NDA - The Sakala

ଟିଏମସିରେ ବଡ଼ ଧରଣର ବିଭାଜନ: ଏନଡିଏକୁ ସମର୍ଥନ ଘୋଷଣା କଲେ ୨୦ ବିଦ୍ରୋହୀ ସାଂସଦ, ଅଭିଷେକଙ୍କ ବଦଳରେ କାକୋଲିଙ୍କୁ ନେତା କରିବାକୁ ଦାବି
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଇଁ ଦିଲ୍ଲୀରେ ବଡ଼ ଅଡ଼ୁଆ ସୃଷ୍ଟି ହୋଇଛି। ଇଣ୍ଡିଆ (INDIA) ମେଣ୍ଟର ବୈଠକରେ ଯୋଗ ଦେବା ପାଇଁ ସେ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଦଳରେ ଏକ ବଡ଼ ଧରଣର ଫାଟ ଦେଖାଦେଇଛି। ଟିଏମସିର ଲୋକସଭା ସାଂସଦଙ୍କ ଏକ ଗୋଷ୍ଠୀ ଦଳରୁ ଅଲଗା ହୋଇ ଏନଡିଏ (NDA) କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି।

ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି

ମିଳିଥିବା ସୂଚନା ଅନୁଯାୟୀ, ୨୦ ଜଣ ସାଂସଦଙ୍କୁ ନେଇ ଗଠିତ ଏହି ବିଦ୍ରୋହୀ ଗୋଷ୍ଠୀ ଲୋକସଭାରେ ନେତା ପରିବର୍ତ୍ତନ ଚାହୁଁଛନ୍ତି। ସେମାନେ ବର୍ତ୍ତମାନର ନେତା ଅଭିଷେକ ବାନାର୍ଜୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ବଦଳରେ ବରିଷ୍ଠ ନେତ୍ରୀ କାକୋଲି ଘୋଷଙ୍କୁ ସଂସଦରେ ନିଜର ନେତା କରିବାକୁ ସେମାନେ ଦାବି ରଖିଛନ୍ତି। ନେତୃତ୍ୱକୁ ନେଇ ଏହି ଅସନ୍ତୋଷ ଦଳ ଭିତରେ ଥିବା ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଛି।

ଜାତୀୟ ରାଜନୀତିରେ ହଲଚଲ

ଗୋଟିଏ ପଟେ ମମତା ବାନାର୍ଜୀ କେନ୍ଦ୍ରରେ ବିରୋଧୀ ମେଣ୍ଟକୁ ମଜବୁତ କରିବାକୁ ପ୍ରୟାସ କରୁଥିବା ବେଳେ, ନିଜ ଦଳ ଭିତରେ ଏଭଳି ବିଦ୍ରୋହ ତାଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏକାଥରକେ ୨୦ ଜଣ ସାଂସଦ ଏକାଠି ହୋଇ ଏନଡିଏକୁ ସମର୍ଥନ କରିବା ନିଷ୍ପତ୍ତି ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି। ଏହି ଘଟଣା ପରେ ଟିଏମସି ହାଇକମାଣ୍ଡ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଆସାମରେ ପୁଣି 'ହିମନ୍ତ' ଶାସନ: ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଶ୍ୱ ଶର୍ମା
ଆସାମ: ଆସାମରେ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଏନଡିଏ ସରକାର। ମଙ୍ଗଳବାର ଦିନ ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ହେଉଛି ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଦ୍ୱିତୀୟ ପାଳି।

ଗୁଆହାଟୀର ଖାନାପାରା ସ୍ଥିତ ଭେଟେରିନାରୀ କଲେଜ ପଡ଼ିଆରେ ଏହି ଭବ୍ୟ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ଶର୍ମାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ପାରମ୍ପରିକ ଅହମୀୟା ପୋଷାକ ପିନ୍ଧି ହିମନ୍ତ ବିଶ୍ୱ ଶର୍ମା ଶପଥ ଗ୍ରହଣ କରିଥିବା ବେଳେ ଉପସ୍ଥିତ ଦଳୀୟ କର୍ମୀ ଏବଂ ସମର୍ଥକମାନେ ବିପୁଳ ହର୍ଷଧ୍ୱନି କରିଥିଲେ। ଏହା ପୂର୍ବରୁ ସେ ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳ ତଥା ଏନଡିଏ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ଚାରିଜଣ ନେତା ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ବିଜେପିରୁ ଦୁଇଜଣ ଥିବା ବେଳେ ସହଯୋଗୀ ଅସମ ଗଣ ପରିଷଦ (ଏଜିପି) ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍)ରୁ ଜଣେ ଲେଖାଏଁ ବିଧାୟକ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି। ଶପଥ ନେଇଥିବା ମନ୍ତ୍ରୀମାନେ ହେଲେ ବିଜେପିର ରାମେଶ୍ୱର ତେଲି ଓ ଅଜନ୍ତା ନିଓଗ, ଏଜିପିର ଅତୁଲ ବୋରା ଏବଂ ବିପିଏଫ୍ ର ଚରଣ ବୋରୋ। ଅନ୍ୟପକ୍ଷରେ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଞ୍ଜିତ କୁମାର ଦାସ ରାଜ୍ୟ ବିଧାନସଭାର ବାଚସ୍ପତି ପ୍ରାର୍ଥୀ ଭାବେ ଏନଡିଏର ପ୍ରତିନିଧିତ୍ୱ କରିବେ।

ଏହି ଉତ୍ସବରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଶୀର୍ଷ ନେତୃବୃନ୍ଦ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହା ସହିତ କେନ୍ଦ୍ରମନ୍ତ୍ରୀ ଏବଂ ଏନଡିଏ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ଏହି ଭବ୍ୟ ଆୟୋଜନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସମ୍ପ୍ରତି ଶେଷ ହୋଇଥିବା ଆସାମ ବିଧାନସଭା ନିର୍ବାଚନରେ ବିଜେପି, ଏଜିପି ଏବଂ ବିପିଏଫ୍ କୁ ନେଇ ଗଠିତ ଏନଡିଏ ମେଣ୍ଟ ଏକ ଐତିହାସିକ ବିଜୟ ହାସଲ କରିଛି। ୧୨୬ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏ ସର୍ବାଧିକ ୧୦୨ଟି ଆସନ ଅକ୍ତିଆର କରିଛି। ସେଥିମଧ୍ୟରୁ କେବଳ ବିଜେପି ୮୨ଟି ଆସନ ଜିତିଥିବା ବେଳେ ସହଯୋଗୀ ଦଳ ଏଜିପି ଏବଂ ବିପିଏଫ୍ ପ୍ରତ୍ୟେକେ ୧୦ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

ବିହାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶଙ୍କ ପୁଅ ନିଶାନ୍ତ ଏବଂ ଅନ୍ୟ ୩୧ ନେତା
ବିହାର: ସଂପ୍ରସାରଣ ହେଲା ବିହାର କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ । ମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର । ପାଟଣାର ଐତିହାସିକ ଗାନ୍ଧୀ ମଇଦାନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କ ସମେତ ଏନଡିଏ ମେଣ୍ଟର ୩୧ ଜଣ ନେତା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନେକ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନୈନ ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟସଭାକୁ ଯିବା ପରେ ତାଙ୍କ ପୁଅ ନିଶାନ୍ତ କୁମାର ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି। ଜଣେ ଇଞ୍ଜିନିୟରିଂ ସ୍ନାତକ ନିଶାନ୍ତ ପ୍ରଥମେ କୌଣସି ରାଜନୈତିକ ପଦବୀ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ଜଣେ ସାଧାରଣ କର୍ମୀ ଭାବରେ କାମ କରିବାକୁ ଚାହୁଁଥିଲେ। ତେବେ ଜେଡିୟୁ ନେତା ଓ କର୍ମୀଙ୍କ ବାରମ୍ବାର ଦାବି ପରେ ସେ ସରକାରରେ ସାମିଲ ହୋଇଛନ୍ତି।

ଜେଡିୟୁ କୋଟାରୁ ଶ୍ୱେତା ଗୁପ୍ତା ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା ବେଳେ ଦାମୋଦର ରାୱତ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ସେହିପରି ବିଜେପି ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ସମେତ କେଦାର ଗୁପ୍ତା, ମିଥିଲେଶ ତିୱାରୀ, ନୀତୀଶ ମିଶ୍ର, ପ୍ରମୋଦ ଚନ୍ଦ୍ରବଂଶୀ ଆଦି ଶପଥ ନେଇଛନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ମୁଖ୍ୟ ଉପେନ୍ଦ୍ର କୁଶବାହାଙ୍କ ପୁଅ ଦୀପକ ପ୍ରକାଶ ମଧ୍ୟ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳରେ ସାମିଲ ହେବାର ସମ୍ଭାବନା ରହିଛି।

ନିକଟରେ ଶେଷ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ଏନଡିଏ ୨୪୩ ଆସନରୁ ରେକର୍ଡ ୨୦୨ଟି ଆସନ ଜିତିଥିଲା। ଏହି ନିର୍ବାଚନରେ ବିଜେପି ସର୍ବାଧିକ ୮୯ ସିଟ୍ ଜିତିଥିବା ବେଳେ ଜେଡିୟୁ ୮୫ ସିଟ୍ ଏବଂ ଏଲଜେପି (ରାମବିଳାସ) ୧୯ ସିଟ୍ ଜିତିଥିଲା। ମହାମେଣ୍ଟ ମାତ୍ର ୩୫ଟି ଆସନରେ ସୀମିତ ରହିଥିଲା। ଏହା ପରେ ଗତ ମାସରେ ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଦାୟିତ୍ୱ ଗ୍ରହଣ କରିଥିଲେ। ଗୁରୁବାରର ଏହି ସମ୍ପ୍ରସାରଣ ପରେ ତାଙ୍କ ମନ୍ତ୍ରିମଣ୍ଡଳ ଏକ ପୂର୍ଣ୍ଣାଙ୍ଗ ରୂପ ନେଇଛି।

ବିହାର ବିଧାନସଭା ନିର୍ବାଚନ: ଚାଲିଛି ଭୋଟ୍ ଗଣତି, ଆଗରେ NDA ...
ବିହାର : ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି ପ୍ରକ୍ରିୟା । ଏହାରି ମଧ୍ୟରେ ବିହାରରେ ପୁଣି ଥରେ NDA ସରକାର ଗଠନ କରୁଥିବା ପରି ମନେ ହେଉଛି । ୧୯୦ ଆସନରେ ଆଗୁଆ ରହି NDA ଅଗ୍ରଣୀ ହାସଲ କରିଛି । NDA ପକ୍ଷରୁ ବିଜେପି ୮୦, ଜେଡିୟୁ ୮୩ , ଏଲଜେପି ୨୨ ଟି ସିଟରେ ଆଗରେ ରହିଛି। ସେହିଭଳି ମହାଗଠବନ୍ଧନ ପକ୍ଷରୁ ଆରଜେଡି ୩୮ଟି, କଂଗ୍ରସ ୭ଟି ସିଟରେ ଆଗରେ ରହିଛି।

ବିହାର ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରକ୍ରିୟା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ମତଦାନ ୬ ନଭେମ୍ବର ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୧ ନଭେମ୍ବର ହୋଇଥିଲା। ଭୋଟ ଗଣତିର ଫଳାଫଳ ଆଜି ସନ୍ଧ୍ୟାରେ ଘୋଷଣା କରାଯିବ ।

ଏନ୍‌ଡିଏରେ ଫାଟ ! କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ହାଇକୋର୍ଟ, ସୁପ୍ରିମକୋର୍ଟ ଗଲେ ବିଜେପି ନେତା
ନୂଆଦିଲ୍ଲୀ: କେନ୍ଦ୍ରର ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍‌ଡିଏ) ମେଣ୍ଟରେ ଫାଟ ସୃଷ୍ଟି ହୋଇଛି! ବିଜେପି ଏବଂ ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ) ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି! ଏହି ମାମଲା ଏବେ କୋର୍ଟରେ ପହଞ୍ଚି ଯାଇଛି। ମେଣ୍ଟ ସହଯୋଗୀ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ବାନଙ୍କ ବିରୋଧରେ ବିଜେପି ନେତା ରାକେଶ ସିଂହ ଗୁରୁତର ଅଭିଯୋଗ ଲଗାଇଛନ୍ତି। ଏହାକୁ ନେଇ ସେ ପାଟନା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆବେଦନ ଦାଏର କରିଛନ୍ତି। ନିର୍ବାଚନ କମିଶନ (ଇସି)ଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି। ଏହା ଦ୍ବାରା ଚିରାଗଙ୍କ ଲୋକସଭା ସଦସ୍ୟତା ଉପରେ ବିପଦ ଦେଖା ଦେଇଛି। ସେ ଚିରାଗଙ୍କ ହାଜିପୁର ଲୋକସଭା ସଦସ୍ୟତାକୁ ବିରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଦୁଷ୍କର୍ମ ଭଳି ସଙ୍ଗୀନ ମାମଲାର ତଥ୍ୟ ଲୁଚାଇ ଇସିଙ୍କୁ ଦେଇ ନ ଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ଦାବି କରିଛନ୍ତି। ଚିରାଗଙ୍କ ବିରୋଧରେ ରାକେଶ ତିନୋଟି ଅଭିଯୋଗ ଲଗାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଖଗଡ଼ିଆର ସହରବନ୍ନୀ ସ୍ଥିତ ପୈତୃକ ସମ୍ପତ୍ତିର ସଠିକ ସୂଚନା ନିଜ ସତ୍ୟପାଠରେ ଦେଇନାହାନ୍ତି। ୮୦ ଏକର ଜମିର ତଥ୍ୟ ଲୁଚାଇଥିବା କୁହାଯାଇଛି। ଏହା ବ୍ୟତୀତ ଝାନସୀର ବୁନ୍ଦେଲଖଣ୍ଡ ୟୁନିଭର୍ସିଟି ସମ୍ବନ୍ଧିତ କମ୍ପ୍ୟୁଟର ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କଲେଜରୁ ଚିରାଗ ୨୦୦୫ରେ ବିଟେକ୍‌ ପଢ଼ିଥିବା କହିଥିଲେ। କିନ୍ତୁ ଏହା ଭୁଲ୍‌ ବୋଲି ଜଣାପଡ଼ିଛି। ବିଜେପି ନେତାଙ୍କ ଆବେଦନ ଉପରେ ଡାଏରୀ ହୋଇଯାଇଛି। ଟୋକନ ନମ୍ବର ମଧ୍ୟ ମିଳିଯାଇଛି। ଏହି ମାମଲାରେ ସେ ଇସି, ହାଜିପୁର ଜିଲ୍ଲାପାଳ ଏବଂ ରିଟର୍ଣ୍ଣିଂ ଅଫିସରଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଚିରାଗଙ୍କ ବିରୋଧରେ ଅଭିଯୋଗ ଲଗାଇଥିବା ରାକେଶ ପୂର୍ବରୁ ଏଲ୍‌ଜେପି ସମର୍ଥନରେ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲେ। ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଏଲ୍‌ଜେପି ଟିକଟରୁ ଜହାନାବାଦର ଘୋଷୀ ଆସନରୁ ଲଢ଼ିଥିଲେ। ମାତ୍ର ସେ ନିର୍ବାଚନ ହାରି ଯାଇଥିଲେ। ସେତେବେଳେ ବି ସେ ବିଜେପିରୁ ଥିଲେ। ମାତ୍ର ଦୁଇ ଦଳ ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇ ଥିଲା। ରାକେଶ ଅଭିଯୋଗ କରିଛନ୍ତି ଯେ ଚିରାଗ ଦଳିତଙ୍କ ସହ ଅନ୍ୟାୟ କରୁଛନ୍ତି। ସେ ଦଳିତଙ୍କ ନାମରେ ମଲେଇ ଖାଉଛନ୍ତି। ଦିଲ୍ଲୀର କନଟ ପ୍ଲେସ୍‌ ଥାନାରେ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରହିଛି। ତାଙ୍କର ଅନ୍ୟତମ ଭାଇ ତଥା ପୂର୍ବତନ ସାଂସଦ ପ୍ରିନ୍ସ ରାଜ ଏହି ମାମଲାର ପ୍ରଥମ ଅଭିଯୁକ୍ତ। କିନ୍ତୁ ଚିରାଗ ଇସିଙ୍କ ନିକଟରେ ଦାଖଲ ସତ୍ୟପାଠରେ ଏ ବିଷୟରେ ସୂଚନା ଦେଇ ନ ଥିଲେ। ତାଙ୍କ ବିରୋଧରେ କୌଣସି ମାମଲା ନ ଥିବା ଜଣାଇ ଥିଲେ। ଅନ୍ୟପକ୍ଷରେ ୱାକଫ ସଂଶୋଧିନ ଆଇନ, ଜାତିଗତ ଜନଗଣନା ଆଦିକୁ ନେଇ ଚିରାଗ ବିଜେପିଠାରୁ ଭିନ୍ନ ମତ ରଖୁଥିବାରୁ ଏହା ମାଧ୍ୟମରେ ତାଙ୍କୁ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରାଯାଉଥିବା କୁହାଯାଉଛି। କିନ୍ତୁ ବିଜେପି ସହ ଫାଟ ଥିବା ଖବରକୁ ଚିରାଗ ଖଣ୍ଡନ କରିଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଅଲଗା ହେବେ ନାହିଁ ବୋଲି କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଝିଅ
ଆଦିଲ୍ଲୀ: ଏଣିକି ଝିଅମାନେ ଜାତୀୟ ପ୍ରତିରକ୍ଷା ଏକାଡେମି (ଏନଡିଏ)ପରୀକ୍ଷା ପ୍ରାବେଶିକ ଦେଇପାରିବା ଏ ନେଇ ଏକ ଆବଦେନର ଶୁଣାଣି କରି  ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦେଶ ଦେଇଛନ୍ତି।  ଜଷ୍ଟିସ ସଂଜୟ କିଶନ କୌଲ ଓ ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଦିନ କୁଶ କାଲରା ଦ୍ୱାରା ଦାଏର କରାଯାଇଥିବା ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଆବେଦନରେ ଝିଅଙ୍କୁ ଏନଡିଏର ପ୍ରାବେଶିକ ପରିକ୍ଷା ଦେବା ପାଇଁ ଅନୁମତି ପ୍ରଦାନ କରିବା ଲାଗି ନିବେଦନ କରାଯାଇଥିଲା । ମହିଳାଙ୍କୁ ଏହି ପରୀକ୍ଷାରେ ବସିବାକୁ ନଦେବା ସମ୍ବିଧାନର ଧାରା ୧୪,୧୫,୧୬ ଓ ୧୯ର ଉଲ୍ଲଙ୍ଘନ ବୋଲି ଆବେଦକ କହିଥିଲେ । ଆବେଦକ ନିଜ ଅପିଲରେ କହିଥିଲେ ଯେ, ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଅବିବାହିତ ପୁରୁଷ ପ୍ରାର୍ଥୀ ଏନଡିଏ ପାଇଁ ଆବେଦନ କରିପାରିବେ କିନ୍ତୁ ଇଛୁକ ମହିଳାଙ୍କୁ କେବଳ ଲିଙ୍ଗଗତ ଆଧାରରେ ଅନୁମତି ନଦେବା ସମ୍ବିଧାନର ସମାନତା ଭାବନାର ବିରୋଧାଚରଣ କରୁଛି।

Supreme Court slams Army for not allowing women to take part in NDA exams. On Army's submission that it's a policy decision, the top court says that this policy decision is based on "gender discrimination".

— ANI (@ANI) August 18, 2021

ଅଦାଲତରେ ଆବେଦକ ଯୁକ୍ତି ରଖିଥିଲେ ଯେ,କେବଳ ଲିଙ୍ଗଗତ ଆଧାରରେ ଇଛୁକ ମହିଳାଙ୍କୁ ଏହି ପରୀକ୍ଷା ଦେବାକୁ ଦିଆଯାଉନାହିଁ । ଯାହା ଠିକ୍ ନୁହେଁ । ଏହି କାରଣରୁ ମହିଳା ଏନଡିଏରେ ସାମିଲ ହୋଇ ପାରୁନାହାଁନ୍ତି । ଅନ୍ୟପକ୍ଷରେ ସମାନ ଶିକ୍ଷା ସହ ପୁରୁଷ ପ୍ରାର୍ଥୀ ଏନଡିଏରେ ସାମିଲ ହୋଇ ପାରୁଛନ୍ତି ।

ଆବେଦକ ଯୁକ୍ତି କରିଥିଲେ ଯେ, କେବଳ ଲିଙ୍ଗଗତ ଆଧାରରେ ମହିଳାଙ୍କୁ ଏନଡିଏ ପରିକ୍ଷାରୁ ବଂଚିତ କରିବା ଓ ସ୍ଥାୟୀ କମିଶନ ପ୍ରଦାନ ନକରିବା ସମ୍ବିଧାନର ମୌଳିକ ଅଧିକାରର ଉଲ୍ଲଙ୍ଘନ ଅଟେ । ଭାରତୀୟ ସମ୍ବିଧାନ ପରିଧି ମଧ୍ୟରେ ଏହା ନ୍ୟୟୋଚ୍ଚିତ ନୁହେଁ ।

ଖବର ଅନୁଯାୟୀ, ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଝିଅମାନଙ୍କୁ ଏପର୍ଯ୍ଯନ୍ତ ସାମିଲ କରାଯାଇ ନ ଥିଲା। ଯେଉଁଠାରେ ପୁଅମାନେ କେବଳ ଦ୍ୱାଦଶ ପରେ ଏନଡିଏରେ ଯୋଗଦେବାକୁ ଅନୁମତି ପାଇଛନ୍ତି। ମହିଳା ପ୍ରାର୍ଥୀଙ୍କୁ ଏନଡିଏ ପରୀକ୍ଷାରେ ଭାଗ ନେବାକୁ ଅନୁମତିର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୫ରେ ହେବାକୁ ଥିବା ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପରୀକ୍ଷାରେ ଝିଅମାନେ ସାମିଲେ ହେବାକୁ ଅନୁମତି ପ୍ରଦାନ କରାଯାଇଛି ।