମେସିନ୍‌‌ରେ ଅପଲୋଡ୍‌‌ କରାଯିବ। ଫଳରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଉଛି।
ସେହିପରି ରାଜଧାନୀରେ ବିନା ହେଲ୍‌‌ମେଟ, ବେଆଇନ ପାର୍କିଂ, ରଙ୍ଗ୍‌‌ରୁଟ୍‌‌ ଓ ଫୋନ୍‌‌ରେ ଗପିବା ଆଦିରେ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ୫୦୦ ଟଙ୍କା ନେଉଥିଲେ ପୁଲିସ କର୍ମଚାରୀ। ସେମାନେ ମାନୁଆଲ ଚାଲାଣ କାଟୁଥିବାରୁ ୧୦୦ ଟଙ୍କା ଚାଲାଣ କାଟି ବଳକା ୪୦୦ ଟଙ୍କା ଚଳୁ କରୁଥିବାର ଅଭିଯୋଗ ହୋଇଥିଲା। କାରଣ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ଟ୍ରାଫିକ ନିୟମ ଭାଙ୍ଗିଲେ ୫୦ ଟଙ୍କା ଠାରୁ ସର୍ବାଧିକ ୧ ହଜାର ଟଙ୍କା ଯାଏଁ ଚାଲାଣ କାଟିପାରିବ ପୁଲିସ। ଏଣୁ ନିୟମ ଖିଲାପକାରୀଙ୍କ ଠାରୁ ମୋଟା ଆକାରର ଜରିମାନା ନେଇ କିଛି ଟଙ୍କା ଚାଲାଣ ବାବଦରେ ପୁଲିସ ଦେଇଦେଉଥିବା ଅଭିଯୋଗ ହୋଇଥାଏ। ଇ-ଚାଲାଣ ହେବା ଦ୍ୱାରା ଚାଲାଣ କାଟିବା ସହ ଜରିମାନା ଆଦାୟରେ ସ୍ୱଚ୍ଛତା ଆସୁଛି। ଏଥିରେ ଟ୍ରାଫିକ ବ୍ୟବସ୍ଥାରେ ସରଳୀକରଣ କରିବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି।
ଏସବୁ ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ
ରାସ୍ତାର ନିୟମ ଭାଙ୍ଗିବା, ପଶୁଙ୍କ ପ୍ରତି ଅସୁବିଧା ସୃଷ୍ଟି କରିବା, ରାସ୍ତାରେ ଅସୁବିଧା ସୃଷ୍ଟି କରିବା, ପଶୁଙ୍କୁ ବିକ୍ରି କରିବା ଲାଗି ପ୍ରଦର୍ଶନ କରିବା, ଫୁଟ୍‌‌ପାଥ ଅବରୋଧ କରିବା, ସର୍ବସାଧାରଣରେ ଅପରାଧମୂଳକ କାର୍ଯ୍ୟ କରିବା, ଉର୍ଦ୍ଦିଷ୍ଟ କୂଅକୁ ଅପବିତ୍ର କରିବା, ସର୍ବସାଧାରଣରେ ଦୁର୍ବ୍ୟବହାର କରିବା, ଗାଧେଇବା ଲାଗି ଲୋକେ ଆସୁଥିବା ରାସ୍ତାକୁ ଅବରୋଧ କରିବା, ଶାନ୍ତି ଭଙ୍ଗ କରିବା ନିମନ୍ତେ ଉସ୍‌‌କେଇବା, ସଡ଼କ ମଝିରେ ନିଆଁ ଲଗାଇବା, ରାସ୍ତା ମଝିରେ ମଦ୍ୟପାନ, ସରକାରୀ ସମ୍ପତ୍ତିର ବିନା ଅନୁମତିରେ ନୋଟିସ୍‌‌ ଲଗାଇବ ଏବଂ ସରକାରୀ ଅଫିସ୍‌‌ ସାମ୍‌‌ନାରେ ବେଆଇନ୍‌‌ ପାର୍କିଂ କରିବା ଆଦି ନିୟମକୁ ଭାଙ୍ଗିଲେ ପୁଲିସ ଜରିମାନା ଆଦାୟ କରିବ ବୋଲ ସୂଚନା ମିଳିଛି।
ସାଇକଲ ଚଳାଇବା ବେଳେ ଫୋନ୍‌‌ରେ ଗପିଲେ ବି ଫସିବେ
ରାଜଧାନୀରେ ସାଇକଲ ଚଳାଇବା ସମୟରେ ଫୋନ୍‌‌ରେ କଥା ହେଉଥିବା ସମୟରେ ପୁଲିସ ହାତରେ ଧରାପଡ଼ିଲେ ଜରିମାନା ଆଦାୟ କରାଯିବ। ଫୋନ୍‌‌ରେ କଥା ହେଉଥିଲେ ପୁଲିସ କବଳରୁ ବର୍ତ୍ତିପାରିବେନି ଅମାନିଆ। ସେମାନଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରିବ ପୁଲିସ। ପୂର୍ବରୁ ଏହି ଆଇନ ଥିଲେ ମଧ୍ୟ ଏହାକୁ ଲାଗୁ କରାଯାଉ ନ ଥିଲା। ମାତ୍ର ସାଇକଲ ଚଳାଉଥିବା ବ୍ୟକ୍ତି ମୋବାଇଲ୍‌‌ ଫୋନ୍‌‌ରେ କଥା ହେବାରୁ ଦୁର୍ଘଟଣାରେ ଜୀବନ ଯାଉଛି।
ନୂଆଦିଲ୍ଲୀ: କଡ଼ାକଡ଼ି ହେଲା ଟ୍ରାଫିକ ନିୟମ । ପରିବହନ ମନ୍ତ୍ରଣାଳୟ ଏକ ନୂତନ ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତି ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ ସହ ଜଡିତ ଅପରାଧର ୧୫ ଦିନ ମଧ୍ୟରେ ଉଲ୍ଲଂଘନକାରୀଙ୍କୁ ନୋଟିସ୍ ପଠାଇବ ବୋଲି ରାଜ୍ୟ କାର୍ଯ୍ୟକାରୀ ଏଜେନ୍ସି ଜାରି ରଖିଛି। ଏହା ସହିତ ପରିବହନ ମନ୍ତ୍ରଣାଳୟର ନୂତନ ନିୟମ ଅନୁଯାୟୀ, ଇନଭଏସ୍ ସମାଧାନ ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ୍ ରେକର୍ଡଗୁଡିକ ସଂରକ୍ଷଣ କରିବାକୁ ପଡିବ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମୋଟର ଯାନ ଅଧିନିୟମ ଅନୁଯାୟୀ ସଂଶୋଧିତ ବିଜ୍ଞପ୍ତି ଜାରି କରିଛି । ଏହି ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ, ଚାଲାଣ ଜାରି କରିବା ପାଇଁ ବୈଦ୍ୟୁତିକ ଉପକରଣ ବ୍ୟବହାର କରାଯିବ ଅର୍ଥାତ ଉଲ୍ଲଂଘନକାରୀଙ୍କୁ ଇ-ଚାଲାଣ ଜାରି କରାଯିବ। ମନ୍ତ୍ରଣାଳୟ ଏ ସମ୍ପର୍କରେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି।
This certificate shall confirm that the device is accurate and it shall be renewed annually.
— MORTHINDIA (@MORTHIndia) August 19, 2021
ନୂତନ ନିୟମ ଅନୁଯାୟୀ, ଟ୍ରାଫିକ୍ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ମୁଖ୍ୟତ ବ୍ୟବହୃତ ହେବ । ଏଥିମଧ୍ୟରେ ମୋସନ୍ କ୍ୟାପଚର ଚିତ୍ର କ୍ୟାମେରା (କାର୍ ସ୍ପିଡ୍ ଡିଟେକସନ୍ କ୍ୟାମେରା), ସିସିଟିଭି କ୍ୟାମେରା, ବଡି କ୍ୟାମେରା, ମୋଟର ଡ୍ୟାସବୋର୍ଡ କ୍ୟାମେରା, ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ଉପକରଣ (ANPR), ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଯାନ ଅନ୍ତର୍ଭୁକ୍ତ ।
State Govts shall ensure that such devices are placed at high-risk / high-density corridors on NHs, State Highways & at critical junctions, at least in major cities with more than 1 million population, including 132 cities mentioned in the notification.
— MORTHINDIA (@MORTHIndia) August 19, 2021
୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରମୁଖ ସହର, ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ଗୁରୁତ୍ୱପୂର୍ଣ୍ଣ ଜଙ୍କସନରେ ଏହିପରି ଉପକରଣଗୁଡ଼ିକ ସ୍ଥାପିତ କରାଯିବା ନେଇ ରାଜ୍ୟ ସରକାର ନିଶ୍ଚିତ କରିବେ। ବିଜ୍ଞପ୍ତିରେ ଏପରି ୧୩୨ଟି ସହର ଉଲ୍ଲେଖ କରାଯାଇଛି ଯାହାକି ହାଇରିସ୍କ ଭାବେ ଅଭିହିତ କରାଯାଇଛି | ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଏପରି ଭାବରେ ସ୍ଥାପିତ କରାଯିବା ଉଚିତ ଯେମିତିକି ରାଜପଥରେ ଯାନବାହାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ସୃଷ୍ଟି ନହୁଏ।