Congress Leader - The Sakala

କଂଗ୍ରେସ ନେତା ପୃଥିବୀରାଜ ଚଭନଙ୍କ ବିବାଦୀୟ ମନ୍ତବ୍ୟ: ମୋଦୀଙ୍କୁ ଟ୍ରମ୍ପ ଅପହରଣ କରିନେବେ କି?
ମୁମ୍ବଇ: କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥିବୀରାଜ ଚଭନ ଭେନେଜୁଏଲା ସ୍ଥିତିକୁ ନେଇ ବିବଦାୟ ମନ୍ତବ୍ୟ ଦେଇଛନ୍ତି। ଭେନେଜୁଏଲାରେ ଯାହା ଘଟିଲା ତାହା ଭାରତରେ ହୋଇପାରେ ବୋଲି ସେ କହିଛନ୍ତି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଉଛି। ଆଉ କିଛି ଲୋକ ଚଭନଙ୍କୁ ପରିହାସ କରୁଛନ୍ତି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ସେନା ଉଠାଇ ନେଇଥିଲା। ଏହି ପ୍ରସଙ୍ଗକୁ ନେଇ ଚଭନ ଚର୍ଚ୍ଚା କରିଥିଲେ।  ଭାରତ ଉପରେ ଆମେରିକା ଲଗାଇ ଥିବା ୫୦ ପ୍ରତିଶତ ଶୁଳ୍କକୁ ନେଇ କଂଗ୍ରେସ ନେତା ପୃଥ୍ୱୀରାଜ କହିଲେ ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ପୂର୍ବରୁ ବନ୍ଦ ହୋଇସାରିଛି। ଭେନେଜୁଏଲାରେ ଯାହା ଘଟିଲା ​​ତାହା ଭାରତରେ ହେବ କି ବୋଲି ଏବେ ପ୍ରଶ୍ନ ଉଠୁଛି ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପହରଣ କରିନେବେ କି? ଏବେ କେବଳ ଏହା ବାକି ରହିଛି ।

ଚଭନଙ୍କ ଏହି ମନ୍ତବ୍ୟକୁ ବକ୍ତବ୍ୟକୁ ବିଜେପି ଭାରତ ବିରୋଧୀ ଏବଂ ଅବାନ୍ତର ବୋଲି କହିଛି। ତୀବ୍ର ସମାଲୋଚନା ପରେ କଂଗ୍ରେସ ନେତା ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଚଭନ କହିଛନ୍ତି ଯେ ଆମେରିକା ଯାହା କରିଛି ତାହା ଜାତିସଂଘ ଚାର୍ଟାର ଏବଂ ଅନ୍ତର୍ଜାତୀୟ ଆଇନ ବିରୋଧୀ ବୋଲି ମୁଁ କହିଛ। ଜଣେ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅପହରଣ କରି ନିଆଯାଇଛି। ଏହା ଜାତିସଂଘ ଚାର୍ଟରର ଉଲ୍ଲଂଘନ।  ଟ୍ରମ୍ପ ପଡ଼ୋଶୀ କଲମ୍ବିଆର ରାଷ୍ଟ୍ରପତିଙ୍କୁ ମଧ୍ୟ ଧମକ ଦେଇଥିଲେ। ସେ ଗ୍ରୀନଲାଣ୍ଡକୁ ଅକ୍ତିଆର କରିବା କଥା କହୁଛନ୍ତି। ସେ ପାନାମା କେନାଲକୁ ନିୟନ୍ତ୍ରଣ କରିବାକୁ ଚାହାନ୍ତି। ଯଦି ସହମତି ନହୁଏ, ତେବେ ଜାତିସଂଘ ବ୍ୟବସ୍ଥା ଭୁଶୁଡ଼ି ପଡ଼ିପାରେ। ତେଣୁ ଯଦି ସମସ୍ତ ଏକାଠି ହୋଇ ସତର୍କ ନ ହୁଅନ୍ତି ତେବେ ଯେକୌଣସି ବ୍ୟକ୍ତି ସହ ଏପରି ହୋଇପାରେ।  ଟ୍ରମ୍ପ ଯେପରି ମୋଦିଜୀଙ୍କୁ ଧମକ ଦେଉଛନ୍ତି ତାହାକୁ ଦେଖି ଆମେ ମଧ୍ୟ ସତର୍କ ରହିବା ଉଚିତ।

ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ଟ୍ରମ୍ପଙ୍କ ନିକଟରେ ମୁଣ୍ଡ ନୁଆଁଇଛନ୍ତି ତାହା ସେ ବୁଝିପାରୁନାହିଁ। ଏହା ଦେଶ ପାଇଁ ଭଲ ନୁହେଁ। ଆପଣ ଦେଶ ପାଇଁ ଠିଆ ହେବା ଉଚିତ। ମୁଣ୍ଡ ହଲାଇବା ପାଇଁ ଦେଶ ଆପଣଙ୍କୁ ପ୍ରଧାନମନ୍ତ୍ରୀ ନିର୍ବାଚିତ କରିନାହିଁ। ରୁଷଠାରୁ ତୈଳ କ୍ରୟ ହ୍ରାସ ନେଇ ଟ୍ରମ୍ପ ଦେଇଥିବା ବୟାନ ପରେ ଖଡଗେ ଏହି ପ୍ରତିକ୍ରିୟା ଦେଇଛନ୍ତି। ଭେନେଜୁଏଲା ସ୍ଥିତି ଉପରେ ଚିନ୍ତା ପ୍ରକଟ କରି ସେ କହିଛନ୍ତି ଯେ ସେଠାକାର ପରିସ୍ଥିତି ବିଶ୍ବ ପାଇଁ ଭଲ ନୁହେଁ। ଭୟଭୀତ କରିବା ଏବଂ ବିସ୍ତାରବାଦ ନୀତି ଅଧିକ ଦିନ ପର୍ଯ୍ୟନ୍ତ ଚାଲିପାରେ ନାହିଁ। ହିଟଲର ଏବଂ ମୁସୋଲିନି ଭଳି ଲୋକ ଇତିହାସ ପାଲଟି ଯାଇଛନ୍ତି। ବିଶ୍ୱ ଶାନ୍ତିକୁ ବିପଦରେ ପକାଇବା ଭଳି ଭାବିବା ଠିକ୍ ନୁହେଁ ବୋଲି ସେ କହିଛନ୍ତିି ।

ପରଲୋକରେ ଜୟନ୍ତୀ ପଟ୍ଟନାୟକ
ଭୁବନେଶ୍ୱର : ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା, କଟକ ଓ ବ୍ରହ୍ମପୁର ଲୋକସଭା ଆସନର ପୂର୍ବତନ ସାଂସଦ, ଜାତୀୟ ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକ ବୁଧବାର ରାତିରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଜୟନ୍ତୀ ପଟ୍ଟନାୟକ ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ଓ ସୁବକ୍ତା ଥିଲେ। ଓଡ଼ିଶା ରାଜନୀତିରେ ନନ୍ଦିନୀ ଶତପଥୀଙ୍କ ପରେ ଜୟନ୍ତୀ ଦ୍ୱିତୀୟ ସର୍ବାଧିକ ପ୍ରଭାବଶାଳୀ ନାରୀନେତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ୧୯୩୨ ମସିହା ଏପ୍ରିଲ ମାସ ୭ ତାରିଖରେ ଗଞ୍ଜାମ ଜିଲ୍ଲାର ଆସ୍କାରେ ସେ ଜନ୍ମଗ୍ରହଣ କରିଥିଲେ। ଶୈଳବାଳା ମହିଳା ମହାବିଦ୍ୟାଳୟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ।

ପରେ ସେ ମୁମ୍ବାଇସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ ସାଇନ୍ସ(ଟିସ)ରୁ ସମାଜବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ୧୯୫୩ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା। ସେ ୧୯୮୦ ଉପନିର୍ବାଚନ ଏବଂ ୧୯୮୫ ନିର୍ବାଚନରେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୮ରେ ବ୍ରହ୍ମପୁର ଲୋକସଭା ଆସନରୁ ସେ ବିଜୟୀ ହୋଇଥିଲେ। ରାଜ୍ୟ ରାଜନୀତି ବ୍ୟତୀତ ସର୍ବଭାରତୀୟସ୍ତରରେ ନିଜର ସାଂଗଠନିକ ଦକ୍ଷତା ପ୍ରତିପାଦନ କରିଥିଲେ। ସର୍ବଭାରତୀୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ୧୯୮୮ରୁ ୧୯୯୦ ମସିହା ଯାଏ ସେ କାର୍ଯ୍ୟ କରିଥିଲେ। ଦେଶର ମହିଳା କମିଶନ ପ୍ରଥମ ଅଧ୍ୟକ୍ଷା ହେବାର ଗୌରବ ମଧ୍ୟ ଜୟନ୍ତୀଙ୍କ ନାଁରେ ରହିଛି। ୧୯୯୨ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରହିଥିଲେ।

ସେ ଦୀର୍ଘକାଳ ଧରି ପୌରୁଷର ସମ୍ପାଦିକା ଥିଲେ ଓ ଅନେକ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଥିଲେ। ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ମାନସରଞ୍ଜନ ମଙ୍ଗରାଜ, ସାଂସଦ ସପ୍ତଗିରି ଉଲ୍ଲାକା, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସ ବିଧାୟକ ସୁର ରାଉତରାୟ, ଖଣ୍ଡପଡ଼ା ବିଧାୟକ ତଥା ଜୟନ୍ତୀଙ୍କ ଜାମାତା ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲ୍ଲାକୁମାର, ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ ପରଲୋକ
ଭୁବନେଶ୍ୱର: ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କ ପରଲୋକ । ସଂଗ୍ରାମ ଅନେକ ଦିନରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ତେବେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହେଇଛି। ମୃତ୍ୟୁ ସମୟରେ ସଂଗ୍ରାମଙ୍କୁ ୪୩ ବର୍ଷ ବୟସ ହୋଇଥିଲା। ହାଇଦ୍ରାବାଦର କିମ୍ସ ହସପିଟାଲରେ ଚିକିତ୍ସାଧୀନ ଥିଲେ ସଂଗ୍ରାମ ଜେନା। ସଂଗ୍ରାମଙ୍କ ଦେହାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସଂଗ୍ରାମଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ଶୋକ ବ୍ୟକ୍ତ କରିଛନ୍ତି। ସଂଗ୍ରାମଙ୍କ ନିକଟରେ ଜନ୍ମଦିନ ଯାଇଥିଲା। ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏବେ ବି ଭୟ ଲାଗି ରହିଛି। କାରଣ କରୋନାର ରୂପ କେତେଯେ ଭୟଙ୍କର ଯିଏ ଅଙ୍ଗେ ନିଭେଇଛି ସେହିଁ ଜାଣିଛି। କରୋନା ଧନୀ ଗରିବ କିଛି ବାଛ ବିଚାର କରେନାହିଁ। କରୋନାରେ ଯାଇଛି ଅନେକ ରାଜନେତା ଏବଂ ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନଙ୍କର ଜୀବନ।