Vice President - The Sakala

ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ଆସନ୍ତାକାଲି ରାଜଧାନୀରେ ଟ୍ରାଫିକ୍ କଟକଣା, ଏୟାରପୋର୍ଟରୁ ଓୟୁଏଟି ଛକ ଯାଏଁ ରାସ୍ତା ବନ୍ଦ
ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଆସନ୍ତାକାଲି ଅର୍ଥାତ ଜୁଲାଇ ୯ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଆଇପି କନଭୟର ସୁଗମ ଯାତାୟାତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଏହି କଟକଣା ମୁଖ୍ୟତଃ ଏୟାରପୋର୍ଟ ଛକ ଠାରୁ ଆରମ୍ଭ କରି ଓୟୁଏଟି (OUAT) ଛକ ଏବଂ ଖୋର୍ଦ୍ଧା ସ୍ଥିତ ନାଇଜର (NISER) ପର୍ଯ୍ୟନ୍ତ ଲାଗୁ ହେବ।

କେଉଁ ସମୟରେ କେଉଁ ରାସ୍ତା ରହିବ ବନ୍ଦ?

କମିଶନରେଟ୍ ପୋଲିସ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରି ଅନୁଯାୟୀ, ଗୁରୁବାର ଦିନ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଟ୍ରାଫିକ୍ ନିୟନ୍ତ୍ରଣ କରାଯିବ:

* ସକାଳ ୧୦:୨୫ ରୁ ୧୦:୪୫ ମିନିଟ୍: ଏହି ସମୟ ମଧ୍ୟରେ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ଲୋକଭବନ ଛକ, ଗୋପବନ୍ଧୁ ଛକ ଏବଂ ଓୟୁଏଟି ଛକ ରାସ୍ତାରେ ସାଧାରଣ ଯାନବାହନ ଚଳାଚଳ ବନ୍ଦ ରହିବ।

* ଦିନ ୧୨:୨୫ ରୁ ୧୨:୪୦ ମିନିଟ୍: ଏହି ସମୟରେ ଓୟୁଏଟି ଛକରୁ ଲୋକଭବନ ଛକ ଏବଂ ଗୋପବନ୍ଧୁ ଛକ ଦେଇ ଯାଉଥିବା ରାସ୍ତାରେ କଟକଣା ଲାଗୁ ହେବ।

* ଅପରାହ୍ଣ ୧:୪୦ ରୁ ୨:୩୦ ମିନିଟ୍: ଏହି ଅବଧିରେ ଲୋକଭବନ ଛକ, ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ ଛକ, ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର, ଏନଏଚ୍-୧୬ ଖୋର୍ଦ୍ଧା ବାଇପାସ୍ ରାସ୍ତା, କାର୍ମେଲ ସ୍କୁଲ ଛକ, ଖୋଳଦ୍ୱାର ଛକ, ପଦନପୁର ଛକ ଏବଂ ନାଇଜର (NISER) ରାସ୍ତାରେ ଟ୍ରାଫିକ ବନ୍ଦ ରହିବ।

* ଅପରାହ୍ଣ ୩:୫୫ ରୁ ୫:୨୫ ମିନିଟ୍: ଉପରାଷ୍ଟ୍ରପତିଙ୍କ ପ୍ରତ୍ୟାବର୍ତ୍ତନ ସମୟରେ ନାଇଜରରୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ଉପରୋକ୍ତ ସମସ୍ତ ରାସ୍ତାରେ ସମାନ କଟକଣା ବଳବତ୍ତର ରହିବ।

ପୋଲିସର ନିବେଦନ ଏବଂ ଜରୁରୀକାଳୀନ ସେବା

ସହରରେ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ରାଜଧାନୀବାସୀ ଏହି ସମୟରେ ବୈକଳ୍ପିକ ରାସ୍ତା ବ୍ୟବହାର କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନେ ନିଜର ଯାତ୍ରା ପୂର୍ବରୁ ଯୋଜନା କରିବା ସହ ଟ୍ରାଫିକ ପୋଲିସକୁ ସହଯୋଗ କରିବାକୁ ନିବେଦନ କରାଯାଇଛି। ତେବେ ଏହି ସମୟରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଗାଡ଼ି ଭଳି ଜରୁରୀକାଳୀନ ଯାନବାହନ ପାଇଁ କୌଣସି କଟକଣା ରହିବ ନାହିଁ ଏବଂ ସେଗୁଡ଼ିକ ଅବାଧରେ ଯାତାୟାତ କରିପାରିବେ ବୋଲି ପୋଲିସ ସ୍ପଷ୍ଟ କରିଛି।

ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ

ସୂଚନାଯୋଗ୍ୟ ଯେ, ଉପରାଷ୍ଟ୍ରପତି ତାଙ୍କର ଏହି ଗସ୍ତ କାଳରେ ଖୋର୍ଦ୍ଧା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇଜର)ର ୧୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହିତ ସେ ଭାରତୀୟ ପତାକାବାହୀ ଜାହାଜ ମାନଙ୍କ ପାଇଁ ହାଇ-ସି ଫିସିଂ ସମ୍ପର୍କିତ 'ଲେଟର୍ ଅଫ୍ ଅଥରାଇଜେସନ୍'ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

FATF ର ନୂତନ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ୧୯୯୪ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ବିବେକ ଅଗ୍ରୱାଲ
ମନି ଲଣ୍ଡରିଂ ଏବଂ ଆତଙ୍କବାଦୀ ପାଣ୍ଠି ଯୋଗାଣ (ଟେରର ଫାଇନାନ୍ସିଂ) ରୋକିବା ପାଇଁ ଗଠିତ ଅନ୍ତର୍ଜାତୀୟ ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (FATF) ର ନୂତନ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ବିବେକ ଅଗ୍ରୱାଲ। ପ୍ରଥମ ଥର ପାଇଁ ଭାରତ ଏହି ସଂଗଠନର କୌଣସି ଶୀର୍ଷ ନେତୃତ୍ୱ ପଦବୀ ହାସଲ କରିବାରେ ସଫଳ ହୋଇଛି।

ପ୍ରଥମ ଥର ପାଇଁ ଭାରତକୁ ମିଳିଲା ଏହି ବଡ଼ ଦାୟିତ୍ୱ

ଗତ ୨୦୧୦ ମସିହାରୁ ଭାରତ ଏହି ପ୍ରଭାବଶାଳୀ ଆନ୍ତର୍ଜାତୀୟ ସଂସ୍ଥାର ସଦସ୍ୟ ରହିଆସିଛି। ପ୍ୟାରିସ୍ ସ୍ଥିତ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ଲେନାରୀ ବୈଠକ ଶେଷରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏହି ପଦବୀରେ ସେ ବ୍ରିଟେନର ନାଗରିକ ଜାଇଲ୍ସ ଥମ୍ସନଙ୍କ ସ୍ଥାନ ନେବେ ଏବଂ ତାଙ୍କର କାର୍ଯ୍ୟକାଳ ଜୁଲାଇ ୨୦୨୬ ରୁ ଜୁନ ୨୦୨୭ ପର୍ଯ୍ୟନ୍ତ ରହିବ। ଉପାଧ୍ୟକ୍ଷ ଭାବରେ ସେ ସଂଗଠନର କାର୍ଯ୍ୟ ଏବଂ ପ୍ରାଥମିକତା ନିର୍ଦ୍ଧାରଣ କରିବାରେ ଅଧ୍ୟକ୍ଷଙ୍କୁ ସାହାଯ୍ୟ କରିବେ।

କିଏ ଏହି ବିବେକ ଅଗ୍ରୱାଲ?

ବିବେକ ଅଗ୍ରୱାଲ ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡର ର ଜଣେ ୧୯୯୪ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ। ବର୍ତ୍ତମାନ ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ୩୦ ବର୍ଷରୁ ଅଧିକ ପ୍ରଶାସନିକ ଅଭିଜ୍ଞତା ରହିଛି। ଅର୍ଥନୀତି, କୃଷି, ନଗର ଉନ୍ନୟନ, ଭିତ୍ତିଭୂମି ଏବଂ ଜନନୀତି ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ମିଶି ଅନେକ ବରିଷ୍ଠ ପଦବୀରେ କାର୍ଯ୍ୟ କରିଛନ୍ତି।

ପୂର୍ବ ଅଭିଜ୍ଞତା ଏବଂ ଭାରତ ପାଇଁ ବଡ଼ ବିଜୟ

ସଂସ୍କୃତି ସଚିବ ହେବା ପୂର୍ବରୁ ସେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହି ସମୟ ମଧ୍ୟରେ ସେ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ (FIU-IND) ର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ଫାଟଫ (FATF) ରେ ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିଲେ। ତାଙ୍କର ଏହି ନିଯୁକ୍ତିକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତ ପାଇଁ ଏକ 'ବଡ଼ ବିଜୟ' ବୋଲି ବର୍ଣ୍ଣନା କରିଛି। ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଣ ନେଟୱାର୍କକୁ ରୋକିବା ଏବଂ ବେଆଇନ ଆର୍ଥିକ ବ୍ୟବସ୍ଥାକୁ ଧ୍ୱଂସ କରିବା ଦିଗରେ ଭାରତର ନିରନ୍ତର ପ୍ରୟାସକୁ ଏହା ଆହୁରି ମଜବୁତ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ନେତାଜୀ ଜୟନ୍ତୀରେ ଓଡ଼ିଆରେ ଅଭିଭାଷଣ ରଖିଲେ ଉପରାଷ୍ଟ୍ରପତି, କହିଲେ 'ନେତାଜୀଙ୍କ ପରି ବୀରଙ୍କ ପାଇଁ ଭାରତ ଆଜି ସ୍ବାଧୀନତାର ନିଶ୍ବାସ ନେଉଛି'
କଟକ: ଆଜି ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳକ କଟକ ଓଡ଼ିଆ ବଜାର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ । ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକରେ ଅନୁଷ୍ଠିତ ପରିକ୍ରମା ଦିବସରେ ସାମିଲ ହୋଇଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ନେତାଜୀ ଜୟନ୍ତୀରେ ଓଡ଼ିଆରେ ଅଭିଭାଷଣ ଦେଇଛନ୍ତି ଉପରାଷ୍ଟ୍ରପତି । ଅଭିଭାଷଣ ଉପରାଷ୍ଟ୍ରପତି କହିଛନ୍ତି କି, 'ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ନେତାଜୀ । ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଶାକୁ ଆସିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ' । ନେତାଜୀଙ୍କ ପରି ବୀରଙ୍କ ପାଇଁ ଭାରତ ନିଶ୍ୱାସ ନେଉଛି ବୋଲି ଅଭିଭାଷଣରେ କହିଛନ୍ତି ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନ ।

ପରାକ୍ରମ ଦିବସରେ ଉପରାଷ୍ଟ୍ରପତି ଆହୁରି କହିଛନ୍ତି, ''ଓଡ଼ିଶା ଏହାର କଳା, ସଂସ୍କୃତି ଓ ଇତିହାସ ପାଇଁ ପରିଚିତ । ଓଡ଼ିଶାର ପୁରୀରେ ପ୍ରଭୁ ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ଓ ଓଡ଼ିଶୀ ନୃତ୍ୟ ଓଡ଼ିଶାର ଗର୍ବ-ଗୌରବ ଏବଂ ପରିଚୟ । ନେତାଜୀ ସୁଭାସ ଚନ୍ଦ୍ର ବୋଷ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ବଳିଦାନର କୌଣସି ମାପ ନାହିଁ । ତାଙ୍କ ହୃଦୟରେ ଅଦ୍ଭୂତ ଉତ୍ସାହ ଥିଲା । ନେତାଜୀ ଗାନ୍ଧୀଙ୍କ ବିଚାରଧାରାର ବିରୋଧୀ ଥିଲେ ମାତ୍ର ଉଭୟଙ୍କ ଲକ୍ଷ୍ୟ ଏକ ଥିଲା । ନେତାଜୀଙ୍କ ପରି ବୀରଙ୍କ ପାଇଁ ଭାରତ ଆଜି ସ୍ବାଧୀନତାର ନିଶ୍ବାସ ନେଉଛି । ଆମେ ଆଜି ସ୍ୱାଧୀନତାକୁ ଉପଭୋଗ କରୁଛି ନେତାଜୀଙ୍କ ବଳିଦାନ ପାଇଁ । ସମସ୍ତେ ସ୍ୱାଧୀନତା କଥା ଭାବୁଥିଲେ ହେଲେ ନେତଜୀ ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ କି ସ୍ୱାଧୀନତା ପରେ କଣ କରାଯିବ ସେ କଥା ଭାବୁଥିଲେ  ଦିଲ୍ଲୀ ଚଲୋ ଡାକରା ଭଳି ଆମେ ବିକଶିତ ଭାରତ ଆଡକୁ ଆଗେଇବା ଉଚିତ ଦେଶର ବରପୁତ୍ରଙ୍କୁ ସମ୍ମାନିତ କରିବା ପ୍ରୟାସ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ । ଏହି ପଦକ୍ଷେପ ପ୍ରତିଟି ଓଡ଼ିଆ ଏବଂ ଦେଶକୁ ପ୍ରେରଣା ଦେବ । '' ନେତାଜୀଙ୍କ ୧୨୯ତମ ଜନ୍ମ ଜୟନ୍ତୀରେ ନେତାଜୀ ସ୍ମୃତିରେ ଏକ ପୋଷ୍ଟାଲ ସଂଗ୍ରହାଳୟ ଉଦ୍‌ଘାଟନ କରିଛନ୍ତି ଉପରାଷ୍ଟ୍ରପତି ।

ପଦ ଗ୍ରହଣ କରିବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତ କରିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଆଜି ସକାଳ ପ୍ରାୟ ୯ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଉପରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହା ପରେ କଟକ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ନେତାଜୀ ମ୍ୟୁଜିୟମ୍ ପରିଦର୍ଶନ କରିଥିଲେ ।

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସଂସଦ ପରିସରରେ ହେବ ଭୋଟ୍‍ ଗ୍ରହଣ
ନୂଆଦିଲ୍ଲୀ : ଆସନ୍ତାକାଲି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍‍ ଗ୍ରହଣ ହେବ। ଏହି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ସୂଚନା ମିଳିଛି। ଉପରାଷ୍ଟ୍ରପତି ପଦ ପାଇଁ ଏନ୍‍ଡିଏ ପକ୍ଷରୁ ଜଗଦୀପ ଧନଖର ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଦଳ ପକ୍ଷରୁ ମାର୍ଗାରେଟ୍‍ ଆଲ୍‍ଭା ପ୍ରାର୍ଥୀ ହୋଇଛନ୍ତି।

ଏହି ନିର୍ବାଚନରେ ସଂସଦର ଉଭୟ ଗୃହର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ସଂସଦର ମୋଟ୍‍ ସଦସ୍ୟ ସଂଖ୍ୟା ୭୮୮। ସେମାନଙ୍କ ମଧ୍ୟରେ ୫୪୩ ଜଣ ଲୋକସଭା ସଦସ୍ୟ ଥିବା ବେଳେ ୨୩୩ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏହା ବ୍ୟତୀତ ୧୨ ଜଣ ମନୋନୀତ ସଦସ୍ୟ ମଧ୍ୟ ଅଛନ୍ତି। ଆସନ୍ତାକାଲି ଭୋଟ୍‍ ଗ୍ରହଣ ଶେଷ ହେବା ପରେ ସଂସଦ ଭବନରେ ଭୋଟ୍‍ ଗଣତି ହେବ। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବ। ଏହାପରେ ଆସନ୍ତା ୧୧ ତାରିଖରେ ଦେଶର ନୂଆ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

ଅନ୍ୟପଟେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଭୋଟ୍‌ରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର (ଏନ୍‍ଡିଏ) ପ୍ରାର୍ଥୀ ଜଗଦୀପ ଧନଖରଙ୍କ ବିଜୟ ନିଶ୍ଚିତ ମନେହୁଏ । ଉପ-ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଦଳଗୁଡିକରେ ମଧ୍ୟ ମତଭେଦ ସାମ୍ନାକୁ ଆସିଛି, କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଏହି ନିର୍ବାଚନର ମତଦାନ ପ୍ରକ୍ରିୟାରୁ ନିବୃତ୍ତ ରହିବାକୁ ଘୋଷଣା କରିଛି। ଯାହା ଫଳରେ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗାରେଟ୍‍ ଆଲ୍‍ଭା ଭୋଟ୍‌ ସଂଖ୍ୟା କମିଯିବ। ସଂସଦର ବର୍ତ୍ତମାନର ଶକ୍ତି ହେଉଛି ୭୮୮, ଯେଉଁଥିରୁ କେବଳ ବିଜେପିରେ ୩୯୪ ସାଂସଦ ଅଛନ୍ତି । ଜିତିବା ପାଇଁ ୩୯୦ ରୁ ଅଧିକ ଭୋଟ୍ ଆବଶ୍ୟକ।ତେଣୁ ଏନ୍‍ଡିଏ ପ୍ରାର୍ଥୀ ଜଗଦୀପ ଧନ୍‌ଖରଙ୍କ ବିଜୟ ସୁନିଶ୍ଚିତ।

ଏକକ ସ୍ଥାନାନ୍ତରିତ ଭୋଟ୍ ମାଧ୍ୟମରେ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ ଓ ନିର୍ବାଚନ ଗୁପ୍ତ ଭୋଟ୍ ମାଧ୍ୟମରେ ହେବ । ୧୯୭୪ ମସିହାର ନିୟମରେ ଧାର୍ଯ୍ୟ ହୋଇଥିବା ଭୋଟ୍ ପ୍ରକ୍ରିୟାରେ, ଏକ ବ୍ୟବସ୍ଥା ଅଛି ଯେ ମତଦାନ ପ୍ରକୋଷ୍ଠରେ ଭୋଟ୍ ଚିହ୍ନଟ କରିବା ପରେ ଭୋଟରଙ୍କୁ ବାଲାଟ ପେପରକୁ ଭାଙ୍ଗି ବାଲାଟ ବକ୍ସରେ ରଖିବାକୁ ପଡିବ। ଭୋଟିଂ ପ୍ରଣାଳୀର ଯେକୌଣସି ପ୍ରକାର ଉଲ୍ଲଂଘନ ହେଲେ ପ୍ରିଜାଇଡିଂ ଅଫିସରଙ୍କ ଦ୍ୱାରା ବାଲାଟ ପେପରକୁ ବାତିଲ କରିଦିଆଯିବ ।

ଅଗଷ୍ଟ ୬ରେ ଉପ ରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୫ରେ ପ୍ରକାଶ ପାଇବ ବିଜ୍ଞପ୍ତି
ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ମାସ ୬ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନ ପରେ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ଅଗଷ୍ଟ ୬ ତାରିଖରେ ଦେଶରେ ଉପ ରାଷ୍ଟ୍ରପତି ନିର୍ବାଚନ ହେବ । ଏନେଇ ଆଜି ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି । ଅଗଷ୍ଟ ୧୦ ତାରିଖରେ ବର୍ତ୍ତମାନର ଉପ-ରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ତେଣୁ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଦେଶରେ ଉପରାଷ୍ଟ୍ରପତି ଉପ ନିର୍ବାଚନ ସାରିବାକୁ ନିର୍ବାଚନ କମିସନ ଲକ୍ଷ୍ୟ ରଖିଛନ୍ତି ।

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୧ରେ ଶେଷ ହେବ। ଏଭଳି ପରିସ୍ଥିତିରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ କରିବା ପାଇଁ କୁହାଯାଇଥିବା ବେଳେ ନିର୍ବାଚନ ଆୟୋଗ ଅଗଷ୍ଟ ୬ ତାରିଖ ଧାର୍ଯ୍ୟ କରିଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଯଦି ଭାରତର ପରବର୍ତ୍ତୀ ଉପ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନର ଆବଶ୍ୟକ ପଡ଼େ, ତା’ହେଲେ ଏହା ଅଗଷ୍ଟ ୬ରେ ଅନୁଷ୍ଠିତ ହେବ। ଅଗଷ୍ଟ ୬ରେ ଭୋଟ ଗ୍ରହଣ ସହ ଗଣତି ହେବ। ଗଣତି ପରେ ସେହିଦିନ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଉପ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ଜୁଲାଇ ୧୯। ଜୁଲାଇ ୨୦ ତାରିଖରେ ନାମାଙ୍କ ଯାଞ୍ଚ ଓ ୨୨ ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ।ଅଗଷ୍ଟ ୬ ତାରିଖ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଭୋଟ ଗ୍ରହଣ ହେବ। ଏହାପରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ କରାଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଜୁଲାଇ ୧୮ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ ଗଣତି ପରେ ଜୁଲାଇ ୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ଓ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି । ରାଷ୍ଟ୍ରପତି ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ଯଶୱନ୍ତ ସିହ୍ନା ବିରୋଧୀ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି।

ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ନିଜକୁ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବରେ ଘୋଷଣା କରିଛନ୍ତି
କାବୁଲ: ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ନିଜକୁ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବରେ ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ଆଫଗାନିସ୍ତାନରେ କିପରି ତାଲିବାନ ସରକାର ଗଢ଼ିବ ଏ ନେଇ ଯୋଜନା କରୁଥିବା ବେଳେ ତାଲିବାନ ବିରୋଧରେ ଲଢ଼େଇ ପାଇଁ ଅଣ୍ଟା ଭିଡିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେ । ତାଲିବାନ ବିରୋଧରେ ସ୍ୱର ଉଠାଇବା ସହ ନିଜକୁ ସେ ଦେଶର ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଅସରଫ ଗନି ଦେଶଛାଡ଼ି ପଳାଇ ଯାଇଥିବାରୁ ସମ୍ବିଧାନ ଅନୁସାରେ ସେ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ବୋଲି କହିଛନ୍ତି । ସେ ଟ୍ୱିଟ୍‌ କରି ଲେଖିଛନ୍ତିଯେ ଦେଶର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ପଳାୟନ, ଇସ୍ତଫା କିମ୍ବା ମୃତ୍ୟୁ ପରି ଘଟଣା ଘଟିଲେ ଉପରାଷ୍ଟ୍ରପତି ଦେଶ ଶାସନ ଭାର ନିଜ ହାତକୁ ନେବା କଥା। ଆଉ ଏହି ଆଧାରରେ ସେ ନିଜକୁ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ, ତାଲିବାନ ବିରୋଧରେ ଏକାଠି ହେବାକୁ ସେ ଅପିଲ କରିଛନ୍ତି । ତେବେ ଆଫଗାନିସ୍ତାନ ଭିଏତନାମ ନୁହେଁ, ଆମେ ମନୋବଳ ହରାଇନାହୁଁ ଏବଂ କେବେ ମଧ୍ୟ ତାଲିବାନ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ  ବୋଲି ସେ ଟ୍ୱିଟ୍‌ କରି ଲେଖିଛନ୍ତି ।